spot_img
Home Blog Page 453

ପ୍ରଥମ ଥର ପାଇଁ ମା’ ତାରାତାରିଣୀ ପୀଠରେ ମିଳିବ ମେସିନ୍ ଚାଳିତ ଅନ୍ନପ୍ରସାଦ

ପୁରୁଷୋତ୍ତମପୁର : ଗଞ୍ଜାମ ଅଧିଷ୍ଠାତ୍ରୀ ଦେବୀ ମାଆ ତାରାତାରିଣୀଙ୍କ ଭକ୍ତଙ୍କ ପାଇଁ ଖୁସିଖବର ।  ପ୍ରଥମ ଥର ପାଇଁ ବାହାରିବ ମେସିନ୍ ଚାଲିତ ଅନ୍ନ ପ୍ରସାଦ ।  ଗଣେ ଚତୁର୍ଥୀରୁ ଲାଗୁ ହେବ ବ୍ୟବସ୍ଥା । ଏନେଇ  ଗଞ୍ଜାମ ଜିଲ୍ଲାପାଳ ଭି.କୀର୍ତ୍ତି ଭାସନ ମା’ତାରାତାରିଣୀ ପୀଠ ପରିଦର୍ଶନ କରି ବିଭିନ୍ନ ଉନ୍ନୟନମୂଳକ କାମ ତଦାରଖ କରିବା ସହ ଅନ୍ନ ପ୍ରସାଦ ବ୍ୟବସ୍ଥାକୁ କାର୍ଯ୍ୟକ୍ଷମ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରାୟ ଏକକୋଟିରୁ ଅଧିକ ଟଙ୍କା ବ୍ୟୟରେ ସ୍ଥାପିତ ଅତ୍ୟାଧୁନିକ ସ୍ବୟଂଚାଳିତ ରନ୍ଧନ ମେସିନ ମାଧ୍ୟମରେ ଖାଦ୍ୟ ପ୍ରସ୍ତୁତ ହୋଇ ସ୍ବଳ୍ପ ମୂଲ୍ୟରେ ଭକ୍ତଙ୍କୁ ଯୋଗାଇଦିଆଯିବ । ପୂର୍ବରୁ କେବଳ ମାଙ୍କ ଭୋଗ ପରେ ଅଳ୍ପ ସଂଖ୍ୟକ ଭକ୍ତ ଅନ୍ନ ଭୋଗ ପାଉଥିଲେ । ବର୍ତ୍ତମାନ ସମସ୍ତ ଭକ୍ତ ମାନେ ପ୍ରତିଦିନ ଅନ୍ନ ପ୍ରସାଦ ପାଇପାରିବେ ବୋଲି କହିଛନ୍ତି ଜିଲ୍ଲାପାଳ ।

ଏହି ଆଦିଶକ୍ତି ପୀଠକୁ ଓଡ଼ିଶା ଓ ଓଡ଼ିଶା ବାହାରୁ ମାଆଙ୍କ ଦର୍ଶନ ପାଇଁ ଛୁଟି ଆସୁଛନ୍ତି । ବସ୍ ଯୋଗେ ପାହାଡ ଉପରେ ଥିବା ମନ୍ଦିରରେ ମାଆଙ୍କୁ ଦର୍ଶନ କରିଥାନ୍ତି । କିନ୍ତୁ ପାହାଡ ଉପରେ ସମସ୍ତଙ୍କ ପାଇଁ ଅନ୍ନପ୍ରସାଦ ମିଲିପାରୁନଥିବାରୁ ନିରାଶ ହୋଇ ଫେରିଥାନ୍ତି  । କିନ୍ତୁ ଏବେ ଅନ୍ନ ପ୍ରସାଦ ମିଳିବା ନେଇ ଶୁଣିବା ପରେ ଶ୍ରଦ୍ଧାଳୁଙ୍କ ମନରେ ଖୁସି ଲହରି ଦେଖିବାକୁ ମିଳିଛି । ଅନ୍ନ ପ୍ରସାଦ ରେ ଅନ୍ନ,ଡାଲମା , ଘାଣ୍ଟ ତରକାରୀ,ଖଟା,ଶାଗ,ଚଣା ଭଜା ଓ ଖିରି ଭଳି ବିଭିନ୍ନ ଭୋଗ ମାଙ୍କ ପାଖରେ ପୂଜା ପରେ ଲୋକଙ୍କୁ ପରସା ଯିବ । ପୂର୍ବରୁ ଉପଜିଲ୍ଲାପାଳ ଡ.ଶିବାଶିଷ ବରାଳଙ୍କ ଅଧ୍ୟକ୍ଷତାରେ ଗତମାସ ୩୧ ତାରିଖରୁ ଅନ୍ନପ୍ରସାଦ ବଣ୍ଟନର ଶୁଭାରମ୍ଭ ହେବ ବୋଲି ଘୋଷଣା କରାଯାଇଥିଲା । କିନ୍ତୁ ତାହା କାର୍ଯ୍ୟକାରୀ ହୋଇ ପାରିଲ ନାହିଁ । ବର୍ତ୍ତମାନ ଜିଲ୍ଲାପାଳଙ୍କ ସମୀକ୍ଷା ପରେ ଗଣେଶ ଚତୁର୍ଥୀ ଠାରୁ ନିୟମିତ ଅନ୍ନ ପ୍ରସାଦ ମିଳିବ ବୋଲି ଆଶା ରଖିଛନ୍ତି ଭକ୍ତ ।

ସମସ୍ୟା ଘେରରେ ଅଚ୍ୟୁତାନନ୍ଦ ମହାବିଦ୍ୟାଳୟ…

ସାଲେପୁର: ସମସ୍ୟା ଘେରରେ କଟକ ନିଶ୍ଚିନ୍ତକୋଇଲି ଅଚ୍ୟୁତାନନ୍ଦ ମହାବିଦ୍ୟାଳୟ । ସିସିଟିଭି କ୍ୟାମେରା ଅଚଳ । କାନ୍ଥକୁ ଲାଲ କରିଛି ପାନଛେପ । ତଳେ ଗଦା ହୋଇ ପଡିଛି ଗୁଟୁଖା ଖୋଳ ।  ଶୌଚାଳୟ ବ୍ୟବସ୍ଥା ନକହିବା ଭଲ । ଛାତ୍ରଛାତ୍ରୀ ବସିବା ପାଇଁ କମନରୁମ ଟିଏ ନାହିଁ । ବାରମ୍ବାର ଅଭିଯୋଗ ପରେ ବି କଲେଜ କର୍ତ୍ତୃପକ୍ଷ ଶୁଣୁ ନଥିବା ଅଭିଯୋଗ ହୋଇଛି । ନୂଆ ସରକାରରେ ଶିକ୍ଷା ବ୍ୟବସ୍ଥା ଭୁଶୁଡି ପଡିଥିବା କହିଛନ୍ତି ଛାତ୍ରଛାତ୍ରୀ ।

ପାର୍କିଂ ବ୍ୟବସ୍ଥାଟିଏ ବି ନାହିଁ । ଏଣେ ତଣେ ସାଇକେଲ ଓ ମୋଟର ସାଇକେଲ ରଖୁଛନ୍ତି ଛାତ୍ରଛାତ୍ରୀ  । କଲେଜ ଚାରି ପଟେ ଥିବା ପାଚେରୀ ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିବାରୁ ବିଭିନ୍ନ ସମୟରେ ଅଣଛାତ୍ର କଲେଜ୍ ପରିସରରେ ପଶି ବିଭିନ୍ନ ଅଘଟଣ ଘଟାଉ ଥିବା ଅଭିଯୋଗ ହୋଇଛି । ସରକାର ଖୁବ ଶୀଘ୍ର କଲେଜ୍ ପାଚେରୀ ସହ ସମସ୍ତ ମୌଳିକ ସୁବିଧା ଯୋଗାଇ ଦେବାକୁ ଦାବି କରିଛନ୍ତି ଛାତ୍ରଛାତ୍ରୀ । ଦେଖିବାକୁ ବାକି ରହିଲା କେବେ ଛାତ୍ର ଛାତ୍ରୀଙ୍କ ଦୁଃଖ ଦୂର ହେଉଛି, କେବ ସରକାରଙ୍କ ନଜର କଲେଜ ସମସ୍ୟା ଉପରେ ପଡୁଛି ।

ମଧ୍ୟାହ୍ନ ଭୋଜନରେ ପୋକ ପଡିଥିବା ଅଭିଯୋଗ ଆଣି ଚାରିଦିନ ଉପାସରେ ଛାତ୍ରଛାତ୍ରୀ

ବାସୁଦେବପୁର : ସ୍କୁଲରେ ଶିଶୁଙ୍କୁ ମିଳୁନି ଭଲ ରନ୍ଧା ଖାଦ୍ୟ । ପୋକ ସାଲୁବାଲୁ ଖାଇବା ବର୍ଜନ କରିଛନ୍ତି ଛାତ୍ରଛାତ୍ରୀ । ଦୀର୍ଘ ଚାରିଦିନ ହେଲା ଉପାସରେ ଘରକୁ ଫରୁଛନ୍ତି ।  ଭଦ୍ରକ ଜିଲ୍ଲାର ବାସୁଦେବପୁର ବ୍ଲକର ଜଗନ୍ନାଥପୁର ନାରାୟଣ ଚନ୍ଦ୍ର  ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ଆସିଛି ଏହି ଅଭିଯୋଗ । ଏହି ସ୍କୁଲରେ ଖାଦ୍ୟ ବଣ୍ଟନ ଦାୟିତ୍ବ ଭଦ୍ରକର ସେଣ୍ଟ୍ରାଲ କିଚେନକୁ ପ୍ରଦାନ କରାଯାଇଛି । ହେଲେ ଗତ ସୋମବାର ପ୍ରଦାନ କରାଯାଇ ଥିବା ମଧ୍ୟାନ୍ନ  ଭୋଜନରେ ପୋକ ପଡିଥିବା ଦେଖିଥିଲେ କୁନି କୁନି ଶିଶୁ । ଫଳରେ ମଙ୍ଗଳବାର ଠାରୁ ଛାତ୍ରଛାତ୍ରୀମାନଙ୍କୁ ମଧ୍ୟାନ୍ନ ଭୋଜନ ପ୍ରଦାନ ବନ୍ଦ ରହିଛି ।

ବାସୁଦେବପୁର ବ୍ଲକର ପିଏମ ପୋଷଣ ଯୋଜନାର ୨୯୯ ଗୋଟି ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଖାଦ୍ଯ ପ୍ରଦାନ କରାଯାଉଛି । ସେଥିମଧ୍ୟରୁ ୩୩ ସ୍କୁଲକୁ ସେଣ୍ଟ୍ରାଲ କିଚେନ ଖାଦ୍ୟ ବଣ୍ଟନ କରୁଛି । ଜଗନ୍ନାଥପୁର ନାରାୟଣ ଚନ୍ଦ୍ର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୨୦୧ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ତେବେ ଖାଦ୍ୟରେ ପୋକ ବାହାରିବା ଅଭିଯୋଗକୁ ଅସ୍ପିକାର କରିଛନ୍ତି କ୍ୟାଣ୍ଟିନ କର୍ତ୍ତୃପକ୍ଷ । ବ୍ଲକ ଅତିରିକ୍ତ ଶିକ୍ଷାଧିକାରୀ ଜିଲ୍ଲା ଶିକ୍ଷିଧିକାରୀଙ୍କୁ ତଦନ୍ତ ରିପୋର୍ଟ ପ୍ରଦାନ କରିଥିବା ସୂଚନା ରହିଛି। ଖାଦ୍ୟ ମାନ ଯାଞ୍ଚ କରି  ତୁରନ୍ତ ଛାତ୍ର ଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ଯୋଗାଇ ଦେଲେ ଛାତ୍ର ଛାତ୍ରୀମାନେ ଉପକୃତ ହୁଅନ୍ତେ  ।

ନଅଣ୍ଟିଆ ବର୍ଷାକୁ ନେଇ ଚିନ୍ତାରେ କଣ୍ଟାମାଳ ଚାଷୀ

କଣ୍ଟାମାଳ : ପ୍ରଥମେ ଭଲ ବର୍ଷା ହେଲା । ଏବେ ନିଅଣ୍ଟିଆ । ଚାଷ କାର୍ଯ୍ୟ ପ୍ରଭାବିତ । ସୃଷ୍ଟି ହେଲାଣି ମରୁଡ଼ି ସ୍ଥିତି । ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକରେ ଏବେ ବର୍ଷା ଅଭାବ ଯୋଗୁଁ ଅଂଚଳରେ ଜଳ ସେଚନ ବ୍ୟବସ୍ଥା ନଥିବା ଚାଷ ଜମି ଗୁଡିକ ଶୁଖିଲା ପଡ଼ିଲାଣି । ସୁରୁଖୁରୁରେ ରେ ଆରମ୍ଭ ହୋଇଥିଲା ଚାଷ । ହେଲେ ଏବେ ଭାଦ୍ରବରେ ଚାଷୀଙ୍କୁ ବର୍ଷା ସାଜିଛି ଦାଉ । କେଉଁଠି ମାଟି ଫାଟି ଆଁ କଲାଣି ତ କେଉଠି ଶୁଖିଲା ପଡି ଟାଙ୍ଗରା ହୋଇଗଲାଣି ଜମି । ଶୁଖିଲା ଖେତ କୁ ଦେଖି ମୁଣ୍ଡରେ ହାତ ଦେବାକୁ ବସିଲେଣି ଚାଷୀ । ଯଦି ଆଗକୁ ଏପରି ବର୍ଷାର ଅଭାବ ଲାଗି ରୁହେ ତେବେ ଚଳିତ ଖରିପ ଋତୁ ରେ ଚାଷୀ ମରୁଡି ପରିସ୍ଥିତିର ସମ୍ମୁଖୀନ ହେବେ । ବ୍ଲକର ଖଇରମାଲ ଓ ଦେଉଲି ଠାରେ ଚାଷୀଙ୍କ ଜଳ ସେଚନ ସୁବିଧା ପାଇଁ ପାର୍ବତୀ ଗିରି ଉଠା ଜଳ ସେଚନ ପ୍ରକଳ୍ପ ରହିଛି । ହେଲେ ଏହି ପ୍ରକଳ୍ପରୁ  ଚାଷୀମାନେ ପାଣି ପାଇପାରୁନଥିବା ଅଭିଯୋଗ ହୋଇଛି ।

ବାରମ୍ବାର ପାର୍ବତୀ ଗିରି ଉଠା ଜଳ ସେଚନ ପ୍ରକଳ୍ପ ପାଣି ଯୋଗାଇ ଦେବାକୁ ଦାବି ହୋଇଛି । ହେଲେ ଫଳ ଶୂନ । ଯାହାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଗୁଡଭେଲି ପଦର, ଡ଼ଙ୍ଗାଝୋଳ, ଡାଙ୍ଗମୁଣ୍ଡା ଗ୍ରାମର ଚାଷୀ ପାଣି ଯୋଗାଇବା ପାଇଁ ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲାପାଳଙ୍କ ଦ୍ୱାରସ୍ତ ମଧ୍ୟ ହୋଇଥିଲେ ଚାଷୀ ।  ସେପଟେ ଫିଲଡ ଯାଇ ତଦନ୍ତ କରି ଚାଷୀଙ୍କ ଜମିକୁ ପାଣି ଯୋଗାଇ ଦେବେ ବୋଲି କହିଛନ୍ତି କଣ୍ଟାମାଳ ମେଗା ଉଠା ଜଳ ସେଚନ  ବିଭାଗର କନିଷ୍ଠ ଯନ୍ତ୍ରୀ ।

ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ମଧ୍ୟରେ କିଏ ଅଧିକ ଧନୀ ?

ନନ୍ଦିଘୋଷ ବ୍ୟୁରୋ : ବିରାଟ କୋହଲି ରୋହିତ ଶର୍ମାଙ୍କ ଠାରୁ  ପ୍ରାୟ ଦେଢ ବର୍ଷା ସାନ ହୋଇ ପାରନ୍ତ, କିନ୍ତୁ ଉଭୟଙ୍କ କ୍ରିକେଟ କ୍ୟାରିୟର ସମାନ ପର୍ଯ୍ୟାୟ ଦେଇ ଗତି କରୁଛି । ସେମାନରେ ଏକାଠି ଟି-୨୦ରୁ ଅବସର ନେଇଛନ୍ତି । କିଛି ଦିନ ମଧ୍ୟରେ ଦୁହେଁ ଟେଷ୍ଟ କ୍ରିକେଟରୁ ମଧ୍ୟ ବିଦାୟ ନେଇଛନ୍ତି । ବିସିସିଆଇରୁ କୋଟି କୋଟି ଟଙ୍କା ଦରମା ନେିଛନ୍ତି । ଅନେକ ବ୍ରାଣ୍ଡକୁ ମଧ୍ୟ ପ୍ରମୋଟ କରିବା ସହ ସ୍ପନ୍ସରସିପ ଡିଲରୁ ମଧ୍ୟ କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି । ଯଦି ଆପଣ ସେମାନଙ୍କ ସମ୍ପତ୍ତି ବିଷୟରେ ଜାଣିବା ତାହା ହେଲେ ଆଶ୍ଚର୍ଯ୍ୟ ହୋଇଯିବେ ।

ପ୍ରଥମେ ରୋହିତ ଶର୍ମାଙ୍କ ବିଷୟରେ କହିବାକୁ ଗଲେ, ରିପୋର୍ଟ ଅନୁସାରେ ତାଙ୍କର ମୋଟ ସମ୍ପତ୍ତି ୨୧୪ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ସେ ବିସିସିଆଇ, ଇଣ୍ଡିଆନ୍ ପ୍ରିମିୟର ଲିଗ୍, ଅନୁମୋଦନ ଏବଂ ସ୍ପନ୍ସରସିପ ଡିଲ ମାଧ୍ୟମରେ ଏହା ରୋଜଗାର କରିଛନ୍ତି। ରୋହିତ ବର୍ତ୍ତମାନ ଟିମ୍ ଇଣ୍ଡିଆ ପାଇଁ କେବଳ ଦିନିକିଆ ମ୍ୟାଚ୍ ଖେଳନ୍ତି  । ବିସିଆଇ ତାଙ୍କୁ ବାର୍ଷିକ ୭ କୋଟି ଟଙ୍କା ଦରମା ଦିଏ।

ଅନ୍ୟପକ୍ଷରେ, ବିରାଟ କୋହଲିଙ୍କ ମୋଟ ସମ୍ପତ୍ତି ୧୦୫୦ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ବିରାଟ ଏବେ କେବଳ ଦିନିକିଆ ମ୍ୟାଚ୍ ମଧ୍ୟ ଖେଳନ୍ତି ।  ବିସିସିଆଇର କେନ୍ଦ୍ରୀୟ ଚୁକ୍ତି ତାଲିକାର ଗ୍ରେଡ୍ ଏ ରେ ଥିବାରୁ, ତାଙ୍କୁ ବାର୍ଷିକ ୭ କୋଟି ଟଙ୍କା ଦରମା ମିଳିଥାଏ। ଏହା ବ୍ୟତୀତ, ସେ ଅନୁମୋଦନ, ସ୍ପନ୍ସରସିପ ଡିଲ ଏବଂ ବ୍ୟବସାୟିକ ନିବେଶ ମାଧ୍ୟମରେ ଏତେ ବଡ଼ ସାମ୍ରାଜ୍ୟ ମଧ୍ୟ ଗଢ଼ିଛନ୍ତି।

ରୋହିତ ଶର୍ମା ଆଡାଦାସ, ସିଏଟି, ଆଇଆଇଏଫଏଲ ଫାଇନାନ୍ସ ଏବଂ ମ୍ୟାକ୍ସ ଲାଇଫ ଇନସୁରାନ୍ସ ଭଳି ଅନେକ ବଡ଼ ବ୍ରାଣ୍ଡ ସହିତ ଜଡିତ ଅଛନ୍ତି। ଫାଇନାନ୍ସିଆଲ୍ ଏକ୍ସପ୍ରେସ୍ ଅନୁଯାୟୀ, ରୋହିତଙ୍କ ନିବେଶ ପୋର୍ଟଫୋଲିଓ ମଧ୍ୟ ବହୁତ ଭଲ, ସେ ଷ୍ଟାର୍ଟ-ଅପ୍ ଏବଂ ଅନ୍ୟାନ୍ୟ ବ୍ରାଣ୍ଡରେ ୮୯ କୋଟି ଟଙ୍କା ନିବେଶ କରିଛନ୍ତି।

ବିରାଟ କୋହଲି ପୁମା, ଅଡି, ଏମଆରଏଫ, ମିଣ୍ଟ୍ରା ସମେତ ଅନେକ ବଡ଼ ବଡ଼ କମ୍ପାନୀ ସହିତ କାମ କରିଛନ୍ତି। ନିବେଶ ବିଷୟରେ କହିବାକୁ ଗଲେ, ବିରାଟ କୋହଲି ନିଜେ ଏହି ଦୁଇଟି କମ୍ପାନୀ, One8 ଏବଂ Wrogn ର ମାଲିକ। ଏହା ବ୍ୟତୀତ, ସେ ମିଣ୍ଟ୍ରା, ୟୁନିଭର୍ସାଲ ସ୍ପୋର୍ଟସବିଜ୍ ସମେତ ଅନ୍ୟ ଅନେକ କମ୍ପାନୀରେ ପ୍ରଚୁର ଟଙ୍କା ନିବେଶ କରିଛନ୍ତି।

ଘରୋଇ କ୍ରିକେଟର ଫର୍ମାଟ ବଦଳାଇଲା BCCI, ଏବେ ଏମିତି ହେବ ମ୍ୟାଚ୍

ନନ୍ଦିଘୋଷ ବ୍ୟୁରୋ: ଘରୋଇ କ୍ରିକେଟ (ଦିନିକିଆ)କୁ ନେଇ ବିସିସିଆଇର ଏକ ବଡ଼ ନିଷ୍ପତ୍ତି । ଦିନିକିଆ କ୍ରିକେଟ ଫର୍ମାଟରେ ହେଲା ପରିବର୍ତ୍ତନ । ଏବେ ଘରୋଇ ଦିନିକିଆରେ ପ୍ଲେଟ ଗ୍ରୁପ୍ ସିଷ୍ଟମ ଦେଖିବାକୁ ମିଳିବ । ନୂଆ ଦିନିକିଆ ସିଜିନରେ ଏହି ଫର୍ମାଟ ଦେଖିବାକୁ ପାଇବେ ଦର୍ଶକ । ଆଉ ଏହାର ଆରମ୍ଭ ଦୀଲିପ ଟ୍ରଫିରୁ ହେବ । ସୂଚନାଯୋଗ୍ୟ, ଅଗଷ୍ଟ ୨୮ରୁ ଦୀଲିପ ଟ୍ରଫି ଆରମ୍ଭ ହେବାକୁ ଯାଉଛି । ୨୮ ତାରିଖରେ ଦୁଇଟି ମ୍ୟାଚ ଖେଳାଯିବ । ପ୍ରଥମ ମ୍ୟାଚ୍ ନର୍ଥ ଜୋନ ଓ ଇଷ୍ଟ ଜୋନ ଭିତରେ ଖେଳାଯିବ । ସେହିପରି ଦ୍ବିତୀୟ ମ୍ୟାଚ୍ ସେଣ୍ଟାଲ ଜୋନ ଓ ନର୍ଥ ଇଷ୍ଟ ଜୋନ ମଧ୍ୟରେ ଖେଳାଯିବ ।

BCCIର ବଡ଼ ନିଷ୍ପତ୍ତି

ସୂଚନଯୋଗ୍ୟ, ଘୋରାଇ ଦିନିକିଆ, ଯେଉଁଥିରେ ବିଜୟ ହଜାରେ ଟ୍ରଫି, ସିନିୟର ମହିଳା ଦିନିକିଆ ଟ୍ରଫି, ଅଣ୍ଡର-୨୩ ପୁରୁଷ ଟେଷ୍ଟ ଏ ଟ୍ରଫିରେ ସବୁ ଟିମ୍ ୪ଟି ଏଲିଟ ଓ ଗୋଟିଏ ପ୍ଲେଟ ଗ୍ରୁପରେ ସାମିଲ ହେବେ । ସବୁଠାରୁ ତଳେ ଥିବା ୬ଟି ଟିମ ଏବେ ପ୍ଲେଯ ଗ୍ରୁପରେ ରହିବେ । ଏହାପୂର୍ବରୁ ଦେଖିବାକୁ ମିଳୁଥିଲା କି ପ୍ରତି ସିଜିନରେ ପ୍ଲେଟ ଗ୍ରୁପରୁ ୨ଟି ଟିମ ହିଁ ଉପରକୁ ଯାଉଥିବା ବେଳେ ୨ଟି ଟିମ ତଳକୁ ଆସୁଥିଲେ । ଏହାପରେ ଏବେ ଗୋଟିଏ ଟିମ ପ୍ରମୋଟ ବା ରିଲିଗେଟ ହେବା ଦେଖି ପାରିବେ । ସେତିକି ନୁହେଁ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ଓ ସିନିୟର ମହିଳା ଟି-୨୦ ଟ୍ରଫିରେ ମଧ୍ୟ ବିସିସିଆଇ ପରିବର୍ତ୍ତନ କରିଛି । ନକ ଆଉଟ ଷ୍ଟାଜ ବଦଳରେ ସୁପର ଲିଗ ଷ୍ଟାଜ ନେବାକୁ ବିସିସିଆଇ ନିଷ୍ପତ୍ତି ନେଇଛି । ଏହାପୂର୍ବରୁ ବିସିସିଆଇ ରଣଜୀ ଟ୍ରଫିରେ ଏଲିଟ ଓ ପ୍ଲେଟ ଗ୍ରୁପ୍ ଫର୍ମାଟରେ ମ୍ୟାଚ କରିବାକୁ ନିଷତ୍ତି ନେଇଥିଲା । ଅକ୍ଟୋବରରେ ଆଣମ୍ଭ ହେଉଥିବା ୨୦୨୫-୨୬ ରଣଜୀ ଟ୍ରଫି ଟୁର୍ଣ୍ଣାମେଣ୍ଟ ଏହି ଫର୍ମାଟରେ ଖେଳାଯିବ ।

କାହିଁକି ଏମିତି ନିଷ୍ପତ୍ତି ?

ଭାରତରେ ଘରୋଇ କ୍ରିକେଟର ଆରମ୍ଭ ୨୮ ଅଗଷ୍ଟରୁ ହୋଇଥାଏ । ଏହି ଘରୋଇ ସିଜିନ ୨୦୨୬ ଏପ୍ରିଲ ୩ ତାରିଖରେ ସିନିୟର ମହିଳା ଦିନିକିଆ ଟ୍ରଫି ପର୍ଯ୍ୟନ୍ତ ଚାଲିବ । ଏହି ପରିବର୍ତ୍ତନ ମାଧ୍ୟମରେ ବିସିସିଆଇ ଘରୋଇ ଟୁର୍ଣ୍ଣାମେଣ୍ଟକୁ ଆହୁରି ଆକର୍ଷଣୀୟ କରିବାକୁ ଚାହୁଁଛି । ଏହାଦ୍ବାରା ପ୍ରତି ଲେଭଲର ଟିମଙ୍କ ପ୍ରଦର୍ଶନରେ ସୁଧାର ଆସିବା ସହ ପ୍ରତିଭାବାନ ଖେଳାଳି ସାମ୍ନାକୁ ଆସିବେ । ୨୦୨୬ରେ ଟିମ୍ ଇଣ୍ଡିଆ ଏକାଧିକ ଗୁରୁତ୍ବପୂର୍ଣ୍ଣ ଖେଳିବାକୁ ଯାଉଛି । ଆଉ ବିସିସିଆଇର ଏହି ନିଷ୍ପତ୍ତି ଯୋଗୁଁ ଏକାଧିକ ଖେଳାଳିଙ୍କୁ ଜାତୀୟ ଦଳରେ ସ୍ଥାନ ମିଳିପାରେ । ଏଥିରେ କେବଳ ପୁରୁଷ ନୁହେଁ, ମହିଳା ଖେଳାଳିବି ସାମିଲ ଅଛନ୍ତି । କିଛିବର୍ଷ ହେବ ଭାରତରେ ମହିଳା ଟିମ ବି ଭଲ ପଦର୍ଶନ କରୁଛନ୍ତି । ଏହି ଫଁମାଟ ଦ୍ବାରା ମହିଳା ଟିମକୁ ବି ଲାଭ ମିଳିବ ଓ ଏହାର ପ୍ରଭାବ ଖେଳରେ ଦେଖିବାକୁ ମିଳିବ ।

ଋଷରୁ ତେଲକୁ ନେଇ ଆମେରିକା ଓ ପଶ୍ଚିମ ଦେଶଙ୍କୁ ଜୟଶଙ୍କରଙ୍କ ଜବାବ: ଇଚ୍ଛା ହେଲେ କିଣ, ନହେଲେ ନାହିଁ

ନନ୍ଦିଘୋଷ ବ୍ୟୁରୋ: ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଋଷ ତେଲକୁ ନେଇ ଆମେରିକା ଓ ପଶ୍ଚିମ ଦେଶଙ୍କୁ ଦେଇଛନ୍ତି ଜବାବ । ଋଷ ସହ ଭରତର ଉର୍ଜା ସମ୍ପର୍କକୁ ସୁରକ୍ଷା ଦେବାକୁ ଯାଇ ଜୟଶଙ୍କର କହିଛନ୍ତି, ଆମେ ତେଲ କିଣୁଛୁ ନିଜର ଓ ବିଶ୍ବର ହିତ ପାଇଁ । ଆମେରିକା ସହ ଆଲୋଚନାରେ ବ୍ୟାପାର ପ୍ରତିବନ୍ଧକ ସାଜୁଛି । ହେଲେ ଭାରତ ସ୍ବାଧୀନ ଭାବେ ନିଷ୍ପତ୍ତି ନେବା ଜାରି ରଖିବ । ବିଦେଶ ମନ୍ତ୍ରୀ ଭାରତୀୟ ଶକ୍ତି ସୁରକ୍ଷା ଉପରେ ଗୁରୁତ୍ବ ଦେବା ସହ ଋଷ ପାଖରୁ ତେଲ କିଣିବାକୁ ନେଇ ହେଉଥିବା ଆଲୋଚନା ଉପରେ ଏହି ମତ ରଖିଛନ୍ତି ।

ଏସ. ଜୟଶଙ୍କର କହିଛନ୍ତି, ଏହା ହାସ୍ୟସ୍ପଦ ଯେ, ଆମେରିକା ନିଜେ ଋଷ ସହ ବେପାର କରୁଥିବା ବେଳେ ଏହାର ପ୍ରଶାସନିକ ଅଧିକାରୀ ଅନ୍ୟ ଉପରେ ବେପାର କରିବା ଅଭିଯୋଗ ଅଣୁଛନ୍ତି । ଯଦି ଆପଣଙ୍କୁ ଭାରତ ପାଖରୁ ତେଲ ଓ ରିଫାଇଣ୍ଡ ପ୍ରଡକ୍ଟ କିଣିବାରେ ଅସୁବିଧା ହେଉଛି ତେବେ କିଣ ନାହିଁ । ଏଥିପାଇଁ କେହି ତୁମକୁ ବାଧ୍ୟ କରୁନାହାନ୍ତି ।

ଭାରତ ଓ ଆମେରିକା ମଧ୍ୟରେ ବେପାରକୁ ନେଇ ତୁ ତୁ ମେଁ ମେଁ ଚାଲିଥିବା ବେଳେ ବୈଦେଶିକ ମନ୍ତ୍ରୀ ଏସ, ଜୟଶଙ୍କରଙ୍କର ଏହି ବୟାନ ଆସିଛି । ଆମେରିକା ଭାରତ ଉପରେ ୫୦ ପ୍ରତିଶତ ଟାରିଫ ଲଗାଇଛି । ଯେଉଁଥିରେ ୨୫ ପ୍ରତିଶତ ପେନାଲ୍ଟି ଟାରିଫ ରହିଛି । ଋଷ ପାଖରୁ ତେଲ କିଣିବା କାରଣରୁ ଭାରତ ଉପରେ ଏହି ଟାରିଫ ଲାଗିଛି ।

ଆଗକୁ ଜୟଶଙ୍କର କହିଛନ୍ତି, ୨୦୨୨ରେ ଯେତେବେଳେ ତେଲର ମୂଲ୍ୟ ବୃଦ୍ଧି ଘଟିଥିଲା, ସାରା ବିଶ୍ବ ଚିନ୍ତାରେ ଥିଲା । ସେତେବେଳେ କୁହାଯାଇଥିଲା ଭାରତ ଋଷ ପାଖରୁ ତେଲ କିଣିବାକୁ ଚାହୁଁଥିଲେ, କିଣୁ । କାରଣ, ଏହାଦ୍ବାରା ମୂଲ୍ୟ ସ୍ଥିର ହୋଇପାରିବ । ବଜାରରେ ସ୍ଥିରତା ରଖିବା ବି ଭାରତର ତେଲ କିଣିବାର ଅନ୍ୟ ଏକ ଉଦ୍ଦେଶ୍ୟ ଥିଲା । ତେଲ ମୂଲ୍ୟ ସ୍ଥିର ରଖିବାକୁ ଆମେ ଋଷ ପାଖରୁ କିଣୁଛୁ । ଏହାଦ୍ବାରା ଉଭୟ ଭାରତର ଜାତୀୟ ଓ ବୈଶ୍ବିକ ହିତ ହେଉଛି ।

ଆମକୁ ଋଷ ସହ ବେପାର ବଢ଼ାଇବାର ଆବଶ୍ୟକତା ରହିଛି । ମୋର ଋଷ ଗସ୍ତ ସମୟରେ ଆମେ ଦ୍ବିପାଖିକ ସମ୍ପର୍କ ଉପରେ ଗୁରୁତ୍ବ ଦେଇଛୁ । ୟୁକ୍ରେନ ଯୁଦ୍ଧକୁ ନେଇ ଆରମ୍ଭରୁ ଋଷର ନୀତି ସ୍ପଷ୍ଟ ରହିଛି । ଆମେ ଏହି ପ୍ରସଙ୍ଗରେ ଶୀଘ୍ର ସମାଧାନ ଚାହୁଁଛୁ ।

ସୂଚନାଯୋଗ୍ୟ, ବିଦେଶ ମନ୍ତ୍ରୀ ଏସ. ଜୟଶଙ୍କର ୧୯ ଅଗଷ୍ଟରୁ ୨୧ ଅଗଷ୍ଟ ପର୍ଯ୍ୟନ୍ତ ଋଷ ଗସ୍ତରେ ଯାଇଥିଲେ । ସେଠାରେ ସେ ବେପାର, ଆର୍ଥିକ, ବେିଜ୍ଞାନ, ଟେକନିକ ଓ ସାଂସ୍କୃତିକ ସହଯୋଗ ଉପରେ ଆୟୋଜିତ ଭାରତ-ଋଷ ଇଣ୍ଟରନ୍ୟାସନାଲ କମିଶନର ୨୬ତମ ସଂସ୍କରଣର ସହ-ଅଧ୍ୟକ୍ଷତା କରିଥିଲେ ।

୪୦ ବଲରେ ଥିଲା ୧୦୨ ରନ୍, ୧୧ ବଲ ପୂର୍ବରୁ ଜିତିଲେ ମ୍ୟାଚ୍

ନନ୍ଦିଘୋଷ ବ୍ୟୁରୋ : ମନର ଆତ୍ମବିଶ୍ବାସ ମଣିଷକୁ ସଫଳତାର ଶିଖରରେ ପହଞ୍ଚାଇଥାଏ । ଅସମ୍ଭବ ବି ସମ୍ଭବ ହୋଇଥାଏ । ଏମିତି କିଛି ଦେଖିବାବୁ ମିଳିଛି କେନିଂଟନ୍ ଓଭାଲରେ ଖେଳାଯାଇଥିବା ମ୍ୟାଚରେ ଦେଖିବାକୁ ମିଳିଛି । ପରାଜୟର ଦ୍ବାର ଦେଶରେ ଥିବା ମ୍ୟାଚ ବିଜୟ ହାସଲ କରିଛି । ଲଣ୍ଡନର କେନିଂଟନ୍ ଓଭାଲରେ ଏପରି ଏକ ମ୍ୟାଚ୍ ଖେଳାଯାଇଥିଲା। ଟ୍ରେଣ୍ଟ ରକେଟ୍ସ ଓଭାଲ୍ ଇନଭିନ୍ସିବଲ୍ସ ବିପକ୍ଷରେ ୧୭୨ ରନ୍ ର ଲକ୍ଷ୍ୟ ରଖିଥିଲା। ମ୍ୟାଚ୍ ଏପରି ଏକ ସ୍ଥାନରେ ପହଞ୍ଚିଥିଲା ​​ଯେଉଁଠାରେ ଓଭାଲ୍ ଇନଭିନ୍ସିବଲ୍ସକୁ ୪୦ ବଲରେ ଜିତିବା ପାଇଁ ୧୦୨ ରନ୍ ଆବଶ୍ୟକ ଥିଲା  । ଏହି ମ୍ୟାଚ୍ ଜିତିବାର ସମ୍ଭାବନା କେବଳ ୯ ପ୍ରତିଶତ ଥିଲା । ଏପରି ପରିସ୍ଥିତିରେ ଜୋର୍ଡାନ କକ୍ସ ଓ ସାମ୍ କରନଙ୍କ ଦ୍ରୁତ ଇନିଂସ ଏହି ୯ ପ୍ରତିଶତ ସୁଯୋଗକୁ ଶତ ପ୍ରତିଶତରେ ପରିଣତ କରିଥିଲା।

ଇଂଲଣ୍ଡରେ ଚାଲିଥିବା ଦି ହଣ୍ଡ୍ରେଡ୍ ଲିଗ୍ ସମୟରେ, ଟ୍ରେଣ୍ଟ ରକେଟ୍ସ ଶହେ ବଲରେ ୭ ଓ୍ବେକଟ ହରାଇ ୧୭୧ ରନ କରିଥିଲା । ଇଂଲଣ୍ଡର ବ୍ୟାଟ୍ସମ୍ୟାନ୍ ଜୋ ରୁଟ୍ ଏହି ଦଳ ପକ୍ଷରୁ ସର୍ବାଧିକ ରନ୍ କରିଥିଲେ। ରୁଟ୍ ୪୧ ବଲରେ ୭୬ ରନର ଏକ ଚମତ୍କାର ଇନିଂସ ଖେଳିଥିଲେ। ସେହି ସମୟରେ, ଓଭାଲ୍ ଇନଭିନ୍ସିବଲ୍ସ ସମ୍ମୁଖରେ ଏକ ବଡ଼ ଟାର୍ଗେଟ ଠିଆ ହୋଇଥିଲା। ଏହି ଦଳ ପ୍ରଥମ ୬୦ ବଲରେ କେବଳ ୭୦ରନ୍ କରିପାରିଥିଲା। ସେହି ସମୟରେ ଦଳକୁ ଜିତିବା ପାଇଁ ୪୦ ବଲରେ ୧୦୨ ରନର ଆବଶ୍ୟକ ଥିଲା ।

ଏହି ମ୍ୟାଚ୍ ଇନଭିନ୍ସିବଲ୍ସ ହାତରୁ ସମ୍ପୂର୍ଣ୍ଣ ଖସିଯିବା ପରି ମନେ ହେଉଥିଲା। ମ୍ୟାଚ୍ ହାତରୁ ଖସି ଯାଉଥିବା ଦେଖି, ପିଚ୍‌ରେ ଉପସ୍ଥିତ ଜୋର୍ଡାନ କକ୍ସ ଏବଂ ସାମ କରାନ ରନର ବର୍ଷା କରିଥିଲେ । ଏମିତି ସନ ମରରିଥିଲେ ଯେ ୧୧ ବଲ ବାକି ଥଶଇ ୧୭୨ ରନର ଏକ ବିଶାଳ ମ୍ୟାଚରେ ବିଜୟ ହାସଲ କରିଥିଲେ । ସାମ କରାନ ୨୪ ବଲ୍‌ରେ ୫୪ ରନର ଏକ ଚମତ୍କାର ଇନିଂସ ଖେଳିଥିଲେ। ଜୋର୍ଡାନ ୩୨ ବଲରେ ୫୮ ରନ କରି ଦଳକୁ ବିଜୟୀ କରାଇ ଅପରାଜିତ ଫେରିଥିଲେ। ଜୋର୍ଡାନ ଓ କରାନଙ୍କ ଏହି ଇନିଂସ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ଅନୁପମ ଖେର ଏହି ପୋଡକାଷ୍ଟରଙ୍କ ଉପରେ କାହିଁକି ରାଗିଲେ ?

ନନ୍ଦିଘୋଷ ବ୍ୟୁରୋ ; ରାଜ ଶମାନୀ ହେଉଛନ୍ତି ଭାରତର ସର୍ବୋତ୍ତମ ପୋଡକାଷ୍ଟରମାନଙ୍କ ମଧ୍ୟରୁ ଜଣେ। କିଛି ଦିନ ପୂର୍ବରୁ ସେ ବିଜୟ ମାଲ୍ୟାଙ୍କ ସାକ୍ଷାତକାର ନେଇଥିଲେ, ଯାହା ସମସ୍ତ ରେକର୍ଡ ଭାଙ୍ଗି ଦେଇଥିଲା। ସେ ଗୋଟିଏ ମାସ ପୂର୍ବରୁ ଅଭିନେତା ଅନୁପମ ଖେରଙ୍କ ସାକ୍ଷାତକାର ନେଇଥଲେ। ବର୍ତ୍ତମାନ ଅନୁପମ ଅନ୍ୟ ଏକ ସାକ୍ଷାତକାରରେ ପୋଡକାଷ୍ଟରଙ୍କୁ କଟାକ୍ଷ କରିଛନ୍ତି। ସେ ଚଳଚିତ୍ର ଟକ୍ସରେ ଏକ ସାକ୍ଷାତକାର ଦେଇଥିଲେ, ଯେଉଁଥିରେ ତାଙ୍କର ଏକ ବକ୍ତବ୍ୟ ଚର୍ଚ୍ଚା ବିଷୟ ପାଲଟିଛି ।

ଅନୁପମ ଖେର ତାଙ୍କ ଫିଲ୍ମ ‘ତନଭି ଦି ଗ୍ରେଟ୍’ର ପ୍ରମୋସନ ପାଇଁ ଚଳଚିତ୍ର ଟକ୍ସକୁ ଆସିଥିଲେ। ସେଠାରେ ସେ ପୋଡକାଷ୍ଟରଙ୍କୁ ପଚାରିଥିଲେ ଯେ ସେ ଫିଲ୍ମ ଦେଖିଛନ୍ତି କି ନାହିଁ ? ଯେତେବେଳେ ପୋଡକାଷ୍ଟର ମନା କରିଥିଲେ, ଅନୁପମ ତାଙ୍କୁ ବୁଝାଇ କହିଥିଲେ ଯେ ଜଣେ ପୋଡକାଷ୍ଟର ସର୍ବଦା ସେ ସାକ୍ଷାତକାର ନେଉଥିବା ବ୍ୟକ୍ତିଙ୍କ ନୂଆ କାର୍ଯ୍ୟ ବିଷୟରେ ସଚେତନ ରହିବା ଉଚିତ । ଅନୁପମ କହିଲେ, ‘ତୁମେ ସର୍ବଦା ତୁମର ଅତିଥିମାନଙ୍କ ବିଷୟରେ ଅନୁସନ୍ଧାନ କରିବା ଉଚିତ ଓ ସେମାନଙ୍କୁ ନିମନ୍ତ୍ରଣ କରିବା ପୂର୍ବରୁ ସେମାନଙ୍କର ନୂଆ ଚଳଚ୍ଚିତ୍ର ଦେଖିବା ଉଚିତ। ନଚେତ୍, ଏହାର ଅର୍ଥ କ’ଣ? ଅନୁପମ ଖେର ତାଙ୍କ ମନ୍ତବ୍ୟ ପଛରେ କାରଣ ବୁଝାଇ ଏକ ପୋଡକାଷ୍ଟରେ ଘଟିଥିବା ଏକ ଘଟଣା ସେୟାର କରିଥିଲେ।

ଅନୁପମ ସିଧାସଳଖ ରାଜ ଶମାନୀଙ୍କ ନାଁ ନେଇ ନଥିଲେ, କିନ୍ତୁ ଅଭିନେତାଙ୍କ କଥାରୁ ସ୍ପଷ୍ଟ ଜଣାପଡୁଥିଲା ଯେ ସେ କାହା ବିଷୟରେ କହୁଥିଲେ। ଅନୁପମ କହିଥିଲେ ଯେ ପୋଡକାଷ୍ଟର ତାଙ୍କୁ ପରାମର୍ଶ ମାଗିଥିଲେ। ଅନୁପମ ପୋଡକାଷ୍ଟରଙ୍କୁ ପରାମର୍ଶ ଦେଇଥିଲେ ଯେ କେହି ନିଜ ସଫଳତାକୁ ପରିବର୍ତ୍ତନ କରିବାକୁ ଦେବା ଉଚିତ୍ ନୁହେଁ । ବରଂ ସେମାନେ ସର୍ବଦା ନମ୍ର ରହିବା ଉଚିତ୍, ପ୍ରକୃତରେ ସେମାନେ ନିଜ ସଫଳତା ସହିତ ଆହୁରି ନମ୍ର ହେବା ଉଚିତ୍।

ଅନୁପମ ଖେର କହିଥିଲେ, ସେ ମୋତେ ପଚାରିଲେ, ଯଦି ତୁମକୁ ମୋତେ ପରାମର୍ଶ ଦେବାକୁ ପଡ଼େ, ତେବେ ତୁମେ କ’ଣ ପରାମର୍ଶ ଦେବ? ମୁଁ ଏହା ନିଜେ କହି ନଥିଲି। ତା’ପରେ ମୁଁ ତାଙ୍କୁ ଏକ ଲମ୍ବା ପରାମର୍ଶ ଦେଇଥିଲି। ମୁଁ ତାଙ୍କୁ କହିଲି, ପୁଅ, ସଫଳତାକୁ ତୁମକୁ ପରିବର୍ତ୍ତନ କରିବାକୁ ଦିଅ ନାହିଁ। ସଫଳତାର ଅର୍ଥ ହେଉଛି ତୁମେ ଅଧିକ ନମ୍ର ହେବା ଉଚିତ। ଯଦିଓ ତୁମେ ନମ୍ର ଦେଖାଯାଉଛ, ତୁମର ଅଫିସ୍ ପରିବେଶ ଭିନ୍ନ ମନେହୁଏ। ତୁମେ ଏକ ଛୋଟ ସହରରୁ ଆସିଛ ଏବଂ ଏହି ସରଳତା ରହିବା ଉଚିତ।

ଅନୁପମ ପ୍ରକାଶ କରିଥିଲେ ଯେ ଏହି ଅଂଶଟି ଗତ ଏପିସୋଡ୍‌ରୁ କାଟି ମଝିରେ ବ୍ୟବହାର କରାଯାଇଥିଲା। ଅନୁପମ କହିଥିଲେ ଯେ ଯେତେବେଳେ ପଡକାଷ୍ଟର ବାସ୍ତବତା ବିଷୟରେ କଥା ହୁଅନ୍ତି, ତାଙ୍କ ମନରେ ପ୍ରଶ୍ନ ଉଠେ। ସେହି ବ୍ୟକ୍ତିଙ୍କୁ ‘ନକଲି’ ବୋଲି କହି ଅନୁପମ କହିଥିଲେ, ଏହାର ଅର୍ଥ ହେଉଛି ସେ ନକଲି। କାରଣ ସେ ମୋତେ ପରାମର୍ଶ ମାଗିଥିଲେ ଏବଂ ତା’ପରେ ମୁଁ ଯାହା କହିଥିଲି ତାହା କାଟି ଦେଇଥିଲେ। ଯେତେବେଳେ ମୁଁ ତାଙ୍କୁ ବାସ୍ତବତା ବିଷୟରେ କଥାବାର୍ତ୍ତା କରୁଥିବା ଶୁଣେ, ମୁଁ ସର୍ବଦା ତାହା ଉପରେ ପ୍ରଶ୍ନ ଉଠାଇଥାଏ।

ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ଘୋଷଣା : ଏବେ ଫର୍ଣ୍ଣିଚର ଉପରେ ଟାରିଫ୍ ଲାଗୁ…

ନନ୍ଦିଘୋଷ ବ୍ୟୁରୋ ;  ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୋଟିଏ ପରେ ଗୋଟିଏ ସାମଗ୍ରୀ ଉପରେ ଟାରିଫ ଲାଗୁ କରି ଚାଲିଛନ୍ତି । ଫାର୍ମା ପରେ ଏବେ ଫର୍ଣ୍ଣିଚର ଆମାଦାନୀ ଉପରେ ଟାରିଫ ଲାଗୁ କରିବା ପାଇଁ ଏକ ନୂଆ ପ୍ରସ୍ତାବ ଆଣିଛନ୍ତି । ସେ କହିଛନ୍ତି, ୫୦ ଦିନରେ ତଦନ୍ତ ସରିବା ପରେ ଅନ୍ୟ ଦେଶରୁ ଆସୁଥିବା ଫର୍ଣ୍ଣିଚର ଉପରେ କେତେ ଟାରିଫ ଲାଗୁ ହେବ ତାହା ସ୍ଥିର କରାଯିବ ।

ଏହାର ପ୍ରଭାବ ଆମେରିକାର ସେୟାର ମାର୍କେଟ ଉପରେ ଦେଖାଦେଇଛି । ଦେଶର ପ୍ରମୁଖ ଫର୍ଣ୍ଣିଚର କମ୍ପାନୀଗୁଡିକର ସେୟାର ହ୍ରାସ ପାଇଥିଲା । ସେହି ସମୟରେ, ଆମେରିକାରେ ଅଧିକାଂଶ ଫର୍ଣ୍ଣିଚର ଉତ୍ପାଦନ କରୁଥିବା ଲା-ଜେଡ୍-ବୟ ଭଳି ଆମେରିକୀୟ ନିର୍ମାଣ କମ୍ପାନୀଗୁଡ଼ିକର ସେୟାର ବୃଦ୍ଧି ପାଇଥିଲା। ବିଶ୍ଳେଷକମାନେ ବିଶ୍ୱାସ କରନ୍ତି ଯେ ଯଦି ଟାରିଫ ଲାଗୁ ହୁଏ, ତେବେ ବିଦେଶୀ ଉତ୍ପାଦ ମହଙ୍ଗା ହୋଇଯିବ ଓ ଘରୋଇ କମ୍ପାନୀଗୁଡ଼ିକ ଲାଭବାନ ହେବେ।

ଆମେରିକାର ବାଣିଜ୍ୟ ବିଭାଗ ବର୍ତ୍ତମାନ ତଦନ୍ତ କରୁଛି। ଏହି ତଦନ୍ତ ବାଣିଜ୍ୟ ପ୍ରସାରଣ ଆଇନ, ୧୯୬୨ର ଧାରା ୨୩୨ ଅନୁଯାୟୀ କରାଯାଉଛି। ଗୋଟିଏ ସମୟ ଥିଲା ଯେତେବେଳେ ଆମେରିକାର ଫର୍ଣ୍ଣିଚର ଶିଳ୍ପ ବହୁତ ଶକ୍ତିଶାଳୀ ଥିଲା। ୧୯୭୯ ମସିହାରେ ଏହି ଶିଳ୍ପରେ ପ୍ରାୟ ୧୨ ଲକ୍ଷ ଲୋକ କାମ କରୁଥିଲେ। ୨୦୨୩ ସୁଦ୍ଧା ଏହି ସଂଖ୍ୟା ମାତ୍ର ୩.୪ ଲକ୍ଷକୁ ହ୍ରାସ ପାଇଛି। ଏହି ହ୍ରାସର ମୁଖ୍ୟ କାରଣ ବିଦେଶରେ ଶସ୍ତା ଉତ୍ପାଦନ ଏବଂ ବଡ଼ ପରିମାଣର ଆଉଟସୋର୍ସିଂ ବୋଲି ବିଶ୍ୱାସ କରାଯାଏ। ଟ୍ରମ୍ପ କହିଛନ୍ତି ଯେ ନୂତନ ଟାରିଫ କେବଳ ଆମେରିକୀୟ ଶିଳ୍ପକୁ ପ୍ରୋତ୍ସାହିତ କରିବ ନାହିଁ ବରଂ ହଜାର ହଜାର ଲୋକଙ୍କ ପାଇଁ ନିଯୁକ୍ତି ଫେରାଇ ଆଣିବ।

ସରକାର ପୂର୍ବରୁ ଅନ୍ୟ ଉତ୍ପାଦ ଉପରେ ମଧ୍ୟ ଶୁଳ୍କ ଲଗାଇବା ବିଷୟରେ ବିଚାର କରୁଛନ୍ତି। ଏଥିରେ ତମ୍ବା, ସେମିକଣ୍ଡକ୍ଟର ଏବଂ ଔଷଧ ଅନ୍ତର୍ଭୁକ୍ତ। ଏହି ରଣନୀତିର ଲକ୍ଷ୍ୟ ହେଉଛି ଘରୋଇ ଉତ୍ପାଦନକୁ ପ୍ରୋତ୍ସାହିତ କରିବା, ବିଦେଶୀ ନିର୍ଭରଶୀଳତା ହ୍ରାସ କରିବା । ଆମେରିକାରେ ଶିଳ୍ପ ଏବଂ ନିଯୁକ୍ତିକୁ ପୁନଃସୁଦୃଢ଼ ​​କରିବା। ଟ୍ରମ୍ପଙ୍କ ଏହି ଘୋଷଣା ଭାରତକୁ ମଧ୍ୟ ପ୍ରଭାବିତ କରିବାକୁ ଯାଉଛି କାରଣ ଭାରତ ମଧ୍ୟ ଆମେରିକାକୁ ବହୁ ପରିମାଣର ଫର୍ଣ୍ଣିଚର ରପ୍ତାନି କରୁଛି।