spot_img
Home Blog Page 346

ଦୁଇ ବର୍ଷରେ ୬ ମୁସଲିମ ଦେଶଙ୍କ ମେରୁଦଣ୍ଡ ଭାଙ୍ଗି ଦେଲା ଇସ୍ରାଏଲ

ନନ୍ଦିଘୋଷ ବ୍ୟୁରୋ: ଦୁଇ ବର୍ଷର ଭୟଙ୍କର ଯୁଦ୍ଧ ପରେ ଏବେ ଗାଜାରେ ଶନ୍ତି ଫେରିବାର ସମ୍ଭାବନା ଦେଖା ଦେଇଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରଙ୍କଙ୍କ ୨୦ ପଏଣ୍ଟ ଶାନ୍ତି ପ୍ଲାନର ପ୍ରଥମ ପର୍ଯ୍ୟାୟକୁ ଇସ୍ରାଏଲ ଓ ହମାସ ମାନି ନେଇଛନ୍ତି । ବୁଝାମଣା ଅନୁସାରେ ହମାସ ୨୯ ଇସ୍ରାଏଲ ବନ୍ଧକଙ୍କୁ ଛାଡିଥିବା ବେଳେ ଇସ୍ରାଏଲ ୨୫୦ ପାଲେଷ୍ଟାଇନ୍ କଏଦୀଙ୍କୁ ମୁକ୍ତ କରିଛି । ହେଲେ ଏହି ଦୁଇ ବର୍ଷ ଯୁଦ୍ଧ ମଧ୍ୟରେ ଇସ୍ରାଏଲ କେବଳ ଗାଜା କି ହମାସ ଉପରେ କାର୍ଯ୍ୟାନୁଷ୍ଠାନ ନେବାରେ ସିମିତ ନଥିଲା । ଏହି ସମୟ ମଧ୍ୟରେ ଇସ୍ରାଏଲ ନିଜର ୬ ପୁରୁଣା ଶତ୍ରୁଙ୍କ ଉପରେ ଭୟଙ୍କର ଆକ୍ରମଣ କରି ସେମାନଙ୍କୁ ଛାରଖାର କରିଦେଇଛି । ଲେବାନନ, ୟମନ, ଇରାନ, ସିରିଆ, କତର ଓ ଟ୍ୟୁନିସିଆରେ ଇସ୍ରାଏଲ ମୃତ୍ୟୁର ତାଣ୍ଡବ ରଚିବା ସହ ଶତ୍ରୁଙ୍କ ମେରୁଦଣ୍ଡ ଏକପ୍ରକାର ଭାଙ୍ଗି ଦେଇଛି । ଆସନ୍ତୁ ଜାଣିବା ହମାସ ସହ ଯୁଦ୍ଧ ଭିତରେ ଇସ୍ରାଏଲ ଏହି ଦେଶମାନଙ୍କ ଉପରେ ଆକ୍ରମଣ କରି କେଇଁ ପ୍ରକାର କ୍ଷତି କରିଛି ।

ଲେବାନନରେ ହିଜବୁଲ୍ଲାର ମେରୁଦଣ୍ଡ ଭାଙ୍ଗିଗଲା

ହମାସ ସମର୍ଥନରେ ହିଜିବୁଲ୍ଲା ଉତ୍ତର ଇସ୍ରାଏଲରେ ରକେଟ ବର୍ଷା କରିବା ଆରମ୍ଭ କରିଦେଇଥିଲା । ପ୍ରାୟ ଏକ ବର୍ଷ ପର୍ଯ୍ୟନ୍ତ ଏହି ଟିଟ୍-ଫର୍-ଟେଟ୍ ଯୁଦ୍ଧ ଚାଲିଥିଲା । ହେଲେ ୨୦୨୪ ସେପ୍ଟେମ୍ବରରେ ଇସ୍ରାଏଲ ଆର୍ମୀ ହଠାତ ଦକ୍ଷିଣ ଲେବାନନ ଉପରେ ସ୍ଥଳପଥରେ ଆକ୍ରମଣ କରିଥିଲେ । ମାତ୍ର କିଛିଦିନରେ ଇସ୍ରାଏଲ ୯୦୦ରୁ ଅଧିକ ମାଜାଇଲ ଫାୟାର କରିଥିଲା । ସେପ୍ଟେମ୍ବର ୧୮ରେ ହିଜବୁଲ୍ଲା ନେତାଙ୍କ ପେଜର ଓ ଓ୍ବାକିଟକିରେ ଏକା ସାଙ୍ଗରେ ହୋଇଥିବା ବିସ୍ଫୋରଣ ସମସ୍ତଙ୍କୁ ଚକିତ କରିଦେଇଥିଲା । ଏହି ଆକ୍ରମଣରେ ହିଜବୁଲ୍ଲା ମୁଖ୍ୟ ହସନ ନସରଲ୍ଲାହର ମୃତ୍ୟୁ ଘଟିଥିଲା । ୨୦୨୪ ନଭେମ୍ବରରେ ଅସ୍ତ୍ରବିରତି ହୋଇଥିଲେ ମଧ୍ୟ ଏବେ ବି ଇସ୍ରାଏଲ ଦକ୍ଷିଣ ଲେବାନନରେ ୫ଟି ବର୍ଡର ପୋଷ୍ଟକୁ ଅକ୍ତିଆର କରି ରଖିବା ସହ ସମୟେ ସମୟେ ଏୟାର ଷ୍ଟ୍ରାଇକ ଚଲାଇଛି ।

ୟମନରେ ହୁତି ବିଦ୍ରୋହିଙ୍କ ବିରୋଧରେ ଅପରେସନ ଲକି ଡ୍ରପ୍

୨୦୨୩ ଅକ୍ଟୋବରରେ ହୁତି ବିଦ୍ରୋହି ଗାଜା ସମର୍ଥନରେ ଇସ୍ରାଏଲ ଉପରେ ମିଜାଇଲ ଓ ଡ୍ରୋନ ଆକ୍ରମଣ କରୁଥିଲେ । ମେ’ ୨୦୨୫ ମଧ୍ୟରେ ହୁତି, ଇସ୍ରାଏଲ ଉପରେ ପ୍ରାୟ ୨୫୦ ଆକ୍ରମଣ କରିଥିଲା । ଏହାର ଜବାବରେ ଇସ୍ରାଏଲ ୨୦୨୫ ଅଗଷ୍ଟ ୨୮ରେ ଆପରେସନ ଲକି ଡ୍ରପ୍ ଜରିଆରେ ସନାରେ ଚାଲିଥିବା ହୁତିର ଏକ ଉଚ୍ଚସ୍ତରୀୟ ମିଟିଂ ଉପରେ ଆକ୍ରମଣ କରିଥିଲା । ଏଥିରେ ହୁତି ପ୍ରଧାନମନ୍ତ୍ରୀ ଅହମଦ ଅଲ ରହାଓ୍ବି ସମେତ ଏକାଧିକ ବଡ଼ ବଡ଼ ନେତାଙ୍କ ମୃତ୍ୟୁ ଘଟିଥିଲା । ଲାଲ ସାଗରେ ନିଜ ସୈନ୍ୟ ଉପସ୍ଥିତି ବଢ଼ାଇବା ସହ ଇସ୍ରାଏଲ ୨୦୨୫ ଜୁନ ୧୦ରେ ଅଲ ହୂଦାୟଦାହ ପୋର୍ଟ ଉପରେ ଆପ୍ରକଣ କରିଥିଲା । ଗତମାସ ୧୦ ତାରିଖରେ ପୁଣି ଥରେ ସନା ଓ ଅଲ ଜୌଫରେ ବିମୋ ମାଡ଼ କରି ୨୦ରୁ ଅଧିକ ହୁତି ଠିକଣାକୁ ଉଡାଇ ଦେଇଥିଲା ।

ଇରାନରେ ଅପରେସନ ରାଇଜିଙ୍ଗ ଲାୟନ, ଦୋହଲି ଗଲା ତେହରାନ

ବର୍ଷ ବର୍ଷ ଧରି ଇସ୍ରାଏଲ ଓ ଇରାନ ମଧ୍ୟରେ ପରଦା ପଛରେ ଯୁଦ୍ଧ ଚାଲିଛି । ହେଲେ ୨୦୨୫ ଜୁନ ୧୩ରେ ଇସ୍ରାଏଲ ୨୦୦ରୁ ଅଧିକ ଫାଇଟର ଜେଟ ସହ ଆକ୍ରମଣ କରି ଅପରେସନ ରାଇଜିଙ୍ଗ ଲାୟନ ଆରମ୍ଭ କରିଥିଲା । ଇରାନ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟୁହଙ୍କ ଦାବି ଅନୁସାରେ, ଇରାନ ପରମାଣୁ ବୋମା ପ୍ରସ୍ତୁତିର ବହୁତ ନିକଟରେ ପହଞ୍ଚି ଯାଇଥିଲା । ୧୨ ଦିନ ପର୍ଯ୍ୟନ୍ତ ଚାଲିଥିବା ଏହି ଯୁଦ୍ଧରେ ଇରାନର ୬୨୭ ଓ ଈସ୍ରାଏଲର ୨୮ ସୈନିକଙ୍କ ମୃତ୍ୟୁ ଘଟିଥିଲା । ଜୁନ ୨୪ ତାରିଖରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଅସ୍ତ୍ରବିରତି ଘୋଷଣା କରିଥିଲେ । ହେଲେ ଇସ୍ରାଏଲ ଇରାନର ଏକାଧିକ ପରମାଣୁ ବିଜ୍ଞାନୀଙ୍କୁ ହତ୍ୟା କରିବା ସହ ସୈନ୍ୟ କେନ୍ଦ୍ରଗୁଡିକୁ ଧ୍ବଂସ କରି ଦେଇଥିଲା ।

ସିରିଆରେ ଅସଦ ଶାସନର ଅନ୍ତ

୨୦୨୪ ଡିସେମ୍ବରରେ ବଶର ଅଲ ଅସଦ ସରକାରର ପତନ ପରେ ସିରିଆରେ ଅରାଜକତା ସୃଷ୍ଟି ହୋଇଥିଲା । ଇସ୍ରାଏଲ ମାତ୍ର ୪୮ ଘଣ୍ଟାରେ ଶତାଧିକ ଏୟାର ଷ୍ଟ୍ରାଇକ କରି ଅସଦ ଶାସନର ୭୦ ପ୍ରତିଶତ ସୈନ୍ୟ କ୍ଷମତାକୁ ନଷ୍ଟ କରିଦେଇଥିଲା । ଉଦ୍ଦେଶ୍ୟ ଥିଲା ସିରିଆର ଅସ୍ତ୍ରଶସ୍ତ୍ର ଯେମିତି ଆତଙ୍କବାଦୀ ସଙ୍ଗଠନ HTS ହାତରେ ନପଡ଼ିବ । ୨୦୨୫ ଡିସେମ୍ବର ୮ରେ ହୋଇଥିବା ଆକ୍ରମଣରେ ୧୨ ଜଣ ଲୋକଙ୍କ ମୃତ୍ୟୁ ଘଟିଥିଲା । ଇସ୍ରାଏଲ ଅଭିଯୋଗ କରିଥିଲା ସିରିଆ ଇରାନ ଆର୍ମୀକୁ ଅସ୍ତ୍ରଶସ୍ତ୍ର ପଠାଉଥିଲା । ଏହାପରେ ଇସ୍ରାଏଲ ଗୋଲନ ହାଇଟ୍ସର ଡେମିଲିଟ୍ରାଇଜଡ୍ ଜୋନକୁ ନିଜ ନିୟନ୍ତ୍ରଣକୁ ନେଇଯାଇଥିଲା । ଯାହାକୁ ୧୯୪୭ ବୁଝାମଣାର ଉଲ୍ଲଂଘନ ବୋଲି କୁହାଯାଉଛି ।

କତରର ଦୋହାରେ ଆକ୍ରମଣ

୨୦୨୫ ସେପ୍ଟେମ୍ବର ୯ ତାରିଖରେ ଇସ୍ରାଏଲ ଦୋହାରେ ଥିବା ହମାସ ନେତାଙ୍କ କେନ୍ଦ୍ର ଉପରେ ଏୟାର ଷ୍ଟ୍ରାଇକ କରିଥିଲା । ହମାସ ନେତା ଗାଜା ଅସ୍ତ୍ରବିରତକୁ ନେଇ ଆଲୋଚନା କରିବାକୁ ସେଠାରେ ଏକାଠି ହୋଇଥିଲେ । ଇସ୍ରାଏଲ F-16 ଓ F-35 ଫାଇଟର ଜେଟରୁ ୧୦ରୁ ଅଧିକ ମିଜାଇଲ ମାଡ କରିଥିଲା । ଆକ୍ରମଣରେ ୫ ହମାସ ସଦସ୍ୟ ଓ ଜଣେ କତର ସୁରକ୍ଷା ଅଧିକାରୀଙ୍କ ମୃତ୍ୟୁ ଘଟିଥିଲା । ଏହି ଘଟଣାକୁ ବ୍ରିଟେନ, ଜର୍ମାନ, ସାଉଦୀ ଆରବ, ମିସ୍ର ଓ କାନାଡା ସମେତ ଏକାଧିକ ଦେଶ ନିନ୍ଦା କରିଥିଲେ । ୟୁରୋପିୟ ୟୁନିୟନ ଏହାକୁ ଅନ୍ତରାଷ୍ଟ୍ରୀୟ ଆଇନର ଉଲ୍ଲଂଘନ କହିଥିଲା ।

ସାହାଯ୍ୟ ନାଁରେ ଟ୍ୟୁନିସିଆ ଉପରେ ଆକ୍ରମଣ

ସେପ୍ଟେମ୍ବର ୮ ତାରିଖ ରାତିରେ ଇସ୍ରାଏଲ ଟ୍ୟୁନିସିଆର ଏକ ପୋର୍ଟ ଉପରେ ଡ୍ରୋନ ଷ୍ଟ୍ରାଇକ୍ କରିଥିଲା । ଲକ୍ଷ୍ୟ ଥିଲା ଏକ ଫ୍ୟାମିଲ ବୋଟ ଯାହା ପର୍ତ୍ତୁଗାଲ ପତାକା ଲଗାଇ ଗାଜାକୁ ରିଲିଫ ସାମଗ୍ରୀ ନେଇ ଯାଉଥିଲା । ଇସ୍ରାଏ ଦାବି କରିଥିଲା ଏହି ଜାହାଜରେ ହମାସ ପାଖକୁ ଅସ୍ତ୍ରଶସ୍ତ ଓ ଲଜିଷ୍ଟିକ ସାମଗ୍ରୀ ପଠାଯାଉଥିଲା । ଏହାର ପରଦିନ ଇସ୍ରାଏଲ ପକ୍ଷରୁ ପୁଣି ଆକ୍ରମଣ ହୋଇଥିଲା । ଏଥିରେ ବହୁତ ଲୋକଙ୍କ ମୃତ୍ୟୁ ଘଟିଥିଲା ।

ବିରାଟ ଓ ରୋହିତଙ୍କ ସନ୍ୟାସ ଅଟକଳକୁ ନେଇ କୋଚ ଗୌତମ ଗମ୍ଭୀରଙ୍କ ବୟାନ ଫ୍ୟାନ୍ସଙ୍କ ହୃଦୟ ଜିତିଲା

ନନ୍ଦିଘୋଷ ବ୍ୟୁରୋ: ଓ୍ବେଷ୍ଟଇଣ୍ଡିଜକୁ ଦିଲ୍ଲୀ ଟେଷ୍ଟରେ ଭାରତ ୭ ଓ୍ବିକେଟରେ ହରାଇବା ପରେ ବିରାଟ କୋହଲିଙ୍କୁ ନେଇ ଆସିଛି ହେଡ କୋଚ୍ ଗୋତମ ଗମ୍ଭୀରଙ୍କ ବଡ଼ ବୟାନ । ସବୁବେଳେ ବିରାଟ ଓ ଗମ୍ଭୀରଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ଲାଗି ରହୁଥିବା ବେଳେ କୋହଲିଙ୍କୁ ନେଇ ଗମ୍ଭୀର ଏମିତି ଏକ କଥା କହିଛନ୍ତି ଯାହା କ୍ରିକେଟ୍ ଫ୍ୟାନ୍ସଙ୍କ ମନକୁ ଗାର୍ଡେନ ଗାର୍ଡେନ କରିଦେଇଛି । ଟେଷ୍ଟ ସିରିଜ ଭାରତ ଜିତିବା ପରେ ଗମ୍ଭୀରଙ୍କୁ ପଚରା ଯାଇଥିଲା ଆପଣ କ’ଣ ଭାବୁଛନ୍ତି ୨୪ ମାସ ମଧ୍ୟରେ ବିରାଟ ଓ ରୋହିତ ସନ୍ୟାସ ନେଇଯିବେ । ଏହାର ଉତ୍ତରରେ ଗମ୍ଭୀର କହିଥିଲେ, ବିଶ୍ବକପକୁ ଆହୁରି ଅଢ଼େଇ ବର୍ଷ ବାକି ଅଛି । ଆମେ ଏବେ ବର୍ତ୍ତମାନର କଥା ଚିନ୍ତା କରୁଛୁ, ଆଉ ଏହା ହିଁ ବସୁଠାରୁ ଅଧିକ ଗୁରୁତ୍ବପୂର୍ଣ୍ଣ ।

ଅଷ୍ଟ୍ରେଲିଆରେ କାମରେ ଆସିବ ବିରାଟ-ରୋହିତଙ୍କ ଅଭିଜ୍ଞତା

ବିରାଟ ଓ ରୋହିତଙ୍କ ପ୍ରଶଂସା କରିବା ସହ ଗମ୍ଭୀର କହିଛନ୍ତି, ଉଭୟ ଦମଦାର ବ୍ୟାଟର । ସେମାନଙ୍କ ଅନୁଭବ ଅଷ୍ଟ୍ରେଲିଆରେ ବହୁତ କାମରେ ଆସିବ । ଆଶା କରୁଛି ସେମାନଙ୍କ ଏହି ଗସ୍ତ ସଫଳ ରହିବ । ଆଉ ଏହାଠାରୁ ବଡ଼ କଥା ହେଲେ ଏକ ଟିମ୍ ଭାବରେ ଆମେ ସେଠାରେ ଏକ ସଫଳ ସିରିଜ୍ ଖେଳିବୁ । କୌଣସି ଖେଳାଳିଙ୍କୁ ବାହାର କରିବା ସବୁବେଳେ ଭାବନାତ୍ମକ ରହିଥାଏ ।

ଦିଲ୍ଲୀରେ ପହଞ୍ଚିଲେ ବିରାଟ

ଗମ୍ଭୀରଙ୍କ ଏହି ବୟାନ ଭିତରେ କିଙ୍ଗ କୋହଲି ଦିଲ୍ଲୀରେ ପହଞ୍ଚିଛନ୍ତି । ଆଇପିଏଲ ପରଠାରୁ ସେ ଲଣ୍ଡନରେ ଥିଲେ । ଅକ୍ଟୋବର ୧୫ ତାରିଖରେ ବିରାଟ ଓ କୋହଲି ଏବେ ଟିମ୍ ଇଣ୍ଡିଆର ଅନ୍ୟ ସଦସ୍ୟଙ୍କ ସହ ଅଷ୍ଟ୍ରେଲିଆ ଗସ୍ତରେ ଯିବେ ।

ସୂଚନାଯୋଗ୍ୟ, ଭାରତ ଅଷ୍ଟ୍ରେଲିଆରେ ତିନିଟିକିଆ ଦିନିକିଆ ସିରିଜ ଖେଳିବ । ପର୍ଥରେ ପ୍ରଥମ ମ୍ୟାଚ୍ ୧୯ ଅକ୍ଟୋବରରେ ଖେଳାଯିବ । ସେହିପରି ୨୩ରେ ଏଡିଲେଡ ଓ ୨୫ରେ ସିଡନରେ ଦ୍ବିତୀୟ ଓ ତୃତୀୟ ଦିନିକିଆ ଖେଳାଯିବ ।

ଆପଣଙ୍କୁ କହି ରଖୁଛୁ ଆଷ୍ଟ୍ରେଲିଆରେ ବିରାଟ ଓ ରୋହିତଙ୍କ ଟ୍ରାକ ରେକର୍ଡ ବହୁତ ଭଲ ରହିଛି । ବିରାଟ ଅଷ୍ଟ୍ରେଲିଆରେ ୫୧ ପ୍ରତିଶତରୁ ଅଧିକ ହାରରେ ୧୩୨୭ ରନ୍ କରିଛନ୍ତି । ଯେଉଁଥିରେ ୫ଟି ଶତକ ରହିଛି । ସେହିପରି ରୋହିତ ୫୩ରୁ ଅଧିକ ପ୍ରତିଶତ ହାରରେ ୧୩୨୮ ରନ୍ କରିଛନ୍ତି । ସେ ମଧ୍ୟ ଅଷ୍ଟ୍ରେଲିଆରେ ୫ଟି ଶତକ ମାରିଛନ୍ତି ।

ଟେଷ୍ଟ ସିରିଜରେ ୭ ୱିକେଟରେ ୱେଷ୍ଟଇଣ୍ଡିଜକୁ ହରାଇଲା ଭାରତ

ନନ୍ଦିଘୋଷ ବ୍ୟୁରୋ : ୱେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ସିରିଜ ଜିତିଲା ଭାରତ। ଦିଲ୍ଲୀ ଟେଷ୍ଟରେ ୱେଷ୍ଟଇଣ୍ଡିଜକୁ ୭ ୱିକେଟରେ ପରାସ୍ତ କରିଛି ଟିମ ଇଣ୍ଡିଆ। ଦିଲ୍ଲୀ ଟେଷ୍ଟ ସହ ସିରିଜ ଉପରେ କବଜା କରିଛି ଭାରତ। ଶୁଭମନ ଗିଲଙ୍କ ଅଧିନାୟକତ୍ୱରେ ଏହା ଭାରତର ପ୍ରଥମ ଟେଷ୍ଟ ସିରିଜ ବିଜୟ। କ୍ଲିନ ସୁଇପ ସହ ସିରିଜ ପୋଛି ନେଇଛି ଟିମ ଇଣ୍ଡିଆ। ଦ୍ଵିତୀୟ ଇଂନିସରେ ଭାରତକୁ ୧୨୧ ରନର ଥିଲା ଟାର୍ଗେଟ ।

ଗତକାଲି ଦ୍ଵିତୀୟ ଇନିଂସରେ ଭାରତ ୬୩ ରନ କରିଥିବାବେଳେ ଆଜି ଖେଳ ଆରମ୍ଭର ଘଣ୍ଟାର ମଧ୍ୟରେ ଟାର୍ଗେଟ ହାସଲ କରିଥିଲା। ଭାରତ ପ୍ରଥମ ଇନିଂସରେ ୫୧୮ ଏବଂ ଦ୍ଵିତୀୟ ଇନିଂସ ୧୨୪ ରନ କରି ସିରିଜ ବିଜୟ ହୋଇଛି। ଭାରତ ପ୍ରଥମ ଇନିଂସରେ ୫ ୱିକେଟରେ ୫୧୮ ରନ କରି ପାଳି ଘୋଷଣା କରିଥିଲା। ଜୟସ୍ଵାଲ ୧୭୫ ରନ୍‌, ଗିଲ ୧୨୯ ରନ୍ କରିଥିଲେ। ୱେଷ୍ଟଇଣ୍ଡିଜ ଫଲୋଅନ ପାଇଥିାଲ। ପୁରା ମ୍ୟାଚରେ କୁଲଦୀପଙ୍କୁ ୮ଟି ୱିକେଟ ମିଳିଛି। ୱେଷ୍ଟଇଣ୍ଡିଜ ପ୍ରଥମ ଇନିଂସ ୨୪୮ ଏବଂ ଦ୍ଵିତୀୟ ଇନିଂସରେ ୩୯୦ ରନ କରିଥିଲା। ଆଗରୁ ଅହମଦାବାଦ ଟେଷ୍ଟ୍ ବି ଜିତିଥିଲା ଭାରତ।

ନକ୍ସଲଙ୍କୁ ବଡ଼ ଧରଣର ଧକ୍କା : ଆତ୍ମସମର୍ପଣ କଲେ ୬୦ ନକ୍ସଲ

ନନ୍ଦିଘୋଷ ବ୍ୟୁରୋ : ବନ୍ଧୁକ ଛାଡ଼ି ଶାନ୍ତିର ବାଟ ଆପଣେଇଲେ ଟପ୍ ମାଓନେତା ବେଣୁଗୋପାଳ ରାଓ ଆଲିଏସ୍ ସୋନୁ। ସେ ନକ୍ସଲଙ୍କ ପଲିଟବ୍ୟୁରୋ ସଦସ୍ୟ ଥିଲେ। ମହାରାଷ୍ଟ୍ରର ଗଡ଼ଚିରୋଲିରେ ୬୦ ନକ୍ସଲଙ୍କ ସହିତ ଆତ୍ମସମର୍ପଣ କରିଛନ୍ତି ବେଣୁଗୋପାଳ। ଏହା ଦ୍ଵାରା ଲାଲବାହିନୀକୁ ବଡ଼ ଧରଣର ଝଟକା ଲାଗିଛି। ଗତ ସେପ୍ଟେମ୍ଵରରେ ମଧ୍ୟ ଏକ ପ୍ରେସରିଲିଜ ଜାରି କରି ଆତ୍ମସମର୍ପଣ ପାଇଁ ଇଚ୍ଛା ପ୍ରକାଶ କରିଥିଲେ ବେଣୁଗୋପାଳ। ଛତିଶଗଡ଼ ଓ ମହାରାଷ୍ଟ୍ରରେ ଲାଲବାହିନୀ ମଧ୍ଯରେ ବେଣୁଗୋପାଳଙ୍କ ବହୁତ ପ୍ରଭାବ ରହିଛି। ସମସ୍ତେ ତାଙ୍କୁ ନେତା ଭାବେ ମାନନ୍ତି। ସେପଟେ ଛତିଶଗଡ଼ ବିଜାପୁରରେ ନକ୍ସଲଙ୍କ ବିପୁଳ ଅସ୍ତ୍ରଶସ୍ତ୍ର ଜବତ ହୋଇଛି। KGH ପର୍ବତର ପାଦଦେଶରେ ଏହି ଅସ୍ତ୍ରଶସ୍ତ୍ର ଲୁଚାଇ ରଖାଯାଇଥିଲା। ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ୫ଟି IED ମଧ୍ୟ ଜଙ୍ଗଲରେ ଖଞ୍ଜା ଯାଇଥିଲା। ତାକୁ ସୁରକ୍ଷାକର୍ମୀମାନେ ନିଷ୍କ୍ରିୟ କରିଦେଇଛନ୍ତି।

ପଶ୍ଟିମବଙ୍ଗରେ ଗଣଦୁଷ୍କର୍ମ ଘଟଣା : ୫ ଅଭିଯୁକ୍ତଙ୍କୁ ନେଇ ପୋଲିସର ସିନ ରିକ୍ରିଏସନ କରୁଛି ପୋଲିସ

ନନ୍ଦିଘୋଷ ବ୍ୟୁରୋ : ପଶ୍ଟିମବଙ୍ଗରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ପୋଲିସ ଆଜି ସିନ୍ ରିକ୍ରିଏସନ କରିଛି। ଘଟଣାସ୍ଥଳକୁ ଅଭିଯୁକ୍ତମାନଙ୍କୁ ନେଇ ସିନ୍ ରିକ୍ରିକିଏସନ କରାଯାଇଛି। ଘଟଣା ଦିନ କଣ ହୋଇଥିଲା, କିଏ କିଏ ଥିଲେ, କେମିତି କଣ କରିଥିଲେ ଅଭିଯୁକ୍ତମାନେ, ତାହା ଗୋଟି ଗୋଟି କରି ସେମାନେ ଦେଖାଇଛନ୍ତି। ଏହା ଆଗରୁ ୨ ଅଭିଯୁକ୍ତଙ୍କୁ ମୁହାଁମୁହିଁ ଜେରା କରିଥିଲା ପୋଲିସ ।

ଅଭିଯୁକ୍ତ ଶେଖ ରିଆଜୁଦ୍ଦିନ ଏବଂ ଶେଖ ନାସିରୁଦ୍ଦିନଙ୍କୁ ଜେରା କରାଯାଇଛି। ତଦନ୍ତ ପାଇଁ ଉଭୟଙ୍କୁ ବିଜରା ଗାଁକୁ ନିଆଯାଇଥିଲା। ଏକାଧିକ ଗ୍ରାମବାସୀଙ୍କୁ ମଧ୍ୟ ପରଚାଉଚରା କରାଯାଇଛି। ଘଟଣାସ୍ଥଳରୁ କିଛି ପ୍ରମାଣ ମିଳିଥିବା ଜଣାପଡ଼ିଛି। ଘଟଣା ସହିତ ଆଉ କାହାର ସମ୍ପର୍କ ଅଛି ନା ନାହିଁ ସେ ନେଇ ଛାନବିନ ଜାରି ରହିଛି। ବିଜରା ଅଂଚଳରେ ଆଉ କିଛି ଅଭିଯୁକ୍ତ ଲୁଚି ଥାଇପାରନ୍ତି। ସେଥି ଲାଗି ଦୁର୍ଗାପୁରର ନ୍ୟୁ ଟାଉନସିପ୍ ପୋଲିସ ଥାନା ଏବଂ ଦୁର୍ଗାପୁର ପୋଲିସ ଥାନାର ଏକ ମିଳିତ ଟିମ ଛାନବିନ କରୁଛି।

ଗତ ଶୁକ୍ରବାର ଘଟିଥିଲା ଏ ଲୋମହର୍ଷକ ଘଟଣା। ଛାତ୍ରୀ ଜଣକ ପୁରୁଷ ବନ୍ଧୁ ସହ ଖାଇବାକୁ ଯାଇଥିବାବେଳେ ଦୁର୍ବୃତ୍ତ ଉଠାଇ ନେଇ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ମାମଲାରେ ବର୍ତ୍ତମାନ ସୁଦ୍ଧା ୫ ଜଣଙ୍କୁ ଗିରଫ କରିଛି ପୋଲିସ। ୩ ଅଭିଯୁକ୍ତଙ୍କୁ ୧୦ ଦିନିଆ ରିମାଣ୍ଡରେ ନେଇଛି। ସେପଟେ ଦୁର୍ଗାପୁର ମେଡିକାଲ କଲେଜରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ବ୍ୟାରିକେଡ୍ ସହିତ ତାର ଲଗାଯାଇଛି ଏବଂ ଅଧିକ ସଂଖ୍ୟକ ସୁରକ୍ଷାକର୍ମୀ ମୁତୟନ ହୋଇଛନ୍ତି।

ଏଗୁଡ଼ିକ କଫ ସିରପ୍ ନୁହେଁ, ଏଗୁଡ଼ିକ ବିଷ : ତିନୋଟି କମ୍ପାନୀ ବିରୁଦ୍ଧରେ WHOର କଠୋର କାର୍ଯ୍ୟାନୁଷ୍ଠାନ

ନନ୍ଦିଘୋଷ ବ୍ୟୁରୋ : ଭାରତରେ ବିଷାକ୍ତ କଫ ସିରପ ଯୋଗୁଁ ୨୦ ରୁ ଅଧିକ ଶିଶୁଙ୍କ ମୃତ୍ୟୁ ହୋଇଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ( WHO) ଏହି ବିଷୟକୁ ଗୁରୁତର ସହ ନେବା ସହ  ତିନୋଟି ଔଷଧ କମ୍ପାନୀକୁ ସେମାନଙ୍କର କଫ ସିରପ ସମ୍ପର୍କରେ ଚେତାବନୀ ଜାରି କରିଛି। ଏଥିରେ କୋଲଡ୍ରିଫ୍ ମଧ୍ୟ ଅନ୍ତର୍ଭୁକ୍ତ, ଯାହା ମଧ୍ୟପ୍ରଦେଶରେ ଅନେକ ଶିଶୁଙ୍କ ମୃତ୍ୟୁର କାରଣ ହୋଇଛି। ଯଦି କୌଣସି ସ୍ଥାନରେ ଏହି କଫ ସିରପ ଦେଖାଯାଏ ତେବେ ତୁରନ୍ତ ରିପୋର୍ଟ କରିବାକୁ WHO ଲୋକଙ୍କୁ ଅନୁରୋଧ କରିଛି।

ରଏଟର୍ସ ଅନୁଯାୟୀ, ବିଶ୍ୱ ସ୍ୱାସ୍ଥ୍ୟ ସଂସ୍ଥା ଶ୍ରୀସାନ ଫାର୍ମାର କୋଲଡ୍ରିଫ୍, ରେଡନେକ୍ସ ଫାର୍ମାର ରେସ୍ପିଫ୍ରେସ୍ ଟିଆର ଏବଂ ସେପ୍ ଫାର୍ମାର ରିଲାଇଫ୍ ସିରପ୍‌କୁ ଅପମିଶ୍ରିତ ଭାବରେ ଚିହ୍ନଟ କରିଛି।  WHO ଅନୁଯାୟୀ ଏହି ସିରପ୍ ସ୍ୱାସ୍ଥ୍ୟ ପାଇଁ ବିପଦ ସୃଷ୍ଟି କରେ ଏବଂ ମାରାତ୍ମକ ରୋଗ ସୃଷ୍ଟି କରିପାରେ।

ଏହି କାଶ ଔଷଧର ପରୀକ୍ଷା କରିବା ପରେ ଏଥିରେ ଡାଇଥିଲିନ୍ ଗ୍ଲାଇକଲ୍ ନାମକ ଏକ ବିଷାକ୍ତ ରାସାୟନିକ ପଦାର୍ଥ ଥବା ଜଣାପଡ଼ିଲା, ଯାହା ବହୁ ପରିମାଣରେ ବ୍ୟବହୃତ ହୋଇଥାଏ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ରାସାୟନିକ ପଦାର୍ଥ ରଙ୍ଗହୀନ ଏବଂ ଗନ୍ଧହୀନ, ଯାହା ପରୀକ୍ଷା ବିନା ଏହାକୁ ଚିହ୍ନଟ କରିବା କଷ୍ଟକର ହୋଇଥାଏ। ଏହାକୁ ସିରପକୁ ମିଠା କରିବା ପାଇଁ ବ୍ୟବହାର କରାଯାଏ। ଏହା ମଧ୍ୟ ଆଶ୍ଚର୍ଯ୍ୟଜନକ ଯେ ଡାଇଥିଲିନ୍ ଗ୍ଲାଇକର ବ୍ୟବହାର ମାନବ ସ୍ୱାସ୍ଥ୍ୟ ପାଇଁ ବିପଦପୂର୍ଣ୍ଣ।

 ତାମିଲନାଡୁର ଶ୍ରୀସାନ ଔଷଧ କମ୍ପାନୀର ଲାଇସେନ୍ସକୁ ସମ୍ପୂର୍ଣ୍ଣ ରଦ୍ଦ କରାଯାଇଛି। ଏକ ଯାଞ୍ଚ ସମୟରେ, ରାଜ୍ୟ ଔଷଧ ନିୟନ୍ତ୍ରଣ ବିଭାଗର ଅଧିକାରୀମାନେ ଜାଣିବାକୁ ପାଇଲେ ଯେ କଫ ସିରପରେ ୪୮.୬ ପ୍ରତିଶତ ଡାଇଥାଇଲିନ୍ ଗ୍ଲାଇକଲ୍ (DEG) ରହିଛି। କମ୍ପାନୀର ମାଲିକ ଜି. ରଙ୍ଗନାଥନଙ୍କୁ ସମ୍ପ୍ରତି ଗିରଫ କରାଯାଇଥିଲା।

 

ଆଶାୟୀ ପ୍ରାର୍ଥୀମାନଙ୍କୁ ଟିକଟ ବାଣ୍ଟିବା ପରେ ଫେରାଇବାକୁ ନିର୍ଦ୍ଦେଶ

ନନ୍ଦିଘୋଷ ବ୍ୟୁରୋ : ବିଧାନସଭା ନିର୍ବାଚନକୁ ନେଇ ବିହାରରେ ଘଡ଼ିକେ ଘୋଡ଼ା ଛୁଟୁଛି। ଆଶାୟୀ ପ୍ରାର୍ଥୀମାନଙ୍କୁ ଟିକଟ ବାଣ୍ଟିବା ପରେ ଆରଜେଡି ସେହି ଟିକେଟ ସବୁ ଫେରାଇ ଦେବାକୁ କହିଛିି। ଏହାକୁ ନେଇ ଦଳରେ ଲାଗି ରହିଛି ଦ୍ଵନ୍ଦ୍ଵ। ଗତ ରାତିରେ ହିଁ ଟିକଟ ବଣ୍ଟା ଯାଇଥିଲା। କିଛି ପରେ ହିଁ ସମସ୍ତଙ୍କୁ ଫୋନ ଯାଇଥିଲା, ଟିକଟ ଫେରାଇ ଦିଅ। ଏହାର କାରଣ ସଂପର୍କରେ ଆରଜେଡି ନେତା ବି କିଛି ଜାଣି ପାରୁ ନାହାନ୍ତି। ସିଟ ଭାଗବଣ୍ଟା ପାଇଁ ଲାଲୁ ଓ ତେଜସ୍ଵୀ ଯାଦବ ଦିଲ୍ଲୀ ଯାଇଥିଲେ। ଗତକାଲି ସଂଧ୍ୟାରେ ଦିଲ୍ଲୀରୁ ଲାଲୁ ଯାଦବ ଫେରିବା ପରେ ଆଶାୟୀଙ୍କୁ ଡାକି ଟିକଟ ଦିଆଯାଇଥିଲା।

କିଛି ସମୟ ପରେ ଦିଲ୍ଲୀରୁ ଫେରି ପାଟନା ବାସଭବନରେ ପହଞ୍ଚିଥିଲେ ତେଜସ୍ଵୀ ଯାଦବ। ଏହା ପରେ ପରେ ଯେଉଁମାନଙ୍କୁ ଟିକଟ ଦିଆଯାଇଥିଲା, ସମସ୍ତଙ୍କୁ ଫୋନ ଯାଇଥିଲା ଓ ଟିକଟ ଫେରାଇ ଦେବାକୁ କୁହାଯାଇଥିଲା। ମହାଗଠବନ୍ଧନର ଏଯାଏ ସିଟ୍ ବଣ୍ଟନ ହୋଇନାହିଁ। ଏହାକୁ ନେଇ ସମସ୍ଯା ଥିବା କୁହାଯାଉଛି। ମହାଗଠନବନ୍ଧନରେ ଅଛନ୍ତି ଆରଜେଡି, କଂଗ୍ରେସ, ବାମମେଣ୍ଟ, ବିକାଶଶୀଳ ଇନସାନ ପାର୍ଟି, ଜେଏମଏମ୍ ଓ RLJP । ସେପଟେ ଏନଡିଏ ମେଣ୍ଟର ଭାଗବଣ୍ଟା ସରିଛି ଏବଂ ସେମାନେ ନିର୍ବାଚନରେ ମାତିଲେଣି। ୨୪୩ ଆସନ ବିଶିଷ୍ଟ ବିହାର ବିଧାନସଭା ନିର୍ବାଚନ ୨ଟି ପର୍ଯ୍ୟାୟରେ ହେବ। ନଭେମ୍ବର ୬ ଓ ନଭେମ୍ବର ୧୧ରେ। ୧୪ ତାରିଖରେ ବାହାରିବ ରେଜଲ୍ଟ।

ଜେଲରୁ କଏଦୀ ଫେରାର ହେବା ପରେ ତତ୍ପରତା; ଏଥର ହେବ ସରପ୍ରାଇଜ ଭିଜିଟ

ନନ୍ଦିଘୋଷ ବ୍ୟୁରୋ : ଏଥର ହେବ ସରପ୍ରାଇଜ ଭିଜିଟ । ରାଜ୍ୟରେ ଥିବା ସମସ୍ତ ଜେଲକୁ ସରପ୍ରାଇଜ ଭିଜିଟ କରିବା ପାଇଁ ସମସ୍ତ ଜିଲ୍ଲାପାଳ ଓ ଏସପି ମାନଙ୍କୁ ନିର୍ଦ୍ଦେଶ । ଜେଲ ଡିଜି ସୁଶାନ୍ତ ନାଥ ସମସ୍ତ ଜିଲ୍ଲାପାଳ ଓ ଏସପି ମାନଙ୍କୁ କରିଛନ୍ତି ସ୍ୱତନ୍ତ୍ର ଚିଠି । ଚୌଦ୍ୱାର ଜେଲରୁ କଏଦୀ ଫେରାର ହେବା ପରେ ତତ୍ପରତା ପ୍ରକାଶ କରିଛି ଜେଲ ବିଭାଗ ।। ଜେଲ ଭିତରେ ଅନେକ ଅନୈତିକ କରବାର ହେଉଥିବା ନେଇ ଅନେକ ଅଭିଯୋଗ ମଧ୍ୟ ପୂର୍ବରୁ ଆସିଛି ।ବିଭିନ୍ନ ସମୟରେ ଜେଲ କଏଦୀଙ୍କ ନିକଟରୁ ନିଶା ଦ୍ରବ୍ୟ, ମାଦକ ଦ୍ରବ୍ୟ, ମୋବାଇଲ ଫୋନ ଓ ମରଣାସ୍ତ୍ର ମଧ୍ୟ ଜବତ ହୋଇଥାଏ ।

ଏସବୁକୁ ପ୍ରତିରୋଧ କରିବା ପାଇଁ ଜେଲ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ଏସପି ମାନଙ୍କୁ ସ୍ୱତନ୍ତ୍ର ଚିଠି କରାଯାଇଛି । ଗତ ୩ ତାରିଖରେ ଚୌଦ୍ୱାର ଜେଲରୁ ଚମ୍ପଟ ମାରିଥିଲେ ମଧୁକାନ୍ତ ରଣା ଓ ରାଜା ସାହାଣୀ । ଆରି ସାହାଯ୍ୟରେ ସେଲକୁ କାଟି ଦୁହେଁ ଖସି ଚାଲିଯାଇଥିଲେ। ଘଟଣାର ବିଚାର ବିଭାଗୀୟ ତଦନ୍ତ ଚାଲିଥିବା ବେଳେ ଗତକାଲି ବଦଳିଥିଲେ ଚୌଦ୍ୱାର ଜେଲର ଜେଲର । ଚୌଦ୍ୱାର ଜେଲର ସନ୍ତୋସିନୀ ଦାସଙ୍କ ବଦଳି କରାଯାଇଥିଲା । କଣ୍ଟାବାଞ୍ଜି ସବ ଜେଲକୁ ସନ୍ତୋସିନୀଙ୍କ ବଦଳି ହୋଇଥିଲା । ସେପଟେ କଣ୍ଟାବାଞ୍ଜିରେ ଜେଲର ଥିବା ରଘୁରାଜ ମାଝୀଙ୍କୁ ମିଳିଥିଲା ଚୌଦ୍ୱାର ଦାୟିତ୍ୱ ।

ସିକ୍ରେଟ ଚ୍ୟାମ୍ବରରେ ଚାଲିଥିଲା ଦେଶୀ ମଦ ଭାଟି, ଚଢାଉ କରି ଧରିଲା ଅବକାରୀ ବିଭାଗ

ନନ୍ଦିଘୋଷ ବ୍ୟୁରୋ : ପୁଣି ସିକ୍ରେଟ ଚ୍ୟାମ୍ବରରେ ଦେଶୀ ମଦ ଭାଟିର ସନ୍ଧାନ ପାଇଛି ଭୁବନେଶ୍ବର ଅବକାରୀ ବିଭାଗ। ସିକ୍ରେଟ ଚାମ୍ବର ଭିତରେ ଦେଶୀ ମଦ କାରଖାନା ଠାବ କରିଛି। ସାଲିଆସାହି ବୀରବାସା ବସ୍ତିରେ ଚଢାଉ କରି ଏହି ଦେଶୀ ମଦ ଭାଟି ଠାବ କରିଛି ଅବକାରୀ ବିଭାଗ। ପୂର୍ବରୁ ସାଲିଆସାହି ବୀରବାସା ବସ୍ତିରେ ଏକ ବେଡ଼ରୁମ ଭିତରେ ଥିବା ଏକ ମହୁଲି ମଦ ଭାଟି ଠିକଣା ଉପରେ ଚଢାଉ କରିଥଲା। ଏହାକୁ କରିଥିବା BMCରେ କାର୍ଯ୍ୟରତ ଜଣେ ଡ୍ରାଇଭରକୁ ଗିରଫ କରିଥିଲା ଅବକାରୀ ବିଭାଗ।

ରିଆଣାର ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ଆତ୍ମହତ୍ୟା ଘଟଣା : ଦୁଇ ପୋଲିସ ଅଧିକାରୀଙ୍କ ନାଁରେ ଏତଲା

ନନ୍ଦିଘୋଷ ବ୍ୟୁରୋ : ହରିଆଣାର ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ୱାଇ. ପୂରନ କୁମାର ଆତ୍ମହତ୍ୟା ଘଟଣା। ହରିୟାଣା ଡିଜିପି ଶତ୍ରୁଜିତ କପୁରଙ୍କୁ ଛୁଟିରେ ପଠାଇଲେ ସରକାର। ଆପିଏସଙ୍କ IAS ପତ୍ନୀଙ୍କୁ ମଧ୍ୟ ପୋଲିସ ନୋଟିସ କରିଛି। ମାମଲାରେ ରୋହତକଙ୍କ ଏସପିଙ୍କୁ ଅନ୍ୟତ୍ର ବଦଳି କରାଯାଇଛି। ଆଜି କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ହରିୟାଣା ଗସ୍ତ ପୂର୍ବରୁ ଡିଜିପିଙ୍କୁ ଛୁଟିରେ ପଠାଯାଇଛି।

ଆଇପିଏସ୍ ଅଧିକାରୀ ୱାଇ.ପୁରନଙ୍କ ଆତ୍ମହତ୍ୟା ମାମଲାରେ ପ୍ରତିଦିନ ସାମ୍ନାକୁ ଆସୁଛି ନୂଆ ଖୁଲାସା। ରୋହତକ ଏସ୍ପି ନରେନ୍ଦ୍ର ବିଜାର୍ନିଆଙ୍କୁ ପୂର୍ବରୁ ବଦଳି କରାଯାଇଥିଲା। ଆଜି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏବଂ କେନ୍ଦ୍ରମନ୍ତ୍ରୀ ଚିରାଗ ପାସୱାନ ଚଣ୍ଡିଗଡ଼ ଗସ୍ତରେ ଯାଉଛନ୍ତି। ଉଭୟ ନେତା ଆଇପିଏସ୍ ଅଧିକାରୀ ୱାଇ ପୁରନଙ୍କ ପରିବାର ସହିତ ସାକ୍ଷାତ କରିବେ। ଏହା ପୂର୍ବରୁ ହରିୟାଣା ଡିଜିପିଙ୍କୁ ଛୁଟିରେ ପଠାଯାଇଛି।ଗତକାଲି ବିଳମ୍ବିତ ରାତିରେ ହରିୟାଣା ଡିଜିପିଙ୍କୁ ଛୁଟିରେ ପଠାଇବାର ନିଷ୍ପତ୍ତି ନିଆଯାଇଛି। ଆଇପିଏସ୍ ଆତ୍ମହତ୍ୟା ମାମଲା ପରେ ନାୟବ ସିଂହ ସାଇନି ସରକାରଙ୍କ ଉପରେ ହରିୟାଣା ଡିଜିପିଙ୍କୁ ହଟାଇବା ପାଇଁ ଚାପ ବଢ଼ୁଥିଲା।

ଆଇପିଏସ୍ ଅଧିକାରୀ ୱାଇ.ପୁରନ ଏବଂ ତାଙ୍କ ପରିବାର ପାଇଁ ନ୍ୟାୟ ଦାବି କରି ଅନେକ ଦଳିତ ସଂଗଠନ ଏକତ୍ରିତ ହୋଇ ଏକ ମହାପଞ୍ଚାୟତ ଡକାଇଥିଲେ। ସେମାନେ ସରକାରଙ୍କୁ ୪୮ ଘଣ୍ଟା ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିଥିଲେ। ଏହି ୪୮ ଘଣ୍ଟା ଆଜି ଶେଷ ହେଉଛି। ଗତ ୭ ତାରିଖରେ ଚଣ୍ଡିଗଡସ୍ଥିତ ସେକ୍ଟର ୧୧ ବାସଭବନରେ ନିଜ ସର୍ଭିସ ରିଭଲଭରରୁ ମୁଣ୍ଡକୁ ଗୁଳି କରି ଆତ୍ମହତ୍ୟା କରିଥିଲେ ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ୱାଇ. ପୂରନ କୁମାର। ମୃତ୍ୟୁ ପୂର୍ବରୁ ସେ ଏକ ଉଇଲ ଓ ୯ ପୃଷ୍ଠାର ସୁଇସାଇଡ ନୋଟ ଛାଡି ଯାଇଥିଲେ। ସେଥିରେ ଚାକିରିଜନିତ ସମସ୍ୟାକୁ ସେ ଉଲ୍ଲେଖ କରିଥିଲେ। ତାଙ୍କ ମୃତ୍ୟୁକୁ ନେଇ ଆଇନର ଆଶ୍ରୟ ନେଇଛନ୍ତି ୨୦୦୧ ବ୍ୟାଚ ଆଇଏଏସ ଅଧିକାରୀ ତଥା ପତ୍ନୀ ଅନମିତ। ସ୍ବାମୀଙ୍କୁ ଜାତିଭିତ୍ତିକ କଟାକ୍ଷ କରାଯିବା ଏବଂ ଚାକିରି କ୍ଷେତ୍ରରେ ନିର୍ଯାତନାର ସମ୍ମୁଖୀନହୋଇ ଆତ୍ମହତ୍ୟା କରିଥିଲେ ବୋଲି କହିଥିଲେ ଅନମିତ।