spot_img
Home Blog Page 458

୧୦୮ ଆମ୍ବୁଲାନ୍ସର ବିକଳ ଚିତ୍ର: ମଝି ରାସ୍ତାରେ ହନ୍ତସନ୍ତ ହେଉଛନ୍ତି ରୋଗୀ

୧୦୮ ଆମ୍ବୁଲାନ୍ସର ବିକଳ ଚିତ୍ର। କେତେବେଳେ ବିଳମ୍ବରେ ପହଁଚୁଛି ତ ଆଉ କେଉଁଠି ବିଚ ରାସ୍ତାରେ ଖରାପ ହୋଇଯାଉଛି। ଫଳରେ ମଝି ରାସ୍ତାରେ ହନ୍ତସନ୍ତ ହେଉଛନ୍ତି ରୋଗୀ। ଯାହାର ବାସ୍ତବ ଚିତ୍ର ଆଜି ଦେଖିବାକୁ ମିଳିଛି ଭଦ୍ରକ ଆନନ୍ଦପୁର ରାସ୍ତାର ରାନ୍ଦିଆ ଫିସରୀ ଛକ ନିକଟରେ। କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ନନ୍ଦିପଦା ଥାନା ଡିମ୍ବିରିଆ ଗ୍ରାମର ଦାସରଥୀ ବାରିକ ନିଜ ଗୁରୁତ୍ତର ଝିଅକୁ ଚିକିତ୍ସା ପାଇଁ ୧୦୮ ଆମ୍ବୁଲାନ୍ସରେ ଭଦ୍ରକ ମେଡିକାଲ ନେଇ ଆସୁଥିବା ବେଳେ ଗାଡି ଖରାପ ହୋଇଯାଇଥିଲା।। ଫଳରେ ତାଙ୍କୁ ଦୀର୍ଘ ସମୟ ଧରି ଅପେକ୍ଷା କରିବା ସହିତ ଅନ୍ୟ ଏକ ଗାଡିରେ ଭଦ୍ରକ ମେଡିକାଲକୁ ଆସିବାକୁ ପଡିଥିଲା। ଏପରିକି ପରିବାର ପକ୍ଷରୁ ୧୦୮ ଆମ୍ବୁଲାନ୍ସ ପାଇଁ ରାତି ୩ ଟାରୁ ଫୋନ କରାଯାଇଥିବା ବେଳେ ଆମ୍ବୁଲଆନ୍ସ ସକାଳ ୭ ଟାରେ ପହଂଚିଥିବା ଅଭିଯୋଗ ହୋଇଛି। ଗୋଟେ ପଟେ ୧୦୮ ବିଳମ୍ବରେ ପହଂଚିବା ଓ ବିଚ ରାସ୍ତାରେ ଖରାପ ହେବାକୁ ନେଇ ପରିବାର ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଅନ୍ୟପଟେ ରାସ୍ତାରେ ହଠାତ ଗାଡି ଖରାପ ହେବା ପରେ ରୋଗୀଙ୍କୁ ଅନ୍ୟ ଏକ ଗାଡିରେ ସ୍ଥାନାନ୍ତର କରାଯିବା କଥା କହିଛନ୍ତି ୧୦୮ ଡ୍ରାଇଭର।

ପାଖେଇ ଆସିଲାଣି ଗଣେଶ ପୂଜା: ଚଳଚଞ୍ଚଳ ମୂର୍ତ୍ତି କାରିଗର

ପାଖେଇ ଆସିଲାଣି ଗଣେଶ ପୂଜା । ଚଳଚଞ୍ଚଳ ମୂର୍ତ୍ତି କାରିଗର । ଚିକମିକ ରଙ୍ଗ ଦେଇ ମୂର୍ତ୍ତିକୁ ଦେଉଛନ୍ତି ଶେଷ ସ୍ପର୍ଶ । ପୁରୀ ଜିଲ୍ଲା କାକଟପୁର ଜଗନ୍ନାଥପୁର ଓ ଅସ୍ତରଙ୍ଗ ଅଂଚଳର ହରିଣହୁଳା, ଓସ୍ତପୁର କୁମ୍ଭକାର ଗାଁରେ ଭଳିକି ଭଳି ଗଣେଶ ମୂର୍ତ୍ତି ତିଆରି କରୁଛନ୍ତି କାରିଗର । ଗ୍ରାହକଙ୍କ ଅର୍ଡର ଅନୁସାରେ ନିର୍ମାଣ କରୁଛନ୍ତି ୨୦ ରୁ ୩୦ ଫୁଟ ପର୍ଯ୍ୟନ୍ତ ମୁଣ୍ମୟୀ ମୂର୍ତ୍ତି । କାକଟପୁର ଜଗନ୍ନାଥପୁର ଅଂଚଳ ମୂର୍ତ୍ତିର ସ୍ୱତନ୍ତ୍ର ଚାହିଦା ଥିବାରୁ ଜିଲ୍ଲା ତଥା ଜିଲ୍ଲାର କୋଣ ଅନୁକୋଣରୁ ଗ୍ରାହକ ମାନେ ମୂର୍ତ୍ତି କିଣିବାକୁ ଏଠାକୁ ଧାଇଁ ଆସନ୍ତି । କାରିଗର ମାନେ ଭଲ ଦି ପଇସା ବେପାର ଆଶା ରଖି ଅଧିକ ମୂର୍ତ୍ତି ମଧ୍ୟ ତିଆରି କରିଛନ୍ତି ।

ସେପଟେ ଖୋର୍ଦ୍ଧା ଜିଲ୍ଲା ଜଟଣୀ କୁଦିଆରୀ ଗାଁରେ ଚଳଚଞ୍ଚଳ ମୂର୍ତ୍ତି କାରିଗର । ଦିନ ରାତି ଏକ କରି ମୂର୍ତ୍ତି ନିର୍ମାଣରେ ଲାଗିଛନ୍ତି । ଛୋଟରୁ ବଡ ପର୍ଯ୍ୟନ୍ତ ଭଳିକି ଭଳି ମୂର୍ତ୍ତି ତିଆରି କରୁଛନ୍ତି । କୁଦିଆରୀ ଗାଁରେ ତିଆରି ହେଉଥିବା ମୂର୍ତ୍ତିର ଜଟଣୀ ତଥା ଜଟଣୀ ବାହାରେ ମଧ୍ୟ ବେଶ ଚାହିଦା ରହିଛି । ମୂର୍ତ୍ତି ନେବା ପାଇଁ ଏବେଠାରୁ ବଇନା ଦେଇଗଲେଣି ଗ୍ରାହକ । ହେଲେ ବି ପରିଶ୍ରମ ମୁତାବକ ପାଉଣା ମିଳୁନଥିବା କହିଛନ୍ତି କାରିଗର । ଗଣେଶ ପୂଜା ଠାରୁ ଆରମ୍ଭ ହେବ ପାର୍ବଣ ଋତୁ । ଏଥିପାଇଁ ଚଳଚଞ୍ଚଳ ହୋଇପଡିଲାଣି ପୁରପଲ୍ଲୀ ।

ପୋଖରୀ ଉନ୍ନତିକରଣ ନାଁରେ ଲୁଟ୍ ଅଭିଯୋଗ

ପୋଖରୀ ଉନ୍ନତିକରଣ ନାଁରେ ଲୁଟ୍ ଅଭିଯୋଗ । ଦୁର୍ନୀତିଖୋର ଅଧିକାରୀ ଓ କର୍ମଚାରୀଙ୍କ ମିଲିଭଗତରେ ଅର୍ଥ ହେରଫେର । କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ମୁକୁନ୍ଦପୁରପାଟଣା ପଞ୍ଚାୟତର ତାରିଣୀ ଗଡିଆ ନାଁରେ କରାଯାଇଛି ଟଙ୍କା ଆତ୍ମସାତ । ୨୦୨୩- ୨୪ ଆର୍ଥିକ ବର୍ଷରେ ତାରିଣୀ ଗଡିଆର ଉନ୍ନତି ପାଇଁ ମନରେଗା ଯୋଜନାରେ ୧୦ ଲକ୍ଷ ଟଙ୍କା ଅନୁଦାନ ମିଳିଥିଲା । ହେଲେ ତାହା କେବଳ କାଗଜ କଲମରେ ଖର୍ଚ୍ଚ ହୋଇଥିବା ଦେଖିବାକୁ ମିଳିଛି । ଶ୍ରମିକଙ୍କ କାମକୁ ପୂରା କରିଥିଲା ମେସିନ । କିନ୍ତୁ ଟଙ୍କା ଯାଇଥିଲା କାମ କରିନଥିବା ଅନ୍ୟ ଲୋକଙ୍କ ଆକାଉଣ୍ଟକୁ । ପରିତାପର ବିଷୟ ଟଙ୍କା ଯାଇଥିବା ଲୋକଙ୍କ ମଧ୍ୟରୁ କିଛି ଦୃଷ୍ଟିବାଧିତ ଥିବା ବେଳେ କେତେକଙ୍କ ମୃତ୍ୟୁ ଘଟିସାରିଛି ।

ଦୁର୍ନୀତିକୁ ବିରୋଧ କରି RTIରୁ ତଥ୍ୟ ସଂଗ୍ରହ କରି ଜିଲ୍ଲା ଲୋକପାଳଙ୍କ ନିକଟରେ ଅଭିଯୋଗ କରିଥିଲେ ଘଟଗାଁର ଯୁବ ଆଇନଜୀବୀ ଅନୀଲ କୁମାର ଦେହୁରୀ । ଯାହାକୁ ନେଇ ଲୋକପାଳ ତାରିଣୀ ଗଡିଆ ଯାଇ ଘଟଣାର ତଦନ୍ତ କରିଥିଲେ । ତଦନ୍ତ ପରେ ଜାଣିବାକୁ ପାଇଥିଲେ କିଛି ଅଧିକାରୀଙ୍କ ଦାୟିତ୍ଵହୀନତା ଯୋଗୁଁ ଏଭଳି ଘଟଣା ଘଟିଛି । ତା ପରେ ଆକ୍ସନ ନେଇଛନ୍ତି ଲୋକପାଳ । ମନରେଗା ଯୋଜନାରେ ଖର୍ଚ୍ଚ ହୋଇଥିବା ୧୦ ଲକ୍ଷ ଟଙ୍କାରୁ ୮ ଲକ୍ଷ ୫୧ ହଜାର ୮୪୯ ଟଙ୍କା ଦୁଇଟି ପର୍ଯ୍ୟାୟରେ ୬ ଜଣ ଅଧିକାରୀ ତତ୍କାଳୀନ ଦୁଇଜଣ ଜେଇ, ଜଣେ ବିଡିଓ, ଜଣେ ଏଇଇ ଏବଂ ଜଣେ ବି. ଏଫ.ଓଙ୍କ ଠାରୁ ଆଦାୟ କରିବାକୁ ସେ ସୁପାରିସ କରିଛନ୍ତି । ଏହା ସହ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିବାକୁ ସୁପାରିସ କରିଛନ୍ତି ଲୋକପାଳ ।

ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର ! ଦାଦନ ପ୍ରବଣ ଅଞ୍ଚଳରେ ବଢୁଛି ଡ୍ରପଆଉଟ୍‌ ସଂଖ୍ୟା

ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର । ଦାଦନ ପ୍ରବଣ ଅଞ୍ଚଳରେ ବଢୁଛି ଡ୍ରପଆଉଟ ସଂଖ୍ୟା । କଳାହାଣ୍ଡି ଜିଲ୍ଲାରେ ଛାତ୍ରଛାତ୍ରୀଙ୍କ ଡ୍ରପଆଉଟ ସଂଖ୍ୟା ୧୪ ହଜାର ପାର । ଜିଲ୍ଲାର ୧୩ ଗୋଟି ବ୍ଲକ ରହିଥିବା ବେଳେ ସେଥିରେ ୩ ଶହରୁ ଉର୍ଦ୍ଧ୍ଵ ସ୍କୁଲ ରହିଛି । ହେଲେ ସବୁଠାରୁ ଚିନ୍ତାର ବିଷୟ ଜିଲ୍ଲାରେ ଡ୍ରପଆଉଟ ସଂଖ୍ଯା ବଢିବାରେ ଲାଗିଛି । କଣ ପାଇଁ ସ୍କୁଲକୁ ପିଲାମାନେ ଆସୁନାହାନ୍ତି ? ଅଧାରୁ କଣ ପାଇଁ ଛାଡୁଛନ୍ତି ପାଠପଢା ? ସରକାର ସବୁ କିଛି ମାଗଣାରେ ଯୋଗାଉଥିବା ବେଳେ ସ୍କୁଲ କାହିଁକି ଯିବାକୁ ଅମଙ୍ଗ ହେଉଛନ୍ତି ପିଲା ? ଏଭଳି ଅନେକ ପ୍ରଶ୍ନ ଏବେ ଜିଲ୍ଲା ପ୍ରଶାସନର ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଏପଟେ ତୃଣମୂଳ ସ୍ତରରେ ସଚେତନତାର ଅଭାବ ଓ ନିଜ ଅଞ୍ଚଳରେ କାମ ଅଭାବ ଯୋଗୁଁ ଅନେକ ପରିବାର ରାଜ୍ଯ ବାହାରକୁ ଦାଦନ ଖଟିବାକୁ ପଳାଉଛନ୍ତି । ଆଉ ଅନେକ ଅଞ୍ଚଳକୁ ଗମନାଗମନର ସୁବ୍ୟବସ୍ଥା ନଥିବାରୁ ଦୂର ବାଟ ସ୍କୁଲ ଯିବାକୁ ଛାତ୍ରଛାତ୍ରୀ ମଙ୍ଗୁ ନଥିବା କହିଛନ୍ତି ପ୍ରଧାନ ଶିକ୍ଷକ ।

ଭବାନୀପାଟଣା ବ୍ଲକର ଯୁଗସାଇପାଟଣା ସ୍କୁଲରେ ସବୁଠାରୁ ଅଧିକ ଡ୍ରପ ଆଉଟ ସଂଖ୍ୟା ରହିଛି । ଚଳିତ ବର୍ଷ ସରକାର ଡ୍ରପ ଆଉଟ ସଂଖ୍ୟା ରୋକିବା ସହ ପିଲାଙ୍କୁ ସ୍କୁଲ ମୁହାଁ କରାଇବାକୁ ସହିଦ ମାଧୋ ସିଂ ହାତ ଖର୍ଚ୍ଚ ଯୋଜନାର ଆରମ୍ଭ କରିଛନ୍ତି । ଏହି ଯୋଜନାରେ ନବମ ଓ ଏକାଦଶ ଶ୍ରେଣୀରେ ନାମ ଲେଖାଇଥିବା ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀମାନଙ୍କୁ ୫ ହଜାର ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଉଛି । ହେଲେ ସଚେତନତାର ଅଭାବ ଯୋଗୁଁ ଜିଲ୍ଲାରେ ଡ୍ରପ ଆଉଟ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏନେଇ ଜିଲ୍ଲା ସ୍ତରୀୟ ଦିଶା ମିଟିଂରେ ଡ୍ରପ ଆଉଟ ସଂଖ୍ୟା ବୃଦ୍ଧି ମୁଖ୍ୟ ପ୍ରସଙ୍ଗ ପାଲଟିଥିଲା । ଏହି ସମସ୍ୟାର ସମାଧାନ ବାହାର କରିବା ସହ ପିଲାଙ୍କୁ ପୁନଃ ସ୍କୁଲକୁ ଫେରାଇ ଆଣିବା ପାଇଁ ଉଦ୍ୟମ ଆରମ୍ଭ କରିଛି ଜିଲ୍ଲା ପ୍ରଶାସନ।  ସରକାର ସ୍କୁଲ ଖୋଲିଦେଇ ପ୍ରୋତ୍ସାହନ ରାଶି ଘୋଷଣା କରି ଚୁପ ବସିଗଲେ ହେବନି । ଗ୍ରାଉଣ୍ଡରେ ଯୋଜନା କେତେ କାର୍ଯ୍ୟକାରୀ ହେଉଛି ତାହା ମଧ୍ୟ ତଦାରଖ କରିବାକୁ ପଡିବ । ନହେଲେ ବାପାପୁଅ ରାତି ଅନିଦ୍ରା, ମୁଗୁରା ପଛ ମେଲା ଭଳି ସ୍କୁଲ ଡ୍ରପ ଆଉଟ ବଢିଚାଲିଥିବ ।

ଜାତୀୟ ରାଜପଥରେ ଷ୍ଟଣ୍ଟ ପଡିଲା ମହଙ୍ଗା: କଟିଲା ମୋଟା ଅଙ୍କର ଚାଲାଣ

ଜାତୀୟ ରାଜପଥରେ ଷ୍ଟଣ୍ଟ ପଡିଲା ମହଙ୍ଗା। କଟିଲା ମୋଟା ଅଙ୍କର ଚାଲାଣ। ନନ୍ଦିଘୋଷ ଟିଭି ହାତରେ ଲାଗିଲା ସେହି Exclusive ଭିଜୁଆଲ । ୧୦ ହଜାର ଟଙ୍କାର ଚାଲାଣ କାଟିଲେ RTO । ଚଳନ୍ତା କାର ଡୋର୍ ଭିତରୁ ବାହାରି ଫିଲ୍ମ ଷ୍ଟାଇଲରେ ଷ୍ଟଣ୍ଟ ଦେଖାଉଥିଲେ । ୩ ଜଣ ଯୁବକ ବାହାରକୁ ବାହାରି ହୋ ହଲ୍ଲା କରୁଥିଲେ । ରାସ୍ତାରେ ଯାଉଥିବା ଲୋକଙ୍କୁ ହଇରାଣ ହରକତ କରୁଥିଲେ । କଟକରୁ ଭୁବନେଶ୍ଵର ଆଡ଼େ ଆସୁଥିବା ଏକ କାର ପଳାଶୁଣୀ ଓଭରବ୍ରିଜ୍ ଉପରେ ଷ୍ଟଣ୍ଟ କରୁଥିବା ଦେଖାଯାଇଥିଲା। ଯାହାର ଭିଡିଓ ଭାଇରାଲ ହେବା ପରେ କାର୍ଯ୍ୟାନୁଷ୍ଠାନ ନେଇଛି ପରିବହନ ବିଭାଗ ।

ମୋବାଇଲ ଲାଇଟରେ ରୋଗୀ ଚିକିତ୍ସା

ମୋବାଇଲ ଲାଇଟରେ ରୋଗୀ ଚିକିତ୍ସା। ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ର କି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ନୁହେଁ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏପରି ଘଟଣା ଘଟିଛି। ଏହା ହେଉଛି ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଦୃଶ୍ୟ। ଲାଇନ ପଳାଇଥିଲା। ଜେନେରେଟର ଅଚଳ। ୩ ଘଣ୍ଟା ଧରି ଏପରି ଅବସ୍ଥା। ରୋଗୀ ସେବା ପୂରା ବିପର୍ଯ୍ୟସ୍ତ ହୋଇ ପଡ଼ିଥିଲା।
ଡାକ୍ତର ବାଧ୍ୟ ହୋଇ ମୋବାଇଲ ଲାଇଟରେ ରୋଗୀ ଦେଖିଥିଲେ। ଲିଫ୍ଟ ବି ଅଚଳ ହୋଇ ପଡ଼ିଥିଲା। ଓପିଡି, ସ୍ତ୍ରୀ ଓ ପ୍ରସୂତି ବିଭାଗ, ଭେଷଜ ବିଭାଗ, ରକ୍ତ ନମୁନା ସଂଗ୍ରହ କେନ୍ଦ୍ରରେ ନାହିଁ ନ ଥିବା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହାକୁ ନେଇ ରୋଗୀ ଓ ସେମାନଙ୍କ ସଂପର୍କୀୟ ଘୋର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସକାଳ ୯ଟାରୁ ୧.୩୦ଟା ଯାଏ ବିଦ୍ୟୁତ କାଟ ପାଇଁ ଗତକାଲିଠୁ TPSODL ପକ୍ଷରୁ ଘୋଷଣା କରାାଯାଇଥିଲା। କିନ୍ତୁ ବିକଳ୍ପ ବ୍ୟବସ୍ଥା କରିନଥିଲେ ହସପିଟାଲ କର୍ତ୍ତୃପକ୍ଷ। ୩ ଘଣ୍ଟା ପରେ ଯାଇ ଠିକ ହୋଇଥିଲା ଜେନେରେଟର।

ମେସରେ ଛାତ୍ରୀଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ ଅଭିଯୋଗ

ମେସରେ ଛାତ୍ରୀଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ ଅଭିଯୋଗ। ଛାତ୍ରୀମାନେ କାନ୍ଦି କାନ୍ଦି ପରିବାର ଲୋକଙ୍କୁ କହିବା ପରେ ପରିବାର ଲୋକେ ଆସି ମେସରେ ପହଞ୍ଚିଛନ୍ତି। ଏହାକୁ ନେଇ ମେସ ପରିସରରେ ପହଞ୍ଚି ଘେରିଛନ୍ତି ଅଭିଭାବକ। ଉଦଳା ମୋନାଲିସା ଏକାଡେମୀ ନାମରେ ଆସିଛି ସାଂଘାତିକ ଅଭିଯୋଗ। ଏହି ମେସର ମାଲିକ ବିଶିକେସନ ଗୋଛାୟତ ମେସରେ ରହୁଥିବା ଛାତ୍ରୀମାନଙ୍କୁ ବିଭିନ୍ନ ସମୟ ପାଖକୁ ଡାକିବା ସହିତ ସେମାନଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ଅଭିଯୋଗ ହୋଇଆସୁଛି। ଛାତ୍ରୀମାନେ ଏହା ପ୍ରକାଶ କରିବାରୁ ଅଭିଭାବକମାନେ ଉତ୍ତ୍ୟକ୍ତ ହୋଇ ମେସ ଘେରିଛନ୍ତି। ପାଟିତୁଣ୍ଡ ସତ୍ତ୍ବେ ମାଲିକ ଘରୁ ପଦାକୁ ଆସି ନଥିବା କୁହାଯାଉଛି। ଏହାକୁ ନେଇ ପରିବାର ଲୋକେ ନିଜ ପିଲାଙ୍କୁ ମେସରୁ ନେଇ ଯାଇଛନ୍ତି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ଥିବା ବେଳେ ମେସ ମାଲିକ କବାଟ ବନ୍ଦ କରି ଘର ଭିତରେ ରହିଥିବା ବେଳେ ବାହାରକୁ ବାହାରି ନାହାନ୍ତି।

ପାଟନାରେ ରାସନ ଡିଲରମାନଙ୍କ ଜୋରଦାର ଆନ୍ଦୋଳନ

ବିହାର ପାଟନାରେ ରାସନ ଡିଲରମାନଙ୍କ ଜୋରଦାର ଆନ୍ଦୋଳନ। ଦାବି ପୂରଣ ହେଉନଥିବାରୁ ତାତିଲେ ରାସନ ଡିଲର। ବିକ୍ଷୋଭ ସହ ବ୍ୟାରିକେଡ ଭାଙ୍ଗି କରିଛନ୍ତି ହଙ୍ଗମା। ସେମାନେ ରାସ୍ତା ଅବରୋଧ କରିବା ସହ ସରକାରଙ୍କ ବିରୋଧରେ କରିଛନ୍ତି ନାରାବାଜି। ଫଳରେ ଆନ୍ଦୋଳନକାରୀଙ୍କ ଉପରେ ପୋଲିସର ଲାଠିମାଡ଼ ସହ ପାଣିମାଡ କରିଛି। ପୋଲିସ ମାଡରେ କିଛି କର୍ମୀ ଆହତ ହୋଇଥିବା ସୂଚନା ମିଳିଛି। ଆନ୍ଦୋଳନ ପରେ ସେଠାରେ ପୋଲିସ ମୁତୟନ କରାଯାଇଛି। ଦୀର୍ଘ ଦିନ ଧରି ଡିଲରମାନେ ବିଭିନ୍ନ ଦାବି ସରକାରଙ୍କ ନିକଟରେ ଉପସ୍ଥାପନ କରୁଥିଲେ ବି ସରକାର ପାଳନ କରୁ ନଥିବା ଅଭିଯୋଗ ହୋଇଛି।

ପୁରୀରେ ଆରମ୍ଭ ହୋଇଛି ରଥ ଭାଙ୍ଗିବା ପ୍ରକ୍ରିୟା

ପୁରୀରେ ଆରମ୍ଭ ହୋଇଛି ରଥ ଭାଙ୍ଗିବା ପ୍ରକ୍ରିୟା  । ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଭଙ୍ଗାରୁ ଆରମ୍ଭ ହୋଇଛି ପ୍ରକ୍ରିୟା  । ଏହାପରେ ମହାପ୍ରଭୁ ବଡ଼ଠାକୁରଙ୍କ ତାଳଧ୍ବଜ ରଥ ଏବଂ ଶେଷରେ ପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଭଙ୍ଗାଯିବ  । ଭୋଇ ସର୍ଦ୍ଦାରଙ୍କ ନେତୃତ୍ୱରେ ୯ଜଣ ସେବକ ରଥ ଭାଙ୍ଗିବା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି  । ତିନି ରଥ ସମ୍ପୂର୍ଣ୍ଣ ଭାଙ୍ଗିବା ପାଇଁ ୧୨ ରୁ ୧୫ ଦିନ ସମୟ ଲାଗିଥାଏ  । ରଥ ସମ୍ପୂର୍ଣ୍ଣ ଭଙ୍ଗାଯିବା ପରେ ରଥର ମୁଖ୍ୟ ଅଂଶଗୁଡିକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ହୋଇଥିବା ମଶାଣି ଚଣ୍ଡୀ ନିକଟ ଗୋଦାମ ଘରେ ରଖାଯିବ । ପରବର୍ତ୍ତୀ ଅବସ୍ଥାରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କାଠଗୁଡିକୁ ନିଲାମ କରାଯିବ  । ରଥର ଟୁକୁରା ଅଂଶ କାଠଗୁଡିକ ଶ୍ରୀମନ୍ଦିର ରୋଷଶାଳାରେ ମହାପ୍ରଭୁଙ୍କ କୋଠ ଭୋଗ ପ୍ରସ୍ତୁତିରେ ଲାଗିବ ବୋଲି କହିଛନ୍ତି ଶ୍ରୀମନ୍ଦିର ବରିଷ୍ଟ ତତ୍ତ୍ବାବଧାରକ  । ମହାପ୍ରଭୁଙ୍କ ରଥଯାତ୍ରାରେ ବ୍ୟବହୃତ ରଥ ଗୋଟିଏ ଥର ବ୍ଯବହୃତ ହୋଇଥାଏ । ମହାପ୍ରଭୁଙ୍କ ଯାତ୍ରା ସମାପ୍ତ ହେଲେ ରଥ ଭାଙ୍ଗିଦିଆଯାଇଥାଏ  । ଅକ୍ଷୟ ତୃତୀୟା ରେ ମହାପ୍ରଭୁଙ୍କ ନିକଟରେ ଆଜ୍ଞାମାଳ ଆସି ରଥ ନିର୍ମାଣ ହୁଏ ଏବଂ ମହାପ୍ରଭୁଙ୍କ ଆଜ୍ଞାରେ ରଥ ନିର୍ମାଣ ଶେଷ ହୁଏ ଏବଂ ମହାପ୍ରଭୁଙ୍କ ଆଜ୍ଞାରେ ରଥ ମଧ୍ୟ ଭଙ୍ଗାହୋଇଥାଏ  । ଦୀର୍ଘ ୨ ମାସ ଧରି କଠିନ ପରିଶ୍ରମ କରି ରଥ ନିର୍ମାଣ କରିଥିବାରୁ ଆଜି ରଥ ଭାଙ୍ଗିବା ସମୟରେ ଭୋଇ ସେବକଙ୍କର ମନକୁ କଷ୍ଟ ହୋଇଛି  ।

ନାବାଳିକାଙ୍କ ତଣ୍ଟି କାଟିବା ଘଟଣା: ବିଷ ପିଇଦେଲା ଫେରାର ଥିବା ପ୍ରେମିକ

ବଲାଙ୍ଗୀର ସଦର ଥାନା ଅଞ୍ଚଳରେ ନାବାଳିକାଙ୍କ ତଣ୍ଟି କାଟିବା ଘଟଣା।ବିଷ ପିଇଦେଲା ଫେରାର ଥିବା ପ୍ରେମିକ। ଅଭିଯୁକ୍ତ ପ୍ରେମିକ ହଳଧର ବରିହା ଆତ୍ମହତ୍ୟା ଉଦ୍ୟମ କରିଛି । ବିଷପିଇ ଗୁରୁତର ହୋଇଛି ହଳଧର । ମୁର୍ମୂଷୁ ଅବସ୍ଥାରେ ତାଙ୍କ ଜମିରୁ ଉଦ୍ଧାର । ଗତକାଲି ପ୍ରେମିକାର ତଣ୍ଟି କାଟି ଫେରାର ମାରିଥିଲା ଅଭିଯୁକ୍ତI ଗୁରୁତର ଅବସ୍ଥାରେ ପାଟଣାଗଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି।ଅଭିଯୁକ୍ତ ପ୍ରେମିକ ନାବାଳିକାର ସମ୍ପର୍କୀୟ  । ଗତକାଲି କିଛି ବାହାନା କରି ଘରେ ରହିଥିଲା । ଗତକାଲି ରାତିରେ ତଣ୍ଟି କାଟି ଫେରାର ହୋଇଯାଇଥିଲା  । ଗୁରୁତର ଅବସ୍ଥାରେ ନାବାଳିକା ବୁର୍ଲା ମେଡିକାଲକୁ ସ୍ଥାନାନ୍ତର ହୋଇଛନ୍ତି।ସଦର ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି  ।