spot_img
Home Blog Page 351

ଆଇନଜୀବୀ ପୀତବାସ ପଣ୍ଡା ମର୍ଡର ମିଷ୍ଟ୍ରି ;ଏବେବି ଅପରାଧୀଙ୍କ ନିକଟରେ ପହଞ୍ଚିପାରିନି ପୋଲିସ

ବ୍ରହ୍ମପୁର : ବ୍ରହ୍ମପୁରର ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାକୁ ପୂରିଲାଣି ୮ ଦିନ । ଏବେ ବି ପୋଲିସ ହାତରେ ଧରାପଡିନାହାନ୍ତି ଅଭିଯୁକ୍ତ । ପୋଲିସର ତିନୋଟି ଟିମ ଜିଲ୍ଲାର ଖଲ୍ଲିକୋଟ, କବିସୂର୍ଯ୍ୟନଗର, ପୋଲସରା ଓ ପାଟପୁର ଥାନା ଅଞ୍ଚଳରେ ଚଢ଼ାଉ କରିଥିଲା । ପାଟପୁର ଅଞ୍ଚଳରେ ପୋଲିସ ସିସିଟିଭି ଫୁଟେଜ୍ ଯାଞ୍ଚ କରିଥିବା ଜଣାପଡ଼ିଛି । ଏହି ଅଞ୍ଚଳରେ ଦୁର୍ବୁତ୍ତଙ୍କ ଗତିବିଧି ଜଣାପଡିଥିବା ସୂଚନା ମିଳିଛି । ଚଢ଼ାଉ କରିବା ସମୟରେ କିଛି ଲୋକଙ୍କୁ ପୀତବାସ ହତ୍ୟା ମାମଲାକୁ ନେଇ ପଚରାଉଚୁରା କରାଯାଇଥିବା ବେଳେ କିଛି ଲୋକଙ୍କୁ ଉଠାଇ ଆଣି ଜେରା କରାଯାଉଥିବା ଜଣାପଡିଛି । ପୂର୍ବରୁ ଖଲ୍ଲିକୋର୍ଟରୁ ଜଣକୁ ଓ ଆଜି ବ୍ରହ୍ମପୁର ଓ ଉପକଣ୍ଠ ଲଙ୍ଗଳଦେଇରୁ ଦୁଇ ଜଣ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଉଠାଇ ଆଣି ପଚରାଉଚରା କରାଯାଉଛି ।

ବର୍ତ୍ତମାନ ପୀତବାସ ହତ୍ୟା ଘଟଣାରେ ସମ୍ପୃକ ଅଭିଯୁକ୍ତଙ୍କ ନିକଟରେ ପହଁଚିବା ପାଇଁ କିଛି ଜେଲ ଫେରନ୍ତା ଅର୍ଥାତ ପୋଲିସର ବିଶ୍ୱସ୍ତ ଅପରାଧୀଙ୍କ ସହ ପୋଲିସ ଯୋଗାଯୋଗରେ ଥିବା ସୂଚନା ରହିଛି । ଅନ୍ୟପକ୍ଷରେ ପୋଲିସ ଜନୈକ କର୍ପୋରେଟରଙ୍କୁ ଥାନାକୁ ଡାକି ପୀତବାସ ହତ୍ୟା ଘଟଣାରେ ସମ୍ପର୍କରେ ପଚାରାଉଚରା କରି ଛାଡ଼ିଛି । ଅନ୍ୟପକ୍ଷରେ ୧୨କୋଟି ଟଙ୍କା ଜମିଜମା ବିବାଦକୁ ନେଇ କାହାସହ ପୀତବାସଙ୍କ ଯୁକ୍ତିତର୍କ ହୋଇଥିଲା ? କେଉଁ କେଉଁମାନେ ଏହି ବିବାଦରେ ସାମିଲ ହୋଇଥିଲେ ? ସେ ନେଇ କିଛି ଅଟକଙ୍କ ଠାରୁ ପୋଲିସ ତଥ୍ୟ ହାସଲ କରିଥିବା ଜଣାପଡ଼ିଛି । ଏହି ବିବାଦରେ ପ୍ରତିଷ୍ଠିତ ବ୍ୟବସାୟୀ, ଜନପ୍ରତିନିଧି ,ନେତା ଓ କର୍ମୀ ସାମିଲ ଥିବା ଶୁଣିବାକୁ ମିଳୁଛି । ପୋଲିସ ସ୍କାନରରେ ରହିଛନ୍ତି ହାଇପ୍ରୋଫାଇଲ ମର୍ଡର କେସର ଅଭିଯୁକ୍ତ। ସମ୍ପୃକ ଅଭିଯୁକ୍ତଙ୍କୁ ଉଠାଇ ଆଣି ପୋଲିସ ଜେରା କରିବାକୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଥିବା ଜଣାପଡିଛି ।

ପୋଲିସ ଟିମ କମାପଲ୍ଲୀ, ମେଡ଼ିକାଲ ରୋଡ଼,ସିଦ୍ଧାର୍ଥ ନଗର ରୋଡ଼, ଇଞ୍ଜିନିୟର ସ୍କୁଲ ରୋଡ଼ ଆଦି ସ୍ଥାନରେ ଲାଗିଥିବା ସିସିଟିଭି ଫୁଟେଜ୍ ଯାଞ୍ଚ କରିଛି । ହେଲେ ଏବେ ସୁଦ୍ଧା ପୋଲିସ ହାତରେ ଠୋସ ପ୍ରମାଣ ଲାଗିପାରିନାହିଁ। କାହିଁକି ଅପରାଧୀଙ୍କୁ ଧରିବାରେ ପୋଲିସ ବିଳମ୍ବ କରୁଛି ତାହା ପ୍ରଶ୍ନ ଘେରରେ ରହିଛି…..

ବିହାର ବିଧାନସଭା ନିର୍ବାଚନ ; ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ବାହାରିବ ବିଜ୍ଞପ୍ତି

ନନ୍ଦିଘୋଷ ବ୍ୟୁରୋ: ବିହାର ବିଧାନସଭା ନିର୍ବାଚନର ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ବିଜ୍ଞପ୍ତି ବାହାରିବ। ୨୦ ତାରିଖ ହେଉଛି ନାମାଙ୍କନ ଶେଷ ତାରିଖ। ୨୧ରେ ହେବ ଯାଞ୍ଚ । ୨୩ ତାରିଖ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିହେବ। ଏହି ପର୍ୟ୍ୟାୟର ଭୋଟ ହେବ ୧୧ ତାରିଖରେ। ସେପଟେ ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ଜୋରସୋରରେ ଲାଗିଛନ୍ତି ସବୁ ଦଳ। ଏନଡିଏର ଆସନ ବୁଝାମଣା ଶେଷ। ବିଜେପି ଓ ଜେଡିୟୁ ଲଢିବେ ୧୦୧ ଲେଖାଏ ଆସନରେ। ଲୋକଜନଶକ୍ତି ପାର୍ଟି(ରାମବିଳାସ)କୁ ୨୯ ଆସନ ମିଳିଥିବାବେଳେ ଉପେନ୍ଦ୍ର ଖୁସୱାହାଙ୍କ ରାଷ୍ଟ୍ରୀୟ ଲୋକ ମୋର୍ଚ୍ଚାକୁ ମିଳିଛି ୬ ଆସନ। ସେହିପରି ଜିତନରାମ ମାଞ୍ଝିଙ୍କ ହିନ୍ଦୁସ୍ତାନୀ ଆୱାମୀ ମୋର୍ଚ୍ଚାକୁ ମିଳିଛି ୬ ଆସନ।ବହୁ ଆଲୋଚନା ପରେ ଅଙ୍କ ଛିଡ଼ିଛି।

ସେପଟେ କିନ୍ତୁ ମହାମେଣ୍ଟରେ ଆସନ ବୁଝାମଣା ଅଙ୍କ ଛିଡୁନି। ଦିନକୁ ଦିନ ଜଟିଳ ହେଉଛି ପ୍ରକ୍ରିୟା। କଂଗ୍ରେସ ଅଧିକ ଆସନ ଦାବି କରୁଥିବାବେଳେ ଆରଜେଡି କଂଗ୍ରେସକୁ ୫୨ ଆସନ ଯାଚିବା ପରେ ସ୍ଥିତି ଅଧିକ ଗୋଳମାଳିଆ ହୋଇଛି। ଏପରିକି ଦୁଇ ଦଳ ମଧ୍ୟରେ କଥାବାର୍ତ୍ତା ବନ୍ଦ ହୋଇଥିବା ଚର୍ଚ୍ଚା ହେଉଛି। ସମାଧାନ ପାଇଁ ଦିଲ୍ଲୀରେ ପହଞ୍ଚିଛନ୍ତି ଲାଲୁ ଯାଦବ ଓ ତେଜସ୍ଵୀ ଯାଦବ। ଗତ ନିର୍ବାଚନରେ ଆରଜେଡି ୧୪୪ ଆସନ, କଂଗ୍ରେସ ୭୦ ଆସନରେ ଲଢିଥିଲେ । ଆରଜେଡି ୭୫ ଆସନରେ ବିଜୟୀ ହୋଇଥିବାବେଳେ କଂଗ୍ରେସକୁ ମାତ୍ର ୧୯ ଆସନରେ ସନ୍ତୁଷ୍ଟ ହେବାକୁ ପଡିଥିଲା । ଏଦୃଷ୍ଟିରୁ କଂଗ୍ରେସକୁ ଅଧିକ ଆସନ ଦେବା ଲାଗି ଆରଜେଡି ଚାହୁଁ ନଥିବା ଚର୍ଚ୍ଚା ହେଉଛି । ସେପଟେ ମହାମେଣ୍ଟକୁ ଡେଡଲାଇନ ଦେଇଛନ୍ତି ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ସୁପ୍ରିମୋ ହେମନ୍ତ ସୋରେନ। ଇଣ୍ଡିମେଣ୍ଟ ସହଯୋଗୀ ଭାବେ ଜେଏମଏମ ୧୨ ଆସନରେ ଲଢିବାକୁ ଚାହୁଁଛି। ଝାଡଖଣ୍ଡ ନିର୍ବାଚନରେ ଜେଏମଏମ ଯୋଗୁ କଂଗ୍ରେସ, ଆରଜେଡି, ସିପିଆଇଏମଏଲ ସମ୍ମାନଜନକ ସ୍ଥିତିରେ ଥିଲେ। ତେଣୁ ଏହାର ମୂଲ୍ୟ ବିହାରରେ ପାଇବାକୁ ଚାହୁଁଛି ଜେଏମଏମ।

ନୂଆପଡ଼ା ଉପନିର୍ବାଚନ : ଆଜି ବାହାରିବ ବିଜ୍ଞପ୍ତି

ନୂଆପଡ଼ା : ନୂଆପଡ଼ା ଉପନିର୍ବାଚନ ପାଇଁ ଆଜି ବିଧିବଦ୍ଧ ଭାବେ ବିଜ୍ଞପ୍ତି ବାହାରିବ। ନିର୍ବାଚନ କମିଶନଙ୍କ ପକ୍ଷରୁ ଏ ସଂପର୍କିତ ବିଜ୍ଞପ୍ତି ପ୍ରକାଶ ପାଇବ । ଏହା ପରେ ପରେ ଆରମ୍ଭ ହୋଇଯିବ ନାମାଙ୍କନ ଦାଖଲ ପ୍ରକ୍ରିୟା। ନାମାଙ୍କନ ଦାଖଲର ଶେଷ ଦିନ ହେଉଛି ଆସନ୍ତା ୨୦ ତାରିଖ । ୨୧ ତାରିଖରେ ନାମାଙ୍କନ ଯାଞ୍ଚ ହେବ । ୨୩ ତାରିଖ ସୁଦ୍ଧା ପ୍ରାର୍ଥୀମାନେ ନିଜ ନାମାଙ୍କନ ପ୍ରତ୍ୟାହାର କରିପାରିବେ । ତା ପରେ ପ୍ରକାଶ ପାଇବ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ।

ନଭେମ୍ବର ୧୧ରେ ହେବ ଭୋଟ । ୧୪ ତାରିଖରେ ଆସିବ ଫଳାଫଳ। ସେପଟେ ପ୍ରମୁଖ ଦଳ ବିଜେପି, ବିଜେଡି ଓ କଂଗ୍ରେସ ଲାଗି ପଡ଼ିଛନ୍ତି ନିର୍ବାଚନ ପ୍ରସ୍ତୁତିରେ। ଦିନେ ଦୁଇ ଦିନ ଭିତରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ପିଏସିର ପୁଣି ଏକ ବୈଠକ ବସିବ । ସେହି ବୈଠକରେ ସ୍ଥିର ହେବ କାହାକୁ କରାଯିବ ପ୍ରାର୍ଥୀ। ବିଜେପି ମଧ୍ୟ ଏଯାଏ ପ୍ରାର୍ଥୀ ଘୋଷଣା କରିପାରିନି । ରାଜେନ୍ଦ୍ର ଢୋଲକିଆଙ୍କ ପୁଅଙ୍କୁ ଦଳରେ ସାମିଲ କରିଥିଲେ ମଧ୍ୟ ତାଙ୍କୁ ତୃଣମୂଳସ୍ତରରେ ବିରୋଧ କରାଯିବାରୁ ବିଜେପି ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି । ଦଳ କହୁଛି ଦିଲ୍ଲୀରୁ ଗ୍ରୀନ ଆସିବା ପରେ ହିଁ ପ୍ରାର୍ଥୀ ଘୋଷଣା ହେବ। କଂଗ୍ରେସ କିନ୍ତୁ ଆଗରୁ ଘାସିରାମ ମାଝୀଙ୍କୁ ନିଜର ପ୍ରାର୍ଥୀ ଭାବେ ଘୋଷଣା କରିଛି।

ବଲାଙ୍ଗୀର ଭାଇଁସା ଗାଁରେ ଚାଞ୍ଚଲ୍ୟ ; ଗୋଷ୍ଠୀ ସ୍ବାସ୍ଥ୍ୟ ଉପକେନ୍ଦ୍ରର ପୁରୁଣା କୋଠାରୁ ତିନୋଟି କଙ୍କାଳ ଉଦ୍ଧାର

ନନ୍ଦିଘୋଷ ବ୍ୟୁରୋ : ବଲାଙ୍ଗୀର ପାଟଣାଗଡ ଥାନା ଭାଇଁସା ଗାଁରେ ଚାଞ୍ଚଲ୍ୟ  । ଗୋଷ୍ଠୀ ସ୍ବାସ୍ଥ୍ୟ ଉପକେନ୍ଦ୍ରର ପୁରୁଣା କୋଠାରୁ ତିନୋଟି କଙ୍କାଳ ଉଦ୍ଧାର । ଘଟଣାକୁ ନେଇ ଗାଁରେ କୋକୁଆ ଭୟ ଖେଳି ଯାଇଛି  । ଘଟଣାର ଖବର ପାଇ ପାଟଣାଗଡ ପୋଲିସ ମେଡିକାଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି  । ତେଣେ ଗ୍ରାମବାସୀ କଙ୍କାଳ କାହାର ସ୍ପଷ୍ଟ କରିବାକୁ ପୋଲିସ ନିକଟରେ ଦାବି କରିଛନ୍ତି । କଙ୍କାଳଟି କେଉଁ ଶିଶୁର ନା ଦଶହରାରେ କେହି ଦୃବର୍ତ୍ତ ଗୁଣି ଗାରେଡ଼ି ବିଦ୍ୟା କରି ବଳି ଦେଇଛି ବୋଲି ପ୍ରଶ୍ନ କରିଛନ୍ତି ଅଞ୍ଚଳବାସୀ । ବଲାଙ୍ଗୀରରୁ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛି  । କିଏ ଏବଂ କାହିଁକି ଏହି ସ୍ଥାନକୁ ଆଣି ତିନୋଟି ନବଜାତ ଶିଶୁକୁ ଫିଙ୍ଗିଲେ ? କିମ୍ବା ଅବୈଧ ଶିଶୁକୁ ଫିଙ୍ଗା ଯାଉଛି ତାହାକୁ ନେଇ ପୋଲିସ ତଦନ୍ତ ଜାରି ରଖିଛି  । ନା ଏହି କଙ୍କାଳଟି କେଉଁ ପଶୁର ତାହା ସ୍ପଷ୍ଟ ହୋଇପାରିନାହିଁ  । ଯଦି ମାଙ୍କଡ଼ କିମ୍ବା କେଉଁ ପଶୁର ହୋଇଥିବ ତାହେଲେ ତିନି ତିନୋଟି ପଶୁକୁ ଏହି ଭିତରକୁ ଆଣି କିଏ ହତ୍ୟା କଲା ଓ କିପରି ମେଡିକାଲ ଷ୍ଟାଫ୍ ଓ କର୍ତ୍ତୃପକ୍ଷ ଜାଣି ପାରିଲେ ନାହିଁ ତାକୁ ନେଇ ଅନେକ ପ୍ରଶ୍ନ ଉଙ୍କି ମାରୁଛି  । କଙ୍କାଳକୁ ପରୀକ୍ଷା ପାଇଁ ସାଇଣ୍ଟିଫିକ୍ ଟିମ୍ ଜବତ କରିଛି । ରିପୋର୍ଟ ଆସିବା ପରେ କଙ୍କାଳଟି ମଣିଷ କିମ୍ବା ପଶୁର ତାହା ପରେ ସ୍ପଷ୍ଟ ହୋଇଯିବ  ।

ପଶ୍ଚିମବଂଗରେ ଓଡ଼ିଆ ମେଡିକାଲ ଛାତ୍ରୀଙ୍କ ଗଣଦୁଷ୍କର୍ମ ଘଟଣା : ଏହା ଏକ ଦୁଃଖଦ ଘଟଣା ବୋଲି କହିଲେ ମମତା

ନନ୍ଦିଘୋଷ ବ୍ୟୁରୋ : ପଶ୍ଚିମବଂଗରେ ଓଡ଼ିଆ ମେଡିକାଲ ଛାତ୍ରୀଙ୍କ ଗଣଦୁଷ୍କର୍ମ ନେଇ ପ୍ରତିକ୍ରିୟା ରଖିଛନ୍ତି ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଏହା ଏକ ଦୁଃଖଦ ଘଟଣା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଏକ ଘରୋଇ ମେଡିକାଲ କଲେଜ ପରିସରରେ ଘଟିଥିବାରୁ ଏହାର ସମସ୍ତ ସୁରକ୍ଷା ଦାୟିତ୍ଵ କଲେଜ କର୍ତ୍ତୃପକ୍ଷଙ୍କର। ପୋଲିସ ପକ୍ଷରୁ ତନାଘନା ଚଳାଇଛି। କାହାରିକୁ ଛଡାଯିବ ନାହିଁ। ଘଟଣାରେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ।…ମମତା ଆହୁରି କହିଛନ୍ତି ଯେ, ଓଡ଼ିଶାର ବେଳାଭୂମିରେ ଯୁବତୀଙ୍କ ସହ ଦୁଷ୍କର୍ମ ହୋଇଥିଲା। ଓଡ଼ିଶା ସରକାର କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ମେଡିକାଲ କଲେଜ ଛାତ୍ରୀ ଦୁଷ୍କର୍ମ ଘଟଣାକୁ ଗୁରୁତର ସହ ନେଇଛନ୍ତି ପଶ୍ଚିମବଂଗ ସରକାର। ଛାତ୍ରୀ ଜଣଙ୍କ ଏକ ଘରୋଇ ମେଡିିକାଲ କଲେଜରେ ପଢୁଥିଲେ। କଲେଜରେ ଛାତ୍ରୀଙ୍କ ସୁରକ୍ଷା ଦାୟିତ୍ଵ ସେହି କଲେଜ କର୍ତ୍ତୃପକ୍ଷଙ୍କର। ରାତି ସାଢ଼େ ୧୨ଟା ପରେ ଛାତ୍ରୀ ଜଣଙ୍କ ହଷ୍ଟେଲରୁ ବାହାରକୁ ଆସିଥିଲେ। ରାତିରେ ଛାତ୍ରୀ ଜଣଙ୍କୁ ବାହାରକୁ ଆସିବାକୁ ଅନୁମତି ଦେବା ଉଚିତ ନୁହଁ ।  ଘରାଇ ମେଡିକାଲ କଲେଜ ଛାତ୍ରୀଙ୍କ ସୁରକ୍ଷା ଦାୟିତ୍ଵ ନେବା ଉଚିତ।

ପାରିବାରିକ କଳହର କରୁଣ ପରିଣତି ; ଝଗଡା ପରେ ଝୁଲି ପଡିଲେ ଦମ୍ପତି

ନନ୍ଦିଘୋଷ ବ୍ୟୁରୋ : ପାରିବାରିକ କଳହର କରୁଣ ପରିଣତି । ଝଗଡା ପରେ ଗୋଟିଏ ଘରେ ଝୁଲି ପଡିଲେ ଦମ୍ପତି । ସ୍ୱାମୀ ମୃତ, ସ୍ତ୍ରୀ ଗୁରୁତର । ଅନୁଗୁଳ ଜିଲ୍ଲା ପାଲଲହଡା ଉପଖଣ୍ଡ ଖମାର ଥାନା ଅନ୍ତର୍ଗତ ସାଆନ୍ଦା ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା । ମିଳିଥିବା ସୂଚନା ଅନୁଯାୟୀ ଗାଁର ବାପୁନ ସାହୁ ଏବଂ ନିଜ ସ୍ତ୍ରୀ ଲିଟିଲ ସାହୁଙ୍କ ମଧ୍ୟରେ ପ୍ରାୟ ସବୁଦିନ ଝଗଡା ଲାଗିରହେ । ଗତକାଲି ସନ୍ଧ୍ୟାରେ କୌଣସି କଥାକୁ ନେଇ ପୁଣି ଝଗଡା ହୋଇଥିଲା । ଝଗଡା ପରେ ଉଭୟ ସ୍ୱାମୀ ସ୍ତ୍ରୀ ନିଜ ଶୋଇବା ଘରେ ଝୁଲି ପଡ଼ିଥିଲେ ।ପରେ ଘର ଲୋକ ଦୁଇଜଣଙ୍କୁ ଉଦ୍ଧାର କରି ତଳକୁ ଓଲ୍ହାଇ ଥିଲେ । ଘଟଣାସ୍ଥଳରେ ସ୍ୱାମୀ ବାପୁନଙ୍କର ମୃତ୍ୟୁ ହୋଇଥିବାବେଳେ ସ୍ତ୍ରୀ ଲିଟିଲଙ୍କୁ ପ୍ରଥମେ ଖମାର ଡାକ୍ତରଖାନା ଏବଂ ପରେ ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି  । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ପି. ଚିଦାମ୍ବରମଙ୍କ ବଡ଼ ବୟାନ : ଅପରେସନ ବ୍ଲୁ ଷ୍ଟାର ଏକ ବଡ଼ ଭୁଲ ଥିଲା, ନିଜ ଜୀବନ ଦେଇ ମୂଲ୍ୟ ସୁଝିଥିଲେ ଇନ୍ଦିରା ଗାନ୍ଧୀ

ନନ୍ଦିଘୋଷ ବ୍ୟୁରୋ : ଅପରେସନ ବ୍ଲୁ ଷ୍ଟାର ସମ୍ପର୍କରେ ଏକ ବଡ଼ ବୟାନ ଦେଇଛନ୍ତି କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି. ଚିଦାମ୍ବରମ । ସେ କହିଛନ୍ତି ଯେ, ଅପରେସନ ବ୍ଲୁ ଷ୍ଟାର ଏକ ଗମ୍ଭୀର ଭୁଲ ଥିଲା, ଯାହା ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ନିଜ ଜୀବନ ଦେଇ ମୂଲ୍ୟ ସୁଝିଥିଲେ । ହିମାଚଳ ପ୍ରଦେଶର କସୌଲିରେ ଖୁଶୱନ୍ତ ସିଂହ ସାହିତ୍ୟ ମହୋତ୍ସବରେ ପି. ଚିଦାମ୍ବରମ ଏହି ବୟାନ ଦେଇଛନ୍ତି।

ଏହି ଆଲୋଚନାରେ ସେ ଅପରେସନ ବ୍ଲୁ ଷ୍ଟାରକୁ ଭୁଲ ବୋଲି ନିନ୍ଦା କରିଥିଲେ। ସେ କହିଥିଲେ ଯେ, ଇନ୍ଦିରା ଗାନ୍ଧୀ ତାଙ୍କ ଜୀବନର ମୂଲ୍ୟ ଦେଇଥିଲେ। ସେ ଏହା ମଧ୍ୟ କହିଥିଲେ ଯେ, ଏହି ନିଷ୍ପତ୍ତି ତତ୍କାଳୀନ ପ୍ରଧାନମନ୍ତ୍ରୀଙ୍କ ଏକମାତ୍ର ନିଷ୍ପତ୍ତି ନୁହେଁ, ବରଂ ଏକ ମିଳିତ ନିଷ୍ପତ୍ତିର ପରିଣାମ। ସେ ପଞ୍ଜାବରେ ଖଲିସ୍ତାନ ଦାବିର ଅନ୍ତ ପାଇଁ ମଧ୍ୟ ଆହ୍ୱାନ ଦେଇଥିଲେ।

ଇନ୍ଦିରା ଗାନ୍ଧୀଙ୍କ ନିଷ୍ପତ୍ତି କେବଳ ତାଙ୍କର ନଥିଲା

ପି. ଚିଦାମ୍ବରମ କହିଥିଲେ ଯେ ଅପରେସନ ବ୍ଲୁ ଷ୍ଟାର କରିବାର ନିଷ୍ପତ୍ତି ଏକା ଇନ୍ଦିରା ଗାନ୍ଧୀଙ୍କର ନଥିଲା। ଏଥିରେ ସେନା, ପୋଲିସ, ଗୁଇନ୍ଦା ଏବଂ ପ୍ରଶାସନିକ ସେବା ସମେତ ସମସ୍ତେ ସାମିଲ ଥିଲେ। ଏହା ପରେ ହିଁ ନିଷ୍ପତ୍ତି ନିଆଯାଇଥିଲା, କିନ୍ତୁ ଏଥିପାଇଁ ଇନ୍ଦିରା ଗାନ୍ଧୀଙ୍କୁ ଦାୟୀ କରାଯାଇଛି, ଯାହା ଭୁଲ୍। ସେ କହିଥିଲେ, “ମୁଁ କୌଣସି ସାମରିକ ଅଧିକାରୀଙ୍କୁ ଅସମ୍ମାନ କରୁନାହିଁ, କିନ୍ତୁ ସେହି (ବ୍ଲୁ ଷ୍ଟାର) ସ୍ୱର୍ଣ୍ଣ ମନ୍ଦିର ପୁନଃପ୍ରାପ୍ତିର ଭୁଲ ଉପାୟ ଥିଲା। କିଛି ବର୍ଷ ପରେ, ଆମେ ସେନାକୁ ବାହାରେ ରଖି ସ୍ୱର୍ଣ୍ଣ ମନ୍ଦିର ପୁନଃପ୍ରାପ୍ତିର ସଠିକ୍ ଉପାୟ ଦେଖାଇଲୁ।”

 

୧୦୦ ପ୍ରତିଶତ ଟାରିଫକୁ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଫୁ

ନନ୍ଦିଘୋଷ ବ୍ୟୁରୋ : ଚୀନ ଉପରେ ଆମେରିକାର ୧୦୦ ପ୍ରତିଶତ ଟାରିଫକୁ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଫୁ। କହିଲେ- ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଗ୍ରହଣ କରୁଛନ୍ତି ଦୋମୁହାଁ ନୀତି। ଆମେରିକାର ଟାରିଫ ବିରୋଧୀ ଯୁଦ୍ଧରେ ସେ ଲଢେଇ କରିବାକୁ ପ୍ରସ୍ତୁତ ବୋଲି କହିଛନ୍ତି ଜିନପିଙ୍ଗ। ଗତକାଲି ଚୀନ ବିରୋଧରେ ଟ୍ରମ୍ପ ୧୦୦ ପ୍ରତିଶତ ଟାରିଫ ଲାଗୁ କରିବା ଫଳରେ ଚୀନ ଉପରେ ମୋଟ ଟାରିଫ ଭାର ୧୩୦ ପ୍ରତିଶତ ଛୁଇଁଥିଲା। ଟ୍ରମ୍ପଙ୍କ ଟାରିଫ ବୋଝକୁ ବି ସମାଲୋଚନା କରିଛି ଚୀନର ବାଣିଜ୍ଯ ମନ୍ତ୍ରାଳୟ। ଆସନ୍ତା ନଭେମ୍ବର ୧ରୁ ଚୀନ ବିରୋଧରେ ଲାଗୁ ହେବ ୧୦୦ ପ୍ରତିଶତ ଟାରିଫ। ଏହି ଘୋଷଣା ଯୋଗୁ ପ୍ରଭାବିତ ହେବ ଚୀନର ରପ୍ତାନି। ଟ୍ରମ୍ପଙ୍କ ଏହି ଘୋଷଣା ପରେ ଦୁଇ ଦେଶ ମଧ୍ୟରେ କୂଟନୈତିକ ଓ ବାଣିଜ୍ୟିକ ଉତ୍ତେଜନା ଅଧିକ ହୋଇଛି।

ମଧ୍ୟରାତ୍ରୀରେ ପାକିସ୍ତାନ ଉପରେ ଭୟଙ୍କର ଆକ୍ରମଣ ; ୭ ସେନା ଆଡ୍ଡା ଧ୍ୱଂସ

ନନ୍ଦିଘୋଷ ବ୍ୟୁରୋ : ପାକିସ୍ତାନ ଉପରେ ଭୟଙ୍କର ଆକ୍ରମଣ  । ଶନିବାର ରାତିରେ ପାକିସ୍ତାନ ଉପରେ ଆକ୍ରମଣ କରିଛି ଆଫଗାନିସ୍ତାନ ।  ବାହାରାମଚା ଅଞ୍ଚଳର ଶକିଜ, ବିବି ଜାନି ଏବଂ ସାଲେହାନୁ ଅଞ୍ଚଳରେ ଆଫଗାନିସ୍ତାନ ସେନା ତିନି ଘଣ୍ଟା ଧରି ଅପରେସନ ଜାରି ରଖିଥିଲେ। ଶନିବାର ବିଳମ୍ବିତ ରାତିରେ ଡୁରାଣ୍ଡ ରେଖା ନିକଟରେ ଥିବା ଅନେକ ପାକିସ୍ତାନୀ ସୀମା ପୋଷ୍ଟ ଉପରେ ଆଫଗାନିସ୍ତାନ ଗୁଳିବର୍ଷା କରିଥିଲା। ଏହି ଆକ୍ରମଣ ପରେ ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ପରିସ୍ଥିତି ଅତ୍ୟନ୍ତ ଉତ୍ତେଜନାପୂର୍ଣ୍ଣ ହୋଇଛି ।

ଆଫଗାନିସ୍ତାନ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଏବେ ଯୁଦ୍ଧରେ ପରିଣତ ହୋଇଛି। କାବୁଲରେ ବିମାନ ଆକ୍ରମଣର କିଛି ସମୟ ପରେ, ଆଫଗାନିସ୍ତାନ ପ୍ରତିଶୋଧ ନେଇଥିଲା। ଆଫଗାନିସ୍ତାନ ସେନା ପାକିସ୍ତାନୀ ସାମରିକ ପୋଷ୍ଟ ଉପରେ ଏକ କ୍ରମାଗତ ବିଧ୍ୱଂସକାରୀ ଆକ୍ରମଣ ଆରମ୍ଭ କରିଥିଲା । ଗୁଳିବର୍ଷା କରି ଆକ୍ରମଣର ଜବାବ ଦେଇଥିଲା ଆଫଗାନିସ୍ତାନ ।

ଆଫଗାନିସ୍ତାନର ଭୟଙ୍କର ଆକ୍ରମଣ

ପାକିସ୍ତାନ ସୀମାରେ ରାତିସାରା ଗୁଳିର ବର୍ଷା । ହେଲମାଣ୍ଡ, ପାକଟିଆ, ଖୋଷ୍ଟ ଏବଂ ନାଙ୍ଗରହାର ଅଞ୍ଚଳରେ ପାକିସ୍ତାନ ଏବଂ ଆଫଗାନ ସେନା ମଧ୍ୟରେ ପ୍ରବଳ ଗୁଳି ବିନିମୟ ହୋଇଥିଲା । ରାତିସାରା ଉଭୟ ସେନା ମଧ୍ୟରେ ପ୍ରବଳ ବୋମାମାଡ଼ ମଧ୍ୟ ହୋଇଥିଲା। ତେବେ ଆଫଗାନ ସେନାର ଗୁଳିରେ ୧୫ ଜଣ ପାକିସ୍ତାନୀ ସୈନିକ ନିହତ ହୋଇଥିବା ଜଣା ପଡିଛି । ରିଆଜ କହିଛନ୍ତି ଯେ ଏହି ଅପରେସନରେ ଆଫଗାନ ସେନା ତିନୋଟି ପାକିସ୍ତାନୀ ସାମରିକ ପୋଷ୍ଟକୁ ମଧ୍ୟ କବଜା କରିଥିଲେ । 

୭ଟି ସ୍ଥାନରେ ଧ୍ୱଂସାବଶେଷ

ପାକିସ୍ତାନୀ ଫ୍ରଣ୍ଟିୟର୍ କୋର୍ପ୍ସ ପୋଷ୍ଟଗୁଡ଼ିକ ଗୁରୁତର ଭାବରେ କ୍ଷତିଗ୍ରସ୍ତ ହୋଇଛି। କୁନାର ଏବଂ ହେଲମାଣ୍ଡରେ ମଧ୍ୟ ଅନେକ ପାକିସ୍ତାନୀ ଆଉଟପୋଷ୍ଟ ଧ୍ୱଂସ ପାଇଛି। କୁରମ, ନାଙ୍ଗରହାର ଏବଂ କୁନାର ସମେତ ସାତଟି ଆଉଟପୋଷ୍ଟ ଧ୍ୱଂସ ପାଇଛି। ଏକ ସୁରକ୍ଷା ସୂତ୍ର ବିବିସି ଉର୍ଦ୍ଦୁକୁ କହିଛି ଯେ, ପାକିସ୍ତାନ-ଆଫଗାନିସ୍ତାନ ସୀମାନ୍ତରେ ଥିବା ଅନେକ ଅଞ୍ଚଳରେ ଗୁଳି ବିନିମୟ ହୋଇଛି, ଯେପରିକି ଅଙ୍ଗୁର ଆଡ୍ଡା, ବାଜୌର, କୁରାମ, ଦିର୍, ଚିତ୍ରାଲ୍ ଏବଂ ବର୍ମାଚା।

ପ୍ରଥମ ଆକ୍ରମଣ କରିଥିଲାପାକିସ୍ତାନ

ଗୁରୁବାର ଦିନ ଆଫଗାନିସ୍ତାନ ଉପରେ ପ୍ରଥମ ଆକ୍ରମଣ କରିଥିଲା ପାକିସ୍ତାନ । ପାକିସ୍ତାନ କାବୁଲରେ କ୍ଷେପଣାସ୍ତ୍ର ମାଡ଼ କରିଥିଲା। ଆଫଗାନିସ୍ତାନ ଦାବି କରିଥିଲା ​​ଯେ ଏହି ଆକ୍ରମଣରେ କୌଣସି କ୍ଷତି ହୋଇନାହିଁ। ତଥାପି, ଆଫଗାନିସ୍ତାନ ପରବର୍ତ୍ତୀ ସମୟରେ ପାକିସ୍ତାନକୁ ପରିଣାମ ଭୋଗିବାକୁ ଚେତାବନୀ ଦେଇଥିଲା।

ଆଫଗାନ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ, ପାକିସ୍ତାନରେ ଟାର୍ଗେଟ ଉପରେ ଆକ୍ରମଣ କରିବା ପରେ ସାମରିକ ଅଭିଯାନ ଶେଷ ହୋଇଛି। ତାଲିବାନ ସରକାର ଦାବି କରିଛି ଯେ, ଏହାର ଯୋଦ୍ଧାମାନେ ଅନେକ ପାକିସ୍ତାନୀ ସାମରିକ ପୋଷ୍ଟକୁ ଟାର୍ଗେଟ କରିଛନ୍ତି। ତାଲିବାନ ଯୋଦ୍ଧାମାନେ ତିନୋଟି ପାକିସ୍ତାନୀ ସେନା ପୋଷ୍ଟକୁ କବଜା କରିଛନ୍ତି। ଡୁରାଣ୍ଡ ରେଖା ଆରପାରିରେ କୁନାର ଏବଂ ହେଲମାଣ୍ଡ ପ୍ରଦେଶରେ ମଧ୍ୟ ପାକିସ୍ତାନୀ ପୋଷ୍ଟଗୁଡ଼ିକୁ ଧ୍ୱଂସ କରାଯାଇଛି। ପାକିସ୍ତାନୀ ସେନାର ଇଣ୍ଟର-ସର୍ଭିସେସ୍ ପବ୍ଲିକ୍ ରିଲେସନ୍ସ (ISPR) ଏପର୍ଯ୍ୟନ୍ତ ଏହି ବିଷୟରେ କୌଣସି ସରକାରୀ ବିବୃତ୍ତି ଜାରି କରିନାହିଁ।

 

ଫୁଲ ତୋଳିବାକୁ ଯାଇଥିବା ବେଳେ ଯୁବକଙ୍କୁ ହତ୍ୟା : ହାତକୁ ହାଣି ନେଇଛନ୍ତି ଦୁର୍ବୃତ୍ତ

ନନ୍ଦିଘୋଷ ବ୍ୟୁରୋ : ଚିକିଟି ନୂଆପଡ଼ାର ବାହୁଦା ନଦୀ ପଠାରୁ ମୃତଦେହ ଉଦ୍ଧାର। ମୃତ ଶରୀରର ବିଭିନ୍ନ ସ୍ଥାନରେ ରହିଛି ଗଭୀର କ୍ଷତ ଚିହ୍ନ। ରକ୍ତ ଜୁଡୁବୁଡୁ ଶବ ଜବତ କଲା କେ. ନୂଆଗାଁ ପୋଲିସ। ଫୁଲ ତୋଳି ଗାଧୋଇବାକୁ ଯାଇଥିବା ବେଳେ ହତ୍ୟା। ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ରହିଥିବା ବେଳେ, ହାତକୁ ହାଣି ନେଇ ଯାଇଛନ୍ତି ଦୁର୍ବୃତ୍ତ। ଘଟଣାସ୍ଥଳରେ କ. ନୂଆଁ ଗାଁ ପୋଲିସ, ଚିକିଟି ଫାଣ୍ଡି ପୋଲିସ ସହ ବ୍ରହ୍ମପୁର ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି। ସନ୍ଧାନି କୁକୁର ଓ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ବହୁ ଖୋଜା ଖୋଜି ପରେ ବି ମିଳୁନାହିଁ କଟା ହାତ। ହାତ ଖୋଜିବା ପାଇଁ ତଦନ୍ତରେ ସାମିଲ ହୋଇଛି ଅଗ୍ନିଶମ ବିଭାଗ। ଅଗ୍ନିଶମ ବାହିନୀ ନଦୀରେ କରୁଛନ୍ତି ଖୋଜାଖୋଜି।