ନନ୍ଦିଘୋଷ ବ୍ୟୁରୋ: ମାଓବାଦୀମାନେ ରେଳ ଲାଇନ ଉଡାଇବା ଘଟଣା। ଅତିରିକ୍ତ ଡିଜି ସଞ୍ଜିଵ କୁମାର ପଣ୍ଡା ରାଉରକେଲା ଏସପି ଓ ପଶ୍ଚିମାଞ୍ଚଳ ପୋଲିସ ଡ଼ିଆଇଜିଙ୍କ ସହ ଘଟଣାସ୍ଥଳରେ ସ୍ଥିତି ଅନୁଧ୍ୟାନ। ରାଉରକେଲା ପୋଲିସ ଜିଲ୍ଲାରେ ମାଓବାଦୀ କାର୍ଯ୍ୟକଳାପ ବୃଦ୍ଧି ପାଇଛି ବୋଲି କହିଛନ୍ତି ଅତିରିକ୍ତ ଡିଜି। 2018 ମସିହା ପରେ ମାଓବାଦୀ କାର୍ଯ୍ୟକଳାପ ହ୍ରାସ ପାଇଥିଲା। ଏଵେ ଗତ କିଛି ଦିନ ହେଲା ମାଓବାଦୀ କାର୍ଯ୍ୟକଳାପ ବୃଦ୍ଧି ପାଇଛି। ମାଓବାଦୀ ମୁକାବିଲା କରିବା ପାଇଁ ପୋଲିସ ପକ୍ଷରୁ ସ୍ବତନ୍ତ୍ର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ। ଅଧିକ ପୋଲିସ କ୍ୟାମ୍ପ ସ୍ଥାପନ ସହ ଅଧିକ ଏସ ଓ ଜି ମୃତୟନ ହେଵେ। ସମସ୍ତ ରେଳ ଲାଇନରେ ଵମ ଡିସପୋଜାଲ ଟିମ ଯାଞ୍ଚ କରିଛନ୍ତି। ମାଓବାଦୀ ମୁକାବିଲା ପାଇଁ ଓଡିଶା ଓ ଝାଡ଼ଖଣ୍ଡ ପୋଲିସ ପକ୍ଷରୁ ମିଳିତ ମୁକାବିଲା କରାଯିବ। ସରଣ୍ଡା ଜଙ୍ଗଲରେ ମାଓବାଦୀ ରହୁଥିବାରୁ ମାଓବାଦୀ ମୁକାବିଲା ପାଇଁ ଗୁଇନ୍ଦା ବିଭାଗକୁ ଆଧିକ ସୁଦୃଢ କରାଯିବ ବୋଲି କହିଚନ୍ତି ଏଡିଜି ସଞ୍ଜିଵ ପଣ୍ଡା ।
କର୍ଣ୍ଣାଟକରେ ୪ଟି ପରିବହନ ନିଗମ ସଂଗଠନର ଧର୍ମଘଟ
ନନ୍ଦିଘୋଷ ବ୍ୟୁରୋ: କର୍ଣ୍ଣାଟକରେ ୪ଟି ପରିବହନ ନିଗମର ସଂଗଠନ ଧର୍ମଘଟ। ଆଜିଠାରୁ ଆରମ୍ଭ ହୋଇଛି ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ଧର୍ମଘଟ। ଏହି ଧର୍ମଘଟରେ ବସ୍ ଡ୍ରାଇଭର, କଣ୍ଡକ୍ଟର ଏବଂ ଅନ୍ୟାନ୍ୟ କର୍ମଚାରୀମାନେ ସାମିଲ ଅଛନ୍ତି। KSRTC, BMTC, NWKRTC ଏବଂ KKRTC ପରିବହନ କର୍ମଚାରୀମାନେ ସେମାନଙ୍କର ବିଭିନ୍ନ ଦାବି ନେଇ ଆଜିଠାରୁ ରାଜ୍ୟବ୍ୟାପୀ ଧର୍ମଘଟ ଆରମ୍ଭ କରିଛି। ଏହି ସମସ୍ତ ସଂଗଠନ ସେମାନଙ୍କର କର୍ମଚାରୀମାନଙ୍କୁ କାମରୁ ଦୂରେଇ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ଧର୍ମଘଟତକୁ ନେଇ ରାଜ୍ୟରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯାଇଛି। ଗତକଲି କର୍ଣ୍ଣାଟକ ହାଇକୋର୍ଟ ଏକ ମଧ୍ୟବର୍ତ୍ତୀକାଳୀନ ଆଦେଶ ଜାରି କରି କର୍ଣ୍ଣାଟକ ରାଜ୍ୟ ସଡ଼କ ପରିବହନ ନିଗମ କର୍ମଚାରୀଙ୍କ ଟ୍ରେଡ୍ ୟୁନିଅନର ମିଳିତ କାର୍ଯ୍ୟ କମିଟି JACକୁ ଆଜି ପର୍ଯ୍ୟନ୍ତ ପ୍ରସ୍ତାବିତ ଧର୍ମଘଟକୁ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ହାଇକୋର୍ଟଙ୍କ ନିର୍ଦ୍ଦେଶ ସତ୍ଵେ ଆନ୍ଦୋଳନ ଆରମ୍ଭ ହୋଇଛି। ପ୍ରାୟ ୧ କୋଟି ଯାତ୍ରୀ ପ୍ରଭାବିତ ହୋଇପାରନ୍ତି ସଡ଼କ ପରିବହନ ନିଗମ କର୍ମଚାରୀମାନେ ୩୮ ମାସର ବକେୟା ଦରମା ଦାବି କରୁଛନ୍ତି। ଏହା ପ୍ରାୟ ୧୭୮୫ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଉଛି। କର୍ଣ୍ଣାଟକ ସରକାର ୨୦୨୦ରେ ୧୫% ଦରମା ବୃଦ୍ଧି ଘୋଷଣା କରିଥିଲେ, କିନ୍ତୁ ଏହି ବକେୟା ଏପର୍ଯ୍ୟନ୍ତ ପ୍ରଦାନ କରାଯାଇ ନାହିଁ।
ଭାରତକୁ ଟ୍ରମ୍ପଙ୍କ ଧମକ ସତ୍ତ୍ବେ ଋଷରୁ ତେଳ କିଣିବ ଭାରତ
ନନ୍ଦିଘୋଷ ବ୍ୟୁରୋ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ୨୫% ଟାରିଫ ଏବଂ ରୁଷିଆରୁ ତୈଳ ଓ ସାମରିକ ସାମଗ୍ରୀ କ୍ରୟ ପାଇଁ ଅତିରିକ୍ତ ଦଣ୍ଡ ଲଗାଇବା ଧମକ ସତ୍ତ୍ୱେ, ଭାରତ ରୁଷିଆରୁ ତୈଳ ଆମଦାନୀ ଜାରି ରଖିବ ବୋଲି ଅଧିକାରୀମାନେ ସୂଚନା ଦେଇଛନ୍ତି।
ଏନେଇ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସୱାଲ କହିଛନ୍ତି, “ଭାରତର ଶକ୍ତି କ୍ରୟ ଜାତୀୟ ସ୍ୱାର୍ଥ ଓ ବଜାର ଶକ୍ତି ଉପରେ ନିର୍ଭର କରେ। ରୁଷିଆ ସହ ଆମର ସମ୍ପର୍କ ସ୍ଥିର ଓ ଦୀର୍ଘକାଳୀନ।” ୨୦୨୨ରେ ୟୁକ୍ରେନ ଯୁଦ୍ଧ ପରେ ରୁଷିଆ ରିହାତି ଦରରେ ତୈଳ ଯୋଗାଇଥିଲା। ଯାହା ବର୍ତ୍ତମାନ ଭାରତର ମୋଟ ତୈଳ ଆମଦାନୀର ୩୫-୪୦% ପୂରଣ କରୁଛି, ଯାହା ପୂର୍ବରୁ ମାତ୍ର ୦.୨% ଥିଲା।
ଟ୍ରମ୍ପ ଦାବି କରିଛନ୍ତି ଯେ ଭାରତ ରୁଷିଆରୁ ଶସ୍ତା ତୈଳ କିଣି ବଜାରରେ ବିକ୍ରି କରି ଲାଭ କରୁଛି, ଯାହା ୟୁକ୍ରେନ ଯୁଦ୍ଧକୁ ସମର୍ଥନ କରୁଛି। ସେ ଟ୍ରୁଥ ସୋସିଆଲରେ ଲେଖିଛନ୍ତି, “ଭାରତ ରୁଷିଆରୁ ବିପୁଳ ପରିମାଣରେ ତୈଳ କିଣୁଛି ଓ ଲାଭ କରୁଛି। କିନ୍ତୁ ୟୁକ୍ରେନରେ ଯୁଦ୍ଧ ଯନ୍ତ୍ରଣାକୁ ଖାତିର କରୁନାହିଁ।” ଭାରତ ଏହାକୁ ଅଯୌକ୍ତିକ ଯୁକ୍ତି କହିବା ସହ ଏହାର ଖଣ୍ଡନ କରିଛି।
ୟୁକ୍ରେନ୍ ସହ ଚାଲିଥିବା ଯୁଦ୍ଧ ବନ୍ଦ କରିବା ଲାଗି ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଉପରେ ଟ୍ରମ୍ପ ଚାପ ପକାଉଥିବା ବେଳେ ସେହି ଦେଶରୁ ତେଲ କିଣୁଥିବାରୁ ଭାରତକୁ ସେ ଟାର୍ଗେଟ୍ କରିବାକୁ ଭୁଲି ନାହାନ୍ତି। ରୁଷ୍ ସହ ସମ୍ପର୍କ ରଖିବା ଏବଂ ବ୍ରିକ୍ସରେ ଯୋଗଦେଇଥିବାରୁ ଗତ ସପ୍ତାହରେ ସେ ଭାରତକୁ କଡ଼ା ଭର୍ତ୍ସନା କରିଥିଲେ। ରୁଷ୍ ସହ ଭାରତର ସମ୍ପର୍କ ବହୁ ପୁରୁଣା ହୋଇଥିବା ବେଳେ ଆମେରିକା କେବେବି ଏଭଳି ଢଙ୍ଗରେ ଭାରତକୁ ଟାର୍ଗେଟ୍ କରିନଥିଲା। ଓଲଟା ତାହା ଏସିଆରେ ଚୀନ୍ର ଆଧିପତ୍ୟକୁ ଗୌଣ କରିବା ଲାଗି ଭାରତକୁ ବ୍ୟବହାର କରୁଥିଲା। କିନ୍ତୁ ଟ୍ରମ୍ପଙ୍କ ଅମଳରେ ଆମେରିକାର ସେହି ରଣନୀତି ବଦଳିଯାଇଛି।

