spot_img
Home Blog Page 337

RJDର ୧୪୩ ଜଣିଆ ପ୍ରାର୍ଥୀ ତାଲିକା ପ୍ରକାଶ : ତାଲିକାରେ ଅନେକ ନାମୀ ଓ ଲୋକପ୍ରିୟ ନେତା

ନନ୍ଦିଘୋଷ ବ୍ୟୁରୋ : ବିହାର ବିଧାନସଭା ନିର୍ବାଚନ। ୧୪୩ ଜଣିଆ ପ୍ରାର୍ଥୀ ତାଲିକା ପ୍ରକାଶ କଲା ରାଷ୍ଟ୍ରୀୟ ଜନତା ଦଳ ଆରଜେଡି। କଂଗ୍ରେସ ସହିତ ଆସନ ଭାଗବଣ୍ଟା ସଙ୍କଟ ମଧ୍ୟରେ RJD ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି। ୧୪୩ ଆସନରେ ପ୍ରାର୍ଥୀ ଘୋଷଣା କରିଛି। RJD ନେତା ତେଜସ୍ୱୀ ଯାଦବ ବୈଶାଳୀ ଜିଲ୍ଲାର ରାଘୋପୁର ବିଧାନସଭା ଆସନରୁ ନିର୍ବାଚନ ଲଢ଼ିବେ। ତେଜସ୍ୱୀ ଯାଦବଙ୍କ ନେତୃତ୍ୱରେ ପ୍ରକାଶିତ ଏହି ତାଲିକାରେ ଯୁବପିଢ଼ି, ମହିଳା ଏବଂ ସଂଖ୍ୟାଲଘୁଙ୍କୁ ପ୍ରାଥମିକତା ଦିଆଯାଇଛି। RJD ମହୁଆରୁ ମୁକେଶ ରୋଶନଙ୍କୁ ମନୋନୀତ କରିଛି। ଯିଏ ତେଜ ପ୍ରତାପ ଯାଦବଙ୍କ ବିପକ୍ଷରେ ପ୍ରତିଦ୍ୱନ୍ଦ୍ୱିତା କରିବେ। ଏଥର RJD 18ଜଣ ସଂଖ୍ୟାଲଘୁ ପ୍ରାର୍ଥୀ ଏବଂ 24 ଜଣ ମହିଳା ପ୍ରାର୍ଥୀଙ୍କୁ ଟିକେଟ୍ ଦେଇଛି।

ଦଳ ଏହାକୁ ସାମାଜିକ ସଦଭାବ ଏବଂ ପ୍ରତିନିଧିତ୍ୱର ପ୍ରତୀକ ଭାବରେ ବର୍ଣ୍ଣନା କରିଛି। ବିରୋଧୀ ଦଳ ନେତା ତେଜସ୍ୱୀ ଯାଦବ ପୁଣି ଥରେ ରାଘୋପୁର ଆସନରୁ ନିର୍ବାଚନ ଲଢ଼ିବେ, ଯାହାକୁ ତାଙ୍କର ପାରମ୍ପରିକ ଗଡ଼ ବୋଲି ଧରାଯାଉଛି। ତାଲିକାରେ ଅନେକ ବଡ଼ ଏବଂ ଲୋକପ୍ରିୟ ନେତାଙ୍କ ନାମ ରହିଛି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୟ ପ୍ରକାଶ ଯାଦବଙ୍କୁ ଝଜ୍ଜରରୁ ପ୍ରାର୍ଥୀ କରାଯାଇଛି। ଛଅ ଥର ବିଧାୟକ ଲଳିତ ଯାଦବଙ୍କୁ ଦରଭଙ୍ଗା ଗ୍ରାମାଞ୍ଚଳରୁ ପ୍ରାର୍ଥୀ କରାଯାଇଛି। ଲାଲୁ ପ୍ରସାଦ ଯାଦବଙ୍କ ଘନିଷ୍ଠ ବିଶ୍ୱାସୀ ବୋଲି କୁହାଯାଉଥିବା ଭୋଳା ଯାଦବ ବାହାଦୁରପୁର ଆସନରୁ ନିର୍ବାଚନ ଲଢ଼ିବେ।ପୂର୍ବତନ ବିଧାନସଭା ବାଚସ୍ପତି ଅୱଧ ବିହାରୀ ଚୌଧୁରୀ ସିୱାନରୁ ଆରଜେଡି ପ୍ରାର୍ଥୀ ହେବେ। ଦିବଂଗତ ଶକ୍ତିଶାଳୀ ଶାହାବୁଦ୍ଦିନଙ୍କ ପୁଅ ଓସାମା ଶାହାବଙ୍କୁ ରଘୁନାଥପୁର ଆସନରୁ ପ୍ରାର୍ଥୀ କରାଯାଇଛି।ଏହା ବ୍ୟତୀତ, ଭୋଜପୁରୀ ସୁପରଷ୍ଟାର ଖେସାରି ଲାଲ ଯାଦବଙ୍କୁ ଛାପରାରୁ ପ୍ରାର୍ଥୀ କରାଯାଇଛି।

ମାଥିଲି ବିଷ୍ଣୁ ନାୟକ ହତ୍ୟା ଘଟଣାର ନୂଆ ମୋଡ, ଗିରଫ ଶଙ୍କର ହିଣ୍ଡିଆଙ୍କ ନାବାଳିକା ଝିଅର ଆତ୍ମହତ୍ୟା

ନନ୍ଦିଘୋଷ ବ୍ୟୁରୋ : ମାଲକାନଗିରି ଜିଲ୍ଲା ମାଥିଲି ଅଞ୍ଚଳର ବିଷ୍ଣୁ ନାୟକ ହତ୍ୟା ଘଟଣାରେ ନୂଆ ମୋଡ । ଗିରଫ ଶଙ୍କର ହିଣ୍ଡିଆଙ୍କ ନାବାଳିକା ଝିଅ ଆତ୍ମହତ୍ୟା କରିଛନ୍ତି । ବାପାଙ୍କ ଗିରଫ ଓ ତ୍ରିକୋଣୀୟ ପ୍ରେମ କଥାର ଅପପ୍ରଚାର ଯୋଗୁଁ ଆତ୍ମହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ମୃତକଙ୍କ ମା’ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ବିଷ୍ଣୁକୁ ମୋର ସ୍ଵାମୀ ହତ୍ୟା କରିନାହାନ୍ତି । ଫେରାର ଥିବା ଦୀପକ କୁମାର ହିଁ ଏହି ହତ୍ୟା କରିଛି । ତେଣୁ ସ୍ଵାମୀଙ୍କୁ ମୁକୁଳାଇବାକୁ ସେ ଅନୁରୋଧ କରିଛନ୍ତି । ସେପଟେ ଅଭିଯୋଗକୁ ଖଣ୍ଡନ କରିଛନ୍ତି ମାଥିଲି ଥାନା ଅଧିକାରିଣୀ । ଘଟଣାର ତଦନ୍ତ ସଠିକ ଭାବେ ହୋଇଛି ବୋଲି ପୋଲିସ କହିଛି । ଗତ କିଛିଦିନ ପୂର୍ବେ ରେଙ୍ଗାବେଡା ଗାଁର ବିଷ୍ଣୁ ନାୟକ ହତ୍ୟା ଘଟଣାରେ ତିନି ଜଣଙ୍କୁ ଗିରଫ କରିଥିଲା ପୋଲିସ । ତ୍ରିକୋଣୀୟ ଭଲ ପାଇବା ଯୋଗୁଁ ହତ୍ୟାକାଣ୍ଡ ଘଟଣାରେ ଶଙ୍କର ଓ ତାଙ୍କର ଦୁଇ ସହଯୋଗୀ ସାଗର ସୁନାମ ଏବଂ ମନୋଜ ଗୌଡ଼ଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା ।

ଦୀପାବଳି ଆତସବାଜି ପୂର୍ବରୁ ବିଷାକ୍ତ ହେଲାଣି ଦିଲ୍ଲୀ ବାୟୁ

ନନ୍ଦିଘୋଷ ବ୍ୟୁରୋ : ଦୀପାବଳି ପୂର୍ବରୁ ବିଷାକ୍ତ ହେଲାଣି ଦିଲ୍ଲୀ ବାୟୁ । ସମଗ୍ର ଦେଶ ଦୀପାବଳି ପାଳନ କରୁଛି । ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣ ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ବିପର୍ଯ୍ୟସ୍ତ ପ୍ରଭାବ ପକାଇଛି। ଦିଲ୍ଲୀର ପରିସ୍ଥିତି ଏପରି ହୋଇଛି ଯେ AQI 300 ଉପରେ ପହଞ୍ଚିଛି, ଯାହା “ଅତି ଖରାପ” ବର୍ଗରେ ଥିବା ନେଇ କୁହାଯାଉଛି । ଦିଲ୍ଲୀ-NCRରେ ଦୀପାବଳିରେ ଆତସବାଜି ଜଳିବା ଆରମ୍ଭ ହେବା ପୂର୍ବରୁ , ବାୟୁ ଗୁଣବତ୍ତା ବିପଦପୂର୍ଣ୍ଣ ସ୍ତରକୁ ପହଞ୍ଚିଛି।

ଦୀପାବଳି ପରେ AQI ଆହୁରି ବିପଜ୍ଜନକ ସ୍ତରରେ ପହଞ୍ଚିବାର ସମ୍ଭାବନା ଅଛି। ବର୍ଦ୍ଧିତ ପ୍ରଦୂଷଣକୁ ଦୃଷ୍ଟିରେ ରଖି, ବାୟୁ ଗୁଣବତ୍ତା ପରିଚାଳନା ଆୟୋଗ (CAQM) ତୁରନ୍ତ GRAPର ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଛି। ଦିଲ୍ଲୀର ବାୟୁ ପୁଣି ଥରେ ସରକାର ଏବଂ ଲୋକଙ୍କ ଚିନ୍ତା ବଢ଼ାଇ ଦେଇଛି। ପ୍ରତିଦିନ AQI ବିପଦପୂର୍ଣ୍ଣ ସ୍ତରରେ ପହଞ୍ଚିବାରେ ଲାଗିଛି। ସୋମବାର ସକାଳ ୮ଟାରେ, ଦିଲ୍ଲୀର ଆନନ୍ଦ ବିହାରରେ ସର୍ବାଧିକ AQI ରେକର୍ଡ କରାଯାଇଥିଲା, ଯେତେବେଳେ ଶ୍ରୀ ଅରବିନ୍ଦ ମାର୍ଗରେ ସର୍ବନିମ୍ନ AQI ରେକର୍ଡ କରାଯାଇଥିଲା। ସାମଗ୍ରିକ AQI ବିଷୟରେ କହିବାକୁ ଗଲେ, ଏହା ୩୩୭ରେ ପହଞ୍ଚିଛି। ଦିଲ୍ଲୀର ୩୫ରୁ ଅଧିକ ଅଞ୍ଚଳରେ ପ୍ରଦୂଷଣ ପାଇଁ ରେଡ୍ ଆଲର୍ଟ ଜାରି କରାଯାଇଛି।

 

ଦୀପାବଳିରେ ବଡ ଅଘଟଣ : ବାଣ ବିସ୍ଫୋରଣରେ ଚାଲିଗଲା ଯୁବକଙ୍କ ଜୀବନ

ନନ୍ଦିଘୋଷ ବ୍ୟୁରୋ  : ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ତେନ୍ତୁଳିଆପଲ୍ଲି ପଞ୍ଚାୟତ କଇଠଜା ଗାଁରେ ବାଣ ବିସ୍ଫୋରଣ । ବାଣ ଭିଡୁଥିବା ବେଳେ ବିସ୍ଫୋରଣ ଘଟି ଛିଡିଗଲା ଯୁବକଙ୍କ ହାତ ଓ ଗୋଡ । ମେଡିକାଲ ନେବା ବାଟରେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ପିଣ୍ଟୁ ପଲେଇ । ପିଣ୍ଟୁ ନିଜ ଘରେ ବାଣ ଭିଡୁଥିବା ବେଳେ ବିସ୍ଫୋରଣ ହୋଇଥିଲା । ବାଣ ବିସ୍ଫୋରଣରେ ଘର ନଷ୍ଟ ହୋଇଯାଇଛି । ପୋଲିସ ଘଟଣାର ତଦନ୍ତ କରୁଥିବା ବେଳେ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି ।

ନୂଆପଡ଼ା ଉପନିର୍ବାଚନ ଲାଗି ଆଜି ନାମାଙ୍କନ ଭରିଲେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ

ନନ୍ଦିଘୋଷ ବ୍ୟୁରୋ  : ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ। ଦଳର ପ୍ରମୁଖ ନେତା ଓ କର୍ମୀଙ୍କ ଗହଣରେ ଆସି ନାମାଙ୍କନ ଦାଖଲ କରିଛନ୍ତି। ନାମାଙ୍କନ ଦାଖଲ ପୂର୍ବରୁ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ। ଗତକାଲି ନୂଆପଡ଼ାରେ ମେଗା ରୋଡ ସୋ କରିଥିଲେ ସ୍ନେହାଙ୍ଗିନୀ। ରୋଡ ସୋରେ ହଜାର ହଜାର କର୍ମୀ ସାମିଲ ହୋଇଥିଲେ। ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ଜନ ସମର୍ଥନ ଅଜାଡି ହୋଇପଡିଥିଲା। ହଜାର ହଜାର ସଂଖ୍ୟାରେ ଲୋକେ ଏହି ମେଗା ରୋଡ ସୋରେ ସାମିଲ ହୋଇଥିଲେ।

ଶୋଭାଯାତ୍ରା କରି ଜନତାଙ୍କ ଅପାର ସମର୍ଥନ ଲୋଡ଼ିଛନ୍ତି ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ। ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ ବିଜେଡିର ବରିଷ୍ଠ ପ୍ରମୁଖ ନେତା। ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ନେଇ ଦଳୀୟ ନେତା ଓ କର୍ମୀଙ୍କ ଭିତରେ ଅନେକ ଉତ୍ସାହ ଦେଖିବାକୁ ମିଳିଛି। ଖୋଦ ବିଜେଡି ସଭାପତି ନବୀନ ଯାଇ ସ୍ନେହାଙ୍ଗିନୀଙ୍କ ଲାଗି ପ୍ରଚାର କରିବେ। ନୂଆପଡା ଉପନିର୍ବାଚନରେ ଦେଖିବାକୁ ମିଳିବ ହାଇଭୋଲଟେଜ ପ୍ରଚାର। ଆଜି ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ନାମାଙ୍କନ ଦାଖଲ କରୁଥିବାବେଳେ ଗତ ଶନିବାର ନାମାଙ୍କନ ଦାଖଲ କରିଥିଲେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଓ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ। ନୂଆପଡ଼ା ଉପନିର୍ବାଚନ ଲାଗି ଆଜି ସରୁଛି ନାମାଙ୍କନ। ଆସନ୍ତାକାଲି ପ୍ରାର୍ଥୀପତ୍ର ଯାଞ୍ଚ ପରେ ଅକ୍ଟୋବର ୨୩ରେ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ଦିନ ରହିଛି। ଏହାପରେ ଆରମ୍ଭ ହୋଇଯିବ ଘମାଘୋଟ ପ୍ରଚାର। ନଭେମ୍ବର ୧୧ ତାରିଖରେ ଅନୁଷ୍ଠିତ ହେବ ଭୋଟଗ୍ରହଣ।ନଭେମ୍ବର ୧୪ରେ ଭୋଟ ଗଣତି ହେବ

ଆଖଣ୍ଡଳମଣିଙ୍କ ମନ୍ଦିରରେ ଦୀପାବଳୀ ନିତୀକାନ୍ତି ଚୂଡାନ୍ତ ; ରାତ୍ର ୯ଟାରେ ଉଠିବ ମହାଦୀପ

ଭଦ୍ରକ : ଆରଡିପୀଠ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ପବିତ୍ର ଦୀପାବଳୀରେ ମନ୍ଦିରଚୂଡାକୁ ଉଠିବ ମହାଦୀପ । ଏଥିପାଇଁ ଉଭୟ ମନ୍ଦିର ପ୍ରଶାସନ ଓ ସେବାୟତଙ୍କ ପକ୍ଷରୁ ଚୂଡାନ୍ତ ହୋଇଛି ନୀତିକାନ୍ତି । ଆଖଣ୍ଡଳମଣିଙ୍କ ମନ୍ଦିରରେ ଦୀପାବଳୀ ନିତୀକାନ୍ତି ଚୂଡାନ୍ତ ସରିଛି । ଆଜି ରାତି ୯ ଟାରେ ମନ୍ଦିର ଚୂଡାକୁ ଉଠିବ ମହାଦୀପ । ଏଥିପାଇଁ ଉଭୟ ମନ୍ଦିର ପ୍ରଶାସନ ଓ ସେବାୟତଙ୍କ ପକ୍ଷରୁ ଚୂଡାନ୍ତ ହୋଇଥିବା ନୀତିକାନ୍ତି ଅନୁଯାୟୀ ଚାଲିଛି ନୀତିକାନ୍ତି । ଭୋର ୪ ଟାରେ ଦ୍ବାର ଫିଟା ଯିବା ପରେ ମଙ୍ଗଳ ଆଳତୀ, ଘର୍ଷଣଲାଗି, ଜଳାଭିଷେକ ନୀତି ସମ୍ପନ୍ନ ହେଵା ପରେ ନବ ବସ୍ତ୍ର ଲାଗି କରାଯାଇ ବାବାଙ୍କୁ ଦିଗମ୍ବର ବେଶରେ ସଜ୍ଜିତ କରାଯାଇଛି ।

ମଧ୍ଯାହ୍ନ ୧ ଟାରେ ଯୋଗୀବେଶ ଓ ବଡନୀତି ପରେ ଏକ ଘଣ୍ଟା ଅବକାଶ ନୀତି ସମ୍ପନ୍ନ ହେବା ପରେ ଦୀପାବଳି ନୀତି ନିମନ୍ତେ ଅପରାହ୍ନ ୪ ଟାରେ ବାବାଙ୍କୁ ବଡସିଂହାର ବେଶରେ ସଜ୍ଜିତ କରାଯିବ । ସଂଧ୍ୟାରେ ଭକ୍ତ ମାନଙ୍କ ଦ୍ଵାରା ହଜାର ହଜାର ଦୀପ ପ୍ରଜ୍ଵଳନ କରାଯିବ । ୭ ଟାରେ ମହାଦୀପ ପ୍ରସ୍ତୁତି କରାଯାଇ ଶୋଡଷ ଉପଚାରରେ ପୂଜାର୍ଚ୍ଚନା ଓ ଅଗ୍ନି ସଂଯୋଗ କରାଯିବା ପରେ ରାତ୍ର ୯ଟାରେ ମନ୍ଦିର ବେଢା ପରିକ୍ରମା କରାଯାଇ ମନ୍ଦିର ଚୂଡାରେ ସ୍ଥାପନ କରାଯିବ । ଏଥିପାଇଁ ମନ୍ଦିର ଵାହାରେ ଓ ଭିତରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।

ଯୋଡ଼ାରେ ମାତିଛି ମାଙ୍କଡ; ୭ଜଣଙ୍କୁ କାମୁଡ଼ି କଲାଣି ଆହତ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଯୋଡ଼ାରେ ମାଙ୍କଡ ଆତଙ୍କ । ମାଙ୍କଡ କାମୁଡାରେ ସାତ ଆହତ । ଗତକାଲି ଠାରୁ ଏକ ମାଙ୍କଡ ଯୋଡ଼ାରେ ଆତଙ୍କ ଜାରି ରଖିଛି । ମାଙ୍କଡଟି ଘରେ ପଶି ଯାହାକୁ ପାଉଛି ତାକୁ କାମୁଡ଼ି ଆହତ କରୁଥିବା ବେଳେ ମାଙ୍କଡକୁ ନେଇ ଯୋଡ଼ାରେ ଆତଙ୍କ ଦେଖାଦେଇଛି । ଗତକାଲି ସନ୍ଧ୍ୟାରେ ଦଲକ ହାଟି୍ଙ୍ଗରେ ମାଙ୍କଡଟି ପାଞ୍ଚ ଜଣକୁ କାମୁଡ଼ି ଆହତ କରିଥିବା ବେଳେ ଆଜି ସକାଳୁ ଦୁଇ ଜଣଙ୍କୁ କାମୁଡ଼ି ସାରିଲାଣି । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ମାଙ୍କଡକୁ ଧରି ବନବିଭାଗ ଜଙ୍ଗଲରେ ଛାଡିବାକୁ ଦାବି କରିଛନ୍ତି ଲୋକେ ।

ଆଜି ଦୀପାବଳି ଅମାବାସ୍ୟା, ଶ୍ରୀକ୍ଷେତ୍ରରେ ପୟାଶ୍ରାଦ୍ଧ ପକାଇବେ ଶ୍ରଦ୍ଧାଳୁ

ପୁରୀ : ଆଜି ଦୀପାବଳି ଓ ପୟାଶ୍ରାଦ୍ଧ । ବଡ଼ବଡୁଆ ଡାକରେ କମ୍ପୁଛି ପୁରୀ ବଡ଼ଦାଣ୍ଡ । ଏଥିପାଇଁ ପୁରୀରେ ଜମିଛି ଶ୍ରଦ୍ଧାଳୁଙ୍କ ଭିଡ଼ । ଶ୍ରୀକ୍ଷେତ୍ରରେ କାଉଁରିଆ କାଠି ଜାଳି ବଡ଼ବଡୁଆ ଡାକୁଛନ୍ତି ଶ୍ରଦ୍ଧାଳୁ । ଭକ୍ତଙ୍କ ସୁରକ୍ଷା, ଶୃଙ୍ଖଳିତ ଭାବେ ବଡ଼ବଡୁଆ ଡାକିବା ପାଇଁ ପୁରୀ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ସୁରକ୍ଷା ଦାୟିତ୍ବରେ ୨୮ ପ୍ଲାଟୁନ ପୋଲିସ ଫୋର୍ସ ସହିତ ୪ ଜଣ ଅତିରିକ୍ତ ଏସପି, ୧୫ ଡିଏସପି, ୧୪ ଜଣ ଇନ୍ସପେକ୍ଟର ମୁତୟନ ରହିଛନ୍ତି । ସିଂହଦ୍ଵାର ନିକଟରେ ପ୍ରଶାସନ ପକ୍ଷରୁ ତିଆରି ହୋଇଥିବା ୪ଟି ସ୍ଥାନରେ କାଉଁରିଆ କାଠି ଜାଳି ବଡ଼ବଡୁଆଙ୍କୁ ବିଦାୟ ଜଣାଉଛନ୍ତି ଶ୍ରଦ୍ଧାଳୁ ।

ଶ୍ରୀମନ୍ଦିର ଚାରିପଟେ ପୟା ଶ୍ରାଦ୍ଧ ଦେଇ ବଡ଼ବଡୁଆଙ୍କୁ ଅନ୍ଧାରରେ ଆସି ଆଲୋକରେ ବିଦାୟ ଦେଉଛନ୍ତି । ଦୀପାବଳି ନେଇ ଚଳିତ ବର୍ଷ ଦ୍ବନ୍ଦ୍ବ ଥିବାରୁ ୨୦ ଓ ୨୧ ତାରିଖ ଦୁଇଦିନ ପାଇଁ କରାଯାଇଛି ବ୍ୟବସ୍ଥା । ଭୋର ୪ଟା ରୁ ରାତି୧୦ ଟା ଯାଏଁ ଲାଗୁ ରହିଛି ଟ୍ରାଫିକ କଟକଣା । ମାର୍କେଟ ଛକ ଠାରୁ ସିଂହଦ୍ବାର ଯାଏ ନୋ ଭେହିକିଲ ଜୋନ୍ କରାଯାଇଛି ।

ବିହାର ନିର୍ବାଚନ ; ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜି ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ

ବିହାର : ହରଡ଼ଘଣାରେ ବିହାର ମହାଗଠବନ୍ଧନ । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜି ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ । ଏହା ସହ ଆଜି ବି ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ । ତଥାପି ମହାଗଠବନ୍ଧନର ଚିତ୍ର ହୋଇପାରିନି ସ୍ପଷ୍ଟ । ସେପଟେ ମହାଗଠବନ୍ଧନରୁ ଦୂରେଇ ଯାଇଛି ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା । ଜେଏମଏମ ଏକୁଟିଆ ୬ ଆସନରେ ଲଢେଇ କରିବାକୁ ଘୋଷଣା କରିଛି । ଧମଦାହା, ଚକାଇ, କାଟୋରିଆ, ମଣିହାରୀ, ଜାମୁଇ ଓ ପୀରପେନ୍ତିରେ ଲଢେଇ କରିବ ଜେଏମଏମ । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ମୁଖ୍ୟ ଦୁଇ ଦଳ ଆରଜେଡି ଓ କଂଗ୍ରେସ ମଧ୍ୟରେ ଆସନ ବୁଝାମଣା ସମ୍ଭବ ହୋଇପାରିନାହିଁ ।

ତେଣୁ ଅଧିକାଂଶ ସ୍ଥାନରେ ଫ୍ରେଣ୍ଡଲି ଫାଇଟ ହେବ ବୋଲି ସୂଚନା ମିଳିଛି । ତେଣେ ମେଣ୍ଟ ବୁଝାମଣା ହୋଇ ନପାରିବାରୁ ଅନେକ ଆସନରେ ସିପିଆଇ ଓ କଂଗ୍ରେସ ପ୍ରାର୍ଥୀ ଦେଇଛନ୍ତି । ସବିଶେଷ ବିବରଣୀ ଅନୁଯାୟୀ ଆରଜେଡି ୧୩୦ରୁ ୧୩୫, କଂଗ୍ରେସ ପ୍ରାୟ ୬୦, ଭିଆଇପି ୧୫, ବାମପନ୍ଥୀ ଦଳ ପ୍ରାୟ ୨୯ ଆସନରେ ଲଢିବା ସୂଚନା ମିଳିଛି । ତେଣେ ଏଆଇଏମଆଇଏମ ୨୫ ଜଣଙ୍କ ନାଁ ଘୋଷଣା କରିଛି ।

ନୂଆପଡ଼ା ଉପନିର୍ବାଚନ ; ଆଜି ସ୍ନେହାଙ୍ଗିନୀ ଛୁରିଆ ଦାଖଲ କରିବେ ନାମାଙ୍କନ

ନୂଆପଡ଼ା : ନୂଆପଡ଼ା ବିଧାନସଭା ଉପନିର୍ବାଚନ। ଆଜି ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ କରିବେ ନାମାଙ୍କନ ପତ୍ର ଦାଖଲ । ଦଳର ପ୍ରମୁଖ ନେତା ଓ କର୍ମୀଙ୍କ ଗହଣରେ ଆସି ନାମାଙ୍କନ ଦାଖଲ କରିବେ । ଆଜି ନାମାଙ୍କନପତ୍ର ଦାଖଲର ରହିଛି ଶେଷ ଦିନ । ଗତକାଲି ନୂଆପଡ଼ାରେ ମେଗା ରୋଡ ସୋ କରିଥିଲେ ସ୍ନେହାଙ୍ଗିନୀ । ରୋଡ ସୋରେ ହଜାର ହଜାର କର୍ମୀ ସାମିଲ ହୋଇଥିଲେ । ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ଜନ ସମର୍ଥନ ଅଜାଡି ହୋଇପଡିଥିଲା । ହଜାର ହଜାର ସଂଖ୍ୟାରେ ଲୋକେ ଏହି ମେଗା ରୋଡ ସୋରେ ସାମିଲ ହୋଇଥିଲେ । ଶୋଭାଯାତ୍ରା କରି ଜନତାଙ୍କ ଅପାର ସମର୍ଥନ ଲୋଡ଼ିଛନ୍ତି ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ । ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ ବିଜେଡିର ବରିଷ୍ଠ ପ୍ରମୁଖ ନେତା ।

ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ନେଇ ଦଳୀୟ ନେତା ଓ କର୍ମୀଙ୍କ ଭିତରେ ଅନେକ ଉତ୍ସାହ ଦେଖିବାକୁ ମିଳିଛି । ଖୋଦ ବିଜେଡି ସଭାପତି ନବୀନ ଯାଇ ସ୍ନେହାଙ୍ଗିନୀଙ୍କ ଲାଗି ପ୍ରଚାର କରିବେ । ନୂଆପଡା ଉପନିର୍ବାଚନରେ ଦେଖିବାକୁ ମିଳିବ ହାଇଭୋଲଟେଜ ପ୍ରଚାର । ଆଜି ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ନାମାଙ୍କନ ଦାଖଲ କରୁଥିବାବେଳେ ଗତ ଶନିବାର ନାମାଙ୍କନ ଦାଖଲ କରିଥିଲେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଓ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ । ନୂଆପଡ଼ା ଉପନିର୍ବାଚନ ଲାଗି ଆଜି ସରୁଛି ନାମାଙ୍କନ। ଆସନ୍ତାକାଲି ପ୍ରାର୍ଥୀପତ୍ର ଯାଞ୍ଚ ପରେ ଅକ୍ଟୋବର ୨୩ରେ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ଦିନ ରହିଛି। ଏହାପରେ ଆରମ୍ଭ ହୋଇଯିବ ଘମାଘୋଟ ପ୍ରଚାର। ନଭେମ୍ବର ୧୧ ତାରିଖରେ ଅନୁଷ୍ଠିତ ହେବ ଭୋଟଗ୍ରହଣ । ନଭେମ୍ବର ୧୪ରେ ଭୋଟ ଗଣତି ହେବ ।