spot_img
Home Blog Page 351

ଭଦ୍ରକ ଜିଲ୍ଲା ଚାନ୍ଦବାଲି ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗିରଫ, ୪ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ

ଭଦ୍ରକ ଜିଲ୍ଲା ଚାନ୍ଦବାଲି ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗିରଫ, ୪ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ

ନନ୍ଦିଘୋଷ ବ୍ୟୁରୋ: ଭଦ୍ରକ ଜିଲ୍ଲା ଚାନ୍ଦାବାଲି ପଞ୍ଚାୟତ ଅଫିସ ପଛପଟୁ ନାବାଳିକାଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ । ଜଗତସିଂହପୁରରୁ ଗିରଫ କଲା ପୋଲିସ । ଏହାସହ ୪ ଜଣଙ୍କୁ ଅଟକ ରଖି ପୋଲିସ ଘଟଣାର ତଦନ୍ତ ଚଲାଇଛି । ଘଟଣା ଘଟାଇବା ପରେ ମୁଖ୍ୟ ଅଭିଯୁକ୍ତ ଜଗତସିଂହପୁରକୁ ପଳାଇ ଯାଇଥିଲା ।

ଏପଟେ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ଗତକାଲି ଚାନ୍ଦବାଲିର ଏକ ପଞ୍ଚାୟତ ଅଫିସ ପଛପଟୁ ୧୦ ବର୍ଷର ନାବାଳିକାର କ୍ଷତବିକ୍ଷତ ମୃତଦେହ ଉଦ୍ଧାର ହୋଇଥିଲା । ଦୁଷ୍କର୍ମ ପରେ ତାକୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏହି ଘଟଣାକୁ ନେଇ ସେଠାରେ ଉତ୍ତେଜନା ଦେଖା ଦେଇଛି । ଲୋକେ ରାସ୍ତା ଉପରେ ଟାୟାର ଜାଳି ପ୍ରତିବାଦ କରିଛନ୍ତି । ଲୋକଙ୍କ ଦାବି ହେଲା ବାଲିଗାଁ ଛକରେ ଥିବା ଦୋକାନ ସବୁ ଉଚ୍ଛେଦ ହେଉ । ସେଠାରେ ଚୋରା ମଦ କାରବାର ଚାଲିଛି । ନିଶାସକ୍ତ ଯୁବକଙ୍କ ଆଡ୍ଡା ଜମୁଛି । ଏଥିପାଇଁ ଏତେ ବଡ଼ ଘଟଣା ଘଟିଲା । ସେହି ସବୁ ଦୋକାନ ଭାଙ୍ଗିବାକୁ ଦାବି କରିଛନ୍ତି ସ୍ଥାନୀୟ ଲୋକେ ।

ଇତିହାସ ରଚିଲା ଇସ୍ରୋ: ସବୁଠୁ ଓଜନିଆ ସାଟେଲାଇଟର ସଫଳ ଉତକ୍ଷେପଣ

ନନ୍ଦିଘୋଷ ବ୍ୟୁରୋ: ଇତିହାସ ରଚିଲା ଇସ୍ରୋ। ସବୁଠୁ ଓଜନିଆ ସାଟେଲାଇଟର ସଫଳ ଉତକ୍ଷେପଣ। ବାହୁବଳି ରକେଟ LVM 3 ଜରିଆରେ ସାଟେଲାଇଟ BLUE BLACK BLOCK 2 କୁ କକ୍ଷପଥରେ ଅବସ୍ଥାପିତ କରାଯାଇଛି। ଏହି ସାଟେସାଇଟ ହେଉଛି ଆମେରିକାର AST ସ୍ପେସ୍ ମୋବାଇଲର। ଆଜି ସକାଳ ୮ଟା ୫୫ ରେ ଏହି ସାଟାଲାଇଟକୁ ଆନ୍ଧ୍ରର ଶ୍ରୀହରିକୋଟାରୁ ଉତକ୍ଷେପଣ କରାଯାଇଥିଲା। ଏହାର ଓଜନ ହେଉଛି ହେଉଛି ୬୧୦୦ କେଜି। ଉଚ୍ଚତା ହେଉଛି ୪୩.୫ ମିଟର। ଏହି ମିଶନ ସଫଳ ହୋଇଥିବାରୁ ଏବେ ବିନା ଟାୱାରରେ ସିଧାସଳଖ ମୋବାଇଲରେ ମିଳିପାରିବ ହାଇସ୍ପିଡ୍ ଇଣ୍ଟରନେଟ। ପ୍ରାୟ ୧୦ ଗୁଣା ଅଧିକ ସ୍ପିଡ୍ ର ଇଣ୍ଟରନେଟ ମିଳିବ। ଏହି ମିଶନର ଆଉ ଏକ ବିଶେଷତ୍ଵ ହେଲା ବାହୁବଳୀ ରକେଟ LVM 3 ର ଏହା ହେଉଛି ନବମ ସଫଳ ଉତକ୍ଷେପଣ। ଏହା ଆଗରୁ ୮ଟି ମିଶନ ସଫଳ ହୋଇଛି। ଅର୍ଥାତ ଶହେ ପ୍ରତିଶତ ସଫଳ। ୨୦୨୩ରେ ଚନ୍ଦ୍ରଯାନ-୩ ମଧ୍ୟ ସଫଳ ହୋଇଥିଲା। ଆଜିର ମିଶନ ହେଉଛି ୩ୟ କମର୍ସିଆଲ୍ ଉତକ୍ଷେପଣ।

ଆଜିଠୁ ବିଜୟ ହଜାରେ ଟ୍ରଫି

0

ନନ୍ଦିଘୋଷ ବ୍ୟୁରୋ: ଆଜିଠୁ ବିଜୟ ହଜାରେ ଟ୍ରଫି । ପ୍ରଥମ ଦିନରେ ଖେଳାଯିବ ୧୬ଟି ମ୍ୟାଚ । ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ସମେତ ଟିମ୍ ଇଣ୍ଡିଆର ଅନେକ ଷ୍ଟାର ଖେଳାଳି ଏହି ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିଛନ୍ତି । ବିଜୟ ହଜାରେ ଟ୍ରଫିରେ ବିରାଟ ଏବଂ ରୋହିତଙ୍କ ଆଗମନକୁ ନେଇ ଚର୍ଚ୍ଚା ସୃଷ୍ଟି କରିଛି । ୨୦୨୫-୨୬ ବିଜୟ ହଜାରେ ଟ୍ରଫି ସିଜିନରେ ମୋଟ ୩୮ଟି ଦଳ ଅଂଶଗ୍ରହଣ କରୁଛନ୍ତି । ଜାନୁଆରୀ ୧୮ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ୧୩୫ଟି ମ୍ୟାଚ୍ ଖେଳାଯିବାକୁ ସ୍ଥିର ହୋଇଛି। ଏହି ଦଳଗୁଡ଼ିକୁ ସାତଟି ଦଳର ଚାରିଟି ଗ୍ରୁପରେ ବିଭକ୍ତ କରାଯାଇଛି । ଯେଉଁଥିରେ ଛଅଟି ଦଳକୁ ଏକ ପ୍ଲେଟ୍ ଗୃପରେ ବିଭକ୍ତ କରାଯାଇଛି। ଟୁର୍ଣ୍ଣାମେଣ୍ଟର ପ୍ରଥମ ଦିନରେ ମୋଟ ୧୬ଟି ମ୍ୟାଚ୍ ଖେଳାଯିବ। ବିରାଟ କୋହଲି ଦିଲ୍ଲୀ ଦଳ ପାଇଁ ଖେଳିବେ । ଯାହା ଆନ୍ଧ୍ରକୁ ଭେଟିବ। ରିଷଭ ପନ୍ତ ଏବଂ ଦ୍ରୁତ ବୋଲର ଇଶାନ୍ତ ଶର୍ମା ମଧ୍ୟ ଦିଲ୍ଲୀ ଦଳ ପାଇଁ ଖେଳୁଛନ୍ତି । ଅନ୍ୟ ଜଣେ ଦ୍ରୁତ ବୋଲର ନବଦୀପ ସାଇନି ମଧ୍ୟ ଦିଲ୍ଲୀ ଦଳ ପାଇଁ ଖେଳିବେ।

ଆଜିଠୁ ବରଗଡ଼ ଧନୁଯାତ୍ରା

ନନ୍ଦିଘୋଷ ବ୍ୟୁରୋ: ଆଜିଠାରୁ ବରଗଡ଼ ଧନୁଯାତ୍ରା । ସର୍ବବୃହତ୍ତ ମୁକ୍ତାକାଶ ରଙ୍ଗମଞ୍ଚରେ ୧୧ ଦିନ ଧରି ଚାଲିବ ଯାତ୍ରା । ବରଗଡ଼ ପାଲଟିବ ମଥୁରା ଓ ଅମ୍ବାପାଲ୍ଲୀ ପାଲଟିବ ଗୋପପୁର । ମଝିରେ ଥିବା ଜିରା ନଦୀରେ ଚାଲିବ ଯମୁନାର ରାସ । ଆଜି ଅପରାହ୍ଣ ୨ଟାରୁ ବାହାରିବ ସାଂସ୍କୃତିକ ଶୋଭାଯାତ୍ରା । ସଂଧ୍ଯା ୭ଟାରେ ହାଟପଦା ସ୍ଥିତ ରାଜ ଦରବାରରେ ଧନୁଯାତ୍ରା ମହୋତ୍ସବର ଶୁଭାରମ୍ଭ ହେବ । ଏହାପରେ ଧନୁଯାତ୍ରାର ପ୍ରଥମ ଦୃଶ୍ଯ ରାମଜୀ ମନ୍ଦିରରେ ଦେବକୀ ଓ ବସୁଦେବଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହେବ । ଦେବକୀଙ୍କୁ ରଥରେ ନେଇ ଯିବାବେଳେ ଦୈବବାଣୀ ଶୁଣିବ କଂସ । ଏହାପରେ ଉଗ୍ରସେନଙ୍କୁ ଗାଦିଚ୍ଯୁତ କରି ସିଂହାସନ ଆରୋହଣ କରିବା ସହ ଦେବକୀ ଓ ବସୁଦେବଙ୍କୁ କାରାଗାରରେ ବନ୍ଦି କରିବ କଂସ ମହାରାଜା । ୭୮ ତମ ଧନୁଯାତ୍ରା ପାଇଁ ସାରା ସହର ଚଳଚଞ୍ଚଳ ହୋଇ ଉଠିଥିବାବେଳେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ସମସ୍ତ ପ୍ରସ୍ତୁତି । ଚଳିତ ଧନୁଯାତ୍ରାରେ ୨୨ ରୁ ଅଧିକ ମଞ୍ଚରେ ୨୦୦ରୁ ଅଧିକ କଳାକାର ନିଜର କଳା ପ୍ରଦର୍ଶନ କରିବେ । ଅନ୍ୟପଟେ ସ୍ଥାନୀୟ ଜର୍ଜ ହାଇସ୍କୁଲ ପଡିଆରେ ଭିନ୍ନ ଭିନ୍ନ ଝୁଲା ସହିତ ମୀନାବଜାର ଓ ବ୍ୟବସାୟୀ ମାନେ ଆସର ପକାଇଲେଣି । ଏଥର ୧୫ ଲକ୍ଷରୁ ଅଧିକ ଦର୍ଶକଙ୍କ ସମାଗମ ହେବା ଲକ୍ଷ୍ୟ ନେଇ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ବରଗଡର ବିଭିନ୍ନ ଛକରେ ଟ୍ରାଫିକ ପୋଲିସ ମୁତୟନ କରାଯିବା ସହ ବିଭିନ୍ନ ରାସ୍ତାକୁ ୱାନ ୱେ କରାଯାଇଛି । ଚୋରି ଡକାୟତି ସହ ଅସାମାଜିକ କାର୍ଯ୍ୟକଳାପକୁ ରୋକିବାକୁ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।

ରାତି ପାହିଲେ ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା

ନନ୍ଦିଘୋଷ ବ୍ୟୁରୋ: ରାତି ପାହିଲେ ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା । ଆସନ୍ତାକାଲିଠାରୁ ବରଗଡ଼ ପାଲଟିବ ମଥୁରାନଗରୀ, ଗୋପପୁର ପାଲଟିବ ଅମ୍ବାପାଲି । ୭୮ ତମ ଧନୁଯାତ୍ରା ପାଇଁ ସାରା ସହର ଚଳଚଞ୍ଚଳ ହୋଇ ଉଠିଥିବାବେଳେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ସମସ୍ତ ପ୍ରସ୍ତୁତି । ବିଶ୍ବ ପ୍ରସିଦ୍ଧ ମୁକ୍ତାକାଶ ରଙ୍ଗମଞ୍ଚର ସାଜସଜା କାମ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଥିବା ବେଳେ କଳାକାରମାନଙ୍କର ଅଭ୍ୟାସ ଶେଷ ହୋଇଛି ।

କାଲିଠୁ ଦୁଲୁକିବ ବରଗଡ । ମହାରାଜ କଂସଙ୍କ ଅଟ୍ଟହାସ୍ୟରେ କମ୍ପିବ ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ । ବରଗଡ଼ ପାଲଟିବ ମଥୁରାନଗରୀ, ଗୋପପୁର ପାଲଟିବ ଅମ୍ବାପାଲି । ୭୮ ତମ ବିଶ୍ଵପ୍ରସିଦ୍ଧ ଧନୁଯାତ୍ରା ପାଇଁ ସାରା ବରଗଡ ସହର ଚଳଚଞ୍ଚଳ ହୋଇପଡିଥିବା ବେଳେ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ବିଶ୍ଵ ଦରବାରର ସାଜସଜା ଯୁଦ୍ଧକାଳୀନ ଭିତ୍ତିରେ ଚାଲିଥିବା ବେଳେ କଳାକାର ମାନଙ୍କ ଅଭ୍ୟାସ ଶେଷ ହୋଇଯାଇଛି । ଚଳିତ ବର୍ଷ କଂସ ଭୂମିକାରେ ଅଭିନୟ କରୁଥିବା କଳାକାର ସୁଶୀଲ ମେହେର ନିଜର ଉଚ୍ଚକୋଟୀର ସଂଳାପ ସହ ସଂପୂର୍ଣ୍ଣ ପ୍ରସ୍ତୁତ । ସେହିପରି ଗୋପପୁରର ମୁଖ୍ୟ ଆକର୍ଷଣ ସାଜିଥିବା କୃଷ୍ଣ ବଳରାମ ଓ ରାଧା ମଧ୍ୟ ପ୍ରସ୍ତୁତ ରହିଛନ୍ତି । ଚଳିତ ଧନୁଯାତ୍ରାରେ ୨୨ ରୁ ଅଧିକ ମଞ୍ଚରେ ୨୦୦ରୁ ଅଧିକ କଳାକାର ନିଜର କଳା ପ୍ରଦର୍ଶନ କରିବେ ।

ଆସନ୍ତାକାଲି ଠାରୁ ୧୧ ଦିନ ପର୍ଯ୍ୟନ୍ତ ବରଗଡରେ ଜିଲ୍ଲା ପ୍ରଶାସନ ବଦଳରେ ଚାଲିବ ମହାରାଜା କଂସଙ୍କ ରାଜୁତି । ଅନ୍ୟପଟେ ସ୍ଥାନୀୟ ଜର୍ଜ ହାଇସ୍କୁଲ ପଡିଆରେ ଭିନ୍ନ ଭିନ୍ନ ଝୁଲା ସହିତ ମୀନାବଜାର ଓ ବ୍ୟବସାୟୀ ମାନେ ଆସର ପକାଇଲେଣି । ଏଥର ୧୫ ଲକ୍ଷରୁ ଅଧିକ ଦର୍ଶକଙ୍କ ସମାଗମ ହେବା ଲକ୍ଷ୍ୟ ନେଇ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ବରଗଡର ବିଭିନ୍ନ ଛକରେ ଟ୍ରାଫିକ ପୋଲିସ ମୁତୟନ କରାଯିବା ସହ ବିଭିନ୍ନ ରାସ୍ତାକୁ ୱାନ ୱେ କରାଯାଇଛି । ଚୋରି ଡକାୟତି ସହିତ କିପରି ଅସାମାଜିକ କାର୍ଯ୍ୟକଳାପକୁ ରୋକାଯାଇପାରିବ ସେନେଇ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।

ପାରାଦୀପ ଜେଟ୍ଟି ପାଣିରୁ ଉଦ୍ଧାର ହେଲା ହରିଣ

ନନ୍ଦିଘୋଷ ବ୍ୟୁରୋ: ପାରାଦ୍ଵୀପ ବନ୍ଦର ନିଷିଦ୍ଧାଞ୍ଚଳ ଜେଟ୍ଟି ପାଣିରେ ପଡିଯାଇଥିଲା ହରିଣ । ଦୀର୍ଘ ସମୟ ଚେଷ୍ଟା ପରେ ହରିଣକୁ ଉଦ୍ଧାର କଲେ ସିଆଇଏସଏଫ ଯବାନ । ବନ୍ଦରର ୱେଟ ବେସିନ ନିକଟରେ ଏକ ହରିଣ ପାଣିରେ ପହଁରୁଥିବା ଦେଖିବାକୁ ପାଇଥିଲେ କାର୍ଯ୍ୟରତ ଶ୍ରମିକ । ସଙ୍ଗେ ସଙ୍ଗେ ବନ୍ଦର ସୁରକ୍ଷା ଦାୟିତ୍ୱରେ ଥିବା ସିଆଇଏସଏଫକୁ ଶ୍ରମିକ ମାନେ ଖବର ଦେବାପରେ ବନ୍ଦର ମେରାଇନ ବିଭାଗ କର୍ମଚାରୀଙ୍କ ସହାୟତାରେ ହରିଣଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ ସିଆଇଏସଏଫ କର୍ମଚାରୀ । ସେହି ଉଦ୍ଧାର ହରିଣଟିକୁ ଜଙ୍ଗଲ ବିଭାଗକୁ ହସ୍ତାନ୍ତର କରାଯାଇଥିବା ସୂଚନା ମିଳିଛି  ।

ତିସ୍ତା ନଦୀରେ ରାଫ୍ଟିଂ ତାଲିମ ନେବା ବେଳେ ଯବାନଙ୍କ ମୃତ୍ୟୁ

ନନ୍ଦିଘୋଷ ବ୍ୟୁରୋ: ତିସ୍ତା ନଦୀରେ ରାଫ୍ଟିଂ ତାଲିମ ନେବା ବେଳେ ଯବାନଙ୍କ ମୃତ୍ୟୁ । ପଶ୍ଚିମବଙ୍ଗ ଜଲପାଇଗୁଡ଼ି ଜିଲ୍ଲା ଦାର୍ଜିଲିଙ୍ଗ ପାହାଡରୁ ରାଫ୍ଟିଂ ତାଲିମ ବେଳେ ଘଟିଛି ଏହି ଅଘଟଣ । ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ପ୍ରବଳ ଉତ୍ତେଜନା ସୃଷ୍ଟି ହୋଇଛି । ମୃତ ଯବାନଙ୍କ ନାମ ରାଜ ଶେଖର । ସେ ୧୯୧ ଆର୍ଟିଲାରୀ ରେଜିମେଣ୍ଟର ଲାନ୍ସ ନାୟକ ଯବାନ ଥିଲେ । ଆସନ୍ତା ନୂଆ ବର୍ଷରେ ଜାତୀୟ ସ୍ତରୀୟ ରାଫ୍ଟିଂ ପ୍ରତିଯୋଗିତା ପାଇଁ ତାଲିମ ନେଉଥିବା ବେଳେ ଏହି ବଡ଼ ଅଘଟଣ ଘଟିଛି । ସିକିମର ବରଦାଙ୍ଗରୁ ତିସ୍ତା ନଦୀରେ ରାଫ୍ଟିଂ କରିବାକୁ ଯାଇଥିବା ବେଳେ ନଦୀରେ ବୁଡ଼ି ରାଜଙ୍କ ମୃତ୍ୟୁ ହୋଇଛି ।

ବରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଧସେଇ ପଶିଲେ ଚାଷୀ

ନନ୍ଦିଘୋଷ ବ୍ୟୁରୋ: ଧାନ ବିକ୍ରି ସମସ୍ୟାକୁ ନେଇ ତାତିଲେ ଚାଷୀ । ବରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଧସେଇ ପଶିଲେ ଆନ୍ଦୋଳନକାରୀ । ବରଗଡ଼ ଜିଲ୍ଲାରେ ଧାନକିଣାରେ ସମସ୍ୟା ହେଉଥିବା ଅଭିଯୋଗ ହୋଇଛି । ଏନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି ଜୟ କିଷାନ ଆନ୍ଦୋଳନ ସଂଗଠନ । ଜମି ତୁଳନାରେ ଟୋକନ ପରିମାଣ କମ ଆସିବା ସହ କଟନୀ ଛଟନୀ ଓ ଧାନ ଉଠୁନଥିବା ଅଭିଯୋଗ ହୋଇଛି । ସରକାର ଧ୍ୟାନ ଦେବା ପାଇଁ ପ୍ରଶାସନକୁ ଅନୁରୋଧ କରାଯାଇଛି । ଏନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ପ୍ରଦର୍ଶନ କରିଛନ୍ତି ଚାଷୀ । ଦାବି ପୂରଣ ନହେଲେ ଆଗକୁ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି ।

ଜଗତସିଂହପୁର ଜିଲ୍ଲା ପ୍ରଶାସନର ଅବ୍ୟବସ୍ଥା; ସଭାକାର୍ଯ୍ୟରୁ ଉଠି ଚାଲିଗଲେ ବିଧାୟକ ଅମରେନ୍ଦ୍ର ଦାସ

ନନ୍ଦିଘୋଷ ବ୍ୟୁରୋ : ଜଗତସିଂହପୁର ଜିଲ୍ଲା ପ୍ରଶାସନର ଅବ୍ୟବସ୍ଥା । ସଭାକାର୍ଯ୍ୟ ବହୁ ବିଳମ୍ବରେ ଆରମ୍ଭ ହେବାରୁ ସଭାକାର୍ଯ୍ୟରୁ ଉଠି ଚାଲିଗଲେ ବିଧାୟକ ଅମରେନ୍ଦ୍ର ଦାସ । ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମୁଖସ୍ଥ ପଡିଆରେ ଦୁଇ ଦିନିଆ ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା-୨୦୨୫ ଅନୁଷ୍ଠିତ ହେବାର ଥିଲା । ଏଥିରେ ଯୋଗ ଦେଇଥିଲେ ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ । ହେଲେ ସଭାକାର୍ଯ୍ୟର ଉଦଘାଟନ ସମୟ  ଓ ସଭାକାର୍ଯ୍ୟ ବହୁ ବିଳମ୍ବ ହେବାରୁ ବିରକ୍ତି ପ୍ରକାଶ କରିଥିଲେ ବିଧାୟକ । ଦୀର୍ଘ ସମୟଧରି ଉପସ୍ଥିତ ରହିଥିବା ବିଧାୟକ ଅମରେନ୍ଦ୍ର ଦାସ ମଞ୍ଚରୁ ଓଲ୍ହାଇ ଚାଲିଯାଇଥିଲେ । ବିଭାଗୀୟ ଅଧିକାରୀମାନେ ଯେତେ ଅଟକେଇବାକୁ ଚେଷ୍ଟା କରିଥିଲେ ମଧ୍ୟ ଅଟକି ନଥିଲେ । ଏହି ଘଟଣା ଜଗତସିଂହପୁରରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଭଦ୍ରକର ଭଦ୍ରାଣି ଡିଜେ ମାଲିକ ରାମ ନାରାୟଣ ବଳ ଗିରଫ ; ୧୪ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଠକେଇ ଅଭିଯୋଗ

ନନ୍ଦିଘୋଷ ବ୍ୟୁରୋ : ୧୪ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଠକେଇ ଅଭିଯୋଗରେ ଭଦ୍ରକର ଭଦ୍ରାଣି ଡିଜେ ମାଲିକ ରାମ ନାରାୟଣ ବଳ ଗିରଫ  । ରାମ ନାରାୟଣ ପୂର୍ବରୁ ଏସବିଆଇ କ୍ୟାପ ସିକ୍ୟୁରିଟି ସଂସ୍ଥାରେ ସେଲ୍ସ ମ୍ୟାନେଜର ଭାବେ କାମ କରୁଥିବା ବେଳେ ତାଙ୍କ ବିରୁଦ୍ଧରେ ଠକେଇ ଅଭିଯୋଗ ଆସିଥିଲା  । ପାଖାପାଖି ୯ ଜଣ ଗ୍ରାହକଙ୍କ ଠାରୁ ନକଲି କାଗଜପତ୍ର ଜରିଆରେ କୋଟି କୋଟି ଟଙ୍କା ହେରଫେର କରାଯାଇଥିବା ଅଭିଯୋଗ ହୋଇଛି । ଏପରିକି ଏସବିଆଇ ଡିଜିଏମଙ୍କ ଦସ୍ତଖତ ନକଲ କରି ସାଧାରଣ ଲୋକଙ୍କ ନାମରେ ଠକେଇ କରିଥିବା ଜଣାପଡିଥିଲା।  ଏନେଇ ଗତ ୨୦ ତାରିଖରେ ଭୁବନେଶ୍ବର ନିଳାଦ୍ରିବିହାର, ଭଦ୍ରକର ପୁରୁଣା ବଜାର ସ୍ଥିତ ଘରେ ଚଢାଉ କରିଥିଲା କ୍ରାଇମବ୍ରାଞ୍ଚର ଇଓଡବ୍ଲ୍ୟୁ । ଚଢାଉ ବେଳେ ୧୦ଟି ଦାମୀ ଗାଡି, ଏକାଧିକ ଡିଜେ ଗାଡି,  ୧୪୪ ଦାମୀ ମୋବାଇଲ ଜବତ କରାଯାଇଛି । ସମସ୍ତ ପ୍ରମାଣ ପାଇବା ପରେ ଇଓଡବ୍ଲ୍ୟୁ  ରାମ ନାରାୟଣକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି । ଏପରିକି ତଦନ୍ତ ବେଳେ ତାଙ୍କ ନାଁରେ ତାଳଚେର, ଭଦ୍ରକ ଓ ବୈଶିଙ୍ଗା ଥାନାରେ ୪ଟି ଅପରାଧିକ ମାମଲା ଥିବା ଜଣାପଡ଼ିଛି।