spot_img
Home Blog Page 403

Jioର ସବୁଠାରୁ ଶସ୍ତା ପ୍ଲାନ: ୮୯୫ ଟଙ୍କାରେ ୧୧ ମାସ ପର୍ଯ୍ୟନ୍ତ ମିଳିବ କଲିଂ-ଡାଟା ଓ SMS ସର୍ଭିସ

ରିଲାଏନ୍ସ ଜିଓର ପୋର୍ଟଫୋଲିଓରେ ଅନେକ ପ୍ରକାରର ରିଚାର୍ଜ ପ୍ଲାନ ମିଳିଥାଏ । କମ୍ପାନୀ ତରଫରୁ ଶସ୍ତା, ମହଙ୍ଗା ଏକାଧିକ ଅପ୍ସନ ଅଫର କରାଯାଇଥାଏ । ସେଥିମଧ୍ୟରେ କିଛି ଖାସ୍ ପ୍ଲାନ ମଧ୍ୟ ରହିଥାଏ । ଏହି ପ୍ଲାନ୍ସର ଫାଇଦା ଉଠାଇ ଗ୍ରାହକମାନେ କମ୍ ଦାମରେ ଅଧିକ ବେନିଫିଟ ହାସଲ କରିଥାନ୍ତି । ଏହା ମଧ୍ୟରେ ଜିଓ ଆଣିଦେଇଛି ସବୁଠାରୁ ଶସ୍ତା ପ୍ଲାନ । ଏଥିରେ ଗ୍ରାହକମାନେ ୮୯୫ ଟଙ୍କାରେ ୧୧ ମାସ ପର୍ଯ୍ୟନ୍ତ କଲି-ଡାଟା ଓ ଏସଏସଏମ ସର୍ଭିସ ପାଇପାରିବେ । ଏହା କମ୍ପାନୀର ଲଙ୍ଗ ଟର୍ମ ପ୍ଲାନ ହୋଇଥିବା ବେଳେ ଗ୍ରାହକମାନେ  ୧୧ ମାସ ପର୍ଯ୍ୟନ୍ତ ଭାଲିଡିଟୀ ପାଇପାରିବେ ।

୮୯୫ ଟଙ୍କିଆ ପ୍ଲାନ ୩୩୬ ଦିନର ଭାଲିଡିଟି ସହିତ ଆସିଛି । ଏଥିରେ ୨ ଜିବି ଡାଟା ୨୮ ଦିନ ପାଇଁ ମିଳିବ । ଅର୍ଥାତ ପୂରା ଭାଲିଡିଟି ପାଇଁ ଆପଣଙ୍କୁ ୨୪ ଜିବି ଡାଟା ମିଳିବ । ଡାଟା ଲିମିଟି ସମାପ୍ତ ହୋଇଯିବା ପରେ ୟୁଜର୍ସଙ୍କୁ 64Kbpsର ସ୍ପିଡରେ ଡାଟା ମିଳିବ । ଏହାଛଡ଼ା କମ୍ପାନୀ ଅନଲିମିଟେଡ କଲିଂ ଓ ୫୦ ଏସଏମଏସ ୨୮ ଦିନ ପାଇଁ ଅଫର କରୁଛି । ଗ୍ରାହକଙ୍କୁ ମୋଟ ୬୦୦ ଏସଏମଏସ ମିଳିବ । ଏହି ପ୍ଲାନ ସହ କମ୍ପାନୀ ଅତିରିକ୍ତ ବେନିଫିଟ ମଧ୍ୟ ଅଫର କରୁଛି । ଏହି ପ୍ଲାନରେ JioTV ଓ JioAICloudର ଏକ୍ସେସନ ମିଳିବ । କିଛି ବଛା ବଛା ଓ ଖାସ ୟୁଜର୍ସଙ୍କୁ ଏହି ସୁବିଧା ମିଳିବ ।

ବାଇକକୁ ପିଟିଲା ଟ୍ରକ: ଘଟଣାସ୍ଥଳରେ ତିନି ଜଣଙ୍କ ମୃତ୍ୟୁ, ଜଣେ ଗୁରୁତର

ଢେଙ୍କାଳନ ଜିଲ୍ଲା କାମାକ୍ଷାନଗର ଥାନା ୫୩ ନମ୍ବର ଜାତୀୟ ରାଜପଥର ମାଳପୁରା ଓଭରବ୍ରିଜ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବାଇକକୁ ପଛରୁ ପିଟିଲା ଟ୍ରକ  । ଘଟଣାସ୍ଥଳରେ ତିନି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି l ମୃତକ ମଧ୍ୟରେ ଦୁଇ ଶିଶୁ ରହିଛନ୍ତି । ଜଣେ ପୁରୁଷଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ମହିଳା ଗୁରୁତର ଅବସ୍ଥାରେ କାମାକ୍ଷାନଗର ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି l ଘଟଣାସ୍ଥଳରୁ ଦୁର୍ଘଟଣା ଘଟାଇଥିବା ଟ୍ରକ ଫେରାର ହୋଇଯାଇଛି l ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛି ।

ଭୁବନେଶ୍ବର ସାଲିଆ ସାହିରେ ବୁଲିଲା ବୋଲଡଜର, ଭାଙ୍ଗିଲା ବସ୍ତି

ଭୁବନେଶ୍ବର ସାଲିଆ ସାହିରେ ବୁଲିଲା ବୋଲଡଜର, ଭାଙ୍ଗିଲା ବସ୍ତି  । ସାଲିଆ ସାହିରେ ଆରମ୍ଭ ହେଲା ବସ୍ତି ଉଚ୍ଛେଦ ଅଭିଯାନ  । ଏହାକୁ ବିରୋଧ କରି ଲୋକେ କରିଛନ୍ତି ହୋହଲ୍ଲା I ଉଚ୍ଛେଦ ଅଭିଯାନରେ ମୁତୟନ ହୋଇଛନ୍ତି ପୋଲିସ। ଜବରଦଖଲ ଉଚ୍ଛେଦ ଜାରି ରହିଥିବାବେଳେ ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଯେଉଁମାନେ ଜାଗା ମିସନରେ ଘର ପାଇ ସାରିଛନ୍ତି ସେମାନେ ଘର ଛାଡୁ ନଥିବା ବେଳେ ଆଜି ବିଏମସି ତରଫରୁ ଉଚ୍ଛେଦ ଆରମ୍ଭ କରାଯାଇଛି।

ଖୁବଶୀଘ୍ର ହେବ ଯୁଦ୍ଧର ଅନ୍ତ ; ବୁଡାପେଷ୍ଟରେ ଟ୍ରମ୍ପ-ପୁଟିନ ଆଲୋଚନା

ନନ୍ଦିଘୋଷ ବ୍ୟୁରୋ: ଖୁବଶୀଘ୍ର ଅନ୍ତ ହୋଇପାରେ ରୁଷ-ୟୁକ୍ରେନ ଯୁଦ୍ଧ। ଦୁଇ ସୁପରପାୱାର ରାଷ୍ଟ୍ରର ରାଷ୍ଟ୍ରମୁଖ୍ୟ ହେବେ ଏକାଠି। ହଙ୍ଗେରୀ ବୁଦାପେଷ୍ଟରେ ଏକାଠି ହେବେ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଓ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। ଏନେଇ ନିଜେ ସୂଚନା ଦେଇଛନ୍ତି ଟ୍ରମ୍ପ। ନିଜର ସୋସିଆଲ ମିଡିଆରେ ଟ୍ରମ୍ପ କହିଛନ୍ତି- ମଧ୍ୟପ୍ରାଚ୍ୟରେ ଶାନ୍ତି ପ୍ରତିଷ୍ଠା ସମ୍ପର୍କରେ ତାଙ୍କୁ ପୁଟିନ ଅଭିନନ୍ଦନ ଜଣାଇଥିଲେ। ବହୁ ଦିନ ଧରି ଚାଲିଆସିଥିବା ବିବାଦର ଅବସାନ କ୍ଷେତ୍ରରେ ପ୍ରମୁଖ ଭୂମିକା ଯୋଗୁ ଟ୍ରମ୍ପଙ୍କୁ ଅଭିନନ୍ଦନ ଜଣାଇଥିଲେ ପୁଟିନ। ମଧ୍ୟପ୍ରାଚ୍ୟ ପରି ରୁଷ-ୟୁକ୍ରେନ ଯୁଦ୍ଧର ଅବସାନ ହେଉ ବୋଲି ସେ ଆଶା ବ୍ୟକ୍ତ କରିଥିଲେ। ଏହା ସହ ଟ୍ରମ୍ପଙ୍କ ମାନବିକତାକୁ ମଧ୍ୟ ପ୍ରଶଂସା କରିଥିଲେ ପୁଟିନ। ଟ୍ରମ୍ପ କହିଛନ୍ତି- ଏହି କଥାବାର୍ତ୍ତାର ଭିତ୍ତି ପ୍ରସ୍ତୁତ କରିବା ଲାଗି ଆସନ୍ତା ସପ୍ତାହରେ ଏକ ଉଚ୍ଚସ୍ତରୀୟ ପରାମର୍ଶଦାତା ବୈଠକ କରାଯିବ। ହ୍ବାଇଟହାଉସରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କ ସହ ଟ୍ରମ୍ପଙ୍କ ସାକ୍ଷାତ କାର୍ଯ୍ୟକ୍ରମ ରହିଛି ।

ନୂଆପଡ଼ା ଉପନିର୍ବାଚନ ପାଇଁ ଅଣ୍ଟା ଭିଡିଲା ବିଜେଡି ; ବିଭିନ୍ନ ବ୍ଲକ ଓ ଏନଏସି ପାଇଁ ନେତାଙ୍କୁ ମିଳିଲା ଦାୟିତ୍ୱ

ନୂଆପଡ଼ା : ନୂଆପଡ଼ା ଉପନିର୍ବାଚନ ପାଇଁ ଅଣ୍ଟା ଭିଡିଲା ବିଜେଡି। ଉପନିର୍ବାଚନ ପାଇଁ ବିଜେଡି ନେତାଙ୍କୁ ଦିଆଯାଇଛି ଦାୟିତ୍ୱ। ବିଭିନ୍ନ ବ୍ଲକ ଓ ଏନଏସି ପାଇଁ ନେତାଙ୍କୁ ମିଳିଲା ଦାୟିତ୍ୱ। ନୂଆପଡ଼ା ବ୍ଲକ ପାଇଁ ୧୮ ଓ ଏନଏସି ପାଇଁ ୮ ନେତାଙ୍କୁ ଦାୟିତ୍ୱ ଦିଆଯାଇଛି। ସେହିପରି କୋମନା ବ୍ଲକ ଦାୟିତ୍ୱରେ ୧୮ ଜଣ ନେତା ଥିବା ବେଳେ, ଖରିଆର ରୋଡ୍ ଏନଏସି ପାଇଁ ୮ ନେତାଙ୍କୁ ଦାୟିତ୍ୱ ଦିଆଯାଇଛି ।

ଦାୟିତ୍ୱ ବଣ୍ଟନ କରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ। ନୂଆପଡ଼ା ବ୍ଲକ ପାଇଁ ନିରଞ୍ଜନ ପୂଜାରୀ, ସଂଜୟ ଦାସବର୍ମା, ଅରୁଣ ସାହୁ, ପ୍ରତାପ ଜେନା, ପ୍ରୀତିରଂଜନ ଘଡ଼େଇ, ଦିବ୍ୟଶଙ୍କର ମିଶ୍ର, ଧ୍ରୁବ ସାହୁ, ମନୋହର ରନ୍ଧାରୀ, ପ୍ରଦୀପ ଦିଶାରୀ, ତୁଷାରକାନ୍ତି ବେହେରା, ବ୍ରଜ ପ୍ରଧାନ, ରମେଶ ଚନ୍ଦ୍ର ବେହେରା, ସାରଦା ଜେନା, ରୋମାଞ୍ଚ ରଂଜନ ବିଶ୍ୱାଳ, ସୁଦର୍ଶନ ହରିପାଲ, ପ୍ରଶାନ୍ତ ବେହେରା, ଦେବୀ ରଂଜନ ତ୍ରିପାଠୀ ଓ ନୀହାର ରଂଜନ ବେହେରାଙ୍କୁ ଦାୟିତ୍ୱ ଦିଆଯାଇଛି। ସେହିପରି କୋମନା ବ୍ଲକ ପାଇଁ ପ୍ରଣବ ପ୍ରକାଶ ଦାସ, ପ୍ରତାପ ଦେବ, ଅଧିରାଜ ପାଣିଗ୍ରାହୀ, ପୁଷ୍ପେନ୍ଦ୍ର ସିଂହଦେଓ, ଯୋସେଫ ସିଂ, ରବି ନନ୍ଦ, ପ୍ରଦୀପ ମାଝୀ, ନଳିନୀକାନ୍ତ ପ୍ରଧାନ, ବ୍ୟୋମକେଶ ରାୟ, ସୁଶାନ୍ତ ରାଉତ, ଶୁଭାଶିଷ ଖୁଣ୍ଟିଆ, ଜଗନ୍ନାଥ ସାରକା, ସରୋଜ ମେହେର, ବିଶ୍ୱରଂଜନ ମଲ୍ଲିକ, ଅବିନାଶ ସାମଲ, ଈଶ୍ୱର ପାଣିଗ୍ରାହୀ, ରୋହିତ ଯୋସେଫ ତିର୍କୀ ଓ ଉମାକାନ୍ତ ସାମନ୍ତରାୟଙ୍କୁ ଦାୟିତ୍ୱ ଦେଇଛନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ।

ଏହାସହ ନୂଆପଡ଼ା ଏନଏସି ପାଇଁ ଅତନୁ ସବ୍ୟସାଚୀ ନାୟକ, ସାରଦା ନାୟକ, ଦେବେଶ ଆଚାର୍ଯ୍ୟ, ମନୋରମା ମହାନ୍ତି, ଦୀପାଳି ଦାସ, ଆୟୁବ ଖାନ, ରୀତା ସାହୁ, ସ୍ୱରୂପ ଦାସ ଓ ଖରିଆର ରୋଡ ପାଇଁ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ବିକ୍ରମ ପଣ୍ଡା, କଳିକେଶ ସିଂହଦେଓ, ସୌଭିକ ବିଶ୍ୱାଳ, ପ୍ରଦ୍ୟୁମ୍ନ ତ୍ରିପାଠୀ, ଗୌତମବୁଦ୍ଧ ଦାସ, ପ୍ରଶାନ୍ତ ମୁଦୁଲି ଓ ରୁଦ୍ର ପ୍ରସାଦ ମହାରଥିଙ୍କ ଦାୟିତ୍ବ ପ୍ରଦାନ କରିଛନ୍ତି ନବୀନ ପଟ୍ଟନାୟକ।

ବହୁଚର୍ଚ୍ଚିତ SI ନିଯୁକ୍ତି ପରୀକ୍ଷା ମହାକେଳେଙ୍କାରୀ : ମାଷ୍ଟରମାଇଣ୍ଡ ମୁନା ମହାନ୍ତି ଗିରଫ

ଭୁବନେଶ୍ବର : ବହୁଚର୍ଚ୍ଚିତ ସବ-ଇନିସପେକ୍ଟର ନିଯୁକ୍ତି ପରୀକ୍ଷା ମହାକେଳେଙ୍କାରୀର ମାଷ୍ଟରମାଇଣ୍ଡ ମୁନା ମହାନ୍ତି ଗିରଫ । ମୁନାକୁ ଦଶପଲ୍ଲାରେ ଥିବା ଏକ ଫାର୍ମ ହାଉସରୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ମୁନା ସମେତ ଦୁଇ ସହଯୋଗୀ ସୁକାନ୍ତ ମହାରଣା ଓ ଶ୍ରୀକାନ୍ତ ମହାରଣାକୁ ଗିରଫ କରାଯାଇଛି । ମୋଟ ୩ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ଆଜି ୩ ଜଣଙ୍କୁ ବ୍ରହ୍ମପୁର କୋର୍ଟରେ ହାଜର କରାଯିବ । ଗିରଫ ପରେ ଅଭିଯୁକ୍ତଙ୍କୁ ବ୍ରହ୍ମପୁର ନେଉଛି କ୍ରାଇମବ୍ରାଞ୍ଚ । ସେପଟେ ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟିର ଖୋଜ ଖବର ପାଉନି ତଦନ୍ତାକାରୀ ସଂସ୍ଥା । ଗତ ୩୦ ତାରିଖରୁ ରାଜ୍ୟରେ ସବଇନିସପେକ୍ଟର ନିଯୁକ୍ତି ପରୀକ୍ଷା ମହାକେଳେଙ୍କାରୀ ନେଇ ହଇଚଇ ସୃଷ୍ଟି ହୋଇଥିବାବେଳେ, ମୁନା ମହାନ୍ତି ତାଙ୍କ ସହଯୋଗୀଙ୍କ ସହ ଗୋଟିଏ ଫାର୍ମ ହାଉସରୁ ଗିରଫ ହେଉଛନ୍ତି । କିଏ ସେ ଫାର୍ମ ହାଉସ ମାଲିକ ? ଯିଏ ଏଭଳି ଅଭିଯୁକ୍ତଙ୍କୁ ତାଙ୍କ ଫାର୍ମ ହାଉସରେ ଶରଣ ଦେଇଥିଲା ? କ୍ରାଇମବ୍ରାଞ୍ଚ ତାଙ୍କୁ ସ୍କାନରକୁ ଆଣିବ କି ? ପୂର୍ବରୁ ଏହି ମହାକେଳେଙ୍କାରୀ ମାମଲାରେ ୩ ଦଲାଲ ଗିରଫ ହୋଇଥିଲେ। ଯେଉଁମାନେ କି ଗତକାଲି ଜାମିନ ପାଇଁ ହାଇକୋର୍ଟରେ ଆବେଦନ କରିଥିଲେ। ମୁନା ମହାନ୍ତି ହେଉଛି ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟିର ସହଯୋଗୀ। ଆଶାୟୀଙ୍କ ଠାରୁ ଟଙ୍କା ସଂଗ୍ରହ କରି ବରମୁଣ୍ଡା ବସଷ୍ଟାଣ୍ଡରେ ଆଶାୟୀଙ୍କୁ ବସରେ ବସାଇବାକୁ ଆସିଥିବା ଭିଡିଓ ଦେଖିବାକୁ ମିଳିଥିଲା। ଏବେ ପ୍ରଶ୍ନ ଉଠୁଛି କେଳେଙ୍କାରୀର ମାଷ୍ଟରମାଇଣ୍ଡ କୁହାଯାଉଥିବା ଶଙ୍କର ପୃଷ୍ଟି ଗଲେ କୁଆଡ଼େ ? ଶଙ୍କର ପୃଷ୍ଟି ଏବେ କେଉଁଠି? ଶୁଣାଯାଉଛି ଲୁକ ଆଉଟ ସର୍କୁଲାର ଜାରି ହେବା ପୂର୍ବରୁ ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି ଦୁବାଇ ଚାଲିଯାଇଛି ? ଯଦି ଏହା ସତ ତାହେଲେ ସାଂଘାତିକ।

ଏହାର ଅର୍ଥ ଶଙ୍କର ପୃଷ୍ଟି ପଛରେ ବଡ଼ ବଡ଼ିଆ ବାବୁଙ୍କ ଲମ୍ବା ହାତ ରହିଛି। ଲୁକ ଆଉଟ ସର୍କୁଲାର ଜାରି ହେଲା ଗତ ୧୨ ତାରିଖ ରବିବାର ଦିନ। ଏହାସହିତ ଶଙ୍କର ପୃଷ୍ଟି ସମେତ ୧୦ ଜଣଙ୍କ ଆଉକାଉଣ୍ଟଙ୍କୁ ଫ୍ରିଜ କରିଥିଲା କ୍ରାଇମବ୍ରାଞ୍ଚ। ଶଙ୍କର ପୃଷ୍ଟି ଧରାପଡ଼ିଗଲେ କାଳେ ଅସଲ ଗୁମର ଖୋଲିଯିବ। ଧରା ପଡ଼ିଯିବେ ବଡ଼ ବଡ଼ିଆ। ସେଥିପାଇଁ ତାଙ୍କୁ ଆଗରୁ ବିଦେଶକୁ ଖସାଇ ଦେଇ ଲୁକ ଆଉଟ ସର୍କୁରାଲ ଜାରି କରାଗଲା ବୋଲି ଚର୍ଚ୍ଚା ହେଉଛି। ଏବେ ଶଙ୍କର ପୃଷ୍ଟି ଗିରଫ ନ ହେବା ଯାଏ SI କେଳେଙ୍କାରୀର ଗୁମର ଖୋଲିବନି। କଣ ରାଜ୍ଯ କ୍ରାଇମବ୍ରାଞ୍ଚ ଦୁବାଇ ଯାଇ ଶଙ୍କରଙ୍କୁ ଠାବ କରିପାରିବ ? ନା ରାଜ୍ଯ କି ଦେଶ ଭିତରେ ରହି ଶଙ୍କର ଗୋଟି ଚଳାଉଛନ୍ତି । ସେପଟେ ମାନବସମ୍ବଳ ଅଭାବ ବୋଲି ଦର୍ଶାଇ ଭାଇରାଲ ହୋଇଥିବା ଏକ ପ୍ରେସ ରିଲିଜ ଜରିଆରେ ନିଜ ମୁଣ୍ଡରୁ ଦୋଷ ଝାଡ଼ିଦେବାକୁ ଉଦ୍ୟମ କରିଛି ଓପିଆରବି।

ହାଇଦ୍ରାବାଦରେ ଚାଞ୍ଚଲ୍ୟ ; ଓଡ଼ିଶା ଶିକ୍ଷୟତ୍ରୀଙ୍କୁ ଦୁଷ୍କର୍ମ ପରେ ହତ୍ୟା !

ନନ୍ଦିଘୋଷ ବ୍ୟୁରୋ: ହାଇଦ୍ରାବାଦରେ ଚାଞ୍ଚଲ୍ୟକର ଘଟଣା । ଓଡ଼ିଶାର ଜଣେ ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ନେଇ ଅଭିଯୋଗ । ହାଇଦ୍ରାବାଦର ପେଟବଶିରାବାଦର କୋମପାଲି ଅଞ୍ଚଳରେ ଏଭଳି ଘଟଣା ଘଟିଛି । ଅଭିଯୋଗ ଅନୁଯାୟୀ, ଭରତପୁର ଅଞ୍ଚଳରେ ରହୁଥିବା ମହିଳା ଜଣକ ଖୋର୍ଦ୍ଧା ବାଣପୁର ଥାନା ଅଞ୍ଚଳରେ ବିବାହ କରିଥିବା ବେଳେ ତାଙ୍କର ୪ ବର୍ଷର ପୁଅଟିଏ ରହିଛି । ସ୍ୱାମୀ ପେଟବଶିରାବାଦର କୋମପାଲି ଅଞ୍ଚଳରେ ନିର୍ମାଣ କାମ କରୁଥିବା ଏକ କମ୍ପାନୀରେ ଇଲେକ୍ଟ୍ରୋନିକ ରକ୍ଷଣାବେକ୍ଷଣା ବିଭାଗରେ କାମ କରୁଥିଲେ । ୬ ମାସ ପୂର୍ବେ ପତ୍ନୀ ଓ ପୁଅ ମଧ୍ୟ ସେଠାକୁ ଯାଇଥିଲେ। ପତ୍ନୀ କମ୍ପାନୀରେ କାମ କରୁଥିବା ଶ୍ରମିକଙ୍କ ପିଲାମାନଙ୍କୁ ପଢ଼ାଇବା ସହ କମ୍ପାନୀ ପରିସରରେ ଥିବା କ୍ୱାର୍ଟର୍ସରେ ସ୍ୱାମୀ ଓ ପୁଅ ସହ ରହୁଥିଲେ। ନିକଟରେ ସ୍ୱାମୀଙ୍କର ଦୁବାଇର ଏକ କମ୍ପାନୀରେ ଚାକିରି ସ୍ଥିର ହୋଇ ଯାଇଥିଲା । ହେଲେ ପାସପୋର୍ଟରେ ତ୍ରୁଟି ଥିବାରୁ ଦୁବାଇ ଯିବାରେ ଅସୁବିଧା ହୋଇଥିଲା।

ପାସପୋର୍ଟରେ ନାମ ସଂଶୋଧନ କରିବା ପାଇଁ ସ୍ବାମୀ ତାଙ୍କ ପୁଅକୁ ନେଇ ଗତ ଶନିବାର ହାଇଦ୍ରାବାଦରୁ ବାହାରି ରବିବାର ଦିନ ଭୁବନେଶ୍ଵରରେ ପହଞ୍ଚିଥିଲେ। ହେଲେ ଗତକାଲି ରାତିରେ କମ୍ପାନୀ କର୍ମଚାରୀ ତାଙ୍କୁ ଫୋନ କରି ପତ୍ନୀ ଅସୁସ୍ଥ ଥିବା ଜଣାଇଥିଲେ। ସ୍ୱାମୀ ଅନ୍ୟ କୌଣସି ଉପାୟ ନପାଇ ଗୁରୁବାର ସକାଳୁ ଭୁବନେଶ୍ୱରରୁ ବିମାନ ଯୋଗେ ହାଇଦ୍ରାବାଦ ଯାଇଥିଲେ। ସେଠାରେ ପହଞ୍ଚିବା ବେଳକୁ ପତ୍ନୀଙ୍କ ମୃତ୍ୟୁ ଘଟିଥିବା ଦେଖିବାକୁ ପାଇଥିଲେ।

ଫଳ କିମ୍ବା ପନିପରିବା ସ୍ୱାସ୍ଥ୍ୟ ପାଇଁ କିଏ ଅଧିକ ଲାଭଦାୟକ ? 99% ଜାଣନାହାଁନ୍ତି ଏହାର ଉତ୍ତର ..

ନନ୍ଦିଘୋଷ ବ୍ୟୁରୋ: ସୁସ୍ଥ ଏବଂ ଫିଟ୍ ରହିବା ପାଇଁ ସମସ୍ତେ ପ୍ରତିଦିନ ଫଳ ଏବଂ ପନିପରିବା ଖାଇବା ଉଚିତ। ଫଳ ଏବଂ ପନିପରିବା ସଠିକ୍ କାର୍ଯ୍ୟକ୍ଷମତା ବଜାୟ ରଖୁଥିବା ପୁଷ୍ଟିକର ପଦାର୍ଥରେ ଭରପୂର। ଉଭୟକୁ ଖାଦ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଭାବରେ ବିବେଚନା କରାଯାଏ। ଫଳ କିମ୍ବା ପନିପରିବା ଖାଇବା ସ୍ୱାସ୍ଥ୍ୟ ପାଇଁ ଅଧିକ ଲାଭଦାୟକ ହୋଇଥାଏ । ତେବେ ଆପଣ ଜାଣିଛନ୍ତି ଫଳ ଏବଂ ପନିପରିବା ମଧ୍ୟରୁ କିଏ ଆମକୁ ଅଧିକ ଶକ୍ତି ପ୍ରଦାନ କରିଥାଏ ? କେଉଁଟା ଅଧିକ ଖାଇବା ଦ୍ବାରା ଆମକୁ ଲାଭ ମିଳିଥାଏ ? ଉଭୟ ପ୍ରାକୃତିକ ଭାବରେ ବଢିଥାଏ ଏବଂ ଏଥିରେ ଅଗଣିତ ପୋଷକ ତତ୍ତ୍ୱ ରହିଥାଏ। ତେବେ ଆସନ୍ତୁ ଜାଣିବା କିଏ ଅଧିକ ଲାଭଦାୟକ ….

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଫଳ ଏବଂ ପନିପରିବାରେ ଭିଟାମିନ୍, ଖଣିଜ ପଦାର୍ଥ ଏବଂ ଫାଇବରରେ ଭରପୂର ମାତ୍ରାରେ ରହିଥାଏ । ଫଳଗୁଡ଼ିକରେ ପ୍ରାକୃତିକ ଚିନି ଥାଏ, ଯାହା ତୁରନ୍ତ ଶକ୍ତି ପ୍ରଦାନ କରେ, ଯେତେବେଳେ ପନିପରିବାରେ ବହୁତ କମ୍ ଚିନି ଥାଏ। ପନିପରିବାରେ ଫାଇବର, ଲୌହ, କ୍ୟାଲସିୟମ ଏବଂ ଶକ୍ତିଶାଳୀ ଆଣ୍ଟିଅକ୍ସିଡାଣ୍ଟ ଭରପୂର। ଏହି ପୋଷକ ତତ୍ତ୍ୱଗୁଡ଼ିକ ଦୀର୍ଘକାଳୀନ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ପ୍ରମାଣିତ ହୁଏ। ଫଳଗୁଡ଼ିକ ଭିଟାମିନ୍ ସି, ପୋଟାସିୟମ ଏବଂ ଫାଇଟୋନ୍ୟୁଟ୍ରିଏଣ୍ଟର ଏକ ଭଲ ଉତ୍ସ। କମଳା, ପିଜୁଳି ଏବଂ କିୱି ରୋଗ ପ୍ରତିରୋଧକ ଶକ୍ତିକୁ ଶକ୍ତିଶାଳୀ କରନ୍ତି । ସେଓ ଏବଂ କଦଳୀ ପାଚନ ପ୍ରକ୍ରିୟାକୁ ଉନ୍ନତ କରେ ଏବଂ ହୃଦୟ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ ବୋଲି ବିବେଚନା କରାଯାଏ । ତଥାପି ମଧୁମେହ ରୋଗୀମାନଙ୍କୁ ଫଳକୁ ସୀମିତ ପରିମାଣରେ ଖାଇବାକୁ ପରାମର୍ଶ ଦିଆଯାଏ।

ପାଳଙ୍ଗ, ମେଥି, ବ୍ରୋକୋଲି, ଫୁଲକୋବି ଏବଂ ବିନ୍ସ ଭଳି ସବୁଜ ପତ୍ରଯୁକ୍ତ ପନିପରିବା ଫାଇବର ଏବଂ ଆଇରନରେ ଭରପୂର। ଏହା ଶରୀରକୁ ବିଷମୁକ୍ତ କରିବାରେ ସାହାଯ୍ୟ କରେ, ଓଜନ ହ୍ରାସ କରିବାରେ ସାହାଯ୍ୟ କରେ ଏବଂ କୋଷ୍ଠକାଠିନ୍ୟ ଭଳି ସମସ୍ୟାରୁ ମୁକ୍ତି ଦିଏ । ପନିପରିବାରେ କ୍ୟାଲୋରି କମ୍ ଥାଏ ତେଣୁ ଏହା ଓଜନ ପରିଚାଳନାରେ ସହାୟକ ହୋଇପାରେ। ନିୟମିତ ପନିପରିବା ସେବନ କର୍କଟ, ହୃଦରୋଗ ଏବଂ ଉଚ୍ଚ ରକ୍ତଚାପ ସମେତ ଅନେକ ରୋଗକୁ ରୋକିବାରେ ସାହାଯ୍ୟ କରେ। ଲୋକମାନେ ପ୍ରତିଦିନ ୩ ରୁ ୫ ପାତ୍ର ପନିପରିବା ଖାଇବା ଉଚିତ।

ଯଦି ଆମେ ଫଳ ଏବଂ ପନିପରିବା ମଧ୍ୟରେ ତୁଳନା କରିବା ତାହେଲେ ପନିପରିବା ଅନେକ ଦୃଷ୍ଟିରୁ ଅଧିକ ଲାଭଦାୟକ ବୋଲି ବିବେଚନା କରାଯାଏ। ପନିପରିବାରେ ଶର୍କରା ପରିମାଣ କମ୍ ଏବଂ ଫାଇବର ପରିମାଣ ଅଧିକ ଥାଏ। ପନିପରିବା ଦୀର୍ଘକାଳୀନ ପୁଷ୍ଟି ପ୍ରଦାନ କରେ। ତଥାପି ଫଳ ଶରୀରକୁ ଅନେକ ପୁଷ୍ଟିକର ତତ୍ତ୍ୱ ଏବଂ ତୁରନ୍ତ ଶକ୍ତି ମଧ୍ୟ ଯୋଗାଇଥାଏ। ମଧୁମେହ ରୋଗୀମାନେ ଫଳ ଖାଇବା ସମୟରେ ସତର୍କତା ଅବଲମ୍ବନ କରିବା ଉଚିତ। ଫଳକୁ ଜଳଖିଆ କିମ୍ବା ଖାଦ୍ୟ ଭାବରେ ବ୍ୟବହାର କରାଯାଇପାରିବ ଯେତେବେଳେ କି ପନିପରିବା ଖାଦ୍ୟ ସହିତ ବ୍ୟବହାର କରାଯାଇପାରିବ। ଏହା ସମ୍ପୂର୍ଣ୍ଣ ପୁଷ୍ଟି ପ୍ରଦାନ କରିବ ଏବଂ ଆପଣଙ୍କୁ ରୋଗରୁ ରକ୍ଷା କରିବ।

ଧନତେରାସ ଦିନ ଅବଶ୍ୟ କିଣନ୍ତୁ ଏହି ୫ଟି ଜିନିଷ, ବଦଳିଯିବ ଆପଣଙ୍କ ଭାଗ୍ୟ

ନନ୍ଦିଘୋଷ ବ୍ୟୁରୋ: ଧନତେରସକୁ ଏକ ଅତ୍ୟନ୍ତ ଶୁଭ ଦିନ ଭାବରେ ବିବେଚନା କରାଯାଏ । ଏହି ଦିନ ଲୋକମାନେ ନିଜ ବଜେଟ୍ ଅନୁସାରେ ସୁନା, ରୂପା, ହୀରା, ମୋତି, ବାସନକୁସନ ଏବଂ ଅନ୍ୟାନ୍ୟ ଉପଯୋଗୀ ଜିନିଷ କିଣାକିଣି କରନ୍ତି । କିନ୍ତୁ ଆପଣ କ’ଣ ଜାଣନ୍ତି କି ଧାର୍ମିକ ଶାସ୍ତ୍ର ଏବଂ ଜ୍ୟୋତିଷ ଅନୁସାରେ ଏହି ଦିନରେ କିଛି ସାମଗ୍ରୀ କିଣିବା ଲୋକଙ୍କ ପାଇଁ ବହୁତ ଲାଭଦାୟକ ହୋଇଥାଏ । ତେଣୁ ଜାଣିରଖନ୍ତୁ ସେହି ୫ଟି ଜିନିଷ କ’ଣ ଯାହାକୁ ଧନତେରାସରେ କିଣିବା ଦ୍ବାରା ମାଆ ଲକ୍ଷ୍ମୀଙ୍କର କୃପା ବୃଷ୍ଟି ହେଇଥାଏ ।

ଧନତେରସ ତ୍ରୟୋଦଶୀ ତିଥିରେ ପାଳନ କରାଯାଏ। ଏହି ଦିନ ଦେବୀ ଲକ୍ଷ୍ମୀଙ୍କ ସହିତ ଭଗବାନ ଧନ୍ୱନ୍ତରୀ, କୁବେର ଏବଂ ଭଗବାନ ବିଷ୍ଣୁଙ୍କ ପୂଜା ଉପଯୁକ୍ତ ରୀତିନୀତି ସହିତ କରାଯାଏ।  ଭଗବାନ ଧନ୍ୱନ୍ତରୀ ସ୍ୱାସ୍ଥ୍ୟ ପାଇଁ ପ୍ରସିଦ୍ଧ ତାଙ୍କୁ ପୂଜା କରିବା ଦ୍ବାରା ଆମ  ସ୍ୱାସ୍ଥ୍ୟ ଭଲ ରହିଥାଏ । ଭଗବାନ ବିଷ୍ଣୁଙ୍କର ପ୍ରତୀକକୁ ମଧ୍ୟ ପୂଜା କରାଯାଏ। ଭଗବାନ ବିଷ୍ଣୁଙ୍କ ହାତରେ ଶଙ୍ଖ ଧାରଣ କରନ୍ତି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯଦି ଆପଣ ଏହି ଦିନ ଶଙ୍ଖ କିଣନ୍ତି, ତେବେ ଆପଣଙ୍କ ଘରେ ସର୍ବଦା ସମୃଦ୍ଧି ରହିବ ଏବଂ ଆପଣଙ୍କର ଶାରୀରିକ ସ୍ୱାସ୍ଥ୍ୟ ଭଲ ରହିବ। ଦକ୍ଷିଣାବର୍ତ୍ତୀ ଶଙ୍ଖ କିଣିବା ସମୟରେ ଆପଣ ଏହାକୁ ପୂଜା କରିପାରିବେ ଯେତେବେଳେ ଆପଣ ଅନ୍ୟ ଶଙ୍ଖ ଫୁଙ୍କିପାରିବେ ।

ଏହି ଦିନ ଦେବୀ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ସର୍ବପ୍ରଥମେ ଆପଣ ଶଙ୍ଖ, ଶ୍ରୀଯନ୍ତ୍ର, ଦେବୀ ଲକ୍ଷ୍ମୀ ଯନ୍ତ୍ର ଏବଂ କୁବେର ଯନ୍ତ୍ର କିଣିବା ଉଚିତ ଏବଂ ଆପଣ ଲକ୍ଷ୍ମୀ ଗଣେଶଙ୍କ ଧାତୁ ମୂର୍ତ୍ତି କିଣିପାରିବେ, ଯାହା ଦ୍ୱାରା ଆପଣ ଆପଣଙ୍କ ଜୀବନରେ କେବେ ଲକ୍ଷ୍ମୀଙ୍କ ସହ ଜଡିତ କୌଣସି ସମସ୍ୟାର ସମ୍ମୁଖୀନ ହେବେ ନାହିଁ ଏବଂ ଏହି ସମସ୍ତ ଯନ୍ତ୍ର ଆପଣଙ୍କ ଜୀବନ ସାରା ପୂଜା ମନ୍ଦିରରେ ରହିବ ଏବଂ ଆପଣ ସେଗୁଡ଼ିକୁ ପୂଜା କରି ଚାଲିବେ ଏବଂ ଆପଣଙ୍କର ଧାର୍ମିକ କାର୍ଯ୍ୟ ବୃଦ୍ଧି ପାଇବ ଏବଂ ଆପଣଙ୍କର ଉନ୍ନତି ହେବ ଏବଂ ଆପଣଙ୍କ ପରିବାର ସମୃଦ୍ଧ ହେବ।

 

ନୂଆପଡ଼ା ଉପନିର୍ବାଚନ : ଜଣେ ପ୍ରାର୍ଥୀ ମାତ୍ର ଭରିଛନ୍ତି ନାମାଙ୍କନ

ନୂଆପଡ଼ା : ନୂଆପଡ଼ା ଉପନିର୍ବାଚନ ପାଇଁ ଏଯାବତ ଜଣେ ମାତ୍ର ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ସ୍ବାଧୀନ ପ୍ରାର୍ଥୀ ଆଶ୍ରୟ ମହାନନ୍ଦ ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତି । ଏ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଆସନ୍ତା ୧୮ ତାରିଖରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଓ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ନାମାଙ୍କନ ଦାଖଲ କରିବେ ବୋଲି ସୂଚନା ରହିଛି । ଆଜି ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ନାମାଙ୍କନ କରିବାର ଥିଲା । ହେଲେ ଶେଷ ମୁହୂର୍ତ୍ତରେ ଏହାକୁ ବାତିଲ କରିଦିଆଯାଇଥିଲା । ସେହିପରି ଆସନ୍ତା ସୋମବାର ଅର୍ଥାତ ୨୦ ତାରିଖରେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ନାମାଙ୍କନପତ୍ର ଦାଖଲ କରିବେ । ନୂଆପଡ଼ାରେ ତାଙ୍କ ପାଇଁ ନବୀନ ପଟ୍ଟନାୟକ କରିବେ ପ୍ରଚାର।

ଏନେଇ ଦଳର ବରିଷ୍ଠ ଉପସଭାପତି ପ୍ରମିଳା ମଲ୍ଲିକ କହିଛନ୍ତି, ମହିଳାଙ୍କୁ ସବୁବେଳେ ନବୀନ ପଟ୍ଟନାୟକ ସମ୍ମାନ ଦେଇଆସିଛନ୍ତି । ବିଜେଡି ନୂଆପଡ଼ାରେ ବିଜୟୀ ହେବ। ମହିଳାମାନେ ଏକଜୁଟ ହୋଇ ସ୍ନେହାଙ୍ଗିନୀ ଛୁରିଆଙ୍କୁ ଜିତାଇବେ। ବିଜେପି ଓ କଂଗ୍ରେସ ମହିଳାମାନଙ୍କୁ ଆଗକୁ ଯିବାକୁ ଦିଅନ୍ତନି। ବିଜେଡି ସଭାପତି ସବୁବେଳେ ମହିଳାମାନଙ୍କୁ ଆଗକୁ ନିଅନ୍ତି । ନୂଆପଡା ଉପନିର୍ବାଚନ ଲାଗି ମୋଟ ୧୫ ଗୋଟି ଫର୍ମ ବିକ୍ରି ହୋଇଛି । ନିର୍ବାଚନ ଆୟୋଗଙ୍କ ବିଜ୍ଞପ୍ତି ଅନୁସାରେ ନିର୍ବାଚନ ପାଇଁ ନାମାଙ୍କନର ଶେଷ ତାରିଖ ଅକ୍ଟୋବର ୨୦ ସୋମବାର ତାରିଖ ଧାର୍ଯ୍ୟ ହୋଇଛି । ସେହିପରି ଅକ୍ଟୋବର ୨୨ ବୁଧବାର ନାମାଙ୍କନ ପତ୍ର ଯାଞ୍ଚ ହେବାକୁ ଥିବାବେଳେ ଅକ୍ଟୋବର ୨୪ ଶୁକ୍ରବାର ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ତାରିଖ ଧାର୍ଯ୍ୟ କରାଯାଇଛି ।