spot_img
Home Blog Page 399

ମୁକୁଳା ପଡିଛି ଭଦ୍ରକ ସହରର ପ୍ରମୁଖ ପ୍ରବେଶ ପଥ, ଏଯାଏଁ ଲାଗିନି ସିସିଟିଭି

ନନ୍ଦିଘୋଷ ବ୍ୟୁରୋ: ମୁକୁଳା ପଡିଛି ଭଦ୍ରକ ସହରର ପ୍ରମୁଖ ପ୍ରବେଶ ପଥ । ପ୍ରବେଶ ପଥ ଗୁଡିକରେ ଏଯାଏଁ ଲାଗିନି ସିସିଟିଭି । ଫଳରେ ବେଧଡ଼କ ଅପରାଧ ଘଟାଇ ପୋଲିସ ଆଖିରେ ଧୂଳି ଦେଇ ଖସି ଯାଉଛନ୍ତି ଅପରାଧି । ଆଗକୁ ପାର୍ବଣ ଆସୁଥିବା ବେଳେ ଏସବୁ ପ୍ରତି ଧ୍ୟାନ ଦେବାକୁ ଦାବି କରିଛନ୍ତି ସହରବାସୀ । ଅନ୍ୟପଟେ ଖୁବଶୀଘ୍ର ସହରରେ ବ୍ୟାପକ ସିସିଟିଭି ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ପୂର୍ବାଞ୍ଚଳ ଡିଜି ।

ମୁକୁଳା ପଡିଛି ଭଦ୍ରକ ସହରର ପ୍ରମୁଖ ପ୍ରବେଶ ପଥ । ଅନେକ ସ୍ଥାନରେ ଏଯାଏଁ ଲାଗିନି ସିସିଟିଭି । ଲାଗିଥିବା ଅନେକ କ୍ୟାମେରା ଅଚଳ ହୋଇପଡିଛି । ଫଳରେ ସହରରେ ବେଧଡକ ଚାଲିଛି ଛିନତାଇ, ଲୁଟ, ଡକାୟତି, ବ୍ରାଉନସୁଗାର ବେପାର। କ୍ରାଇମ କରିବା ପରେ ପୋଲିସ ଆଖିରେ ଧୂଳି ଦେଇ ଖସି ଯାଉଛନ୍ତି କ୍ରିମିନାଲ । ଅନେକ ଘଟଣାରେ ପୋଲିସ ଅପରାଧିଙ୍କ ଟେର ପାଉନି । ଅନ୍ୟପଟେ ବିଭିନ୍ନ କ୍ରାଇମର ଶିକାର ହେଉଥିବା ପୀଡିତ ମାନେ ନ୍ୟାୟ ପାଇବାରୁ ବଞ୍ଚିତ ହେଉଛନ୍ତି । ଯାହାକୁ ନେଇ ବୁଦ୍ଧିଜୀବୀଙ୍କ ମହଲରେ ଅସନ୍ତୋଷ ବଢିବାରେ ଲାଗିଛି । ସହରରେ ଶୀଘ୍ର ସିସିଟିଭି ବ୍ୟବସ୍ଥାକୁ ମଜଭୂତ କରିବାକୁ ବିଭିନ୍ନ ମହଲରେ ଦାବି ହୋଇଛି ।

ଭଦ୍ରକ ସହରର ଆରଡ଼ି ଛକ, ବନ୍ତ ଛକ, ବାଇପାସ, ଚରମ୍ପା ଆଦି ପ୍ରମୁଖ ପ୍ରବେଶ ପଥ । ସେହିପରି କଲେଜ ଛକ, ରାଜଘାଟ ଛକ, ନୂଆ ବସଷ୍ଟାଣ୍ଡ ଆଦି ସ୍ଥାନ ମାନଙ୍କରେ ବିଭିନ୍ନ ସମୟରେ ଅପରାଧ ଘଟି ଚାଲିଛି । ଏହି ସବୁ ଛକ ମାନଙ୍କରେ ସିସିଟିଭି ନିହାତି ଆବଶ୍ୟକ । ଅନ୍ୟପଟେ ପାର୍ବଣ ପୂର୍ବରୁ ସହରରେ ବ୍ୟାପକ ସିସିଟିଭି ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ପୂର୍ବାଞ୍ଚଳ ଡିଜି। ସହରରେ କେବେ ସିସିଟିଭି ବ୍ୟବସ୍ଥା ସୁଦୃଢ ହେଉଛି ତାହା ଉପରେ ସମସ୍ତଙ୍କ ନଜର ରହିଛି ।

ପୁଣି ଆନ୍ଧ୍ରର ମନମାନି, ଓଡିଆ ପିଲାଙ୍କୁ ପଢାଉଛି ତେଲୁଗୁ

ନନ୍ଦିଘୋଷ ବ୍ୟୁରୋ: ଓଡିଶା ଭିତରକୁ ମାଡି ଆସୁଛି ଆନ୍ଧ୍ର । କୋଟିଆ ପଞ୍ଚାୟତର ନେରେଡିବାଲ୍ସ, ଧୂଳିପଦର, ଗଞ୍ଜେଇପଦର, ଉପରସେମ୍ବୀ, ତଳସେମ୍ବୀ, ଫଗୁଣ ସିନେରୀ ଗାଁରେ ସ୍କୁଲ ଖୋଲି ପିଲାଙ୍କୁ ତେଲୁଗୁରେ ପାଠ ପଢାଉଛି ଆନ୍ଧ୍ର ସରକାର । ଓଡ଼ିଆ ଭାଷା ବୁଝୁନାହାଁନ୍ତି କୁନିକୁନି ପିଲା । ଘଟଣାକୁ କୋଟିଆ ସରପଞ୍ଚ ନିନ୍ଦା କରିବା ସହ ବେଳ ଥାଉଥାଉ ଓଡିଶା ସରକାର ଦୃଷ୍ଟି ଦେବାକୁ ଦାବି କରିଛନ୍ତି ।

ଆନ୍ଧ୍ରର ମନମାନି । ଓଡିଆ ପିଲାଙ୍କୁ ପଢାଉଛି ତେଲୁଗୁ  । ଟଙ୍କା ଲୋଭ ଦେଖାଇ କରୁଛି ଆନ୍ଧ୍ରମୁହାଁ । କୋଟିଆରୁ ଓଡ଼ିଆ ଭାଷାକୁ ବିଲୁପ୍ତ ସକାଶେ ଆନ୍ଧ୍ର କରୁଛି ଷଡଯନ୍ତ୍ର । ଆନ୍ଧ୍ରସୀମାକୁ ଲାଗି ରହିଥିବା କୋଟିଆ ପଞ୍ଚାୟତର ନେରେଡିବାଲ୍ସ. ଉପରସେମ୍ବୀ, ତଳସେମ୍ବୀ, ଧୂଳିପଦର, ଗଞ୍ଜେଇପଦର, ଫଗୁଣ ସିନେରୀ ଗାଁରେ ଆନ୍ଧ୍ର ଚକ୍ରାନ୍ତ ଚଲାଇଛି । ଏହି ସମସ୍ତ ଗାଁରେ ସ୍କୁଲ ଖୋଲି ଶିକ୍ଷକ ନିଯୁକ୍ତି କରି ପିଲାଙ୍କୁ ତେଲୁଗୁ ଭାଷାରେ ପାଠ ପଢାଉଛି । ଫଳରେ କୁନିକୁନି ପିଲା ଆଉ ଓଡିଆ ଭାଷା ବୁଝିବା ସ୍ଥିତିରେ ନାହାନ୍ତି । ପଡୋଶୀ ଆନ୍ଧ୍ରପ୍ରଦେଶ ସ୍କୁଲରେ ନାମ ଲେଖାଉଥିବା ପ୍ରତି ପିଲାଙ୍କ ପିଛା ଆନ୍ଧ୍ର ୧୫ ହଜାର ଟଙ୍କା ଆର୍ଥିକ ସହାୟତା ଦେଇ ପ୍ରଲୋଭିତ କରୁଛି । ଫଳରେ ଅଭିଭାବକ ମାନେ ଆନ୍ଧ୍ର ମୁହାଁ ହେଉଛନ୍ତି । କୋଟିଆରେ ପିଲାଙ୍କ ପାଠପଢା ନିମନ୍ତେ ଓଡିଶା ସରକାରଙ୍କ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ତାଡ଼ିବାଲସା ଗାଁରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଆବାସିକ ବିଦ୍ୟାଳୟ, କୋଟିଆରେ ସରକାରୀ ଉଚ୍ଚ ବିଦ୍ୟାଳୟ, ଗଞ୍ଜେଇ ପଦର ଗାଁରେ ଆଦର୍ଶ ବିଦ୍ୟାଳୟ ନିର୍ମାଣ କରାଯାଇଛି । ତଥାପି ପିଲା ଆନ୍ଧ୍ର ଦ୍ବାରା ପ୍ରଲୋଭିତ ହେଉଛନ୍ତି ।

କୋଟିଆରେ ଆନ୍ଧ୍ର ପରିଚାଳିତ ସ୍କୁଲକୁ ପ୍ରତିଦିନ ଆନ୍ଧ୍ରରୁ ଶିକ୍ଷକ ଆସୁଛନ୍ତି । କେବଳ ଶିକ୍ଷା ନୁହେଁ ତେଲୁଗୁ ଢଙ୍ଗରେ ମଧ୍ୟାହ୍ନ ଭୋଜନ ବି ଦିଆଯାଉଛି । ଖଟା ଭାତ, ତରକାରୀ, ଅଣ୍ଡା ସହ ବାଦାମ ମିଠା ପ୍ରଦାନ କରାଯାଉଛି । କୋଟିଆରେ ଆନ୍ଧ୍ର ଅଙ୍ଗନବାଡି ବି ଚାଲିଛି। ବିଭିନ୍ନ ମହଲରୁ ଏହାକୁ ନିନ୍ଦା କରାଯାଇଛି। ଆନ୍ଧ୍ରର ମନମାନିକୁ ରୋକା ନଗଲେ ଆଗାମୀ ଦିନରେ କୋଟିଆରେ ଓଡ଼ିଆ ଭାଷା ବିପର୍ଯ୍ୟୟର ହେବ ସମ୍ମୁଖୀନ।

ସାତ ମାସର ଗର୍ଭବତୀଙ୍କୁ ବସଷ୍ଟାଣ୍ଡରେ ଛାଡ଼ି ସ୍ବାମୀ ଫେରାର

ନନ୍ଦିଘୋଷ ବ୍ୟୁରୋ: ସାତ ମାସର ଗର୍ଭବତୀଙ୍କୁ ବସଷ୍ଟାଣ୍ଡରେ ଛାଡ଼ି ସ୍ବାମୀ ଫେରାର । ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ସହରରେ । ସ୍ବାମୀ ଛାଡ଼ି ପଳାଇବା ପରେ ମାନସିକସ୍ତରରେ ସମ୍ପୂର୍ଣ୍ଣ ଭାବରେ ଭାଙ୍ଗି ପଡ଼ିଥିବା ମହିଳା ଜଣଙ୍କ ସ୍ପଷ୍ଟ ଭାବରେ କିଛି କଥା କହପାରୁନଥିଲେ । ଏଭଳି କି ଲୋକଙ୍କୁ ଦେଖି ଭୟ କରୁଥିଲେ । ମହିଳାଙ୍କ କହିବା ଅନୁଯାୟୀ ତାଙ୍କ ସ୍ବାମୀଙ୍କ ନାମ ଦିନେଶ ଜାନି । କିଛି ବର୍ଷ ତଳେ ଦୁହେଁ ଦାଦନ ଖଟିବାକୁ ହାଇଦ୍ରାବାଦ ଯାଇଥିଲେ। ସେଠାରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ତେବେ ସ୍ବାମୀ ଦିନେଶ ଓ ମହିଳା ବସ ଯୋଗେ ଉମରକୋଟ ଆସି ନୁଆ ବସଷ୍ଟାଣ୍ଡ ଠାରେ ଓହ୍ଲାଇଥିଲେ । ପହଞ୍ଚିବା ପରେ ସ୍ବାମୀ କେଉଁଆଡେ ଫେରାର ହୋଇଯାଇଛନ୍ତି । ସ୍ବାମୀଙ୍କ ଅପେକ୍ଷା ଓ ଅସହାୟ ଅବସ୍ଥାରେ ବସଷ୍ଟାଣ୍ଡରେ ହିଁ ବସି ରହିଥିଲେ ଗର୍ଭବତୀ । ତେବେ ଖବର ପାଇ ଆଜି ଶୋଭା NGOର ଜିଲ୍ଲା ସଂଯୋଜିକା ଉମା ଶତନାମୀ ଏବଂ ନବରଙ୍ଗପୁର ସଖୀ ୱାନ ଷ୍ଟପ ସେଣ୍ଟରର ଜସ୍ନିନ ସିଂ ତାଙ୍କୁ ଉଦ୍ଧାର କରି ୱାନ ଷ୍ଟପ ସେଣ୍ଟରରେ ରଖିଛନ୍ତି ।

ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ କେ. ପି. ଶର୍ମା ଓଲି ଏବଂ ପୂର୍ବତନ ଗୃହମନ୍ତ୍ରୀ ରମେଶ ଲେଖକଙ୍କୁ ଗିରଫ ଦାବି କଲା ଜେନ ଜେଡ୍

ନନ୍ଦିଘୋଷ ବ୍ୟୁରୋ: ନେପାଳ ସରକାରଙ୍କ ନିକଟରେ ଦାବି ଦୋହରାଇଲା ଜେନ ଜେଡ। ପୂର୍ବତନ ପ୍ରଧାନମନ୍ତ୍ରୀ କେ. ପି. ଶର୍ମା ଓଲି ଏବଂ ପୂର୍ବତନ ଗୃହମନ୍ତ୍ରୀ ରମେଶ ଲେଖକଙ୍କୁ ଗିରଫ ଦାବି କଲା ଜେନ ଜେଡ। ଗତ ୮ ତାରିଖରେ ନେପାଳରେ ହୋଇଥିବା ହିଂସା ତଥା ସରକାର ବିରୋଧୀ ହିଂସାରେ ପ୍ରାଣ ହରାଇଥିଲେ ୧୯ ଜଣ। ସେମାନଙ୍କ ମୃତ୍ୟୁ ଲାଗି ଉଭୟ ଓଲି ଏବଂ ରମେଶ ଦାୟୀ ବୋଲି କହିଛି ଜେନ ଜେଡ। ଏହି ଦୁଇ ନେତା କ୍ଷମତାର ଅପବ୍ୟବହାର କରିଥିବା ଅଭିଯୋଗ କରିଛି ଜେନଜେଡ। ଜେନ ଜେଡର ପରାମର୍ଶଦାତା ନିକୋଲାସ ଭୂସାଲ କହିଛନ୍ତି- ନେପାଳ ହିଂସାରେ ଓଲି, ଲେଖକ ଓ କାଠମାଣ୍ଡୁର ମୁଖ୍ୟ ଜିଲ୍ଲା ଅଧିକାରୀ ଛବି ରିଜାଲଙ୍କୁ ତୁରନ୍ତ ଗିରଫ କରାଯାଉ। ପୋଲିସର ଗୁଳି ଲାଗି ଏହି ୩ ଜଣ ଦାୟୀ ବୋଲି ସେ କହିଛନ୍ତି। ଦେଶରେ ସୋସିଆଲ ମିଡିଆ ନିଷିଦ୍ଧ ଏବଂ ବ୍ୟାପକ ଦୁର୍ନୀତି ପରେ ହିଂସା ତେଜିଥିଲା। ଦେଶରେ ବ୍ୟାପକ ପୋଡ଼ାଜଳା ଓ ହିଂସାକାଣ୍ଡ ସୃଷ୍ଟି ହୋଇଥିଲା।

ICCର ବଡ଼ ନିଷ୍ପତ୍ତି: ଭାରତ-ପାକିସ୍ତାନ ମ୍ୟାଚରେ ରେଫରୀ ରହିବେ ଆଣ୍ଡି ପାଇକ୍ରପ୍ଟ

ନନ୍ଦିଘୋଷ ବ୍ୟୁରୋ: ଏସିଆ କପରେ ଆଜି ଭାରତ ଓ ପାକିସ୍ତାନ ମଧ୍ୟରେ ସୁପର-୪ ମ୍ୟାଚ୍ ହେବାକୁ ଯାଉଛି । ଟୁର୍ଣ୍ଣାମେଣ୍ଟରେ ଏହା ଭାରତ ଓ ପାକିସ୍ତାନ ମଧ୍ୟରେ ଦ୍ବିତୀୟ ମୁକାବିଲା ହେବ । ପ୍ରଥମ ମ୍ୟାଚରେ ହ୍ୟାଣ୍ଡଚେକ ବିବାଦ ଚର୍ଚ୍ଚାରେ ରହିଥିଲା । ଭାରତୀୟ ଖେଳାଳି ପାକିସ୍ତାନ ଖେଳାଳିଙ୍କ ସହ ହାତ ମେଳାଇବାକୁ ମନା କରି ଦେଇଥିଲେ । ଏହାପରେ ପାକିସ୍ତାନ ମ୍ୟାଚ ରେଫରୀ ଆଣ୍ଡି ପାଇକ୍ରପ୍ଟଙ୍କୁ ହଟାଇବାକୁ ଦାବି କରିଥିଲେ । ହେଲେ ଆଇସିସି ଏମିତି କରିବାକୁ ମନା କରି ଦେଇଥିଲା । ଆଉ ଭାରତ-ପାକିସ୍ତାନ ମଧ୍ୟରେ ଆଜିର ସୁରପ-୪ ମୁକାବିଲା ପୂର୍ବରୁ ଆଇସିସି ପକ୍ଷରୁ ପାକିସ୍ତାନକୁ ମିଳିଛି ଆଉ ଏକ ବଡ଼ ଝଟକା ।

ଆଜିର ମ୍ୟାଚରେ ଆଣ୍ଡି ପାଇକ୍ରପ୍ଟ ହିଁ ମ୍ୟାଚ୍ ରେଫରୀ ରହିବେ ବୋଲି ଆଇସିସି ସ୍ପଷ୍ଟ କରି ଦେଇଛି । ସେପଟେ ହ୍ୟାଣ୍ଡସେକ ବିବାଦକୁ ନେଇ ଭାରତର ପୂର୍ବତନ ଅଫ ସ୍ପିନର ରବିଚନ୍ଦ୍ରନ ଅଶ୍ବିନୀ ଆଣ୍ଡିଙ୍କ ସମର୍ଥନରେ ବାହାରିଛନ୍ତି । ନିଜ ୟୁଟ୍ୟୁବ ଚ୍ୟାନେଲ ‘ଅଶ କୀ ବାତ୍’ରେ ଅଶ୍ବିନୀ କହିଛନ୍ତି, ଆଣ୍ଡି ପାଇକ୍ରପ୍ଟ ସମସ୍ତଙ୍କୁ ସବୁଠାରୁ ଖରାପ ପରିସ୍ଥିତି ଦେଖିବାରୁ ରକ୍ଷା କରିଛନ୍ତି । ଭାରତ ପକ୍ଷରୁ ଆରମ୍ଭରୁ ମ୍ୟାଚ୍ ରେଫରୀଙ୍କୁ ନିଜ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦିଆଯାଇଥିଲା । ଏହାପରେ ତୁମେ ମ୍ୟାଚ୍ ହାରିଗଲ । ଏବେ ଅଭିଯୋଗ କେଉଁ କଥାକୁ ନେଇ କରୁଛ ।

ପାକିସ୍ତାନକୁ ଧୋଇଲେ ଅଶ୍ବିନୀ
ଏହାସହ ପାକସ୍ତାନକୁ ସମାଲୋଚନା କରିବା ସହ ଅଶ୍ବିନୀ କହିଛନ୍ତି, ଖେଳାଳିଙ୍କୁ ହାତ ମିଶାଇବାକୁ ରେଫରୀ ବାଧ୍ୟ କରିବା ଧାରଣ ସମ୍ପୂର୍ଣ୍ଣ ଭୁଲ । ସେ କୌଣସି ସ୍କୁଲର ଶିକ୍ଷକ କି ପ୍ରିନ୍ସପାଲ ନୁହଁନ୍ତି, ଆସିବି କହିବେ ହାତ ମିଶାଅ । ଏହା ତାଙ୍କ କାମ ନୁହେଁ, ତେଣୁ ସେ ଭୁଲ କେମିତି ହେଲେ ? ସେହିପରି ଆଇସିସି ମଧ୍ୟ ସ୍ପଷ୍ଟ କରି ସାରିଛି ପାଇକ୍ରପ୍ଟ ସ୍ବିରିଟ ଅଫ୍ ଦି ଗେମର ଉଲ୍ଲଂଘନ କରିନାହାନ୍ତି । ସେ କେବଳ ସେହି ସୂଚନା ପହଞ୍ଚାଇଛନ୍ତି ଯାହା ଏସିଆନ କ୍ରିକେଟ କାଉନସିଲ (ଏସିସି)ର ଭେନ୍ୟୁ ମ୍ୟାନେଜର ଦେଇଥିଲେ ।

ପାକିସ୍ତାନର ବାରମ୍ବାର ଅଭିଯୋଗ ପରେ ବି ଆଇସିସି ରବିବାର ଅର୍ଥାତ ଆଜି ଭାରତ ଓ ପାକିସ୍ତାନ ମଧ୍ୟରେ ହେବାକୁ ଯାଉଥିବା ଏସିଆ କପର ସୁପର-୪ ମ୍ୟାଚର ରେଫରୀ ଭାବେ ନିଯୁକ୍ତି ଦେଇଛି । ଏହା ସ୍ପଷ୍ଟ କରୁଛି ଯେ, ଆଇସିସି ନିଜ ଏଲିଟ ପ୍ୟାନେଲକୁ ନେଇ ସ୍ପଷ୍ଟ ରହିଛି ଓ ପିସିବି ଦାବି ପରେ ବି ଚାପରେ ମୁଣ୍ଡ ନୁଆଁଇବାକୁ ପ୍ରସ୍ତୁତ ନାହିଁ ।

ଅକ୍ଷୟ କୁମାର-ସୈଫଙ୍କ ଯୋଡ଼ିକୁ ନେଇ ଚର୍ଚ୍ଚା, ଏହି ଫିଲ୍ମରେ କରିବେ କମାଲ…

ନନ୍ଦିଘୋଷ ବ୍ୟୁରୋ: ଅକ୍ଷୟ କୁମାର । ବଲିଉଡର ଖିଲାଡ଼ିଷ୍ଟାରକୁ କିଏ ବା ନଜାଣେ । ଦମଦାର ଅଭିନୟ ହେଉ କି, କମେଡି ସବୁବେଳେ ଦର୍ଶକଙ୍କ ମନମୋହିଥିବା ଅକ୍ଷୟ କୁମାରଙ୍କ ଜଲି ଏଲଏଲବି-୩ ଏବେ ଭଲ ରୋଜଗାର କରୁଛି । ୨ ଦିନ ମଧ୍ୟରେ ଭଲ ରୋଜଗାର କରୁଥିବାବେଳେ ଯଦି ଏହି ସପ୍ତାହରେ ଏମିତି ଭଲ ରୋଜଗାର କରିବ ତାହେଲେ ବହୁତ ଶୀଘ୍ର ୧୦୦ କୋଟି ଟଙ୍କା ଶୀଘ୍ର ଆୟ କରିପାରିବ । ସେପଟେ ଏହି ଫିଲ୍ମ ସହ ଆଗାମୀ ଦିନରେ ଅକ୍ଷୟଙ୍କ ଆଉ ଏକ ହିଟ୍ ଫିଲ୍ମ ଆସିବାକୁ ଯାଉଛି । ଯେଉଁଥିରେ ସେ୍ୖଫ ଅଲ୍ଲିଖାନ ମଧ୍ୟ ନଜର ଆସୁଛନ୍ତି । ଉଭୟଙ୍କ ଯୋଡ଼ିକୁ ଦର୍ଶକେ ବେଶ ପସନ୍ଦ କରିବେ ବୋଲି ଆଶା ରଖାଯାଇଛି ।

’ହେଓ୍ବାନ’ ଫିଲ୍ମର ଶୀର୍ଷକ ରହିଥିବାବେଳେ ପ୍ରିୟଦର୍ଶନଙ୍କ ଦ୍ବାରା ଏହା ନିର୍ଦ୍ଦେଶନା ଦିଆଯିବ । ତେବେ ଏହି ଫିଲ୍ମଟି ମାଲାୟଲମ ଫିଲ୍ମର ରିମେକ୍ । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି କି, ଏହି ଫିଲ୍ମରେ ମୋହନଲାଲ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ ବୋଲି ଖବର ମିଳିଛି । ୨୦୨୬ ମସିହାରେ ଏହି ଫିଲ୍ମଟି ରିଲିଜ ହେବାକୁ ଥିବାରବେଳେ ଏହା ବ୍ୟବସାୟୀକ ଦୃଷ୍ଟି କୋଣରୁ ଭଲ ରହିବ ବୋଲି ଆଶା କରାଯାଉଛି ।

ଭାରତ-ପାକିସ୍ତାନ ମ୍ୟାଚକୁ ନେଇ ପୁଣିଥରେ ଟାର୍ଗେଟ କଲେ କଂଗ୍ରେସ ସାଂସଦ

ନନ୍ଦିଘୋଷ ବ୍ୟୁରୋ: ଏସିଆ କପର ସୁପର ୪ ମୁକାବିଲାର ସୁପର ସଣ୍ଡେରେ ସୁପର ମ୍ୟାଚ ଅନୁଷ୍ଠିତ ହେବାକୁ ଯାଉଛି । ଚଳିତ ଏସିଆ କପରେ ଦ୍ବିତୀୟ ଥର ଲାଗି ଭାରତ-ପାକିସ୍ତାନ ଭେଟାଭେଟି ହେବାକୁ ଯାଉଛନ୍ତି । ତେବେ ଭାରତ-ପାକିସ୍ତାନ ମ୍ୟାଚ ଖେଳାଯିବାର ପ୍ରଥମ ମ୍ୟାଚରୁ ବିରୋଧ କରାଯାଉଛି । ଏପରିକି ଭାରତ-ପାକିସ୍ତାନ ମ୍ୟାଚର ସମସ୍ତ ଟିକେଟ ମଧ୍ୟ ବିକ୍ରି ହୋଇନଥିଲା ।  ଏବେ ପୁଣିଥରେ ଭେଟାଭେଟି ହୋଇଥିବାବେଳେ ଏହାକୁ ବିରୋଧ କରିଛନ୍ତି କଂଗ୍ରେସ ସାଂସଦ ଇମ୍ରାନ ମାସୁଦ । ସେ କହିଛନ୍ତି କି, ଏହା ଏକ ଜୁଆ ଖେଳ । ଟଙ୍କା ପାଇଁ ମ୍ୟାଚ ଖେଳାଯାଉଛି ।

ଅପରେସନ ସିନ୍ଦୂର ପରେ ଦ୍ବିତୀୟଥର ଲାଗି ଭେଟାଭେଟି ହେଉଛି ଭାରତ-ପାକିସ୍ତାନ । କ୍ରିକେଟ ମଇଦାନରେ ଲଢ଼େଇ ହେଉଥିଲେ ସୁଦ୍ଧା ଟଙ୍କା ଲାଗି ଏପରି କରାଯାଉଥିବା କହି ଟାର୍ଗେଟ କରିଛନ୍ତି । ଏହାସହ ସେ କହିଛନ୍ତି କି, ପହଲଗାମ ଆତଙ୍କବାଦୀ ଆକ୍ରମଣରେଯେଉଁମାନଙ୍କ କ୍ଷତି ହୋଇଛି ସେମାନେ କେତେ ଦୁଃଖରେ ରହିଛନ୍ତି ସେମାନେ ଜାଣିଛନ୍ତି । ପୁଣି କାହିଁ ମ୍ୟାଚ ଖେଳାଯାଉଛି ବୋଲି ସେ ପ୍ରଶ୍ନ କରିଛନ୍ତି ।

ଗୁଣିଗାରେଡି ସନ୍ଦେହରେ ପରିବାରର ୩ ଜଣ ସଦସ୍ୟଙ୍କୁ ନିସ୍ତୁକ

0

ନନ୍ଦିଘୋଷ ବ୍ୟୁରୋ: ସୋର ଥାନା ମଲିଚୁଆ ଗାଁରେ ଅଭାବନୀୟ ଘଟଣା । ଗୁଣିଗାରେଡି ସନ୍ଦେହରେ ପରିବାରର ୩ ଜଣ ସଦସ୍ୟଙ୍କୁ ନିସ୍ତୁକ ମାଡ଼। ଯୁବକ, ସ୍ତ୍ରୀ ଓ ଭାଉଜକୁ ତିନି ଦିନ ବାନ୍ଧି ଗ୍ରାମବାସୀ ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଛି । ଯୁବକଙ୍କ ଗୋଡ଼ରେ ଜଞ୍ଜିରରେ ତାଲା ପକାଇବା ସହ ଅଟକ ରଖି ନିସ୍ତୁକ ମାଡ ମରାଯାଇଛି । ଉଦ୍ଧାର କରିବାକୁ ଯାଇଥିବା ବେଳେ ପୋଲିସ ଗାଡିକୁ କାଠ ଗର ପକାଇ ଅଟକ ରଖିଥିଲେ ଗ୍ରାମବାସୀ। ପୋଲିସ ସ୍ଥାନୀୟ ଲୋକଙ୍କୁ ବୁଝାସୁଝା କରିବା ପରେ ୩ ଜଣଙ୍କୁ ଉଦ୍ଧାର କରାଯାଇଛି। ଗୁରୁତର ଯୁବକଙ୍କୁ ପୋଲିସ ଲୋକଙ୍କ କବଳରୁ ଉଦ୍ଧାର କରି ସୋର ଡାକ୍ତଖାନାରେ ଭର୍ତ୍ତି କରିଛି । ସୂଚନା ଅନୁସାରେ, ବାଲେଶ୍ୱର ଜିଲ୍ଲା ସୋର ଥାନା ମହୁମୁହାଣ ପଞ୍ଚାୟର ମଲିଚୁଆ ଗାଁରେ ଭାଉଜ ଓ ପତ୍ନୀଙ୍କୁ ନେଇ ରୁହନ୍ତି ଚୈତା ସିଂ।

ଗାଁ ଅପେକ୍ଷା ଦେବଗିରି ପାହାଡ଼ ରହି ପକ୍ଷୀ ଓ ପଶୁଙ୍କର କଞ୍ଚା ମାଂସ ଖାଇ ଜୀବନ ବିତାଏ ଚୈତା। ଯେବେ ଗାଁକୁ ଫେରେ, ସେହିଦିନ ଗାଁରେ ଅଘଟଣ ଘଟିଥାଏ ବୋଲି ଅଭିଯୋଗ କରନ୍ତି ସ୍ଥାନୀୟ ବାସିନ୍ଦା। ଚୈତା ଗୁଣିକରି ଗାଁର କିଛି ଲୋକଙ୍କୁ ପାଗଳି କରି ଦେଇଥିବା ନେଇ ଅଭିଯୋଗ ହୋଇଛି। ଏପରିକି ଦୁଇ ଶିଶୁଙ୍କୁ ମାରି ଦେଇଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହି ଘଟଣାକୁ ନେଇ ତିନି ଦିନ ତଳେ ଚୈତlକୁ ଗାଁ ଲୋକେ ଜଙ୍ଗଲରୁ ଧରି ନିସ୍ତୁକ ମାଡ ମାରି ତାଲା ପକାଇ ଅଟକ ରଖିଥିଲେ । ଆଜି ପୋଲିସ ଖବର ପାଇ ଚୈତାକୁ ଉଦ୍ଧାର ପାଇଁ ମଲିଚୁଆ ଗାଁକୁ ଯାଇଥିବା ବେଳେ, ଗ୍ରାମବାସୀ ପୋଲିସ ଗାଡିକୁ ଅଟକ ରଖିଥିଲେ । ପରେ ସ୍ଥାନୀୟ ଲୋକେ ମିଲିଚୁଆ ବାସୀଙ୍କୁ ବୁଝାସୁଝା କରିବାରୁ ଚୈତା ଓ ତାଙ୍କ ସ୍ତ୍ରୀ ଓ ଭାଉଜକୁ ଛାଡିଥିଲେ ଗ୍ରାମବାସୀ।

 

ନାମ ଫଳକକୁ ନେଇ ବିବାଦ, ଅଧିକାରୀଙ୍କୁ ଘେରିଲେ ଗାଁ ଲୋକେ

ନନ୍ଦିଘୋଷ ବ୍ୟୁରୋ: ନାମ ଫଳକକୁ ନେଇ ବିବାଦ। ଛୁଟି ଦିନରେ ନାମ ଫଳକ ଲଗାଇବାକୁ ନେଇ ଉତ୍ତେଜନା। ଅଧିକାରୀଙ୍କୁ ଘେରିଲେ ଗାଁ ଲୋକେ। ଖୋର୍ଦ୍ଧା ଜିଲ୍ଲା ବାଘମାରି ଥାନା ଓସ୍ତପୁର କୋଟପଲ୍ଲାରେ ଏହାକୁ ନେଇ ଗଣ୍ଡଗୋଳ। ପ୍ରଶାସନ ଆଜି ଉଭୟ ଗାଁ ନାମ ଲେଖି ଫଳକ ଲଗାଇବା ବେଳେ ଶହ ଶହ ସଂଖ୍ୟାରେ ମହିଳା ଏହାକୁ ବିରୋଧ କରିଥିଲେ। ଗତ ଅଗଷ୍ଟ ୮ତାରିଖ ରେ ଏହି ଗଣ୍ଡଗୋଳ ଲାଗିଥିଲା। ପ୍ରଶାସନ ୧୬୩ଧାରା ବିଏନ ଏସ୍ ଲାଗୁ କରିଥିଲା। ଦେଢ଼ ମାସ ଧରି  ସମସ୍ତ ଦୋକାନ ବଜାର ବନ୍ଦ ରହିଛି। ଆଜି ଛୁଟି ଦିନ ରେ ପ୍ରଶାସନ ନାମ ଫଳକ ଲଗାଇବା ବେଳେ ଦେଖାଦେଇଥିଲା ଉତ୍ତେଜନା। ବର୍ତ୍ତମାନ ଉଭୟ ଗାଁ ବିବାଦ କୁ ନେଇ ହାଇକୋର୍ଟ ରେ କେଶ ମଧ୍ୟ ଚାଲୁଛି।। ଖବର ପାଇ ଖୋର୍ଦ୍ଧା, ବୋଲଗଡ, ବେଗୁନିଆ, ସଦର ପୋଲିସ ଅଧିକାରୀ ୨ପ୍ଲାଟୁନ ପୋଲିସ ଫୋର୍ସ ସହ ଘଟଣା ସ୍ଥଳ ରେ ପହଞ୍ଚିଥିଲେ। ବେଗୁନିଆ ତହସିଲ ଦାର୍, ଏସ ଡି ପି ଓ  ସମସ୍ତେ ପହଞ୍ଚି ଲୋକଙ୍କୁ ବୁଝି କରିଥିଲେ। ମହିଳାମାନେ ପ୍ରଶାସନ ବିରୁଦ୍ଧରେ ବିକ୍ଷୋଭ କରିଛନ୍ତି। ପ୍ରଶାସନ ନାମ ଫଳକ ନ ଲଗାଇ ଫେରି ଯାଇଛି। ପୋଲିସ ପ୍ରଶାସନ ପରିସ୍ଥିତି ଉପରେ ନଜର ରଖିଛି। ସିସିଟିଭି ଲଗାଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି କରାଯାଇଛି ବିଏନଏସ୍ ଧାରା ୧୬୩ ଧାରା।  ସମସ୍ତ ଦୋକାନ ବଜାର, ଶିକ୍ଷା ଅନୁଷ୍ଠାନ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦରହିଛି।

ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇବା ପାଇଁ ଗୁଣିର ସାହାଯ୍ୟ : ଯୁବକ ଏବଂ ଯୁବତୀଙ୍କ ଫଟୋ ରଖି ଗୁଣି

ନନ୍ଦିଘୋଷ ବ୍ୟୁରୋ : ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇବା ପାଇଁ ଚାଲିଛି ଗୁଣି ଗାରେଡ଼ି । ରାତିରେ ଏକତରଫା ପ୍ରେମ କରୁଥିବା ଯୁବକ ଗାଁରେ ହଙ୍ଗାମା କରି ବନ୍ଧା ହୋଇଛି । ସଂପୃକ୍ତ ଯୁବକ ଏବଂ ଯୁବତୀଙ୍କ ଫଟୋ ରଖି ଗୁଣିଆ ଗୁଣି କରୁଛି । ଏଭଳି ଘଟଣାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଦେଖାଯାଉଛି ଯୁବକ ଏବଂ ଯୁବତୀଙ୍କ ଫଟୋ ରଖି ଗୁଣିଆ ଗୁଣି ଗାରେଡି କରୁଛି । ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇବା ପାଇଁ ଗୁଣିର ସାହାର୍ଯ୍ୟ ନେଇଛି ଯୁବକ ।  ଘଟଣାକୁ ନେଇ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଥାନାରେ ଅଭିଯୋଗ ହୋଇଛି । ଏକତରଫା ପ୍ରେମ କରୁଥିବା ଯୁବକ ଶାନ୍ତନୁ ଶତପଥି ଏବଂ ତା ସହଯୋଗୀକୁ ପୋଲିସ ହେପାଜତକୁ ନେଇ ପଚରାଉଚରା କରୁଛି ।