spot_img
Home Blog Page 433

ଟ୍ରେନରୁ ମିଳିଲା ଯୁବକଙ୍କ ମୃତଦେହ

ଟ୍ରେନ୍ ଭିତରେ ଯୁବକଙ୍କ ମୃତଦେହ। ପୁରୁଷୋତ୍ତମ ଏକ୍ସପ୍ରେସରୁ ମିଳିଲା ମୃତଦେହ। ଦ୍ଵିତୀୟ ଶ୍ରେଣୀ ବଗିର ଶୌଚାଳୟରୁ ମିଳିଲା ମୃତଦେହ। ଭୁବନେଶ୍ବର ଷ୍ଟେସନ ନିକଟରେ ଦେଖିବାକୁ ମିଳିଲା ମୃତଦେହ। ଟ୍ରେନ୍ ସଫା କରିବା ବେଳେ ସଫେଇ କର୍ମଚାରୀ ମୃତଦେହ ଦେଖି ରେଲବାଇ ପୋଲିସକୁ ଖବର ଦେଲେ। ଘଟଣାସ୍ଥଳରେ ପୋଲିସ ପହଂଚି ଆରମ୍ଭ କରିଛି ତଦନ୍ତ। ସାଇଣ୍ଟିଫିକ୍ ଟିମ୍ ସହାୟତାରେ ତଦନ୍ତ ଆରମ୍ଭ ହୋଇଛି। ମୃତ ଯୁବକଙ୍କ ପରିଚୟ ମିଳିପାରିନାହିଁ। ମୃତ ଯୁବକଙ୍କର ବୟସ ପାଖାପାଖି 30 ବର୍ଷ ହେବ ବୋଲି ଅନୁମାନ କରାଯାଉଛି।

ବିଶ୍ୱର ୧୦ଟି ପୁରୁଣା ସହର… ହଜାର ହଜାର ବର୍ଷ ପରେ ମଧ୍ୟ ସେଠାରେ ଜନବସତି ରହିଛି

ନନ୍ଦିଘୋଷ ବ୍ୟୁରୋ:  ସହର ନା ଶୁଣିଲେ ମନକୁ ଭାବନା ଆସେ ବଡ଼ ବଡ଼ କୋଠା, ବଙ୍ଗଳା, ଚିକ୍କଣ ରାସ୍ତା, ଗାଡ଼ି ବିଭିନ୍ନ ଦୋକାନ ବଜାର ଆଧୁନିକ ସୁବିଧାରେ ସଜ୍ଜିତ ଜୀବନଶୈଳୀ ଏସବୁ । କିନ୍ତୁ ହଜାର ହଜାର ବର୍ଷ ପୂର୍ବେ ଯେତେବେଳେ କୌଣସି ଆଧୁନିକ ଭିତ୍ତିଭୂମି ନଥିଲା, ସେତେବେଳେ ମଣିଷ କିପରି ସହରଗୁଡ଼ିକୁ ବିକଶିତ କରିଥିଲା? ସେ ସମ୍ପର୍କରେ ଜାଣନ୍ତି କି ? ଗାଁରୁ ସହରର ଅଭିବୃଦ୍ଧି କିପରି ହୋଇଥିଲା? ବର୍ତ୍ତମାନ ଆଧୁନିକ ଯୁଗରେ ଚାରିଆଡ଼େ ବିଭିନ୍ନ ସହର ଗଢିହୋଇଯାଇଛି । କିନ୍ତୁ ହଜାର ହଜାର ବର୍ଷ ତଳର ସହର କିପରି ଥିଲା ଆପଣ ଜାଣନ୍ତିକି… ଆଜି ଆମେ ଆପଣଙ୍କୁ ବିଶ୍ୱର କେତୋଟି ପୁରାଣା ସହର ବିଷୟରେ କହିବୁ ଯାହା ଆଜି ବି ସମାନ ଭାବରେ ଚାଲିଛି । ବିଶ୍ବର ୧୦ଟି ପୁରୁଣା ସହର ବିଷୟରେ କହିବାକୁ ଯାଉଛୁ, ଯେଉଁଠାରେ ଲୋକମାନେ ଏବେ ବି ବାସ କରନ୍ତି। ଏହି ସହରଗୁଡ଼ିକ ମାନବତାର ବିକାଶର ଜୀବନ୍ତ ସଂଗ୍ରହାଳୟ, ଯେଉଁଥିରେ ହଜାର ହଜାର ପିଢ଼ିର କାହାଣୀ ରହିଛି। ପ୍ରତ୍ୟେକ ସହରର ନିଜସ୍ୱ କାହାଣୀ ଅଛି।

ଆସନ୍ତୁ ବିଶ୍ୱର ୧୦ଟି ପୁରୁଣା ସହର ଉପରେ ନଜର ପକାଇବା:

-ଜେରିକୋ : (୯୬୦୦-୯୦୦୦ ଖ୍ରୀଷ୍ଟପୂର୍ବ)

ପାଲେଷ୍ଟାଇନର ପଶ୍ଚିମ କୂଳ ଅଞ୍ଚଳରେ ଅବସ୍ଥିତ ଜେରିକୋକୁ ବିଶ୍ୱର ସବୁଠାରୁ ପୁରୁଣା ସହର ଭାବରେ ବିବେଚନା କରାଯାଏ। ପ୍ରତ୍ନତାତ୍ତ୍ୱିକ ପ୍ରମାଣରୁ ଜଣାପଡ଼େ ଯେ ୯୬୦୦ ଖ୍ରୀଷ୍ଟପୂର୍ବରୁ ଲୋକମାନେ ଏଠାରେ ବସବାସ କରୁଥିଲେ। ଏଠାରେ ସବୁଠାରୁ ପ୍ରସିଦ୍ଧ ଆବିଷ୍କାର ହେଉଛି ଜେରିକୋ ପ୍ରାଚୀର, ଯାହା ୮୦୦୦ ଖ୍ରୀଷ୍ଟପୂର୍ବରେ ନିର୍ମିତ ହୋଇଥିବା ବିଶ୍ୱାସ କରାଯାଏ। ବାଇବଲରେ ମଧ୍ୟ ଜେରିଚା ବିଷୟରେ ଉଲ୍ଲେଖ ଅଛି।

୨- ବାଇବ୍ଲୋସ୍ (୮୮୦୦-୭୦୦୦ ଖ୍ରୀଷ୍ଟପୂର୍ବ)

ଏହାକୁ ବିଶ୍ୱର ୨ୟ ସର୍ବପୁରାତନ ସହର ଭାବରେ ଗଣନା କରାଯାଏ ।  ବାଇବ୍ଲୋସ୍ ଯାହା  ଲେବାନନରେ ଅବସ୍ଥିତ । ଏହି ସହରଟି ଆଜି ଜେବେଲ୍ ନାମରେ ଜଣାଶୁଣା । ଏହି ସହର ପ୍ରାଚୀନ ମିଶରର ଏକ ପ୍ରମୁଖ ବନ୍ଦର ଥିଲା । ବାଇବ୍ଲୋସ୍‌କୁ ଫୋନିସିଆନ୍ ବର୍ଣ୍ଣମାଳାର ଜନ୍ମସ୍ଥାନ ବୋଲି ବିବେଚନା କରାଯାଏ, ଯାହାକୁ ଅନେକ ଆଧୁନିକ ବର୍ଣ୍ଣମାଳାଗୁଡ଼ିକର ଉତ୍ପତ୍ତି ବୋଲି ବିବେଚନା କରାଯାଏ ।

୩- ପ୍ଲୋଡିଭ୍, ବୁଲଗେରିଆ (୬୦୦୦ – ୫୦୦୦ ଖ୍ରୀଷ୍ଟପୂର୍ବ)

ପ୍ଲୋଭଡିଭକୁ ୟୁରୋପର ସବୁଠାରୁ ପୁରୁଣା ସହର ବୋଲି କୁହାଯାଏ। ଥ୍ରାସିଆନ୍, ମାସିଡୋନିଆନ୍, ରୋମାନ ଏବଂ ଓଟୋମାନ ସମ୍ରାଟମାନେ ଏଠାରେ ସେମାନଙ୍କର ଛାପ ଛାଡ଼ିଛନ୍ତି। ମାସିଡୋନିଆର ଫିଲିପ୍ ୧୧ଙ୍କ ରାଜତ୍ୱ ସମୟରେ, ଏହି ସହର ଫିଲିପୋପୋଲିସ୍ ନାମରେ ସମୃଦ୍ଧ ହୋଇଥିଲା।

୪- ଆଲେପ୍ପୋ (୫୦୦୦ ଖ୍ରୀଷ୍ଟପୂର୍ବ)

ବିଶ୍ୱର ଚତୁର୍ଥ ସର୍ବପୁରାତନ ସହର ଭାବରେ ଗଣନା କରାଯାଏ ।  ଏହି ସହର ହଜାର ହଜାର ବର୍ଷ ଧରି ସଭ୍ୟତାର ସନ୍ଧିସ୍ଥଳ ଭାବରେ ଜଣାଶୁଣା । ଏହା ଭୂ-ମଧ୍ୟସାଗର ଏବଂ ମେସୋପୋଟାମିଆ ମଧ୍ୟରେ ଏକ ପ୍ରମୁଖ ବାଣିଜ୍ୟ କେନ୍ଦ୍ର ଥିଲା। ଆଲେପ୍ପୋର ପ୍ରଥମ ଲିଖିତ ଉଲ୍ଲେଖ ହେଉଛି ଏବଲା ଫଳକ, ଯାହା ୩୦୦୦ ବର୍ଷ ପୁରୁଣା । ସାମ୍ପ୍ରତିକ ବର୍ଷଗୁଡ଼ିକରେ ସିରିଆର ଗୃହଯୁଦ୍ଧ ଦ୍ୱାରା ଏହା ଖରାପ ଭାବରେ ପ୍ରଭାବିତ ହୋଇଛି। ମାତ୍ର ଏବେବେ ଏଠାରେ ଲୋକ ବସବାସ କରନ୍ତି ।

୫- ଆର୍ଗୋସ୍ (୫୦୦୦ ଖ୍ରୀଷ୍ଟପୂର୍ବ)

ଏହି ଗ୍ରୀକ୍ ସହରଟି ପୌରାଣିକ କାହାଣୀରେ ମଧ୍ୟ ଉଲ୍ଲେଖ ଅଛି ଏବଂ ଏହାକୁ ଗ୍ରୀକ୍ ଦେବତା ଜିଉସଙ୍କ ପୁତ୍ର ପର୍ସିୟସ୍ ଙ୍କ ଜନ୍ମସ୍ଥାନ ବୋଲି ବିଶ୍ୱାସ କରାଯାଏ। ଏହି ସହର ୭୦୦୦ ବର୍ଷରୁ ଅଧିକ ସମୟ ଧରି ଜନବସତିରେ ରହିଆସିଛି। ଶତାବ୍ଦୀ ଧରି, ରୋମାନ ଏବଂ ବାଇଜାଣ୍ଟାଇନ୍ ଶାସକମାନଙ୍କ ଅଧୀନରେ ଆର୍ଗୋସ୍ ସମୃଦ୍ଧ ହୋଇଥିଲା।

୬- ଜେରୁସାଲେମ (୪୫୦୦-୩୫୦୦ ଖ୍ରୀଷ୍ଟପୂର୍ବ)

ଜେରୁଜେଲମକୁ ବିଶ୍ୱର ଷଷ୍ଠ ସର୍ବପୁରାତନ ସହର ଭାବରେ ଗଣନା କରାଯାଏ। ଏହି ସହର ତିନୋଟି ଧର୍ମ – ଯିହୁଦୀ, ଖ୍ରୀଷ୍ଟିଆନ ଏବଂ ଇସଲାମ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ଏବଂ ଶହ ଶହ ବର୍ଷ ଧରି ଏଥିପାଇଁ ଯୁଦ୍ଧ ହୋଇଆସୁଛି। ଆଜି ମଧ୍ୟ ଏହି ସହର ଇସ୍ରାଏଲ ଏବଂ ପାଲେଷ୍ଟାଇନ ମଧ୍ୟରେ ଉତ୍ତେଜନାର କାରଣ।

୭- ସୁସା, ଇରାନ (୪୦୦୦ ଖ୍ରୀଷ୍ଟପୂର୍ବ)

ଏହି ସହର ପ୍ରାଚୀନ ପାରସ୍ୟ ଆକେମେନିଡ୍ ସାମ୍ରାଜ୍ୟର ରାଜଧାନୀ ଥିଲା। ଏହି ସହର ପାର୍ଥିୟାନଙ୍କଠାରୁ ସାସାନିଆନ ପର୍ଯ୍ୟନ୍ତ ଅନେକ ସାମ୍ରାଜ୍ୟର ଉତ୍ଥାନ ଏବଂ ପତନ ଦେଖିଛି। ୟୁନେସ୍କୋ ଏହାକୁ ବିଶ୍ୱ ଐତିହ୍ୟ ତାଲିକାରେ ସ୍ଥାନିତ କରିଛି।

୮- ଆଥେନ୍ସ, ଗ୍ରୀସ୍ (୪୦୦୦ ଖ୍ରୀଷ୍ଟପୂର୍ବ)

ଏହି ସହର ଆଜି ଗ୍ରୀସର ରାଜଧାନୀ। ଏହାକୁ ବିଶ୍ୱର ସବୁଠାରୁ ପ୍ରାଚୀନ ସହର ମଧ୍ୟରୁ ଗୋଟିଏ ବୋଲି ବିବେଚନା କରାଯାଏ। ଏହା ବିଶ୍ୱକୁ ସକ୍ରେଟିସ୍ ଏବଂ ପ୍ଲାଟୋଙ୍କ ଭଳି ମହାନ ଦାର୍ଶନିକ ଦେଇଛି। ଏଥେନ୍ସରେ ଏବେ ବି ଅନେକ ଐତିହାସିକ ସ୍ଥାନ ରହିଛି, ଯାହା ଏହାର ପ୍ରାଚୀନତାର ପ୍ରମାଣ ଦିଏ।

୯- ଲକ୍ସର, ମିଶର (ଖ୍ରୀଷ୍ଟପୂର୍ବ ୩୨୦୦)

ଏହି ସହରର ଇତିହାସ ୫୦୦୦ ବର୍ଷ ପୁରୁଣା। ପ୍ରାଚୀନ ମିଶରର ରାଜଧାନୀ ଥିବସ୍ ଏହି ସ୍ଥାନରେ ଥିଲା। ନୀଳ ନଦୀ କୂଳରେ ଅବସ୍ଥିତ ଏହି ସହରକୁ ବିଶ୍ୱର ସବୁଠାରୁ ବଡ଼ ଖୋଲା ସଂଗ୍ରହାଳୟ କୁହାଯାଏ।

୧୦- ଡାମାସ୍କସ୍, ସିରିଆ (୩୦୦୦ – ୨୦୦୦ ଖ୍ରୀଷ୍ଟପୂର୍ବ)

ଡାମାସ୍କସ୍ ଆଜି ସିରିଆର ରାଜଧାନୀ, କିନ୍ତୁ ଏହାର ଇତିହାସ ହଜାର ହଜାର ବର୍ଷ ପୁରୁଣା। ଏହାକୁ ବିଶ୍ୱର ସବୁଠାରୁ ପୁରୁଣା ଜନବସତି ସହର ମଧ୍ୟରେ ଗଣନା କରାଯାଏ।  ଉମାୟାଦ ଖଲିଫାଙ୍କ ସମୟରେ, ଏହା ବହୁତ ସମୃଦ୍ଧି ପାଇଥିଲା ଏବଂ ସେମାନଙ୍କର ରାଜଧାନୀ ଥିଲା।

ଏହି ସବୁ ସହର ଗୁଡ଼ିକ ବିଶ୍ବର ସର୍ବପୁରାତନ ସହର ବୋଲି ବିବେଚନା କରାଯାଏ ।

 

 

ଜାମ୍ମୁରେ ପୁଣି ବାଦଲଫଟା ବର୍ଷାର ତାଣ୍ଡବ

ଜାମ୍ମୁରେ ପୁଣି ବାଦଲଫଟା ବର୍ଷାର ତାଣ୍ଡବ। ରିଆସି ଓ ରାମବନ ଜିଲ୍ଲାରେ ଭୂସ୍ଖଳନ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ଘଟିଛି। ୩ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନେକ ନିଖୋଜ ଥିବା ଜଣାପଡିଛି। ରିଆସି ଜିଲ୍ଲାର ମାହୋର ଏବଂ ରାମବନର ରାଜଗଡ଼ରେ ଭୂସ୍ଖଳନ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି। ମାହୋରରେ ଅନେକ ଘର ଭାସି ଯାଇଛି। ୭ ଜଣ ନିଖୋଜ ଅଛନ୍ତି।ରାଜଗଡ଼ରେ ୩ ଜଣଙ୍କର ମୃତ୍ୟୁ ହୋଇଛି, ୨ ଜଣ ନିଖୋଜ ଅଛନ୍ତି। ପ୍ରଶାସନ ଏବଂ ଉଦ୍ଧାର ଦଳ ରିଲିଫ୍ କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଦୁଇଟି ଘର ଏବଂ ଗୋଟିଏ ସ୍କୁଲ କ୍ଷତିଗ୍ରସ୍ତ ହୋଇଛି। ବାନ୍ଦିପୁରା ଜିଲ୍ଲାର ଗୁରେଜ୍ ସେକ୍ଟରରେ ମଧ୍ୟ ବାଦଲଫଟା ବର୍ଷାର ସୂଚନା ମିଳିଛି। ତଥାପି ଏଥିରେ କେହି ମୃତାହତର ଖବର ନାହିଁ। ପ୍ରବଳ ବର୍ଷା ଯୋଗୁଁ କାଠୁଆ ଏବଂ ଉଧମପୁର ମଧ୍ୟରେ ରେଳ ଚଳାଚଳ ବନ୍ଦ ରହିଛି। ଜମ୍ମୁର ଅନେକ ସ୍ଥାନରେ ରେଳ ଲାଇନ ଭାଙ୍ଗିଯିବା ଯୋଗୁଁ ଟ୍ରେନ୍ ବାତିଲ୍ ହୋଇଛି। ସେପଟେ ସ୍ଥିତିର ସମୀକ୍ଷା ନେଇ ଜାମ୍ମୁ ଗସ୍ତରେ ଯାଇପାରନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଆସନ୍ତାକାଲିଠୁ ସେ ଦୁଇ ଦିନିଆ ଜାମ୍ମୁ ଗସ୍ତ କରିପାରନ୍ତି। ବର୍ଷାଜନିତ ଘଟଣାରେ ୧୧୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ସେମାନଙ୍କ ମଧ୍ୟରୁ ଅଧିକାଂଶ ତୀର୍ଥଯାତ୍ରୀ ଥିଲେ। ୩୨ ଜଣ ନିଖୋଜ ଅଛନ୍ତି।

ପୁଣି ଅନଲାଇନରେ ମହାପ୍ରସାଦ ବିକ୍ରି ବିଜ୍ଞାପନ

ପୁଣି ଅନଲାଇନରେ ମହାପ୍ରସାଦ ବିକ୍ରି ବିଜ୍ଞାପନ। ପୂଜା ହେବା ସହ ମିଳିବ ନିର୍ମାଲ୍ୟ। ପୂଜା ପରିସେବା ଡଟକମ ନାମକ ୱେବସାଇଟ ପକ୍ଷରୁ ମହାପ୍ରସାଦ ବିକ୍ରି ନେଇ ସୂଚନା ଦିଆଯାଉଛି। ଏକ ଅନଲାଇନ ଆପ୍ଲିକେସନ ସୋସିଆଲ ମିଡିଆରେ ଭାଇରାଲ ହେଉ। ଚାରି ପ୍ରକାର ପୂଜା ହେବାନେଇ ଅନଲାଇନରେ ବିଜ୍ଞପ୍ତି। ଚାରି ପ୍ରକାର ପୂଜା ପାଇଁ ଅଲଗା ଅଲଗା ମୂଲ୍ଯ ବିଜ୍ଞପ୍ତି ଉଲ୍ଲେଖ। ଶୁଖୁଲି ଭୋଗ ଦିଆଯିବା ନେଇ ଅନଲାଇନରେ ଆପ୍ଲିକେସନରେ ଉଲ୍ଲେଖ ରହିଥିବା ଦେଖାଦେଇଛି l

ସାରର ଘୋର ଅଭାବ ଚାଷୀଙ୍କ ମୁଣ୍ଡ ବିନ୍ଧାର କାରଣ ସାଜିଛି

ସାରର ଘୋର ଅଭାବ ଚାଷୀଙ୍କ ମୁଣ୍ଡ ବିନ୍ଧାର କାରଣ ସାଜିଛି। ୟୁରିୟା ପିଢ଼ିଆ ବସ୍ତାଏ ପାଇଁ ଚାଷୀଙ୍କୁ ଘଣ୍ଟା ଘଣ୍ଟା ଧରି ଲମ୍ବା ଲାଇନରେ ଛିଡା ହେବାକୁ ପଡୁଛି। ଶହ ଶହ ଚାଷୀ ସବୁ କାମ ଛାଡି ରାତିରୁ ଆସି ଲାଇନରେ ଛିଡା ହେବା ପରେ କିଏ ଦିନ ୧୦ଟା ଓ ୧୨ ଟା ପର୍ଯ୍ୟନ୍ତ ଟାଇଁ ଟାଇଁ ଖରାରେ ଛିଡା ହୋଇ ପିଡିଆ ବସ୍ତାଟେ ଧରି ଡିଲର ପାଖକୁ ନେଉଛନ୍ତି। ଏବେ ପଯ୍ୟନ୍ତ ଆସିକା ଅଞ୍ଚଳର କୌଣସି ସୋସାଇଟି କୁ ୟୁରିୟା ପିଡିଆ ଆସି ନଥିବାରୁ ଚାଷୀ ଟିଏ ପିଢ଼ିଆ ପାଇଁ ହନ୍ତସନ୍ତ ହେଉଛନ୍ତି।

ସତ ସ୍ୱୀକାର କଲେ ସରକାର: ସାର ପହଂଚିବାରେ ବିଳମ୍ବ ହୋଇଛି…

ସତ ସ୍ୱୀକାର କଲେ ସରକାର। ସାର ପହଂଚିବାରେ ବିଳମ୍ବ ହୋଇଛି। ହେଲେ ସାରର ଅଭାବ ନାହିଁ। ଯେଉଁଠି ବିଳମ୍ବ ହୋଇଛି ସେଠାରେ ସାର ପହଞ୍ଚାଇବାକୁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।

ଟଙ୍କପାଣି ସାଇ ମନ୍ଦିର ନିକଟରେ ଦୁର୍ଘଟଣା: ବସ-ଟ୍ରକ ଧକ୍କାରେ ଜଣେ ଯାତ୍ରୀ ମୃତ

ଟଙ୍କପାଣି ସାଇ ମନ୍ଦିର ନିକଟରେ ବସ୍ ଦୁର୍ଘଟଣା। ବସକୁ ପିଟିଲା ମାଲବାହୀ ଡମ୍ପର। ସ୍ଲିପର ସିଟରେ ଶୋଇଥିବା ବେଳେ ପର୍ଯ୍ୟଟକଙ୍କ ମୃତ୍ୟୁ। ଅନ୍ୟ ଦୁଇଜଣ ଗୁରୁତର ହୋଇଥିବା ସୂଚନା। କଟକ ବଡ଼ ମେଡ଼ିକାଲ ସ୍ଥାନାନ୍ତର। ପୋଲିସ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ। ଦୁଇ ଗାଡିକୁ ଜବତ କରିଛି ପୋଲିସ।

ସିଦ୍ଧାର୍ଥ ମଲହୋତ୍ରା ନା ଜାହ୍ନବୀ କପୁର… କିଏ ପାଇବେ ଅଧିକା ପଇସା ?

ନନ୍ଦିଘୋଷ ବ୍ୟୁରୋ: ୨ ବର୍ଷ ପରେ ଫିଲ୍ମ ପରଦାକୁ ଫେରିଛନ୍ତି  ବଲିଉଡ ଅଭିନେତା ସିଦ୍ଧାର୍ଥ ମଲହୋତ୍ରା । ବଲିଉଡ ଅଭିନେତା ସିଦ୍ଧାର୍ଥ ମଲହୋତ୍ରା ଏବଂ ଜାହ୍ନବୀ କପୁରଙ୍କ ଫିଲ୍ମ ‘ପରମ ସୁନ୍ଦରୀ’ ସିନେମା ହଲରେ ମୁକ୍ତିଲାଭ କରିଛି।  ପ୍ରଥମ ଦିନରେ ଫିଲ୍ମଟି ଦର୍ଶକଙ୍କ ମନ କିଣିଛି ଦର୍ଶକଙ୍କୁ ଏହା ପସନ୍ଦ ଆସିଛି । ଏହି ଫିଲ୍ମଟି ତୁଷାର ଜଲୋଟାଙ୍କ ଦ୍ୱାରା ନିର୍ଦ୍ଦେଶିତ, ଯେଉଁଥିରେ ଦକ୍ଷିଣ ଏବଂ ଉତ୍ତର ଦେଶର ଲୋକଙ୍କ ପ୍ରେମ କାହାଣୀ ପ୍ରଦର୍ଶିତ ହୋଇଛି। ପ୍ରଥମ ଦିନରେ ଫିଲ୍ମଟି ୭.୨୫ କୋଟି ଟଙ୍କା ରୋଜଗାର କରିଛି। ଏହି ପ୍ରେମ କାହାଣୀରେ କମେଡିର ତଡ଼କା ମଧ୍ୟ ଲୋକମାନେ ପସନ୍ଦ କରୁଛନ୍ତି।  ଫିଲ୍ମର ଆୟ ସହିତ, କଳାକାରଙ୍କ ଫିସ୍ ମଧ୍ୟ ଲୋକଙ୍କ ମଧ୍ୟରେ ଆଲୋଚନାର ବିଷୟ ସାଜିଛି । କେଉଁ ଷ୍ଟାରଙ୍କର କେତା ଫିସ ରହିଛି ତାକୁ ନେଇ ମଧ୍ୟ ଅନେକ ଆଲୋଚନା ଚାଲିଛି ।

‘ପରମ ସୁନ୍ଦରୀ’ ୨୯ ଅଗଷ୍ଟରେ ମୁକ୍ତିଲାଭ କରିଛି ।  ଯେଉଁଥିରେ ସିଦ୍ଧାର୍ଥ ମଲହୋତ୍ରା ଏବଂ ଜାହ୍ନବୀ କପୁର ମୁଖ୍ୟ ଭୁମିକାରେ ଅଭିନୟ କରିଛନ୍ତି। ଉଭୟ ଷ୍ଟାର ପ୍ରଥମ ଥର ପାଇଁ ଏକ ଯୋଡ଼ି ଭାବରେ ପରଦାରେ ଦେଖାଦେଇଛନ୍ତି।ପ୍ରଥମ ଥର ଏହି ଯୋଡ଼ିକୁ ଦେଖିବାକୁ ଦର୍ଶକ ବେଶ ଖୁସି ଅଛନ୍ତି । ତଥାପି, ଫିଲ୍ମ ପ୍ରତି ଦର୍ଶକଙ୍କ ପ୍ରତିକ୍ରିୟା ସହିତ, ଏହି ପ୍ରଶ୍ନ ମଧ୍ୟ ଉଠାଯାଉଛି ଯେ କେଉଁ ଅଭିନେତା ଏହି ଫିଲ୍ମ ପାଇଁ ସର୍ବାଧିକ ଫିସ୍ ପାଇଛନ୍ତି।କାରଣ ଦୁଇ ଜଣ ବଲିଉଡ଼ର ଦୁଇ ଦକ୍ଷ କଳାକାର ଭାବରେ ଜଣାଶୁଣା ।  ତେବେ ଆମେ ଆପଣଙ୍କୁ କହି ରଖୁଛୁ ଯେ ମିଡିଆ ରିପୋର୍ଟ ଅନୁସାରେ, ସିଦ୍ଧାର୍ଥ ମଲହୋତ୍ରାଙ୍କ ଫିସ୍ ଜାହ୍ନବୀଙ୍କ ଠାରୁ ଅଧିକା ରହିଛି ।  ‘ପରମ ସୁନ୍ଦରୀ’ ପାଇଁ ସର୍ବାଧିକ ଫିସ୍ ସିଦ୍ଧାର୍ଥଙ୍କୁ  ଦିଆଯାଇଛି, ଯାହା ୧୦-୧୨ କୋଟି ଟଙ୍କା ମଧ୍ୟରେ। ସେହିପରି କୁହାଯାଉଛି ଯେ ଜାହ୍ନବୀ କପୁରଙ୍କୁ ଏହି ଫିଲ୍ମରେ ତାଙ୍କ ଭୂମିକା ପାଇଁ ୪-୫ କୋଟି ଟଙ୍କା ଫିସ୍ ମିଳିଛି।

ଅନ୍ୟ କଳାକାରଙ୍କ ଫିସ୍ କେତେ :

ସେହିପରି  ଫିଲ୍ମରେ ଜଡିତ ଅନ୍ୟ କଳାକାରମାନଙ୍କ ବିଷୟରେ କହିବାକୁ ଗଲେ, ସଞ୍ଜୟ କପୁର ମଧ୍ୟ ଫିଲ୍ମର ଏକ ଗୁରୁତ୍ୱପୂର୍ଣ୍ଣ ଭୁମିକା କରିଛନ୍ତି , ଯିଏ ୫୦ ଲକ୍ଷ ଟଙ୍କା ପାଇଛନ୍ତି। ସଞ୍ଜୟ କପୁର ଫିଲ୍ମରେ ସିଦ୍ଧାର୍ଥ ମାଲହୋତ୍ରାଙ୍କ ପିତାଙ୍କ ଭୂମିକାରେ ଅଭିନୟ କରିଛନ୍ତି। ମନଜୋତ ସିଂହ, ଯିଏ ଫିଲ୍ମର ଏକ ଅଂଶ, ସେ ୨୫ ଲକ୍ଷ ଟଙ୍କା ପାଇଛନ୍ତି। ମ୍ୟାଡକ୍ ଫିଲ୍ମସ୍ ବ୍ୟାନରରେ ନିର୍ମିତ ଏହି ଫିଲ୍ମର ରୋଜଗାର ଉପରେ ସମସ୍ତଙ୍କ ନଜର ରହିଛି।

୨ବର୍ଷ ପରେ ପୁଣି ଫେରିଲେ ସିଦ୍ଧାର୍ଥ:

ଲୋକମାନେ ଫିଲ୍ମର ଆୟ ବିଷୟରେ ବହୁତ ଅନୁମାନ କରିଥିଲେ, କାରଣ ସିଦ୍ଧାର୍ଥ ଏବଂ ଜାହ୍ନବୀଙ୍କ ଏହି ନୂଆ ଯୋଡ଼ି ସାମ୍ନାକୁ ଆସିଛି। ଏହା ସହିତ, ସିଦ୍ଧାର୍ଥ ୨ ବର୍ଷ ପରେ ଫିଲ୍ମ ପରଦାକୁ ଫେରିଛନ୍ତି। କିନ୍ତୁ, ଜାହ୍ନବୀ କପୁର ଅନେକ ପ୍ରୋଜେକ୍ଟରେ କାମ କରିସାରିଛନ୍ତି। କିଛି ଲୋକ ଫିଲ୍ମକୁ ବହୁତ ପସନ୍ଦ କରୁଥିବା ବେଳେ, ଅନେକ ଲୋକ ଏହାକୁ ଚେନ୍ନାଇ ଏକ୍ସପ୍ରେସର କପି ମଧ୍ୟ କହୁଛନ୍ତି। ତଥାପି, ସଠିକ ଆୟ ସଂଖ୍ୟା ପାଇଁ,ଏବଂ ଫିଲ୍ମଟିର ରିଭିୟୁ ପାଇଁ ସପ୍ତାହର ଶେଷ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ। ସେତେବେଳେ ଜଣାପଡ଼ିବ ଫିଲ୍ମଟି ଦର୍ଶକଙ୍କୁ ପସନ୍ଦ ଆସିଛି କି ନାହିଁ… ।

 

ସେପ୍ଟେମ୍ବରରେ କେତେ ଦିନ ବନ୍ଦ ରହିବ ବ୍ୟାଙ୍କ ? ଲିଷ୍ଟ ଜାରି କଲା RBI

ସେପ୍ଟେମ୍ବର ମାସରେ ମୋଟ ୧୫ ଦିନ ବ୍ୟାଙ୍କ ରହିବ । ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ତରଫରୁ ଏନେଇ ଛୁଟି ଲିଷ୍ଟ ଜାରି କରାଯାଇଛି । ଏଥିରେ ସାପ୍ତାହିକୀ ଛୁଟି ସହିତ ପର୍ବପର୍ବାଣି ଛୁଟି ମଧ୍ୟ ସାମିଲ ରହିଛି । ମାତ୍ର ଏହି ଛୁଟି ପ୍ରତି ରାଜ୍ୟରେ ସ୍ଥାନୀୟ ପର୍ବ ଓ କ୍ଷେତ୍ରୀୟ ଆୟୋଜନ ଆଧାରରେ ହେବ । ଆଗକୁ ଏତେଦିନ ବ୍ୟାଙ୍କ ଛୁଟି ରହୁଥିବାରୁ ଆପଣମାନେ ନିଜ ନିଜର ଜରୁରୀ କାର୍ଯ୍ୟ ଏବେଠାରୁ ସାରି ଦିଅନ୍ତୁ । ଆରବିଆଇ ନିୟମ ମୁତାବକ, ସବୁ ବ୍ୟାଙ୍କରେ ଛୁଟି ଏକ ସମୟରେ ହେବ ନାହିଁ । ପ୍ରତି ରାଜ୍ୟର ସ୍ଥାନୀୟ ପର୍ବ ଓ କ୍ଷେତ୍ରୀୟ ଆୟୋଜନ ଆଧାରରେ ଛୁଟି ସ୍ଥିର ହୋଇଥାଏ । ଏହାର ଅର୍ଥ ହେଉଛି, ଯେଉଁ ବ୍ୟାଙ୍କ ଗୋଟିଏ ରାଜ୍ୟରେ ଖୋଲା ରହିବ, ତାହା ଅନ୍ୟ ରାଜ୍ୟରେ ବନ୍ଦ ରହିପାରେ । ତେଣୁ ବ୍ୟାଙ୍କ ଯିବା ପୂର୍ବରୁ ଛୁଟି ଲିଷ୍ଟ ଚେକ୍ କରିବା ଆବଶ୍ୟକ । ସେପ୍ଟେମ୍ବର ୭, ୧୩, ୧୪, ୨୧ରେ ସବୁ ରାଜ୍ୟରେ ବ୍ୟାଙ୍କ ବନ୍ଦ ରହିବ । ୩୦ ତାରିଖରେ ଦୁର୍ଗାପୂଜା ଓ ମହାଅଷ୍ଟମୀ କାରଣରୁ ଓଡ଼ିଶା ସମେତ କିଛି ରାଜ୍ୟରେ ବ୍ୟାଙ୍କ ବନ୍ଦ ରହିବ ।

ଜାପାନର ୧୬ଟି ରଜ୍ୟର ରାଜ୍ୟପାଳଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦି, ଏହିସବୁ ପ୍ରସଙ୍ଗରେ ହୋଇଥିଲା ଆଲୋଚନା…

ନନ୍ଦିଘୋଷ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୋକିଓରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ବୈଠକରେ ଜାପାନର ୧୬ ଟି ରାଜ୍ୟର ରାଜ୍ୟପାଳମାନଙ୍କୁ ଭେଟି ଭାରତ-ଜାପାନ ସହଭାଗୀତା  ଏବଂ ବିକାଶ ବିଷୟରେ ଆଲୋଚନା କରିଛନ୍ତି। ସେ ୧୫ତମ ଭାରତ-ଜାପାନ ବାର୍ଷିକ ଶିଖର ସମ୍ମିଳନୀ ସମୟରେ ଆରମ୍ଭ ହୋଇଥିବା ରାଜ୍ୟ-ପ୍ରାଧାନ୍ୟ ସହଭାଗୀତା ପଦକ୍ଷେପ ଅଧୀନରେ ଆସୁଥିବା ଦୁଇ ଦେଶ ମଧ୍ୟରେ ରାଜ୍ୟସ୍ତରୀୟ ସହଯୋଗକୁ ପ୍ରୋତ୍ସାହିତ କରିବାକୁ ଆହ୍ୱାନ କରିଛନ୍ତି। ଏହା ସହିତ ସେ ଏହି ଦୁଇ ଦେଶ ଭିତରେ ସମ୍ପର୍କକୁ ଅଧିକ ମଜବୁତ କରିବା ପାଇଁ ଲକ୍ଷ ରଖିଛନ୍ତି । ଦୁଇ ଦେଶର ପ୍ରଯୁକ୍ତିବିଦ୍ୟା,  ନିବେଶ, ଦକ୍ଷତା ବିକାଶ, AI ଷ୍ଟାର୍ଟଅପ୍ ଏବଂ ମଧ୍ୟମ ଉଦ୍ୟୋଗ ଭଳି କ୍ଷେତ୍ରରେ ସହଯୋଗ ବୃଦ୍ଧି କରିବା ପାଇଁ ପଦକ୍ଷେପଗୁଡ଼ିକ ଉପରେ ଆଲୋଚନା କରାଯାଇଥିଲା।

ପ୍ରଧାନମନ୍ତ୍ରୀ ଭାରତୀୟ ରାଜ୍ୟ ଏବଂ ଜାପାନୀ ପ୍ରଦେଶଗୁଡ଼ିକ କିପରି ସେମାନଙ୍କର ପାରସ୍ପରିକ ଶକ୍ତିକୁ ଉପଯୋଗ କରିପାରିବେ ଏବଂ ସହଭାଗୀ ବିକାଶ ଏବଂ ସମୃଦ୍ଧି ପାଇଁ କାର୍ଯ୍ୟ କରିପାରିବେ ତାହା ଉପରେ ଗୁରୁତ୍ୱାରୋପ କରାଯାଇଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ X ଆକାଉଣ୍ଟରେ ପୋଷ୍ଟ କରାଯାଇଛି  ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୋକିଓରେ ୧୬ ଟି ଜାପାନୀ ପ୍ରଦେଶର ରାଜ୍ୟପାଳଙ୍କୁ ଭେଟିଛନ୍ତି, ଯାହା ଭାରତ-ଜାପାନ ସମ୍ପର୍କକୁ ବୃଦ୍ଧି ପାଉଥିବା ନୂତନ ଗତି ପ୍ରଦାନ କରିଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ ପ୍ରଧାନମନ୍ତ୍ରୀ ଭାରତର ରାଜ୍ୟ ଏବଂ ଜାପାନର ରାଜ୍ୟଗୁଡ଼ିକ ମଧ୍ୟରେ ସହଯୋଗର ସମ୍ଭାବନା ଉପରେ ଗୁରୁତ୍ୱାରୋପ କରିଛନ୍ତି।

ଭାରତଜାପାନ ସହଭାଗୀତାର ସମ୍ଭାବନା :

ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଅଭିଭାଷଣରେ ଉଲ୍ଲେଖ କରିଛନ୍ତି ଯେ ଶତାବ୍ଦୀ ପୁରୁଣା ସଭ୍ୟତା ଉପରେ ଆଧାରିତ ଭାରତ-ଜାପାନ ସମ୍ପର୍କ ନିରନ୍ତର ମଜବୁତ ହେଉଛି। ସେ କହିଛନ୍ତି ଯେ ଏବେ ଟୋକିଓ ଏବଂ ନୂଆଦିଲ୍ଲୀ ମଧ୍ୟରେ ପାରମ୍ପରିକ କେନ୍ଦ୍ରିକ ସମ୍ପର୍କରୁ ଆଗକୁ ବଢ଼ି ରାଜ୍ୟ-ପ୍ରଦେଶ ସ୍ତରରେ ସହଯୋଗକୁ ଏକ ନୂତନ ଦିଗ ଦେବାର ସମୟ ଆସିଛି। ବୈଦେଶିକ ମନ୍ତ୍ରଣାଳୟ ଅନୁଯାୟୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁତ୍ୱାରୋପ କରିଛନ୍ତି ଯେ ରାଜ୍ୟ-ପ୍ରଦେଶ ସହଭାଗୀତା ପଦକ୍ଷେପ ବାଣିଜ୍ୟ, ପ୍ରଯୁକ୍ତିବିଦ୍ୟା, ପର୍ଯ୍ୟଟନ, ଦକ୍ଷତା ବିକାଶ, ସୁରକ୍ଷା ଏବଂ ସାଂସ୍କୃତିକ ଆଦାନପ୍ରଦାନ କ୍ଷେତ୍ରରେ ସହଯୋଗକୁ ସୁଦୃଢ଼ ​​କରିବ।