ନନ୍ଦିଘୋଷ ବ୍ୟୁରୋ : ମହିଳାଙ୍କ ମୁଣ୍ଡ ଗଣ୍ଡି ଅଲଗା କରିଦେଲେ ଦୁର୍ବୃତ୍ତ । ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ଦେଓଗାମ ଅଞ୍ଚଳରେ ଘଟିଛି ଏହି ହତ୍ୟାକାଣ୍ଡ । ମୃତ ମହିଳା ଜଣକ ହେଲେ ସୁହାଗି ବୈପାଇ । ସ୍ବାମୀ ଗାଁରେ ଫୁଟବଲ ଖେଳ ଦେଖିବାକୁ ଯାଇଥିବା ବେଳେ ଗତ କାଲି ବିଳମ୍ୱିତ ରାତିରେ ଘରେ କେହି ନଥିବାର ସୁଯୋଗ ନେଇ ଏଭଳି କାଣ୍ଡ ଦୁର୍ବୃତ୍ତ ଭିଆଇଥିବା ସ୍ବାମୀ ଅଭିୟୋଗ କରିଛନ୍ତି । ଘଟଣା ସ୍ଥଳରେ ତୀରିଂ ପୋଲିସ ଓ ସାଇଣ୍ଟିଫିକ ଟିମ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛି । ତେବେ କିଭଳି ପରିସ୍ଥିତିରେ କିଏ କେଉଁ କାରଣରୁ ଏଭଳି କାଣ୍ଡ ଘଟାଇଛି ତାହା ଏବେ ତଦନ୍ତ ଚାଲିଥିବା କହିଛି ପୋଲିସ ।
ଭାରସ୍ୟାମ ହରାଇ ଦୋକାନରେ ପଶିଲା ପିକଅପ୍ ଭ୍ୟାନ
ନନ୍ଦିଘୋଷ ବ୍ୟୁରୋ : ଭାରସ୍ୟାମ ହରାଇ ଦୋକାନରେ ପଶିଲା ପିକଅପ୍ ଭ୍ୟାନ । ଅଳ୍ପକେ ବର୍ତ୍ତିଗଲେ ଚାଳକ ଓ ଦୋକାନୀ । ତିଗିରିଆ ଥାନା ଅନ୍ତର୍ଗତ ବିନ୍ଧାଣୀମା ହାଟ ଛକରେ ଦ୍ରୁତ ଗତିରେ ଆସୁଥିବା ଏକ ପିକ୍ ଅପ୍ ଭ୍ୟାନ ଚାଳକ ଭାରସ୍ୟାମ ହରାଇବାରୁ ଭ୍ୟାନ ଟି ରାସ୍ତା କଡରେ ଥିବା ଏକ ଷ୍ଟେସନାରୀ ଦୋକାନରେ ପଶି ଯାଇଥିଲା । ତେବେ ଏଥିରେ ଚାଳକ ଓ ଦୋକାନୀ ଅଳ୍ପକେ ରକ୍ଷା ପାଇ ଯାଇଥିବା ଜଣାପଡ଼ିଛି । ଭ୍ୟାନଟି ଏକ ବାଇକକୁ ଘୋଷାରି ନେଇଥିବା ବେଳେ ଦୋକାନ ଆଂଶିକ ଭାବେ କ୍ଷତି କ୍ଷତିଗ୍ରସ୍ତ ହୋଇଛି । ସିସିଟିଭି ଭିଡ଼ିଓକୁ ଆଧାର କରି ତିଗିରିଆ ପୋଲିସ ତଦନ୍ତ ଆରମ୍ଭ କରିଛି ।
ଗ୍ରେଟର ନୋଏଡ଼ା ସିର୍ସାରେ ଲୋମହର୍ଷକ ହତ୍ୟାକାଣ୍ଡ, ପୁଅ ଆଗରେ ମାକୁ ଜାଳିଦେଲା ବାପା
ନନ୍ଦିଘୋଷ ବ୍ୟୁରୋ : ମାମା ଉପରେ ବାପା ପ୍ରଥମେ କିଛି ଦ୍ରବ୍ୟ ପକାଇଦେଲେ। ପରେ ତାକୁ ଚାପୁଡା ମାରିବା ସହ ଏକ ଲାଇଟରରେ ତା ଦେହରେ ନିଆଁ ଲଗାଇଦେଇଥିଲେ। ମୋ ଆଖି ଆଗରେ ମା ଜଳିଗଲା। ଏ ହେଉଛି ଜଣେ ୬ ବର୍ଷର ନାବାଳକ ପୁତ୍ରର କୋହଭରା ବୟାନ। ଗ୍ରେଟର ନୋଏଡା ଅନ୍ତର୍ଗତ ସିର୍ସାରେ ଘଟିଥିବା ଏକ ଯୌତୁକଜନିତ ହତ୍ୟାକାଣ୍ଡର ଲୋମହର୍ଷକ କାହାଣୀ ବଖାଣିଛି କୁନିପୁଅ। ଗତ ଶୁକ୍ରବାର ନିକ୍କି ନାମ୍ନୀ ପତ୍ନୀଙ୍କୁ ଯୌତୁକଜନିତ କାରଣକୁ ନେଇ ତାଙ୍କ ଦେହରେ ନିଆଁ ଲଗାଇଦେଇଥଇଲେ ସ୍ବାମୀ ବିପିନ ଭଟି। ଏଥିରେ ସହଯୋଗ କରିଥିଲେ ଶାଶୂ। ସେପଟେ ସେହି ପରିବାରରେ ବିବାହ କରିଥିବା ନିକ୍କିଙ୍କ ବଡ଼ ଭଉଣୀ କାଞ୍ଚନ ବି ଆଣିଛନ୍ତି ସଂଗୀନ ଅଭିଯୋଗ। ସେ କହିଛନ୍ତି ନିକ୍କି ଉପରେ ପରିବାର ପକ୍ଷରୁ ଯୌତୁକ ଲାଗି ଅମାନୁଷିକ ନିର୍ଯାତନା ଦିଆଯାଉଥିଲା। ୩୬ ଲକ୍ଷ ଟଙ୍କା ଦାବି କରି ତାଙ୍କ ଦେହରେ ସ୍ବାମୀ ନିଆଁ ଲଗାଇଦେଇଥିଲା। ଜଳନ୍ତା ଅବସ୍ଥାରେ ନିକ୍କି ସିଡି ତଳକୁ ଦୌଡ଼ି ଦୌଡ଼ି ଆସୁଥିବାର ଭିଜୁଆଲ ବି କଏଦ ହୋଇଥିଲା। ନିକ୍କିଙ୍କୁ ବଞ୍ଚାଇବା ଲାଗି ସେ ବହୁତ ଚେଷ୍ଟା କରିଥିଲେ ମାତ୍ର ପାରି ନଥିଲେ। ଦୀର୍ଘ ଦିନ ଧରି ନିକ୍କିଙ୍କୁ ତାଙ୍କ ସ୍ବାମୀ ଓ ଶାଶୂ ଯୌତୁକ ନିର୍ଯାତନା ଦେଇଆସୁଥିଲେ। ଗୁରୁତର ଅବସ୍ଥାରେ ନିକ୍କିଙ୍କୁ ପଡ଼ୋଶୀମାନେ ଫର୍ଟିସ ହସ୍ପିଟାଲକୁ ନେଇଥଇଲେ। ସେଠାରୁ ତାଙ୍କୁ ସଫଦରଗଞ୍ଜ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବା ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣାକୁ ନେଇ କାସନା ପୋଲିସ ଥାନାରେ ସ୍ବାମୀ, ଦିଅର ରୋହିତ ଭଟି, ଶାଶୂ ଦୟା ଓ ଶଶୁର ସତବୀରଙ୍କ ନାମରେ ମାମଲା ରୁଜୁ ହୋଇଛି। ଥାନା ନିକଟରେ କିଛି ଲୋକ ନିକ୍କିଙ୍କୁ ନ୍ୟାୟ ଦାବିରେ ବିକ୍ଷୋଭ କରିଛନ୍ତି। ତେଣେ ନିକ୍କିଙ୍କ ବାପା କହିଛନ୍ତି ଜ୍ବାଇଁ ଏକ ସ୍କର୍ପିଓ ଓ ଏକ ବୁଲେଟ ଦାବି କରୁଥିଲେ। ସେ ଦେଇ ନପାରିବାରୁ ଝିଅକୁ ହତ୍ୟା କରିଥିଲେ। ସେପଟେ ଖସି ପଳାଉଥିବା ବେଳେ ପୋଲିସ ଗୁଳିରେ ଆହତ ହୋଇଛି ସ୍ବାମୀ ବିପିନ।

