spot_img
Home Blog Page 336

ଚରମ ସ୍ଥିତିରେ ଦିଲ୍ଲୀ ବାୟୁ ପ୍ରଦୂଷଣ; ଏସବୁ ଅଞ୍ଚଳରେ ସ୍ଥିତି ଗମ୍ଭୀର

ନନ୍ଦିଘୋଷ ବ୍ୟୁରୋ: ଚାରିଆଡ଼େ ଧୂଆଁ ଧୂଆଁ, ପ୍ରଦୂଷିତ କୁହୁଡ଼ି ଭଳି ଆସ୍ତରଣ । ଭିଜିବିଲିଟି କମିଛି ଶ୍ବାସକ୍ରିୟାରେ ବି କଷ୍ଟ ହେଉଛି । ଆଖି ଜଳିବା ସହ ହେଲାଣି ଗଳାରେ ଯନ୍ତ୍ରଣା । ଆଜି ସକାଳୁ ସକାଳୁ ଦିଲ୍ଲୀ ଓ ଏନ୍‌ସିଆର୍‌ର ସହରଗୁଡିକର ଏଭଳି ସମାନ ଅବସ୍ଥା ଦେଖିବାକୁ ମିଳିଛି । ସାରା ଦେଶରେ ଦୀପାବଳି ବହୁ ଧୁମଧାମରେ ପାଳନ କରାଯାଇଥିବା ବେଳେ ଦିଲ୍ଲୀର ସ୍ଥିତି ସ୍‌ଙଗୀନ ହୋଇପଡ଼ିଛି । ସମଗ୍ର ଦେଶରେ ଦୀପାବଳି ପର୍ବ ଅତ୍ୟନ୍ତ ଉତ୍ସାହର ସହିତ ପାଳନ କରାଯାଇଥିଲା। ରାଜଧାନୀ ଦିଲ୍ଲୀ ମଧ୍ୟ ରଙ୍ଗୀନ ଆଲୋକରେ ଆଲୋକିତ ଦେଖାଯାଉଥିଲା। କିନ୍ତୁ ଗତକାଲି ରାତିରେ ବହୁ ସଂଖ୍ୟକ ଲୋକ ଆତସବାଜି ଫୁଟାଇ ଦୀପାବଳି ପାଳନ କରିଥିଲେ, ଯାହା ପରେ ମଙ୍ଗଳବାର ସକାଳେ ଦିଲ୍ଲୀର ବାୟୁ ଗୁଣବତ୍ତା ଆହୁରି ଖରାପ ହୋଇଗଲା। ‘ରେଡ୍ ଜୋନ୍’ରେ ଅନ୍ତର୍ଭୁକ୍ତ ୩୭ଟି ମନିଟରିଂ ଷ୍ଟେସନ ମଧ୍ୟରୁ ୩୪ ଟିରେ ପ୍ରଦୂଷଣ ସ୍ତର ଯଥେଷ୍ଟ ବୃଦ୍ଧି ପାଇଛି । ଦୀପାବଳି ପରେ ଦିଲ୍ଲୀର ବାୟୁ ବହୁତ ଖରାପ ହୋଇଯାଇଛି। ଆଜି ସକାଳେ ବାୟୁ ଗୁଣବତ୍ତା ବିପଦପୂର୍ଣ୍ଣ ବର୍ଗରେ ପହଞ୍ଚିଛି । ସକାଳ ୬ଟାରେ ସହରର ପ୍ରାୟ ସମସ୍ତ ଅଞ୍ଚଳରେ ବାୟୁ ଗୁଣବତ୍ତା ସୂଚକାଙ୍କ ( AQI) ଅତ୍ୟନ୍ତ ବିପଦପୂର୍ଣ୍ଣ ବର୍ଗରେ ରେକର୍ଡ କରାଯାଇଥିଲା, ଯାହା ସ୍ୱାସ୍ଥ୍ୟ ପାଇଁ ବହୁତ ବିପଦପୂର୍ଣ୍ଣ ।

ଚାଣକ୍ୟ ପ୍ଲେସରେ ସର୍ବାଧିକ AQI ରେକର୍ଡ କରାଯାଇଥିଲା , ଯେଉଁଠାରେ ସ୍ତର ୯୭୯ରେ ପହଞ୍ଚିଥିଲା । ନାରାୟଣା ଗ୍ରାମର AQI ୯୪୦, ତିଗଡି ଏକ୍ସଟେନସନ ୯୨୮, ନୀତି ବାଗ ୭୬୮, ସୋଆମି ନଗର ଉତ୍ତର ୭୪୧, ପକେଟ ଏ ସେକ୍ଟର ୧୩,୭୬୯, ପୂର୍ବ ପଟେଲ ନଗର ୬୧୮, ରଞ୍ଜିତ ନଗର ୬୦୯, ପଞ୍ଜାବୀ ବାଗ ୫୧୯ ଏବଂ ହରି ନଗର ୫୧୮ ଥିଲା। ଏହି ସମସ୍ତ ଅଞ୍ଚଳରେ AQI ଅତ୍ୟନ୍ତ ଖରାପ ବର୍ଗରେ ରହିଛି । ଯେତେବେଳେ ୱାଜିରପୁର, ଜାହାଙ୍ଗୀରପୁରୀ ଏବଂ ବାୱାନାରେ, AQI ସ୍ତର ୪୦୦ ଅତିକ୍ରମ କରିଥିଲା । ଏବଂ ୱାଜିରପୁରରେ ୪୦୮, ଜାହାଙ୍ଗୀରପୁରୀରେ ୪୦୧ ଏବଂ ବାୱାନାରେ ୪୧୭ AQI ରେକର୍ଡ କରାଯାଇଥିଲା ଯାହା ଗମ୍ଭୀର ବର୍ଗରେ ଅନ୍ତର୍ଭୁକ୍ତ।

ପ୍ରଦୂଷଣ ସ୍ଥିତି ଆହୁରି ଖରାପ ହେବାର ସମ୍ଭାବନା

ଦିଲ୍ଲୀର ଅଧିକାଂଶ ଅଞ୍ଚଳରେ AQI ଗମ୍ଭୀର ବର୍ଗରେ ଅଛି ଏବଂ ବାୟୁ ଗୁଣବତ୍ତା ଅତ୍ୟନ୍ତ ପ୍ରଦୂଷିତ ହୋଇଯାଇଛି । ପ୍ରଦୂଷଣ ଏତେ ବୃଦ୍ଧି ପାଇଛି ଯେ ନିଶ୍ୱାସ ନେବାରେ କଷ୍ଟ, ଆଖି ଜ୍ୱଳନ, ମୁଣ୍ଡବିନ୍ଧା ଏବଂ ଥକ୍କାପଣ ଭଳି ସମସ୍ୟା ବୃଦ୍ଧି ପାଇଛି । ପାଗର ସ୍ଥିରତା, ନଡ଼ା ଜାଳିବା ଏବଂ ଯାନବାହନ ନିର୍ଗମନ ସହିତ ମିଶ୍ରିତ ହେବା ପ୍ରଦୂଷଣ ପରିସ୍ଥିତିକୁ ଆହୁରି ଖରାପ କରିବାର ସମ୍ଭାବନା ରହିଛି ।

ଦିଲ୍ଲୀ ସରକାର ଲୋକମାନଙ୍କୁ ବ୍ୟକ୍ତିଗତ ଯାନବାହାନ ବ୍ୟବହାର ସୀମିତ କରିବାକୁ ଏବଂ ସାର୍ବଜନୀନ ପରିବହନ ବ୍ୟବହାର ବୃଦ୍ଧି କରିବାକୁ ଅନୁରୋଧ କରିଛନ୍ତି । ଡାକ୍ତରମାନେ ସକାଳ କିମ୍ବା ବିଳମ୍ବିତ ସନ୍ଧ୍ୟାରେ ଚାଲିବାକୁ ଏଡାଇବାକୁ ପରାମର୍ଶ ଦେଇଛନ୍ତି ଏବଂ ଘରେ ଏୟାର ପ୍ୟୁରିଫାୟର୍ କିମ୍ବା N-95 ମାସ୍କ ବ୍ୟବହାର କରିବା ଅତ୍ୟନ୍ତ ଜରୁରୀ । ସ୍ୱାସ୍ଥ୍ୟ ବିଭାଗ ଲୋକମାନଙ୍କୁ ଅନାବଶ୍ୟକ ବାହାରକୁ ନଯିବାକୁ ଅନୁରୋଧ କରିଛି । ପିଲା , ବୃଦ୍ଧ ଏବଂ ଅସୁସ୍ଥମାନଙ୍କୁ ବିଶେଷ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି।

 

ବଲିଉଡରେ ଶୋକର ଛାୟା ; ଆଖିବୁଜିଲେ ବଲିଉଡର କମେଡ଼ିଆନ୍ ଗୋବର୍ଦ୍ଧନ ଅସରାନି

ନନ୍ଦିଘୋଷ ବ୍ୟୁରୋ: ବଲିଉଡରେ ଖେଳିଗଲା ଶୋକର ଛାୟା । ୮୪ ବର୍ଷ ବୟସରେ ଆଖିବୁଜିଲେ ଜଣାଶୁଣା ହାସ୍ୟ ଅଭିନେତା ଗୋବର୍ଦ୍ଧନ ଅସରାନି । ମେଡିକାଲରେ ଚିକିତ୍ସିତ ହେଉଥିବା ସମୟରେ ଆଖିବୁଜିଲେ ଗୋବର୍ଦ୍ଧନ ଅସରାନି । ଦୀପାବଳିରେ ବଲିଉଡ ଜଗତର ବଡ଼ କ୍ଷତି ହୋଇଛି । ବହୁମୁଖୀ ପ୍ରତିଭାଶାଳୀ ଗୋବର୍ଦ୍ଧନ ଆସରାନୀଙ୍କ ସୋମବାର ଦିନ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଛି । ଦୀର୍ଘ ଦିନର ଅସୁସ୍ଥତା ପରେ ୮୪ ବର୍ଷ ବୟସରେ ଆସରାନୀଙ୍କ ଦେହାନ୍ତ ହୋଇଛି । ଗତକାଲି ଅପରାହ୍ନ ପ୍ରାୟ ୪ଟାରେ ମୁମ୍ବାଇର ଜୁହୁ ସ୍ଥିତ ଆରୋଗ୍ୟ ନିଧି ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି ।

ହାସ୍ୟ ଅଭିନେତା ଭାବେ ବଲିଉଡ ଜଗତରେ ସୃଷ୍ଟି କରିଥିଲେ ଏକ ନୂଆ ଇତିହାସ । ଧମାଲ, ଖଟାମିଠା,ଶୋଲେ ଭଳି ଅନେକ ନାମିଦାମି ଚଳଚ୍ଚିତ୍ରରେ ଅଭିନୟ କରି ଦର୍ଶକଙ୍କ ହୃଦୟରେ ସ୍ଥାନ ତିଆରି କରିଥିଲେ । ଫିଲ୍ମ ସୋଲେ ରେ ତାଙ୍କ   ଜେଲର ଭୂମିକା  ଓ ଡାଇଲଗ  ହମ୍ ଇଂରେଜ ଜମାନା କା ଜେଲର୍ ହେଁ ଦର୍ଶକଙ୍କ ମନଜିଣିଥିଲା ।   ଚୁପକେ ଚୁପକେ, ଛୋଟି ସି ବାତ୍, ରଫୁ ଚକ୍କର, ଅଭିମାନ୍ ଭଳି  ଫିଲ୍ମରେ ତାଙ୍କ ଭୂମିକା ଅତୁଳନୀୟ ।  ୧୯୭୨ରୁ ୧୯୯୧ ମଧ୍ୟରେ କେବଳ ରାଜେଶ ଖାନାଙ୍କ ସହ ୨୫ରୁ ଅଧିକ ଫିଲ୍ମ କରିଛନ୍ତି ।  ଆଧୁନିକ ଫିଲ୍ମ ହିସାବରେ  ସେ  ହେରାଫେରି ଓ  ଭାଗମଭାଗ, ଧମାଲ, ବଣ୍ଟି ଔର୍ ବବଲି-୨ ରେ ଅଭିନୟ କରିଥିଲେ ।  ନିଜ ଦମଦାର  ଅଭିନୟ ପାଇଁ ସେ ଦୁଇଥର  ଫିଲ୍ମଫେୟାର ବେଷ୍ଟ କମେଡିଆନ୍ ଆୱାର୍ଡ ପାଇଛନ୍ତି ।  ୫ ଦଶନ୍ଧିରୁ ଅଧିକ ସମୟ ଧରି ସେ ବଲିଉଡରେ ପ୍ରାୟ ୩୫୦ରୁ ଅଧିକ ଫିଲ୍ମରେ କାର୍ଯ୍ୟ କରିଛନ୍ତି ।

ଗତକାଲି ସନ୍ଧ୍ୟାରେ ତାଙ୍କ ନିକଟତମ ବନ୍ଧୁ ଏବଂ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ସାନ୍ତାକ୍ରୁଜର ଶାସ୍ତ୍ରୀ ନଗରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା । ତାଙ୍କର ଜନ୍ମ ୧ ଜାନୁଆରୀ ୧୯୪୧ ମସିହାରେ ହୋଇଥିଲା । ଆସରାନୀ ଦେହାନ୍ତ ପରେ ସୋସିଆଲ ମିଡିଆରେ ଅନେକ ଅଭିନେତା ତାଙ୍କ ପାଇଁ ଦୁଃଖ ପ୍ରକାଶ କରିଛନ୍ତି ।

 

ମାନିଲେନି ବାଣଫୁଟା କଟକଣା ; ଭୁବନେଶ୍ବରରେ ରାତି ୯ଟା ପରେ ବି ଫୁଟିଲା ଢୋ ଢା

ଭୁବନେଶ୍ବର : ମାନିଲେନି ବାଣଫୁଟା କଟକଣା। ପ୍ରଶାସନର ଦୁଇଘଣ୍ଟା ନିୟମକୁ ଫୁ କରିଦେଲେ ଲୋକେ। ଭୁବନେଶ୍ବରରେ ରାତି ୯ଟା ପରେ ବି ଫୁଟିଲା ଢୋ ଢା। ଧୂଆଁମୟ ହୋଇଛି ରାତିର ରାଜଧାନୀ ଆକାଶ। ଦୀପାବଳି ଅବସରରେ ବାଣଫୁଟାଇବା ପାଇଁ ସାରା ରାଜ୍ଯରେ ସନ୍ଧ୍ଯା ୭ଟାରୁ ୯ଟା ପର୍ଯ୍ୟନ୍ତ ବାଣ ଫୁ଼ଟାଇବା ପାଇଁ କମିଶନରେଟ ପକ୍ଷରୁ ଘୋଷଣା କରାଯାଇଥିଲା । ବାୟୁ ପ୍ରଦୂଷଣକୁ ଦୃଷ୍ଟିରେ ବାଣ ଫୁଟାଇବା ପାଇଁ ନିର୍ଦ୍ଦିଷ୍ଟ ସମୟସୀମା ଧାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲା ପ୍ରଦୂଷଣ ନିଯନ୍ତ୍ରଣ ବୋର୍ଡ଼ । ଏହି ନିୟମକୁ ସାରା ରାଜ୍ୟରେ ଲାଗୁ କରିବାକୁ ପ୍ରଶାସନକୁ ଦିଆଯାଇଥିଲା ନିର୍ଦ୍ଦେଶ। କିନ୍ତୁ ସୋମବାର ଦୀପାବଳି ଉତ୍ସବ ପାଳନ ବେଳେ ଲୋକେ ଏହି ନିୟମକୁ ମାନିନାହାଁନ୍ତି । ଖୋଦ ରାଜଧାନୀ ଭୁବନେଶ୍ବରରେ ଅତ୍ୟାଧିକ ବାଣ ଫୁଟା ଯୋଗୁ ପ୍ରଦୂଷଣ ମାତ୍ରା ବଢିଯାଇଛି । ଏପରିକି ରାତିରେ ଅତିମାତ୍ରାରେ ବାଣ ଧୂଆଁ ଯୋଗୁ ସୃଷ୍ଟି କରିଛି କୁହୁଡ଼ିର ଭ୍ରମ।

ଦୀପାବଳିରେ ବାଣ ଫୁଟାଇବା ସମୟରେ ସାରା ରାଜ୍ୟରେ ଅଘଟଣ ଘଟିଛି । କେବଳ ରାଜଧାନୀ ଭୁବନେଶ୍ଵରରେ ୬୨ରୁ ଅଧିକ ଆହତ ହୋଇଛନ୍ତି । ଅନେକ ଆହତଙ୍କୁ କଟକ ବଡ଼ ମେଡିକାଲ, ଭୁବନେଶ୍ଵରର କ୍ୟାପିଟାଲ ହସ୍ପିଟାଲ ସମେତ ଅନ୍ୟାନ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କେତେକ ଆହତଙ୍କ ଅବସ୍ଥା ଗୁରୁତର ହୋଇଛି । ଅନ୍ୟମାନଙ୍କୁ ପ୍ରାଥମିକ ଚିକିତ୍ସା କରାଯାଇ ଘରକୁ ପଠାଯାଇଛି । କେନ୍ଦ୍ରାପଡ଼ା ମାର୍ଶାଘାଇ ଅଞ୍ଚଳର ଜଣେ ଯୁବକ ବାଣ ଫୁଟାଇବା ବେଳେ ତାଙ୍କ ହାତ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଚଳିତ ବର୍ଷ କଟକରେ ବାଣ ଯୋଗୁଁ ପ୍ରଦୂଷଣ ଅଧିକ ହୋଇଛି । ଆଗରୁ ଏଭଳି ବାୟୂ ପ୍ରଦୂଷଣ କେବେ ଏମିତି ହୋଇ ନଥିଲା ।

ବିହାର ନିର୍ବାଚନରେ କ’ଣ ହେବ ମୁସଲିମ ଭୋଟର ମତିଗତି ?

ନନ୍ଦିଘୋଷ ବ୍ୟୁରୋ: ଚଳିତ ବିହାର ନିର୍ବାଚନରେ କଣ ହେବ ମୁସଲିମ ଭୋଟର ମତିଗତି । ବିହାରରେ ମୁସଲିମ-ଯାଦବ ଭୋଟ ବ୍ୟାଙ୍କ ଥିଲା ଆରଜେଡିର ସମ୍ବଳ। ଏହାକୁ ଲକ୍ଷ୍ୟ କରି ତେଜସ୍ବୀ ଯାଦବ ଏହି ଦୁଇ ବର୍ଗର ଭୋଟ ଲାଗି ବିଶେଷ ଆଶାବାଦୀ ଅଛନ୍ତି । ହେଲେ ମହାଗଠବନ୍ଧନର ସ୍ବପ୍ନକୁ ଚୁରମାର କରିପାରନ୍ତି ଓବେସିଙ୍କ ଏଆଇଏମଆଇଏମ । ଚଳିତ ନିର୍ବାଚନରେ ଅସଦୁଦ୍ଦିନ ଓବେସିଙ୍କ ଏଆଇଏମଆଇଏମ ନେତୃତ୍ବାଧୀନ ଗ୍ରାଣ୍ଡ ଡେମୋକ୍ରାଟିକ ଆଲାଏନ୍ସ ୬୪ ଜଣ ମୁସଲିମଙ୍କୁ ପ୍ରାର୍ଥୀ କରିଥିବାବେଳେ ପ୍ରଶାନ୍ତ କିଶୋରଙ୍କ ଜନସୂରାଜ ପାର୍ଟି ୪୦ ମୁସଲିମ ପ୍ରାର୍ଥୀ ଦେଇଛି ।

ଚଳିତ ନିର୍ବାଚନରେ ଚନ୍ଦ୍ରଶେଖର ଆଜାଦଙ୍କ ଆଜାଦ ସମାଜ ପାର୍ଟି, ସ୍ବାମୀ ପ୍ରସାଦ ମୌର୍ଯ୍ୟଙ୍କ ଏଜେପି ସହ ମିଶି AIMIM ଗ୍ରାଣ୍ଡ ଡେମୋକ୍ରାଟିକ ଆଲାଏନ୍ସ ଗଠନ କରିଛି ଯାହା କି ମହାଗଠବନ୍ଧନ ଲାଗି ସଙ୍କଟ ସୃଷ୍ଟି କରିବ। ବିହାରରେ ମୁସଲିମଙ୍କ ସଂଖ୍ୟା ପ୍ରାୟ ୨ କୋଟି ୩୦ ଲକ୍ଷ। ଅର୍ଥାତ ମୋଟ ଜନସଂଖ୍ୟାର ୧୭.୭ ପ୍ରତିଶତ । ରାଜ୍ୟର ମୋଟ ୨୪୩ ଆସନରୁ ପ୍ରାୟ ୭୦ ଆସନରେ ମୁସଲମାନଙ୍କ ପ୍ରାଧାନ୍ୟ ରହିଛି ।

କଟିହାରରେ ୪୩%, କିଷନଗଞ୍ଜରେ ୬୮%, ଆରାରିଆରେ ୪୨%, ପୂର୍ଣ୍ଣିଆରେ ୩୮% ମୁସଲିମ ରହିଛନ୍ତି । ଗତ ୨୦୨୦ ନିର୍ବାଚନରେ ମହାଗଠବନ୍ଧନ ଲାଗି ବିପଦ ସୃଷ୍ଟି କରିଥିଲା AIMIM । ୨୦୨୦ରେ AIMIM ୫ଟି ଆସନ ଜିତିଥିଲା ହେଲେ ସେମାନଙ୍କ ମଧ୍ଯରୁ ୪ ଜଣ ଆରଜେଡିକୁ ଚାଲିଯାଇଥିଲେ । AIMIM ଭଲ ପ୍ରଦର୍ଶନ କରି ନଥିଲେ ବି ଏହା ଯେ ମହାଗଠବନ୍ଧନ ଲାଗି ଘାଟା ସୃଷ୍ଟି କରିଥିଲା ଏହା ସ୍ପଷ୍ଟ । ଚଳିତ ନିର୍ବାଚନରେ ବି ବିପଦ ସୃଷ୍ଟି କରିପାରେ AIMIM ।

ବିହାର ବିଧାନସଭା ନିର୍ବାଚନ : ଆଜିଠୁ ଜମିବ ପ୍ରଚାର

ନନ୍ଦିଘୋଷ ବ୍ୟୁରୋ: ବିହାର ବିଧାନସଭା ନିର୍ବାଚନ। ଆଜିଠୁ ଜମିବ ପ୍ରଚାର। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ସରିଛି ପ୍ରାର୍ଥିପତ୍ର ପ୍ରତ୍ୟାହାର। ସେପଟେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ସରିଛି ପ୍ରାର୍ଥିପତ୍ର ଦାଖଲ। ଗତକାଲି ୧୪୩ ଜଣିଆ ପ୍ରାର୍ଥୀ ତାଲିକା ପ୍ରକାଶ କରିଥିଲା ରାଷ୍ଟ୍ରୀୟ ଜନତା ଦଳ ଆରଜେଡି। RJD ନେତା ତେଜସ୍ୱୀ ଯାଦବ ବୈଶାଳୀ ଜିଲ୍ଲାର ରାଘୋପୁର ବିଧାନସଭା ଆସନରୁ ନିର୍ବାଚନ ଲଢ଼ିବେ । ତେଜସ୍ୱୀ ଯାଦବଙ୍କ ନେତୃତ୍ୱରେ ପ୍ରକାଶିତ ଏହି ତାଲିକାରେ ଯୁବପିଢ଼ି, ମହିଳା ଏବଂ ସଂଖ୍ୟାଲଘୁଙ୍କୁ ପ୍ରାଥମିକତା ଦିଆଯାଇଛି । RJD ମହୁଆରୁ ମୁକେଶ ରୋଶନଙ୍କୁ ମନୋନୀତ କରିଛି । ଯିଏ ତେଜ ପ୍ରତାପ ଯାଦବଙ୍କ ବିପକ୍ଷରେ ପ୍ରତିଦ୍ୱନ୍ଦ୍ୱିତା କରିବେ। ଏଥର RJD ୧୮ଜଣ ସଂଖ୍ୟାଲଘୁ ପ୍ରାର୍ଥୀ ଏବଂ ୨୪ ଜଣ ମହିଳା ପ୍ରାର୍ଥୀଙ୍କୁ ଟିକେଟ୍ ଦେଇଛି । ଦଳ ଏହାକୁ ସାମାଜିକ ସଦଭାବ ଏବଂ ପ୍ରତିନିଧିତ୍ୱର ପ୍ରତୀକ ଭାବରେ ବର୍ଣ୍ଣନା କରିଛି ।

ବିରୋଧୀ ଦଳ ନେତା ତେଜସ୍ୱୀ ଯାଦବ ପୁଣି ଥରେ ରାଘୋପୁର ଆସନରୁ ନିର୍ବାଚନ ଲଢ଼ିବେ, ଯାହାକୁ ତାଙ୍କର ପାରମ୍ପରିକ ଗଡ଼ ବୋଲି ଧରାଯାଉଛି। ତାଲିକାରେ ଅନେକ ବଡ଼ ଏବଂ ଲୋକପ୍ରିୟ ନେତାଙ୍କ ନାମ ରହିଛି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୟ ପ୍ରକାଶ ଯାଦବଙ୍କୁ ଝାଝାରୁ ପ୍ରାର୍ଥୀ କରାଯାଇଛି । ଛଅ ଥର ବିଧାୟକ ଲଳିତ ଯାଦବଙ୍କୁ ଦରଭଙ୍ଗା ଗ୍ରାମାଞ୍ଚଳରୁ ପ୍ରାର୍ଥୀ କରାଯାଇଛି । ଲାଲୁ ପ୍ରସାଦ ଯାଦବଙ୍କ ଘନିଷ୍ଠ ବିଶ୍ୱାସୀ ବୋଲି କୁହାଯାଉଥିବା ଭୋଳା ଯାଦବ ବାହାଦୁରପୁର ଆସନରୁ ନିର୍ବାଚନ ଲଢ଼ିବେ । ପୂର୍ବତନ ବିଧାନସଭା ବାଚସ୍ପତି ଅୱଧ ବିହାରୀ ଚୌଧୁରୀ ସିୱାନରୁ ଆରଜେଡି ପ୍ରାର୍ଥୀ ହେବେ। ଦିବଂଗତ ଶକ୍ତିଶାଳୀ ଶାହାବୁଦ୍ଦିନଙ୍କ ପୁଅ ଓସାମା ଶାହାବଙ୍କୁ ରଘୁନାଥପୁର ଆସନରୁ ପ୍ରାର୍ଥୀ କରାଯାଇଛି।ଏହା ବ୍ୟତୀତ, ଭୋଜପୁରୀ ସୁପରଷ୍ଟାର ଖେସାରି ଲାଲ ଯାଦବଙ୍କୁ ଛାପରାରୁ ପ୍ରାର୍ଥୀ କରାଯାଇଛି । ସେପଟେ ଆମ୍ ଆଦମୀ ପାର୍ଟି ପକ୍ଷରୁ ଘୋଷିତ ହୋଇଛି ଆଉ ୧୨ ଜଣଙ୍କ ନାଁ। ସେହିପରି କଂଗ୍ରେସ ଘୋଷଣା କଲା ଆଉ ୬ ଜଣଙ୍କ ନାଁଁ। ଫଳରେ ବର୍ତ୍ତମାନ ସୁଦ୍ଧା କଂଗ୍ରେସ ମୋଟ ୬୦ ଜଣଙ୍କୁ ଦେଇଛି ପ୍ରାର୍ଥୀ।

ସ୍ନେହାଙ୍ଗିନୀଙ୍କୁ ସ୍ନେହର ବର୍ଷା ; ନୂଆପଡା ପ୍ରତି ବିଜୁ ଓ ନବୀନଙ୍କ ଅବଦାନ ହେବ ଶ୍ରେଷ୍ଠ ଆୟୁଧ

ନୂଆପଡ଼ା : ନୂଆପଡ଼ାରେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ଭାଗ୍ୟ ପରୀକ୍ଷା । ଦିନକୁ ଦିନ ବଢୁଛି ଶକ୍ତି । ନୂଆପଡା ପ୍ରତି ବିଜୁ ଓ ନବୀନଙ୍କ ଅବଦାନ ହେବ ଶ୍ରେଷ୍ଠ ଆୟୁଧ । ଗତକାଲି ମାଆ ଦୁର୍ଗାଙ୍କ ଆଶୀର୍ବାଦ ନେଇ ଉପଜିଲ୍ଲାପାଳଙ୍କ ନିକଟରେ ନାମାଙ୍କନପତ୍ର ଦାଖଲ କରିଥିଲେ ସ୍ନେହାଙ୍ଗିନୀ । ଦୀର୍ଘ ୨୪ ବର୍ଷ ଧରି ବିଜେଡି ସରକାର ସମୟରେ କାର୍ଯ୍ୟକାରୀ ହୋଇଥିବା ବିଭିନ୍ନ ଜନହିତକର ଯୋଜନାକୁ ନେଇ ଆମେ ଲୋକ ମାନଙ୍କ ପହଁଚିବୁ ବୋଲି ପ୍ରାର୍ଥୀପତ୍ର ଦାଖଲ ପରେ ସ୍ନେହାଙ୍ଗିନୀ କହିଛନ୍ତି । ନୂଆପଡ଼ାରେ ଏଥର ମୁଖ୍ୟ ପ୍ରସଙ୍ଗ ହେବ ବିକାଶ । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଏହି ମାଟି ପ୍ରତି ଥିବା ଭଲପାଇବାକୁ ପୁଞ୍ଜି କରିଛି ବିଜେଡି

ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ମାଟି ପାଇଁ ଯାହା କରିଛନ୍ତି ଅଞ୍ଚଳବାସୀ ମାନେ ପକାଇବେ ବୋଲି କହିଛନ୍ତି ଦଳୀୟ ନେତା । ନୂଆପଡ଼ା ଉପନିର୍ବାଚନରେ ୧୯ ଜଣ ନାମାଙ୍କନ ଦାଖଲ କରିଛନ୍ତି । ୨୨ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ ହେବ । ୨୪ ତାରିଖ ହେଉଛି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ । ତା ପରେ ବାହାରିବ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା । ୧୧ ତାରିଖରେ ଭୋଟ । ଏଥିପାଇଁ ଜୋରଦାର ହେଲାଣି ପ୍ରଚାର । ୧୪ରେ ହେବ ଗଣତି ।

ସମୁଦ୍ରକୁ ଖସିଲା କାର୍ଗୋ ବିମାନ : ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ

ନନ୍ଦିଘୋଷ ବ୍ୟୁରୋ : ରନୱେରୁ ବିମାନ ଖସି ଦୁର୍ଘଟଣାଗ୍ରସ୍ତ। ସିଧା ଯାଇ ସମୁଦ୍ରରେ ପଡିଲା। ହଂକଂ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ଘଟିଛି ଏକ ବଡ଼ଧରଣର ବିମାନ ଦୁର୍ଘଟଣା।ଦୁବାଇରୁ ଆସିଥିବା ଏକ ମାଲବାହୀ ବିମାନ ହଂକଂ ଏୟାରପୋର୍ଟରେ ଅବତରଣ ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି। ପ୍ଲେନଟି ରନଓ୍ୱେରୁ ଖସି ସିଧା ଯାଇ ସମୁଦ୍ରରେ ପଡ଼ିଥିଲା। ଦୁର୍ଘଟଣାରେ ୨ ଜଣକଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ବିମାନଟି ଏକ ବୋଇଂ ୭୪୭ ଶ୍ରେଣୀର ବୋଲି ଜଣାପଡ଼ିଛି। ଦୁର୍ଘଟଣା ପରେ ବିମାନଟି ସମୁଦ୍ରରେ ପଡ଼ିଯାଇଥିଲା। ବିମାନଟି ଦୁଇ ଖଣ୍ଡ ହୋଇଯାଇଛି। ବିମାନରେ ଥିବା ୪ କ୍ରୁ ମେମ୍ବରଙ୍କୁ ଉଦ୍ଧାର କରାଯାଇଛି।ପ୍ଲେନ୍ ଖସିଯିବା କାରଣରୁ ରନଓ୍ୱେ ଗ୍ରାଉଣ୍ଡ ଡ୍ୟୁଟି କରୁଥିବା ୨ ଜଣ କର୍ମଚାରୀ ମୃତ୍ୟୁ ହୋଇଥିଲା। ଏହାପରେ ବିମାନଟି ସିଧା ଯାଇ ସମୁଦ୍ରରେ ପଡ଼ିଥିଲା । ଦୁର୍ଘଟଣା ପରେ ହଂକଂ ଏୟାରପୋର୍ଟର ଦୁର୍ଘଟଣା ଘଟିଥିବା ରନଓ୍ୱେକୁ ବନ୍ଦ କରିଦିଆଯାଇଛି।ବିମାନଟି ୩୨ ବର୍ଷ ପୁରୁଣା ବିମାନ ଥିଲା ବୋଲି ଜଣାପଡିଛି। ଆଉ କାର୍ଗୋ ବିମାନ ଭାବେ କାମ କରୁଥିଲା।

ଭାରତକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପୁଣି ଧମକ

ନନ୍ଦିଘୋଷ ବ୍ୟୁରୋ : ଭାରତକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପୁଣି ଧମକ। ରୁଷ ଠାରୁ ତେଲ କିଣିବା ପ୍ରସଙ୍ଗରେ ଚେତାବନୀ ଦେଇଛନ୍ତି ରାଷ୍ଟ୍ରପତି ଟ୍ରମ୍ପ। କହିଛନ୍ତି, ରୁଷ ଠାରୁ ଭାରତ ତୈଳ କିଣିବା ବନ୍ଦ ନକଲେ ଲାଗୁ ହେବ ଅଧିକ ପରିମାଣର ଶୁଳ୍କ। ଗଣମାଧ୍ୟମର ପ୍ରଶ୍ନରେ ଏହି ଉତ୍ତର ରଖିଛନ୍ତି ରାଷ୍ଟ୍ରପତି ଟ୍ରମ୍ପ।ରୁଷ ଠାରୁ ତେଲ ନକିଣିବାକୁ ଭାରତ ପ୍ରତିଶ୍ରୁତି ଦେଇଛି ପୂର୍ବରୁ କହିଥିଲେ ଟ୍ରମ୍ପ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ବ୍ୟକ୍ତିଗତ ଭାବରେ ପ୍ରତିଶ୍ରୁତି ଦେଇଛନ୍ତି ବୋଲି ଦାବି କରିଥିଲେ। କିନ୍ତୁ ଯଦି ଭାରତ ତେଲ କିଣିବା ଜାରି ରଖେ ତେବେ ଭାରତ ଉପରେ ଭାରି ଶୁଳ୍କ ଦେବାକୁ ପଡିବ। ସେପଟେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ହୋଇଥିବା ଆଲୋଚନାକୁ ଭାରତ ଖାରଜ କରିଥିବା ନେଇ ସାମ୍ବାଦିକଙ୍କ ପ୍ରତିକ୍ରିୟଆରେ ଟ୍ରମ୍ପ ଚିହିଁକି ଉଠିଥିଲେ। ଏହାର ଉତ୍ତରରେ ଟ୍ରମ୍ପ କହିଛନ୍ତି ଯଦି ଭାରତ ଏହା କରିବାକୁ ଚାହୁଁଛି ତେବେ ତାକୁ ଭାରି ଶୁଳ୍କ ଦେବାକୁ ପଡ଼ିବ। ଭାରତର ପ୍ରାୟ ଏକ ତୃତୀୟାଂଶ ତେଲ ରୁଷରୁ ଆସିଥାଏ।

ରୁଷ ଠାରୁ ଭାରତ ତୈଳ କ୍ରୟ କିଣିବା ଘଟଣାକୁ ୟୁକ୍ରେନ ଯୁଦ୍ଧ ପାଇଁ ମସ୍କୋର ଆର୍ଥିକ ସହାୟତା ଭାବେ ନେଇଛି ଆମେରିକା। ସେପଟେ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଟ୍ରମ୍ପଙ୍କ ଦାବିକୁ ଖାରଜ କରିଛି। ଟ୍ରମ୍ପ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମଧ୍ୟରେ ଏହି ପ୍ରସଙ୍ଗ ନେଇ କୌଣସି ଆଲୋଚନା ବିଷୟରେ ଅଜ୍ଞ ବୋଲି କହିଛନ୍ତି ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସୱାଲ। ସେ କହିଛନ୍ତି ଯେ, ଭାରତ ଏବଂ ଆମେରିକା ମଧ୍ୟରେ ଶକ୍ତି ସହଯୋଗ ଉପରେ ଆଲୋଚନା ଚାଲିଛି। ଆମେରିକା ସହିତ ଶକ୍ତି ସମ୍ପର୍କକୁ ଆହୁରି ଗଭୀର କରିବା ଉପରେ ଗୁରୁତ୍ଵ ଦେଉଛି ଭାରତ। ଟ୍ରମ୍ପଙ୍କ ଏହି ଚେତାବନୀ ଏପରି ଏକ ସମୟରେ ଆସିଛି ଯେତେବେଳେ ଭାରତ ଆମେରିକାରୁ ଭାରି ଆମଦାନୀ ଶୁଳ୍କର ସାମ୍ନା କରୁଛି।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ମାନୁନାହାନ୍ତି ବାବୁ, ଗ୍ରାଉଣ୍ଡରେ କାର୍ଯ୍ୟକାରୀ ହେଉନି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ନନ୍ଦିଘୋଷ ବ୍ୟୁରୋ : ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ମାନୁନାହାନ୍ତି ଅଧିକାରୀ । ଜନଶୁଣାଣିକୁ ଗୁରୁତ୍ବ ଦେଉନାହାନ୍ତି ୬ ବିଭାଗ । ୬ଟି ବିଭାଗ ଲୋକଙ୍କ ଅଭିଯୋଗର ସମାଧାନ ଦିଗରେ ଗୁରୁତ୍ବ ଦେଉ ନାହାନ୍ତି । ଯେଉଁଥିପାଇଁ ପ୍ରାୟ ୩୮ହଜାର ଲୋକଙ୍କ ଅଭିଯୋଗର ସମାଧାନ ହୋଇପାରୁନାହିଁ । ଏନେଇ ସରକାରଙ୍କ ପକ୍ଷରୁ ବାରମ୍ବାର ଚିଠି ଲେଖାଗଲେ ମଧ୍ଯ କର୍ଣ୍ଣପାତ କରୁ ନଥିବାରୁ ଗତ ୧୫ ତାରିଖରେ ସମ୍ପୃକ୍ତ ବିଭାଗୀୟ ମୁଖ୍ୟଙ୍କୁ ପୁଣି ଥରେ ଚିଠି ଲେଖି ତାଗିଦ କରାଯାଇଛି । ସାଧାରଣ ପ୍ରଶାସନ ବିଭାଗ ଏହି ରିପୋର୍ଟ ସାର୍ବାଜନୀନ ହେବା ପରେ ସତ୍ଯ ପଦାକୁ ଆସିଛି । ଜଳସମ୍ପଦ, ମହିଳା ଓ ଶିଶୁ ବିକାଶ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ପଞ୍ଚାୟତିରାଜ, ଇସ୍ପାତ ଓ ଖଣି ଏବଂ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗରେ ଅଭିଯୋଗ ସମାଧାନ ହାର ଅନ୍ୟ ବିଭାଗଠାରୁ ଯଥେଷ୍ଟ କମ୍ ରହିଛି ।

ପଞ୍ଚାୟତିରାଜ ବିଭାଗରେ ଏବେ ବି ୨୦ହଜାର ୫୪୪ଟି ଅଭିଯୋଗ ସମାଧାନ ହୋଇ ନ ଥିବାବେଳେ ମହିଳା ଓ ଶିଶୁ କଲ୍ୟାଣ ବିଭାଗରେ ୨ହଜାର ୩୧୯ ଅଭିଯୋଗ ଗଡ଼ୁଛି। ସେହିପରି ଜଳସମ୍ପଦ ବିଭାଗରେ ୧ହଜାର ୪୪୬, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ ୪ହଜାର ୯୮୮,ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ୮ହଜାର ୬୫୨ ଏବଂ ଖଣି ଓ ଇସ୍ପାତ ବିଭାଗରେ ୫୦୬ଟି ଅଭିଯୋଗ ଗଡୁଛି । ପଞ୍ଚାୟତିରାଜ ବିଭାଗକୁ ବାଦ୍ ଦେଇ ଅନ୍ୟ ୫ଟି ବିଭାଗରେ ଅଭିଯୋଗ ସମାଧାନ ହାର ୮୦ପ୍ରତିଶତରୁ କମ୍ ରହିଛି ଇତିମଧ୍ୟରେ ରାଜ୍ୟରେ ୪୦ଟି ବିଭାଗକୁ ୪ଲକ୍ଷ ୯୯ହଜାର ୮୫୧ଟି ଅଭିଯୋଗ ମିଳିଥିବାବେଳେ ଗତ ସେପ୍ଟେମ୍ବରରେ ୧୭ହଜାର ୧୧ଟି ଅଭିଯୋଗ ସରକାରଙ୍କ ହସ୍ତଗତ ହୋଇଛି । ସେପ୍ଟେମ୍ବର ସୁଦ୍ଧା ରାଜ୍ୟରେ ୬୬ହଜାର ୮୬୮ଟି ଅଭିଯୋଗ ୪୦ଟି ବିଭାଗରେ ଗଡୁଛି । ଏହାକୁ ନେଇ ବିରୋଧୀ ସରାକାରଙ୍କୁ ଘେରିଛନ୍ତି ।

ବିଜେଡି କହିଛି, ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣି ପ୍ରହସନ ପାଲଟିଛି । ସରକାର କେବଳ ଫୋଟୋ ଉଠାଇ ସୋସିଆଲ ମିଡିଆରେ ଛାଡି ନିଜେ ପାଳ ଗଦାରେ ଠିଆ ହୋଇ ପୁରୁଣା ସରକାରକୁ ନୀଚ୍ଚା କରିବାକୁ ପ୍ରୟାସ କରୁଛନ୍ତି । ବାସ୍ତବରେ ଲୋକଙ୍କ ସମସ୍ୟାର ସମାଧାନ ହେଉନି । ବିକାଶ ମନୋଭାବ ନ ଆସିବା ଯାଏଁ ସମସ୍ୟାର ସମାଧାନ ହେବନି । ବ୍ୟବସ୍ଥାରେ ପରିବର୍ତ୍ତନ ହେବା ଦରକାର । ସାଧାରଣ ପ୍ରଶାସନ ବିଭାଗ ଏହି ସତ୍ୟ ମାନିଲା । ସରକାର ମଧ୍ୟ ଏହି ସତକୁ ସ୍ୱୀକାର କରିବା ଦରକାର ବୋଲି ବିଜେଡି କହିଛି । ସେପଟେ କଂଗ୍ରେସ ବି ସମାନ ଢଙ୍ଗରେ ସମାଲୋଚନା କରିଛି । ସରକାରରେ ନେତୃତ୍ୱ ଅଭାବ ଓ ପ୍ରଶାସନିକ ନେତୃତ୍ବ ଅଭାବ ରହିଛି । ଅଫିସର ମୁଖ୍ୟମନ୍ତ୍ରୀଙ୍କ କଥା ଶୁଣୁ ନାହାନ୍ତି । ଫାଇଲରେ ହାତ ମାରୁ ନାହାନ୍ତି । ମନ୍ତ୍ରୀ ମନ୍ତ୍ରୀ ଭିତରେ ସମନ୍ୱୟ ନାହିଁ । ବିଜେପି ସରକାର ଓଡ଼ିଶାକୁ ଗତ ୧୫ ମାସରେ ବହୁ ପଛକୁ ନେଇ ଗଲାଣି ବୋଲି କଂଗ୍ରେସ କଟାକ୍ଷ କରିଛି । ତେବେ ଏହି ଅଭଯୋଗକୁ ଖଣ୍ଡନ କରି ବିଜେପି କହିଛି, ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦିନ ସାରା ଲୋକଙ୍କ ଅଭିଯୋଗ ଶୁଣୁଛନ୍ତି । ପରିବର୍ତ୍ତନ ହଠାତ ହୁଏନି । ଭଲ ଭାବେ ଜନଶୁଣାଣି ଶୁଣାଣି ସହିତ ଲୋକଙ୍କ ସମସ୍ୟାର ସମାଧାନ ହେଉଛି ବୋଲି ବିଜେପି କହିଛି ।

ନୌସେନା ସୈନିକଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଦୀପାବଳି ପାଳନ, INS ବିକ୍ରାନ୍ତରୁ ସୈନିକଙ୍କୁ କଲେ ସମ୍ବୋଧନ

ନନ୍ଦିଘୋଷ ବ୍ୟୁରୋ : ନୌସେନାର ଯବାନଙ୍କ ସହ ଦୀପାବଳି ପାଳିଲେ ପ୍ରଧାନମନ୍ତ୍ରୀ ମୋଦି। ଆଇଏନଏସ ବିକ୍ରାନ୍ତରେ ନୌସେନାର ନାବିକଙ୍କ ସହ ପ୍ରଧାନମନ୍ତ୍ରୀ ମୋଦି ଦୀପାବଳି ଉତ୍ସବ ପାଳନ କରିଛନ୍ତି। ଏହି ଅବସରରେ ସମ୍ବୋଧିତ କରିଥିଲେ ପ୍ରଧାନମନ୍ତ୍ରୀ। କହିଥିଲେ, ଯେଉଁମାନେ ନିଜ ଦମରେ ଲଢ଼ନ୍ତି ସେମାନଙ୍କର ସର୍ବଦା ବିଜୟ ହୁଏ। ଦୀପାବଳି ପାଳନ କରିବାର ପରମ୍ପରାକୁ ବଜାୟ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୋଆ ଏବଂ କରୱାର ଉପକୂଳରେ ଅବସ୍ଥିତ INS ବିକ୍ରାନ୍ତ ପରିଦର୍ଶନ କରିଥିଲେ।

ଏହି ଅବସରରେ ସେ ଭାରତୀୟ ନୌସେନାର ସାହସୀ ଅଧିକାରୀ ଏବଂ ସୈନିକମାନଙ୍କୁ ଭେଟି ଦୀପାବଳିର ଶୁଭେଚ୍ଛା ଜଣାଇଥିଲେ। ଯବାନଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ, ଅପରେସନ ସିନ୍ଦୂରରେ ତିନି ସଶସ୍ତ୍ର ବାହିନୀର ସାହସିକତା ଏହା ପ୍ରମାଣିତ କରିଛି ଯେ ଆମର ସେନା ସବୁଠାରୁ ଶକ୍ତିଶାଳୀ। ଆମର ସାହସୀ ସୈନିକମାନେ ପାକିସ୍ତାନକୁ ଧୂଳି ଚଟାଇଛନ୍ତି। ମୁଁ ମଧ୍ୟ ଏହି ଦୀପାବଳି ମୋ ପରିବାର ସହିତ ପାଳନ କରୁଛି ବୋଲି କହିଥିଲେ ପ୍ରଧାନମନ୍ତ୍ରୀ। ଏହି ଦୀପାବଳି ସ୍ୱତନ୍ତ୍ର ବୋଲି କହିଥିଲେ ପ୍ରଧାନନମନ୍ତ୍ରୀ। ପ୍ରଥମ ଥର ଲାଗି ପ୍ରଧାନମନ୍ତ୍ରୀ ମୋଦି ନାବିକମାନଙ୍କ ସହିତ ଦୀପାବଳି ପାଳନ କରିଛନ୍ତି। ଏହି ମୁହୂର୍ତ୍ତଟି ସ୍ମରଣୀୟ। ଆଜି ଗୋଟିଏ ପାର୍ଶ୍ୱରେ ବିଶାଳ ସମୁଦ୍ର ଅଛି ଏବଂ ଅନ୍ୟପଟେ ଭାରତ ମାତାର ସାହସୀ ସୈନିକମାନଙ୍କର ଅପାର ଶକ୍ତି ଅଛି। ସମୁଦ୍ର ଜଳରେ ଝଲସୁଥିବା ସୂର୍ଯ୍ୟଙ୍କ କିରଣ ଏହି ସାହସୀ ସୈନିକମାନଙ୍କ ଦ୍ୱାରା ପ୍ରଜ୍ଜ୍ୱଳିତ ଦୀପାବଳି ଦୀପ ସଦୃଶ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ।