spot_img
Home Blog Page 405

ଦୁର୍ବଳ ମୋଦୀ ଟ୍ରମ୍ପକୁ ଡରୁଛନ୍ତି ; ପ୍ରଧାନମନ୍ତ୍ରୀଙ୍କୁ ରାହୁଲ ଗାନ୍ଧୀଙ୍କ ସମାଲୋଚନା

ନନ୍ଦିଘୋଷ ବ୍ୟୁରୋ: ପୁଣି ମୋଦୀଙ୍କୁ ଟାର୍ଗେଟ କଲେ ରାହୁଲ ଗାନ୍ଧୀ  । ଟ୍ରମ୍ପକୁ ମୋଦୀ ଡରୁଛନ୍ତି ବୋଲି କଟାକ୍ଷ କରିଛନ୍ତି ଲୋକସଭା ସାଂସଦ ରାହୁଲ ଗାନ୍ଧୀ । ଡୋନାଲ୍ଡ ଟ୍ରମ୍ପ ନିଜ ବିବାଦୀୟ ବୟାନ ପାଇଁ ଚର୍ଚ୍ଚାରେ ରହୁଥିବା ବେଳେ ଅନ୍ୟ ଦେଶରେ ମଧ୍ୟ ତାଙ୍କ ବୟାନ ବିବାଦ ସୃଷ୍ଟି କରିଥାଏ । ସେ ପୂର୍ବରୁ ଭାରତ-ପାକିସ୍ତାନ ବିବାଦ ସମ୍ପର୍କରେ ଅନେକ ବୟାନ ଦେଇଛନ୍ତି । ଏବେ ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଦାବି କରିଛନ୍ତି ଯେ ଭାରତ ଆଉ ରୁଷରୁ ତେଲ କିଣିବ ନାହିଁ।  ହ୍ୱାଇଟ୍ ହାଉସରେ ଏକ ସାମ୍ବାଦିକ ସମ୍ମିଳନୀରେ ସମ୍ବୋଧିତ କରି ସେ କହିଛନ୍ତି, “ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୋର ବନ୍ଧୁ। ଆମର ବହୁତ ଭଲ ସମ୍ପର୍କ ଅଛି।” ଟ୍ରମ୍ପଙ୍କ ଏହି ବୟାନ ପରେ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କଟାକ୍ଷ କରିଛନ୍ତି ।

କଂଗ୍ରେସ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ପୋଷ୍ଟ କରି ଲେଖିଛନ୍ତି ଯେ ନରେନ୍ଦ୍ର ମୋଦି ପୁଣି ଥରେ ଦେଶର ସମ୍ମାନ ସହିତ ବୁଝାମଣା କରିଛନ୍ତି । ଟ୍ରମ୍ପ କହିଛନ୍ତି ଯେ ତାଙ୍କ କ୍ରୋଧ ଏବଂ ଧମକକୁ ଭୟ କରି ମୋଦି ଭାରତକୁ ଆଶ୍ୱାସନା ଦେଇଛନ୍ତି ଯେ ଭାରତ ରୁଷରୁ ତେଲ କିଣିବ ନାହିଁ । ଗୋଟିଏ କଥା ସ୍ପଷ୍ଟ ନରେନ୍ଦ୍ର ମୋଦି ଜଣେ ଦୁର୍ବଳ ପ୍ରଧାନମନ୍ତ୍ରୀ ଏବଂ ତାଙ୍କ କାର୍ଯ୍ୟ ଦେଶର ବୈଦେଶିକ ନୀତିକୁ ନଷ୍ଟ କରିଦେଇଛି । ନରେନ୍ଦ୍ର ମୋଦି ଭୁଲିଯାଉଛନ୍ତି କି  ରୁଷ ସବୁବେଳେ ଭାରତର ଏକ ପ୍ରମୁଖ ସହଯୋଗୀ ହୋଇଆସିଛି । ନିଜର “ହସ୍କି ସମ୍ପର୍କ”କୁ ଉନ୍ନତ କରିବା ପାଇଁ ଦେଶର ସମ୍ପର୍କକୁ ନଷ୍ଟ କରନ୍ତୁ ନାହିଁ ।

https://x.com/i/status/1978649292555649516

ପ୍ରଧାନମନ୍ତ୍ରୀ ମୋଦି ଟ୍ରମ୍ପଙ୍କୁ ଭୟ କରୁଛନ୍ତି: ରାହୁଲ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦାବି ପରେ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କଡା ସମାଲୋଚନା କରିଛନ୍ତି । ଏକ ସୋସିଆଲ ମିଡିଆ ପୋଷ୍ଟରେ ରାହୁଲ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫସିଯିବାକୁ ଭୟ କରୁଛନ୍ତି  ଏବଂ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପାଞ୍ଚଟି ପ୍ରଶ୍ନ ମଧ୍ୟ ପଚାରିଛନ୍ତି ..ଯେମିତିକି

ଟ୍ରମ୍ପଙ୍କୁ ନିଷ୍ପତ୍ତି ନେବାକୁ ଦିଅ ଏବଂ ଘୋଷଣା କର ଯେ ଭାରତ ରୁଷର ତେଲ କିଣିବ ନାହିଁ ?

ବାରମ୍ବାର ଧମକ ସତ୍ତ୍ୱେ ସେ ଅଭିନନ୍ଦନ ବାର୍ତ୍ତା ପଠାଇବାର କାରଣ କ’ଣ ?

ଅର୍ଥମନ୍ତ୍ରୀଙ୍କ ଆମେରିକା ଗସ୍ତ ବାତିଲ ହେଲା କାହିଁକି ?

ଶର୍ମ ଅଲ୍-ଶେଖରେ ଯୋଗ ଦେଇନଥିଲେ କାହିଁକି ?

ଆପଣ କ’ଣ ତାଙ୍କୁ ଅପରେସନ ସିନ୍ଦୂରରେ ବିରୋଧ କରିବେ ନାହିଁ ?

https://x.com/RahulGandhi/status/1978669002798055695?

ଆମେରିକା ରାଷ୍ଟ୍ରପତି କ’ଣ କହିଲେ?

ଭାରତ ରୁଷଠାରୁ ତେଲ କିଣୁଛି । ଆମେରିକା ଏହାକୁ ନେଇ ବାରମ୍ବାର ଅସନ୍ତୋଷ ପ୍ରକାଶ କରିଛି । ଏହାବ୍ୟତୀତ ଆମେରିକା ତେଲ କ୍ରୟ ପାଇଁ ଭାରତ ଉପରେ ଅତିରିକ୍ତ ୨୫ ପ୍ରତିଶତ ଶୁଳ୍କ ଲାଗୁ କରିଛି। ଆମେରିକା କହିଛି ଯେ ଯଦି ଭାରତ ରୁଷଠାରୁ ତେଲ କ୍ରୟ ହ୍ରାସ କରେ ତେବେ ଏହି ଶୁଳ୍କ ହ୍ରାସ କରାଯାଇପାରିବ।  ହ୍ୱାଇଟ୍ ହାଉସରେ ଏକ ସାମ୍ବାଦିକ ସମ୍ମିଳନୀରେ ଟ୍ରମ୍ପ୍ କହିଥିଲେ, “ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୋର ବନ୍ଧୁ। ଆମର ବହୁତ ଭଲ ସମ୍ପର୍କ ଅଛି। ଭାରତ ରୁଷରୁ ତେଲ କିଣିବାରେ ମୁଁ ଖୁସି ନଥିଲି, କିନ୍ତୁ ଆଜି ସେ ମୋତେ ଆଶ୍ୱାସନା ଦେଇଛନ୍ତି ଯେ ସେ ରୁଷରୁ ତେଲ କିଣିବେ ନାହିଁ । ଏବେ ଆମକୁ ଚୀନ୍‌କୁ ମଧ୍ୟ ସେହିପରି କରିବାକୁ ପଡିବ।”

ମହାନଦୀ ଓଭରବ୍ରିଜ ଉପରୁ ଖସିପଡ଼ିଲେ ଯୁବକ ; ଗୁରୁତର ଆହତ ହୋଇ ମେଡିକାଲରେ ଚିକିତ୍ସିତ

କଟକ : ମହାନଦୀ ଓଭରବ୍ରିଜ ଉପରୁ ଦୁର୍ଘଟଣାବଶତଃ ନଦୀ ବାଲିକୁ ଖସିପଡ଼ିଲେ ଯୁବକ । ଯୁବକଙ୍କୁ ଜୀବନ୍ତ ଅବସ୍ଥାରେ ଉଦ୍ଧାର କରାଯାଇଛି । ଯୁବକ ଜଣକ ହେଲେ ଛତିଆ ଅଞ୍ଚଳର ସତିଶ । ଭୋର ୪ଟା ବେଳକୁ ଯୁବକ ଜଣଙ୍କ ଦୁଇ ଚକିଆ ଗାଡ଼ିରେ ଯାଉଥିବା ବେଳେ ଟ୍ରକ୍ ସାଇଡ ମାରିଥିଲା । ସେ ନଦୀ ଭିତରକୁ ଖସି ପଡ଼ିଥିଲେ । ଖବର ପାଇ ସଙ୍ଗେ ସଙ୍ଗେ ଅଗ୍ନିଶମ ବାହିନୀର କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରିଥିଲେ । ଯୁବକ ଜଣଙ୍କ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କୁ ଚିକିତ୍ସା ପାଇଁ ମେଡ଼ିକାଲ ପଠାଯାଇଛି ।

ନବୀନ ପଟ୍ଟନାୟକଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ବର : ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆଜି ସକାଳେ ଫୋନ୍ ଯୋଗେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ସହିତ କଥା ହୋଇ ତାଙ୍କୁ ଜନ୍ମ ଦିନର ଶୁଭେଛା ଜଣାଇଛନ୍ତି । ନବୀନଙ୍କ ଦୀର୍ଘ ନିରାମୟ ଜୀବନ ପାଇଁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ମାଷ୍ଟରମାଇଣ୍ଡ ପ୍ରେମିକାକୁ ଗିରଫ କଲା ପୋଲିସ  , ଉଲଗ୍ନ ଅବସ୍ଥାରେ ଉଦ୍ଧାର ହୋଇଥିଲେ ପ୍ରେମିକ

ନନ୍ଦିଘୋଷ ବ୍ୟୁରୋ: ନରାଜ ବ୍ରିଜ ନିକଟସ୍ଥ ଗୋଲେଇ ଛକରୁ ଉଲଗ୍ନ ଓ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଯୁବକ ଉଦ୍ଧାର ଘଟଣା । ମାଷ୍ଟର ମାଇଣ୍ଡ ପ୍ରେମିକାକୁ ଗିରଫ କଲା ପୋଲିସ । କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ହାଟସାହି ଗାଁର କାଲାଚାନ୍ଦ ବେଉରିଆ ସେହି ଗାଁର ଜଣେ ଯୁବତୀଙ୍କୁ ପ୍ରେମ କରୁଥିଲେ । ଗତ ୩ ତାରିଖ ରାତିରେ ଯୁବତୀ ଦେଖା କରିବାକୁ ନରାଜ ବ୍ରିଜ ନିକଟକୁ କାଲାଚାନ୍ଦଙ୍କୁ ଡାକିଥିଲେ । ପ୍ରେମିକା କାଲାଚାନ୍ଦଙ୍କୁ ନିଶା ଦେଇ ତାଙ୍କୁ ନିର୍ଧୁମ ମାଡ଼ ମାରିବା ସହିତ କାଠଯୋଡି ନଦୀ କୂଳରେ ଫିଙ୍ଗିଦେଇ ଚାଲିଆସିଥିଲା । ବିଳମ୍ବିତ ରାତିରେ ପ୍ରେମିକ କାଲାଚାନ୍ଦର ହୋସ ଆସିବା ପରେ ସେ ସମ୍ପୁର୍ଣ୍ଣ ଉଲଗ୍ନ ଓ ରକ୍ତ ଜୁଡୁବୁଡୁ ହୋଇ କାଠଯୋଡି ନଦୀ କୂଳରୁ ଆସି ନରାଜ ଗୋଲେଇ ଛକରେ ପହଁଚିଥିଲେ । ସିଡ଼ିଏ ଫେଜ ୨ ଥାନା ପୋଲିସ ଯୁବକଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ କଟକ ବଡ଼ ମେଡିକାଲ ପଠାଇଥିଲା । ସେଠାରେ କାଲାଚାନ୍ଦ ବେଉରିଆ ସୁସ୍ଥ ହେବା ପରେ ପ୍ରେମିକା ନାଁରେ ବାରଙ୍ଗ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଘଟଣାର ମୁଖ୍ୟ ଅଭିଯୁକ୍ତ ପ୍ରେମିକାକୁ ଗିରଫ କରିଛି ବାରଙ୍ଗ ଥାନା ପୋଲିସ ।…

ଜନ୍ମଦିନରେ ପଦଯାତ୍ରାରେ ସାମିଲ ହେବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ

ନନ୍ଦିଘୋଷ ବ୍ୟୁରୋ: ଆଜି ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ। ଏହି ଅବସରରେ ବିଜେଡି ପଦଯାତ୍ରାରେ ଯୋଗଦେବେ ନବୀନ ପଟ୍ଟନାୟକ । ଏକାମ୍ର ଭୁବନେଶ୍ୱରର ଗଙ୍ଗନଗରରେ ଥିବା ବିଜୁ ଆଦର୍ଶ କଲୋନୀରୁ ପଦଯାତ୍ରା ଆରମ୍ଭ ହେବ। ସେଠାରେ ପିଲାଙ୍କ ସହ ସମୟ ବିତାଇବା ସହ ମିଷ୍ଟାନ ବଣ୍ଟନ କରିବେ ନବୀନ । ଏହା ପରେ ନବୀନ ଏସଓଏସ ଭିଲେଜ ଯିବେ । ସେଠି ଅନ୍ତେବାସୀଙ୍କ ସହ ମିଷ୍ଟାନ ବଣ୍ଟନ କରିବେ। ସାରା ରାଜ୍ୟରେ ବିଜେଡି ପକ୍ଷରୁ ନିରାଡ଼ମ୍ବର ଭାବେ ପାଳନ ହେବ ନବୀନଙ୍କ ଜନ୍ମଦିନ।

ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୯ ତମ ଜନ୍ମଦିବସ

ନନ୍ଦିଘୋଷ ବ୍ୟୁରୋ: ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ୭୯ ତମ ଜନ୍ମଦିବସ। ଝଡ଼ର ଇଗଲ, ସାଢେ ଚାରିକୋଟି ଓଡ଼ିଆଙ୍କ ପ୍ରିୟ ନେତା ତଥା ଜନସେବାରେ ନିରନ୍ତର ନିଜକୁ ନିୟୋଜିତ ରଖୁଥିବା ନବୀନଙ୍କ ଜନ୍ମଦିବସ। ୧୯୪୬ ମସିହା ଆଜିର ଦିନରେ କଟକରେ ଜନ୍ମଗ୍ରହଣ କରିଥିଲେ ବିଜେଡି ସୁପ୍ରିମୋ। ନିଜର ଲୋକାଭିମୁଖୀ ଯୋଜନା, ସମାଜର ବହୁଳ ଭାଗ ଲୋକଙ୍କ ଲାଗି ଦରଦ, ରାଜ୍ୟର ପ୍ରଗତିର ଲାଗି ନିରବଚ୍ଛିନ୍ନ ସଂଗ୍ରାମ ଯୋଗୁ ସେ କ୍ରମାଗତ ପାଞ୍ଚ ଥର ଅର୍ଥାତ ୨୦୦୦ ମାର୍ଚ୍ଚ ୫ ତାରିଖରୁ ୨୦୨୪ ଜୁନ ୫ ଯାଏ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇ ଦେଶରେ ସୃଷ୍ଟି କରିଛନ୍ତି ଇତିହାସ। ସ୍ବାସ୍ଥ୍ୟ ହେଉ ବା ଶିକ୍ଷା, କ୍ରୀଡ଼ା ହେଉ ବା ଗ୍ରାମୀଣ ବିକାଶ, ନାରୀ ସଶକ୍ତିକରଣ ହେଉ ବା ନିଷ୍ପେସିତ ବର୍ଗର ଉତଥାନ- ସବୁ କ୍ଷେତ୍ରରେ ନବୀନ ତୁଲାଇଥିଲେ ଦାୟିତ୍ବବାନ ଇନିଂସ। କେବଳ ରାଜନୀତି ନୁହେଁ ସାହିତ୍ୟ ରଚନା କରି ବିଶ୍ବରେ ଅର୍ଜନ କରିଛନ୍ତି ଖ୍ୟାତି।

ଏସଏଚଜି ଜରିଆରେ ଲକ୍ଷ ଲକ୍ଷ ମହିଳାଙ୍କୁ ସ୍ବାବଲମ୍ବୀ କରିବା କ୍ଷେତ୍ରରେ ଦିଗଦର୍ଶକ ସାଜିଥିଲେ ନବୀନ। ନବଜାତ ହେଉ କି କିଶୋର, ଯୁବକ ହୁଅନ୍ତୁ ବା ବୟସ୍କ, ନାରୀ ହୁଅନ୍ତୁ ବା ପୁରୁଷ- ସମସ୍ତଙ୍କ ଲାଗି ଆଶାର ଆଶ୍ରା ପାଲଟିଥିଲେ ନବୀନ। ପ୍ରାକୃତିକ ବିପର୍ଯ୍ୟୟ ବିରୋଧରେ ସଫଳ ମୁକାବିଲା କରିବା ସହ ସାରା ଦେଶରେ ରୋଲ ମଡେଲ ସେ ପାଲଟିଥିଲେ। ଜାତୀୟ ରାଜନୀତିରେ ବି ସେ ରଖିଯାଇଛନ୍ତି ଓଡ଼ିଶାର ମାନ। ରାଷ୍ଟ୍ରପତି ନିର୍ବାଚନ ହେଉ କି ସଂସଦରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା-  ସବୁଠି ସ୍ବତନ୍ତ୍ର ପ୍ରାଧାନ୍ୟ ପାଏ ନବୀନଙ୍କ ନୀତି  ।  ଷ୍ଟେଟ୍ସମ୍ୟାନ ନବୀନଙ୍କ ନିଷ୍ପତ୍ତି ସବୁ ଦଳ ପାଇଁ ସର୍ବମାନ୍ୟ ସାଜି ଆସିଛି  । ସଂଘୀୟ ବ୍ୟବସ୍ଥାରେ ତାଙ୍କ ଓଡ଼ିଶା  ମଡ଼େଲ ବିଭିନ୍ନ ସ୍ତରରେ ହୋଇଛି ପ୍ରଶଂସିତ। ରାଜ୍ୟରେ ସ୍ଥିର ଅର୍ଥନୀତି, ଅର୍ଥନୈତିକ ଅଭିବୃଦ୍ଧି, କୃଷିର ବିକାଶ କ୍ଷେତ୍ରରେ ତାଙ୍କର ଭୂମିକା ବି ଅବିସ୍ମରଣୀୟ।…

୨୦ ନା ୨୧: କେଉଁଦିନ ଲୋକେ ପାଳିବେ ଦୀପାବଳି ଓ ପୟାଶ୍ରାଦ୍ଧ ?

୨୦ ନା ୨୧ । କେଉଁଦିନ ଲୋକେ ପାଳିବେ ଦୀପାବଳି ଓ ପୟାଶ୍ରାଦ୍ଧ । ଶ୍ରୀମନ୍ଦିର ମୁକ୍ତିମଣ୍ଡପ ପଣ୍ଡିତ ଓ ଜ୍ୟୋତିର୍ବିଦଙ୍କ ମତକୁ ନେଇ ସୁବିଠି ଦ୍ବନ୍ଦ୍ବ । ଯାହାକୁ ନେଇ ଦେଖାଦେଇଛି ବିବାଦ । ଦୀପାବଳୀ ତିଥିରେ ପିତୃପୁରୁଷଙ୍କୁ ଶ୍ରାଦ୍ଧ ପ୍ରଦାନ କରି ଆଲୋକ ଦେଖାଇଲେ ପିତୃପୁରୁଷ ସ୍ବର୍ଗଲୋକ ଗମନ କରିଥାନ୍ତି । ସେଥିପାଇଁ ପରିବାର ସ୍ବଜନ ମାନେ ପୟାଶ୍ରାଦ୍ଧ କରି କାଉଁରିଆ କାଠି ଜାଳିଥାନ୍ତି । ଗତ ବର୍ଷ ଭଳି ଏଥର ମଧ୍ୟ ବିଭିନ୍ନ ପଞ୍ଜିକାରେ ଦୁଇଦିନ ଦୀପାବଳୀ, ଦୀପଦାନ ପୟାଶ୍ରାଦ୍ଧ ରହିଛି । ଶ୍ରୀମନ୍ଦିର ସ୍ବୀକୃତି ପ୍ରାପ୍ତ ରାଧାରମଣ, କୋହୀନୂର, ଅରୁଣଦ୍ଵୟ, ଭାଗ୍ୟଜୋତି ଓ ଜି ଏନ୍ ତ୍ରିପାଠୀ ପଞ୍ଜିକାରେ ୨୦ତାରିଖରେ ଶ୍ୟାମାପୂଜା, ଦୀପଦାନ ଓ ପୟାଶ୍ରାଦ୍ଧ ଲେଖାଯାଇଛି । ସେହିଦିନ ଦିନ ଠାରୁ ରାତି ପର୍ଯ୍ୟନ୍ତ ତା ପରଦିନ ସନ୍ଧ୍ୟା ପର୍ଯ୍ୟନ୍ତ ଅମାବାସ୍ୟା ତିଥି ରହୁଥିବାରୁ ଦୀପଦାନ ଓ ପୟାଶ୍ରାଦ୍ଧ କରିବା ନେଇ ମୁକ୍ତିମଣ୍ଡପ ପଣ୍ଡିତ ସଭା ସାମ୍ବାଦିକ ସମ୍ମଳନୀରେ କହିଛନ୍ତି। ବିଶେଷକରି ଦୀପଦାନ ସାୟଂ କାଳୀନ ପର୍ବ। ତେଣୁ ୨୦ତାରିଖରେ ଏହା ଧର୍ମଶାସ୍ତ୍ର ବିଧିସମତ ବୋଲି କହିବା ସହ ସରକାର ୨୧ ତାରିଖର ଛୁଟିକୁ ପରିବର୍ତ୍ତନ କରି ୨୦ତାରିଖ କରିବାକୁ ଦାବି କରିଥିଲେ। ଯେଉଁ ମାନେ ସ୍ବୀକୃତି ପ୍ରାପ୍ତ ପଞ୍ଜିକାକୁ ବିରୋଧ କରୁଛନ୍ତି ତାଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଦାବି ନେଇ ମୁକ୍ତିମଣ୍ଡପ ପଣ୍ଡିତ ସଭାର କାର୍ଯ୍ୟକାରୀ ସଭାପତି ଓ ଧର୍ମଶାସ୍ତ୍ରଜ୍ଞ ମାନେ ମତ ରଖିଥିବା ନେଇ ଯୁକ୍ତି ବାଢିଛନ୍ତି।

ଅନ୍ୟ ପକ୍ଷରେ ଜ୍ୟୋତିର୍ବିଦ ହରିଶଙ୍କର ମିଶ୍ର ଏହାକୁ ଖଣ୍ଡନ କରିଛନ୍ତି। ୨୦ ତାରିଖରେ ଚତୁର୍ଦ୍ଦଶୀ ଯୁକ୍ତ ଅମାବାସ୍ୟା ରହିଥିବା ବେଳେ ରିକ୍ତା ତିଥି ହେତୁ ସେହି ଦିନ ପୟାଶ୍ରାଦ୍ଧ ଓ ଦୀପଦାନ ନକରି ୨୧ରେ କରିବାକୁ ମତ ରଖିଛନ୍ତି। ସେହିପରି ଅନେକ ପାଞ୍ଜୀକାରେ ୨୦ ତାରିଖରେ ଶ୍ୟାମା ପୂଜା ରହିଥିବା ବେଳେ ୨୧ ତାରିଖରେ ଦୀପଦାନ ପୟାଶ୍ରାଦ୍ଧ କରିବେ। ସେପଟେ ଶ୍ରୀମନ୍ଦିର ରେ ନୀତିକୁ ଆଗାମୀ ୨୧ ତାରିଖରେ ଅମାବାସ୍ୟା ତିଥି ରହିଥିବାରୁ ନାରାୟଣ ଠାକୁରଙ୍କର ସାଗର ବିଜେ ନୀତି ୨୧ ତାରିଖ ଦିନ କରାଯିବ। ପଞ୍ଜିକାରେ ସମନ୍ବୟ ରଖାଯାଇ ଶ୍ରୀମନ୍ଦିର ପକ୍ଷରୁ ବିବାଦକୁ ଏଡାଇବା ନେଇ ପ୍ରଚେଷ୍ଟା କରାଯାଇଥିବା ଜଣାପଡ଼ିଛି । ଦୀପଦାନ ଓ ପୟାଶ୍ରାଦ୍ଧର ହିନ୍ଦୁ ଧାର୍ମିକ ବିଧି ବ୍ୟବସ୍ଥା ମଧ୍ୟରେ ସ୍ୱତନ୍ତ୍ରତା ରହିଥିବା ବେଳେ ଏହାକୁ ପାଳନ ନେଇ ଦ୍ୱନ୍ଦ୍ୱ ରହିବା ଠିକ ନୁହେଁ ବୋଲି ମତ ପ୍ରକାଶ ପାଇଛି ।

କାଳୀପୂଜା ଓ ଦୀପାବଳି ପାଇଁ ଏବେଠୁ ଉତ୍ସବମୁଖର କଟକ, ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି

କାଳୀପୂଜା ଓ ଦୀପାବଳି ପାଇଁ ଏବେଠୁ ଉତ୍ସବମୁଖର କଟକ । ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି । ଶତାଧିକ ମଣ୍ଡପରେ ଏବେ ମାଆଙ୍କ ମୃଣ୍ମୟୀ ମୂର୍ତ୍ତିରେ ଖଡିଚଢା କାମ ଚାଲିଛି । କାରିଗରମାନେ ଖଡିଚଢା କାମ ସାରିବା ପରେ ଦୁଇ ଦିନ ପରେ ମାଆଙ୍କ ରଙ୍ଗକାମ ଆରମ୍ଭ ହେବ। ଏହା ପରେ ଶନିବାର ସୁଦ୍ଧା ମାଆଙ୍କ ସାଜସଜା କାମ ଶେଷ ହେବ । ତେବେ ମଣ୍ଡପ ତିଆରିରେ ଲାଗି ପଡିଛନ୍ତି କାରିଗର । ଏଥର ବି ଉଚ୍ଚ ତୋରଣରେ ପୂଜା ପାଇବେ ମାଆ ।

ସେପଟେ କାଳିପୂଜା ଓ ଦୀପାବଳି ବାଣ ଫୁଟା ପାଇଁ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ପୋଲିସ ମୁତୟନ କରାଯିବ ବୋଲି କହିଛନ୍ତି ଡିସିପି । ସହରରେ ବିଭିନ୍ନ ଖୋଲା ସ୍ଥାନରେ ବାଣ ବିକ୍ରି ପାଇଁ ଅନୁମତି ଦିଆଯିବ। ଏହା ପରେ ଲୋକମାନେ ସୁରକ୍ଷିତ ଭାବେ ଧାର୍ଯ୍ୟ ସମୟରେ ଦୀପାବଳି ରାତିରେ ବାଣ ଫୁଟାଇବେ । ଏ ନେଇ ଡିସିପି କହିଛନ୍ତି ଯେ ବାଣଫୁଟାରେ ଅଭିଭାବକ ମାନେ ନିଜ ପିଲାମାନଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦେଇ ବାଣ ଫୁଟାନ୍ତୁ। କଟକ ସହରରେ ଦୁର୍ଗା ପୂଜା ଭସାଣ ବେଳେ ଗଣ୍ଡଗୋଳ ଘଟଣାକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସ କଳିପୂଜାରେ ଅଧିକ ସୁରକ୍ଷା ବଳ ମୁତୟନ କରାଯିବ।

ସମ୍ବଲପୁରବାସୀଙ୍କ ପାଇଁ କାଳ ସାଜିଛି ଫ୍ଲାଏଓଭର ନିର୍ମାଣ

ସମ୍ବଲପୁରବାସୀଙ୍କ ପାଇଁ କାଳ ସାଜିଛି ଫ୍ଲାଏଓଭର ନିର୍ମାଣ । ପାଦେ ପାଦେ କେ ବିପଦ । ସଡ଼କ ଦୁର୍ଘଟଣା କମାଇବା ପାଇଁ ଏନଏଚଆଇର ପଦକ୍ଷେପ ପାଲଟିଛି ବୁମେରାଂ । କମିବ କଣ ବଢୁଛି ଦୁର୍ଘଟଣା । ସମ୍ବଲପୁର ସହରର ବିଶେଷ କରି ରେମେଡ୍ ଛକରୁ ଅଇଁଠାପାଲି ପର୍ଯ୍ୟନ୍ତ ନିର୍ମାଣ ଚାଲିଛି ଫ୍ଲାଇଓଭର । ଫଳରେ ପ୍ରଦିନ ଦୁର୍ଘଟଣା ଘଟୁଥିବା ଅଭିଯୋଗ ହୋଇଛି । ଏନେଇ ଚିନ୍ତା ପ୍ରକଟ କରିଛନ୍ତି ସମ୍ବଲପୁର ସହରବାସୀ । କାରଣ ଯେତେବେଳେ ରାସ୍ତା ନିର୍ମାଣ କରାଯାଏ ସେହି ସମୟରେ ଏକ ବ୍ୟବସ୍ଥିତ ସର୍ଭିସ ରୋଡର ଆବଶ୍ୟକତା ଥାଏ । କିନ୍ତୁ ଏଠାରେ ତାହା ଦେଖିବାକୁ ମିଳୁନାହିଁ । କାହିଁକି ଜାତୀୟ ରାଜପଥ ପ୍ରାଧିକରଣ ଏଭଳି ଖାମ ଖିଆଲି କାମ କରୁଛି ତାକୁ ନେଇ ପ୍ରଶ୍ନ ଉଠିଛି l

ଏହି ରାସ୍ତାରେ ବିଶେଷ କରି ଚାରି ଜିଲ୍ଲାର ଯାତ୍ରୀ ଯିବା ଆସିବା କରିଥାନ୍ତି । ଗୋଟିଏ ପଟେ ଝାରସୁଗୁଡ଼ା ରୋଡ ଆସି ମିଶୁଥିବା ବେଳେ ଅନ୍ୟପଟେ ବରଗଡ ରୋଡ ଆସି ମିଶିଛି । ସେହିପରି ସୁବର୍ଣ୍ଣପୁର ଓ ଦେବଗଡ଼ ଜିଲ୍ଲାର ମଧ୍ୟ ଏହା ହେଉଛି ମୁଖ୍ୟ ରାସ୍ତା । ତେଣୁ ସବୁବେଳେ ଏହି ରାସ୍ତା ଭିଡ ରହୁଥିବାରୁ ଖୁବ୍ ଶୀଘ୍ର ଏକ ବ୍ୟବସ୍ଥିତ ସର୍ଭିସ ରୋଡ ନିର୍ମାଣ କରିବାକୁ ଦାବି କରିଛନ୍ତି ଲୋକେ । ଏଭଳି ଅବ୍ୟବସ୍ଥାକୁ ନେଇ ଜିଲ୍ଲା ପ୍ରଶାସନ ମଧ୍ୟ କାହିଁକି ଚୁପ୍ ବୋଲି ପ୍ରଶ୍ନ ଉଠିଛି ।

ଗଛରେ ବସିଛନ୍ତି ହଜାର ହଜାର ପକ୍ଷୀ: କିଚିରିମିଚିରି ଶବ୍ଦରେ ଫାଟି ପଡୁଛି ଗାଁ ଦାଣ୍ଡ

ଗଛରେ ବସିଛନ୍ତି ହଜାର ହଜାର ପକ୍ଷୀ । କିଚିରିମିଚିରି ଶବ୍ଦରେ ଫାଟି ପଡୁଛି ଗାଁ ଦାଣ୍ଡ । କଳାହାଣ୍ଡି ଜିଲ୍ଲା ଭବାନୀପାଟାଣା ବ୍ଲକ କାମଠଣା ପଞ୍ଚାୟତ ବୋରଭଟା ଗାଁରେ ବିଦେଶୀ ପକ୍ଷୀଙ୍କ ସମ୍ଭାର । ଗାଁର ଶେଷ ମୁଣ୍ଡରେ ଥିବା ଗ୍ରାମଦେବୀ ମାଆ ମାଉଲିଙ୍କ ପୀଠରେ ଥିବା ଗଛରେ ବସା ବାନ୍ଧିଛନ୍ତି ହଜାର ହଜାର ପକ୍ଷୀ । ଦୂରଦୂରାନ୍ତରୁ ପକ୍ଷୀମାନେ ଏଠାକୁ ବର୍ଷା ଋତୁ ଆରମ୍ଭରୁ ଛୁଟିଆସିଥିବା ବେଳେ ସେମାନଙ୍କୁ ସୁରକ୍ଷା ଦେଉଛନ୍ତି ଗ୍ରାମବାସୀ ।

ବୋରଭଟା ଗାଁକୁ ପ୍ରତିବର୍ଷ ଶ୍ରାବଣ ମାସରୁ ବିଦେଶୀ ପକ୍ଷୀ ଆସିଥାନ୍ତି । ଗାଁ ଶେଷ ମୁଣ୍ଡରେ ଥିବା ପୁରୁଣା ଗଛରେ ବସା ବାନ୍ଧି ଅଣ୍ଡା ଦିଅନ୍ତି । ଆଖପାଖ ଜମି ଓ ପାଖରୀରୁ ଖାଦ୍ୟ ସଂଗ୍ରହ କରି ଖାଇଥାନ୍ତି । ପକ୍ଷୀଙ୍କୁ ଶିକାରୀଙ୍କ ଲୋଲୁପ ଦୃଷ୍ଟିରୁ ରକ୍ଷା କରିଥାନ୍ତି ଗ୍ରାମବାସୀ । ଫେବୃୟାରୀ ମାସ ପରେ ପକ୍ଷୀ ମାନେ ଦ୍ଵିତୀୟ ଘର ଛାଡି ନିଜ ଅଞ୍ଚଳକୁ ଫେରି ଯାଆନ୍ତି । ବନବିଭାଗ ପକ୍ଷରୁ ବିଦେଶୀ ପକ୍ଷୀଙ୍କ ପାଇଁ ରହିବା ବ୍ୟବସ୍ଥା କରିବାକୁ ସାଧାରଣରେ ଦାବି ଜୋର ଧରିଛି ।