spot_img
Home Blog Page 372

ଆପଲ iphoneରେ ଗେରୁଆ ରଙ୍ଗ ଚଢ଼ିବା ପରେ ହଠାତ ବଢ଼ିଲା ଡିମାଣ୍ଡ, ୩ ଦିନିରେ ଆଉଟ୍ ଅଫ୍ ଷ୍ଟକ୍

ନନ୍ଦିଘୋଷ ବ୍ୟୁରୋ: Apple iPhone 17 Series ସବୁଠାରୁ ଦାମୀ ମଡେଲ iPhone 17 Pro Max ର କସ୍ମିକ ଅରେଞ୍ଜ ଭେରିଏଣ୍ଟର ଡିମାଣ୍ଡ ହଠାତ ବଢ଼ି ଯାଇଛି । କସ୍ମିକ ଅରେଞ୍ଜ ଭେରିଏଣ୍ଟ ଗେରୁଆ ରଙ୍ଗ ସହ ବହୁତ ମିଶି ଯାଉଛି । କମ୍ପାନୀ କର୍ମଚାରୀଙ୍କ ତଥ୍ୟ ଅନୁସାରେ ଏହି ରଙ୍ଗର ଭେରିଏଣ୍ଟ କିଣିବା ପାଇଁ ଲୋକଙ୍କ ମଧ୍ୟରେ ବହୁତ ଉତ୍ସାହ ଦେଖିବାକୁ ମିଳୁଛି । ଫ୍ରି ବୁକିଂ ଆରମ୍ଭ ହେବାର ମାତ୍ର ତିନି ଦିନରେ ଏହି ଭେରିଏଣ୍ଟ ଭାରତ ଓ ଆମେରିକାରେ ଆଉଟ୍ ଅଫ୍ ଷ୍ଟକ୍ ହୋଇଯାଇଛି ।

ଆପଲ ଇଣ୍ଡିଆ ଅଧିକାରୀଙ୍କ ଓ୍ବେବସାଇଟରୁ ମିଳିଥିବା ତଥ୍ୟ ଅନୁସାରେ ଭାରତରେ ଆଇଫୋନ୍ ପ୍ରୋ ମ୍ୟାକ୍ସର ସମସ୍ତ ଭେରିଆଣ୍ଟ ଆପଲ ଷ୍ଟୋରର ପିକ-ଅପ୍ ବିକଳ୍ପ ସହ ପ୍ରି-ଅର୍ଡର ପାଇଁ ଉପଲବ୍ଧ ନାହିଁ । ଭାରତରେ iPhone 17 Pro Max ଓ iPhone 17 Pro ସିରିଜ, ଉଭୟ କସ୍ମିକ ଅରେଞ୍ଜ ଡିଭାଇସ ଷ୍ଟୋର ପିକ୍-ଅପ୍ ଅପସନ ସହ ପ୍ରି ବୁକିଂ ପାଇଁ ଉପଲବ୍ଧ ନାହିଁ ।

ମିଡିଆ ତଥ୍ୟ ଅନୁସାରେ, ଜଣେ ଆପଲ ବିଶେଷଜ୍ଞ କହିଛନ୍ତି, ଆପଣମାନଙ୍କୁ ଏପରି କହିବା ବେଳେ ଦୁଃଖ ଲାଗୁଛି । ହେଲେ ବହୁ ସଂଖ୍ୟାରେ ପ୍ରି-ଅର୍ଡର କାରଣରୁ iPhone 17 Pro Max ର ସମସ୍ତ କସ୍ମିକ ଅରେଞ୍ଜ ବିକ୍ରି ବଢ଼ି ଯାଇଛି । ଆଇଫୋନ ୧୭ ପ୍ରି ମ୍ୟାକ୍ସର କୌଣସି ବି ଷ୍ଟୋରେଜ ଭେରିଏଣ୍ଟରେ ବର୍ତ୍ତମାନ ଏହି ରଙ୍ଗର ଅପସନ ଉପଲବ୍ଧ ନାହିଁ । ସମସ୍ୟା ପାଇଁ ଦୁଃଖ ଲାଗୁଛି । ତେବେ ଆମ ବ୍ୟାକ୍ ଆଣ୍ଡ ଟିମ୍ ଶୀଘ୍ର କସ୍ମିକ ଅରେଞ୍ଜ (ଗେରୁଆ) ଭାରିଏଣ୍ଟକୁ ବଜାରକୁ ଛାଡିବାକୁ ପ୍ରୟାସ ଚଲାଇଛନ୍ତି । କିଛି ଷ୍ଟୋରରେ ସେପ୍ଟେମ୍ବର ୧ରୁ ଲିମିଟେଡ ୟୁନିଟ ଉପଲବ୍ଧ ହେବ । ସେହିପରି ପ୍ରି ବୁକିଂ ଅର୍ଡର ବିନା ମଧ୍ୟ ଏହି ଫୋନ୍ କିଣି ହେବ । ହେଲେ ଏହି ହ୍ୟାଣ୍ଡସେଟ ପ୍ରଥମେ ଆସ, ପ୍ରଥମେ ନିଅ ଆଧାରରେ ମିଳିବ ।

ଭାରତରେ ଦାମ କେତେ ?

ଆଇଫୋନ ୧୭ ପ୍ରୋ ମ୍ୟାକ୍ସର ୨୫୬ ଜିବି ଭେରିଏଣ୍ଟ, ୫୧୨ ଜିବି, ୧ ଟିବି ଓ ୨ ଟିବି ଏହିପରି ୪ଟି ଷ୍ଟୋରେଜ୍ ଭେରିଏଣ୍ଟ ରହିଛି । ଆଉ ଏହାର ମୂଲ୍ୟ କ୍ରମଶ ୧,୪୯,୯୦୦ ଟଙ୍କା, ୧,୬୯,୯୦୦ ଟଙ୍କା, ୧,୮୯,୯୦୦ ଟଙ୍କା ଓ ୨,୨୯,୯୦୦ ଟଙ୍କା ରହିଛି । ୧୨ ସେପ୍ଟେମ୍ବରରୁ ଆଇଫୋନ ୧୭ ସିରିଜର ପ୍ରି ବୁକିଂ ଆରମ୍ଭ ହୋଇଥିଲା । ୧୯ ଡିସେମ୍ବରରୁ ପ୍ରି ବୁକିଂ କରିଥିବା ଗ୍ରେହକଙ୍କୁ ଫୋନ ଡେଶିଭର କରିବା ଆରମ୍ଭ ହୋଇଯିବ ।

ମେଘାଳୟ ସରକାରରେ ହଲଚଲ: ବିଜେପି ଶାସିତ ମନ୍ତ୍ରିମଣ୍ଡଳର ୬୬ ପ୍ରତିଶତ ମନ୍ତ୍ରୀଙ୍କ ଇସ୍ତଫା

ନନ୍ଦିଘୋଷ ବ୍ୟୁରୋ: ମେଘାଳୟରେ ରାଜନୀତି ଉଷ୍ଣ ହେବାରେ ଲାଗିଛି । ରାଜ୍ୟରେ ଚାଲିଥିବା ବିଜେପି ମେଣ୍ଟ ସରକାରର ୧୨ରୁ ୮ ଜଣ ମନ୍ତ୍ରୀ ଇସ୍ତଫା ଦେଇ ଦେଇଛନ୍ତି । ଇସ୍ତଫା ଦେଇଥିବା ମନ୍ତ୍ରୀମାନେ ଏନପିପି, ୟୁଡିପି, ଏଚଏସପିଡିପି ଓ ବିଜେପି ଦଳର । ଇସ୍ତଫା ଦେଇଥିବା ମନ୍ତ୍ରୀମାନେ ହେଲେ ଏନିପିପିର ଅମ୍ପାରିନ ଲିଙ୍ଗଦୋହ, କମିଙ୍ଗିନ ୟମ୍ବୋନ, ରକ୍କମ ଏ. ସଙ୍ଗମା ଏବଂ ଅବୁ ତାହିର ମଣ୍ଡଳ, ୟୁଡିପିରୁ ପର୍ଲ ଲିଙ୍ଗଦୋହ ଏବଂ କିରମେନ ଶାୟଲା, ଏଚଏସପିଡିପିରୁ ଶକଲିୟାର ବାରିଜିର ଏବଂ ବିଜେପିର ଏ.ଏଲ. ହେକ । ମେଘାଳୟ ମନ୍ତ୍ରିମଣ୍ଡଳରେ ଅଦଳ ବଦଳ ହେବା ପାଇଁ ଏମାନେ ଇସ୍ତଫା ଦେଇଥିବା ଜଣାପଡ଼ିଛି ।

ବର୍ତ୍ତମାନ ମେଘାଳୟରେ ନ୍ୟାଶନାଲ ପିପୁଲ୍ସ ପାର୍ଟର ସରକାର ଚାଲିଛି । ଯାହାର ନେତୃତ୍ବ ମୁଖ୍ୟମନ୍ତ୍ରୀ କୋନରାଡ ସଙ୍ଗମା କରୁଛନ୍ତି । ଏହି ସରକାରରେ ଏକାଧିକ ଦଳ ସାମିଲ ଅଛନ୍ତି । ଏହି ସରକାର ମେଘାଳୟ ଡେମୋକ୍ରେଟିକ ଏଲାୟନ୍ସ ନାମକ ମେଣ୍ଟ ଉପରେ ଆଧାରିତ । ୨୦୨୩ ବିଧାନସଭା ନିର୍ବାଚନ ପରେ ଏହି ମେଣ୍ଟ ହୋିଥିଲା । ୬୦ ସଦସ୍ୟ ବିଶିଷ୍ଟ ମେଘାଳୟ ବିଧାନସଭାରେ ମୋଟ ୧୨ ଜଣ ମନ୍ତ୍ରୀ ରହିପାରିବେ । ଏମାନଙ୍କ ମଧ୍ୟରୁ ୮ ଜଣ ଇସ୍ତଫା ଦେଇ ଦେଇଛନ୍ତି ।

କାହିଁକି ଦେଲେ ଇସ୍ତଫା ?

କ୍ୟାବିନେଟ ବିସ୍ତାର ପୂର୍ବରୁ ମନ୍ତ୍ରୀଙ୍କ ଇସ୍ତଫାର କାରଣ ବି ପଦାକୁ ଆସିଛି । ମନ୍ତ୍ରିମଣ୍ଡଳରେ ନୂଆ ଚେହେରାଙ୍କୁ ସୁଯୋଗ ଦେବାକୁ ଏପରି କରାଯାଇଛି । ଆଜି ସନ୍ଧ୍ୟାରେ ନୂଆ ମନ୍ତ୍ରୀଙ୍କୁ ରାଜଭବନରେ ଶପଥ ପାଠ କରାଯିବ । ତେବେ ମନ୍ତ୍ରିମଣ୍ଡଳ ଅଦଳବଦଳକୁ ନେଇ ଏକାଧିକ କାରଣ କୁହାଯାଉଛି । ସୂଚନା ଅନୁସାରେ, ସହଯୋଗୀ ପାର୍ଟିଙ୍କୁ ଅଧିକ ସୁଯୋଗ ଦିଆଯିବାକୁ ଏହି ଅଦଳବଦଳ କରାଯାଉଥିବା କୁହାଯାଉଛି ।

ତଥ୍ୟ ଅନୁସାରେ ଏନିପିପି ବିଧାୟକ ବୋଲାଦମିକ ଶାୟଲା, ସୋସ୍ଥନିସ ସୋହତୁନ, ବ୍ରେନିଙ୍ଗ ଏ. ସଙ୍ଗମା ଏବଂ ଟିମୋଥ ଡି ଶିରା ମନ୍ତ୍ରିମଣ୍ଡଳରେ ସାମିଲ ହୋଇପାରନ୍ତି । ଏମାନଙ୍କ ବ୍ୟତୀତ ୟୁଡିପି ପ୍ରମୁଖ ମେତବାହ ଲିଙ୍ଗଦୋହ ଏବଂ ପୂର୍ବତନ ମନ୍ତ୍ରୀ ଲଖମେନ ରିମ୍ବୁଇ ବି ଶପଥ ନେବାର ସମ୍ଭାବନା ରହିଛି । ସେହିପରି ଏଚଏସପିଡିପି ବିଧାୟକ ମେଥୋଡିୟସ ଦଖାର ମନ୍ତ୍ରିମଣ୍ଡଳରେ ଶକଲିୟାର ବାରଜିରିଙ୍କ ସ୍ଥାନ ନେଇ ପାରନ୍ତି । ସେହିପରି ବିଜେପିର ସନବୋର ଶୁଲ୍ଲଇ ମନ୍ତ୍ରିମଣ୍ଡଳରେ ଏଏଲ ହେକଙ୍କ ସ୍ଥାନ ନେଇପାରନ୍ତି ।

ରାଇନା- ଧାଓ୍ବନଙ୍କ ପରେ ଯୁବରାଜ-ଉଥପ୍ପା , ଏବେ ଇଡି କରିବ ପଚରାଉଚରା

0

ନନ୍ଦିଘୋଷ ବ୍ୟୁରୋ: ମନି ଲଣ୍ଡରିଂ ମାମଲାରେ ଇଡି ପୂର୍ବତନ କ୍ରିକେଟର ସୁରେଶ ରାଇନା ଏବଂ ଶିଖର ଧାଓ୍ବନଙ୍କୁ ସମନ କରିସାରିଛି । ଗେମିଂ ଆପ ପାଇଁ ଇଡି ପଚରାଉଚରା କରିଥିବାବେଳେ ଏବେ ପୂର୍ବତନ କ୍ରିକେଟର ଯୁବରାଜ ସିଂ ଏବଂ ରବିନ ଉଥପ୍ପାଙ୍କୁ ସମନ କରିଛି । ଆସନ୍ତା ୨୨ ତାରିଖରେ ଉଥପ୍ପା ଏବଂ ୨୩ରେ ଯୁବରାଜ ଇଡିରେ ହାଜର ହେବେ । ଏମାନଙ୍କ ଗେମିଂ ଆପ୍ ପାଇଁ ପଚରାଉଚରା କରାଯିବ । ତେବେ ପୂର୍ବରୁ ଅନେକ କ୍ରିକେଟର ଏବଂ ସେଲିବ୍ରେଟି ଇଡିରେ ହାଜର ହୋଇସାରିଛନ୍ତି ।

ଇଣ୍ଡିଆନ କ୍ରିକେଟ୍ ଟିମର ନୂଆ ସ୍ପନସର ହେଲା ଆପୋଲୋ ଟାୟାର, ପ୍ରତି ମ୍ୟାଚ୍ ପାଇଁ କେତେ ଟଙ୍କା ଦେବ ଜାଣିଛନ୍ତି କି ?

ନନ୍ଦିଘୋଷ ବ୍ୟୁରୋ: ଏସିଆ କପ୍ ଚାଲିଥିବା ବଳେ ଟିମ୍ ଇଣ୍ଡିଆକୁ ନେଇ ଆସିଛି ବଡ଼ ଖବୀ । ଟିମ୍ ଇଣ୍ଡିଆକୁ ନିଜ ଜର୍ସି ପାଇଁ ନୂଆ ସ୍ପନସର ମିଳିଯାଇଛି । ଆପୋଲୋ ଟାୟାର ଏହି ବାଜି ମାରିଛି । ଏବେ ଆପୋଲୋ ଟାୟାର ଟିମ୍ ଇଣ୍ଡିଆ ଜର୍ସିରେ ଡ୍ରିମ-୧୧ର ସ୍ଥାନ ନେବ । ଟିମ୍ ଇଣ୍ଡିଆର ସ୍ପନସରସିପ୍ ପାଇଁ ଆପୋଲୋ ଟାୟାର ସହ ବିସିସିଆଇ ୨୦୨୭ ପର୍ଯ୍ୟନ୍ତ ଯୁକ୍ତି କରିଛି । ଏହି ସମୟ ମଧ୍ୟରେ ଭାରତ ପ୍ରାୟ ୧୩୦ଟି ମ୍ୟାଚ୍ ଖେଳିବ ।

ପ୍ରତି ମ୍ୟାଚରେ କେତେ ଦେବେ ଆପୋଲୋ ଟାୟାର ?

ଏବେ ଚିନ୍ତା କରୁଥିବେ ଆପୋଲୋ ଟାୟାର ବିସିସିଆଇ ସହ କେତେ ଟଙ୍କାରେ ଏହି ଚୁକ୍ତି କରିଛି । ରିପୋର୍ଟ ଅନୁସାରେ ଆପୋଲୋ ଟାୟାର ପ୍ରତି ମ୍ୟାଚ୍ ପାଇଁ ୪.୫ କୋଟି ଟଙ୍କା ଦେବ । ଯାହା ଗତ ଚୁକ୍ତିଠାରୁ ୫୦ ଲକ୍ଷ ଟଙ୍କା ଅଧିକ । ଡ୍ରିମ-୧୧ ପ୍ରତି ମ୍ୟାଚ୍ ପାଇଁ ୪ କୋଟି ଟଙ୍କାର ଚୁକ୍ତି କରିଥିଲା ।

ମିଡ଼ିଆ ରୋପୋର୍ଟ ଅନୁସାରେ ଟିମ୍ ଇଣ୍ଡିଆର ଜର୍ସି ସ୍ପନସରସିପ୍ ରେସରେ କାନଭା ଓ ଜେକେ ଟାୟାର ବି ଥିଲେ । ହେଲେ ଆପୋଲୋ ଟାୟାର ରେସରେ ଉଭୟଙ୍କୁ ପଛରେ ପକାଇ ସ୍ପନସର ହାସଲ କରି ନେଇଛନ୍ତି । ଏମାନଙ୍କ ବ୍ୟତୀତ ବିରଲା ଅପ୍ଟସ ପେଣ୍ଟସ୍ ମଧ୍ୟ ସ୍ପନସରସିପ ପାଇଁ ଆବେଦନ କରିଥିଲେ । ହେଲେ ଏହି ଦୁଇ କମ୍ପାନୀ ନିଲାମୀରେ ଭାଗ ନେଇ ନଥିଲେ ।

ସେପ୍ଟେମ୍ବର ୧୬ ତାରିଖରେ ଏହି ନିଲାମୀ କରାଯାଇଥିଲା । ସେପ୍ଟେମ୍ବର ୨ ତାରିଖରେ ବିସିସିଆଇ ନିଜ ପ୍ରେସ ରିଲିଜରେ କହିଥିଲା ଗେମିଂ, କ୍ରିପ୍ଟୋ ଓ ତମାଖୁ ସହ ଜଡିତ କମ୍ପାନୀ ସ୍ପନସରସିପ ପାଇଁ ଆବେଦନ କରିପାରିବେ ନାହିଁ । ଏମାନଙ୍କ ବ୍ୟତୀତ ବ୍ୟାଙ୍କିଂ, ଫାଇନାନସିଆଲ କମ୍ପାନୀ, ସ୍ପୋର୍ଟସୱେର୍ ବନାଉ ଥିବା କମ୍ପାନୀଙ୍କୁ ମଧ୍ୟ ବିସିସିଆଇ ସ୍ପନସରସିପ୍ ନିଲାମୀରୁ ଦୂରରେ ରଖିଥିଲା ।

ବର୍ତ୍ତମାନ ଟିମ୍ ଇଣ୍ଡିଆ ଏସିଆ କପ୍ ଖେଳୁଛି । ଯାହା ୟୁଏଇର ଆବୁଧାବି ଓ ଦୁବାଇରେ ଖେଳାଯାଉଛି । ଭାରତୀୟ ଟିମ୍ ଏହି ଟୁର୍ଣ୍ଣାମେଣ୍ଟରେ ବିନା ସ୍ପନସରସିପରେ ଖେଳୁଛି । ତେବେ ଭାରତୀୟ ଟିମ ଜର୍ସିରେ ଆପୋଲୋ ଟାୟାରର ଲୋଗ ଏସିଆ କପ୍ ପରେ ଦେଖିବାକୁ ମିଳିବ ।

କିଏ ଏହି ଯୁବତୀ ? ଯାହାଙ୍କ ହାତରେ ଲେଖା ରହିଛି ହାର୍ଦ୍ଦିକଙ୍କ ଜର୍ସି ନମ୍ବର

0

ନନ୍ଦିଘୋଷ ବ୍ୟୁରୋ: ପୁଣିଥରେ ଚର୍ଚ୍ଚାରେ ରହିଛନ୍ତି ଟିମ ଇଣ୍ଡିଆର ଦକ୍ଷ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । ସବୁବେଳେ ନିଜର ଖେଳ ଏବଂ ବ୍ୟକ୍ତିଗତ ଜୀବନକୁ ନେଇ ହେଡଲାଇନରେ ରହିଥାନ୍ତି ପାଣ୍ଡ୍ୟା । ଏବେ ଏସିଆ କପରେ ଦମଦାର ପ୍ରଦର୍ଶନ କରୁଥିବା ହାର୍ଦ୍ଦିକ ପାଣ୍ଡ୍ୟା ନିଜର ବ୍ୟକ୍ତିଗତ ଜୀବନକୁ ନେଇ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛନ୍ତି । ପୂର୍ବତନ ପତ୍ନୀଙ୍କ ସହ ତାଙ୍କର ଡିଭର୍ସ ହେବା ପରେ ଏବେ ସେ ଆଉ ଜଣେ ଯୁବତୀଙ୍କ ପ୍ରେମରେ ପଡ଼ିଥିବା କୁହାଯାଉଛି । କାରଣ ଏହି ଯୁବତୀ ଜଣକ ଜଣେ ମଡେଲ ହୋଇଥିବାବେଳେ ତାଙ୍କ ହାତରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଜର୍ସି ନମ୍ବର ୩୩ ଲେଖା ରହିଛି ।

ଇନଷ୍ଟାଗ୍ରାମରେ ବେଶ ଜଣାଶୁଣା ମାହିମା ଶର୍ମାଙ୍କ ହାତରେ ରହିଛି ପାଣ୍ଡ୍ୟାଙ୍କ ଜର୍ସି ନମ୍ବର । ଯେଉଁ କାରଣରୁ କୁହାଯାଉଛି କି, ସେ ପାଣ୍ଡ୍ୟାଙ୍କ ସହ ରିଲେସନରେ ରହିଛନ୍ତି । ସେ ମଡେଲ ହେବା ପୂର୍ବରୁ ଅର୍ଥନୀତି ଏବଂ ଆର୍ଥିକ କ୍ଷେତ୍ରରେ ଡିଗ୍ରୀ ମଧ୍ୟ ହାସଲ କରିଛନ୍ତି। ମାହିକା ଭିଡିଓ ଗୀତ ଏବଂ ଅନେକ ବଡ଼ ବିଜ୍ଞାପନରେ କାମ କରିଛନ୍ତି। ଫ୍ୟାଶନ ଜଗତରେ, ମାହିକା ମନୀଷ ମାଲହୋତ୍ରା, ଅନିତା ଡୋଙ୍ଗରେ ଏବଂ ତରୁଣ ତାହିଲିଆନିଙ୍କ ସମେତ ଅନେକ ବଡ଼ ଫ୍ୟାଶନ ଡିଜାଇନରଙ୍କ ସହ କାମ କରିଛନ୍ତି। 2024 ମସିହାରେ, ସେ ଇଣ୍ଡିଆନ ଫ୍ୟାଶନ ପୁରସ୍କାରରେ ମଡେଲ ଅଫ୍ ଦି ଇୟର ପୁରସ୍କାର ଜିତିଥିଲେ।

ଅଭିନେତା ବୁଦ୍ଧାଦିତ୍ୟ ଅସୁସ୍ଥ, ଘରୋଇ ହସ୍ପିଟାଲରେ ଭର୍ତ୍ତି

ନନ୍ଦିଘୋଷ ବ୍ୟୁରୋ : ଅଭିନେତା ବୁଦ୍ଧାଦିତ୍ୟ ଅସୁସ୍ଥ । ଫୁସଫୁସ୍ ସଂକ୍ରମଣ କାରଣରୁ ଅସୁସ୍ଥ ହୋଇଛନ୍ତି ବୁଦ୍ଧାଦିତ୍ୟ । କଟକର ଏକ ଘରୋଇ ହସ୍ପିଟାଲରେ ସେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି । ମାସେ ହେବ ସେ ଥଣ୍ଡାରେ ପୀଡିତ ଥିଲେ । ଅଧିକ ଅସୁସ୍ଥ ହେବାରୁ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ବୁଦ୍ଧାଦିତ୍ୟ ।

ଭୟଙ୍କର ହୋଇପାରେ ହ୍ୟାଣ୍ଡ ଡ୍ରାୟର ବ୍ୟବହାର କରିବା …

ନନ୍ଦିଘୋଷ ବ୍ୟୁରୋ : ମଲ୍, ସିନେମା ହଲ୍, ଅଫିସ୍ କିମ୍ବା ବିମାନବନ୍ଦରରେ ସାର୍ବଜନୀନ ଶୌଚାଳୟ ବ୍ୟବହାର କରିବା ସମୟରେ, ଅଧିକାଂଶ ଲୋକ ହାତ ଧୋଇବା ପରେ ହାତ ଶୁଖାଇବା ପାଇଁ ହ୍ୟାଣ୍ଡ ଡ୍ରାୟର ବ୍ୟବହାର କରନ୍ତି। ଏହା ଆଧୁନିକ ଏବଂ ସହଜ ଦେଖାଯାଏ, କିନ୍ତୁ ଆପଣ କ’ଣ ଜାଣନ୍ତି କି ଏହି ସୁବିଧା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ବିପଦ ହୋଇପାରେ? ଅନେକ ଗବେଷଣାରୁ ଜଣାପଡିଛି ଯେ ହ୍ୟାଣ୍ଡ ଡ୍ରାୟରରୁ ବାହାରୁଥିବା ପବନ କେବଳ ହାତକୁ ଶୁଖାଏ ନାହିଁ, ବରଂ ବ୍ୟାକ୍ଟେରିଆ ଏବଂ ଭାଇରସ ମଧ୍ୟ ବିସ୍ତାର କରେ। ହ୍ୟାଣ୍ଡ ଡ୍ରାୟରଗୁଡ଼ିକ ଦ୍ରୁତ ଗତିରେ ପବନ ଛାଡିଥାଏ। ଏହି ପବନ ଟଏଲେଟ୍ ଓ ଫ୍ଲସ୍ ଦ୍ୱାରା ଜୀବାଣୁକୁ ଆକର୍ଷିତ କରେ ଏବଂ ଆପଣଙ୍କ ହାତରେ ବସିଯାଏ। ଏହାର ଅର୍ଥ ହେଉଛି ଆପଣଙ୍କ ହାତ ଧୋଇବା ପରେ ମଧ୍ୟ ମଇଳା ରହିପାରେ।

ଉଷ୍ମ ଏବଂ ଆର୍ଦ୍ର ବାୟୁ ଜୀବାଣୁ ବୃଦ୍ଧି ପାଇଁ ଏକ ଅନୁକୂଳ ପରିବେଶ ପ୍ରଦାନ କରେ | ତେଣୁ, ହ୍ୟାଣ୍ଡ ଡ୍ରାୟରର ବାରମ୍ବାର ବ୍ୟବହାର ଚର୍ମ ସଂକ୍ରମଣ ଏବଂ ଭୂତାଣୁ ରୋଗର କାରଣ ହୋଇପାରେ | ହ୍ୟାଣ୍ଡ ଡ୍ରାୟରର ଗରମ ପବନ ଚର୍ମକୁ ଶୁଷ୍କ କରିଦିଏ। ସମ୍ବେଦନଶୀଳ ଚର୍ମ ଥିବା ଲୋକମାନେ ଆଲର୍ଜି, କୁଣ୍ଡେଇ ଏବଂ ଶୁଷ୍କତା ଭଳି ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ଅଧିକାଂଶ ହ୍ୟାଣ୍ଡ ଡ୍ରାୟର ବହୁତ ଜୋରରେ ଶବ୍ଦ କରନ୍ତି, ଯାହା ଦୀର୍ଘକାଳୀନ ଭାବରେ ପିଲା ଏବଂ ବୟସ୍କ ଲୋକଙ୍କ ଶ୍ରବଣ କ୍ଷମତାକୁ ପ୍ରଭାବିତ କରିପାରେ। ଯେଉଁମାନଙ୍କର ଶ୍ୱାସକ୍ରିୟା ସମସ୍ୟା ଅଛି, ସେମାନେ ଡ୍ରାୟରରୁ ବାହାରୁଥିବା ପବନ ଦ୍ୱାରା ଅଧିକ କ୍ଷତିକାରକ ହୋଇପାରନ୍ତି।

ପିଲା ଏବଂ ବୟସ୍କ ଲୋକମାନେ ହ୍ୟାଣ୍ଡ ଡ୍ରାୟର ବ୍ୟବହାର କରିବା ଉଚିତ୍ ନୁହେଁ, କାରଣ ସେମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ। ସମ୍ବେଦନଶୀଳ ଚର୍ମ ଥିବା ଲୋକମାନେ ମଧ୍ୟ ଏହାକୁ ଏଡାଇବା ଉଚିତ, କାରଣ ଗରମ ପବନ ଚର୍ମକୁ ଅଧିକ ଶୁଷ୍କ କରିପାରେ। ଆସ୍ଥମା କିମ୍ବା ଆଲର୍ଜି ରୋଗୀମାନେ ମଧ୍ୟ ଦୂରରେ ରହିବା ଉଚିତ, କାରଣ ଧୂଳି ଏବଂ ଜୀବାଣୁ ଥିବା ବାୟୁ ସେମାନଙ୍କର ସ୍ବାସ୍ଥ୍ୟ ଅବସ୍ଥାକୁ ଆହୁରି ଖରାପ କରିପାରେ।

ଅନେକ ଗବେଷଣା ଅନୁଯାୟୀ, ହାତ ଶୁଖାଇବା ପାଇଁ କାଗଜ ଟାୱେଲ୍ ସବୁଠାରୁ ସୁରକ୍ଷିତ ବିକଳ୍ପ। ଏହା ଜୀବାଣୁକୁ ବ୍ୟାପିବାକୁ ଦିଏ ନାହିଁ ଏବଂ ତୁରନ୍ତ ଆର୍ଦ୍ରତା ଶୋଷଣ କରେ। ଯାତ୍ରା ସମୟରେ ଆପଣଙ୍କ ବ୍ୟାଗରେ ଟିସୁ ରଖିବା ଏକ ଭଲ ବିକଳ୍ପ। ଯଦି ଆପଣଙ୍କୁ ପ୍ରତିଦିନ ସାର୍ବଜନୀନ ଶୌଚାଳୟ ବ୍ୟବହାର କରିବାକୁ ପଡ଼େ, ତେବେ ଆପଣଙ୍କ ପାଖରେ ଏକ ଛୋଟ ଟାଓ୍ବେଲ ରଖନ୍ତୁ। ଯଦି କୌଣସି ବିକଳ୍ପ ଉପଲବ୍ଧ ନାହିଁ, ତେବେ ଡ୍ରାୟର ବ୍ୟବହାର କରିବା ଅପେକ୍ଷା ହାତକୁ ପବନରେ ହଲାଇ ଶୁଖାଇବା ଅଧିକ ସୁରକ୍ଷିତ।

ସରକାରୀ ଚାକିରି କରାଇ ଦେବାକୁ କହି ୧୮ ଲକ୍ଷ ଟଙ୍କା ଠକେଇ

ନନ୍ଦିଘୋଷ ବ୍ୟୁରୋ : ସରକାରୀ ଚାକିରୀ ଦେବାକୁ କହି ୧୮ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ନରେଶ ବାରିକ ଓରଫ ବୁଟୁକୁ ଗିରଫ କରାଯାଇଛି । ଅଭିଯୁକ୍ତର ଘର ଚନ୍ଦ୍ରଶେଖରପୁର ଅନ୍ତର୍ଗତ ପ୍ରଗତି ବିହାର । କେତବେଳେ ନିଜକୁ ନାଲକୋ ଏଜିଏମ ତ ଆଉ କେତବେଳେ ରିଲାଏନ୍ସ ଭି.ପି ଭାବେ ପରିଚୟ ଦିଏ । କିନ୍ତୁ ପ୍ରକୃତରେ ଏ ଜଣେ ଦଲାଲ । ଚାକିରୀ ଆଶାୟିଙ୍କ ଠାରୁ ୨୦୨୧ ମସିହାରୁ ନାଲକୋରେ ଚାକିରୀ ଦେବାକୁ କହି ନେଇଯାଇଥିଲେ ୧୮ ଲକ୍ଷ ଟଙ୍କା । ପ୍ରତିବଦଳରେ ଦେଇଥିଲା ଏହି ଜାଲ ଡକ୍ୟୁମେଣ୍ଟ। ଫେକ୍ ଆପଏଣ୍ଟମେଣ୍ଟ ଲେଟର, ଜଏନିଂ ଲେଟର, ଗେଟ ପାସ । ଏପରିକି ଅବିକଳ ଦିଶୁଥିବା ଜାଲି ଆଇକାର୍ଡ ମଧ୍ୟ । ଏଭଳି ସାଙ୍ଘାତିକ ଅଭିଯୋଗ ଆଣି ଠକେଇର ଶିକାର ଯୁବକ ସର୍ବେଶ୍ୱର ସାମଲ ବଡଗଡ଼ ଥାନାର ଦ୍ୱାରସ୍ଥ ହେବା ପରେ ଏହି କରିତକର୍ମା ଜଣଙ୍କୁ କୋର୍ଟଚାଲାଣ କରାଯାଇଛି । ଠକେଇ ସିଣ୍ଡିକେଟ ରେ ସମ୍ପୃକ୍ତ ଅନ୍ୟତମ ଅଭିଯୁକ୍ତ ଦିଲ୍ଲୀପ ଭଟ୍ଟା କୁ ଖୋଜୁଛି ପୋଲିସ ।

ଯୁବରାଜ ସିଂ ଏବଂ ଅଭିନେତା ସୋନୁ ସୁଦଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ସମନ

ନନ୍ଦିଘୋଷ ବ୍ୟୁରୋ : ପୂର୍ବତନ ଭାରତୀୟ କ୍ରିକେଟର ରବିନ ଉଥାପ୍ପା, ସୁରେଶ ରାଇନା ଏବଂ ଶିଖର ଧାୱନଙ୍କ ପରେ ଯୁବରାଜ ସିଂ ଏବଂ ଅଭିନେତା ସୋନୁ ସୁଦଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ସମନ । ବେଆଇନ ଅନଲାଇନ୍ ବେଟିଂ ଆପ୍ ସହ ଜଡିତ ମନି ଲଣ୍ଡରିଂ ମାମଲାରେ କରାଯିବ ପଚରାଉଚରା । ଇଡି ସେପ୍ଟେମ୍ବର ୨୨ରେ ରବିନ୍ ଉଥାପ୍ପାଙ୍କୁ ପଚରାଉଚରା ପାଇଁ ଡାକିଛି । ଯୁବରାଜ ସିଂହଙ୍କୁ ସେପ୍ଟେମ୍ବର ୨୩ରେ ପଚରାଉଚରା କରାଯିବ । ସେହିଭଳି ସୋନୁ ସୁଦଙ୍କୁ ପରଦିନ ଅର୍ଥାତ୍ ସେପ୍ଟେମ୍ବର ୨୪ରେ ପଚରାଉଚରା ପାଇଁ ଡକାଯାଇଛି । ବେଆଇନ ଅନଲାଇନ୍ ବେଟିଂ ଆପ୍ ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଖୋଳତାଡ ଜାରି ରଖିଛି ଇଡି । ଏହି ମାମଲା 1xBet ନାମକ ଏକ ଅନଲାଇନ୍ ପ୍ଲାଟଫର୍ମ ସହିତ ଜଡିତ।

ଅନୁରାଗ କଶ୍ୟପଙ୍କ ବଡ ବୟନ : ବିରାଟ କୋହଲିଙ୍କ ବାୟୋପିକ ବନେଇବା ପାଇଁ ମୁଁ ଇଚ୍ଛୁକ ନୁହେଁ…

ନନ୍ଦିଘୋଷ ବ୍ୟୁରୋ : ଅନୁରାଗ କଶ୍ୟପ ତାଙ୍କ କାମ ଓ ସାହସିକ ବୟାନ ପାଇଁ ଇଣ୍ଡଷ୍ଟ୍ରିରେ ଜଣାଶୁଣା। ଏହି କାରଣରୁ ସେ ନିରନ୍ତର ଖବରର ଶିରୋନାମାରେ ରହିଥାନ୍ତି। ଏଥର ସେ ବିରାଟ କୋହଲିଙ୍କ ବିଷୟରେ ଏକ ବଡ଼ ବୟାନ ଦେଇଥିଲେ । ଫିଲ୍ମିଗ୍ୟାନକୁ ଦିଆଯାଇଥିବା ଏକ ସାକ୍ଷାତକାରରେ, ତାଙ୍କୁ ପଚରାଯାଇଥିଲା ଯେ ସେ ବିରାଟ କୋହଲିଙ୍କ ଉପରେ ସେ ଏକ ବାୟୋପିକ୍ ତିଆରି କରିବାକୁ ଚାହାଁନ୍ତି କି? ଏହା ଉପରେ ସେ ଏପରି ଏକ ବୟାନ ଦେଇଥିଲେ ଯେ ସେବେଠାରୁ ସେ ନିରନ୍ତର ଆଲୋଚନାରେ ଅଛନ୍ତି। ଅନୁରାଗ କଶ୍ୟପ କହିଥିଲେ ଯେ ଜଣେ ବ୍ୟକ୍ତିଙ୍କ ଉପରେ ଏକ ବାୟୋପିକ୍ ତିଆରି ହେବା ଉଚିତ ଯିଏ ଏକ ମହାନ କାମ କରିଥିବେ କିନ୍ତୁ ତାଙ୍କୁ କେହି ଜାଣି ନଥିବେ ।

ଅନୁରାଗ କଶ୍ୟପ ଆଜିକାଲି ତାଙ୍କର ଆଗାମୀ ଫିଲ୍ମ ‘ନିଶାଞ୍ଚି’ ପାଇଁ ଖୁବ ଚର୍ଚ୍ଚାରେ ଅଛନ୍ତି। ସେ ତାଙ୍କ ଫିଲ୍ମର ଜୋରଦାର ପ୍ରମୋସନ କରୁଛନ୍ତି। ନିକଟରେ ତାଙ୍କୁ ପଚରାଯାଇଥିଲା ଯେ ସେ ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କ ଜୀବନୀ ଉପରେ ଆଧାରିତ ଏକ ଫିଲ୍ମ ତିଆରି କରିବାକୁ ଚାହାଁନ୍ତି କି? କିନ୍ତୁ ଫିଲ୍ମିଗ୍ୟାନ ସହିତ ଏକ ଆଲୋଚନାରେ ସେ ସ୍ପଷ୍ଟ ଭାବରେ ଉତ୍ତର ଦେଇଥିଲେ ଯେ ମୁଁ ଭାବୁନାହିଁ ଯେ ମୁଁ ତାଙ୍କ ଉପରେ ଏକ ଫିଲ୍ମ ତିଆରି କରିବାକୁ ଚାହେଁ। ସେ ପୂର୍ବରୁ ଅନେକ ଲୋକଙ୍କ ପ୍ରିୟ। ସେ ଅନେକ ପିଲାଙ୍କ ନାୟକ। ଯଦି ମୁଁ ଏକ ବାୟୋପିକ୍ ତିଆରି କରେ, ତେବେ ମୁଁ ଏକ କଷ୍ଟକର ବିଷୟ ବାଛିବି।

ଅନୁରାଗ କଶ୍ୟପ ଆହୁରି କହିଛନ୍ତି ଯେ ମୁଁ ସେହି ବ୍ୟକ୍ତିଙ୍କୁ ବହୁତ ଭଲ ଭାବରେ ଜାଣେ, ସେ ଜଣେ ବହୁତ ସୁନ୍ଦର ବ୍ୟକ୍ତି। ସେ ଅନେକ ଲୋକଙ୍କ ପାଇଁ ପ୍ରେରଣା। ସେ ବହୁତ ଭାବପ୍ରବଣ। ସେ ଜଣେ ଅବିଶ୍ୱସନୀୟ ବ୍ୟକ୍ତି। ମୁଁ ଏପରି ଜଣେ ବ୍ୟକ୍ତିଙ୍କ ବାୟୋପିକ୍ ତିଆରି କରିବି ଯିଏ ମହାନ କାମ କରିଛନ୍ତି କିନ୍ତୁ ଲୋକମାନେ ତାଙ୍କ ବିଷୟରେ ଜାଣନ୍ତି ନାହିଁ, ସେ କେଉଁଠି ଅଛନ୍ତି, ସେ କ’ଣ କରିଛନ୍ତି।