spot_img
Home Blog Page 363

ମାଳ ମାଳ ବେଆଇନ ପାଥୋ ଲ୍ୟାବ୍: ମୋଟା ଅଙ୍କର ଅର୍ଥ ଉପାର୍ଜନ କରି ମାଲିକ ମାଲେମାଲ

ମାଳ ମାଳ ବେଆଇନ ପାଥୋ ଲ୍ୟାବ୍ । ଖୋର୍ଦ୍ଧା ଜିଲ୍ଲା ଜଟଣୀ ବ୍ଲକରେ ଅଣ ସ୍ବୀକୃତିପ୍ରାପ୍ତ ପାଥୋ ଲ୍ୟାବ । ୨ଶହରୁ ଅଧିକ ବେଆଇନ ପାଥୋ ଲ୍ୟାବ୍ କରୁଛନ୍ତି ନମୁନା ପରୀକ୍ଷା । ଲୋକଙ୍କ ଜୀବନ ସହ ଖେଳୁଛନ୍ତି ଖେଳ । ମୋଟା ଅଙ୍କର ଅର୍ଥ ଉପାର୍ଜନ କରି ମାଲିକ ମାଲେମାଲ। ବର୍ଷ ବର୍ଷ ଧରି ନମୁନା ପରୀକ୍ଷା କରୁଛନ୍ତି ଅଣ- ସୀକୃତିପ୍ରାପ୍ତ ପାଥୋ ଲ୍ୟାବ । ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ସୂଚନା ଅଧିକାର ଆଇନ ଦ୍ୱାରା ମଗାଯାଇଥିବା ରିପୋର୍ଟ ଅନୁସାରେ, ଜଟଣୀ ସହରରେ ଏକ ମାତ୍ର ପାଥୋ ଲ୍ୟାବକୁ ସ୍ବୀକୃତି ମିଳିଛି। ତେବେ ଅବଶିଷ୍ଟ ପାଥୋ ଲ୍ୟାବ କିପରି ବେଆଇନ ଭାବେ ନମୁନା ପରୀକ୍ଷା କରୁଛନ୍ତି ତାକୁ ନେଇ ସୂଚନା ଅଧିକାର କର୍ମୀ ପ୍ରଶ୍ନ ଉଠାଇଛନ୍ତି।

ବର୍ଷ ବର୍ଷ ଧରି କିପରି ବିନା ସ୍ବୀକୃତିରେ ନମୁନା ପରୀକ୍ଷା ଚାଲିଛି ତାକୁ ନେଇ ଉଠିଛି ପ୍ରଶ୍ନ । ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଏ ସଂପର୍କରେ କେମିତି ଜାଣୁନାହାଁନ୍ତି ? କାହା ଅନୁମତିରେ ଖୋଲିଛି ଏହି ଲ୍ୟାବ ? ଡାକ୍ତର କିପରି ଅଣସ୍ବୀକୃତିପ୍ରାପ୍ତ ନମୁନା ପରୀକ୍ଷା ଉପରେ ମେଡିସିନ ଲେଖୁଛନ୍ତି ତାକୁ ନେଇ ଉଦବେଗ ପ୍ରକାଶ ପାଇଛି। ଏ ସମ୍ପର୍କରେ CDMOଙ୍କୁ ପଚାରିବାରୁ ସେ କୌଣସି ଉତ୍ତର ଦେଇନଥିଲେ। ଅଣସ୍ବୀକୃତିପ୍ରାପ୍ତ ପାଥୋ ଲ୍ୟାବ ଉପରେ କେବେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ତାକୁ ଅପେକ୍ଷା।

ତିନି ଦିନ ହେଲାଣି ପୁଅର ପତ୍ତା ମିଳୁନି: ଧନ ଶଙ୍ଖାଳିକୁ ବାହୁନି କାନ୍ଦୁଛି ମା’

ଧନ ଶଙ୍ଖାଳିକୁ ବାହୁନି କାନ୍ଦୁଛି ମା’ । ଦୁଃଖ ଦେଇ କୁଆଡେ ପଳେଇଲୁରେ ଧନ.. ନିଖୋଜ ପୁଅ ପାଇଁ ବୁକୁ ଫଟାଇ କାନ୍ଦୁଛି ମାଆ । ପୂରା ଗାଁରେ ଶୋକର ପରିବେଶ। ମାଆ କୋଳରୁ ପୁଅକୁ ଛଡ଼ାଇ ନେଇଛି ପ୍ରଳୟଙ୍କାରୀ ବନ୍ୟା। ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ପୋଡ଼ାପଲ୍ଲୀ ଗାଁର ବୁଲୁ ପ୍ରଧାନଙ୍କ ୧୬ ବର୍ଷର ଶୁଭମ ପ୍ରଧାନ। ବ୍ରହ୍ମପୁର ବେଦ ବ୍ୟାସ ଘରୋଇ କଲେଜରେ ଯୁକ୍ତ ଦୁଇ ପ୍ରଥମ ବର୍ଷରେ ପଢ଼ୁଥିଲେ। ଦଶହରା ଛୁଟିରେ ଗାଁକୁ ବୁଲିବାକୁ ଆସିଥିଲେ। ଗତ ୩ ତାରିଖରେ ଉପର ମୁଣ୍ଡରେ ପ୍ରବଳ ବର୍ଷା ଫଳରେ ଋଷିକୂଲ୍ୟା ନଦୀରେ ବନ୍ୟା ପରିସ୍ଥିତି ଉପୁଜି ଥିଲା। ଗତ ୪ ତାରିଖରେ ଋଷିକୂଲ୍ୟା ନଦୀକୁ ନିଜ ସାଙ୍ଗ ସହ ଗାଧୋଇବାକୁ ଯାଇଥିଲେ ଶୁଭମ। ହେଲେ ଅସାବଧାନତା ଯୋଗୁଁ ଗୋଡ ଖସିଯିବାରୁ ବନ୍ୟା ଜଳର ପ୍ରଖର ସ୍ରୋତରେ ଭାସି ଯାଇଥିଲେ। ଅଗ୍ନିଶମ ବାହିନୀ ବହୁ ଖୋଜା ଖୋଜି ପରେ ବି ଆଜକୁ ୩ ଦିନ ବିତିଲାଣି ଶୁଭମଙ୍କ ପତ୍ତା ମିଳୁନି।

ପାଠ ପଢୁଆ ପୁଅକୁ ନେଇ ମା ବାପା କେତେ ସ୍ୱପ୍ନ ଦେଖିଥିଲେ। ସବୁ ସେହି କାଳ ବନ୍ୟାର କରାଳ ରୂପରେ ଲୀନ ହୋଇ ଯାଇଛି । ଅଗ୍ନିଶମ ବିଭାଗ ପକ୍ଷରୁ ବୋଟ ମାଧ୍ୟମରେ ଖୋଜାଖୋଜି ବି ଜାରି ରହିଛି। ହେଲେ ଶୁଭମଙ୍କ କୌଣସି ପତ୍ତା ମିଳୁନି। ସୋରଡା ହ୍ରଦ ଓ ଭଞ୍ଜନଗର ହ୍ରଦର ଗେଟ ବନ୍ଦ କରି ନଦୀ ପାଣି ଜଳ ପ୍ରବାହକୁ କିଛି ମାତ୍ରାରେ କମ କରାଯାଇପାରିଲେ ଶୁଭମଙ୍କୁ ଖୋଜିବାରେ ସହଜ ହୋଇପାରନ୍ତା ବୋଲି ମତ ପ୍ରକାଶ ପାଉଛି ।

ଶୁଖିଲା ପଡିଛି ହଜାର ହଜାର ହେକ୍ଟର ଚାଷଜମି: ଫଳରେ ବର୍ଷକର ଚାଷକୁ ନେଇ ଚିନ୍ତାରେ ଚାଷ

ଜମି ଫାଟି ଆଁ କରିଛି । ପାଲଟିଲାଣି ମରୁଭୂମି । ହଜାର ହଜାର ହେକ୍ଟର ଚାଷଜମି ଶୁଖିଲା ପଡିଛି। କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକରେ କେନାଲ ଥାଇ ବି ମିଳୁନି ଲାଭ ।  କେଉଁଠି କେନାଲରେ କିଛି ଜାଗାରେ ଗଛ ଉଠି ଜଙ୍ଗଲ ହୋଇଯିବାରୁ ପାଣି ଆସୁନି ତ ଆଉ କେଉଁଠି କେନାଲ ଶୁଖିଲା ପଡିଛି । ଧର୍ମଗଡ ବ୍ଲକ ଆଇଁଲା ଜୋର୍, ପର୍ଲା, ବଡ ଗୁମର, ଆମ୍ବଗୁଡା, ପିପଲା, ଚିତାମୁଣ୍ଡା ସାଙ୍ଗକୁ କୋକସରା ବ୍ଲକର ୬ରୁ ଅଧିକ ଗାଁ ହେଉଛି ଅଣ-ଜଳସେଚିତ ଅଞ୍ଚଳ  । ଏହି ଅଞ୍ଚଳରେ ପ୍ରାୟ ୨୦ ହଜାର ହେକ୍ଟର ଜମିରେ ଧାନ ଚାଷ ହେଉଥିବାବେଳେ ୫ ହଜାରରୁ ଅଧିକ ଚାଷୀ ଚାଷ କରି ପରିବାର ପ୍ରତିପୋଷଣ କରନ୍ତି  । ଏଭଳି ସ୍ଥିିତିରେ ଏବେ ଆଶା ଆଶଙ୍କାରେ ଚାଷୀ।

ପ୍ରତି ବର୍ଷ ଏହି ଅଞ୍ଚଳର ଚାଷୀ ମରୁଡିର ଶିକାର ହେଉଥିବା ଅଭିଯୋଗ ହେବା ପରେ ପୂର୍ବ ସରକାର କେନାଲ ନିର୍ମାଣ କରିଥିଲେ । ଉପର ଇନ୍ଦ୍ରାବତୀ ଜଳସେଚନ ବିଭାଗର ବାମ ମୁଖ୍ୟ କେନାଲର ରାବଣ ଗୁଡା ଠାରୁ ପିପଲା ଯାଏଁ ଏକ ଶାଖା କେନାଲ ନିର୍ମାଣ ହୋଇଥିଲା । କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ କେନାଲରେ ଏବେ ଆସୁନି ପାଣି । ଅନ୍ୟ ପଟେ କେନାଲ ସମସ୍ୟା ନେଇ ବିଭାଗୀୟ ଅଧକାରୀ ପ୍ରତିକ୍ରିୟା ଦେବାକୁ ମନା କରି ଦେଇଛନ୍ତି  । କେତେବେଳେ ନିଅଣ୍ଟିଆ ବର୍ଷା ତ କେତେବେଳେ ସାର ଅଭାବ ଚାଷୀଙ୍କ ମେରୁଦଣ୍ଡ ଦୋହଲାଇ ଦେଇଥିବାବେଳେ ଏବେ ଇନ୍ଦ୍ରାବତୀ କେନାଲ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି l ତୁରନ୍ତ ଏହି କେନାଲର ପୁନରୁଦ୍ଧାର କରିବାକୁ ଦାବି ହୋଇଛି ।

ପଶ୍ଚିମବଙ୍ଗର ଅନେକ ସ୍ଥାନରେ ଭୂସ୍ଖଳନ, ୨୦ ମୃତ

ନନ୍ଦିଘୋଷ ବ୍ୟୁରୋ : ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରେ ଭୂସ୍ଖଳନ ଘଟଣା। ବର୍ତ୍ତମାନ ସୁଦ୍ଧା ମୃତ୍ୟୁ ସଂଖ୍ୟା ୨୦। ପ୍ରକୃତିର ତାଣ୍ଡବରେ ଧୂଳିସାତ ହୋଇଛନ୍ତି ଅନେକ ଘର। ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ଶତାଧିକ ଲୋକ। ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ଯୁ ଘଟିଛି। ଏନଡିଆରଏଫ ସମେତ ବିଭିନ୍ନ ଟିମ ଉଦ୍ଧାର କାର୍ଯ୍ଯରେ ସାମିଲ ହୋଇଛନ୍ତି। ସେପଟେ ପ୍ରବଳ ବର୍ଷା ନେଇ ରେଡଆଲର୍ଟ ଜାରି କରାଯାଇଛି। ଗତକାଲି ଧସିଯାଇଥିଲା  ଲୁହା ନିର୍ମିତ ଡୁଡିଆ ବ୍ରିଜ। ଲଗାଣ ବର୍ଷାରୁ ପଶ୍ଚିମବଙ୍ଗର ଉତ୍ତର ପାର୍ଶ୍ଵରେ ଗମ୍ଭୀର ପରିସ୍ଥିତି ସୃଷ୍ଟି ହୋଇଛି। ମୃତ୍ୟୁ ସଂଖ୍ୟା ଆହୁରିୁ ଅଧିକ ହେବା ଆଶଂକା କରାଯାଉଛି। ବର୍ଷା ଓ  ଭୂସ୍ଖଳନ ଯୋଗୁଁ ପଶ୍ଚିମବଙ୍ଗ ଏବଂ ସିକିମ ମଧ୍ୟରେ ସଡ଼କ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ଦାର୍ଜିଲିଂ ଏବଂ ସିଲିଗୁଡ଼ି ମଧ୍ୟରେ ମୁଖ୍ୟ ରାସ୍ତା ଅବରୋଧ ହୋଇଛି।  ଉତ୍ତର ବଙ୍ଗ ପୋଲିସ ମହାନୀରିକ୍ଷକ ରାଜେଶ କୁମାର ଯାଦବ ମିରିକ ହସ୍ପିଟାଲ ପରିଦର୍ଶନ କରିଛନ୍ତି। ରାସ୍ତା ସଫେଇ କାର୍ଯ୍ୟ ଜାରି ରହିଛି ଏବଂ ପର୍ଯ୍ୟଟନସ୍ଥଳୀକୁ ନଯାଇ ହୋଟେଲରେ ରହିବାକୁ ପର୍ଯ୍ଯଟକଙ୍କୁ ପରାମର୍ଶ ଦିଆଯାଇଛି। ମିରିକରେ ଏସଡିଆରଏଫ ଏବଂ ଏନଡିଆରଏଫ ପକ୍ଷରୁ ଉଦ୍ଧାର କାର୍ଯ୍ଯ ଜାରି ରହିଛି। ଦାର୍ଜିଲିଂ ତଳିଆ ଅଞ୍ଚଳର ଲଜରେ ଥିବା  ପର୍ଯ୍ୟଟକଙ୍କୁ ଜେସିବି ଜରିଆରେ ଉଦ୍ଧାର କରାଯାଇଛି। ଗତକାଲି ପ୍ରକୃତି ତାଣ୍ଡବରେ ପ୍ରବଳ  ଜଳସ୍ରୋତ ଯୋଗୁଁ ତିସ୍ତା ଓ ହାଲଙ୍ଗ ନଦୀ ଉପରେ ଏକ କାଠ ପୋଲ ଭୁଶୁଡ଼ି ପଡ଼ିଥିଲା।  ବର୍ତ୍ତମାନ ହାଲଙ୍ଗ ନଦୀର ଜଳସ୍ତର ହ୍ରାସ ପାଇଛି।

କାମାକ୍ଷାନଗର ସ୍ଥିତ ମହାବିରୋଡ ରେଞ୍ଜରେ ଅଜଣା ଜନ୍ତୁ ଆତଙ୍କ

କାମାକ୍ଷାନଗର : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ସ୍ଥିତ ମହାବିରୋଡ଼ ରେଞ୍ଜରେ ଅଜଣା ଜନ୍ତୁ ଆତଙ୍କ । ଅଜଣା ଯନ୍ତୁଟି ବାଘ ହୋଇଥିବା ନେଇ ସନ୍ଦେହ କରୁଛନ୍ତି ଗ୍ରାମବାସୀ  । କୁଟୁରିଆ ଗ୍ରାମରେ ଏକ ଗାଈକୁ ଆକ୍ରମଣ କରିବା ସହ ସ୍ଥାନୀୟ ଜଙ୍ଗଲରେ ରହିଥିବା ସୂଚନା ମିଳିଛି । ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ପାଇବା ପରେ ଲୋକଙ୍କୁ ସତର୍କ କରାଇବା ସହ ଅଜଣା ଜନ୍ତୁକୁ ଖୋଜୁଛି ବନବିଭାଗ । ରାତିରେ ପାଟ୍ରୋଲିଂ କରିବା ସହ ଜଙ୍ଗଲ ନିକଟରେ ଥିବା ଗ୍ରାମବାସୀଙ୍କୁ ସଚେତନ କରୁଛି ବନବିଭାଗ । କେଉଁ ପ୍ରଜାତିର ଜନ୍ତୁ ଜଣାପଡ଼ିନଥିବା ବେଳେ ଲୋକଙ୍କୁ ଆତଙ୍କିତ ନହେବା ପାଇଁ ପରାମର୍ଶ ଦେଉଛି ବନବିଭାଗ । ACFଙ୍କ ନେତୃତ୍ୱରେ ସ୍ଥାନୀୟ ରେଞ୍ଜର, ବିଦ୍ୟୁତବିଭାଗ କର୍ମଚାରୀଙ୍କୁ ନେଇ ପାଟ୍ରୋଲିଂ କରୁଛି ବନବିଭାଗ ।

କଟକ ସଂଘର୍ଷ ଘଟଣାକୁ ନେଇ ସରାକରଙ୍କୁ ସମାଲୋଚନା କଲେ ପ୍ରିୟଙ୍କା ଚତୁର୍ବେଦୀ

ନନ୍ଦିଘୋଷ ବ୍ୟୁରୋ : କଟକ ସଂଘର୍ଷ ଘଟଣାକୁ ନେଇ ରାଜ୍ୟ ସରକାରଙ୍କକୁ ସମାଲୋଚନା। ଶିବସେନା UBT ସାଂସଦ ପ୍ରିୟଙ୍କା ଚତୁର୍ବେଦୀ ରାଜ୍ୟ ସରକାରଙ୍କୁ ତୀବ୍ର ନିନ୍ଦା କରିଛନ୍ତି। କହିଛନ୍ତି, ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଓଡ଼ିଶା ଭଳି ଏକ ରାଜ୍ୟ ଯେଉଁଠାରେ ଶାନ୍ତିପ୍ରିୟ ଲୋକମାନେ ରହୁଛନ୍ତି।  ଯେତେବେଳେ ବିଜେଡି କ୍ଷମତାରେ ଥିଲା ସେଠାରେ କୌଣସି ସଂଘର୍ଷ ଘଟିନଥିଲା। ହଠାତ୍ ବିଜେପି କ୍ଷମତାକୁ ଆସିବା ପରେ ସ୍ଥିତି ବଦଳିଯାଇଛି। କଟକରେ ଯାହା ଘଟିଛି ତାହା ଭାରତୀୟ ଜନତା ପାର୍ଟି ସରକାରରେ ଥିବା ସମୟରେ ଘଟିଛି। ରାଜନୀତି ପାଇଁ ରାଜ୍ୟବାସୀଙ୍କୁ ବିଭାଜିତ କରିବାର ଏହା  ଦୁଃଖଦ ପ୍ରତିଫଳନ। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଆଶା କରୁଛି ଯେ ଆଇନ ଶୃଙ୍ଖଳା ବଜାୟ ରହିବ ବୋଲି କହିଛନ୍ତି ପ୍ରିୟଙ୍କା ଚତୁର୍ବେଦୀ। ଓଡ଼ିଶାବାସୀଙ୍କୁ ଦୁଇ ଗୋଷ୍ଠୀ ମଧ୍ୟରେ ଝଗଡ଼ା ସୃଷ୍ଟି କରିବା ପାଇଁ କେବଳ ଉପକରଣ ଭାବରେ ବ୍ୟବହାର କରାଯାଉଛି। ହିଂସାକାଣ୍ଡର ଦୋଷୀଙ୍କୁ ଯଥାଶୀଘ୍ର ଗିରଫ କରାଯିବା ଉଚିତ।

୪୮ଟି ଛକା ଓ ଚୌକା ସହିତ ୪୫୯ ରନ କରି ସମ୍ମାନିତ ହେଲେ ରାହୁଲ ଦ୍ରାବିଡଙ୍କ ପୁଅ

ନନ୍ଦିଘୋଷ ବ୍ୟୁରୋ : ରାହୁଲ ଦ୍ରାବିଡଙ୍କ ବ୍ୟାଟିଂ ଦକ୍ଷତାକୁ ତ ସମସ୍ତେ ଜାଣନ୍ତି । କିନ୍ତୁ ତାଙ୍କ ପୁଅ ଏବେ ଦମଦାର ବ୍ୟାଟିଂ କରି ସମ୍ମାନିତ ହୋଇଛନ୍ତି । ରାହୁଲ ଦ୍ରାବିଡଙ୍କ ସାନ ପୁଅକୁ ଅନଭୟ ଦ୍ରାବିଡ ଅକ୍ଟୋବର ୫ ତାରିଖରେ ଅନୁଷ୍ଠିତ KSCA ବାର୍ଷିକ ପୁରସ୍କାର ସମାରୋହରେ ସମ୍ମାନିତ ହୋଇଛନ୍ତି । ଅନଭୟ ଦ୍ରାବିଡ କ୍ରିକେଟ୍ କ୍ଷେତ୍ରରେ ତାଙ୍କର ଦମଦାର ପ୍ରଦର୍ଶନ ପାଇଁ ଏହି ସମ୍ମାନ ପାଇଛନ୍ତି। ୧୬ ବର୍ଷରୁ କମ୍ ବିଜୟ ମର୍ଚ୍ଚାଣ୍ଟ ଟ୍ରଫିରେ କର୍ଣ୍ଣାଟକ ପାଇଁ ସର୍ବାଧିକ ରନ ସ୍କୋର କରିବା ପାଇଁ ତାଙ୍କୁ KSCA ଦ୍ୱାରା ବାର୍ଷିକ ପୁରସ୍କାର ସମାରୋହରେ ସମ୍ମାନିତ କରାଯାଇଛି।

୪୮ଟି ଛକା ଓ ଚୌକା ସହିତ ୪୫୯ ରନ୍ କରିବା ପାଇଁ ଅନଭୟ ଦ୍ରାବିଡଙ୍କୁ KSCA ଦ୍ୱାରା ଏହି ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ଏହି ରନ୍ ଗୋଟିଏ ମ୍ୟାଚ୍ କିମ୍ବା ଇନିଂସରେ ନୁହେଁ, ବରଂ ଛଅଟି ମ୍ୟାଚରେ ୮ଟି ଇନିଂସରେ ୯୧.୮୦ ହାରରେ କରାଯାଇଥିଲା । ଯେଉଁଥିରେ ଦୁଇଟି ଶତକ ଅନ୍ତର୍ଭୁକ୍ତ। ଏହି ସମୟ ମଧ୍ୟରେ ସେ ୪୬ଟି ଚୌକା ଓ ଦୁଇଟି ଛକା ମାରିଥିଲେ। ୧୬ ବର୍ଷରୁ କମ୍ ବିଜୟ ମର୍ଚ୍ଚାଣ୍ଟ ଟ୍ରଫିରେ ଦ୍ରାବିଡ କର୍ଣ୍ଣାଟକ ପାଇଁ ସର୍ବାଧିକ ରନ୍ ସ୍କୋରର ଅଟନ୍ତି ଓ ଟୁର୍ଣ୍ଣାମେଣ୍ଟରେ ତାଙ୍କର ସର୍ବାଧିକ ହାର ମଧ୍ୟ ଅଛି।

କର୍ଣ୍ଣାଟକ ରାଜ୍ୟ କ୍ରିକେଟ୍ ସଂଘର ବାର୍ଷିକ ପୁରସ୍କାର ଉତ୍ସବରେ ଅନଭୟ ଦ୍ରାବିଡ ଏକା ସମ୍ମାନିତ ନଥିଲେ। ରାହୁଲ ଦ୍ରାବିଡଙ୍କ ପୁଅଙ୍କ ସହ ମୟଙ୍କ ଅଗ୍ରୱାଲ ଏବଂ ଆର. ସ୍ମରନଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା। ବିଜୟ ହଜାରେ ଟ୍ରଫିରେ କର୍ଣ୍ଣାଟକର ସର୍ବାଧିକ ରନ ସ୍କୋରର ହେବା ପାଇଁ ମୟଙ୍କ ଅଗ୍ରୱାଲଙ୍କୁ ଏହି ପୁରସ୍କାର ମିଳିଥିଲା, ସେ ୯୩ ହାରରେ ୬୫୧ ରନ ସଂଗ୍ରହ କରିଥିଲେ। ଯୁବ ଖେଳାଳି ଆର. ସ୍ମରନଙ୍କୁ ରଣଜୀ ଟ୍ରଫିରେ ତାଙ୍କ ପ୍ରଦର୍ଶନ ପାଇଁ ସମ୍ମାନିତ କରାଯାଇଥିଲା। ବାମହାତୀ ବ୍ୟାଟସମ୍ୟାନ ସ୍ମରନ ଦୁଇଟି ଶତକ ସହିତ ୬୪.୫୦ ହାରରେ ୫୧୬ ରନ କରିଥିଲେ।

କର୍ଣ୍ଣାଟକ ୱିକେଟକିପର-ବ୍ୟାଟସମ୍ୟାନ୍ କେଏଲ ଶ୍ରୀଜିତଙ୍କୁ ମଧ୍ୟ କେଏସସିଏ ପୁରସ୍କାର ଉତ୍ସବରେ ସମ୍ମାନିତ କରାଯାଇଥିଲା। ସେ ସୟଦ ମୁସ୍ତାକ ଅଲି ଟ୍ରଫିରେ ସର୍ବାଧିକ ୨୧୩ ରନ ସ୍କୋର କରିବା ପାଇଁ ଏହି ପୁରସ୍କାର ପାଇଥିଲେ।

ଆଜି ବିଧାନସଭା ନିର୍ବାଚନ ନେଇ ତାରିଖ ଘୋଷଣା କରିବେ ନିର୍ବାଚନ କମିଶନ

ନନ୍ଦିଘୋଷ ବ୍ୟୁରୋ : ଆଜି ବିଧାନସଭା ନିର୍ବାଚନ ନେଇ ତାରିଖ ଘୋଷଣା କରିବେ ନିର୍ବାଚନ କମିଶନ। ଅପରାହ୍ଣ ୪ଟାରେ ହେବ ତାରିଖ ଘୋଷଣା। ଦିଲ୍ଲୀ ବିଜ୍ଞାନ ଭବନରେ ନିର୍ବାଚନ କମିଶନଙ୍କ ଆଜି କରିବେ ପ୍ରେସମିଟ। ଏହା ସହ ଓଡ଼ିଶାର ନୂଆପଡ଼ା ସମେତ ବିଭିନ୍ନ ରାଜ୍ୟର ଉପନିର୍ବାଚନ ଲାଗି ମଧ୍ୟ ହୋଇପାରେ ତାରିଖ ଘୋଷଣା।

ବିହାର ବିଧାନସଭା ନିର୍ବାଚନ ନେଇ ଗତକାଲି ସରିଛି ଇସିଆଇଙ୍କ ସ୍ଥିତି ସମୀକ୍ଷା। ଗତ ୨ ଦିନ ଧରି  ସ୍ଥିତି ସମୀକ୍ଷା କରିଥିଲେ ନିର୍ବାଚନ କମିଶନ। ଏସଆଇଆର ପ୍ରସଙ୍ଗରେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର କହିଛନ୍ତି ଯଦି କୌଣସି ରାଜନୈତିକ ଦଳ ଆଶଙ୍କା କରନ୍ତି କୌଣସି ନାମ ବାଦ୍ ପଡିଛି ତେବେ ସେମାନେ ନିର୍ବାଚନ ଅଧିକାରୀଙ୍କ ନିକଟରେ ଆବେଦନ କରିପାରିବେ। ବିହାର ବିଧାନସଭା ନିର୍ବାଚନ ଲାଗି ୧୭ଟି ନୂଆ ପଦକ୍ଷେପ ନିଆଯାଇଛି। ପୋଲିଂ ଷ୍ଟେସନରେ ଯେପରି ଅଧିକ ଭିଡ ହେବ ନାହିଁ, ଲମ୍ବା ଲାଇନ ଲାଗିବ ନାହିଁ ସେଥିପ୍ରତି ଦୃଷ୍ଟି ଦିଆଯାଇଛି। ଭୋଟ ଗ୍ରହଣ କେନ୍ଦ୍ର ନିକଟରେ ମୋବାଇଲ ଫୋନ ଜମା କରିବା ଲାଗି ବି ବ୍ୟବସ୍ଥା ହେବ। ନୂଆ ବ୍ୟବସ୍ଥା ଅନୁସାରେ ଇଭିଏମରେ ବାଲଟ ପେପର ଇନସର୍ଟ କରିବା ପରେ ସିରିୟଲ ନମ୍ବର ବଡ଼ ଆକାରରେ ଦିଶିବ। ପ୍ରାର୍ଥୀଙ୍କ ଫଟୋ ରଙ୍ଗିନ ଆକାରରେ ଦିଶିବ।  ନିର୍ବାଚନ ପ୍ରସ୍ତୁତି ବେଳେ ଜ୍ଞାନେଶଙ୍କ ସହ ଉପସ୍ଥିତ ଥିଲେ ଅନ୍ୟ ଦୁଇ କମିଶନର ସୁଖବୀର ସିଂ ସାନ୍ଧୁ ଓ ବିବେକ ଯୋଶୀ। ବିହାରରେ ନିର୍ବାଚନ ସ୍ଥିତି ସମୀକ୍ଷା କରିବା ଲାଗି ଶନିବାର ପାଟନା ଗସ୍ତ କରିଥିଲେ କମିଶନ। ସମୀକ୍ଷା ବୈଠକରେ ସମସ୍ତ ଜିଲ୍ଲାର ବୁଥସ୍ତରୀୟ ଅଧିକାରୀମାନେ ଯୋଗଦେଇଥିଲେ। ବିହାର ଏସଆଇଆର ବେଳେ ୯୦ ହଜାର ବିଏଲଓ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ବୋଲି ସେ କହିଥିଲେ। ଗୋଟିଏ ପୋଲିଂ ଷ୍ଟେସନରେ ସର୍ବାଧିକ ୧୨ଶହ ଭୋଟର ଭୋଟ ଦେବା ବ୍ଯବସ୍ଥା ରହିବ।

SI ନିଯୁକ୍ତି କେଳେଙ୍କାରୀ ବିରୋଧରେ ବିଜେଡିର ପ୍ରତିବାଦ

ଭୁବନେଶ୍ବର : ପୋଲିସ ଏସଆଇ ନିଯୁକ୍ତି କେଳେଙ୍କାରୀ ଘଟଣା। ଆଶାୟୀଙ୍କୁ ନ୍ୟାୟ ଦାବି ସହ ଅନିୟମିତା ବିରୋଧରେ ବିଜୁ ଜନତା ଦଳର ପ୍ରତିବାଦ । ପରୀକ୍ଷା ଜାଲିଆତି ନେଇ ଦଳର ପ୍ରତିବାଦ କରୁଛି । ପୋଲିସ SI ନିଯୁକ୍ତିରେ ବ୍ଯାପକ ଅନିୟମିତତା ନେଇ ବିଜୁ ଜନତା ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି।ଘଟଣାର ସିବିଆଇ ତଦନ୍ତ ଦାବି କରି ଆସୁଛି ବିଜେଡି। ସିବିଆଇ ତଦନ୍ତ ନିର୍ଦେଶ ଦିଆ ନ ଗଲେ ଆଗକୁ ଜୋରଦାର ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛି ବିଜେଡି। ବିଜୁ ଜନତା ଦଳର ଏହି ପ୍ରତିବାଦରେ ବହୁ ପରୀକ୍ଷାର୍ଥୀ ମଧ୍ୟ ସାମିଲ ଅଛନ୍ତି।

ଅନ୍ୟପଟେ ଦିନ ଗଡ଼ିବା ସହ ଫେକ୍ ଜବ ସିଣ୍ଡିକେଟର ଖୋଲୁଛି ଗୁମର। ଏସଆଇ ନିଯୁକ୍ତି ଘୋଟାଲାର ଚେର କୁଆଡ଼େ ଲମ୍ବିଛି ତାହାକୁ ନେଇ ଚାଲିଛି ଛାନବିନ। ରବିବାର ଭୁବନେଶ୍ବର ଲିଙ୍ଗରାଜ ଇନଫୋସଲ ଇନଷ୍ଟିଚ୍ୟୁଟରେ ରେଡ୍ ହୋଇଥିବାବେଳେ ଅଭିଯୁକ୍ତ ଶଙ୍କର ପୃଷ୍ଟି ଏଠାରେ ରାକେଟ ଚଲାଉଥିବା ଜଣାଯାଇଛି। ଏହା ସହ ଗିରଫ ଚତୁର୍ଥ ଅଭିଯୁକ୍ତ ବିଶ୍ବରଞ୍ଜନ ବେହେରାଙ୍କଠାରୁ ବି ବହୁ ତଥ୍ୟ ପାଇଛି କ୍ରାଇମବ୍ରାଞ୍ଚ। ଗତକାଲି ପଞ୍ଚମ ଦଲାଲ ଅରବିନ୍ଦ ଦାସକୁ ବି ଗିରଫ କରାଯାଇଥିଲା। ତା ଘର ବାଲେଶ୍ବର ସିଂଲା ଥାନା ନବରା। ବର୍ତ୍ତମାନ ସୁଦ୍ଧା ୫ ଦଲାଲଙ୍କ ସମେତ ଗିରଫ ହେଲେଣି ୧୧୯ ଜଣ। ତଥାପି ଧରା ପଡିନାହାନ୍ତି କିଙ୍ଗପିନ। ସିଲିକନ୍ ଟେକ୍ ଲାବ୍ ଓ ପଞ୍ଚସଫ୍ଟ ମାଲିକ ଶଙ୍କର ପୃଷ୍ଟିର ଭୂମିକାକୁ ନେଇ ଏବେ ବଢିବାରେ ଲାଗିଛି ସସପେନ୍ସ। ପ୍ରଶ୍ନ ଉଠୁଛି ଲୋକସେବା ଭବନରୁ ଚାଲିଥିଲା କି ଠକେଇ ସିଣ୍ଡିକେଟ ? ନିଯୁକ୍ତି କେଳେଙ୍କାରୀରେ ଅଛି କି ହାଇପ୍ରୋଫାଇଲ ଲୋକଙ୍କ ସମ୍ପୃକ୍ତି ? ଠକେଇ ସିଣ୍ଡିକେଟରେ ଆଉ କିଛି ପୋଲିସ ଅଧିକାରୀ ନାହାନ୍ତି ତ ? ଯଦି ଅଛନ୍ତି ସେମାନଙ୍କୁ ଧରିବାକୁ କାହିଁକି ପଛଘୁଞ୍ଚା ଦେଉଛି କ୍ରାଇମବ୍ରାଞ୍ଚ ? ଚାକିରି କେଳେଙ୍କାରୀର ମାଷ୍ଟରମାଇଣ୍ଡକୁ ଧରିବାକୁ ରାଜ୍ୟ ଭିତରେ ଓ ବାହାରେ ଆରମ୍ଭ ହୋଇଛି ତନାଘନା। ସ୍କାନରରେ ଅଛନ୍ତି ବିଭିନ୍ନ ଶିକ୍ଷାନୁଷ୍ଠାନର ମାଲିକ। ଯାଞ୍ଚ ହେଉଛି ଅଭିଯୁକ୍ତଙ୍କ ସିଡିଆର। ଆବଶ୍ୟକ ପଡ଼ିଲେ ଆର୍ଥିକ କାରବାର ନେଇ ବ୍ୟାଙ୍କକୁ ମଧ୍ୟ ଚିଠି ଲେଖାଯିବ। ୨୦୨୪ ଜୁନରୁ ଆଜି ପର୍ଯ୍ୟନ୍ତ ବାତିଲ ହୋଇଥିବା ପରୀକ୍ଷାର ରିପୋର୍ଟ ଦାଖଲ କରିବାକୁ ସମସ୍ତ ବୋର୍ଡ ଓ ଆୟୋଗଙ୍କୁ ଦିଆଯାଇଛି ନିର୍ଦ୍ଦେଶ। ମହା ଦୁର୍ନୀତିର ମୁଖ୍ୟ କାର୍ପଟଦାର କୁହାଯାଉଥିବା ଶଙ୍କର ପୃଷ୍ଟି ଫେରାର ହୋଇଯାଇଛି ବୋଲି କୁହାଯାଉଛି। ଶଙ୍କର ପୃଷ୍ଟିର ଘନିଷ୍ଠ ସହଯୋଗୀ ମୁନ୍ନା ମହାନ୍ତି ଭୁବନେଶ୍ବରରୁ ଆଶାୟୀ ପ୍ରାର୍ଥୀଙ୍କୁ ହାଇଦ୍ରାବାଦ ନେବା ଲାଗି ୩ଟି ବସ ଭଡ଼ା କରିଥିଲା ବୋଲି ସୂଚନା ରହିଛି।

ପ୍ରେମରେ ଧୋକ୍କା ପାଇବା ପରେ ଜୀବନ ହାରିଲେ ମହିଳା, ଓୟୋରୁ ମିଳିଲା ମୃତଦେହ

ନନ୍ଦିଘୋଷ ବ୍ୟୁରୋ : କର୍ଣ୍ଣାଟକର ବେଙ୍ଗାଲୁରୁରେ ଜଣେ ମହିଳା ପ୍ରେମରେ ଧୋକ୍କା ପାଇବା ପରେ ଜୀବନ ହାରିଛନ୍ତି ।  ମୃତକ ଜଣଙ୍କ ଜଣେ ପୁରୁଷ ସହିତ ଅବୈଧ ସମ୍ପର୍କରେ ଥିଲେ। ସେ ତାଙ୍କ ବନ୍ଧୁଙ୍କୁ ତାଙ୍କ ପ୍ରେମିକଙ୍କ ସହ ପରିଚୟ କରାଇଥିଲେ । ଫଲରେ ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା। ଏହି ସମୟରେ, ମହିଳା ଜଣକ ସୂଚନା ପାଇଲେ ଯେ ତାଙ୍କ ବନ୍ଧୁ ଏବଂ ପ୍ରେମିକ ଏକ ଓୟୋ ହୋଟେଲରେ ରହୁଛନ୍ତି। ଯେତେବେଳେ ସେ ପହଞ୍ଚିଲେ, ସେ ସେମାନଙ୍କୁ ଧରିଲେ। ତା’ ପରେ ସେ ସେଠାରେ ଜୀବନ ହାରିଛନ୍ତି ।

ବେଙ୍ଗାଲୁରୁର ବାସଭେଶ୍ୱର ନଗରରେ ଥିବା ଓୟୋ ଚାମ୍ପିଅନ କମ୍ଫର୍ଟ ଲଜରେ ଏହି ଘଟଣା ଘଟିଥିଲା। ଜଣେ ମହିଳା ତାଙ୍କ ପ୍ରେମିକଙ୍କୁ ତାଙ୍କ ବନ୍ଧୁଙ୍କ ସହ ଧରିଥିଲେ। ଯୁକ୍ତିତର୍କ ପରେ, ମହିଳା ଜଣକ ସେହି ହୋଟେଲରେ ଏକ ରୁମ୍ ବୁକ୍ କରିଥିଲେ ଓ ତା’ପରେ ସିଲିଂ ଫ୍ୟାନରେ ଝୁଲିପଡିଥିଲେ । ମୃତକଙ୍କ ନାମ ଯଶୋଦା (୩୮) ଥିଲା, ସେ ପୂର୍ବରୁ ବିବାହିତ ଥିଲେ ଏବଂ ତାଙ୍କର ଦୁଇଟି ସନ୍ତାନ ଥିଲା।

ଦୁଇଟି ସନ୍ତାନ ଥିବା ସତ୍ତ୍ୱେ, ଯଶୋଦାର ବିଶ୍ୱନାଥ ନାମକ ଜଣେ ଅଡିଟରଙ୍କ ସହିତ ଅବୈଧ ସମ୍ପର୍କ ଥିଲା। ଯଶୋଦା ଏବଂ ବିଶ୍ୱନାଥ ପାଖରେ ରହୁଥିଲେ, ତେଣୁ ପ୍ରଥମ ଦେଖାରେ ସେମାନଙ୍କର ସମ୍ପର୍କ ପ୍ରଫୁଲ୍ଲିତ ହୋଇଥିଲା। ସାତ ବର୍ଷ ଧରି ଦୁହେଁ ପରସ୍ପର ସହିତ ଫ୍ଲର୍ଟ କରୁଥିଲେ, କିନ୍ତୁ ସମ୍ପ୍ରତି ଯଶୋଦା ତାଙ୍କ ବନ୍ଧୁଙ୍କୁ ବିଶ୍ୱନାଥଙ୍କ ସହ ପରିଚୟ କରାଇଥିଲେ। ସାତ ବର୍ଷ ଧରି ଯଶୋଦାଙ୍କ ସହିତ ସମ୍ପର୍କରେ ଥିବା ଏହି ବ୍ୟକ୍ତି ସମ୍ପ୍ରତି ଗୁପ୍ତ ଭାବରେ ତାଙ୍କ ବନ୍ଧୁଙ୍କ ସହିତ ସାକ୍ଷାତ କରିବା ଆରମ୍ଭ କରିଥିଲେ।

ଏହି ସମୟରେ, ଯଶୋଦା ଧୀରେ ଧୀରେ ଉଭୟ ପୁରୁଷଙ୍କ ଉପରେ ସନ୍ଦେହ କରିବାକୁ ଲାଗିଲେ। ଗୋଟିଏ ଦିନ, ସେ ଜାଣିବାକୁ ପାଇଲେ ଯେ ବିଶ୍ୱନାଥ ଓ ତାଙ୍କ ବନ୍ଧୁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଅଛି  । ସେମାନେ ପୂର୍ବ ରାତିରେ ବାସଭେଶ୍ୱର ନଗରର କେଏଚବି କଲୋନିରେ ଥିବା ଓୟୋ ଚାମ୍ପିଅନ କମ୍ଫର୍ଟ ଲଜରେ ଥିଲେ। ଲଜରେ ପହଞ୍ଚିବା ପରେ, ଯଶୋଦା ସେମାନଙ୍କୁ ଏକାଠି ଧରି ପକାଇଲେ। ତିନି ଜଣଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ତା’ପରେ ଯଶୋଦା ସେହି ହୋଟେଲରେ ତାଙ୍କ ପ୍ରେମିକଙ୍କ ପାଖରେ ଏକ ରୁମ୍ ବୁକ୍ କରି ଆତ୍ମହତ୍ୟା କରିଥିଲେ ।  ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ହେପାଜତକୁ ନେଇ ପୋଷ୍ଟମର୍ଟମ ପାଇଁ ପଠାଇଛି।