ନନ୍ଦିଘୋଷ ବ୍ୟୁରୋ: ସମ୍ବଲପୁରର ବୁର୍ଲା ଭୀମସାରରୁ ଡେଇଁ ରୋଗୀଙ୍କ ଆତ୍ମହତ୍ୟା ଉଦ୍ୟମ ଅଭିଯୋଗ। ପ୍ରଥମ ମହଲାରୁ ଜଣେ ରୋଗୀ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି। ଗୁରୁତର ଅବସ୍ଥାରେ ତାଙ୍କୁ ପୁଣି ଥରେ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ସେହି ରୋଗୀଙ୍କ ଘର ବରଗଡ଼ ଜିଲ୍ଲାରେ ବୋଲି ଜଣାପଡ଼ିଛି। ଭିମସାରରେ ସେ ଚିକିତ୍ସିତ ହେଉଥିଲେ। କାହିଁକି ବିଲଡିଂରୁ ଡେଇଁଲେ, କାରଣ ଅସ୍ପଷ୍ଟ। ପୋଲିସର ଛାନଭିନ୍ କରୁଛି ।
ମ୍ୟାଚ୍ ହାରିଲେ ବୋଲି ଗୁଣ୍ଡା ଡକାଇ ପିଟିଲେ…
ନନ୍ଦିଘୋଷ ବ୍ୟୁରୋ: କୁହାଯାଏ ଖେଳ ଅଛି ମାନେ ହାର୍ ଜିତ୍ ଲାଗି ରହିବ । ଯିଏ ଭଲ ଖେଳିବ ସିଏ ଜିତିବ । କିନ୍ତୁ ଖେଳରେ ହାରିଗଲେ ବୋଲି ବିଜୟୀ ଦଳକୁ ଗୁଣ୍ଡା ଲଗାଇ ପିଟିଲେ ହାରିଥିବା ଦଳର ଖେଳାଳି । ଗୁଣ୍ଡା ଲଗାଇ ବିଜୟୀ ଦଳର ଖେଳାଳିଙ୍କ ମାଡ଼ି ମାରିଥିବା ଅଭିଯୋଗ ହୋଇଛି । ବିହାରରୁ ଆସିଛି ଏଭଳି ଅଭିଯୋଗ । କୈମୁର ଜିଲ୍ଲାରେ ଏକ ଖେଳ ପ୍ରତିଯୋଗିତା ହେଉଥିଲା ।
ପୂରା ଘଟଣା ହେଉଛି ଯେ ବିହାର ଶିକ୍ଷା ବିଭାଗ ଦ୍ୱାରା କୈମୁରରେ ଏକ ମଶାଲ କ୍ରୀଡା ପ୍ରତିଯୋଗିତା ଆୟୋଜନ କରାଯାଉଛି। ଏହି ସମୟରେ, ଭାବୁଆର ପଟେଲ କଲେଜ ପଡ଼ିଆରେ ଏହି ପ୍ରତିଯୋଗିତା ଚାଲିଥିଲା। ପ୍ରତିଯୋଗିତାରେ କବାଡି ଖେଳାଯାଉଥିଲା। ମ୍ୟାଚ୍ ଦୁର୍ଗାବତୀ ଏବଂ ରାମପୁର ବ୍ଲକ ମଧ୍ୟରେ ଥିଲା। ଏହି ୧୬ ବର୍ଷରୁ କମ୍ କବାଡି ମ୍ୟାଚ୍ ରେ ହଙ୍ଗାମା ଆରମ୍ଭ ହୋଇଥିଲା। ରାମପୁର ବ୍ଲକର ଖେଳାଳିମାନେ ଅଭିଯୋଗ କରିଛନ୍ତି ଯେ ଦୁର୍ଗାବତୀ ବ୍ଲକର ଖେଳାଳିମାନେ ଜାଣିଶୁଣି ଫାଉଲ୍ ଖେଳୁଛନ୍ତି। ରାମପୁରର ଖେଳାଳିମାନେ ଆହତ ହୋଇଛନ୍ତି।
ଅଭିଯୋଗ ହୋଇଥିଲା ଯେ ରେଫରି ମଧ୍ୟ ଏହି ଫାଉଲକୁ ଅଣଦେଖା କରୁଥିଲେ। ଅଭିଯୋଗ ହୋଇଛି ଯେ ଏସବୁ କରିବା ପରେ ମଧ୍ୟ ଦୁର୍ଗାବତୀ ବ୍ଲକର ଖେଳାଳିମାନେ ମ୍ୟାଚ୍ ହାରିଗଲେ। ଏହା ପରେ, ରାମପୁର ବ୍ଲକର ଖେଳାଳିମାନେ ମ୍ୟାଚ୍ ଜିତି ଟେଣ୍ଟ ଆଡକୁ ଯିବା ଆରମ୍ଭ କଲେ, ଯେଉଁଠାରେ ସେମାନଙ୍କର ରହିବା ବ୍ୟବସ୍ଥା କରାଯାଇଥିଲା। କିନ୍ତୁ ସେମାନେ ସେଠାରେ ପହଞ୍ଚିବା ପୂର୍ବରୁ, ଦୁର୍ଗାବତୀ ବନ ବିଭାଗ କାର୍ଯ୍ୟାଳୟ ନିକଟରେ ସେହି ସ୍ଥାନର ଖେଳାଳି ଏବଂ ସେମାନଙ୍କ ଦ୍ୱାରା ଡକାଯାଇଥିବା ଗୁଣ୍ଡାମାନେ ସେମାନଙ୍କୁ ଘେରିଗଲେ। ଏହା ପରେ, ରାମପୁର ବ୍ଲକର ଖେଳାଳିମାନଙ୍କୁ ରାସ୍ତା ମଝିରେ ଗୋଡ଼ାଇ ଗୋଡ଼ାଇ ପିଟିଲେ।
ଅପହରଣର ୫୫ ଦିନ ପରେ ଉଦ୍ଧାର ହେଲେ ନାବାଳିକା
ନନ୍ଦିଘୋଷ ବ୍ୟୁରୋ: ଅପହରଣର ୫୫ ଦିନ ପରେ ଉଦ୍ଧାର ହେଲେ ନାବାଳିକା ଛାତ୍ରୀ। ଅପହରଣକାରୀଙ୍କୁ ଅନୁକମ୍ପା ଦେଖାଉଥିବା ଅଭିଯୋଗରେ ଏଏସଆଇ ନିଲମ୍ଵିତ। କୋର୍ଟରେ ବ୍ୟକ୍ତିଗତ ହାଜିରା ନିର୍ଦ୍ଦେଶ ପରେ ଏଏସଆଇଙ୍କୁ ନିଲମ୍ଵିତ କରାଯାଇଛି। ଏହି ଘଟଣା ହେଉଛି ଭଦ୍ରକ ଜିଲ୍ଲା ଧାମନଗର ଥାନାର । ଅଭିଯୋଗ ଅନୁସାରେ କାଙ୍କରାର ନାବାଳିକା ଛାତ୍ରୀକୁ ତାଳପଦା ଗାଁର ଜଣେ ଯୁବକ ଜୁନ ୧୭ ତାରିଖରେ ଅପହରଣ କରିନଇଥିଲେ। ଏଥିରେ ସେହି ଯୁବକର ଦୁଇ ଯୁବକ ବି ସାମିଲ ଥିଲେ। ଅପହରଣ ନେଇ ଧାମନଗର ଥାନାରେ ଅଭିଯୋଗ କରିଥିଲେ ପରିବାର। ଏହାର ତଦନ୍ତ ଦାୟିତ୍ଵ ଏଏସଆଇ ନେପାଳ ସାହାଙ୍କୁ ଦିଆଯାଇଥିଲା।
ଛାତ୍ରୀ କି ଅପହରଣକାରୀଙ୍କୁ ଠାବ କରିପାରିନଥିଲେ ସଂପୃକ୍ତ ପୋଲିସ ଅଧିକାରୀ। ୫୫ ଦିନ ପରେ ଧାମନଗର ପୁଲିସ ଏକ ସ୍ବତନ୍ତ୍ର ସ୍କ୍ୱାର୍ଡ କରି ଗତ ୧୧ ତାରିଖ ବିଳମ୍ୱିତ ରାତିରେ କେନ୍ଦୁଝର ଜିଲାର ଏକ ଭଡାଘରୁ ନାବାଳିକା ଛାତ୍ରୀକୁ ଉଦ୍ଧାର କରିଥିଲେ । ନାବାଳିକାକୁ ଡାକ୍ତର ମାଇନା କରିବା ପରେ ଭଦ୍ରକ ଆସିଆନାରେ ରଖା ଯାଇଛି । ଖୋଜିବାରେ ବିଳମ୍ୱ ନେଇ ପରିବାର ହାଇକୋର୍ଟକୁ ଯାଇଥିଲେ। ଧାମନଗର ଥାନା ଆଇଆଇସି ଓ ତଦନ୍ତକାରୀ ଅଧିକାରୀଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହି ଘଟଣା ପରେ ତଦନ୍ତକାରୀ ଅଧିକାରୀ ଏଏସଆଇଙ୍କୁ ଭଦ୍ରକ ଏସପି ନିଲମ୍ଵିତ କରିଛନ୍ତି।
ଟ୍ରକ ଓ ପିକଅପ୍ ମଧ୍ୟରେ ଧକ୍କା: ଚାଲିଗଲା ୧୧ ଜୀବନ
ନନ୍ଦିଘୋଷ ବ୍ୟୁରୋ: ରାଜସ୍ଥାନର ଦୌସା ନିକଟରେ ବଡ଼ ଦୁର୍ଘଟଣା। ଟ୍ରକ ଓ ପିକଅପ୍ ମଧ୍ୟରେ ଧକ୍କା ହେବାରୁ ୧୧ ଜଣଙ୍କ ମୃତ୍ୟୁ ହୋଇଛି। ୧୫ରୁ ଅଧିକ ଲୋକ ଆହତ ହୋଇଛନ୍ତି। ମୃତାହତମାନେ ଉତ୍ତର ପ୍ରଦେଶର ଇଟାୱା ଜିଲ୍ଲାର ହୋଇଥିବା ସୂଚନା ମିଳିଛି। ତୀର୍ଥଯାତ୍ରାରୁ ଫେରୁଥିବା ବେଳେ ଘଟିଛି ଏହି ଦୁର୍ଘଟଣା। ସୂଚନା ଅନୁସାରେ ଖଟୁ ଶ୍ୟାମଜୀ ମନ୍ଦିରରୁ ସେମାନେ ଫେରୁଥିଲେ। ମୃତକଙ୍କ ମଧ୍ୟରେ ଅଛନ୍ତି ସାତ ଜଣ ଶିଶୁ ଏବଂ ତିନି ଜଣ ମହିଳା। ଭୋର ପ୍ରାୟ ସାଢ଼େ ୩ଟା ସମୟରେ ଏହି ଘଟଣା ଘଟିଥିଲା। ୯ ଜଣଙ୍କୁ ଚିକିତ୍ସା ପାଇଁ ରେଫର କରାଯାଇଛି ଏବଂ ତିନି ଜଣଙ୍କୁ ଜିଲ୍ଲା ହସ୍ପିଟାଲରେ ଚିକିତ୍ସା କରାଯାଉଛି। ଦୁର୍ଘଟଣା ଖବର ପାଇବା ସାଙ୍ଗେ ସାଙ୍ଗେ ସେଠାରେ ପହଞ୍ଚିଥିଲେ ପ୍ରାଶାସନିକ ଅଧିକାରୀ। ଆହତମାନଙ୍କୁ ଜରୁରୀକାଳୀନ ଚିକିତ୍ସା ଯୋଗାଇବା ଏବଂ ପରିବହନ କରିବା ପାଇଁ ଆମ୍ବୁଲାନ୍ସ, ପୋଲିସ ଦଳ ଏବଂ ଡାକ୍ତରୀ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଗୁରୁତର ଆହତମାନଙ୍କୁ ଉନ୍ନତ ଚିକିତ୍ସା ପାଇଁ ଜୟପୁରର ସୱାଇ ମାନ ସିଂହ ହସ୍ପିଟାଲ (SMS)କୁ ପଠାଯାଇଥିଲା।

