spot_img
Home Blog Page 474

ଉପାନ୍ତ ଅଞ୍ଚଳରେ ବନ୍ଦ ହୋଇଯାଇଛି ବାୟୁ ସ୍ୱାସ୍ଥ୍ୟସେବା, ରୋଗୀ ଭୋଗୁଛନ୍ତି ସମସ୍ୟା

ନନ୍ଦିଘୋଷ ବ୍ୟୁରୋ : ବନ୍ଦ ହୋଇଯାଇଛି ବାୟୁ ସ୍ୱାସ୍ଥ୍ୟସେବା । ରୋଗୀ ଭୋଗୁଛନ୍ତି ସମସ୍ୟା । ଜରୁରୀ ଚିକତ୍ସା ପାଇଁ ଭୁବନେଶ୍ବର କିମ୍ବା ବାହାର ରାଜ୍ୟକୁ ଯିବାକୁ ବାଧ୍ୟ ହେଉଛନ୍ତି ଲୋକ । ବିଗତ ଦିନରେ ରାଜ୍ୟର ପୂର୍ବତନ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ପଛୁଆ ଜିଲ୍ଲା ମାଲକାନଗିରିରେ ଲୋକଙ୍କୁ ଉନ୍ନତ ମାନର ସ୍ବାସ୍ଥ୍ୟସେବା ଯୋଗାଇବା ପାଇଁ ଆରମ୍ଭ କରିଥିଲେ ବାୟୁ ସ୍ୱାସ୍ଥ୍ୟ ସେବା। ଏହି ଯୋଜନା ଦ୍ଵାରା ମାଲକାନଗିରି ଜିଲ୍ଲା ଓ ଏହାର ଆଖପାଖ ଅଞ୍ଚଳର ଗୁରୁତର ରୋଗୀଙ୍କୁ ଜିଲ୍ଲା ସଦରରେ ହିଁ ମିଳୁଥିଲା ଉତ୍ତମ ମାନର ସ୍ୱାସ୍ଥ୍ୟ ସେବା। ସହ ସହ ରୋଗୀଙ୍କ ପାଇଁ ଏହା ବରଦାନ ପାଲଟି ଥିବା ବେଳେ ଏହି ସେବା ବର୍ତ୍ତମାନ ବନ୍ଦ ହୋଇ ଯାଇଛି। ଯାହାକୁ ନୂଆ ସରକାର ଆରମ୍ଭ କରିବା ଦିଗରେ ପଦକ୍ଷେପ ନେଉନଥିବା ଅଭିଯୋଗ ହୋଇଛି ।

ଗତ ୨୦୨୧ମସିହାରେ ନବୀନ ପଟ୍ଟନାୟକଙ୍କ ସରକାର ଆରମ୍ଭ କରିଥିଲେ ବାୟୁ ସ୍ବାସ୍ଥ୍ୟସେବା। ଏହା ଗତ ୨୦୨୩ ମସିହା ଶେଷ ଆଡକୁ ବନ୍ଦ ହୋଇଯାଇଥିବା ବେଳେ ଆଉ ଏହି ସେବା ଆରମ୍ଭ ହୋଇ ପାରିନାହିଁ । ଏହି ଯୋଜନାରେ ବିଶେଷଜ୍ଞ ଡାକ୍ତର ମାନେ ସ୍ୱତନ୍ତ୍ର ବିମାନ ଯୋଗେ ଜିଲ୍ଲାକୁ ଅନେକ ଥର ଆସି ରୋଗୀଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇଥିଲେ । ୫୪୧ ଜଣ ରୋଗୀ ଏହି ଯୋଜନାର ସ୍ଫୁଆଲ ପାଇଥିଲେ । ତେବେ ଏହା ପରଠାରୁ ନା ଆସୁଛନ୍ତି ବିଶେଷଜ୍ଞ ଡାକ୍ତର ନା ଗୁରୁତର ରୋଗୀଙ୍କୁ ମିଳି ପାରୁଛି ଉଚ୍ଚତମ ଚିକିତ୍ସା ସେବା। ସେପଟେ ଯୋଜନା ପୁନଃ ଆରମ୍ଭ ପାଇଁ ଯୋଜନା ଚାଲିଥିବା କହିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ।

କଂଗ୍ରେସର ଭୋଟ ଅଧିକାର ଯାତ୍ରା : ବିହାର ନିର୍ବାଚନ ଲାଗି ଅଣ୍ଟାଭିଡ଼ିଲା କଂଗ୍ରେସ

ନନ୍ଦିଘୋଷ ବ୍ୟୁରୋ : ବିହାରରେ ଆଜିଠାରୁ ଆରମ୍ଭ ହେଲା ଭୋଟ ଅଧିକାର ଯାତ୍ରା। ରୋହତାସ ଜିଲ୍ଲାରୁ ଆଜିଠାରୁ ଆରମ୍ଭ ହୋଇଛି କଂଗ୍ରେସର ଭୋଟ ଅଧିକାର ଯାତ୍ରା। ରାଜ୍ୟରେ ଭୋଟ ଚୋରି ହେଉଥିବା ଅଭିଯୋଗ କରି କଂଗ୍ରେସ ଆରମ୍ଭ କରିଛି ଏହି ଯାତ୍ରା। ରାଜ୍ୟରେ ଚାଲିଥିବା ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନକୁ ବିରୋଧ କରି ରାଜରାସ୍ତାକୁ ଓହ୍ଲାଇଛି କଂଗ୍ରେସ। ଏହି ଅଭିଯାନରେ ସାମିଲ ହୋଇଛନ୍ତି ବିରୋଧୀ ଦଳ ନେତା ରାହୁଲ ଗାନ୍ଧି। ୧୬ ଦିନ ଧରି ଚାଲିବ ଏହି ଯାତ୍ରା। ବିହାରର ୨୩ ଜିଲ୍ଲା ଦେଇ ଏହି ଯାତ୍ରା ଯିବ। ୫୦ ବିଧାନସଭା ନିର୍ବାଚନଣ୍ଡଳୀ ଏବଂ ଏକାଧିକ ଲୋକସଭା ନିର୍ବାଚମଣ୍ଡଳୀ ଦେଇ ଏହି ଯାତ୍ରା ଯିବ। ଭୋଟ ଚୋରି ଅଭିଯାନକୁ ଏକ ଜନ ଆନ୍ଦୋଳନରେ ପରିଣତ କରିବା ଲାଗି କଂଗ୍ରେସ ଲକ୍ଷ୍ୟ ରଖିଛି । ପୂର୍ବର ଭାରତ ଯୋଡ଼ ଯାତ୍ରା ଯେଉଁ ରୁଟରେ ଯାଇଥିଲା ସେହି ରୁଟରେ ଭୋଟ ଚୋରି ବିରୋଧରେ ଭୋଟ ଅଧିକାର ଯାତ୍ରା। ଆସନ୍ତା ସେପ୍ଟେମ୍ବର ୧୧ରେ ଏହି ଅଧିକାର ଯାତ୍ରା ଶେଷ ହେବା ପରେ ଗାନ୍ଧି ମଇଦାନରେ ସେହିଦିନ କରାଯିବ ମେଗା ରାଲି। ଗତ ଅଗଷ୍ଟ ୧୪ରେ ରାଜ୍ୟର ବିଭିନ୍ନ ସ୍ଥାନରେ ପାଳିତ ହୋଇଥିଲା ଲୋକତନ୍ତ୍ର ବଚାଓ ମଶାଲ ରାଲି।

ବଳଙ୍ଗା ପୀଡ଼ିତାଙ୍କ ଏକ ଭିଡିଓ ଭାଇରାଲ ଘଟଣା : ଚାଲିଛି ଭିଡିଓର ସତ୍ୟାସତ୍ୟ ଯାଞ୍ଚ

ନନ୍ଦିଘୋଷ ବ୍ୟୁରୋ : ‘ମୋତେ ୩ ଜଣ ଉଠାଇନେଲେ। ମୁହଁରେ ରୁମାଲ ବାନ୍ଧି ଗାଡ଼ିରେ ଉଠାଇନେଲେ। ଆଉ ବନ୍ଧ କଡ଼କୁ ନେଇ ମୋ ଦେହରେ କିରୋସିନି ଢାଳି ନିଆଁ ଲଗାଇଦେଲେ।’ ଏ ହେଉଛି ମୃତ୍ୟୁ ପୂର୍ବରୁ ବଳଙ୍ଗା ପୀଡ଼ିତା ଦେଇଥିବା ବୟାନର ଭିଡିଓ। ଦିଲ୍ଲୀର ଏମସରେ ଚିକିତ୍ସାଧୀନ ଅବସ୍ଥାରେ ବଳଙ୍ଗା ପୀଡ଼ିତା ଦେଉଥିବା ବୟାନର ଏହି ଭିଡିଓ ଏବେ ଭାଇରାଲ ହୋଇଛି।

ବଳଙ୍ଗା ପୀଡ଼ିତାଙ୍କ ଭିଡିଓ ଭାଇରାଲ ଘଟଣା ନେଇ  ପ୍ରତିକ୍ରିୟା ରଖିଛନ୍ତି ପୁରୀ ଏସପି ପିନାକ ମିଶ୍ର। ଭିଡିଓର ସତ୍ୟାସତ୍ୟ ଯାଞ୍ଚ ସହ ଏହି ଭିଡିଓ ଭାଇରାଲ କରିଥିବା ବ୍ୟକ୍ତିଙ୍କ ବିରୋଧରେ ତଦନ୍ତ ପାଇଁ ସାଇବର ଟିମର ସହଯୋଗ ନିଆଯିବ। ଏହି ଘଟଣାର ତଦନ୍ତ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆଇନ ଅନୁଯାୟୀ ମଜିଷ୍ଟ୍ରେଟଙ୍କ ଆଗରେ ପୀଡ଼ିତାଙ୍କ ବୟାନ ରେକର୍ଡ କରାଯାଇଛି। ଏ ସମ୍ପର୍କରେ ପୀଡ଼ିତାଙ୍କ ପରିବାର ଓ ସମ୍ପର୍କୀୟଙ୍କୁ ମଧ୍ୟ ଅବଗତ କରାଯାଇଛି। କିଛି ଫରେନସିକ୍ ରିପୋର୍ଟକୁ ଅପେକ୍ଷା କରାଯାଇଛି। ଘଟଣାର ତଦନ୍ତ ପରେ ସମସ୍ତ ତଥ୍ୟ କୋର୍ଟଙ୍କୁ ପ୍ରଦାନ କରାଯିବ। ପୀଡ଼ିତା ନାବାଳିକା ହୋଇଥିବାରୁ ତାଙ୍କର ନାଁ କିମ୍ବା ଭିଡିଓ ଭାଇରାଲ୍ ହୋଇ ପାରିବ ନାହିଁ। ଏହା ଜୁଭେନାଇଲ ଜଷ୍ଟିସ ଆକ୍ଟ ୭୪ ଧାରାର ଉଲ୍ଲଂଘନ ବୋଲି କହିଛନ୍ତି ପୁରୀ ଏସପି।

ନୋବେଲ ସମ୍ମାନ ନମିଳିଲେ,ନରୱେ ଉପରେ ଟାରିଫ୍ ଲଗାଇବାକୁ ଟ୍ରମ୍ପ ଦେଲେ ଧମକ

ନନ୍ଦିଘୋଷ ବ୍ୟୁରୋ : ନୋବେଲ ସମ୍ମାନ ପାଇଁ ଟ୍ରମ୍ପ ବାଉଳା ।  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନୋବେଲ ପୁରସ୍କାର ପାଇଁ ଏତେ ବ୍ୟାକୁଳ ହୋଇଯାଇଛନ୍ତି ଯେ ସେ ନରୱେର ଅର୍ଥମନ୍ତ୍ରୀଙ୍କୁ ଫୋନ୍ ମାଧ୍ୟମରେ ଧମକ ଦେଇଛନ୍ତି। ନରୱେର ବ୍ୟବସାୟିକ ଖବରକାଗଜ ଡାଗେନ୍ସ ନରିଙ୍ଗସ୍ଲିଭ୍ ଗୁରୁବାର ରିପୋର୍ଟ କରିଛି ଯେ ଡୋନାଲ୍ଡ ଟ୍ରମ୍ପ ଦେଶର ଅର୍ଥମନ୍ତ୍ରୀଙ୍କୁ ଫୋନ୍ ମାଧ୍ୟମରେ ଧମକ ଦେଇଛନ୍ତି ଯେ ଯଦି ତାଙ୍କୁ ନୋବେଲ ପୁରସ୍କାର ପ୍ରଦାନ କରାନଯାଏ, ତେବେ ସେ ନରୱେ ଉପରେ ଭାରୀ ଟିକସ ଲଗାଇବେ। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗତ ମାସରେ ନରୱେର ଅର୍ଥମନ୍ତ୍ରୀଙ୍କୁ ଟ୍ୟାରିଫ୍ ବିଷୟରେ ଆଲୋଚନା କରିବାକୁ ଫୋନ୍ କରିଥିଲେ। ଏହି ସମୟରେ ସେ ନୋବେଲ ଶାନ୍ତି ପୁରସ୍କାର ଚାହାଁନ୍ତି ବୋଲି ମଧ୍ୟ କହିଥିଲେ ।

ଆପଣଙ୍କୁ କହି ରଖୁଛୁ ଯେ ଇସ୍ରାଏଲ, ପାକିସ୍ତାନ ଏବଂ କାମ୍ବୋଡିଆ ସମେତ କିଛି ଦେଶ ଶାନ୍ତି ଚୁକ୍ତି ଏବଂ ଯୁଦ୍ଧବିରତି ଆଣିବା ପାଇଁ ଡୋନାଲ୍ଡ ଟ୍ରମ୍ପଙ୍କୁ ନୋବେଲ ପୁରସ୍କାର ପାଇଁ ମନୋନୀତ କରିଛନ୍ତି। ଯାହା ବିଷୟରେ ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ “ସେ ନରୱେ ଦ୍ୱାରା ପ୍ରଦତ୍ତ ସମ୍ମାନର ଯୋଗ୍ୟ, ଯାହା ହ୍ୱାଇଟ୍ ହାଉସରେ ତାଙ୍କ ଚାରି ପୂର୍ବବର୍ତ୍ତୀ ବ୍ୟକ୍ତିଙ୍କୁ ଦିଆଯାଇଥିଲା।”

ନରୱେର ଅର୍ଥମନ୍ତ୍ରୀଙ୍କୁ ଡୋନାଲ୍ଡ ଟ୍ରମ୍ପଙ୍କ ଧମକ:
ନରୱେରର ଏକ ଖବରକାଗଜର ରିପୋର୍ଟ ଅନୁଯାୟୀ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନରୱେର ଅର୍ଥମନ୍ତ୍ରୀଙ୍କୁ ଫୋନ୍ କରି ସିଧାସଳଖ କହିଥିଲେ ଯେ ସେ ନୋବେଲ ଶାନ୍ତି ପୁରସ୍କାର ଚାହାଁନ୍ତି। ଏହି ଫୋନ୍ ସେତେବେଳେ ଆସିଥିଲା ଯେତେବେଳେ ଅର୍ଥମନ୍ତ୍ରୀ ଜେନ୍ସ ଷ୍ଟୋଲଟେନବର୍ଗ ଓସଲୋର ରାସ୍ତାରେ ବୁଲୁଥିଲେ।  ରିପୋର୍ଟ ଅନୁଯାୟୀ, ଡୋନାଲ୍ଡ ଟ୍ରମ୍ପ ଟାରିଫ୍ କୁ ଆଲୋଚନାର ବିଷୟ କରିଥିଲେ ଏବଂ ଏହି ସମୟରେ ସେ ନୋବେଲ୍ ପୁରସ୍କାର ବିଷୟରେ ଧମକ ଦେଇଥିଲେ। ଏହି ସମୟରେ ଆମେରିକା ଏବଂ ନରୱେ ମଧ୍ୟରେ ଟାରିଫ୍ ଏବଂ ଆର୍ଥିକ ସହଯୋଗ ବିଷୟରେ ଆଲୋଚନା ଚାଲିଥିଲା। କିନ୍ତୁ ହଠାତ୍ ଟ୍ରମ୍ପ ବିଷୟବସ୍ତୁ ବଦଳାଇ ନୋବେଲ ଶାନ୍ତି ପୁରସ୍କାର ପାଇଁ ନିଜର ଇଚ୍ଛା ପ୍ରକାଶ କରିବା ଆରମ୍ଭ କଲେ। ରିପୋର୍ଟରେ କୁହାଯାଇଛି ଯେ ଏହା ପ୍ରଥମ ଥର ନୁହେଁ ଯେତେବେଳେ ସେ ନରୱେର ମନ୍ତ୍ରୀଙ୍କ ସହ କଥାବାର୍ତ୍ତା ସମୟରେ ନୋବେଲର କଥାବାର୍ତ୍ତା କରିଛନ୍ତି।

ପୂର୍ବରୁ, ହ୍ୱାଇଟ୍ ହାଉସ୍ ସମ୍ପ୍ରତି ନରୱେରୁ ଆମଦାନୀ ଉପରେ 15% ଶୁଳ୍କ ଘୋଷଣା କରିଥିଲା, ଯାହା ଉପରେ ଦୁଇ ଦେଶ ମଧ୍ୟରେ ଆଲୋଚନା ଚାଲିଛି। ଟ୍ରମ୍ପ ପୂର୍ବରୁ ସାର୍ବଜନୀନ ଭାବରେ କହିଛନ୍ତି ଯେ ସେ ମଧ୍ୟପ୍ରାଚ୍ୟ, ଭାରତ-ପାକିସ୍ତାନ ଏବଂ କାମ୍ବୋଡିଆ ଭଳି ଦେଶରେ ଶାନ୍ତି ଚୁକ୍ତିନାମା କିମ୍ବା ଯୁଦ୍ଧବିରତି ଆଣିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି, ତେଣୁ ସେ ନୋବେଲ ପୁରସ୍କାର ପାଇବାକୁ ଯୋଗ୍ୟ। ତାଙ୍କ ସମର୍ଥକମାନେ ମଧ୍ୟ ଅନେକ ଦେଶରୁ ତାଙ୍କର ମନୋନୟନ କରାଇଛନ୍ତି। ଟ୍ରମ୍ପ ପ୍ରାୟତଃ ଯୁକ୍ତି ଦେଇ ଆସୁଛନ୍ତି ଯେ ଚାରି ଜଣ ଆମେରିକା ରାଷ୍ଟ୍ରପତି ନୋବେଲ ପୁରସ୍କାର ପାଇଛନ୍ତି, ତେଣୁ ତାଙ୍କୁ ମଧ୍ୟ ଏହା ମିଳିବା ଉଚିତ। ଆପଣଙ୍କୁ କହି ରଖୁଛୁ ଯେ ନୋବେଲ ପୁରସ୍କାର କେବଳ ନରୱେରୁ ଦିଆଯାଏ, କିନ୍ତୁ ଏକ କମିଟି ଏହି ପୁରସ୍କାର କିଏ ପାଇବ ତାହା ଚୟନ କରେ।

ଆମ ପାଇଁ ସମସ୍ତେ ସମାନ, ରାହୁଲଙ୍କ ସହ ବିରୋଧୀ ଦଳଙ୍କୁ ନିର୍ବାଚନ ଆୟୋଗଙ୍କ ଉତ୍ତର

ନନ୍ଦିଘୋଷ ବ୍ୟୁରୋ  : ବିହାରରେ ଭୋଟର ଲିଷ୍ଟର SIR ଆରମ୍ଭ ହେବା ପରେ ଲଗାତାର କଂଗ୍ରେସ ନେତା ରାହୁଲ ଗାନ୍ଧି ଏବଂ ଆରଜେଡି ନେତା ତେଜସ୍ୱୀ ଯାଦବଙ୍କ ସମେତ ସମସ୍ତ ବିରୋଧୀ ଦଳ ନିର୍ବାଚନ କମିଶନଙ୍କୁ ନିରନ୍ତର ବିରୋଧ  କରି ଆସୁଛନ୍ତି। ଭୋଟ ଚୋରି ଏବଂ ଭୋଟର ତାଲିକାରେ ଅନିୟମିତତା ଭଳି ଅଭିଯୋଗର ସମ୍ମୁଖୀନ ହେଉଥିବା ନିର୍ବାଚନ କମିଶନ ସମସ୍ତ ଅଭିଯୋଗର ଏକ ବ୍ୟବସ୍ଥିତ ଉତ୍ତର ଦେଇଛନ୍ତି।

ନିର୍ବାଚନ କମିଶନର କହିଛନ୍ତି, ମୁଁ ସ୍ପଷ୍ଟ କରିବାକୁ ଚାହୁଁଛି ଯେ ନିର୍ବାଚନ କମିଶନ ପାଇଁ କୌଣସି ଦଳ ନାହିଁ, ବିରୋଧୀ ନାହାନ୍ତି, କମିଶନ ପାଇଁ ସମସ୍ତେ ସମାନ। ସେ ଯେଉଁ ଦଳ ହେଉନା କାହିଁକି, ନିର୍ବାଚନ କମିଶନ ତାର ସାମ୍ବିଧାନିକ କର୍ତ୍ତବ୍ୟରୁ ପଛକୁ ହଟିବ ନାହିଁ।

ସେ ଆହୁରି କହିଛନ୍ତି ଯେ, ଗତ ଦୁଇ ଦଶନ୍ଧି ଧରି ପ୍ରାୟ ସମସ୍ତ ରାଜନୈତିକ ଦଳ ଭୋଟର ତାଲିକାରେ ଉନ୍ନତି ପାଇଁ ଦାବି କରିଆସୁଛନ୍ତି। ଏହି ଦାବି ପୂରଣ କରିବା ପାଇଁ, ନିର୍ବାଚନ କମିଶନ ବିହାରରୁ ଏସଆଇଆର୍ ଆରମ୍ଭ କରିଛନ୍ତି। ଏସଆଇଆର୍ ପ୍ରକ୍ରିୟାରେ, ସମସ୍ତ ଭୋଟର, ବୁଥ୍ ସ୍ତରୀୟ ଅଧିକାରୀ ଏବଂ ସମସ୍ତ ରାଜନୈତିକ ଦଳ ଦ୍ୱାରା ମନୋନୀତ ୧.୬ ଲକ୍ଷ ବିଏଲଓ ମିଶି ଏକ ଡ୍ରାଫ୍ଟ ତାଲିକା ପ୍ରସ୍ତୁତ କରିଥିଲେ। ଏହି କପି ସମସ୍ତଙ୍କୁ ଦିଆଯାଇଛି। ଏହି ତାଲିକା ସମସ୍ତ ରାଜନୈତିକ ଦଳ ଦ୍ୱାରା ଦସ୍ତଖତ ସହିତ ଯାଞ୍ଚ କରାଯାଇଥିଲା।

ତାଲିକାରୁ ତ୍ରୁଟି ଦୂର କରିବା ପାଇଁ ସମସ୍ତ ଭୋଟର ଏବଂ ରାଜନୈତିକ ଦଳ ସେମାନଙ୍କର ମୂଲ୍ୟବାନ ଅବଦାନ ଦେଉଛନ୍ତି। ଭୋଟରମାନେ ନିଜେ ଏପରି ୨୮,୩୭୦ ଆପତ୍ତି ଦାଖଲ କରିଛନ୍ତି। ତେବେ  ନିର୍ବାଚନ ଆୟୋଗ କହିଛନ୍ତି ଯେ, ବିହାରର SIRରେ ତ୍ରୁଟି ଦୂର କରିବାର ସମୟ ରହିଛି ୧ ଅଗଷ୍ଟରୁ ୧ ସେପ୍ଟେମ୍ବର ପର୍ଯ୍ୟନ୍ତ। ଏଥିପାଇଁ ଆହୁରି ୧୫ ଦିନ ବାକି ଅଛି। ନିର୍ବାଚନ କମିଶନ ସମସ୍ତ ରାଜନୈତିକ ଦଳ, ବୁଥ୍ ସ୍ତରୀୟ ଏଜେଣ୍ଟ ଏବଂ ସମସ୍ତ ରାଜନୈତିକ ଦଳକୁ ଭୋଟର ତାଲିକାରେ କୌଣସି ତ୍ରୁଟି ବିଷୟରେ ନିର୍ବାଚନ କମିଶନଙ୍କୁ ଜଣାଇବାକୁ ଅନୁରୋଧ କରିଛନ୍ତି।

 

ରାୟଗଡା ଏବଂ କଳାହାଣ୍ଡିରେ ମୌସୁମୀ ଋତୁରେ ସ୍ୱାସ୍ଥ୍ୟସେବାକୁ ସୁଦୃଢ଼ କରିଛି ବେଦାନ୍ତ ଆଲୁମିନିୟମ

ନନ୍ଦିଘୋଷ ବ୍ୟୁରୋ: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ, ଓଡ଼ିଶାର ରାୟଗଡା ଏବଂ କଳାହାଣ୍ଡି ଜିଲ୍ଲାରେ ମୌସୁମୀ ଋତୁରେ ଗୋଷ୍ଠି ସ୍ୱାସ୍ଥ୍ୟ ସେବାକୁ ସୁଦୃଢ଼ କରିବାପାଇଁ ଏକ ଶୃଙ୍ଖଳା ଆରମ୍ଭ କରିଛି। ଏହି ପ୍ରୟାସ ଗୁଡ଼ିକ ଅଧୀନରେ କମ୍ପାନୀର ଭ୍ରାମ୍ୟମାଣ ହେଲଥ ୟୁନିଟ୍ (ଏମଏଚୟୁ) କାର୍ଯ୍ୟକାରୀ କରାଯାଉଛି। ୧୫୦୦ରୁ ଅଧିକ ସମ୍ପ୍ରଦାୟ ସଦସ୍ୟ ମାଗଣା ମ୍ୟାଲେରିଆପରୀକ୍ଷା, ଲକ୍ଷଣ ଚିହ୍ନଟ ପାଇଁ ମାର୍ଗଦର୍ଶନ ଏବଂ ପରିମଳ, ମଶାରୀ ବ୍ୟବହାର ଏବଂ ପାନୀୟଜଳ ସମସ୍ୟା ଦୂର କରିବା ଭଳି ପ୍ରତିଷେଧକ ପଦକ୍ଷେପ ଗ୍ରହଣ କରିଛନ୍ତି। ଋତୁକାଳୀନ ରୋଗ ପ୍ରକୋପ ରୋକିବା ପାଇଁ ଏଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ପାଞ୍ଚଟି ଗ୍ରାମର ୮୦ଜଣ ସ୍ୱୟଂସହାୟକଗୋଷ୍ଠୀ (ଏସଏଚଜି) ମହିଳାଙ୍କ ସହିତ ଏକ ପ୍ରସ୍ତୁତି ଅଧିବେଶନ ମଧ୍ୟଅ ନୁଷ୍ଠିତହୋଇଥିଲା, ଯେଉଁଥିରେ ପରିବାରର ପରିଚ୍ଛନ୍ନତା, ନିରାପଦ ପାନୀୟ ଜଳର ଉପଲବ୍ଧତା,  ସାପକାମୁଡ଼ା ରୋକିବା ପାଇଁ ସତର୍କତାମୂଳକ ପଦକ୍ଷେପ ଏବଂ ସମୟୋଚିତ ଚିକିତ୍ସା ପାଇଁ ଜରୁରୀ ପ୍ରଥମ ପ୍ରତିକ୍ରିୟା ପଦକ୍ଷେପ ଅନ୍ତର୍ଭୁକ୍ତ କରାଯାଇଥିଲା, ଅଂଶଗ୍ରହଣକାରୀମାନଙ୍କୁ ବର୍ଷା ସମୟରେ ପରିବାରକୁ ସୁରକ୍ଷା ଦେବା ପାଇଁ କାର୍ଯ୍ୟକ୍ଷମ ଜ୍ଞାନ ସହିତ ସଶକ୍ତ କରାଯାଇଥିଲା।

ରାୟଗଡା ଏବଂ କଳାହାଣ୍ଡି ଜିଲ୍ଲାର ୩୫ରୁ ଅଧିକ ଦୁର୍ଗମ ଗ୍ରାମର ୨୦,୦୦୦ରୁ ଅଧିକ ବାସିନ୍ଦାଙ୍କୁ ବେଦାନ୍ତ ଆଲୁମିନିୟମ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଇ ଦେଇଛି । ଗତ ଦୁଇବର୍ଷ ମଧ୍ୟରେ ୨,୦୦୦ରୁ ଅଧିକ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଆୟୋଜନ କରାଯାଇଛି, ଯାହା ଅନୁନ୍ନତ ଅଞ୍ଚଳଗୁଡ଼ିକରେ ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟସେବା ବ୍ୟବଧାନକୁ ପୂରଣ କରିଛି। ପ୍ରତ୍ୟେକ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ୟୁନିଟ୍ ହେଉଛି ଏକ ସମ୍ପୂର୍ଣ୍ଣ ସଜ୍ଜିତ ମେଡିକାଲ୍ଭ୍ୟାନ୍, ଯେଉଁଥିରେ ଜଣେ ଡାକ୍ତର, ନର୍ସ, ଲ୍ୟାବ୍ଟେକ୍ନିସିଆନ୍ ଏବଂ ଫାର୍ମାସିଷ୍ଟ ଅଛନ୍ତି, ଯାହା ଯାଞ୍ଚ, ସ୍କ୍ରିନିଂ, ରକ୍ତଶର୍କରା ପରୀକ୍ଷା, ଅତ୍ୟାବଶ୍ୟକ ଔଷଧ ବଣ୍ଟନ ଏବଂ ପ୍ରତିରୋଧକ ଯତ୍ନ ଉପରେ କେନ୍ଦ୍ରିତ ନିୟମିତ ସଚେତନତା ଅଧିବେଶନ ପ୍ରଦାନ କରେ।

ବେଦାନ୍ତ ଆଲୁମିନିୟମର ସିଇଓରାଜୀବ କୁମାର କହିଛନ୍ତି, “ବେଦାନ୍ତ ଆଲୁମିନିୟମରେ, ଆମେ ସକ୍ରିୟ ସ୍ୱାସ୍ଥ୍ୟ ହସ୍ତକ୍ଷେପ ପାଇଁ ପ୍ରତିବଦ୍ଧ। ଆମର ପଦକ୍ଷେପଗୁଡ଼ିକ ଋତୁକାଳୀନ ଚ୍ୟାଲେଞ୍ଜକୁ ମୁକାବିଲା କରିବା ବ୍ୟତୀତ, ଦୀର୍ଘକାଳୀନ କଲ୍ୟାଣକୁ ସୁଦୃଢ଼ କରିବା, ସଚେତନତା ବୃଦ୍ଧି କରିବା ଏବଂ ସମସ୍ତଙ୍କ ପାଇଁ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ସୁନିଶ୍ଚିତ କରିବା ଉପରେ ଧ୍ୟାନ ଦେଇଥାଏ । ଆମର ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ୟୁନିଟ ମାଧ୍ୟମରେ, ଆମେ ସୁଗମ ସ୍ୱାସ୍ଥ୍ୟସେବା ଆଣୁଛୁ ଏବଂ ସୁସ୍ଥ ସମ୍ପ୍ରଦାୟ ଗଠନରେ ସାହାଯ୍ୟକରିବା ପାଇଁ ନିୟମିତ ସଚେତନତା ଅଧିବେଶନ ଚଲାଇଥାଉ।”

ସଦସ୍ୟନବୀନନାଏକକହିଛନ୍ତି, “ବେଦାନ୍ତ ଦ୍ୱାରା ପରିଚାଳିତ ସଚେତନତା ଅଧିବେଶନଗୁଡ଼ିକ ମୌସୁମୀ ସମୟରେ ସ୍ୱାସ୍ଥ୍ୟ ଏବଂ ସୁରକ୍ଷା ଅଭ୍ୟାସ ବିଷୟରେ ଆମର ବୁଝାମଣାକୁ ଯଥେଷ୍ଟ ବୃଦ୍ଧିକରିଛି ।ଏହି ଜ୍ଞାନ ସହିତ, ଆମେ ଆମର ପରିବାରକୁ ସୁରକ୍ଷା ଦେବା ଏବଂ ପ୍ରତିରୋଧକ ପଦକ୍ଷେପ ନେବାପାଇଁ ଅଧିକ ସହଜ ଅନୁଭବ କରୁଛୁ।”

ବେଦାନ୍ତଆଲୁମିନିୟମଶିକ୍ଷା, ସ୍ୱାସ୍ଥ୍ୟସେବା, ସ୍ଥାୟୀଜୀବିକା, ଭିତ୍ତିଭୂମି ଏବଂ ତୃଣମୂଳକ୍ରୀଡା ଏବଂ ସଂସ୍କୃତିକୁ ପ୍ରୋତ୍ସାହିତ କରି ସ୍ଥାନୀୟ ସମ୍ପ୍ରଦାୟକୁ ସଶକ୍ତ କରିବା ପାଇଁ ସମର୍ପିତ ରହିଛି। ଏହି ପ୍ରୟାସ ଗୁଡ଼ିକ ବେଦାନ୍ତ ଆଲୁମିନିୟମର କାର୍ଯ୍ୟକ୍ଷମ କ୍ଷେତ୍ର ମଧ୍ୟରେ ଏବଂ ବାହାରେ ପରିବର୍ତ୍ତନ ଆଣିବାପ୍ରତି ପ୍ରତିବଦ୍ଧତାକୁ ରେଖାଙ୍କିତକରେ, ଓଡ଼ିଶାର ସାମଗ୍ରିକ ଅଭିବୃଦ୍ଧି ଏବଂ ପ୍ରଗତି ପ୍ରତି ସମ୍ପ୍ରଦାୟ ଅବଦାନର ଭାବନାକୁ ପ୍ରୋତ୍ସାହିତ କରେ। ସ୍ଥାନୀୟ କର୍ତ୍ତୃପକ୍ଷ ଏବଂ ସମ୍ପ୍ରଦାୟ ଅଂଶୀଦାରମାନଙ୍କ ସହିତ ଘନିଷ୍ଠଭାବରେ ସହଯୋଗକରି, କମ୍ପାନୀ ନିଶ୍ଚିତକରେ ଯେ ଏହାର ହସ୍ତକ୍ଷେପଗୁଡ଼ିକ ଦୃଶ୍ଯ ସାମାଜିକ-ଆର୍ଥିକ ପ୍ରଗତି ଆଡ଼କୁ ନେଇଯିବ।

ମଣିଷମରା ବିଜେପି ସରକାର ଶବ ଉପରେ ରାଜନୀତି କରୁଛି : ଇପ୍ସିତା ସାହୁ

ଭୁବନେଶ୍ବର: ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁକୁ ନେଇ ସରକାରଙ୍କୁ ବିଜେଡି ମୁଖପାତ୍ର ଇପ୍ସିତା ସାହୁଙ୍କ ସମାଲୋଚନା । ମଣିଷମରା ବିଜେପି ସରକାର ଶବ ଉପରେ ରାଜନୀତି କରୁଛି । ପୀଡିତାଙ୍କ ବୟାନ ଯଦି ସତ ଏହା ସାଙ୍ଘାତିକ । ନିଜ ନେତାଙ୍କୁ ବଞ୍ଚାଇବାକୁ ସରକାର କେତେ ତଳକୁ ଖସି ପାରେ ଏହା ତାହାର ଜ୍ୱଳନ୍ତ ଉଦାହରଣ । ନିଆଁ ଲାଗିବା ପରେ ପୀଡିତା ତିନି ଜଣ ଅଭିଯୁକ୍ତଙ୍କ ସମ୍ପର୍କରେ କହିଲା ପୋଲିସ ଅନେକ କଥା ଜବତ କଲା  । ପୀଡିତାଙ୍କ ବାପାଙ୍କୁ ବିଜେପି ନେତା ଭୁବନେଶ୍ୱରରୁ ଦିଲ୍ଲୀ ଯାଏଁ ନେଉଥିଲେ ତାଙ୍କ ରେକର୍ଡ ବାଇଟ ଆସିଲା, ରାଜନୀତି ନ କରିବାକୁ । ପୋଲିସର ଦୋମୁହାଁ ନୀତି ପଦାରେ ପଡ଼ିଲାଣି  । କାଲି ସରକାର କି ପୋଲିସ ଏହାକୁ AI ଭିଡିଓ ନକୁହନ୍ତୁ । ଏହା ତାଗିଦ କରୁଛୁ । ଝିଅ ଅବସ୍ଥା ଠିକ ଥିବା ସମୟର ଏହି ଭିଡିଓ ।

SP ଭିନ୍ନ ଭିନ୍ନ ବୟାନ କଥା କେମିତି କହିଲେ? ସରକାର ଦୁର୍ବୃତ୍ତ କି ହତ୍ୟାକାରୀଙ୍କୁ ଖସାଇବାକୁ କାହିଁକି ଚେଷ୍ଟା ହେଉଛି ? ପ୍ରଭାତୀ ପରିଡାଙ୍କୁ ବଞ୍ଚାଇବା ଉଦ୍ୟମ କି ? ତାଙ୍କ ସ୍ୱାମୀ ଚୌକିରେ ବସିଥିଲେ । କମେଣ୍ଟ ଦେଖିଲେ ଲଜ୍ଜା ଲାଗିବ । ପୁରୀ ଜିଲ୍ଲା ଝିଅ ଜଗନ୍ନାଥ ଧାମର ଝିଅ. ତାକୁ ନେଇ ଡାହା ମିଛ କୁହାଯାଉଛି । ଏହା ଭସ୍ମାସୁର ସରକାର, ଦୁର୍ଯ୍ୟୋଧନ ସରକାର । ସୁଶାସନ ନାହିଁ ମର୍ଡର ମ୍ୟାନେଜମେଣ୍ଟ କରୁଛି ସରକାର । IGP ସାଇନିଙ୍କୁ ବଦଳି କରି ଦେଲେ ଏହି ଭିଡିଓ ଭାଇରାଲ ହେବା ପରେ ଘରୁ ବାହାରିବାକୁ ଝିଅଙ୍କୁ ଡରାଇଲାଣି । ବେଟି ପଢ଼ାଓ ବେଟି ବଞ୍ଚାଓ ଯଦି ଠିକ, ତେବେ ବେଟି ଜଳାଅ ନକରାନ୍ତୁ…..

ବଳଙ୍ଗା ପୀଡ଼ିତାଙ୍କ ଭିଡ଼ିଓ କିଏ କଲା ଭାଇରାଲ ?

ଭୁବନେଶ୍ବର: ବଳଙ୍ଗା ଘଟଣାକୁ ନେଇ ସରକାରଙ୍କୁ ଘେରିଲା ବିଜେଡ଼ି । ଉପମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କଲା ବିଜେଡ଼ି । ସରକାରଙ୍କୁ ଟାର୍ଗେଟ କରି ଲେନିନ ମହାନ୍ତି କହିଛନ୍ତି ବଳଙ୍ଗା ନାବାଳିକା ପୀଡିତା ଯିଏ ସଂଖ୍ୟାଲଘୁ ଥିଲେ, ତାଙ୍କୁ ଆଗ ପୋଡି ଦିଆଗଲା । ଭୁବନେଶ୍ୱରରୁ ଦିଲ୍ଲୀ AIIMS ସ୍ଥାନାନ୍ତର ପାଇଁ ବିଜେଡି ଦାବି କରିବା ପରେ ତାଙ୍କୁ ନିଆଗଲା । ତିନି ଥର ତାଙ୍କ ବୟାନ କାହା ସ୍ୱାର୍ଥରେ ବୟାନ ରେକର୍ଡ କରାଗଲା । କେତେ ଥର ବିଚାରପତି ବୟାନ ରେକର୍ଡ ସମୟରେ ଥିଲେ ? ତାଙ୍କ ମୃତ୍ୟୁର ୧୦ ମିନିଟ ପରେ ପୋଲିସ ଟ୍ୱିଟ କଲେ ଯାହା ଆଜି ଯାଏଁ କେବେ କେହି ଦେଖି ନଥିଲେ ଏବଂ ଟ୍ୱିଟରରେ ପୋଲିସ ଲେଖିଲେ ଯେ ଦୁଃଖିତ ନିଷ୍ଠା ସହ ତଦନ୍ତ ହୋଇଛି ଏବଂ ଅନ୍ୟ କୌଣସି ବ୍ୟକ୍ତିଙ୍କ ସମ୍ପୃକ୍ତି ନାହିଁ  । ପୋଲିସ ପ୍ରଶାସନ ଇଙ୍ଗିତରେ ନା କିଛି ନିଜତ୍ୱ ନରଖି ଏହା କଲେ । ଡିଜିପି ଘଟଣା ସ୍ଥଳକୁ ଯାଇଥିଲେ ମୃତ୍ୟୁ ପରେ କାହା ଇଙ୍ଗିତରେ କହିଲେ ବାହାର ଲୋକଙ୍କ ସମ୍ପୃକ୍ତି ନାହିଁ । ପୀଡ଼ିତାଙ୍କ ମୃତ୍ୟୁ ୧୫ଦିନ ପରେ ତାଙ୍କର ବୟାନ ରେକର୍ଡରେ ଭିଡ଼ିଓ ଭାଇରାଲ ହେଉଛି, ଯାହା ସମସ୍ତଙ୍କୁ ଦୋହଲାଇ ଦେଉଛି । ଅନେକ ଥର ଝିଅ ଜଣଙ୍କ ହସ୍ପିଟାଲ ବେଡ଼ରେ ଥିଲେ, ତାଙ୍କ ବୟାନ ରେକର୍ଡ କରାଗଲା । ହେଲେ ଆଜିର ଭିଡିଓରେ କହିହେଉନି ଯେ ବିଚାରପତି ଥିଲେ ନା ନାହିଁ । ଏହା ଓଡ଼ିଶା ପୋଲିସ ନା କିଏ ଭାଇରଲ କରିଛି, ତାହା ତଦନ୍ତ ସାପେକ୍ଷ । ଏଯାଏଁ ପୋଲିସ କିଛି ବି କହିନି ଯେ ଏହା ସତ ଭିଡିଓ କି ଜାଲ ଭିଡିଓ ପୋଲିସ ଏହା ନିଶ୍ଚିତ ଜାଣିଥିବ ।

ପୁରୀ SP କହୁଛନ୍ତି, ଝିଅ ଭିନ୍ନ ଭିନ୍ନ ବୟାନ ଦେଇଛି  ଜଣେ SP କେତେ ହାଲୁକା ଭାବେ ଏହି ଘଟଣାକୁ ନେଉଛନ୍ତି ଏହା କଣ ପ୍ରଭାତୀ ପରିଡା କି ସରକାରଙ୍କୁ ରକ୍ଷା କରିବାକୁ ବିବୃତି ଦିଆଯାଇଛି କି ? ତିନି ଅଭିଯୁକ୍ତ ଗଲେ କୁଆଡ଼େ ? ଦକ୍ଷ ପୋଲିସ ଯିଏ କହିଥିଲା ଯେ ବାହାର ଲୋକ ସମ୍ପୃକ୍ତ ନୁହଁନ୍ତି ତାହାଲେ ସମ୍ପୃକ୍ତ କିଏ ? ସରକାରଙ୍କ କି ମାନସିକତା ? ପ୍ରତିଦିନ ଆତ୍ମହତ୍ୟା ହେଉଛି ଏହା ତଦନ୍ତ ସାପେକ୍ଷ । ଓଡ଼ିଶା ପୋଲିସ ତତକ୍ଷଣତ ଆକ୍ସନ ନେଉଥିବା କହୁଛି । ମୃତ୍ୟୁ ପୂର୍ଵ ବିବୃତ୍ତି କଣ ମିଛ ? ବିଜେପି ସରକାର ଯିଏ CBI CBI ଚିତ୍କାର କରୁଥିଲା, ଏବେ CBI କୁ ଦେଉନି ତଦନ୍ତ  CBI ତ ସରକାରଙ୍କ  ସବୁବେଳେ ତ CBI ର ଓକିଲ ହେଉଥିଲା ବିଜେପି । ଗଂଜେଇ ବେପାରୀ ପୋଲିସ ଖସି ଯାଉଛି । ଏହି ଭିଡିଓ ଯଦି ସତ, ତେବେ ସ୍ପଷ୍ଟ ହେଲା ଯେ ଆଇନର ଶାସନ ନାହିଁ ଏବଂ ମହିଳା ସୁରକ୍ଷା ନେଇ ସ୍ୱାଧୀନତା ଦିବସରେ ଘଣ୍ଟା ଘଣ୍ଟା ଧରି କହିଲେ, ଆଗ ଦୋଷୀଙ୍କୁ ଧରନ୍ତୁ ନହେଲେ ଲୋକେ ହସିବେ…

 

ଆମେ କ’ଣ କମ୍ ପ୍ରତିଭାଶାଳୀ ? ‘ପରମ ସୁନ୍ଦରୀ’ ପାଇଁ ଜାହ୍ନବୀଙ୍କୁ ଏହି ଅଭିନେତ୍ରୀଙ୍କ କଟାକ୍ଷ

ନନ୍ଦିଘୋଷ ବ୍ୟୁରୋ: ବଲିଉଡ ଅଭିନେତ୍ରୀ ଜାହ୍ନବୀ କପୁର ଆଜିକାଲି ତାଙ୍କର ଆଗାମୀ ଫିଲ୍ମ ‘ପରମ ସୁନ୍ଦରୀ’ ପାଇଁ ଚର୍ଚ୍ଚାରେ ଅଛନ୍ତି। ଯେଉଁଥିରେ ସେ ସିଦ୍ଧାର୍ଥ ମଲହୋତ୍ରାଙ୍କ ସହ ନଜର ଆସିବେ। ନିକଟରେ ଫିଲ୍ମର ଟ୍ରେଲର ରିଲିଜ୍ ହୋଇଥିଲା। ଯାହାକୁ ପ୍ରଶଂସକମାନେ ମଧ୍ୟ ପସନ୍ଦ କରିଥିଲେ। କିନ୍ତୁ ଜଣେ ମାଲାୟଲମ ଅଭିନେତ୍ରୀଙ୍କୁ ଏହି ଟ୍ରେଲରଟି ଆଦୌ ପସନ୍ଦ ଆସିନଥିଲା। ଏହା ପରେ ସେ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରି ଫିଲ୍ମ ନିର୍ମାତାଙ୍କ ଉପରେ ବର୍ଷିଛନ୍ତି। ଏହି ଅଭିନେତ୍ରୀ ଜାହ୍ନବୀ କପୁରଙ୍କୁ ଫିଲ୍ମରେ କାଷ୍ଟ କରିବା ଉପରେ ଅଭିମାନ କରିଥିବା ଜଣାପଡୁଛି ।

ଆମେ ମାଲାୟଲମ ଅଭିନେତ୍ରୀ ପବିତ୍ରା ମେନନଙ୍କ ବିଷୟରେ କହୁଛୁ । ଯିଏ ନିକଟରେ ତାଙ୍କ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓରେ ଅଭିନେତ୍ରୀ ଜଣକ ବହୁତ ରାଗିଥିବା ଦେଖାଯାଉଛି। ଅଭିନେତ୍ରୀ ଜଣକୁ କହୁଛନ୍ତି, ‘ମୁଁ ଜଣେ ମାଲାୟଲି ଏବଂ ମୁଁ ପରମ ସୁନ୍ଦରୀର ଟ୍ରେଲର ଦେଖିଲି। ଏହାକୁ ଦେଖିବା ପରେ ମୁଁ ବୁଝିପାରୁନାହିଁ ଯେ କାହିଁକି ଜଣେ ପ୍ରକୃତ ମାଲାୟଲି ଅଭିନେତ୍ରୀଙ୍କୁ ଏପରି ଫିଲ୍ମରେ କାଷ୍ଟ କରାଯାଏ ନାହିଁ ? ଆମେ କ’ଣ କମ୍ ପ୍ରତିଭାଶାଳୀ ?

https://www.instagram.com/pavithramenon/?utm_source=ig_embed&ig_rid=c40c2f5d-47ec-4e0e-bfe6-2869ab5f0a8a

ପବିତ୍ରା ଆହୁରି କହିଛନ୍ତି ଯେ, ମୁଁ ଯେପରି ହିନ୍ଦୀ କହିପାରେ ସେହିପରି ମୁଁ ମାଲାୟଲମ ବହୁତ ଭଲ କହିପାରେ। ତଥାପି ହିନ୍ଦୀ ଫିଲ୍ମରେ ଏହି ଭୂମିକା ପାଇଁ ଜଣେ ମାଲାୟଲୀ ଖୋଜିବା ଏତେ କଷ୍ଟକର ? ଆମେ ମଧ୍ୟ ବଡ଼ କାମ କରିଛୁ । ଆମେ କେବଳ ଚମେଲି ଫୁଲ ପିନ୍ଧୁନାହୁଁ ଏବଂ ମୋହିନୀଅଟ୍ଟମ୍ କରୁନାହୁଁ। ଯଦି ତୁମେ ତିରୁବନନ୍ତପୁରମ୍ କହିପାରୁନାହଁ, ତେବେ ତ୍ରିଭେନ୍ଦ୍ରମ୍ କୁହ ଆମେ ଖୁସି ହେବୁ।

ପବିତ୍ରାଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯାହାକୁ ନେଇ ଜାହ୍ନବୀଙ୍କ ପ୍ରଶଂସକମାନେ ବିରୋଧ କରୁଥିବାର ଦେଖାଯାଇଛି। ସେହି ସମୟରେ କିଛି ୟୁଜର୍ସ ପବିତ୍ରାଙ୍କ ସମର୍ଥନ କରୁଥିବାର ଦେଖାଯାଇଛି ଏବଂ କହିଛନ୍ତି ଯେ ତୁମେ ଭଲ ଏବଂ ଠିକ୍ କହିଛ। ‘ପରମ ସୁନ୍ଦରୀ’ ଫିଲ୍ମ ବିଷୟରେ କହିବାକୁ ଗଲେ, ଏହି ରୋମାଣ୍ଟିକ ଡ୍ରାମା ଫିଲ୍ମ ୨୯ ଅଗଷ୍ଟ ୨୦୨୫ରେ  ରିଲିଜ୍ ହେବ। ଏହି ସିନେମାଟି ତୁଷାର ଜଲୋଟାଙ୍କ ଦ୍ୱାରା ନିର୍ଦ୍ଦେଶିତ।

 

ଯୁଦ୍ଧର ଶେଷ ନା ଝଡ଼ ପୂର୍ବର ଶାନ୍ତି ! ଆଲାସ୍କାରୁ ଖୁସିରେ ଫେରିଲେ ପୁଟିନ,ଏବେ ଟ୍ରମ୍ପ-ଜେଲେନସ୍କି ସାକ୍ଷାତ ଉପରେ ନଜର

ନନ୍ଦିଘୋଷ ବ୍ୟୁରୋ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଗତ ଶନିବାର କହିଛନ୍ତି ଯେ ତାଙ୍କର ଆଲାସ୍କା ଗସ୍ତ “ପ୍ରାସଙ୍ଗିକ ଏବଂ ଅତ୍ୟନ୍ତ ଉପଯୋଗୀ” ଥିଲା। କ୍ରେମଲିନରେ ବରିଷ୍ଠ ଅଧିକାରୀଙ୍କ ସହ ଏକ ବୈଠକ ସମୟରେ ସେ ଏହି ବିବୃତ୍ତି ଦେଇଥିଲେ। ପୁଟିନ ଅଧିକାରୀମାନଙ୍କୁ ଏହା ମଧ୍ୟ କହିଥିଲେ ଯେ ରୁଷ ୟୁକ୍ରେନ ବିବାଦ ଉପରେ ଆମେରିକାର ମତକୁ  ଗ୍ରହଣ କରେ ଏବଂ ମସ୍କୋ ଏକ ଶାନ୍ତିପୂର୍ଣ୍ଣ ସମାଧାନ ଆଡକୁ ଅଗ୍ରସର ହେବାକୁ ଚାହୁଁଛି। ପୁଟିନ କହିଛନ୍ତି, ‘ଏହି ସ୍ତରରେ ଏପରି ସିଧାସଳଖ କଥାବାର୍ତ୍ତା ବହୁତ ଦିନ ଧରି ହୋଇନଥିଲା। ଆମକୁ ଶାନ୍ତ ଏବଂ ବିସ୍ତୃତ ଭାବରେ ଆମର ମତକୁ ଦୋହରାଇବାର ସୁଯୋଗ ମିଳିଛି।’  ସେ ଆହୁରି ମଧ୍ୟ କହିଛନ୍ତି, ‘ଆମେରିକୀୟ ପ୍ରଶାସନର ଚିନ୍ତାଧାରାକୁ ଆମେ ସମ୍ମାନ କରୁ, ଯାହା ଯଥାଶୀଘ୍ର ଯୁଦ୍ଧ ସମାପ୍ତ କରିବାକୁ ପ୍ରାଥମିକତା ଦିଏ । ଏହା ଆମର ମଧ୍ୟ ଲକ୍ଷ୍ୟ। ଆମେ ଚାହୁଁଛୁ ଯେ ସମସ୍ତ ପ୍ରସଙ୍ଗର ଶାନ୍ତିପୂର୍ଣ୍ଣ ସମାଧାନ ହେଉ।’ ପୁଟିନ୍ ଏହି ଆଲୋଚନାକୁ ‘ଅତ୍ୟନ୍ତ ସ୍ପଷ୍ଟ, ଠୋସ୍ ଏବଂ ଆମକୁ ଆବଶ୍ୟକୀୟ ନିଷ୍ପତ୍ତି ନିକଟକୁ ନେଇଯାଉଥିବା’ ବୋଲି ବର୍ଣ୍ଣନା କରିଛନ୍ତି।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ପୁଟିନ୍ ଶୁକ୍ରବାର ଆଲାସ୍କାରେ ସାକ୍ଷାତ କରିଥିଲେ। ଫେବୃଆରୀ ୨୦୨୨ରେ ୟୁକ୍ରେନ ଉପରେ ରୁଷର ଆକ୍ରମଣ ପରେ ଏହା ପ୍ରଥମ ଆମେରିକା-ରୁଷ ଶିଖର ସମ୍ମିଳନୀ ଥିଲା, ଯାହା ତିନି ଘଣ୍ଟା ଧରି ଚାଲିଥିଲା। ଏହି ସମୟରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସକି ସୋମବାର ୱାଶିଂଟନ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ସେଠାରେ ସେ ରୁଷ ସହିତ ଯୁଦ୍ଧର ଶୀଘ୍ର ସମାଧାନ ପାଇଁ ଆମେରିକାର ଚାପଗ୍ରସ୍ତ ହେବେ। ଜେଲେନ୍ସକି ୟୁକ୍ରେନର ମୌଳିକ ସ୍ୱାର୍ଥକୁ ସୁରକ୍ଷା ଦେବାକୁ ଚାହାଁନ୍ତି ଏବଂ ପୂର୍ବରୁ ହ୍ୱାଇଟ୍ ହାଉସରେ ଡୋନାଲ୍ଡ ଟ୍ରମ୍ପଙ୍କ ସହ ତାଙ୍କର ଆଲୋଚନା ସମୟରେ ସୃଷ୍ଟି ହୋଇଥିବା ଉତ୍ତେଜନାପୂର୍ଣ୍ଣ ପରିସ୍ଥିତିକୁ ଏଡାଇବାକୁ ଚାହାଁନ୍ତି।

ଆମେରିକା ପୁଟିନଙ୍କୁ ଆତିଥ୍ୟ ଦେବା ପଦକ୍ଷେପ ୟୁକ୍ରେନରେ ଅସନ୍ତୋଷକୁ ବଢାଇ ଦେଇଛି, ଯାହା ୨୦୨୨ ମସିହାରୁ ରୁଷ ଆକ୍ରମଣର ସମ୍ମୁଖୀନ ହେଉଛି। ଆଲାସ୍କା ଆଲୋଚନା ବିନା ଯୁଦ୍ଧବିରତିରେ ଶେଷ ହୋଇଥିଲା। ଟ୍ରମ୍ପ ଜେଲେନ୍ସକିଙ୍କୁ କହିଥିଲେ ଯେ ୟୁକ୍ରେନ ଡୋନେଟ୍ସ୍କ ଏବଂ ଲୁହାନସ୍କରୁ ପ୍ରତ୍ୟାହାର କଲେ ପୁଟିନ ଅନ୍ୟତ୍ର ଆକ୍ରମଣ ବନ୍ଦ କରିବାକୁ ପ୍ରସ୍ତାବ ଦେଇଥିଲେ। କିନ୍ତୁ ଜେଲେନ୍ସକି ଏହାକୁ ପ୍ରତ୍ୟାଖ୍ୟାନ କରି କହିଥିଲେ ଯେ ଆନ୍ତର୍ଜାତୀୟ ସ୍ତରରେ ସ୍ୱୀକୃତିପ୍ରାପ୍ତ ୟୁକ୍ରେନୀୟ ଅଞ୍ଚଳ ଛାଡିବା ଅସମ୍ଭବ। ଜେଲେନସ୍କି ପୁଟିନଙ୍କୁ ଭେଟିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ୨୪ ଫେବୃଆରୀ ୨୦୨୨ରେ ଆରମ୍ଭ ହୋଇଥିବା ରୁଷର ଆକ୍ରମଣ ଏପର୍ଯ୍ୟନ୍ତ ଲକ୍ଷ ଲକ୍ଷ ଲୋକଙ୍କୁ ବାସଚ୍ୟୁତ କରିଛି, ଲକ୍ଷ ଲକ୍ଷ ଲୋକଙ୍କୁ ହତ୍ୟା କରିଛି ଏବଂ ୟୁକ୍ରେନର ଏକ ବଡ଼ ଅଂଶକୁ ଧ୍ୱଂସ କରିଛି।