spot_img
Home Blog Page 421

ଓଡି଼ଶାରେ ବି ଭୟଙ୍କର ବାୟୁ ପ୍ରଦୂଷଣ: ବାୟୁ ମାନ ସୂଚକାଙ୍କରେ ଦିଲ୍ଲୀକୁ ଟପିଲା ଅନୁଗୁଳ

ବାୟୁ ମାନ ସୂଚକାଙ୍କରେ ଦିଲ୍ଲୀକୁ ଟପିଲା ଅନୁଗୁଳ। ଦିଲ୍ଲୀରେ ବର୍ତ୍ତମାନ AQI ୩୨୯କୁ ଖସିଛି। ହେଲେ ଅନୁଗୁଳରେ ରହିଛି ୩୩୫। ସକାଳେ ଦିଲ୍ଲୀ ସହ ସମାନ ହୋଇଥିଲା ଅନୁଗୁଳର AQI । ଉଭୟ ସ୍ଥାନରେ ରହିଥିଲା 335। 332 AQI ସହିତ କଟକ ବି ଦିଲ୍ଲୀକୁ ଟପିଛି। ସକାଳେ 333 ସହ ଦିଲ୍ଲୀରେ AQI ପାଖାପାଖି ଥିଲା କଟକ। ଭୁବନେଶ୍ୱରରେ ଏହା 326 ସହ ଦିଲ୍ଲୀ ପାଖାପାଖି ରହିଛି। ଆଜି ସକାଳ ସମୟରେ ଭୁବନେଶ୍ୱର AQI 328 ସହ ବହୁତ ଖରାପ ରହିଥିଲା। ଏଥି ପାଇଁ ଅଧିକ ସମୟ ବାହାରେ ରହିଲେ ନିଶ୍ୱାସପ୍ରଶ୍ୱାସରେ ଅସୁଵିଧା ହେବ। ଦୁଇ ଦିନ ହେଲା କୁହୁଡି ହେଉଥିବାରୁ ରାଜ୍ୟର ବିଭିନ୍ନ ସହରରେ ଏପରି ବାୟୁର ମାନ ଖସିଥିବା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଆକଳନ କରିଛି। ସକାଳେ କୁହୁଡି ସହ ରାତିରେ ତାପମାତ୍ରା ଅଧିକ ରହୁଛି। ଏହା ଧୂଳି କଣିକାକୁ ନିଷ୍କାସନ କରାଇ ଦେଉ ନାହିଁ। ଫଳରେ ଧୂଳି କଣିକା ଉପରକୁ ନ ଯାଇ ତଳେ ରହି ଯାଉଛି। ଏଥି ପାଇଁ PM 10 ଓ PM 2.5 ଅଧିକ ରହୁଛି।

ହ୍ୟୁମାନ ସାଗରଙ୍କ ମୃତ୍ୟୁ ପରେ ତାଙ୍କର ତିନି ସହଯୋଗୀଙ୍କ ବିରୋଧରେ ଏତଲା

ହ୍ୟୁମାନ ସାଗରଙ୍କ ମୃତ୍ୟୁ ପରେ ତାଙ୍କର ତିନି ସହଯୋଗୀଙ୍କ ବିରୋଧରେ ଏତଲା । ହ୍ୟୁମାନ ସାଗର ରୋଜଗାର କରିଥିବା ଅର୍ଥ ବିପୁଳ ହେରଫେର ହେଇଥିବା ଅଭିଯୋଗରେ ଓଡିଆ ଚଳଚ୍ଚିତ୍ର ନିର୍ଦ୍ଦେଶକ ଜିତୁ ରାଉତ ମଧୂପାଟଣା ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ଏଥିରେ ହ୍ୟୁମାନଙ୍କ ଆର୍ଥିକ କାରବାର, ଚିକିତ୍ସା ଓ ଘରେ ସେବା ଅବହେଳା ସଂପର୍କରେ ଉଚ୍ଚସ୍ତରୀୟ ତଦନ୍ତ ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ କରିଛନ୍ତି । ମ୍ୟାନେଜର ଓ ପୁରା ଟିମ ବ୍ୟକ୍ତିଗତ ସ୍ବାର୍ଥ ହାସଲ କରିଥିବା ସେ ଅଭିଯୋଗ କରିଛନ୍ତି ।

ଟିମ୍ ଇଣ୍ଡିଆର ସବୁଠାରୁ ବଡ଼ ପରାଜୟ: ଟେଷ୍ଟ ସିରିଜରେ ଦକ୍ଷିଣ ଆଫ୍ରିକାର କ୍ଲିନ୍ ସୁଇପ୍

ଘରୋଇ ମାଟିରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟିମ୍ ଇଣ୍ଡିଆର ବଡ଼ ପରାଜୟ ଦେଖିବାକୁ ମିଳିଛି । ଦ୍ବିତୀୟ ଟେଷ୍ଟରେ ୪୦୮ ରନରେ ପରାଜୟବରଣ କରିଛି ଭାରତୀୟ ଟେଷ୍ଟ ଟିମ୍ । ଏହାସହିତ ତେମ୍ବା ବାଭୁମାଙ୍କ ନେତୃତ୍ବରେ ଦକ୍ଷିଣ ଆଫ୍ରିକା ୨-୦ରେ ସିରିଜକୁ କ୍ଲିନ୍ ସୁଇପ୍ କରିଛି ।

ପ୍ରଥମ ଇନିଂସରେ ଦକ୍ଷିଣ ଆଫ୍ରିକା ୪୮୯ ରନ୍ ସଂଗ୍ରହ କରିଥିବା ବେଳେ ଭାରତ ୨୦୧ରେ ଅଲଆଉଟ୍ ହୋଇଯାଇଥିଲା । ଏହାପରେ ଦକ୍ଷିଣ ଆଫ୍ରିକା ୨୬୦ ରନରେ ପାଳି ଘୋଷଣା କରିଥିବା ବେଳେ ପଞ୍ଚମ ଦିନରେ ଭାରତ ୧୪୦ ରନରେ ଅଲଆଉଟ ହୋଇଯାଇଥିଲା । ଏହି ବିଜୟ ଫଳରେ ଓ୍ବାର୍ଲ୍ଡ ଟେଷ୍ଟ ଚାମ୍ପିୟନ ସାଉଥ ଆଫ୍ରିକା ଭାରତ ବିପକ୍ଷରେ ଇତିହାସ ରଚିଛି । ଗତ ୨୫ ବର୍ଷ ଧରି ଭାରତରେ ଟେଷ୍ଟ ସିରିଜ ଜିତିବାର ଅପେକ୍ଷା କରି ଶେଷରେ ସଫଳତା ହାସଲ କରିଛି ଦକ୍ଷିଣ ଆଫ୍ରିକା । ପୁଣି ଥରେ ଘରୋଇ ମାଟିରେ ଭାରତୀୟ ଟେଷ୍ଟ ଟିମର ଦୁର୍ବଳ ପ୍ରଦର୍ଶନ ସାମ୍ନାକୁ ଆସିଛି ।

ଗୁଆହାଟୀ ଟେଷ୍ଟରେ ଜିତିବା ପାଇଁ ଟିମ୍ ଇଣ୍ଡିଆକୁ ପଞ୍ଚମ ଦିନରେ ୫୨୨ ରନର ଆବଶ୍ୟକତା ରହିଥିଲା । ହାତରେ ୮ଟି ଓ୍ବିକେଟ ରହିଥିଲା । ଯଦି ଭାରତ ଏହି ଟେଷ୍ଟକୁ ଡ୍ର କରିପାରିଥାନ୍ତା ତେବେ ହୁଏତ କିଛିଟା ଆଶ୍ବସ୍ତି ମିଳିପାରିଥାନ୍ତା । ଭାରତ ଉଭୟ ବ୍ୟାଟିଂ ଓ ବୋଲିଂରେ ବିଫଳ ହୋଇଥିବା ବେଳେ ଦକ୍ଷିଣ ଆଫ୍ରିକା ଉଚ୍ଚକୋଟୀର ପ୍ରଦର୍ଶନ କରିଥିଲା । ଭାରତୀୟ ବୋଲରମାନେ ଓ୍ବିକେଟ ନେବାରେ ଅକ୍ଷମ ହୋଇଥିଲେ । ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକୀୟ ବୋଲର ୫-୬ଟି ଲେଖାଏଁ ଓ୍ବିକେଟ ନେଉଥିଲେ । ସେହିପରି ବ୍ୟାଟିଂରେ ଭାରତୀୟ ବ୍ୟାଟ୍ସମ୍ୟାନ ଗୋଟିଏ ଇନିଂସରେ ୧ଟି ଅର୍ଦ୍ଧଶତକ ହାସଲ କରିବାକୁ ସଂଘର୍ଷ କରୁଥିଲା ବେଳେ ଦକ୍ଷିଣ ଆଫ୍ରିକାର ବ୍ୟାଟ୍ସମ୍ୟାନମାନେ ହାଇ ସ୍କୋର କରିପାରୁଥିଲେ । ଏହା ହିଁ ଥିଲା ଦୁଇ ଦଳର ପ୍ରଦର୍ଶନ ମଧ୍ୟରେ ବଡ଼ ଫରକ ।

ବିରାଟ ଓ ରୋହିତଙ୍କୁ ଟେଷ୍ଟ ଟିମରୁ ହଟାଇ ଦିଆଯାଇଛି: ବଡ଼ ଅଭିଯୋଗ ଆଣିଲେ କୋହଲିଙ୍କ ଭାଇ

ବିରାଟ କୋହଲି ଓ ରୋହିତ ଶର୍ମା ଟେଷ୍ଟ ଫର୍ମାଟରୁ ସନ୍ନ୍ୟାସ ଘୋଷଣା କରିବା ଖବର କ୍ରିକେଟପ୍ରେମୀଙ୍କୁ ଚକିତ କରିଦେଇଥିଲା । ଭାରତର ଦୁଇ ଷ୍ଟାର କ୍ରିକେଟର ଟେଷ୍ଟ ଛାଡ଼ିବା ନିଷ୍ପତ୍ତିକୁ ଅଗଣିତ ଫ୍ୟାନ୍ସ ସହଜରେ ଗ୍ରହଣ କରିପାରିନଥିଲେ । ତେବେ ଏହା ମଧ୍ୟରେ ଏହି ପ୍ରସଙ୍ଗକୁ ନେଇ ଆସିଛି ଏକ ବଡ଼ ଖବର । ବିସିସିଆଇ, କୋଚ ଗୌତମ ଗମ୍ଭୀର ଓ ଚୟନକର୍ତ୍ତାଙ୍କୁ ବିରୋଧରେ ବଡ଼ ଅଭିଯୋଗ କରିଛନ୍ତି ବିରାଟଙ୍କ ଭାଇ ବିକାଶ କୋହଲି । ବିରାଟ ଓ ରୋହିତ ଟେଷ୍ଟ କ୍ରିକେଟ ଛାଡ଼ିନଥିଲେ, ବରଂ ସେମାନଙ୍କୁ ଟିମରୁ ହଟାଇ ଦିଆଯାଇଛି ବୋଲି ସେ କହିଛନ୍ତି ।

୧୨ ମାସ ମଧ୍ୟରେ ଭାରତ ଦ୍ବିତୀୟ ଥର ଘରୋଇ ପିଚରେ ଟେଷ୍ଟ ସିରିଜ ପରାଜୟ ବରଣ କରିବାକୁ ଯାଉଛି । ଏଭଳି ସ୍ଥିତିରେ ବିକାଶଙ୍କ ବୟାନ ସଭିଙ୍କୁ ଚକିତ କରିଦେଇଛି । ଭାରତୀୟ ଟେଷ୍ଟ ଟିମର ଏପରି ଖରାପ ଫର୍ମ ପାଇଁ କୋଚ ଓ ଚୟନକର୍ତ୍ତାଙ୍କୁ ଦାୟୀ କରିଛନ୍ତି ବିକାଶ । ୧୦୧୨ରୁ ୨୦୨୪ ମସିହା ଅକ୍ଟୋବର ମଧ୍ୟରେ ଭାରତ ଘରୋଇ ପିଚରେ ଗୋଟିଏ ବି ଟେଷ୍ଟ ମ୍ୟାଚ ହାରିନଥିଲା । ବିରାଟଙ୍କ ନେତୃତ୍ବରେ ଭାରତ ଟେଷ୍ଟରେ ଏକ ଶକ୍ତିଶାଳୀ ଟିମ ଭାବେ ଉଭା ହୋଇଥିଲା । ୨୦୨୨ ପ୍ରାରମ୍ଭରେ ରୋହିତ ଟେଷ୍ଟ ଅଧିନାୟକ ହୋଇଥିଲେ । ଏପରିକି କୋହଲିଙ୍କ ନେତୃତ୍ବରେ ଭାରତ ଅଷ୍ଟ୍ରେଲିଆରେ କ୍ରମାଗତ ଦୁଇ ଥର ବର୍ଡର-ଗାଭାସ୍କର ଟ୍ରଫି ଜିତି ଦୁନିଆର ସବୁଠାରୁ ସଫଳ ବିଦେଶ ଟିମ ଭାବେ ଗଣାହୋଇଥିଲା । ମାତ୍ର ଆଜି ଭାରତ ଘରୋଇ ମାଟିରେ ମ୍ୟାଚ ବଞ୍ଚାଇବାକୁ ସଂଘର୍ଷ କରୁଥିବା ବିକାଶ ଇନଷ୍ଟାଗ୍ରାମ ଥ୍ରେଡସରେ ଲେଖିଛନ୍ତି ।

ଆଣ୍ଟି ନକ୍ସଲ ଅପରେସନକୁ ବଡ଼ ସଫଳତା: ଛତିଶଗଡ଼ରେ ପୁଣି ଆତ୍ମସମର୍ପଣ କଲେ ୨୮ ମାଓବାଦୀ

ଆଣ୍ଟି ନକ୍ସଲ ଅପରେସନକୁ ବଡ଼ ସଫଳତା । ଛତିଶଗଡ଼ରେ ପୁଣି ଆତ୍ମସମର୍ପଣ କଲେ ୨୮ ମାଓବାଦୀ । ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ମଧ୍ୟରେ ୧୯ ମହିଳା ମାଓବାଦୀ ଥିବା ବେଳେ ସମସ୍ତଙ୍କ ଉପରେ ୮୯ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା । ଛତିଶଗଡ଼ ନାରାୟଣପୁରରେ ବସ୍ତର ଆଇଜି ସୁନ୍ଦରରାଜଙ୍କ ସମ୍ମୁଖରେ ଆତ୍ମସମର୍ପଣ କରିଛନ୍ତି । ସମସ୍ତ ମାଓବାଦୀ ଦଣ୍ଡକାରଣ୍ୟ ସ୍ପେଶାଲ ଜୋନାଲ କମିଟିର ସଦସ୍ୟ ଥିଲେ ।

ଭୁବନେଶ୍ଵରରେ ମହାକାଶଚାରୀ ଶୁଭାଂଶୁ ଶୁକ୍ଲା

ଭୁବନେଶ୍ଵରରେ ମହାକାଶଚାରୀ ଶୁଭାଂଶୁ ଶୁକ୍ଲା। ସେ ଭୁବନେଶ୍ୱର ସାଇ ଇଣ୍ଟରନ୍ୟାସନାଲ ସ୍କୁଲର ବାର୍ଷିକ ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା ମେଳା ସାଇଟେଡ଼ ର ନବମ ସଂସ୍କରଣରେ ଯୋଗ ଦେଇଛନ୍ତି। ମହାକାଶ ଯାତ୍ରା ସମୟରେ କଣ ଥିଲା ତାଙ୍କର ଅନୁଭୂତି, ତାହା ଛାତ୍ରଛାତ୍ରୀଙ୍କୁ କହିଛନ୍ତି ଶୁଭାଂଶୁ। ସେ କହିଛନ୍ତି, ତାଙ୍କ ମିଶନ ଗତ ବର୍ଷ ଅଗଷ୍ଟରେ ଆରମ୍ଭ ହୋଇଥିଲା। ଏବେ ଗଗନଯାନ ମିଶନ କାମ ଚାଲିଛି। ୨୦୪୦ ସୁଦ୍ଧା ଚନ୍ଦ୍ରକୁ ଯିବାର ଲକ୍ଷ୍ୟ ଥିବା କହିଛନ୍ତି ଶୁଭାଂଶୁ।

ଆଜି ସନ୍ଧ୍ୟାରେ ବସିବ ବିଜେଡି ବିଧାୟକ ଦଳ ବୈଠକ

ଲମ୍ବା ଅବଧି। ପ୍ରସଙ୍ଗ ଅନେକ। ଶୀତ ଅଧିବେଶନରେ ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ଗୃହ ଭିତରେ ଜବାବ ମାଗିବ ମୁଖ୍ୟ ବିରୋଧୀ ଦଳ ବିଜେଡି। ଏଥିପାଇଁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ସନ୍ଧ୍ୟାରେରେ ଶଙ୍ଖ ଭବନରେ ବିଜେଡି ବିଧାୟକ ଦଳ ବୈଠକ ବସିବ। ରାଜ୍ୟରେ ମହିଳା ଅସୁରକ୍ଷିତ। ଦୁଷ୍କର୍ମର ଶିକାର ନାବାଳିକା। ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା। ଖରିଫ ଧାନ କିଣା ଆରମ୍ଭରୁ ବିଭ୍ରାଟ। ଶୀତ ଅଧିବେଶନରେ ବିଜେଡି ଲୋକଙ୍କ ସ୍ଵର ସାଜି କେଉଁ କେଉଁ ପ୍ରସଙ୍ଗକୁ ଗୃହରେ ଉଠାଇବ ସେ ନେଇ ବିଧାୟକ ଦଳ ବୈଠକରେ ରଣନୀତି ପ୍ରସ୍ତୁତ କରାଯିବ। ଏହାସହ ବିଧାୟକମାନଙ୍କୁ ନବୀନ ଦେବେ ଗୁରୁମନ୍ତ୍ର।

ଚଳିତବର୍ଷ ରାଜ୍ୟରେ ବୃଦ୍ଧି ପାଇଛି ବାଘ ସଂଖ୍ୟା

ନନ୍ଦିଘୋଷ ବ୍ୟୁରାେ : ଚଳିତବର୍ଷ ରାଜ୍ୟରେ ବୃଦ୍ଧି ପାଇଛି ବାଘ ସଂଖ୍ୟା । ଗତବର୍ଷ ଶିମିଳିପାଳରେ ୨୭ଟି ବାଘ ଥିବାବେଳେ, ଏହି ସଂଖ୍ୟାରେ ବୃଦ୍ଧି ଘଟି ୩୨ରେ ପହଞ୍ଚିଛି । ସେହିପରି ଶିମିଳିପାଳରେ ୯ଟି ଛୋଟ ବାଘ ଥିବା ଗତ ୨ ମାସତଳେ ହୋଇଥିବା ସର୍ଭେରୁ ଜଣାପଡିଥିବା ନେଇ ସୂଚନା ଦେଇଛନ୍ତି ବନ୍ୟପ୍ରାଣୀ ପିସିସିଏଫ୍ ପ୍ରେମ କୁମାର ଝା । ଚଳିତ ବର୍ଷ ଶିମିଳିପାଳରେ ବାଘ ସଂଖ୍ୟା ବୃଦ୍ଧି ପାଇ ୩୨ରେ ପହଞ୍ଚିଛି । ଗତ ବର୍ଷ ତୁଳନାରେ ୫ ବାଘ ଅଧିକ ବଢ଼ିଛନ୍ତି । ଯଦିଓ ବ୍ୟାଘ୍ର ଗଣନା ତଥ୍ୟ ଅନୁଯାୟୀ, ବ୍ୟାଘ୍ର ସର୍ଭେ ରିପୋର୍ଟ ୨୦୨୬ ଜୁନ୍ ମାସରେ ଆସିବ ହେଲେ ବନ ବିଭାଗର ପର୍ଯ୍ୟାୟ କ୍ରମେ କରାଯାଉଥିବା ଆଭ୍ୟନ୍ତରୀଣ ସର୍ଭେରୁ ଏଭଳି ତଥ୍ୟ ସାମ୍ନାକୁ ଆସିଥିବା କହିଛନ୍ତି ପିସିସିଏଫ୍ ପ୍ରେମ କୁମାର ଝା । ଓଡ଼ିଶାରେ ବାଘଙ୍କ ସଂଖ୍ୟାରେ ବୃଦ୍ଧି ହେବା ରାଜ୍ୟର ବନ୍ୟପ୍ରାଣୀ ସଂରକ୍ଷଣ ପ୍ରୟାସର ସଫଳତାକୁ ପ୍ରତିଫଳିତ କରୁଛି । ଭାରତରେ ବାଘଙ୍କ ସଂଖ୍ୟା ୨୦୦୬ ରୁ ୨୦୧୮ ମଧ୍ୟରେ ୩୦ ପ୍ରତିଶତ ବୃଦ୍ଧି ପାଇଛି । ଏହା ୭୫ ପ୍ରତିଶତ ବିଶ୍ୱ ବାଘଙ୍କୁ ଧାରଣ କରୁଥିବା ଭାରତର ସଫଳତାର ଭାଗ ।

ମାଲକାନଗିରିରେ ଜଘନ୍ୟକାଣ୍ଡ : ୩ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ

ନନ୍ଦିଘୋଷ ବ୍ୟୁରୋ : ମାଲକାନଗିରିରେ ଜଘନ୍ୟକାଣ୍ଡ। କାଲିମେଳା ବ୍ଲକ MV -79 ଥାନା ଅଞ୍ଚଳରେ ଲଜ୍ଜା । ୩ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ । ପଡ଼ୋଶୀ ଯୁବକ ବିରୋଧରେ ଆସିଛି ଏହି ସଂଗୀନ ଅଭିଯୋଗ । ଘରକୁ ଡାକି ଦୁଷ୍କର୍ମ କରାଯାଇଥିବାର ପୀଡ଼ିତା କହିଛନ୍ତି। ଏହାକୁ ନେଇ ଥାନାରେ ଅଭିଯୋଗ ହୋଇଛି। ପରିବାର ବର୍ଗ ଥାନାର ଦ୍ଵାରସ୍ଥ ହୋଇଛନ୍ତି। ସମସ୍ତ ପୀଡ଼ିତାଙ୍କ ବୟସ ୭ ବର୍ଷରୁ କମ ହୋଇଥିବା ବେଳେ ଅଭିଯୁକ୍ତ ଜଣଙ୍କ କିପରି ଏହି ଘଟଣା ଘଟାଇଲ ତାହାକୁ ନେଇ ବର୍ତ୍ତମାନ ଲୋକେ ଚକିତ ହୋଇ ପଡିଛନ୍ତି । ତେବେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରି ଜଣେ ଅଭିଯୁକ୍ତକୁ ଅଟକ ରଖିଛି।

ଦିଲ୍ଲୀରେ ଗମ୍ଭୀର ହେଲାଣି ବାୟୁ ପ୍ରଦୂଷଣ ; କଠୋର ପଦକ୍ଷେପ ଗ୍ରହଣ କଲେ ଦିଲ୍ଲୀ ସରକାର

ନନ୍ଦିଘୋଷ ବ୍ୟୁରୋ : ଦିଲ୍ଲୀରେ ଗମ୍ଭୀର ହେଲାଣି ବାୟୁ ପ୍ରଦୂଷଣ । ଏହାକୁ ଦୃଷ୍ଟିରେ ରଖି କଠୋର ପଦକ୍ଷେପ ଗ୍ରହଣ କରୁଛନ୍ତି ଦିଲ୍ଲୀ ସରକାର । ଏଣିକି ୫୦ ପ୍ରତିଶତ କର୍ମଚାରୀରେ ଚାଲିବ ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ । PM2.5 ଏବଂ PM10 ସଂଖ୍ୟାକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ବାୟୁ ଗୁଣବତ୍ତା ପରିଚାଳନା ଆୟୋଗ ( CAQM ) ନିର୍ଦ୍ଦେଶ ଅନୁଯାୟୀ, ସମସ୍ତ ସରକାରୀ ଏବଂ ବେସରକାରୀ କାର୍ଯ୍ୟାଳୟଗୁଡ଼ିକୁ ଏବେ କେବଳ ୫୦ ପ୍ରତିଶତ କର୍ମଚାରୀଙ୍କୁ କାର୍ଯ୍ୟାଳୟକୁ ଡାକିବାକୁ ଅନୁମତି ଦିଆଯିବ । ବାକି ୫୦ ପ୍ରତିଶତ କର୍ମଚାରୀଙ୍କୁ ଘରୁ କାମ କରିବା ବାଧ୍ୟତାମୂଳକ କରାଯାଇଛି । ଦିଲ୍ଲୀର ବାୟୁ ଗୁଣବତ୍ତାକୁ ଦୃଷ୍ଟିରେ ରଖି ଗ୍ରେଡେଡ୍ ରେସପନ୍ସ ଆକ୍ସନ ପ୍ଲାନର ପର୍ଯ୍ୟାୟ-୩ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛି ବାୟୁ ଗୁଣବତ୍ତା ପରିଚାଳନା ଆୟୋଗ । ସୁପ୍ରିମକୋର୍ଟରେ ଶୁଣାଣି ଏବଂ ଅଂଶୀଦାରମାନଙ୍କ ପରାମର୍ଶ ପରେ GRAP ସୂଚୀରେ ସଂଶୋଧନ କରିଛି CAQM । ପରିବେଶ ସୁରକ୍ଷା ଆଇନ, ୧୯୮୬ ର ଧାରା ୫ ଅନୁଯାୟୀ ଜାରି କରାଯାଇଥିବା ଏହି ନିର୍ଦ୍ଦେଶାବଳୀଗୁଡ଼ିକୁ GNCTD ର ସମସ୍ତ ସରକାରୀ କାର୍ଯ୍ୟାଳୟ ଏବଂ ଦିଲ୍ଲୀ ମଧ୍ୟରେ କାର୍ଯ୍ୟ କରୁଥିବା ସମସ୍ତ ଘରୋଇ କାର୍ଯ୍ୟାଳୟ ତୁରନ୍ତ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।