spot_img
Home Blog Page 431

ଦିଲ୍ଲୀରୁ ଇନ୍ଦୋର ଯାଉଥିବା ଏୟାର ଇଣ୍ଡିଆ ଫ୍ଲାଇଟର ଜରୁରୀ ଅବତରଣ

ନନ୍ଦିଘୋଷ ବ୍ୟୁରୋ : ଦେଶବ୍ୟାପୀ ଏୟାର ଇଣ୍ଡିଆର ଫ୍ଲାଇଟଗୁଡ଼ିକରେ ଟେକ୍ନିକାଲ ସମସ୍ୟା ସମ୍ପର୍କିତ ଖବରଗୂଡ଼ିକ ଏବେ ଯେମିତି ସାଧାରଣ ହୋଇଗଲା ପରି ଲାଗୁଛି। ପ୍ରାୟ ପ୍ରତିଦିନ କୌଣସି ନା କୌଣସି ଫ୍ଲାଇଟରେ ଏହି ପ୍ରକାରର ସମସ୍ୟା ସାମ୍ନାକୁ ଆସୁଛି। ଆଜି ଦିଲ୍ଲୀରୁ ଇନ୍ଦୋର ଯାଉଥିବା ଫ୍ଲାଇଟରେ ମଧ୍ୟ ଏପରି କିଛି ଘଟିଛି, ଯାହା ଉଡ଼ାଣ କରିବାର କିଛି ସମୟ ପରେ ଦିଲ୍ଲୀକୁ ଫେରି ଆସିଥିଲା। ବିମାନକୁ ଦିଲ୍ଲୀ ଏୟାରପୋର୍ଟରେ ଜରୁରୀକାଳିନ ଅବତରଣ କରିବାକୁ ପଡିଥିଲା ।

ଖବର ଅନୁସାରେ ଦିଲ୍ଲୀରୁ ଇନ୍ଦୋର ଯାଉଥିବା ଏୟାର ଇଣ୍ଡିଆର ଫ୍ଲାଇଟ AI 2913କୁ ଉଡ଼ାଣ କରିବାର କିଛି ସମୟ ପରେ ଦିଲ୍ଲୀରେ ଜରୁରୀକାଳିନ ଅବତରଣ କରିବାକୁ ପଡ଼ିଥିଲା। ଏହାର କାରଣ ଥିଲା କକ୍ପିଟ୍ କ୍ରୁଙ୍କୁ ଡାହାଣ ଇଞ୍ଜିନରେ ନିଆଁ ଲାଗିବାର ସଙ୍କେତ ମିଳିଥିଲା, ଯାହା ପରେ ନିୟମାନୁସାରେ ଇଞ୍ଜିନକୁ ବନ୍ଦ କରାଯାଇଥିଲା।
ଏହା ସହିତ ପାଇଲଟ ବିମାନକୁ ନିରାପଦ ଭାବେ ଦିଲ୍ଲୀକୁ ଫେରାଇ ଆଣିଥିଲେ। ଯାଞ୍ଚ ପାଇଁ ବିମାନକୁ ଗ୍ରାଉଣ୍ଡେଡ୍ କରାଯାଇଛି ଏବଂ ଯାତ୍ରୀମାନଙ୍କୁ ବିକଳ୍ପ ବିମାନରେ ଇନ୍ଦୋର ପଠାଯାଉଛି। ସମସ୍ତ ଯାତ୍ରୀ ନିରାପଦ ଅଛନ୍ତି।

ଏୟାରଲାଇନ ପକ୍ଷରୁ କ’ଣ କୁହାଯାଇଛି?
ଏୟାରଲାଇନ ଅଧିକ ବିବରଣୀ ନଦେଇ କହିଛି, ‘୩୧ ଅଗଷ୍ଟରେ ଦିଲ୍ଲୀରୁ ଇନ୍ଦୋର ପାଇଁ ଉଡ଼ାଣ କରୁଥିବା ଫ୍ଲାଇଟ AI 2913 ଉଡ଼ାଣ କରିବାର କିଛି ସମୟ ପରେ ଦିଲ୍ଲୀକୁ ଫେରିଆସିଥିଲା, କାରଣ କକ୍ପିଟ୍ କ୍ରୁଙ୍କୁ ଡାହାଣ ଇଞ୍ଜିନରେ ନିଆଁ ଲାଗିବାର ସିଗ୍ନାଲ ମିଳିଥିଲା।’ ଏୟାରଲାଇନ କହିଛି ଯେ ବିମାନ ସୁରକ୍ଷା ନିୟାମକ ନାଗରିକ ଉଡ଼୍ଡୟନ ମହାନିର୍ଦେଶାଳୟକୁ ଏହି ଘଟଣାର ସୂଚନା ଦିଆଯାଇଛି। ଏୟାରଲାଇନ ପକ୍ଷରୁ କୁହାଯାଇଛି ଯେ ଟେକ୍ନିକାଲ ସମସ୍ୟା ସାମ୍ନାକୁ ଆସିବା ପରେ କକ୍ପିଟ୍ କ୍ରୁ ଉଡ଼ାଣ ନ କରିବାର ନିଷ୍ପତ୍ତି ନେଇଥିଲେ ।
ଏହା ପୂର୍ବରୁ ମଧ୍ୟ ଏୟାର ଇଣ୍ଡିଆ ସମ୍ପର୍କରେ ଏପରି ଅନେକ ଘଟଣା ଘଟିଛି। ପୂର୍ବରୁ ୧୮ ଅଗଷ୍ଟରେ କୋଚିନ ବିମାନବନ୍ଦରରେ ଦିଲ୍ଲୀ ଯାଉଥିବା ଏୟାର ଇଣ୍ଡିଆର ଏକ ଫ୍ଲାଇଟକୁ ହଠାତ୍ ଟେକ୍ଅଫ୍ ରୋକା ଯାଇଥିଲା। ତା’ପରେ ୧୬ ଅଗଷ୍ଟରେ ମଧ୍ୟ ଏୟାର ଇଣ୍ଡିଆର ମିଲାନ (ଇଟାଲୀ)-ଦିଲ୍ଲୀ ଫ୍ଲାଇଟଟି ଶେଷ ମୁହୂର୍ତ୍ତରେ ରଦ୍ଦ ହୋଇଥିଲା। ଏହାର କାରଣ ମଧ୍ୟ ଟେକ୍ନିକାଲ୍ ଖରାପ ଥିଲା। ଫ୍ଲାଇଟରେ ଏପରି ଖରାପ ଯୋଗୁଁ ଯାତ୍ରୀମାନେ ଅନେକ ଅସୁବିଧାର ସାମ୍ନା କରିଛନ୍ତି।

ଗୁଣିଗାରେଡି ସନ୍ଦେହରେ ବୃଦ୍ଧଙ୍କୁ ନିସ୍ତୁକ ମାଡ଼

କେନ୍ଦ୍ରାପଡା : ଗୁଣିଗାରେଡି ସନ୍ଦେହରେ ବୃଦ୍ଧଙ୍କୁ ନିସ୍ତୁକ ମାଡ଼ । କେନ୍ଦ୍ରାପଡ଼ା ମାର୍ଶାଘାଇ ଥାନା ଅଧିନ ବରେଇ ରାଜସ୍ୱ ଗାଁରେ ଘଟିଛି ଅଭାବନୀୟ ଘଟଣା। ଗୁରୁତର ଅବସ୍ଥାରେ ବୃଦ୍ଧ ଜଣଙ୍କୁ କେନ୍ଦ୍ରାପଡ଼ା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଗଣେଷ ପୂଜାଦିନ ଇଚ୍ଛାପୁର ବଳଦେବଜୀଉଙ୍କ ମନ୍ଦିରରୁ କାମ ସାରି ଉମେଶ ଜାତି ରାତି ୧୦ଟାରେ ଘରକୁ ଫେରିଥିଲେ । ଘରେ ଖାଇ ପିଇ ବୃଦ୍ଧା ମା ଓ ପୁଅ ଉମେଶ ଶୋଇଥିବା ବେଳେ ପଡୋଶୀ ମିଟୁ ଓ ତାର ଦୁଇ ଭାଇ ଓ ବାପା ଚାରିଜଣ ଘର କବାଟ ଭାଙ୍ଗି ଘରେ ପଶିଥିଲେ । ୬୫ ବର୍ଷର ବୃଦ୍ଧ ଉମେଶଙ୍କୁ ରାତି ଅଧରେ ଘରୁ ଟେକି ନେଇ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ମରିଯାଇଥିବା ଭାବି ଘର ଆଗରେ ଫୋପାଡ଼ି ଦେଇଥିଲେ। ପରିବାରର ଅଭିଯୋଗ ଅନୁଯାୟୀ, ସେହି ଗାଁର ଜଣେ ଯୁବକଙ୍କ ପତ୍ନୀଙ୍କୁ ଗୁଣି ହୋଇଥିବାର ସନ୍ଦେହ କରିଥିଲେ ଆକ୍ରମଣକାରୀ। ଗୁଣିଆ ସନ୍ଦେହରେ ଘରୁ ଉଠାଇ ନେଇ, ରଡ୍ ଓ ବାଡି ସାହାଯ୍ୟରେ ବୃଦ୍ଧଙ୍କୁ ରାତି ତମାମ ଉଲଗ୍ନ କରି ପିଟିଥିଲେ। ଏ ନେଇ ମାର୍ଶାଘାଇ ଥାନାରେ ବୃଦ୍ଧଙ୍କ ଝିଅ ଏତଲା ଦେବା ପରେ ପୋଲିସ ତଦନ୍ତ ଜାରି ରଖିଛି।

ପାରାଦୀପ ଆଇଓସିଏଲ ଗେଟରେ ଯୁବକଙ୍କ ବ୍ୟାଗରୁ ମିଳିଲା ଗୁଳି

ପାରାଦୀପ  : ପାରାଦୀପ ଆଇଓସିଏଲ ଗେଟରେ ଯୁବକଙ୍କ ବ୍ୟାଗରୁ ମିଳିଲା ଗୁଳି । ଯାଞ୍ଚ ବେଳେ ବ୍ୟାଗରୁ ଗୁଳି ଜବତ କଲା ସିଆଇଏସ‌ଏଫ। ଯୁବକ ଜଣଙ୍କ ଆଇଓସିଏଲରେ ଠିକା କାମରେ ନିଯୁକ୍ତ ଥିବା ଟେକନୋମାଉଣ୍ଟ କମ୍ପାନୀର ସୁପରଭାଇଜର ଦେବାଶିଷ ଦାସ । ପାରାଦୀପ ରିଫାଇନାରୀ ୨ନଂ ଗେଟ୍ ଦେଇ ରିଫାଇନାରୀ ଭିତରକୁ ଯିବା ସମୟରେ ଯାଞ୍ଚ ବେଳେ ବ୍ୟାଗରୁ ଗୁଳି ଜବତ ହୋଇଛି। ଦେବାଶିଷକୁ ଅଟକ ରଖି ଅଧିକ ପଚରାଉଚରା କରୁଛି ଅଭୟଚାନ୍ଦପୁର ପୋଲିସ। ଆଇଓସିଏଲ ଭିତରେ ଗ୍ୟାସ, ପେଟ୍ରୋଲ, ଡିଜେଲ ପ୍ରଭୃତି ସାମଗ୍ରୀ ରହିଥିବାରୁ ଏହା ଭିତରକୁ ମୋବାଇଲ, ଇଲୋକ୍ଟ୍ରୋନିକ୍ସ ଡିଭାଇସ୍ ସମେତ କୌଣସି ସାମଗ୍ରୀ ନେବା ଉପରେ ସମ୍ପୂର୍ଣ୍ଣ କଟକଣା ରହିଛି। ତେବେ ସୁପରଭାଇଜର ଜଣଙ୍କ କାହିଁକି ନିଜ ବ୍ୟାଗରେ ଗୁଳି ନେଇଥିଲେ ତାହା ଜଣାପଡ଼ିନାହିଁ। ପୋଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।

ବିହାର ନିର୍ବାଚନରେ ଏନଡିଏ ମେଣ୍ଟରେ ବିଗ୍ ବ୍ରଦର ଭୂମିକା ନେଇପାରେ ଜେଡିୟୁ

ନନ୍ଦିଘୋଷ ବ୍ୟୁରାେ : ବିହାର ନିର୍ବାଚନରେ ଏନଡିଏ ମେଣ୍ଟରେ ବିଗ୍ ବ୍ରଦର ଭୂମିକା ନେଇପାରେ ଜେଡିୟୁ । ଏନଡିଏରେ ଆସନ ବୁଝାମଣା ଏକ ପ୍ରକାର ଚୂଡ଼ାନ୍ତ ହୋଇଥିବା ସୂଚନା ମିଳିଛି । ୨୪୩ ଆସନ ବିଶିଷ୍ଟ ବିଧାନସଭା ଲାଗି ସମ୍ଭବତଃ ସେପ୍ଟେମ୍ବର ଦ୍ବିତୀୟ ସପ୍ତାହରେ ଆସନ ବୁଝାମଣା ସଂକ୍ରାନ୍ତ ଘୋଷଣା କରିପାରେ ଏନଡିଏ । ଦ୍ବିତୀୟ ସପ୍ତାହରେ ପ୍ରଧାନମନ୍ତ୍ରୀଙ୍କ ବିହାର ଗସ୍ତ କାର୍ଯ୍ୟକ୍ରମ ପରେ ଆସନ ବୁଝାମଣା ଘୋଷଣା ହେବ ବୋଲି ସୂଚନା ମିଳିଛି । ଜେଡିୟୁ ୧୦୨, ବିଜେପି ୧୦୧, ଚିରାଗ ପାଶଓ୍ବାନଙ୍କ ଲୋକଜନଶକ୍ତି ପାର୍ଟି (ରାମବିଳାସ) ୨୦ ଆସନରେ ଲଢିପାରନ୍ତି । ସେହିପରି ଜିତନରାମ ମାନଝିଙ୍କ ହିନ୍ଦୁସ୍ତାନୀ ଆଓ୍ବାମି ମୋର୍ଚ୍ଚା ହାମ-ଏସ ଏବଂ ଉପେନ୍ଦ୍ର କୁସବାହାଙ୍କ ରାଷ୍ଟ୍ରୀୟ ଲୋକ ମୋର୍ଚ୍ଚା ୧୦ଟି ଲେଖାଏଁ ଆସନ ପାଇବା ଏକ ରକମ ଚୂଡ଼ାନ୍ତ ହୋଇଥିବା କୁହାଯାଉଛି । ଉପେନ୍ଦ୍ର ବର୍ତ୍ତମାନ ରାଜ୍ୟସଭା ସାଂସଦ ଅଛନ୍ତି । ସେପଟେ ଜିତନରାମ ମାନଝୀ କେନ୍ଦ୍ରମନ୍ତ୍ରୀ ଥିବାବେଳେ ତାଙ୍କ ପୁଅ ସନ୍ତୋଷ ସୁମନ ବିହାରରେ ମନ୍ତ୍ରୀ ଅଛନ୍ତି । ଗତ ବିଧାନସଭା ନିର୍ବାଚନରେ ଜେଡିୟୁ ୧୧୫ ଆସନରେ ଲଢି ୪୩ ଆସନ ପାଇଥିଲା । ବିଜେପି ୧୧୦ ଆସନରେ ଲଢି ପାଇଥିଲା ୭୪ ଆସନ । ଏକକ ସଂଖ୍ୟା ଗରିଷ୍ଠ ଦଳ ଭାବେ ଆରଜେଡି ୭୫ ଆସନ ପାଇଥିଲା ।

ଆଜିଠାରୁ ଆରମ୍ଭ ହେବ ଏସସିଓ ସମ୍ମିଳନୀ, ବଢ଼ିବ ଭାରତ ଓ ଚୀନ ମଧ୍ୟରେ ସମ୍ପର୍କ

ନନ୍ଦିଘୋଷ ବ୍ୟୁରୋ : ବଢ଼ିବ ଭାରତ ଓ ଚୀନ ମଧ୍ୟରେ ସମ୍ପର୍କ। ଚୀନର ତିଆନଜିନରେ ଆଜିଠାରୁ ଆରମ୍ଭ ହେବ ସାଂଘାଇ ସହଯୋଗ ସଂଗଠନ ବା ଏସସିଓର ସମ୍ମିଳନୀ। ଏହି ଅବସରରେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତିଆନଜିନରେ ପହଞ୍ଚିବା ପରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କ ସହ ଫୋନରେ କଥାବାର୍ତ୍ତା ହୋଇଛନ୍ତି ମୋଦି। ଏହା ସହ ରୁଷ-ୟୁକ୍ରେନ ଯୁଦ୍ଧ ପ୍ରସଙ୍ଗରେ ସେ ଆଲୋଚନା କରିଥିବା ସୂଚନା ମିଳିଛି। ଗତବର୍ଷ ଅକ୍ଟୋବରରେ ଜିନପିଙ୍ଗଙ୍କ ସହ ମୋଦିଙ୍କ ଭେଟଘାଟ ହୋଇଥିଲା। ପ୍ରକୃତ ନିୟନ୍ତ୍ରଣ ରେଖା ବା ଏଲଓସିରେ ଦୁଇ ଦେଶ ମଧ୍ୟରେ ସ୍ଥିରତା ବଜାୟ ରଖିବା ପ୍ରସଙ୍ଗରେ ଦୁଇ ନେତାଙ୍କ ମଧ୍ୟରେ ହୋଇଥିଲା ସହମତି। ଏସସିଓ ସମ୍ମିଳନୀ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ, ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଓ କେନ୍ଦ୍ର ଏସିଆର ବହୁ ନେତାଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ୨୦୨୦ରେ ଗଲୱାନ ସଂଘର୍ଷ ପରଠାରୁ ଦୁଇ ଦେଶ ମଧ୍ଯରେ କୂଚନୈତିକ ତିକ୍ତତା ଲାଗି ରହିଥିଲା। ଭାରତ ଉପରେ ଆମେରିକାର ୫୦ ପ୍ରତିଶତ ଟାରିଫ ଲାଗୁ ପରିପ୍ରେକ୍ଷୀରେ ଏହି ଆଲୋଚନା ଗୁରୁତ୍ବପୂର୍ଣ୍ଣ ହେବ। ଏସସିଓର ମୋଟ ସଦସ୍ୟ ସଂଖ୍ୟା ରହିଛି ୯। ସେମାନେ ହେଲେ ଚୀନ, ଭାରତ, କାଜାକସ୍ତାନ, କିରଗୀଜସ୍ତାନ, ପାକିସ୍ତାନ, ରୁଷ, ତାଜିକିସ୍ତାନ, ଉଜବେକିସ୍ତାନ ଓ ଇରାନ। ଏହାକୁ ୨୦୦୧ରେ ପ୍ରତିଷ୍ଠା କରାଯାଇଥିଲା।

ପରିଚୟ ହରାଉଛି ଐତିହାସିକ ବାରବାଟୀ ଦୁର୍ଗ, ରକ୍ଷଣାବେକ୍ଷଣ ଅଭାବରୁ ନକାରାତ୍ମକ ସ୍ମୃତି ନେଇ ଫେରୁଛନ୍ତି ପର୍ଯ୍ୟଟକ

ନନ୍ଦିଘୋଷ ବ୍ୟୁରୋ: ଜରାଜିର୍ଣ୍ଣ ଅବସ୍ଥାରେ କଟକର ଐତିହାସିକ ବାରବାଟୀ ଦୁର୍ଗ । ସନ୍ଧ୍ୟା ହେଲେ ମୁଖଶାଳାରୁ ଆରମ୍ଭ କରି ଭିତର ପରିବେଶ ଅନ୍ଧାର ଥିବାରୁ ଜମୁଛି ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡା । ପୋତି ହୋଇ ଗଲାଣି ଗଡ଼ଖାଇ । ପରିତ୍ୟକ୍ତ ପରିବେଶକୁ ଦେଖି ରାଜ୍ୟ ବାହାର ପର୍ଯ୍ୟଟକଙ୍କ ମନରେ ପଡୁଛି ନକାରାତ୍ମକ ପ୍ରଭାବ । ଓଡ଼ିଶାର ଏହି ଗୌରବମୟ ଇତିହାସର ଅନ୍ୟତମ ମୁକସାକ୍ଷୀ ଅସ୍ତିତ୍ବ ସଂକଟରେ ଥିବାରୁ ଏହାର ତୁରନ୍ତ ପୂନରୁଦ୍ଧାର ପାଇଁ ବିଭିନ୍ନ ମହଲରୁ ଦାବି ଉଠିଛି ।

ସଙ୍କଟରେ ଓଡ଼ିଶାର ଗୌରବମୟ ମୁଖସାକ୍ଷୀ ବାରବାଟୀ ଦୁର୍ଗ । ମଧ୍ୟଯୁଗୀୟ ଗଙ୍ଗବଂଶୀ ଇତିହାସ ଏବେ ଜରାଜୀର୍ଣ୍ଣ । ଦେଶ ସ୍ବାଧୀନ ହେବା ପୂର୍ବରୁ ୧୯୧୫ରେ ଏଏସଆଇ ଏହାକୁ ସଂରକ୍ଷିତ କୀର୍ତ୍ତିରାଜି ଘୋଷଣା କରିଥିଲା । ୧୯୮୯ରେ ଦୁର୍ଗ ଓ ଗଡ଼ଖାଇ ଖନନ କାର୍ଯ୍ୟ ଆରମ୍ଭ କରିଥିଲା । ଖନନ ସମୟରେ ମିଳିଥିବା ଭଗ୍ନାବଶେଷରୁ ମିଳିଥିଲା କଟକର ୧୪ ଶହ ବର୍ଷ ତଳର ଇତିହାସ । ହେଲେ ଏବେ ଏହି ଐତିହ୍ୟ ନିଜର ପରଚୟ ଖୋଜୁଛି । ରକ୍ଷଣାବେକ୍ଷଣ ଅଭାବରୁ ନିଜର ଅସ୍ତିତ୍ବ ହରାଇବାକୁ ବସିଲାଣି ଏହି ଐତିହାସିକ ସ୍ଥାନ । ପରିତ୍ୟକ୍ତ ପରିବେଶକୁ ଦେଖି ନକାରାତ୍ମକ ଅନୁଭୂତି ନେଇ ଫେରୁଛନ୍ତି ପର୍ଯ୍ୟଟକ ।

ଏଏସଆଇ ବାରବାଟୀକୁ କେବଳ ସଂରକ୍ଷିତ କୀର୍ତ୍ତିରାଜି ଘୋଷଣା କରି ଏହାକୁ ଭୁଲିଯାଇଥିବା ଲୋକେ ଅଭିଯୋଗ କରିଛନ୍ତି । ପୂର୍ବ ସରକାର ସମୟରେ ବାରବାଟୀ ଦୁର୍ଗ ଓ ଗଡଖାଇରେ ଥିବା ଦଳ ସଫା କରାଯାଇଥିଲା । କାଶ୍ମୀର ଡାଲ ହ୍ରଦ ପରି ଏହାକୁ କରିବାକୁ ଯୋଜନା କରାଯାଇଥିଲା । ବୋଟିଂ ସୁବିଧା ସହ ଦୁର୍ଗରେ ଲାଇଟ୍ ଓ ସାଉଣ୍ଡ ବ୍ୟବସ୍ଥା କରଯିବାକୁ ପରିକଳ୍ପନା କରାଯାଇଥିଲା । ଖନନରୁ ବାହାରୁଥିବା ସାମଗ୍ରୀକୁ ନେଇ ସଂଗ୍ରହାଳୟର ପ୍ରସ୍ତାବ ଦିଆଯାଇଥିଲା । ହେଲେ ରକ୍ଷଣାବେକ୍ଷଣ ଅଭାବରୁ ଏବେ ଗଡ଼ଖାଇ ଦିନକୁ ଦିନ ପରିତ୍ୟକ୍ତ ହେବାରେ ଲାଗିଛି । ଯାହାକୁ ମେୟର ବି ନିଜେ ସ୍ବୀକାର କରିଛନ୍ତି ।

ରାଜ୍ୟରେ ଭୁଶୁଡ଼ିଲାଣି ଶିକ୍ଷା ବ୍ୟବସ୍ଥା, ପ୍ରାଥମିକ ବିଦ୍ୟାଳୟରେ ପିଲାଙ୍କୁ ମିଳୁନି ଉପଯୁକ୍ତ ଶିକ୍ଷା

ନନ୍ଦିଘୋଷ ବ୍ୟୁରୋ: ରାଜ୍ୟରେ ଭୁଶୁଡ଼ି ଗଲାଣି ଶିକ୍ଷା ବ୍ୟବସ୍ଥା । ପ୍ରାଥମିକ ବିଦ୍ୟାଳୟରେ ପିଲାଙ୍କୁ ମିଳୁନି ଉପଯୁକ୍ତ ଶିକ୍ଷା । ଗଞ୍ଜାମ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟକୁ ଯାଇ ପିଲାଙ୍କୁ ଭେଟିଲେ ଜିଲ୍ଲାପାଳ । ବିଦ୍ୟାର୍ଥୀଙ୍କ ଠାରେ ଓଡ଼ିଆ, ଇଂରାଜୀ ଭାଷାରେ ଆବଶ୍ୟକ ଜ୍ଞାନ ନଥିବା ଜାଣିବାକୁ ପାଇବା ପରେ ଏଥିରେ କିପରି ଉନ୍ନତି ଅଣାଯିବ ସେନେଇ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ ।

ପାଠ ବୁଝି ପାରୁନାହାନ୍ତି ଛାତ୍ରଛାତ୍ରୀ । ଅନ୍ଧାରରେ ଦେଶର ଭବିଷ୍ୟତ । ସରକାରୀ ବିଦ୍ୟାଳୟଗୁଡ଼ିକରେ ପିଲାଙ୍କଠାରେ ଓଡ଼ିଆ ଓ ଇଂରାଜୀ ଭାଷାର ଜ୍ଞାନ ଅଭାବ । କେଉଁଠି ଶିକ୍ଷକ ଅଭାବ ତ କେଉଁଠି ଶିକ୍ଷାଦାନରେ ଅବ୍ୟବସ୍ଥା କାରଣରୁ ପିଲାଙ୍କ ଶିକ୍ଷା ପ୍ରତି ଆଗ୍ରହ କମୁଥିବା ଦେଖିବାକୁ ମିଳିଛି । କେବଳ ମଧ୍ୟାହ୍ନ ଭୋଜନ ଖାଇ ଫେରୁଛନ୍ତି ଛାତ୍ରଛାତ୍ରୀ । ଗଞ୍ଜାମ ଜିଲ୍ଲାରେ ବିଭିନ୍ନ ସ୍କୁଲ ପରିଦର୍ଶନ କରିବା ପରେ ଏହା ଜାଣିବାକୁ ପାଇଛନ୍ତି ଜିଲ୍ଲାପାଳ । ପିଲାଙ୍କୁ ଭେଟିବା ପରେ ଏସବୁର ତୁରନ୍ତ ସମାଧାନ ପାଇଁ ନେଇଛନ୍ତି ପଦକ୍ଷେପ । ଆଗାମୀ ଦିନରେ ଶିକ୍ଷା ବିଭାଗ ଅଧିକାରୀମାନେ ବିଦ୍ୟାଳୟଗୁଡିକୁ ଯାଇ ସମସ୍ୟା ବୁଝିବା ସହ ପିଲା ଓ ଶିକ୍ଷକଙ୍କୁ ସଚେତନ କରିବେ । ଜିଲ୍ଲାର ବରିଷ୍ଠ ଅଧିକାରୀମାନେ ସ୍କୁଲ ପରିଦର୍ଶନ କରି ତଥ୍ୟ ସଂଗ୍ରହ ସହ ଏହାର ମନିଟରିଂ କରିବେ ବୋଲି କହିଛନ୍ତି ଜିଲ୍ଲାପାଳ ।

ନିକଟରେ କେନ୍ଦ୍ର ସରକାରଙ୍କ CMS ରିପୋର୍ଟରେ ମଧ୍ୟ ଏନେଇ ଉଦବେଗ ପ୍ରକାଶ ପାଇଥିଲା । ବିନା ଟ୍ୟୁସନରେ ପିଲାମାନେ ପାଠ ବୁଝି ପାରୁ ନଥିବା ଦର୍ଶାଯାଇଥିଲା । ତେଣୁ ପିଲାଙ୍କ ବିକାଶ ପାଇଁ ବିଭିନ୍ନ ବିଷୟ ଉପରେ ଅନୁଧ୍ୟାନ ସହ ଆକଳନ କରାଯିବ । ଯେଉଁଠି ଭିତ୍ତିଭୂମିର ଆବଶ୍ୟକତା ପଡିବ ସେଠାରେ ପଞ୍ଚାୟତ ଓ ଶିକ୍ଷା ବିଭାଗରୁ ଆସୁଥିବା ଅନୁଦାନରେ ଏହା କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ଜିଲ୍ଲାପାଳଙ୍କ ଏଭଳି ଉଦ୍ୟମକୁ ସବୁ ମହଲରେ ପ୍ରଶଂସା କରାଯାଇଛି । ପିଲାଙ୍କ ଶିକ୍ଷାର ବିକାଶ ପାଇଁ ଖାଲି ସ୍କୁଲ ନୁହେଁ ଅଭିଭାବକ ମାନଙ୍କୁ ମଧ୍ୟ ସଚେତନ କରିବାର ଆବଶ୍ୟକତା ରହିଥିବା କହିଛନ୍ତି ଶିକ୍ଷାବିତ୍ ।

ରାତିରେ ଶାନ୍ତିରେ ଶୋଇଥିଲେ ପରିବାର, ସକାଳେ ମିଳିଲା ବାପା-ମା ଏବଂ ପୁଅଙ୍କ ମୃତଦେହ…

ନନ୍ଦିଘୋଷ ବ୍ୟୁରୋ :  ଜମ୍ମୁ ଓ କାଶ୍ମୀରର ରିଆସି ଜିଲ୍ଲାର ବାଦର ଗାଁରେ ଭୂସ୍ଖଳନ ଘଟିଛି। ଏପର୍ଯ୍ୟନ୍ତ ସାତ ଜଣଙ୍କ ମୃତଦେହ ଭଗ୍ନାବଶେଷ ମଧ୍ୟରୁ ଉଦ୍ଧାର କରାଯାଇଛି। ଏଠାରେ ଆହୁରି ଲୋକଙ୍କ ଫସି ରହିବାର ସମ୍ଭାବନା ରହିଛି। ସମସ୍ତ ମୃତକ ଗୋଟିଏ ପରିବାରର ସଦସ୍ୟ। ଭଗ୍ନାବଶେଷରୁ ଉଦ୍ଧାର ହୋଇଥିବା ମୃତଦେହଗୁଡ଼ିକ ଏକ ଦମ୍ପତି ଏବଂ ସେମାନଙ୍କର ପାଞ୍ଚ ଜଣ ପିଲାଙ୍କର। ଗୋଟିଏ ପରିବାରର ସାତ ଜଣଙ୍କ ମୃତ୍ୟୁ ଯୋଗୁଁ ଗାଁରେ ଶୋକର ବାତାବରଣ ରହିଛି। ସେହିପରି ରାମବାନର ରାଜଗଡ଼ରେ ମେଘ ଫାଟିବାରୁ ଚାରି ଜଣଙ୍କ ମୃତ୍ୟୁ ହୋଇଛି। ଜଣେ ନିଖୋଜ ଅଛନ୍ତି। ତାଙ୍କର ସନ୍ଧାନ ଜାରି ରହିଛି।

ଗୋଟିଏ ପରିବାରର ୭ ଜଣ ସଦସ୍ୟଙ୍କ ମୃତ୍ୟୁ ହୋଇଛି :

ଦୁର୍ଘଟଣା ପରେ ଘରର ଭଗ୍ନାବଶେଷ ତଳେ ଚାପି ହୋଇ ଗୋଟିଏ ପରିବାରର ସାତ ଜଣ ସଦସ୍ୟଙ୍କ ମୃତ୍ୟୁ ହୋଇଥିଲା। ଅଧିକାରୀମାନେ କହିଛନ୍ତି ଯେ ମୃତକଙ୍କ ନାମ ନାଜିର ଅହମ୍ମଦ (୩୮), ତାଙ୍କ ପତ୍ନୀ ୱାଜିରା ବେଗମ (୩୫) ଏବଂ ସେମାନଙ୍କ ପୁଅ ବିଲାଲ ଅହମ୍ମଦ (୧୩), ମହମ୍ମଦ ମୁସ୍ତାଫା (୧୧), ମହମ୍ମଦ ଆଦିଲ (ଆଠ), ମହମ୍ମଦ ମୁବାରକ (ଛଅ) ଏବଂ ମହମ୍ମଦ ୱାସିମ (ପାଞ୍ଚ)।  ଅର୍ଥାତ୍, ଏହି ଦୁର୍ଘଟଣାରେ ଦମ୍ପତି ଏବଂ ସେମାନଙ୍କର ପାଞ୍ଚ ପୁଅ ପ୍ରାଣ ହରାଇଛନ୍ତି 

ଏସିଆ କପ୍ ବିବାଦ ପରେ ବଡ଼ ଘୋଷଣା; ଜୁନିୟର ହକି ବିଶ୍ବକପ ଖେଳିବାକୁ ଭାରତ ଆସିବ ପାକିସ୍ତାନ ଟିମ୍

ନନ୍ଦିଘୋଷ ବ୍ୟୁରୋ: ପାକିସ୍ତାନ ଓ ଭାରତ ମଧ୍ୟରେ ବିବାଦ କିଛି ନୂଆ କଥା ନୁହେଁ । ଦୁଇ ଦେଶ ମଧ୍ୟରେ ଥିବା ତିକ୍ତ ସମ୍ପର୍କର ପ୍ରଭାବ ସବୁ କ୍ଷେତ୍ରରେ ଦେଖିବାକୁ ମିଳିଥାଏ । ବିଶେଷ କରି କ୍ରୀଡ଼ା କ୍ଷେତ୍ରରେ ଏହାର ପ୍ରଭାବ ଅଧିକ ପଡ଼ିଥାଏ । ନିକଟରେ ପାକିସ୍ତାନୀ ଆତଙ୍କବାଦୀ ପହଲଗାମରେ ୨୬ ଜଣ ପର୍ଯ୍ୟଟକଙ୍କୁ ହତ୍ୟା କରିବା ପରେ ଦୁଇ ଦେଶ ମଧ୍ୟରେ ତିକ୍ତତା ଚରମରେ ପହଞ୍ଚିଛି । ଏହି ଘଟଣା ପରେ ଭାରତ ଅପରେସନ ସିନ୍ଦୂର ଜରିଆରେ ସୈନ୍ୟ କାର୍ଯ୍ୟାନୁଷ୍ଠାନ ନେଇଥିଲା । ଏହାର ପ୍ରଭାବ ଖେଳ ଉପରେ ପଡ଼ିଛି । ନିକଟ ଅତୀତରେ ପାକିସ୍ତାନ ହକି ଟିମ୍ ଏସିଆ କପ୍ ଖେଳିବାକୁ ଭାରତ ନଆସିବାକୁ ନିଷ୍ପତ୍ତି ନେଇଥିଲା । ହେଲେ FIH ଜୁନିୟର ହକି ବିଶ୍ବକପ୍ ପୂର୍ବରୁ ଏକ ବଡ଼ ଅପଡେଟ ଆସିଛି । ଚଳିତବର୍ଷ ଶେଷକୁ ଭାରତରେ ହେବାକୁ ଥିବା ଏହି ଜୁନିୟର ହକି ବିଶ୍ବକପରେ ସାମିଲ ହେବାକୁ ପାକିସ୍ତାନ ସ୍ପଷ୍ଟ କରିଥିବା ହକି ଇଣ୍ଡିଆ ମହାସଚିବ ଗୋଳାନାଥ ସିଂ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ, FIH ଜୁନିୟର ହକି ବିଶ୍ବକପ୍ ହକି ଦୁନିଆରେ ଏକ ପ୍ରତିଷ୍ଠିତ ଟୁର୍ଣ୍ଣାମେଣ୍ଟ । ଏଥିରେ ବିଶ୍ବର ୧୯ ବର୍ଷରୁ କମ ବର୍ଷର ଟିମମାନେ ସାମିଲ ହୋଇଥାନ୍ତି । ଏହି ଟୁର୍ଣ୍ଣାମେଣ୍ଟ ଯୁବ ଖେଳାଳିଙ୍କୁ ଅନ୍ତର୍ଜାତୀୟ ସ୍ତରରେ ନିଜ ପ୍ରତିଭା ଦେଖାଇବାକୁ ସୁଯୋଗ ଦେଇଥାଏ । ଚଳିତବର୍ଷ ଭାରତ ଏହାକୁ ଆୟୋଜନ କରୁଛି ।

୨୮ ନଭେମ୍ବରରୁ ୧୦ ଡିସେମ୍ବର ପର୍ଯ୍ୟନ୍ତ FIH ଜୁନିୟର ହକି ବିଶ୍ବକପ ଭାରତର ଚେନ୍ନାଇ ଓ ମଦୁରାଇରେ ଖେଳାଯିବ । ଏଥିରେ ୨୪ଟି ଟିମ୍ ଭାଗ ନେବାକୁ ଯାଉଛନ୍ତି । ପୁଲ-ବିରେ ଭାରତ ସହ ପାକିସ୍ତାନ, ଚିଲି ଓ ସ୍ବିଜରଲାଣ୍ଡ ରହିଛନ୍ତି । ବର୍ତ୍ତମାନର ଜୁନିୟର ହକି ବିଶ୍ବ ଚାମ୍ପିୟନ ଜର୍ମାନୀ ଅଛି । ୨୦୨୩ରେ ଜର୍ମାନୀ ଫ୍ରାନ୍ସକୁ ୨-୧ ଗୋଲରେ ପରାସ୍ତ କରି ବିଶ୍ବ ଚାମ୍ପିୟନ ହୋଇଥିଲା ।

ସୂଚନାଯୋଗ୍ୟ, ବିହାରର ରାଜଗିରିରେ ବର୍ତ୍ତମାନ ଚାଲିଥିବା ହକି ଏସିଆ କପ୍ ୨୦୨୫ରେ ପାକିସ୍ତାନ ଟିମ ସାମିଲ ହୋଇନାହିଁ । ପାକିସ୍ତନ ହକି ମହାସଂଘ ପୂର୍ବରୁ ଅନ୍ତରାଷ୍ଟ୍ରୀୟ ହକି ମହାସଂଘ ଓ ଏଏଚଏଫକୁ ସୁରକ୍ଷା କାରଣ ଦର୍ଶାଇ ଟୁର୍ଣ୍ଣାମେଣ୍ଟରେ ସାମିଲ ନହେବାକୁ କହିଥିଲା । ତେବେ ଜୁନିୟର ହକି ବିଶ୍ବକପ୍ ପାଇଁ ପାକିସ୍ତାନ ଟିମ୍ ପଠାଇବାକୁ ନିଷ୍ପତ୍ତି ନେଇଛି ।

 

କ୍ୟାନସର ଚିକିତ୍ସାରେ ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କୁନି ଝିଅର ଚିଠି…

ନନ୍ଦିଘୋଷ ବ୍ୟୁରୋ: ମୁଁ ପାଠ ପଢିବି, ସ୍କୁଲ ଯିବି । ପୁଣି ପିଲାଙ୍କ ସହ ମିଶି ଖେଳିବି । ମୋତେ ବଞ୍ଚାଇ ଦିଅ ସରକାର । ଆଖିର ଲୁହକୁ ଅକ୍ଷରରେ ସଜାଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଟିଏ ଲେଖିଛି କୁନିଝିଅ ଚିନ୍ମୟୀ । ସେ କର୍କଟ ରୋକରେ ପୀଡିତ । ଗରିବ ପରିବାର ତା ଚିକିତ୍ସା ପାଇଁ ସମ୍ବଳ ଯୋଗାଡ କରିବାରେ ସକ୍ଷମ ହେଉନି । ଆୟୁଷ୍ମାନ କାର୍ଡରୁ ଟଙ୍କା ବି ସରିବାକୁ ବସିଲାଣି । ଏବେ ସରକାରୀ ସହାୟତା ହିଁ ଏକମାତ୍ର ଭରସା । ଏହି ରୋଗର ଚିକିତ୍ସା ପାଇଁ ଏବେ ମୁଖ୍ୟମନ୍ତ୍ରୀଙ୍କୁ ଆକୁଳ ନିବଦେନ କରିଛି କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ବ୍ଲକର ନହଙ୍ଗ ଗାଁର ନବମ ଶ୍ରେଣୀ ଛାତ୍ରୀ ଚିନ୍ମୟୀ ସାହୁ । ସେ ମେଧାବୀ । ପାଠ ଯେମିତି, ଖେଳ କୁଦରେ ବି ସେମିତି। ସହପାଠୀଙ୍କ ଠୁ ଶିକ୍ଷକ ପର୍ଯ୍ୟନ୍ତ, ସମସ୍ତଙ୍କ ପ୍ରିୟ ସେ । ତାଙ୍କ ଦେହ ଏବେ ଗୁରୁତର ହୋଇପଡ଼ିଛି । ଡାକ୍ତରଖାନାରେ ଚିକିତ୍ସା ପରେ, ସେ କର୍କଟ ରୋଗରେ ପୀଡିତ ଥିବା ଜଣାପଡିଛି । ସେହି ଦିନଠାରୁ ତାଙ୍କ ପାଠ ପଢାରେ ଡୋରି ପଡିଛି । ତେବେ ଚିନ୍ମୟୀଙ୍କ ଚିକତ୍ସା ପାଇଁ ଏବେ ସରକାରଙ୍କ ସହାୟତା ଏକ ମାତ୍ର ଭରସା ପାଲଟିଛି । …

ଚିକିତ୍ସା ପାଇଁ ପ୍ରଥମେ କଟକ, ଏବେ କିମ୍ସ ହସ୍ପିଟାଲ। ସରକାରଙ୍କ ଆୟୁଷ୍ମାନ କାର୍ଡରେ ଯେତିକି ଟଙ୍କା ଥିଲା ସେତକ ସରିଗଲାଣି । ଧାର କରଜ କରିସାରିବା ପରେ ନିଜ ସୁନା ଗହଣା ବି ବିକ୍ରି କରିସାରିଲେଣି ପରିବାର ଲୋକେ । ଏବେ ସେମାନେ ସର୍ବସ୍ବାନ୍ତ । ବାହାର ରାଜ୍ୟରେ କାମ କରି ଘରର ଗୁଜୁରାଣ ମେଣ୍ଟାଇବା ବି ତାଙ୍କ ବାପାଙ୍କ ପାଇଁ ସକ୍ଷମ ହେଉନି । ଏଭଳି କ୍ଷେତ୍ରରେ ଚିକିତ୍ସା ଅର୍ଥ କିଭଳି ଯୋଗାଡ କରିବେ ସେହି ଚିନ୍ତାରେ ପରିବାର । ଏହାରି ଭିତରେ ଚିନ୍ମୟୀ ନିଜ ମନକୁ ଦୃଢ଼ କରିଛନ୍ତି । ନିଜ ଜୀବନ ବଞ୍ଚାଇବାକୁ ଯାଇ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ପତ୍ର ଲେଖି, ଜୀବନ ଭିକ୍ଷା କରିଛନ୍ତି।….