spot_img
Home Blog Page 365

SI ନିଯୁକ୍ତି କେଳେଙ୍କାରୀ ବିରୋଧରେ ବିଜେଡିର ପ୍ରତିବାଦ

ଭୁବନେଶ୍ବର : ପୋଲିସ ଏସଆଇ ନିଯୁକ୍ତି କେଳେଙ୍କାରୀ ଘଟଣା। ଆଶାୟୀଙ୍କୁ ନ୍ୟାୟ ଦାବି ସହ ଅନିୟମିତା ବିରୋଧରେ ବିଜୁ ଜନତା ଦଳର ପ୍ରତିବାଦ । ପରୀକ୍ଷା ଜାଲିଆତି ନେଇ ଦଳର ପ୍ରତିବାଦ କରୁଛି । ପୋଲିସ SI ନିଯୁକ୍ତିରେ ବ୍ଯାପକ ଅନିୟମିତତା ନେଇ ବିଜୁ ଜନତା ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି।ଘଟଣାର ସିବିଆଇ ତଦନ୍ତ ଦାବି କରି ଆସୁଛି ବିଜେଡି। ସିବିଆଇ ତଦନ୍ତ ନିର୍ଦେଶ ଦିଆ ନ ଗଲେ ଆଗକୁ ଜୋରଦାର ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛି ବିଜେଡି। ବିଜୁ ଜନତା ଦଳର ଏହି ପ୍ରତିବାଦରେ ବହୁ ପରୀକ୍ଷାର୍ଥୀ ମଧ୍ୟ ସାମିଲ ଅଛନ୍ତି।

ଅନ୍ୟପଟେ ଦିନ ଗଡ଼ିବା ସହ ଫେକ୍ ଜବ ସିଣ୍ଡିକେଟର ଖୋଲୁଛି ଗୁମର। ଏସଆଇ ନିଯୁକ୍ତି ଘୋଟାଲାର ଚେର କୁଆଡ଼େ ଲମ୍ବିଛି ତାହାକୁ ନେଇ ଚାଲିଛି ଛାନବିନ। ରବିବାର ଭୁବନେଶ୍ବର ଲିଙ୍ଗରାଜ ଇନଫୋସଲ ଇନଷ୍ଟିଚ୍ୟୁଟରେ ରେଡ୍ ହୋଇଥିବାବେଳେ ଅଭିଯୁକ୍ତ ଶଙ୍କର ପୃଷ୍ଟି ଏଠାରେ ରାକେଟ ଚଲାଉଥିବା ଜଣାଯାଇଛି। ଏହା ସହ ଗିରଫ ଚତୁର୍ଥ ଅଭିଯୁକ୍ତ ବିଶ୍ବରଞ୍ଜନ ବେହେରାଙ୍କଠାରୁ ବି ବହୁ ତଥ୍ୟ ପାଇଛି କ୍ରାଇମବ୍ରାଞ୍ଚ। ଗତକାଲି ପଞ୍ଚମ ଦଲାଲ ଅରବିନ୍ଦ ଦାସକୁ ବି ଗିରଫ କରାଯାଇଥିଲା। ତା ଘର ବାଲେଶ୍ବର ସିଂଲା ଥାନା ନବରା। ବର୍ତ୍ତମାନ ସୁଦ୍ଧା ୫ ଦଲାଲଙ୍କ ସମେତ ଗିରଫ ହେଲେଣି ୧୧୯ ଜଣ। ତଥାପି ଧରା ପଡିନାହାନ୍ତି କିଙ୍ଗପିନ। ସିଲିକନ୍ ଟେକ୍ ଲାବ୍ ଓ ପଞ୍ଚସଫ୍ଟ ମାଲିକ ଶଙ୍କର ପୃଷ୍ଟିର ଭୂମିକାକୁ ନେଇ ଏବେ ବଢିବାରେ ଲାଗିଛି ସସପେନ୍ସ। ପ୍ରଶ୍ନ ଉଠୁଛି ଲୋକସେବା ଭବନରୁ ଚାଲିଥିଲା କି ଠକେଇ ସିଣ୍ଡିକେଟ ? ନିଯୁକ୍ତି କେଳେଙ୍କାରୀରେ ଅଛି କି ହାଇପ୍ରୋଫାଇଲ ଲୋକଙ୍କ ସମ୍ପୃକ୍ତି ? ଠକେଇ ସିଣ୍ଡିକେଟରେ ଆଉ କିଛି ପୋଲିସ ଅଧିକାରୀ ନାହାନ୍ତି ତ ? ଯଦି ଅଛନ୍ତି ସେମାନଙ୍କୁ ଧରିବାକୁ କାହିଁକି ପଛଘୁଞ୍ଚା ଦେଉଛି କ୍ରାଇମବ୍ରାଞ୍ଚ ? ଚାକିରି କେଳେଙ୍କାରୀର ମାଷ୍ଟରମାଇଣ୍ଡକୁ ଧରିବାକୁ ରାଜ୍ୟ ଭିତରେ ଓ ବାହାରେ ଆରମ୍ଭ ହୋଇଛି ତନାଘନା। ସ୍କାନରରେ ଅଛନ୍ତି ବିଭିନ୍ନ ଶିକ୍ଷାନୁଷ୍ଠାନର ମାଲିକ। ଯାଞ୍ଚ ହେଉଛି ଅଭିଯୁକ୍ତଙ୍କ ସିଡିଆର। ଆବଶ୍ୟକ ପଡ଼ିଲେ ଆର୍ଥିକ କାରବାର ନେଇ ବ୍ୟାଙ୍କକୁ ମଧ୍ୟ ଚିଠି ଲେଖାଯିବ। ୨୦୨୪ ଜୁନରୁ ଆଜି ପର୍ଯ୍ୟନ୍ତ ବାତିଲ ହୋଇଥିବା ପରୀକ୍ଷାର ରିପୋର୍ଟ ଦାଖଲ କରିବାକୁ ସମସ୍ତ ବୋର୍ଡ ଓ ଆୟୋଗଙ୍କୁ ଦିଆଯାଇଛି ନିର୍ଦ୍ଦେଶ। ମହା ଦୁର୍ନୀତିର ମୁଖ୍ୟ କାର୍ପଟଦାର କୁହାଯାଉଥିବା ଶଙ୍କର ପୃଷ୍ଟି ଫେରାର ହୋଇଯାଇଛି ବୋଲି କୁହାଯାଉଛି। ଶଙ୍କର ପୃଷ୍ଟିର ଘନିଷ୍ଠ ସହଯୋଗୀ ମୁନ୍ନା ମହାନ୍ତି ଭୁବନେଶ୍ବରରୁ ଆଶାୟୀ ପ୍ରାର୍ଥୀଙ୍କୁ ହାଇଦ୍ରାବାଦ ନେବା ଲାଗି ୩ଟି ବସ ଭଡ଼ା କରିଥିଲା ବୋଲି ସୂଚନା ରହିଛି।

ପ୍ରେମରେ ଧୋକ୍କା ପାଇବା ପରେ ଜୀବନ ହାରିଲେ ମହିଳା, ଓୟୋରୁ ମିଳିଲା ମୃତଦେହ

ନନ୍ଦିଘୋଷ ବ୍ୟୁରୋ : କର୍ଣ୍ଣାଟକର ବେଙ୍ଗାଲୁରୁରେ ଜଣେ ମହିଳା ପ୍ରେମରେ ଧୋକ୍କା ପାଇବା ପରେ ଜୀବନ ହାରିଛନ୍ତି ।  ମୃତକ ଜଣଙ୍କ ଜଣେ ପୁରୁଷ ସହିତ ଅବୈଧ ସମ୍ପର୍କରେ ଥିଲେ। ସେ ତାଙ୍କ ବନ୍ଧୁଙ୍କୁ ତାଙ୍କ ପ୍ରେମିକଙ୍କ ସହ ପରିଚୟ କରାଇଥିଲେ । ଫଲରେ ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା। ଏହି ସମୟରେ, ମହିଳା ଜଣକ ସୂଚନା ପାଇଲେ ଯେ ତାଙ୍କ ବନ୍ଧୁ ଏବଂ ପ୍ରେମିକ ଏକ ଓୟୋ ହୋଟେଲରେ ରହୁଛନ୍ତି। ଯେତେବେଳେ ସେ ପହଞ୍ଚିଲେ, ସେ ସେମାନଙ୍କୁ ଧରିଲେ। ତା’ ପରେ ସେ ସେଠାରେ ଜୀବନ ହାରିଛନ୍ତି ।

ବେଙ୍ଗାଲୁରୁର ବାସଭେଶ୍ୱର ନଗରରେ ଥିବା ଓୟୋ ଚାମ୍ପିଅନ କମ୍ଫର୍ଟ ଲଜରେ ଏହି ଘଟଣା ଘଟିଥିଲା। ଜଣେ ମହିଳା ତାଙ୍କ ପ୍ରେମିକଙ୍କୁ ତାଙ୍କ ବନ୍ଧୁଙ୍କ ସହ ଧରିଥିଲେ। ଯୁକ୍ତିତର୍କ ପରେ, ମହିଳା ଜଣକ ସେହି ହୋଟେଲରେ ଏକ ରୁମ୍ ବୁକ୍ କରିଥିଲେ ଓ ତା’ପରେ ସିଲିଂ ଫ୍ୟାନରେ ଝୁଲିପଡିଥିଲେ । ମୃତକଙ୍କ ନାମ ଯଶୋଦା (୩୮) ଥିଲା, ସେ ପୂର୍ବରୁ ବିବାହିତ ଥିଲେ ଏବଂ ତାଙ୍କର ଦୁଇଟି ସନ୍ତାନ ଥିଲା।

ଦୁଇଟି ସନ୍ତାନ ଥିବା ସତ୍ତ୍ୱେ, ଯଶୋଦାର ବିଶ୍ୱନାଥ ନାମକ ଜଣେ ଅଡିଟରଙ୍କ ସହିତ ଅବୈଧ ସମ୍ପର୍କ ଥିଲା। ଯଶୋଦା ଏବଂ ବିଶ୍ୱନାଥ ପାଖରେ ରହୁଥିଲେ, ତେଣୁ ପ୍ରଥମ ଦେଖାରେ ସେମାନଙ୍କର ସମ୍ପର୍କ ପ୍ରଫୁଲ୍ଲିତ ହୋଇଥିଲା। ସାତ ବର୍ଷ ଧରି ଦୁହେଁ ପରସ୍ପର ସହିତ ଫ୍ଲର୍ଟ କରୁଥିଲେ, କିନ୍ତୁ ସମ୍ପ୍ରତି ଯଶୋଦା ତାଙ୍କ ବନ୍ଧୁଙ୍କୁ ବିଶ୍ୱନାଥଙ୍କ ସହ ପରିଚୟ କରାଇଥିଲେ। ସାତ ବର୍ଷ ଧରି ଯଶୋଦାଙ୍କ ସହିତ ସମ୍ପର୍କରେ ଥିବା ଏହି ବ୍ୟକ୍ତି ସମ୍ପ୍ରତି ଗୁପ୍ତ ଭାବରେ ତାଙ୍କ ବନ୍ଧୁଙ୍କ ସହିତ ସାକ୍ଷାତ କରିବା ଆରମ୍ଭ କରିଥିଲେ।

ଏହି ସମୟରେ, ଯଶୋଦା ଧୀରେ ଧୀରେ ଉଭୟ ପୁରୁଷଙ୍କ ଉପରେ ସନ୍ଦେହ କରିବାକୁ ଲାଗିଲେ। ଗୋଟିଏ ଦିନ, ସେ ଜାଣିବାକୁ ପାଇଲେ ଯେ ବିଶ୍ୱନାଥ ଓ ତାଙ୍କ ବନ୍ଧୁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଅଛି  । ସେମାନେ ପୂର୍ବ ରାତିରେ ବାସଭେଶ୍ୱର ନଗରର କେଏଚବି କଲୋନିରେ ଥିବା ଓୟୋ ଚାମ୍ପିଅନ କମ୍ଫର୍ଟ ଲଜରେ ଥିଲେ। ଲଜରେ ପହଞ୍ଚିବା ପରେ, ଯଶୋଦା ସେମାନଙ୍କୁ ଏକାଠି ଧରି ପକାଇଲେ। ତିନି ଜଣଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ତା’ପରେ ଯଶୋଦା ସେହି ହୋଟେଲରେ ତାଙ୍କ ପ୍ରେମିକଙ୍କ ପାଖରେ ଏକ ରୁମ୍ ବୁକ୍ କରି ଆତ୍ମହତ୍ୟା କରିଥିଲେ ।  ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ହେପାଜତକୁ ନେଇ ପୋଷ୍ଟମର୍ଟମ ପାଇଁ ପଠାଇଛି।

ଟ୍ରକ- ବୋଲେରୋ ମୁହାଁମୁହିଁ ଧକ୍କା, ୫ ମୃତ

ନନ୍ଦିଘୋଷ ବ୍ୟୁରୋ ;  ଛତିଶଗଡ଼ର କୱାର୍ଦ୍ଧା ଜିଲ୍ଲାର ରାୟପୁର-ଜବଲପୁର ଜାତୀୟ ରାଜପଥ ୩୦ ରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ଚିଲଫି ଥାନା ଅଞ୍ଚଳର ରାଜପଥର ଅକାଲଘରିଆ ଗାଁ ନିକଟରେ ଟ୍ରକ୍ ଓ ବୋଲେରୋ ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ମର୍ମନ୍ତୁଦ ଦୁର୍ଘଟଣାରେ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ପାଞ୍ଚ ଜଣ ଗୁରୁତର ଆହତ ହୋଇଛନ୍ତି। ଚିଲଫି ଥାନାର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରିଛି।

ମୃତକ ଓ ଆହତମାନେ କୋଲକାତାର ବୋଲି ଜଣାପଡ଼ିଛି। ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି, ପଡ଼ୋଶୀ ରାଜ୍ୟ ମଧ୍ୟ ପ୍ରଦେଶର କାନହା ଜାତୀୟ ଉଦ୍ୟାନ ପରିଦର୍ଶନ କରିବା ପରେ, ସେମାନେ କୋଲକାତା ଯିବାକୁ ଟ୍ରେନ୍ ଧରିବା ପାଇଁ ବିଳାସପୁର ଯାତ୍ରା କରୁଥିଲେ, ସେତେବେଳେ ଦୁର୍ଘଟଣା ଘଟିଥିଲା।

ବୋଲେରୋଟି ସତନାରୁ ଭଡା ନିଆଯାଇଥିଲା। ଏଥିରେ ମୋଟ ୧୦ ଜଣ ଲୋକ ଯାତ୍ରା କରିଥିଲେ ବୋଲି ଜଣାପଡିଛି। ଯେତେବେଳେ ବୋଲେରୋଟି ରାୟପୁର-ଜବଲପୁର ଜାତୀୟ ରାଜପଥ ୩୦ ରେ ଅକାଲଘରିଆରେ ପହଞ୍ଚିଲା, ସେତେବେଳେ ଏହା ସାମ୍ନାରୁ ଆସୁଥିବା ଏକ ଟ୍ରକ ସହିତ ଧକ୍କା ହୋଇଥିଲା। ଧକ୍କା ଏତେ ଜୋରରେ ଥିଲା ଯେ ବୋଲେରୋଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଗଲା। ଡ୍ରାଇଭରଙ୍କ ଘଟଣାସ୍ଥଳେ ମୃତ୍ୟୁ ହୋଇଥିଲା, ଯେତେବେଳେ ଅନ୍ୟ ଚାରି ଜଣଙ୍କର ହସ୍ପିଟାଲରେ ମୃତ୍ୟୁ ହୋଇଥିଲା।

ଲଗାତାର ୧୨ ଥର ପାଇଁ ପାକିସ୍ତାନକୁ ପରାସ୍ତ କଲା ଟିମ୍ ଇଣ୍ଡିଆ, ମହିଳା ବିଶ୍ୱକପରେ ଭାରତର ଦ୍ୱିତୀୟ ବିଜୟ

ନନ୍ଦିଘୋଷ ବ୍ୟୁରୋ : ଭାରତୀୟ ଦଳ ଆଇସିସି ମହିଳା ଏକଦିବସୀୟ ବିଶ୍ୱକପ୍ ୨୦୨୫ ରେ ଲଗାତାର ଦ୍ୱିତୀୟ ବିଜୟ ହାସଲ କରିଛି। ଶ୍ରୀଲଙ୍କାକୁ ପରାସ୍ତ କରିବା ପରେ, ଟିମ୍ ଇଣ୍ଡିଆ ପାକିସ୍ତାନକୁ ୮୮ ରନରେ ପରାସ୍ତ କରି ତାର ବିଜୟ ଧାରା ଜାରି ରଖିଛି। ଏହା ସହିତ, ଭାରତ ଲଗାତାର ୧୨ ଥର ପାଇଁ ପାକିସ୍ତାନକୁ ପରାସ୍ତ କରି ଏକଦିବସୀୟ କ୍ରିକେଟରେ ତାର ରେକର୍ଡ ବଜାୟ ରଖିଛି। ଏହା ବିଶ୍ୱକପରେ ପାକିସ୍ତାନ ମହିଳା ଦଳ ଉପରେ ଲଗାତାର ପଞ୍ଚମ ବିଜୟ ମଧ୍ୟ ହାସଲ କରିଛି। ପାକିସ୍ତାନ ମହିଳା ଦଳ ଏପର୍ଯ୍ୟନ୍ତ ଏକଦିବସୀୟରେ ଟିମ୍ ଇଣ୍ଡିଆ ଉପରେ ବିଜୟ ହାସଲ କରିପାରି ନାହିଁ।

ମହିଳା ବିଶ୍ୱକପର ଷଷ୍ଠ ମ୍ୟାଚ୍‌ରେ ୨୪୭ ରନର ଟାର୍ଗେଟ ପିଛା କରୁଥିବା ପାକିସ୍ତାନ ମହିଳା ଦଳର ଆରମ୍ଭରୁ ଖରାପ ପଦର୍ଶନ କରିଥିଲା । ମାତ୍ର ୨୬ ରନରେ ତିନୋଟି ୱିକେଟ ହରାଇଥିଲେ। ଏହାପରେ ସିଦ୍ରା ଅମିନ୍ ଏବଂ ନାତାଲିଆ ପର୍ଭେଜ୍ ଚତୁର୍ଥ ୱିକେଟରେ ୬୯ ରନ ଯୋଡ଼ି ଦଳକୁ ପୁନର୍ଜୀବିତ କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ନାତାଲିଆଙ୍କ ଆଉଟ ହେବା ପରେ ପାକିସ୍ତାନର ଇନିଂସ ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଥିଲା। ସିଦ୍ରା ଅମିନ୍ ୧୦୬ ବଲରେ ୯ ଚୌକା ଏବଂ ୧ ଛକା ସହାୟତାରେ ୮୧ ରନ କରିଥିଲେ। ନାତାଲିଆ ପର୍ଭେଜ ୪୬ ବଲରେ ୪ ଚୌକା ସହାୟତାରେ ୩୩ ରନ କରିଥିଲେ। ୱିକେଟ୍ କିପର-ବ୍ୟାଟ୍ସମ୍ୟାନ୍ ସିଦ୍ରା ନୱାଜ୍ ୨୨ ବଲରେ ୧୪ ରନର ଏକ ଛୋଟ ଇନିଂସ ଖେଳିଥିଲେ।

ଏହା ବ୍ୟତୀତ କୌଣସି ବ୍ୟାଟ୍ସମ୍ୟାନ୍ କ୍ରିଜରେ ରହିପାରିଲେ ନାହିଁ ଏବଂ ସମ୍ପୂର୍ଣ୍ଣ ଦଳ ୪୩ ଓଭରରେ ୧୫୯ ରନ୍ କରିବା ପରେ ପାଭିଲିୟନ ଫେରିଗଲା । ଟିମ ଇଣ୍ଡିଆ ପକ୍ଷରୁ କ୍ରାନ୍ତି ଗୌର ୧୦ ଓଭରରେ ମାତ୍ର ୨୦ ରନ ଦେଇ ତିନି ଜଣ ଖେଳାଳିଙ୍କୁ ଆଉଟ୍ କରିଥିଲେ  । ଯେଉଁଥିରେ ତିନୋଟି ମେଡେନ୍ ମଧ୍ୟ ସାମିଲ ଥିଲା। ତାଙ୍କର ଉତକୃଷ୍ଟ ବୋଲିଂ ପାଇଁ ତାଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚିତ କରାଯାଇଥିଲା । କ୍ରାନ୍ତି ଗୌରଙ୍କ ବ୍ୟତୀତ ଦୀପ୍ତି ଶର୍ମା ମଧ୍ୟ ତିନୋଟି ୱିକେଟ ନେଇଥିଲେ । ସ୍ନେହ ରାଣା ଦୁଇଟି ୱିକେଟ ନେଇଥିଲେ । ପୂର୍ବରୁ, ପାକିସ୍ତାନୀ ବୋଲରମାନେ ଚମତ୍କାର ବୋଲିଂ କରିଥିଲେ ଏବଂ ଟିମ୍ ଇଣ୍ଡିଆକୁ ବଡ଼ ସ୍କୋର କରିବାରୁ ରୋକିଥିଲେ।

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେବା ପରେ, ଭାରତୀୟ ମହିଳା ଦଳ ଓପନର ସ୍ମୃତି ମନ୍ଧାନା ଏବଂ ପ୍ରତୀକା ରାୱଲଙ୍କ ସହିତ ଏକ ସ୍ଥିର ଆରମ୍ଭ କରିଥିଲା । ସେମାନେ ୫୪ବଲରେ ପ୍ରଥମ ୱିକେଟ୍ ପାଇଁ ୪୮ ରନ୍ ଯୋଡିଥିଲେ। ସ୍ମୃତି ମନ୍ଧାନା ୨୩ ରନ୍ କରିବା ପରେ ବିଦାୟ ନେଇଥିଲେ। ପାକିସ୍ତାନର ବୋଲରମାନେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ବାରମ୍ବାର ଆଉଟ୍ କରିଥିଲେ, ଯାହା ଫଳରେ ଭାରତ ୨୫୦ରନରେ ପହଞ୍ଚିପାରି ନ ଥିଲା ଏବଂ ୫୦ ଓଭରରେ ମାତ୍ର ୨୪୭ ରନରେ ଅଲଆଉଟ୍ ହୋଇଯାଇଥିଲା।

ପ୍ରତୀକା ରାୱଲ ୩୭ ବଲ୍‌ରେ ୫ ଚୌକା ସହାୟତାରେ ୩୧ ରନ୍ କରିଥିଲେ। ହାରଲିନ୍ ଦେଓଲ୍ ୬୫ ବଲ୍‌ରେ ୪ ଚୌକା ଏବଂ ୧ ଛକା ସହାୟତାରେ ୪୬ ରନ୍ କରିଥିଲେ। ଜେମିମାହ ରଡ୍ରିଗ୍ସ ୩୭ ବଲରେ ୩୨ ରନ୍ କରିଥିଲେ। ରିଚା ଘୋଷ ୨୦ ବଲରେ ୨ ଚୌକା ଏବଂ ୩ ଛକା ସହାୟତାରେ ୩୫ ରନ୍‌ର ଦ୍ରୁତ ଅପରାଜିତ ଇନିଂସ ଖେଳିଥିଲେ। ପାକିସ୍ତାନ ପକ୍ଷରୁ ଡାଏନା ବେଗ୍ ସର୍ବାଧିକ ୪ ୱିକେଟ୍ ନେଇଥିଲେ। ସାଦିଆ ଇକବାଲ୍ ଏବଂ ଅଧିନାୟକ ଫାତିମା ସାନା ପ୍ରତ୍ୟେକେ ୨ଟି ୱିକେଟ୍ ନେଇଥିଲେ।

ହସ୍ପିଟାଲରେ ନିଆଁ ଲାଗି ୭ ମୃତ

ନନ୍ଦିଘୋଷ ବ୍ୟୁରୋ :  ହସ୍ପିଟାଲରେ ନିଆଁ ଲାଗି ୭ ମୃତ। ରାଜସ୍ଥାନ ଜୟପୁରର ସବାଇ ମାନସିଂ ହସ୍ପିଟାଲରେ ନିଆଁ ଲାଗି ୭ ରୋଗୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ହସ୍ପିଟାଲର ICUରେ ଅଗ୍ନିକାଣ୍ଡ ଘଟି ୭ ଜଣ ରୋଗୀଙ୍କ ଦୁଃଖଦ ମୃତ୍ୟୁ ଘଟିଛି। ନିଆଁ ଲାଗିବା ପରେ ତୀବ୍ରଭାବେ ବଢିଥିଲା। ଏବଂ  ରୋଗୀଙ୍କୁ ସ୍ଥାନାନ୍ତର ସମୟରେ ଅବସ୍ଥା ଆହୁରି ଖରାପ ହୋଇଗଲା। ଯାହା ଫଳରେ ନିଆଁ ଭିତରେ ରୋଗୀ ଫସି ଯାଇଥିଲେ। ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି। ରୋଗୀମାନେ ICUରେ ଗୁରୁତର ଥାଆନ୍ତି, ସେତେବେଳେ ପ୍ରାୟ ସମସ୍ତେ କୋମାରେ ଥାଆନ୍ତି। ସେମାନଙ୍କର ବଞ୍ଚିବାର ବହୁତ କମ ଆଶା ଥାଏ। ସେମାନଙ୍କୁ ଲଗାତର ଅନ୍ୟ ସପୋର୍ଟ ସିଷ୍ଟମର ଆବଶ୍ୟକ ହୋଇଥାଏ। ସର୍ଟ ସର୍କିଟ ଯୋଗୁଁ ବିଷାକ୍ତ ଗ୍ୟାସ୍ ନିର୍ଗତ ହେଉଥିଲା। ଏଥିଲାଗି ରୋଗୀଙ୍କୁ ସ୍ଥାନାନ୍ତର କରିବାକୁ ପଡିଲା। ଏହା ରୋଗୀଙ୍କ ଅବସ୍ଥାକୁ ଆହୁରି ଖରାପ କରିଦେଇଥିଲା। ଗୁରୁତର ରୋଗୀଙ୍କୁ ତଳ ମହଲାର ICUକୁ ସ୍ଥାନାନ୍ତର କରିବାକୁ ଚେଷ୍ଟା କରାଯାଇଥିଲା, କିନ୍ତୁ ସେମାନଙ୍କୁ ବଞ୍ଚାଯାଇ ପାରିଲା ନାହିଁ ବୋଲି ମେଡିକାଲ କର୍ତ୍ତୃପକ୍ଷ କହିଛନ୍ତି।

ବାରଟି ଦମକଳ ଗାଡ଼ି ଦୁଇ ଘଣ୍ଟା ଧରି ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିଥିଲେ। ଦୁର୍ଘଟଣା ପରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ଏବଂ ଅନେକ ମନ୍ତ୍ରୀ ଏବଂ ବିଧାୟକ ଏସ୍ଏମ୍ଏସ୍ ହସ୍ପିଟାଲକୁ ଯାଇ ସ୍ଥିତି ବିଷୟରେ ପଚାରି ବୁଝିଥିଲେ। ସେପଟେ ମେଡିକାଲ କର୍ତ୍ତୃପକ୍ଷଙ୍କ ଅବହେଳା ଅଭିଯୋଗ କରିଛନ୍ତି ରୋଗୀଙ୍କ ସମ୍ପର୍କୀୟ। ସର୍ଟ ସର୍କିଟରୁ ଆଇସିୟୁରେ ଧୂଆ ବାହାରିବା ପରେ କର୍ତ୍ତୃପକ୍ଷ ଧ୍ୟାନ ଦେଇନଥିଲେ। ଯେଉଁଥିରୁ ଏତେବଡ଼ ଅଗ୍ନିକାଣ୍ଡ ଘଟିଲା ବୋଲି କହିଛନ୍ତି।

ସୋନମଙ୍କ ମୁକ୍ତି ପ୍ରସଙ୍ଗରେ ଆଜି ସୁପ୍ରିମକୋର୍ଟରେ ହେବ ଶୁଣାଣି

ନନ୍ଦିଘୋଷ ବ୍ୟୁରୋ : ଲଦାଖକୁ ରାଜ୍ୟମାନ୍ୟତା ଦାବିରେ ଆନ୍ଦୋଳନ ପ୍ରସଙ୍ଗ । ବିଶିଷ୍ଟ ଜଳବାୟୁ କର୍ମୀ ସୋନମ ଓ୍ବାଙ୍ଗଚୁକଙ୍କ ମୁକ୍ତି ପ୍ରସଙ୍ଗରେ ଆଜି ସୁପ୍ରିମକୋର୍ଟରେ ହେବ ଶୁଣାଣି । ସୋନମଙ୍କ ମୁକ୍ତି ପ୍ରସଙ୍ଗରେ ତାଙ୍କ ପତ୍ନୀ ଗୀତାଞ୍ଜଳି ଅଙ୍ଗମୋ ସୁପ୍ରିମକୋର୍ଟରେ ଦାୟର କରିଥିଲେ ହେବିୟସ କର୍ପସ । ଜାତୀୟ ନିରାପତ୍ତା ଆଇନ ଅନୁସାରେ ସୋନମଙ୍କୁ କରାଯାଇଥିଲା ଗିରଫ । ବର୍ତ୍ତମାନ ରାଜସ୍ଥାନ ଯୋଧପୁର ସେଣ୍ଟ୍ରାଲ ଜେଲରେ ବନ୍ଦୀ ଅଛନ୍ତି ସୋନମ । ମାମଲାର ଶୁଣାଣି କରିବେ ଜଷ୍ଟିସ ଅରବିନ୍ଦ କୁମାର ଓ ଏନ.ଭି. ଆଞ୍ଜାରିଆଙ୍କୁ ନେଇ ଗଠିତ ଖଣ୍ଡପୀଠ । ସେପଟେ ଲଦାଖକୁ ରାଜ୍ୟ ମାନ୍ୟତା ଏବଂ ସମ୍ବିଧାନର ଷଷ୍ଠ ଧାରାରେ ଲଦାଖକୁ ଅନ୍ତର୍ଭୁକ୍ତ କରିବା ଦାବି ପ୍ରସଙ୍ଗ। ଆଜି ଲେହ ସର୍ବୋଚ୍ଚ କମିଟି ବା ଏଲଏବି ଓ କାରଗିଲ ଗଣତାନ୍ତ୍ରିକ ସଂଗଠନ ବା କେଡିଏ ସହ କେନ୍ଦ୍ର ସରକାର ଏବଂ ଲଦାଖ ପ୍ରତିନିଧିଙ୍କ ଆଲୋଚନା ହେବା ସମ୍ଭାବନା ରହିଛି। ଲଦାଖକୁ ରାଜ୍ୟ ମାନ୍ୟତା ଦେବା ଆନ୍ଦୋଳନର ନେତୃତ୍ବ ନେଉଛି ଲେହ ସର୍ବୋଚ୍ଚ କମିଟି ବା ଏଲଏବି। ପୂର୍ବର ଜାମ୍ମୁ ଓ କାଶ୍ମୀର ରାଜ୍ୟରେ ଅନ୍ତର୍ଭୁକ୍ତ ଥିଲା ଲଦାଖ। ମାତ୍ର ୨୦୧୯ ଅଗଷ୍ଟ ୫ରେ ଧାରା ୩୭୦ ଉଚ୍ଛେଦ ହେବା ପରେ ଲଦାଖ ସିଧାସଳଖ କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ ହୋଇଥିଲା। ଏହା ସହ ଜାମ୍ମୁ ଓ କାଶ୍ମୀର ବି ହୋଇଥିଲା ଏକ କେନ୍ଦ୍ରଶାସିତ ଅଞ୍ଚଳ।

କଟକରେ ଶାନ୍ତି ବଜାୟ ରଖିବାକୁ ଅପିଲ କଲେ ନବୀନ

ଭୁବନେଶ୍ବର : କଟକରେ ଶାନ୍ତି ବଜାୟ ରଖିବାକୁ ଅପିଲ କଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। କଟକରେ ସୃଷ୍ଟି ହୋଇଥିବା ଆଇନଶୃଙ୍ଖଳା ପରିସ୍ଥିତି ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଗଭୀର ଉଦବେଗ ପ୍ରକାଶ କରିଛନ୍ତି। କହିଛନ୍ତି ଏକ ଶାନ୍ତିପ୍ରିୟ ରାଜ୍ୟ ଭାବରେ ଓଡିଶାର ସୁନାମ ରହିଛି। ଓଡିଶାବାସୀ, କଟକବାସୀ ଶାନ୍ତି ଓ ସଦଭାବ ଚାହାଁନ୍ତି। ତେଣୁ କଟକ ସହରରେ ଶାନ୍ତି ବଜାୟ ରଖିବା ପାଇଁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସମସ୍ତଙ୍କୁ ଅନୁରୋଧ କରିଛନ୍ତି।

କଟକରେ ୩୬ ଘଣ୍ଟା ପାଇଁ ଲାଗୁ ହୋଇଛି କର୍ଫ୍ୟୁ

କଟକ : କଟକରେ ୩୬ ଘଣ୍ଟା ପାଇଁ ଲାଗୁ ହୋଇଛି କର୍ଫ୍ୟୁ। ଦରଘାବଜାର, ମଙ୍ଗଳାବାଗ, କ୍ୟାଣ୍ଟନମେଣ୍ଟ, ପୁରୀ ଘାଟ, ବିଡ଼ାନାସୀ, ମର୍କତନଗର, ଲାଲବାଗ, ସିଡିଏ ଫେଜ-୨, ସଦର ଥାନା, ମାଲଗୋଦାମ, ଜଗତପୁର, ବାଦାମବାଡ଼ି ଓ ବୟାଳିଶମୌଜା ଥାନା ଅଞ୍ଚଳରେ ଲାଗୁ ହୋଇଛି କର୍ଫ୍ୟୁ। କିନ୍ତୁ ସ୍ବାସ୍ଥ୍ୟସେବା, ପରିମଳ ସେବା ଭଳି ଜରୁରୀ ସେବା ଉପରେ କର୍ଫ୍ୟୁ ଲାଗୁ ହେବ ନାହିଁ।  ରବିବାର ସନ୍ଧ୍ୟାରେ କଟକରେ ଯେଭଳି ହିଂସାକାଣ୍ଡ ଘଟିଲା, ସେଥିରେ ୮ ଜଣ ପୋଲିସଙ୍କ ସମେତ ମୋଟ ୨୫ ଜଣ ଆହତ ହୋଇଛନ୍ତି। ଏହାସହିତ ଏହି ହିଂସା ସାଂପ୍ରଦାୟିକ ହିଂସାର ରୂପ ନେଇପାରେ । ଜିଲ୍ଲା ପ୍ରଶାସନର ରିପୋର୍ଟ ଆଧାରରେ କଟକ ସହରରେ ସୋସିଆଲ ମିଡିଆ ଉପରେ ୨୪ ଘଣ୍ଟା ପାଇଁ ବ୍ୟାନ ଲଗାଯାଇଛି । ପୋଲିସ କମିଶନର କହିଛନ୍ତି, ଭସାଣ ବେଳେ ବ୍ୟକ୍ତିଗତ କାରଣ ପାଇଁ ଗଣ୍ଡଗୋଳ ହୋଇଥିଲା । ଏଥିରେ ୪ ଜଣ ଆହତ ହୋଇଥିଲେ । ଗଣ୍ଡଗୋଳ କରିଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରି ଗିରଫ କରାଯିବା ସହ କୋର୍ଟ ଚାଲାଣ କରାଯାଇଛି । ଏହାକୁ ଆଳ କରି ବିଶ୍ବ ହିନ୍ଦୁ ପରିଷଦ ପକ୍ଷରୁ ବାଇକ ରାଲି କରିବାକୁ ଅନୁମତି ମଗାଯାଇଥିଲା । କିନ୍ତୁ ରାଲି କରିବାକୁ ପୋଲିସ ଅନୁମତି ଦେଇନଥିଲା । ପୋଲିସର ବାରଣ ସତ୍ତ୍ବେ ଗୋଟିଏ ଗୋଷ୍ଠୀ ବାଇକ ରାଲି କରି ସମ୍ବେଦନଶୀଳ ଅଞ୍ଚଳକୁ ଧସେଇ ପଶିଥିଲେ । ବିଶ୍ବ ହିନ୍ଦୁ ପରିଷଦର ଏହି ରାଲିକୁ ପୋଲିସ ଅଟକାଇବାକୁ ଉଦ୍ୟମ କରିଥିଲା । କିନ୍ତୁ ସେମାନେ ମାନି ନଥିଲେ । ଓଲଟି ପୋଲିସ ଉପରକୁ ଟେକା ପଥର ମାଡ଼ କରିଥିଲେ । ଫଳରେ ପୋଲିସ କର୍ମଚାରୀ ଓ ଅଧିକାରୀ ଆହତ ହୋଇଥିଲେ । ଏହାସହ ଉପଦ୍ରବକାରୀ ସେମାନେ ବିଭିନ୍ନ ଦୋକାନ ବଜାର ଭଙ୍ଗାରୁଜା କରିବା ସହ ରାସ୍ତାରେ ଥିବା ଗାଡ଼ି ଓ ଷ୍ଟଲଗୁଡ଼ିକୁ ନିଆଁ ଲଗାଇ ଦେଇଥିଲେ । ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ପୋଲିସ ରବର ବୁଲେଟ ଫାୟାରିଂ କରିବା ସହ ଟିୟର ଗ୍ୟାସ ପ୍ରୟୋଗ କରିଥିଲା। ତଥାପି ଉପଦ୍ରବକାରୀମାନେ ହିଂସା ଜାରି ରଖିଥିଲେ । ଅନ୍ୟ ଉପାୟ ନ ପାଇ ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ଯାଇ ପୋଲିସ ଲାଠିଚାର୍ଜ କରିଥିଲା । ଏବେ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି । ତଥାପି ପୋଲିସ ହିଂସାକାଣ୍ଡ ଭିଆଇଥିବା ଗୋଷ୍ଠୀଙ୍କ ଉପରେ କଡ଼ା ନଜର ରଖିଛି । ଯେଉଁମାନେ ହିଂସା ଘଟାଇଛନ୍ତି ସେମାନଙ୍କୁ ଚିହ୍ନଟ କରାଯାଇ ଆଇନ ଅନୁଯାୟୀ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ପୋଲିସ କମିଶନର। ସାମ୍ପ୍ରଦାୟିକ ହିଂସାକୁ ନଜରରେ ରଖି ସହରରେ ସୋସିଆଲ ମିଡିଆ ବ୍ୟାନ କରିଛି। ହ୍ଵାଟ୍ସଆପ, ଇନଷ୍ଟାଗ୍ରାମ, ଫେସବୁକ, ସ୍ନାପଚାଟକୁ ବ୍ୟାନ କରାଯାଇଛି। ୨୪ ଘଣ୍ଟା ପାଇଁ ଏହି ବ୍ୟାନ କରାଯାଇଛି। ଆଜି ସନ୍ଧ୍ୟା ୭ଟା ଯାଏ ବ୍ୟାନ ବଳବତ୍ତର ରହିବ।ସୋସିଆଲ ମିଡିଆରେ ଭାଇରାଲ କରିଥିବା ବ୍ୟକ୍ତିଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ। ଘଟଣାସ୍ଥଳରେ ସ୍ଥିତି ସମୀକ୍ଷା କରିଛନ୍ତି ଡିଜିପି। ଅନ୍ୟପଟେ ଆଜି କଟକ ବନ୍ଦ ଡାକରା ଦିଆଯାଇଛି। ଶାନ୍ତି ପ୍ରତିଷ୍ଠା ଲାଗି ଆହ୍ବାନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

ଶୋଭାଯାତ୍ରାକୁ ନେଇ ଜଳୁଛି କଟକ ; ଆଜି ସଂଧ୍ୟା ୭ଟାରୁ ଆସନ୍ତାକାଲି ସଂଧ୍ୟା ୭ଟା ପର୍ଯ୍ୟନ୍ତ ସୋସିଆଲ ମିଡ଼ିଆ ବ୍ୟାନ

କଟକ : ଶୋଭାଯାତ୍ରାକୁ ନେଇ ଜଳୁଛି କଟକ। ଏକ ସଂଗଠନର ଶୋଭାଯାତ୍ରା ବେଳେ ପୋଲିସ ଅଟାକାଇବାରୁ ମହାଭାରତ। ଦରଘା ବଜାର ଅଞ୍ଚଳରେ ପ୍ରବଳ ଉତ୍ତେଜନ। ସ୍ଥିତିକୁ ନଜରରେ ରଖି ସହରରେ ସୋସିଆଲ ମିଡିଆ ବ୍ୟାନ କରାଯାଇଛି । ହ୍ଵାଟ୍ସଆପ, ଇନଷ୍ଟାଗ୍ରାମ, ଫେସବୁକ, ସ୍ନାପଚାଟକୁ ବ୍ୟାନ କରାଯାଇଛି। ୨୪ ଘଣ୍ଟା ପାଇଁ ଏହି ବ୍ୟାନ କରାଯାଇଛି। ସୋମବାର ସନ୍ଧ୍ୟା ୭ଟା ଯାଏ ବ୍ୟାନ ବଳବତ୍ତର ରହିବ। ସିଡିଏ, ୪୨ ମୌଜା, ସିଏମସି ଅଞ୍ଚଳରେ ଲାଗୁ ହୋଇଛି ବ୍ୟାନ।

ଆନ୍ଦୋଳନକାରୀଙ୍କୁ ଘଉଡ଼ାଇବାକୁ ପୋଲିସ କରିଛି ଲାଠିଚାର୍ଜ। ଏହା ସହ ଲୁହବୁହା ଗ୍ୟାସ ପ୍ରୟୋଗ କରାଯାଇଛି। ସେପଟେ ଉତ୍ତେଜନାକୁ ଦୃଷ୍ଟିରେ ରଖି କଟକରେ କ୍ୟାମ୍ପ କରି ରହିବାକୁ ପୋଲିସ ଡିଜିଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ତେଣେ ଆସନ୍ତାକାଲି ଡାକରା ଦିଆଯାଇଛି ବନ୍ଦ। ଶାନ୍ତି ପ୍ରତିଷ୍ଠା ଲାଗି ଆହ୍ବାନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝି। ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

କଟକରେ ଶାନ୍ତି ବଜାୟ ରଖିବାକୁ ଅପିଲ କଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। କଟକରେ ସୃଷ୍ଟି ହୋଇଥିବା ଆଇନଶୃଙ୍ଖଳା ପରିସ୍ଥିତି ନେଇ ବିରୋଧୀ ଦଳ ନେତା ନବୀନ ପଟନାୟକ ଗଭୀର ଉଦବେଗ ପ୍ରକାଶ କରିଛନ୍ତି। କହିଛନ୍ତି ଏକ ଶାନ୍ତିପ୍ରିୟ ରାଜ୍ୟ ଭାବରେ ଓଡିଶାର ସୁନାମ ରହିଛି। ଓଡିଶାବାସୀ, କଟକବାସୀ ଶାନ୍ତି ଓ ସଦଭାବ ଚାହାଁନ୍ତି। ତେଣୁ କଟକ ସହରରେ ଶାନ୍ତି ବଜାୟ ରଖିବା ପାଇଁ ବିରୋଧୀ ଦଳ ନେତା ନବୀନ ପଟନାୟକ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ।

ପାକିସ୍ତାନକୁ ଭାରତର ୨୪୮ ରନର ଟାର୍ଗେଟ୍‌

ନନ୍ଦିଘୋଷ ବ୍ୟୁରୋ: ମହିଳା ବିଶ୍ଵକପ୍ ୨୦୨୫ରେ ଆଜି ମୁହାଁମୁହିଁ ହୋଇଛନ୍ତି ଭାରତ ଓ ପାକିସ୍ତାନ। ପୁରୁଷ ଏସିଆ କପ୍ ପରେ ଏବେ ମହିଳା ଭାରତୀୟ ଦଳ ପାକିସ୍ତାନ ଦଳ ସହ କଲୋମ୍ବୋରେ ମୁକାବିଲା କରୁଛି । ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୨୪୭ ରନ କରି ପାକିସ୍ତାନକୁ କଡ଼ା ଟକ୍କର ଦେଇଛି । ଭାରତ-ପାକିସ୍ତାନ ମଧ୍ୟରେ ହ୍ୟାଣ୍ଡସେକ୍ ବିବାଦ ଚାଲିଥିବା ବେଳେ ଭାରତୀୟ ମହିଳା ଦଳ ପାକିସ୍ତାନ ବିପକ୍ଷରେ ଲଢୁଆ ସ୍କୋର କରି ପାରିଛି। ହର୍ଲିନ ଦେଓଲ ସର୍ବାଧିକ ୪୬ ରନ କରିଥିବା ବେଳେ ଋଚାଘୋଷ ୩୫ ରନର ଉଲ୍ଲେଖନୀୟ ଅପରାଜିତ ରନ କରିଛନ୍ତି । ପାକିସ୍ତାନ ମହିଳା ଦଳ ସମ୍ମୁଖରେ ରହିଛି ୨୪୮ ରନ ବିଜୟ ଲକ୍ଷ୍ୟ।  ବୋଲିଂରେ ପାକିସ୍ତାନ ପକ୍ଷରୁ ଦିଆନା  ବୈଗ ୪ ଓ୍ଵିକେଟ୍ ନେଇଛନ୍ତି ।

ପୁଣି ପଡ଼ିଆରେ ହ୍ୟାଣ୍ଡସେକ୍ ବିବାଦ। ଆଜି ପୁଣି ଦୁଇ ଦେଶ ପାକିସ୍ତାନ ଓ ଭାରତର ଖେଳାଳି କଲେନାହିଁ ହ୍ୟାଣ୍ଡସେକ। ମହିଳା ବିଶ୍ଵକପରେ କଲମ୍ବୋରେ ଆଜି ଭାରତ-ପାକିସ୍ତାନ ମଧ୍ୟରେ ମ୍ୟାଚ ଚାଲିଛି । ତେବେ ମ୍ୟାଚ ପୂର୍ବରୁ ଟସ ଲାଗି ଉଭୟ ଦେଶର ଅଧିନାୟକ ପଡିଆ ମଧ୍ୟକୁ ଟସ ପାଇଁ ଆସିଥିଲେ। ଟସ ପଡ଼ିବା ପରେ ଦୁଇ ଖେଳାଳିଙ୍କ ମଧ୍ୟରେ ହ୍ୟାଣ୍ଡସେକ୍ କରିବା କଥା। ତେବେ ଉଭୟ ଅଧିନାୟକ ହ୍ୟାଣ୍ଡେସକ କରିନଥିଲେ। ଭାରତୀୟ ଅଧିନାୟକ ପୁରୁଷ କ୍ରିକେଟ ଟିମ ରାସ୍ତା ଆପଣାଇ ପାକିସ୍ତାନ ଅଧିନାୟକଙ୍କ ସହ ହ୍ୟାଣ୍ଡସେକ୍ କରିନଥିଲା। ଆଜି ଟସ ଜିତି ପାକିସ୍ତାନ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପାକିସ୍ତାନ ମହିଳା ଦଳ ସମ୍ମୁଖରେ ରହିଛି ୨୪୮ ରନ ବିଜୟ ଲକ୍ଷ୍ୟ ।