spot_img
Home Blog Page 338

୧୮ ହଜାର ଟଙ୍କାରୁ ଅଧିକ ଛାତ୍ର ବୃତ୍ତି ପାଉଥିଲେ ମିଳିବନି ‘ସୁଭଦ୍ରା’ ଟଙ୍କା

ନନ୍ଦିଘୋଷ ବ୍ୟୁରୋ : ୧୮ ହଜାର ଟଙ୍କାରୁ ଅଧିକ ଛାତ୍ର ବୃତ୍ତି ପାଉଥିଲେ ‘ସୁଭଦ୍ରା’ ପାଇଁ ଅଯୋଗ୍ୟ ହୋଇପାରନ୍ତି ଛାତ୍ରୀ । କୌଣସି ମହିଳାଙ୍କୁ କେନ୍ଦ୍ର କିମ୍ବା ରାଜ୍ୟ ସରକାରଙ୍କଠାରୁ ୧୮ ହଜାର କିମ୍ବା ଏହାଠାରୁ ଅଧିକ ଟଙ୍କାର ଆର୍ଥିକ ସହାୟତା ମିଳୁଥିଲେ ମିଳିବନି ସୁଭଦ୍ରା ଟଙ୍କା ।  ଯଦି ଏପରିକି ସରକାରୀ ସହାୟତା ପାଉଥିବେ ତେବେ ସୁଭଦ୍ରା ଯୋଜନାରୁ ବାଦ ପଡିପାରନ୍ତି । ଏନେଇ ଦୁଇ ବିଭାଗରୁ ରିପୋର୍ଟ ମାଗିଲା ମହିଳା ଓ ଶିଶୁ ବିକାଶ ବିଭାଗ । ଉଚ୍ଚଶିକ୍ଷା ବିଭାଗ ଏବଂ ଅନୁସୂଚିତ ଜାତି, ଜନଜାତି ଓ ସଂଖ୍ୟାଲଘୁ ବିଭାଗ ସଚିବଙ୍କୁ ପତ୍ର ଲେଖିଛି ବିଭାଗ । ସୁଭଦ୍ରା’ ନିୟମାବଳୀ ଅନୁସାରେ ଏହି ଯୋଜନା ଅଧୀନରେ ଯୋଗ୍ୟ ହେବା ପାଇଁ ହିତାଧିକାରୀଙ୍କ ବୟସ ୨୧ ବର୍ଷ କିମ୍ବା ତାହାଠାରୁ ଅଧିକ ଏବଂ ୬୦ ବର୍ଷରୁ କମ୍ ହୋଇଥିବା ଆବଶ୍ୟକ । ରାଜ୍ୟ କିମ୍ବା କେନ୍ଦ୍ର ସରକାରଙ୍କ କୌଣସି ଯୋଜନା ଅଧୀନରେ ଯଦି ବାର୍ଷିକ ୧୮ ହଜାର ଟଙ୍କାକିମ୍ବା ତାହାଠାରୁ ଅଧିକ ଅର୍ଥ ସହାୟତା ଗ୍ରହଣ କରୁଥିବେ, ସେକ୍ଷେତ୍ରରେ ସଂପୃକ୍ତ ମହିଳା ଅଯୋଗ୍ୟ ଘୋଷିତ ହୋଇପାରନ୍ତି । ଏନେଇ ବିଭାଗକୁ ଅନେକ ଅଭିଯୋଗ ମିଳିଛି। ଛାତ୍ରୀମାନଙ୍କୁ ଯେଉଁ ଛାତ୍ରବୃରି ରାଶି ପ୍ରଦାନ କରାଯାଉଛି, ତାହା କେବଳ ଶିକ୍ଷା ସମ୍ବନ୍ଧୀୟ କାର୍ଯ୍ୟରେ ବ୍ୟୟ ହେଉଛି, ହେଲେ ଏହାକୁ ଅତିରିକ୍ତ ଅର୍ଥ ସହାୟତା ଭାବେ ହିସାବକୁ ନିଆଯାଇପାରୁନାହିଁ । ଏନେଇ ବିସ୍ତୃତ ଭାବେ ଯାଞ୍ଚ କରି ତଥ୍ୟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ବିଭାଗ ପକ୍ଷରୁ ପ୍ରଦାନ କରାଯାଇଥିବା ନିର୍ଦ୍ଦିଷ୍ଟ ଫର୍ମାଟରେ ୨୦୨୩-୨୪ ଓ ୨୦୨୪-୨୫ ଆର୍ଥିକ ବର୍ଷରେ କେଉଁ ଛାତ୍ରୀମାନେ ୧୮ ହଜାର ଟଙ୍କାରୁ ଅଧିକ ଛାତ୍ରବୃତ୍ତି ନେଇଛନ୍ତି ତା’ର ସମସ୍ତ ତଥ୍ୟ ପ୍ରଦାନ କରିବା ଲାଗି ଚିଠି ଲେଖିଛି ବିଭାଗ ।

ଦିଗପହଣ୍ଡିରେ ଖଣ୍ଡା ବୁଲାଇ ଯୁବକ ଗିରଫ

ନନ୍ଦିଘୋଷ ବ୍ୟୁରୋ : ଗଞ୍ଜାମ ଦିଗପହଣ୍ଡିରେ ଖଣ୍ଡା ବୁଲାଇ ଯୁବକ ଗିରଫ। ଖଣ୍ଡା ବୁଲାଇବା ସହ ଧମକପୂର୍ଣ୍ଣ ଡାଇଲଗ କହି ଇନଷ୍ଟାଗ୍ରାମରେ ଭିଡିଓ ଅପଲୋଡ଼ କରିଥିଲେ। ଗିରଫ ଯୁବକ
ଦିଗପହଣ୍ଡି ଥାନା ବଡ଼ ଡୁମ୍ବୁଳା ଗାଁର ସୁଶାନ୍ତ ମହାକୁଡ଼ । ସେ ଏକ ଧାରୁଆ ଖଣ୍ଡାଧରି ତିନୋଟି ମୁଣ୍ଡ ଧରି ଦିଗପହଣ୍ଡି ଥାନାକୁ ଆସିବି ବୋଲି ଡାଇଲଗ କହି ଭିଡିଓ ଅପଲୋଡ କରିଥିଲେ। ଭିଡିଓ ଭଲ ଲାଗିଲେ କମେଣ୍ଟ କରିବ ବୋଲି କହିଥିଲେ। ଭିଡିଓଟି ଭାଇରାଲ ହେବା ପରେ ପୋଲିସ ନଜରକୁ ଆସିଥିଲା l ପୋଲିସ ଗାଁରେ ପହଞ୍ଚି ସୁଶାନ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ଅସ୍ତ୍ରବିରତି : ଆଲୋଚନା ପରେ ଉଭୟ ଦେଶର ସହମତି

ନନ୍ଦିଘୋଷ ବ୍ୟୁରୋ : ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ଅସ୍ତ୍ରବିରତି । ତୁରନ୍ତ ଅସ୍ତ୍ରବିରତି ପାଇଁ ସହମତି ପ୍ରକାଶ କରିଛନ୍ତି ଉଭୟ ଦେଶ । ଗତକାଲି କତାର ରାଜଧାନୀ ଦୋହାରେ ଆଲୋଚନା ପରେ ରାଜି ହୋଇଛନ୍ତି । ଉଭୟ ଦେଶ ମଧ୍ୟରେ ଅସ୍ତ୍ରବିରତି ନେଇ ସ୍ପଷ୍ଟ କରିଛି କତାର । ତୁର୍କୀ ଓ କତାର ମଧ୍ୟସ୍ଥତାରେ ଅସ୍ତ୍ର ବିରାମ ହୋଇଛି । ସପ୍ତାହେ ଧରି ଉଭୟ ଦେଶ ମଧ୍ୟରେ ସଂଘର୍ଷ ଚାଲିଥିଲା । ଅନେକ ଲୋକଙ୍କ ମୃତ୍ୟୁ ହେବା ସହ ଶତାଧିକ ଆହତ ହୋଇଛନ୍ତି । ସପ୍ତାହେ ତଳେ କାବୁଲ ଉପରେ ପାକିସ୍ତାନର ଏୟାର ଷ୍ଟ୍ରାଇକ୍ ପରେ ଆଫଗାନିସ୍ତାନ ପାକିସ୍ତାନକୁ ଆକ୍ରମଣ କରିବା ସହ ସୀମା ପୋଷ୍ଟକୁ ଅକ୍ତିଆରକୁ ନେଇଥିଲା । ତେବେ ଉଭୟ ପକ୍ଷ ମଧ୍ୟରେ ୪୮ ଘଣ୍ଟାର ଅସ୍ତ୍ରବିରତି ହୋଇଥିଲା । କିନ୍ତୁ ଅସ୍ତ୍ରବିରତି ସମୟରେ ପାକିସ୍ତାନ ଆକ୍ରମଣ କରିବା ଫଳରେ ୩ କ୍ରିକେଟରଙ୍କ ସମେତ ୧୦ ଜଣଙ୍କ ମୃତ୍ୟୁ ହୋଇଥିଲା। ଏହାକୁ ନେଇ ପୁଣି ଉତ୍ତେଜନା ବଢିଥିଲା ।

ମଠକରଗୋଳା ଗାଁରେ ଅଘଟଣ : ବୃଦ୍ଧଙ୍କୁ ଘୋଷାଡ଼ି ନେଲା ଟ୍ରେନ୍

ନନ୍ଦିଘୋଷ ବ୍ୟୁରୋ : ଢେଙ୍କାନାଳ କାମାକ୍ଷାନଗର ଥାନା ବୁଢାପଙ୍କ – ଡ଼ୁବୁରୀ ରେଳପଥର ମଠକରଗୋଳା ଗାଁରେ ଅଘଟଣ  । ରେଳଧାରଣା କଡ଼ରେ ଛିଡା ହୋଇଥିବା ବେଳେ ବୃଦ୍ଧଙ୍କୁ ଘୋଷାଡ଼ି ନେଲା ଟ୍ରେନ  । ଘଟଣା ସ୍ଥଳରେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି  । ମୃତକ ମଠକରଗୋଳା ଗାଁ ଶବରସାହିର ଗୁମାନି ବେହେରା ହୋଇଥିବା ଜଣାପଡିଛି  । ସକାଳୁ ରେଳଧାରଣା ଦେଇ ନିଜ ବିଲକୁ ଯାଉଥିବା ବେଳେ ହଠାତ୍ ଏକ ମାଲବାହୀ ଟ୍ରେନ ଆସିଥିଲା। ସେ ରେଳଧାରଣା କଡ଼ରେ ଛିଡ଼ା ହୋଇଥିବାବେଳେ ଦୁର୍ଭାଗ୍ୟବଶତଃ ଟ୍ରେନରେ ଲାଗିଥିବା ପାଲଟି ଉଡିଆସି ତାଙ୍କ ଦେହରେ ପଡ଼ିଥିଲା। ଫଳରେ ତାଙ୍କୁ ଘୋଷାଡି ନେଇଥିଲା ଟ୍ରେନ୍। ଗ୍ରାମବାସୀଙ୍କ ଠାରୁ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି  ।

ପୁଣି ବ୍ଲୁ ଜର୍ସି ପିନ୍ଧିବେ ରୋକୋ ଯୋଡ଼ି : ଆଜିଠୁ ଇଣ୍ଡିଆ-ଅଷ୍ଟ୍ରେଲିଆ ୱାନ ଡେ ସିରିଜ ଆରମ୍ଭ

ନନ୍ଦିଘୋଷ ବ୍ୟୁରୋ : ରୋ-କୋ ଯୋଡ଼ିଙ୍କୁ ପୁଣି ଥରେ ବ୍ଲୁ ଜର୍ସିରେ ଦେଖିବାକୁ ମିଳିବ। ପୁଣି ଥରେ କ୍ରିକେଟ ପଡ଼ିଆକୁ ଓହ୍ଲାଇବେ ଦୁଇ ଭେଟେରାନ। ଆଜିଠୁ ଇଣ୍ଡିଆ-ଅଷ୍ଟ୍ରେଲିଆ ୱାନ ଡେ ସିରିଜ ଆରମ୍ଭ ହେଉଥିବା ବେଳେ ଏହି ସିରିଜରେ ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ଦେଖିବାକୁ ମିଳିବ। ଶେଷ ଥର ପାଇଁ ମାର୍ଚ୍ଚରେ ହୋଇଥିବା ଚାମ୍ପିଅନସ ଟ୍ରଫିରେ ଏହି ଦୁଇ କ୍ରିକେଟରଙ୍କୁ ଦେଖିବାକୁ ମିଳିଥିଲା। ତେଣୁ ଆଜି ପୁଣି ସେମାନଙ୍କୁ ଇଣ୍ଡିଆ ଟିମ୍ ର ବ୍ଲୁ ଜର୍ସିରେ ଦେଖିବାକୁ ମିଳିବ। ସମସ୍ତଙ୍କର ବେଶ୍ ଉତ୍କଣ୍ଠା ରହିଛି। ପର୍ଥରେ ଖେଳାଯିବ ପ୍ରଥମ ୱାନ ଡେ। ଉଭୟ ରୋହିତ ଶର୍ମା ଓ ବିରାଟ କୋହଲି ଭଲ ଖେଳିବେ ବୋଲି ଫ୍ୟାନମାନେ ଆଶା କରିଛନ୍ତି।

ଆସୁଛି ଆଉ ଏକ ଲଘୁଚାପ ! ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା

ନନ୍ଦିଘୋଷ ବ୍ୟୁରୋ : ଆସୁଛି ଆଉ ଏକ ଲଘୁଚାପ !। ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା । ୨୩ ଅକ୍ଟୋବର ଭିତରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଲଘୁଚାପ ପ୍ରଭାବରେ ଦୀପାବଳି ପରେ ବର୍ଷାରେ ଭିଜିପାରେ ଓଡିଶା । ଦକ୍ଷିଣ- ପୂର୍ବ ବଙ୍ଗୋପସାଗର ଏବଂ ସଂଲଗ୍ନ ଆଣ୍ଡାମାନ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ନେଇ ମଡେଲ ସୂଚିତ କରୁଛି । ଯାହା ଅଧିକ ତୀବ୍ରତର ହୋଇ ଓ ପଶ୍ଚିମ – ଉତ୍ତର ପଶ୍ଚିମ ଦିଗକୁ ଗତି କରିପାରେ ।.

ପୁଣି ଫୁଟିଲା ବନ୍ଧୁକ, ଗୁଳିକାଣ୍ଡ ଘଟାଇ ଦୁର୍ବୃତ୍ତ ଫେରାର

ନନ୍ଦିଘୋଷ ବ୍ୟୁରୋ : ପୁଣି ଫୁଟିଲା ବନ୍ଧୁକ। ଗୁଳିକାଣ୍ଡ ଘଟାଇ ଦୁର୍ବୃତ୍ତ ଫେରାର। ଗୁରୁତର ଅବସ୍ଥାରେ ଯୁବକଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ମୟୂରଭଞ୍ଜ ଜିଲ୍ଲା ବଡସାହି ଥାନା ମାଙ୍କଡାପାଳ ଅଞ୍ଚଳରେ ଘଟିଛି ଏଭଳି ଘଟଣା। ଯୁବକ ଜଣକ ସ୍ଥାନୀୟ ଅଞ୍ଚଳର ସଞ୍ଜୟ ନାୟକ। ଗତକାଲି ରାତିରେ ଘଟିଛି ଗୁଳିକାଣ୍ଡ। ଯୁବକଙ୍କ ପେଟରେ ଗୁଳି ବାଜି ଏପଟ ସେପଟ ହୋଇଯାଇଛି। ଗୁରୁତର ଅବସ୍ଥାରେ ଯୁବକଙ୍କୁ ପ୍ରଥମେ ବଡସାହି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ପରେ ବାରିପଦା ପିଆରଏମ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସଙ୍କଟାପନ୍ନ ହେବାରୁ ସଞ୍ଜୟଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସଞ୍ଜୟ ଏକ ଘରୋଇ ସ୍କୁଲରେ ଶିକ୍ଷକ ଭାବେ କାର୍ଯ୍ୟ କରିନ୍ତି। ଗତକାଲି ଟ୍ୟୁସନ୍ ସାରି ଫେରିବା ବାଟରେ ଦୁର୍ବୃତ୍ତ ଗୁଳିମାଡ଼ କରି ଫେରାର ହୋଇଯାଇଛନ୍ତି। ପୂର୍ବ ଶତ୍ରୁତାରୁ ଗୁଳିକାଣ୍ଡ ଅଭିଯୋଗ କରିଛନ୍ତି ସଞ୍ଜୟଙ୍କ ପତ୍ନୀ।

ବିହାର ରାଜନୀତି: ମହାମେଣ୍ଟର ସିଟ୍ ବୁଝମଣା ହୋଇପାରିଲାନି, ହୋଇପାରେ ଫ୍ରେଣ୍ଡଲି ଫାଇଟ

ନନ୍ଦିଘୋଷ ବ୍ୟୁରୋ : ବିହାରରେ ହେବ ଫ୍ରେଣ୍ଡଲି ଫାଇଟ। ମହାମେଣ୍ଟର ଅଂଶୀଦାର ପାର୍ଟି କଂଗ୍ରେସ, ଆରଜେଡି, ବାମମେଣ୍ଟ ମଧ୍ୟରେ ବନ୍ଧୁତାପୂର୍ଣ୍ଣ ଲଢ଼େଇ ହେବ ବୋଲି ଜଣାପଡ଼ିଲାଣି। କାରଣ ଆସନ୍ତାକାଲି ଦ୍ଵିତୀୟ ପର୍ଯ୍ୟାୟ ପାଇଁ ନାମାଙ୍କନ ଦାଖଲର ଶେଷ ତାରିଖ ହୋଇଥିବା ବେଳେ ଏଯାଏ କିନ୍ତୁ ଆସନ ବୁଝାମଣା ହୋଇପାରିନି। ତେଣୁ ପରସ୍ପର ବିରୋଧରେ ସେମାନେ ନିର୍ବାଚନ ଲଢ଼ିବାର ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ଦାଖଲର ତାରିଖ ଗଲାଣି। ଗତକାଲି ନାମାଙ୍କନ ଯାଞ୍ଚ ହୋଇଛି।

ଆସନ୍ତାକାଲି ନାମାଙ୍କନ ପ୍ରତ୍ୟାହାରର ଶେଷ ଦିନ। ସେହିପରି ଆସନ୍ତାକାଲି ଦ୍ଵିତୀୟି ପର୍ଯ୍ୟାୟର ନାମାଙ୍କନ ଦାଖଲର ଶେଷ ଦିନ। କିନ୍ତୁ ବିଧିବଦ୍ଧ ଭାବେ ମହାମେଣ୍ଟର ଅଂଶୀଦାର ମଧ୍ୟରେ ଆସନ ବୁଝାମଣା ହୋଇପାରିନି। କିଏ କେଉଁ ସିଟରେ ଲଢିବ ତାହା ସ୍ଥିର ହୋଇପାରିନି। ତେଣୁ ଲାଗୁଛି ଫ୍ରେଣ୍ଡଲି ଫାଇଟ ହୋଇପାରେ। ଅର୍ଥାତ ପରସ୍ପର ବିରୋଧରେ ସେମାନେ ଲଢ଼ିବେ ବୋଲି ଜଣାପଡ଼ିଛି। କୁହାଯାଉଛି, ତେଜସ୍ଵୀ ଯାଦବଙ୍କୁ ଖୋଲାଖୋଲି ଭାବେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରିବାକୁ କଂଗ୍ରେସ ଚାହୁଁନାହି। ତେଣୁ ଏଥିପାଇଁ ମେଣ୍ଟରେ ଦେଖା ଦେଇଛି କେଁ। ସେପଟେ ମେଣ୍ଟର ଆଉ ଏକ ଅଂଶୀଦାର ଦଳ ଜେଏମଏମ୍ କହିଛି, ଫ୍ରେଣ୍ଡଲି ଫାଇଟ ନୁହେଁ। ଲଢ଼େଇ ହେବ ତ ପୁରା ଲଢ଼େଇ ହେବ। ତେଣୁ ଜେଏମଏମ୍ ୬ଟି ଆସନ ଲଢିବ ବୋଲି ଘୋଷଣା କରିଛି।

ବିକ୍ରି ହେବ ବିରାଟ କୋହଲିଙ୍କ ଦଳ ଆରସିବି: କିଣି ପାରନ୍ତି ଏହି ବଡ଼ ବ୍ୟବସାୟୀ

ନନ୍ଦିଘୋଷ ବ୍ୟୁରୋ :  ଆଇପିଏଲ୍ ୨୦୨୫ରେ ପ୍ରଥମ ବିଜୟ ପରେ ରୟାଲ୍ ଚ୍ୟାଲେଞ୍ଜର୍ସ୍ ବେଙ୍ଗଲୁରୁ (RCB) ବିକ୍ରି ହେବାକୁ ଯାଉଛି। ୟୁନାଇଟେଡ୍ ସ୍ପିରିଟ୍ସ୍ ଲିମିଟେଡ୍ (ଯୁଏସ୍ଏଲ୍), ଯାହା ଡିଆଜିଓର ସବସିଡିୟାରୀ, ୨ ବିଲିୟନ୍ ଡଲାର (ପ୍ରାୟ ୧୭,୭୬୨ କୋଟି ଟଙ୍କା) ମୂଲ୍ୟରେ ସମ୍ପୂର୍ଣ୍ଣ କମ୍ପାନୀ ବିକ୍ରି କରୁଛି। ରିପୋର୍ଟ ଅନୁଯାୟୀ, ସେରମ୍ ଇନ୍ସ୍ଟିଟ୍ୟୁଟ୍ ଅଫ୍ ଇଣ୍ଡିଆର ସିଇଓ ଆଦର ପୁନାଓଲା ଏହା କିଣିବାରେ ସର୍ବପ୍ରଥମ ଦୌଡରେ ସାମିଲ ହୋଇଛନ୍ତି।

ଗ୍ଲୋବାଲ୍ ଇନଭେଷ୍ଟମେଣ୍ଟ ବ୍ୟାଙ୍କ୍ ସିଟିକୁ ଟ୍ରାନ୍ସାକ୍ସନ୍ ଆଡ୍ଭାଇଜର୍ କରାଯାଇଛି। ଡିଆଜିଓ ଇଣ୍ଡିଆର ଏମଡି ଓ ସିଇଓ ପ୍ରଭୀନ୍ ସୋମେଶ୍ୱର୍ କହିଛନ୍ତି, “ଆରସିବି ଆକର୍ଷଣୀୟ ବ୍ୟବସାୟ, କିନ୍ତୁ ଡିଆଜିଓର ମୂଳ ବ୍ୟବସାୟ ନୁହେଁ।” ବିଜୟ ପରେ ବେଙ୍ଗଲୁରୁରେ ହୋଇଥିବା ଭିଡ଼ ଦୁର୍ଘଟଣାରେ ୧୧ ଜଣଙ୍କର ମୃତ୍ୟୁ ପରେ କମ୍ପାନୀ ଏହି ନିଷ୍ପତ୍ତି ନେଇଛି।

ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦଳାଚକଟାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ପାଇଁ ପ୍ରତ୍ୟେକ ୨୫ ଲକ୍ଷ ଟଙ୍କାର ଆର୍ଥିକ ପ୍ୟାକେଜ୍ ଘୋଷଣା କରିଥିଲା। ଫ୍ରାଞ୍ଚାଇଜି RCB କେୟର୍ସ ନାମକ ଏକ ନୂତନ ଦୀର୍ଘକାଳୀନ ପଦକ୍ଷେପ ମଧ୍ୟ ଉନ୍ମୋଚନ କରିଥିଲା। ଯାହାର ଲକ୍ଷ୍ୟ ନିରନ୍ତର ସମ୍ପ୍ରଦାୟ ସହାୟତା ପ୍ରଦାନ କରିବା। RCB ଅନୁଯାୟୀ ଏହି ଆର୍ଥିକ ସହାୟତା ଶୋକସନ୍ତପ୍ତ ପରିବାର ସହିତ ଠିଆ ହେବା ଦିଗରେ ପ୍ରଥମ ପଦକ୍ଷେପ।

ବିରାଟ କୋହଲିଙ୍କ ନେତୃତ୍ୱରେ ଆରସିବି’ର ବିଜୟ ଏହାକୁ ବିଶ୍ୱର ସବୁଠାରୁ ମୂଲ୍ୟବାନ ସ୍ପୋର୍ଟ୍ସ୍ ସଂସ୍ଥାରେ ସ୍ଥାନ ଦେବ। ପୂର୍ବରୁ ଟୋରେଣ୍ଟ୍ ଗ୍ରୁପ୍ ଗୁଜରାଟ୍ ଟାଇଟାନ୍ସର ୬୭% ସ୍ଟେକ୍ ୭,୫୦୦ କୋଟିରେ କିଣିଥିଲା। ଆଇପିଏଲର ପୂର୍ବତନ୍ କମିସନର୍ ଲଳିତ ମୋଦି କହିଛନ୍ତି, “ଏହା ନୂଆ ରେକର୍ଡ୍ ମୂଲ୍ୟାଙ୍କଣ ସୃଷ୍ଟି କରିବ ଓ ସମସ୍ତ ଆଇପିଏଲ୍ ଦଳର ମାନକ ହେବ।”

 

ନୂଆପଡ଼ା ଉପନିର୍ବାଚନ: ସ୍ନେହାଙ୍ଗିନୀଙ୍କ ଲାଗି ପ୍ରଚାର କରିବେ ନବୀନ

ନନ୍ଦିଘୋଷ ବ୍ୟୁରୋ : ନୂଆପଡ଼ା ଉପନିର୍ବାଚନ। ବିଜୁ ଜନତା ଦଳ ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ଲାଗି ୨ ଥର ପ୍ରଚାର ମୈଦାନକୁ ଓହ୍ଲାଇବେ ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ। ନବୀନଙ୍କ ପ୍ରଚାର ପାଇଁ ଚୂଡାନ୍ତ ହୋଇଛି ଗସ୍ତ ସୂଚୀ। ନୂଆପଡା ପାଇଁ ଷ୍ଟାର କ୍ୟାମ୍ପେନର ତଥା ଜୁନାଗଡ଼ ବିଜେଡ଼ି ବିଧାୟକ ଦିବ୍ୟ ଶଙ୍କର ମିଶ୍ର ଏହି ସୂଚନା ଦେଇଛନ୍ତି। ନୂଆପଡାରେ ନବୀନ ପହଂଚିବା ପରେ କଂଗ୍ରେସ ଓ ବିଜେପିର ସବୁ ଆକଳନ ଭୁଲ ହୋଇଯିବ। ନବୀନ ହାତ ହଲାଇ ଦେଲେ ସବୁ ଆକଳନ ଓଲଟି ଯିବ। ବିଜେଡ଼ି ସପକ୍ଷରେ ସବୁ ଭୋଟ ଯିବ ବୋଲି କହିଛନ୍ତି ଦିବ୍ୟଶଙ୍କର ମିଶ୍ର। ରାଜେନ୍ଦ୍ର ଢୋଲକିଆ ବିଜେଡ଼ିର। ତାଙ୍କ ଦେହାନ୍ତ ସମୟରେ କେଉଁମାନେ ଯାଇଥିଲେ। ତାଙ୍କ ଶ୍ରଦ୍ଧାଞ୍ଜଳି କିଏ ଆୟୋଜନ କରିଥିଲା ବୋଲି ପ୍ରଶ୍ନ କରିଛନ୍ତି ଦିବ୍ୟଶଙ୍କର। ରାଜେନ୍ଦ୍ର ଢୋଲକିଆ କେଉଁ ଦଳରେ ଥିଲେ ତାଙ୍କ ପାଇଁ କିଏ କାମ କରିଥିଲା ତାହା ସମସ୍ତେ ଜାଣିଛନ୍ତି। ବିଜୁ ଜନତା ଦଳରୁ କ୍ୟାବିନେଟ ମନ୍ତ୍ରୀ ଥିଲେ। ଜୟ ଢୋଲକିଆଙ୍କୁ ରାଜେନ୍ଦ୍ର ଢୋଲକିଆଙ୍କ ସମସ୍ତ ସମର୍ଥକ ବିରୋଧ କରୁଛନ୍ତି ବୋଲି କହିଛନ୍ତି ଦିବ୍ୟଶଙ୍କର।