spot_img
Home Blog Page 335

କେମିତି ହୋଇଥିଲା ଗୋବର୍ଦ୍ଧନ ଅସରାନିଙ୍କ ପ୍ରେମ ? ଜାଣନ୍ତୁ ତାଙ୍କ ପରିବାର ସମ୍ପର୍କରେ କିଛି ଅଜଣା କଥା

ନନ୍ଦିଘୋଷ ବ୍ୟୁରୋ: ବଲିଉଡର ଜଣାଶୁଣା ହାସ୍ୟ ଅଭିନେତା ଗୋବର୍ଦ୍ଧନ ଅସରାନିଙ୍କ ପରଲୋକ ଘଟିଛି । ଗତକାଲି ଅର୍ଥାତ ଅକ୍ଟୋବର ୨୦ରେ ତାଙ୍କ ପରଲୋକ ଘଟିଛି । ୮୪ ବର୍ଷ ବୟସରେ ତାଙ୍କର ନିଧନ ଘଟିଥିବାବେଳେ ତାଙ୍କ ପରିବାର ସମ୍ପର୍କରେ ଜାଣିବା ପାଇଁ ସମସ୍ତେ ଚାହାଁନ୍ତି । ତେବେ ତାଙ୍କ ପରିବାର ସବୁବେଳେ ଗଣମାଧ୍ୟମଠାରୁ ଦୂରେଇ ରହିଛନ୍ତି । ଯଦି ଆମେ ତାଙ୍କ ପତ୍ନୀଙ୍କ କଥା କହିବା କି ସେ ହେଉଛନ୍ତି ମଞ୍ଜୁ । ସେ ମଧ୍ୟ ବଲିଉଡର ଅନେକ ହିଟ୍ ଫିଲ୍ମରେ ଅଭିନୟ କରିଛନ୍ତି । କାବିଲ, ଉଧର କା ସିନ୍ଦୂର, ତପସ୍ୟା ଏବଂ ଚୋର ସିପାହୀ ଭଳି ହିଟ୍ ଫିଲ୍ମରେ ନଜର ଆସିଛନ୍ତି । ଆଉ ଏହି ଫିଲ୍ମ ସେଟରୁ ହିଁ ଉଭୟଙ୍କ ପ୍ରେମ ଆଉ ପ୍ରେମ ଶେଷରେ ବିବାହର ରୂପ ନେଇଛି । ଆଜ କି ତାଜା ଖବର ଫିଲ୍ମର ସେଟରୁ ଉଭୟଙ୍କ ବନ୍ଧୁତା ଆରମ୍ଭ ହୋଇଥିଲା । ପରେ ନମକ ହରାମ ଫିଲ୍ମରେ ସେଟେ ଉଭୟ ପ୍ରେମରେ ପଡ଼ି ଯାଇଥିଲେ । ୧୯୭୦ ଏବଂ ୮୦ ଦଶକରେ ବହୁ ହିଟ ଫିଲ୍ମରେ ମଞ୍ଜୁ ମଧ୍ୟ ନଜର ଆସୁଥିଲେ । ତେବେ ଉଭୟ ବିବାହ କରିବା ପରେ ସବୁବେଳେ ଗଣମାଧ୍ୟମଠାରୁ ଦୂରରେ ରହି ଆସିଛନ୍ତି । ଏପରିକି ୧୯୯୦ ପରେ ମଞ୍ଜୁ ଆଉ ପରଦାରେ ନଜର ଆସିନାହାନ୍ତି । ଯଦିଓ ସେ ଫିଲ୍ମ ଜଗତ ସହ ଜଡ଼ିତ ଥିଲେ ତଥାପି ପରଦା ଆଗରେ ନୁହେଁ ପଛରେ ରହିଥିଲେ । ସେ ନିର୍ଦ୍ଦେଶନା ଦେଉଥିଲେ ।

ତେବେ ଆମେ ଯଦି ତାଙ୍କର ସନ୍ତାନଙ୍କ କଥା କହିବା ତାହେଲେ ଜଣେ ପୁଅ ରହିଥିବା କୁହାଯାଉଛି । ୩୫୦ରୁ ଅଧିକ ଫିଲ୍ମରେ ନଜର ଆସିଛନ୍ତି ଅସରାନି । ସୋଲେ ଫିଲ୍ମରେ ଜେଲର ଭୂମିକାରେ ଅଭିନୟ କରି ଅନେକ ପ୍ରଂଶସା ସାଉଣ୍ଟିଛନ୍ତି । ତାଙ୍କର ଜୀବନ୍ତ ଅଭିନୟ ଦର୍ଶକଙ୍କୁ ସବୁବେଳେ ହସାଇ ହସାଇ ବେଦମ କରିଥାଏ ।

ହମାସକୁ ଟ୍ରମ୍ପଙ୍କ ଚେତାବନୀ ; ଯୁଦ୍ଧବିରତିରୁ ଓହରିଲେ ମୂଳପୋଛ କରିଦେବ ଆମେରିକା

ନନ୍ଦିଘୋଷ ବ୍ୟୁରୋ: ଆତଙ୍କୀ ସଂଗଠନ ହମାସକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଚରମ ଚେତାବନୀ। ଇସ୍ରାଏଲ ସହ ଯୁଦ୍ଧବିରତି ଭଙ୍ଗ କଲେ ଭୋଗିବାକୁ ପଡିବ ବଡ଼ ପରିଣାମ । ଦୁଇ ଦେଶ ମଧ୍ୟରେ ଜାରି ରହିଥିବା ଯୁଦ୍ଧବିରତି ବଜାୟ ରହୁ ବୋଲି ଚେତାବନୀ ଦେଇଛନ୍ତି ଟ୍ରମ୍ପ । ଏହାର ଖିଲାପ କଲେ ପରିଣାମ ଭୟଙ୍କର ହେବ ବୋଲି ଚେତାଇ ଦେଇଛନ୍ତି ଟ୍ରମ୍ପ । ଯୁଦ୍ଧବିରତିରୁ ଓହରିଲେ ହମାସକୁ ମୂଳପୋଛ କରିଦେବାକୁ ଟ୍ରମ୍ପ ଧମକ ଦେଇଛନ୍ତି । କହିଛନ୍ତି ଆତଙ୍କବାଦୀ ଗୋଷ୍ଠୀକୁ ଯୁଦ୍ଧବିରତି ଆଚରଣ ଗ୍ରହଣ କରିବାକୁ ପଡିବ । ନଚେତ ହିଂସାତ୍ମକ ପରିଣାମର ସମ୍ମୁଖୀନ ହେବେ ବୋଲି କହିଛନ୍ତି ଟ୍ରମ୍ପ । ହମାସକୁ ଭଲ ହେବାକୁ ପଡିବ । ଯଦି ସେମାନେ ଭଲ ନହୁଅନ୍ତି ତେବେ ମୂଳପୋଛ କରିଦିଆଯିବ ବୋଲି କହିଛନ୍ତି ଟ୍ରମ୍ପ ।

କିନ୍ତୁ ସେ ସତର୍କ କରାଇ କହିଛନ୍ତି ଯଦି ହମାସ ଆକ୍ରମଣ ଜାରି ରଖେ ତାହେଲେ ଆମେ ଭିତରକୁ ଯାଇ ଏହାକୁ ସଜାଡ଼ିବୁ। ଏହାପରେ ବହୁତ ଶୀଘ୍ର ଏବଂ ହିଂସାତ୍ମକ ଭାବରେ ଏସବୁର ଅନ୍ତ ହେବ । ଯାହା ଆମେରିକା କରିବାକୁ ଚାହୁଁନାହିଁ ବୋଲି କହିଛନ୍ତି ଟ୍ରମ୍ପ। ଆମେରିକା ବାରମ୍ବାର ହମାସକୁ ଅସ୍ତ୍ରବିରତି ପାଳନ କରିବାକୁ ଚେତାବନୀ ଦେଇଆସୁଛି। ଅନ୍ୟପଟେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ହମାସକୁ ଚେତାବନୀ ଦେଇଛନ୍ତି । କହିଛନ୍ତି ଯଦି ହମାସ ଇସ୍ରାଏଲ ସେନା ଉପରେ ପୁନଃ ଆକ୍ରମଣ କରେ ତେବେ ଏଥିଲାଗି ହମାସକୁ ଭାରି ମୂଲ୍ୟ ଦେବାକୁ ପଡିବ ବୋଲି କହିଛନ୍ତି ନେତନ୍ୟାହୁ ।

ସାନାଏ ଟାକାଇଚି ରଚିଲେ ଇତିହାସ, ହେଲେ ଜାପାନର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ..

ନନ୍ଦିଘୋଷ ବ୍ୟୁରୋ : ଜାପାନରେ ଲେଖାହେଲା ନୂଆ ଇତିହାସ । ଦେଶକୁ ମିଳିଲା ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ । ମଙ୍ଗଳବାର ଜାପାନର ନିମ୍ନ ସଦନ ସାନାଏ ତାକାଇଚିଙ୍କୁ ଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଭାବରେ ନିର୍ବାଚିତ କରିଛି। ଏହି ମୁହୂର୍ତ୍ତ ଜାପାନର ରାଜନୈତିକ ଇତିହାସରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ । ୬୪ ବର୍ଷୀୟ ସାନାଏ ତାକାଇଚି ଚୀନ୍ ପ୍ରତି ତାଙ୍କର ସମାଲୋଚନା ପାଇଁ ଜଣାଶୁଣା ୪୬୫ ସଦସ୍ୟ ବିଶିଷ୍ଟ ଗୃହରେ ୨୩୭ ଭୋଟର ବହୁମତ ପାଇଥିଲେ। ଜାପାନୀ ସମ୍ରାଟ ନାରୁହିତୋଙ୍କ ସହ ସାକ୍ଷାତ କରିବା ପରେ ସେ ଆନୁଷ୍ଠାନିକ ଭାବରେ ଦାୟିତ୍ୱ ଗ୍ରହଣ କରିବେ। ପ୍ରଧାନମନ୍ତ୍ରୀ ଶିଗେରୁ ଇଶିବାଙ୍କ ପରେ ତାକାଇଚି ଜାପାନର ପଞ୍ଚମ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି। ଜାପାନରେ ତାକାଇଚିଙ୍କ ବିଜୟକୁ ମହତ୍ବପୂର୍ଣ୍ଣ ବୋଲି ବିବେଚନା କରାଯାଏ କାରଣ ଜାପାନରେ ଏପର୍ଯ୍ୟନ୍ତ ଦେଶର ପ୍ରାୟ ସମସ୍ତ ଗୁରୁତ୍ୱପୂର୍ଣ୍ଣ ପଦବୀରେ ପୁରୁଷମାନେ ନିୟୋଜିତ ଅଛନ୍ତି । ସଂସଦରେ ମହିଳାଙ୍କ ସଂଖ୍ୟା ବହୁତ କମଥିବା ବେଳେ ଜଣେ ମହିଳା ପ୍ରଧାନମନ୍ତ୍ରୀଙ୍କ ବିଜୟକୁ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି ।

ପୂର୍ବରୁ, ଜାପାନର ଶାସକ ଲିବରାଲ ଡେମୋକ୍ରାଟିକ୍ ପାର୍ଟି (LDP) “#ChangeLDP” ସ୍ଲୋଗାନ ଦେଇ ସାନାଏ ତାକାଇଚିଙ୍କୁ ଏହାର ନୂତନ ନେତା ଭାବରେ ମନୋନୀତ କରିଥିଲା। ଏହା ଜାପାନ ପାଇଁ ଏକ ଐତିହାସିକ ଘଟଣା। ସାନାଏ କେବଳ LDPର ନେତା ଭାବରେ ନିର୍ବାଚିତ ହୋଇଥିବା ପ୍ରଥମ ମହିଳା ନୁହଁନ୍ତି, ବରଂ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ଯୁଗର କିଛି ନେତାଙ୍କ ମଧ୍ୟରୁ ଜଣେ, ଯେଉଁମାନେ କୌଣସି ରାଜନୈତିକ ପୃଷ୍ଠଭୂମି ନଥିବା ସତ୍ତ୍ୱେ, ଉଚ୍ଚ ରାଜନୈତିକ ପଦବୀ ହାସଲ କରିଛନ୍ତି।
ସାମ୍ବିଧାନିକ ସଂଶୋଧନ, ଶକ୍ତିଶାଳୀ ସେନା, ୟାସୁକୁନି ମନ୍ଦିର ପରିଦର୍ଶନ, କଠୋର ଅନୁପ୍ରବେଶ ନିୟନ୍ତ୍ରଣ ଏବଂ ସମଲିଙ୍ଗୀ ବିବାହକୁ ବିରୋଧ କରି ଚର୍ଚ୍ଚାକୁ ଆସିଥିଲେ ଟାକାଇଚି । ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ସିଞ୍ଜୋ ଆବେଙ୍କ ଦୃଢ ସମର୍ଥକ ତଥା ସହଯୋଗୀ ଥିଲେ । ଚଳିତ ବର୍ଷ ଆରମ୍ଭରେ ସେ LDPର ସଭାପତି ହୋଇଥିଲେ ।ଶିଗେରୁ ଇଶିବାଙ୍କ ଇସ୍ତଫା ପରେ ଜାପାନ ଇନୋଭେସନ୍ ପାର୍ଟି ସହ ମେଣ୍ଟ କରି ସେ ସରକାରକୁ ଆସିଛନ୍ତି । ସାତ୍ସୁକି କାଟାୟାମାଙ୍କୁ ସେ ପ୍ରଥମ ମହିଳା ଅର୍ଥମନ୍ତ୍ରୀ ଭାବରେ ନିଯୁକ୍ତ କରିଛନ୍ତି ।

ତାକାଇଚି ପ୍ରାୟତଃ ଚୀନ୍ ବିରୁଦ୍ଧରେ ତାଙ୍କର ଦୃଢ଼ ମନୋଭାବ ପାଇଁ ଜଣାଶୁଣା। ସେ ଟୋକିଓର ୟାସୁକୁନି ମନ୍ଦିର ପରିଦର୍ଶନ କରନ୍ତି, ଯାହା ଜାପାନର ଯୁଦ୍ଧ ମୃତମାନଙ୍କୁ ସମ୍ମାନ ଜଣାଇଥାଏ, ଯାହା ପ୍ରାୟତଃ ପଡ଼ୋଶୀ ଦେଶମାନଙ୍କୁ କ୍ରୋଧିତ କରିଥାଏ। ସେ ଚୀନକୁ ତାଙ୍କର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ବୋଲି ମାନିଥାନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଆବେଙ୍କ ପରି ସେ ଜାପାନର ସାମରିକ ବାହିନୀକୁ ସୁଦୃଢ଼ ​​କରିବା ପାଇଁ ପଦକ୍ଷେପକୁ ସମର୍ଥନ କରନ୍ତି।

 

କିଏ ଏହି ପାକିସ୍ତାନୀ କ୍ରିକେଟର ? ଯିଏ ୩୮ ବର୍ଷ ବୟସରେ ଟେଷ୍ଟରେ କଲେ ଡେବ୍ୟୁ..

ନନ୍ଦିଘୋଷ ବ୍ୟୁରୋ: ୩୮ ବର୍ଷ ବୟସରେ କ୍ରିକେଟରେ ଡେବ୍ୟୁ । ସେ ପୁଣି ଟେଷ୍ଟ କ୍ରିକେଟ ଆଉ ଆନ୍ତର୍ଜାତୀୟ ମ୍ୟାଚ୍ । ଶୁଣିଲା ବେଳକୁ ବିଶ୍ବାସ ହେଉନି ନାଁ । ବାସ୍ତବିକ କହିବାକୁ ଗଲେ ପାକିସ୍ତାନ କ୍ରିକେଟରେ ଦେଖିବାକୁ ମିଳିଛି ଏଭଳି କିଛି ଦୃଶ୍ୟ । ରାଓ୍ବଲପିଣ୍ଡିରେ ପାକିସ୍ତାନ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନ୍ତିମ ଟେଷ୍ଟ ମ୍ୟାଚ ଖେଳାଯାଉଛି । ତେବେ ଏହି ମ୍ୟାଚରେ ପାକିସ୍ତାନ ପକ୍ଷରୁ ଡେବ୍ୟୁ କରିଛନ୍ତି କରିଛନ୍ତି ଆସିଫ୍ ଆଫ୍ରିଦ୍ । ଆସିଫ୍ଙ୍କୁ ଏବେ ୩୮ ବର୍ଷ ୨୯୯ ଦିନ । ଯେଉଁ ବୟସରେ କ୍ରିକେଟରମାନେ ଅବସର ନେବାକୁ ଚେଷ୍ଟା କରନ୍ତି ସେ ଏହି ବୟସରେ ଡେବ୍ୟୁ କରି ବେଶ ଚର୍ଚ୍ଚାରେ ରହିଛନ୍ତି । ତେବେ ସେ ଦ୍ବିତୀୟ ବୟସ୍କ ପାକିସ୍ତାନୀ କ୍ରିକେଟର ଭାବେ ଏହି ରେକର୍ଡ କରସିଛନ୍ତି । ଘରୋଇ କ୍ରିକେଟରେ ଫିକ୍ସିଂ ସହ ଜଡ଼ିତ ଥିବା କାରଣରୁ ତାଙ୍କୁ ୨୦୨୨ରୁ ବ୍ୟାନ କରାଯାଇଥିଲା ।

ପରେ ସେ ଭୁଲ ମାଗିବା ପରେ ତାଙ୍କ ଉପରୁ ବ୍ୟାନ୍ ହଟିଥିଲା । ଆଉ ଏବେ ତାଙ୍କୁ ପାକିସ୍ତାନର ଟେଷ୍ଟ ଦଳର ପ୍ଲେଇଙ୍ଗ ୧୧ରେ ସ୍ଥାନ ମିଳିଛି । ତେବେ ପ୍ରଥମ ଶ୍ରେଣୀ କ୍ରିକେଟରେ ତାଙ୍କ ଭଲ ପ୍ରଦର୍ଶନ ରହିଛି । ୫୭ଟି ପ୍ରଥମ ଶ୍ରେଣୀ କ୍ରିକେଟ ଖେଳି ୧୯୮ଟି ଓ୍ବିକେଟ ଅକ୍ତିଆର କରିଛନ୍ତି । ଏହାସହ ସେ ୧୬୩୦ ରନ କରିଛନ୍ତି । ଏହାସହ ୬୦ଟି ଲିଷ୍ଟ-ଏ ମ୍ୟାଚ ଖେଳି ୮୩ ଓ୍ବିକେଟ ଅକ୍ତିଆର କରିଛନ୍ତି । ଏହାସହ ୬୯୯ ରନ ମଧ୍ୟ କରିଛନ୍ତି । ଏହାସହ ସେ ପିଏସଏଲରେ ମଧ୍ୟ ଲାହୋର କଲନ୍ଦର ପକ୍ଷରୁ ଖେଳିଛନ୍ତି ।

ଆସୁଛି ବଡ଼ ବର୍ଷା ! ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର ..

ନନ୍ଦିଘୋଷ ବ୍ୟୁରୋ: ବଙ୍ଗୋପସାଗରରେ ସୃଷ୍ଟି ହେଲା ଆଉ ଏକ ଲଘୁଚାପ କ୍ଷେତ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଉପରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି  । ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ଆଗାମୀ ୩୬ ଘଣ୍ଟା ମଧ୍ୟରେ ଦକ୍ଷିଣ-ପଶ୍ଚିମ ଏବଂ ସଂଲଗ୍ନ ପଶ୍ଚିମ-କେନ୍ଦ୍ର ବଙ୍ଗୋପସାଗର ଉପରେ ଅବପାତର ରୂପ ନେବ। ଏହାର ପ୍ରଭାବରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ତେବେ ବାତ୍ୟା ନେଇ ବର୍ତ୍ତମାନ ସୁଦ୍ଧା କୌଣସି ସୂଚନା ନାହିଁ। ଏହା ସ୍ପଷ୍ଟ କରିଛନ୍ତି ଭୁବନେଶ୍ଵର ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ମନୋରମା ମହାନ୍ତି।

ସେ କହିଛନ୍ତି ବାତ୍ୟାର ହେବାର ୧୦-୧୨ ଦିନ ପୂର୍ବରୁ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଏ । ଏପର୍ଯ୍ୟନ୍ତ କୌଣସି ସୂଚନା ଆସିନି । ତେବେ ସପ୍ତାହେ ଯାଏଁ ବର୍ଷାର ଆକଳନ କରିଛି ପାଣିପାଗ ବିଭାଗ । ଏହି ଅବପାତ ଯୋଗୁଁ ରାଜ୍ୟରେ ଆସନ୍ତା ୫ରୁ ୭ ଦିନ ବର୍ଷା ହେବ । କେତେକ ସ୍ଥାନରେ ବିଜୁଳି, ଘଡ଼ଘଡ଼ି ହେବାର ମଧ୍ୟ ସତର୍କ ସୂଚନା ଦିଆଯାଇଛି । ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା ଜିଲ୍ଲାର କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ଅନୁଭୂତ ହେବାର ସମ୍ଭାବନା ରହିଛି। କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ଅନୁଗୁଳ, ନୟାଗଡ଼, କନ୍ଧମାଳ, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ଘଡ଼ଘଡ଼ି ବିଜୁଳି ସହ ବର୍ଷା ହୋଇପାରେ । ଆସନ୍ତାକାଲି ଦକ୍ଷିଣ ଓଡିଶାର କିଛି ଜିଲ୍ଲାରେ ହାଲୁକା ବର୍ଷା ହେବ । ୨୨ ଓ ୨୩ ତାରିଖରେ ଉପକୂଳବର୍ତ୍ତୀ ଓ ଦକ୍ଷିଣର ଆଭ୍ୟନ୍ତରୀଣ ଜିଲ୍ଲାରେ ବର୍ଷା ହେବାର ଆକଳନ କରିଛି ପାଣିପାଗ ବିଭାଗ । ୨୪ ତାରିଖ ବେଳକୁ ବର୍ଷା ବଢିବାର ସମ୍ଭାବନା ରହିଛି ।

ବିହାରରେ ୧୧ ଆସନରେ ମୁହାଁମୁହିଁ ହେବେ ମହାମେଣ୍ଟ

ନନ୍ଦିଘୋଷ ବ୍ୟୁରୋ: ବିହାରରେ ଏବେ ରାଜନୈତିକ ମାହୋଲ ବେଶ ସରଗରମ ହେବାରେ ଲାଗିଛି । ନେତାମାନେ ନିଜର ପ୍ରଚାର ଜୋରଦାର କରିଥିବାବେଳେ ଆସନ ଭାଗବଣ୍ଟାକୁ ନେଇ କିଛିଦିନ ହେବ ବହୁ ଚର୍ଚ୍ଚା ହୋଇ ଆସୁଛି । ତେବେ ମହାମେଣ୍ଟ ମଧ୍ୟରେ ସବୁ ଆସନରେ ଭାଗବଣ୍ଟା ହୋଇପାରିନି । ତେବେ ୧୧ ଆସନରେ ମହାମେଣ୍ଟ ନିଜ ନିଜ ମଧ୍ୟରେ ଟକ୍କର ଦେବେ । ତେବେ ୬ଟି ଆସନରେ କଂଗ୍ରେସ ଏବଂ ଆରଜେଡି ଉଭୟ ପ୍ରାର୍ଥୀ ଦେଇଥିବାବେଳେ ବାକି ଆସନରେ ବାମଦଳମାନେ ମଧ୍ୟ ପ୍ରାର୍ଥୀ ଦେଇଛନ୍ତି । ବୈଶାଳୀ ଆସନରେ ଆରଜେଡି ନେତା ଅଜୟ କୁଶଓ୍ବାହାଙ୍କ ସହ କଂଗ୍ରେସର ସଞ୍ଜୀବ କୁମାର ମୁହାଁମୁହିଁ ହେବେ । ସେପଟେ ଏହାର ଫାଇଦା ଏନଡିଏ ମେଣ୍ଟକୁ ହୋଇପାରେ ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଉଛନ୍ତି ।

କହି ରଖୁଛୁ କି, ବିହାରରେ ୨ଟି ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଯାଉଛି । ଆସନ୍ତା ୬ ଏବଂ ୧୧ ତାରିଖରେ ମତଦାନ । ଏବଂ ୧୪ ତାରିଖରେ ଫଳାଫଳ ଘୋଷଣା ହେବ । ପ୍ରଥମ ପର୍ଯ୍ୟାୟରେ ୧୨୧ ଏବଂ ଦ୍ବିତୀୟ ପର୍ଯ୍ୟାୟରେ ୧୨୨ ଆସନରେ ଭୋଟ ପଡ଼ିବ । ପ୍ରଥମ ପର୍ଯ୍ୟାୟର ନାମାଙ୍କନ ଦାଖଲର ଶେଷ ତାରିଖ ୧୭ ରହିଥିଲା । ଏବଂ ଦ୍ବିତୀୟ ପର୍ଯ୍ୟାର ଶେଷ ତାରିଖ ୨୦ ରହିଥିଲା । ଏବେ ପ୍ରାର୍ଥୀମାନେ ନିଜର ପ୍ରାର୍ଥୀପତ୍ର ଦାଖଲ କରିଥିବାବବେଳେ ନିଜର ଦମଦାର ପ୍ରଚାର ଆରମ୍ଭ କରିଛନ୍ତି । ଶକ୍ତି ପ୍ରଦର୍ଶନ ଲାଗି ମସସ୍ତ ଦଳ ଫୁଲ୍ ଦମରେ ଲାଗି ପଡ଼ିଛନ୍ତି ।

ବାଣ ଫୁଟାଇଲା ପ୍ରଶାସନ ; ଥରିଲା ୬ଟି ଗାଁ

ବାଲେଶ୍ବର : ବାଣ ଫୁଟାଇଲା ପ୍ରଶାସନ। ଥରିଲା ୬ଟି ଗାଁ। ଏତେ ବାଣ ଫୁଟାଇଲା ଯେ ଘରଦ୍ଵାର ଭାଙ୍ଗି ଯାଇଛି ଏବଂ କାନ୍ଥ ଫାଟି ଯାଇଛି । ଲୋକେ ଭୟରେ ଘର ଛାଡ଼ି ବାହାରକୁ ବାହାରି ଆସିଲେ । ଦୌଡ଼ାଦୌଡ଼ିରେ କେତେକ ଲୋକ ତଳେ ପଡ଼ି ଆହତ ହୋଇଛନ୍ତି । ଏପରି ଅଭାବନୀୟ ଘଟଣା ଘଟିଛି ବାଲେଶ୍ଵର ସୋର ବ୍ଲକ ତଳନଗର ପଞ୍ଚାୟତରେ । ଅଭିଯୋଗ ଅନୁସାରେ ଦୀପାବଳି ଆଗରୁ ବିଭିନ୍ନ ସ୍ଥାନରୁ ପ୍ରଶାସନ ବିପୁଳ ବାଣ ଜବତ କରିଥିଲା । ତାକୁ ନଷ୍ଟ କରିବା ପାଇଁ ଗାତ ଖୋଳି ସେହି ବାଣରେ ନିଆଁ ଲଗାଇ ଦିଆଯାଇଥିଲା । ଏତେ ବାଣ ଥିଲା ଯେ ତାହା ବୋମା ପରି ବିସ୍ଫୋରଣ ହୋଇଛି ।

ଆଖପାଖର ୬ଟି ଗାଁ ସାଲମପୁର, ଅସ୍ତବାଙ୍କ, ସୁନାରୀ, ତଳନଗର, ସବିରା, ରାଧିକାନଗର କ୍ଷତିଗ୍ରସ୍ତ ହୋଇଛି  । ଏ ସଂପର୍କରେ କିଛି ପରିବାର ଥାନାରେ ଅଭଯୋଗ କରିଛନ୍ତି  । ପ୍ରଶାସନର ଅପରିଣାମଦର୍ଶୀ କାମ ଯୋଗୁଁ ସେହି ଅଞ୍ଚଳରେ କୋକୁଆ ଭୟ ହେବା ସହିତ ଶତାଧିକ ଘର କ୍ଷତିଗ୍ରସ୍ତ ହୋଇଛି। ପ୍ରଭାବିତ ପରିବାରକୁ କ୍ଷତିପୂରଣ ପ୍ରଦାନ କରିବାକୁ ଦାବି କରିଛନ୍ତି ସ୍ଥାନୀୟ ସରପଞ୍ଚ।

ଆପଣଙ୍କ ଫୋନ୍ ପାଣିରେ ପଡ଼ିଗଲାକି ? ଆପଣାନ୍ତୁ ଏହି ଟିପ୍ସ …

ନନ୍ଦିଘୋଷ ବ୍ୟୁରୋ: ଆପଣଙ୍କ ଫୋନ୍ ପାଣିରେ ପଡ଼ି ଓଦା ହୋଇଯାଇଛି କି ? ତେବେ ଡ଼ରନ୍ତୁ ନାହିଁ କିଛି ଉପାୟ ଦ୍ବାରା ଆପଣଙ୍କ ଫୋନ୍ ମଧ୍ୟ ଠିକ ହେଇପାରିବ । ଅନେକ ଲୋକଙ୍କ ଫୋନ୍ ପାଣିରେ ପଡ଼ିଯାଏ । ତେଣୁ କିଛି ସହଜ ପଦ୍ଧତି ଆପଣ ଗ୍ରହଣ କରି ଆପଣ ନିଜ ଫୋନକୁ ପୁଣି ଥରେ ଚାଲୁ କରିପାରିବେ । ପାଣିରେ ଭିଜାଯାଇଥିବା ଫୋନକୁ ଶୁଖାଇବା ପାଇଁ ବିଭିନ୍ନ ପଦ୍ଧତି ରହିଛି । ତେବେ ଜାଣନ୍ତୁ ଫୋନକୁ ଶୁଖାଇବା ପାଇଁ କେଉଁ ଉପାୟ କରିବା .. ଆସନ୍ତୁ ଜାଣିବା…

ଆପଣଙ୍କ ସ୍ମାର୍ଟଫୋନ୍ ସୁଇମିଂ ପୁଲ୍, ଶୌଚାଳୟ କିମ୍ବା ବର୍ଷା ହେଉ ଓଦା ହେଇଗଲେ, ପାଣି ଆପଣଙ୍କ ଫୋନର ଆଭ୍ୟନ୍ତରୀଣ ସର୍କିଟ୍ରିକୁ ବହୁତ କ୍ଷତି ପହଞ୍ଚାଇପାରେ। କିନ୍ତୁ ଯଦି ଆପଣ ତୁରନ୍ତ ସଠିକ୍ ପଦକ୍ଷେପ ନିଅନ୍ତି ତେବେ ଆପଣ ଆପଣଙ୍କ ଫୋନକୁ କ୍ଷତିରୁ ରକ୍ଷା କରିପାରିବେ । ଭୟଭୀତ ହେବା ପରିବର୍ତ୍ତେ ଏଠାରେ ଛଅଟି ସହଜ ପଦକ୍ଷେପ ଦିଆଯାଇଛି ଯାହା ଦ୍ୱାରା ଆପଣ ଆପଣଙ୍କର ଓଦା ଫୋନ୍ ସୁରକ୍ଷିତ ରଖିପାରିବେ।

ପାଣିରେ ଫୋନ ପଡ଼ିଯିବା ମାତ୍ରେ ତୁରନ୍ତ ଫୋନଟିକୁ ବାହାର କରିଦିଅନ୍ତୁ । ଫୋନଟି ଯେତେ ଅଧିକ ସମୟ ପାଣିରେ ରହିବ, ଏହା ସେତେ ଅଧିକ କ୍ଷତି କରିବ। କିଛି ସେକେଣ୍ଡ ମଧ୍ୟରେ ଏହାକୁ ବାହାର କରିଦିଅନ୍ତୁ । ପରେ ଆପଣଙ୍କ ଫୋନକୁ ତୁରନ୍ତ ବନ୍ଦ କରନ୍ତୁ (ଯଦି ଏହା ଚାଲୁ ଅଛି)। ଯଦି ସ୍କ୍ରିନ୍ କଳା ହୋଇଯାଏ କିମ୍ବା ଫୋନ୍ ପୁନଃଆରମ୍ଭ ହୁଏ, ତେବେ ଏହାକୁ ବନ୍ଦ ରଖନ୍ତୁ । ବିଦ୍ୟୁତ୍ କରେଣ୍ଟ ସର୍ଟ ସର୍କିଟ୍ ସୃଷ୍ଟି କରିପାରେ, ଯାହା ଆପଣଙ୍କ ଫୋନ୍‌କୁ ସମ୍ପୂର୍ଣ୍ଣ କ୍ଷତି ପହଞ୍ଚାଇପାରେ ।

ସମସ୍ତ ବାହ୍ୟ ଅଂଶ କାଢ଼ିଦିଅନ୍ତୁ । ଫୋନର କଭର କାଢ଼ିଦିଅନ୍ତୁ ଯାହା ଦ୍ୱାରା ଫୋନ ଭିତରେ ଆର୍ଦ୍ରତା ଶୀଘ୍ର ଶୁଖିଯିବ। ଏକ ସେଫ୍ଟି ପିନ୍ ବ୍ୟବହାର କରି ସିମ୍ ଟ୍ରେ କାଢ଼ିଦିଅନ୍ତୁ ଏବଂ ସିମ୍ ଏବଂ ମେମୋରୀ କାର୍ଡ କାଢ଼ିଦିଅନ୍ତୁ । ଯଦି କୌଣସି କେବୁଲ୍ କିମ୍ବା ଆସେସୋରିଜ୍ ଲାଗିଥାଏ, ତେବେ ସେଗୁଡ଼ିକୁ ତୁରନ୍ତ କାଢ଼ିଦିଅନ୍ତୁ ।

ଫୋନକୁ ନରମ, ଶୁଖିଲା ଏବଂ ଶୋଷକ କପଡାରେ ପୋଛି ଦିଅନ୍ତୁ। ପୋର୍ଟ, ସ୍ପିକର ଏବଂ ବଟନଗୁଡିକ ପାଖରେ ବିଶେଷ ସତର୍କ ରୁହନ୍ତୁ। ପୋର୍ଟରୁ ଯେକୌଣସି ପାଣି ବୁନ୍ଦା ବାହାର କରିବା ପାଇଁ ଫୋନକୁ ଧୀରେ ହଲାନ୍ତୁ। ମନେରଖନ୍ତୁ ଯେ ଫୋନକୁ ଜୋରରେ ହଲାଇବା କିମ୍ବା ଝଟକା ଦେବା ଦ୍ୱାରା ପାଣି ଭିତରକୁ ଆହୁରି ବ୍ୟାପିପାରେ।

ଫୋନଟିକୁ ଏକ ସିଲଡ୍ ବ୍ୟାଗ କିମ୍ବା ପାତ୍ରରେ ରଖନ୍ତୁ ଏବଂ ସିଲିକା ଜେଲର ଛୋଟ ପ୍ୟାକେଟରେ ଭର୍ତ୍ତି କରନ୍ତୁ। ଯଦି ସିଲିକା ଜେଲ୍ ଉପଲବ୍ଧ ନାହିଁ ତେବେ ଫୋନ୍‌କୁ ଚାଉଳରେ ଘୋଡ଼ାଇ ଦିଅନ୍ତୁ। ଚାଉଳ ଆର୍ଦ୍ରତା ଶୋଷଣ କରିବାରେ ସାହାଯ୍ୟ କରେ। ଏହାକୁ ଅତି କମରେ ୨୪-୪୮ ଘଣ୍ଟା ପାଇଁ ଛାଡି ଦିଅନ୍ତୁ।

ଆପଣଙ୍କ ଫୋନକୁ ଚାର୍ଜ କରିବାକୁ କିମ୍ବା ଚାଲୁ କରିବାକୁ ଶୀଘ୍ରତା କରନ୍ତୁ ନାହିଁ। ଏହାକୁ ଅତି କମରେ ୨୪-୪୮ ଘଣ୍ଟା ପର୍ଯ୍ୟନ୍ତ ଶୁଖିବାକୁ ଦିଅନ୍ତୁ। ଏହି ପ୍ରକ୍ରିୟାରେ ସଫଳତାର ଚାବିକାଠି ହେଉଛି ଧର୍ଯ୍ୟ।

 

ବିହାର ରାଜନୀତିରେ ନୂଆ କାହାଣୀ ! ବଡ଼ ପରିବର୍ତ୍ତନର ସଙ୍କେତ ..

ନନ୍ଦିଘୋଷ ବ୍ୟୁରୋ: ବିହାର ନିର୍ବାଚନ ପାଇଁ ଦୃଶ୍ୟପଟ ପ୍ରସ୍ତୁତ ହୋଇସାରିଛି ଏବଂ ପରିବେଶ ମଧ୍ୟ ସନ୍ତୁଳିତ ଅଛି । ଅଭିନେତାମାନେ ଏବେ ଉଭା ହୋଇଛନ୍ତି, ନିଜ ନିଜ କ୍ଷେତ୍ରରେ ରାଜନୈତିକ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛନ୍ତି । ଏହର ପଢିଲା ପରେ ଆପଣ କହିପାରିବେ ଯେ ପ୍ରତ୍ୟେକ ନିର୍ବାଚନରେ ​​ଏହା ଘଟେ ଯେମିତିକି ନେତାମାନେ ମଇଦାନରେ ପ୍ରବେଶ କରନ୍ତି, ମେଣ୍ଟ ଗଠନ ହୁଏ, ଏବଂ ଆସନ ବୁଝାମଣା ହୁଏ । ଏଥର କ’ଣ ବିଶେଷ ରହିଛି ? ତେବେ ଉପରୋକ୍ତ କଥା ସାଧାରଣ କିନ୍ତୁ ପରଦା ପଛର କାହାଣୀ ଏବଂ ଏବେ ପରଦାରେ ଯାହା ପ୍ରଦର୍ଶିତ ହେଉଛି ତାହା ବିହାରକୁ ପୁନଃପରିଭାଷିତ କରୁଛି । ପାର୍ଥକ୍ୟ ଏତିକି ଯେ ଏଥର “ସେଣ୍ଟର ପଏଣ୍ଟ” ବଦଳି ଯାଇଛି । ପ୍ରକୃତରେ ଜେଡ଼ିୟୁ ପୂର୍ବରୁ ଯେଉଁ ଭୂମିକା ଗ୍ରହଣ କରିଥିଲା ​​ତାହା ଏବେ ଭାରତୀୟ ଜନତା ପାର୍ଟି ଦ୍ୱାରା ଗ୍ରହଣ କରାଯାଇଛି । ଅନ୍ୟପକ୍ଷରେ କଂଗ୍ରେସ ଯାହା ଏପର୍ଯ୍ୟନ୍ତ ରାଷ୍ଟ୍ରୀୟ ଜନତା ଦଳର ଛାଇରେ ଥିଲା ଏବେ ଆଲୋଚନାର କେନ୍ଦ୍ରରେ ଅଛି ।

ଏଥର ବିଜେପି ଏକ “ନେତା” ଭୂମିକା ଗ୍ରହଣ କରିଛି, ଯାହା ଆସନ ବଣ୍ଟନ ଠାରୁ ଆରମ୍ଭ କରି ଏହାର ସହଯୋଗୀ ଦଳମାନଙ୍କ ସହିତ ସମନ୍ୱୟ ପର୍ଯ୍ୟନ୍ତ ସବୁକିଛିରେ କେନ୍ଦ୍ରୀୟ ଥିଲା। ପରିବର୍ତ୍ତନ ହେଉଛି ଯେ ବିଗତ ନିର୍ବାଚନରେ, ଏହି ଭୂମିକା ମୁଖ୍ୟତଃ JDUର ଥିଲା, ଯେଉଁଥିରେ BJP ସମର୍ଥନ ଯୋଗାଇଥିଲା। କିନ୍ତୁ ଏଥର JDU ରାଜନୈତିକ ଭାବରେ ଦୁର୍ବଳ ହୋଇଥିବା ଦେଖାଯାଇଛି ଏବଂ BJP ସେଣ୍ଟର ପଏଣ୍ଟରେ ଅଛି । ଏହା ଆଗାମୀ ରାଜନୈତିକ ଦିଗରେ ବଡ଼ ପରିବର୍ତ୍ତନର ଆଭାସ ଦେଉଛି । ସେହିପରି ମହାଗଠବନ୍ଧନରେ କଂଗ୍ରେସ ଏଥର ସେଣ୍ଟର ପଏଣ୍ଟରେ ରହିଛି । ପ୍ରକୃତରେ RJD ର ଛାଇ ତଳେ ଥିବା କଂଗ୍ରେସ ବିହାରର ରାଜନୈତିକ ଆଲୋଚନାରୁ ପ୍ରାୟ ବାହାରେ ରହୁଥିବା ବେଳେ ସେ ଏଥର କେବଳ ମହାଗଠବନ୍ଧନ ନୁହେଁ ବରଂ ବିହାର ରାଜନୀତିର ମଧ୍ୟ ଆଲୋଚନାର କେନ୍ଦ୍ରରେ ଅଛନ୍ତି । ଏହା ସ୍ପଷ୍ଟ ଭାବରେ ଆଗାମୀ ରାଜନୈତିକ ଦୃଶ୍ୟପଟର ଏକ ସଙ୍କେତ, କାରଣ ଆରଜେଡି ଆଉ ଲାଲୁ ଯାଦବ ନିଜର ଶକ୍ତି ଦେଖାଇପାରୁନାହାଁନ୍ତି ଏପଟେ ତେଜସ୍ୱୀ ଯାଦବ ନିଜେ ବର୍ତ୍ତମାନ ଲାଲୁ ଯାଦବଙ୍କ ଛାଇ ତଳେ ତାଙ୍କର ରାଜନୈତିକ କ୍ୟାରିଅର ଗଢୁଛନ୍ତି । ଫଳସ୍ୱରୂପ କଂଗ୍ରେସ ଦଳ ପୁଣି ଥରେ ବିହାର ରାଜନୀତିରେ ନିଜ ପାଇଁ ଏକ ଖୋଲା କ୍ଷେତ୍ର ଦେଖୁଛି ଯେଉଁଠାରେ ଏହା ଉପରକୁ ଉଠିବାକୁ ଆଗ୍ରହୀ ଦେଖାଯାଉଛି।

ବିଜେପି ରାଜନୈତିକ ‘ମୁଖିଆ’ ପାଲଟିଛି

ଦୀର୍ଘ ସମୟ ଧରି ବିହାର ରାଜନୀତିରେ JDU ଆସନ ବଣ୍ଟନ, ମେଣ୍ଟ ପରିଚାଳନା ଏବଂ ନିର୍ବାଚନ ସମନ୍ୱୟର କେନ୍ଦ୍ରରେ ରହିଆସିଛି। ବିଜେପିକୁ ପୂର୍ବରୁ ଏକ ସହଯୋଗୀ ଭାବରେ ଦେଖାଯାଉଥିଲା। କିନ୍ତୁ ଏଥର ସମୀକରଣ ଓଲଟପାଲଟ ହୋଇଛି । NDA ଭିତରେ ଆସନ ବଣ୍ଟନ ଠାରୁ ପ୍ରାର୍ଥୀ ଚୟନ ପର୍ଯ୍ୟନ୍ତ ବିଜେପିକୁ “ନେତା” ଭାବରେ ଦେଖାଯାଉଛି । JDU ଗତଥର ତୁଳନାରେ କମ୍ ଆସନ ଜିତିଥିଲେ ମଧ୍ୟ ବିଜେପି ଅନେକ ଆସନରେ ନୂତନ ପ୍ରାର୍ଥୀଙ୍କୁ ଛିଡ଼ା କରିଥିଲା ​​ଏବଂ ସମନ୍ୱୟ ପ୍ରକ୍ରିୟାରେ ମଧ୍ୟ ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥିଲା। ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ ଏହି ପରିବର୍ତ୍ତନ କେବଳ ଆସନ ବଣ୍ଟନର ବିଷୟ ନୁହେଁ, ବରଂ ରାଜନୈତିକ ଦିଗରେ ପରିବର୍ତ୍ତନର ସଙ୍କେତ ମଧ୍ୟ ଦେଉଛି। ନୀତିଶ କୁମାରଙ୍କ ରାଜନୈତିକ ଧରଣୀ ଏବେ ବି ଦୃଢ଼ ହୋଇପାରେ, ବିଜେପି ଏହାର କାର୍ଯ୍ୟଶୈଳୀ ମାଧ୍ୟମରେ ସ୍ପଷ୍ଟ କରିଛି ଯେ ଏହା ଏବେ ଏକ “କେନ୍ଦ୍ରୀୟ” ଭୂମିକା ଗ୍ରହଣ କରିବ।

ଜେଡିୟୁର ଭୂମିକାରେ ଶିଥିଳତା

ଏହା ପ୍ରଥମ ଥର ଯେ ଜେଡିୟୁ ପୂର୍ବ ଅପେକ୍ଷା ନିର୍ବାଚନ ପରିଚାଳନାରେ ଟିକିଏ ଅଧିକ ନିଷ୍କ୍ରିୟ ଦେଖାଯାଉଛି। ପ୍ରାର୍ଥୀ ଚୟନ ପାଇଁ ଦଳର ପୂର୍ବ ଆକ୍ରମଣାତ୍ମକ ଆଭିମୁଖ୍ୟ ଏଥର ହଜିଯାଉଛି। ଏହି ପରିବର୍ତ୍ତନକୁ ଦୁଇଟି ଦୃଷ୍ଟିକୋଣରୁ ଦେଖାଯାଉଛି: ପ୍ରଥମତଃ ଦଳର ଆତ୍ମବିଶ୍ୱାସ ଦୁର୍ବଳ ହୋଇଛି, ଏବଂ ଦ୍ୱିତୀୟତଃ ଜେଡିୟୁ କିଛି ପ୍ରକାଶ ନକରି କିମ୍ବା ନକହି ନୀରବରେ ବିଜେପିର ବଢ଼ୁଥିବା ରାଜନୈତିକ ପ୍ରଭାବକୁ ଗ୍ରହଣ କରୁଛି। ବିଜେପି ଏହି ଶିଥିଳତାର ରଣନୀତିକ ଲାଭ ଉଠାଇଛି। ବିଜେପି ବର୍ତ୍ତମାନ ନିର୍ବାଚନ ପ୍ରଚାର ଏବଂ ରାଜନୈତିକ ବର୍ଣ୍ଣନା ସ୍ଥାପନ କରିବାରେ ଆଗରେ ଥିବା ପରି ମନେ ହେଉଛି ଏବଂ ଏହି ନିର୍ବାଚନରେ ​​ଏନଡିଏର ଦିଗକୁ ଆଗେଇ ନେଉଛି।

କଂଗ୍ରେସର ‘ପୁନଃପ୍ରବେଶ’ ସମୀକରଣକୁ ବଦଳାଇଦେଲା

ଦ୍ୱିତୀୟ ମୋର୍ଚ୍ଚା ମହାଗଠବନ୍ଧନ ଭିତରେ ମଧ୍ୟ “ସେଣ୍ଟର ପଏଣ୍ଟରେ” ପାଲଟି ଯାଇଛି। ଏପର୍ଯ୍ୟନ୍ତ କଂଗ୍ରେସ ରାଜନୀତିରେ ସୀମାହୀନ ହୋଇଯାଇଥିଲା – RJD ଛାଇ ତଳେ ଏହାର ରାଜନୈତିକ ଓଜନ ହ୍ରାସ ପାଇଥିଲା। କିନ୍ତୁ ଏଥର କଂଗ୍ରେସ କେନ୍ଦ୍ର ପର୍ଯ୍ୟାୟକୁ ଫେରିବା ପରି ମନେ ହେଉଛି। ଆସନ ବଣ୍ଟନ ଠାରୁ ପ୍ରଚାର ଯୋଜନା ପର୍ଯ୍ୟନ୍ତ, କଂଗ୍ରେସର ଭୂମିକା ବିସ୍ତାରିତ ହୋଇଛି, ଏବଂ ଦଳୀୟ ନେତୃତ୍ୱ ଏହାକୁ “ରାଜନୈତିକ ପୁନଃଉଦ୍ଘାଟନ” ପାଇଁ ଏକ ସୁଯୋଗ ଭାବରେ ଦେଖୁଛନ୍ତି। କଂଗ୍ରେସର ଏହି ଉତ୍ଥାନ ମଧ୍ୟ ଗୁରୁତ୍ୱପୂର୍ଣ୍ଣ କାରଣ ଲାଲୁ ପ୍ରସାଦ ଯାଦବଙ୍କ ପରି ଜଣେ ପ୍ରମୁଖ ବ୍ୟକ୍ତି ଆଉ ମହାଗଠବନ୍ଧନରେ ନାହାନ୍ତି। ତେଜସ୍ୱୀ ଯାଦବ ଏବେ ବି ଲାଲୁ ଯାଦବଙ୍କ ରାଜନୈତିକ ଛାଇରେ ନିଜର ପରିଚୟ ପ୍ରତିଷ୍ଠା କରୁଛନ୍ତି। ଏହା କଂଗ୍ରେସକୁ ତା’ର “ପୁରୁଣା ସ୍ଥାନ” ପୁନର୍ବାର ପାଇବା ପାଇଁ ସୁଯୋଗ ଦେଇଛି।

ଆଗାମୀ ସମୟରେ ରାଜନୈତିକ ପରିବର୍ତ୍ତନ

ରାଜନୈତିକ ବିଶ୍ଳେଷକମାନେ କେନ୍ଦ୍ରରେ ବିଜେପିର ବର୍ଦ୍ଧିତ ଭୂମିକା ଏବଂ କଂଗ୍ରେସର ପୁନଃପ୍ରବେଶକୁ ଦୁଇଟି ନୂଆ ରାଜନୈତିକ ସଙ୍କେତ ଭାବରେ ଦେଖୁଛନ୍ତି ଯାହା ବିହାରର ଗତିପଥ ବଦଳାଇପାରେ। ପ୍ରଥମତଃ ଏନଡିଏ ଭିତରେ ବିଜେପିର ନିର୍ଣ୍ଣାୟକ ସ୍ଥିତି ଜେଡିୟୁର ପ୍ରଭାବ ହ୍ରାସ ପାଇବାର ସଙ୍କେତ ଦିଏ। ଦ୍ୱିତୀୟତଃ ମହାଗଠବନ୍ଧନରେ କଂଗ୍ରେସର ବର୍ଦ୍ଧିତ ପ୍ରାସଙ୍ଗିକତା ପ୍ରମାଣ କରେ ଯେ ଆରଜେଡି ଆଉ ଲାଲୁ ଯାଦବଙ୍କ ଶିଥିଳତା। ଏହି ପରିବର୍ତ୍ତିତ ସମୀକରଣ ମଧ୍ୟରେ ନିର୍ବାଚନୀ ପ୍ରତିଯୋଗିତା କେବଳ ଆସନ ଉପରେ ନୁହେଁ ବରଂ “ରାଜନୈତିକ କାହାଣୀ” ଉପରେ ମଧ୍ୟ ଆଧାରିତ ହେବ। ଏଥର ବିଜେପି ସମଗ୍ର ନିର୍ବାଚନ ବାର୍ତ୍ତାକୁ ନିଜ ଢଙ୍ଗରେ ପରିଚାଳନା କରୁଛି ଯେତେବେଳେ କଂଗ୍ରେସ ବିରୋଧୀ ମୋର୍ଚ୍ଚାରେ ନିଜର ପରିଚୟ ପୁନର୍ବାର ପାଇବାକୁ ଚେଷ୍ଟା କରୁଛି।

୨୦୨୫ ବିହାର ନିର୍ବାଚନରେ ​​ଚରିତ୍ରଗୁଡ଼ିକ ସମାନ ରହିଛି, କିନ୍ତୁ ଭୂମିକା ପରିବର୍ତ୍ତନ ହୋଇଛି। ବିଜେପି ଏବେ ଏକ “ସେଣ୍ଟର ପଏଣ୍ଟ” ଭାବରେ ନିର୍ବାଚନ ରଣାଙ୍ଗନରେ ଅଛି, “ସହଯୋଗୀ” ନୁହେଁ। ଏହି ସମୟରେ ଏକଦା ପାର୍ଶ୍ଵବର୍ତ୍ତୀ କଂଗ୍ରେସ ଏବେ ରାଜନୈତିକ ଆଲୋଚନାର କେନ୍ଦ୍ରରେ ଅଛି। ଜେଡିୟୁର ଦୁର୍ବଳ ହେଉଥିବା ନିୟନ୍ତ୍ରଣ ଏବଂ ଆରଜେଡିର ଦୁର୍ବଳ ହେଉଥିବା କେନ୍ଦ୍ରୀୟତା ଏହି ଦୁଇ ଶକ୍ତିର ଉତ୍ଥାନକୁ ଆହୁରି ମଜବୁତ କରୁଛି। ଏହି ପରିବର୍ତ୍ତନ ବିହାରର ରାଜନୀତିର ଭବିଷ୍ୟତ ଗତିପଥକୁ ମଧ୍ୟ ନୂତନ ଆକାର ଦେଇପାରେ ।

 

ଶୁଭମିତ୍ରା ଓ ଅପର୍ଣ୍ଣା ପ୍ରିୟଦର୍ଶିନୀ ମୃତ୍ୟୁ ଘଟଣା ; ଜେଲରେ ଦୀପକକୁ ଝାଳବୁହା ଜେରା

ଭୁବନେଶ୍ବର : କନଷ୍ଟେବଳ ଶୁଭମିତ୍ରା ଓ ଅପର୍ଣ୍ଣା ପ୍ରିୟଦର୍ଶିନୀ ମର୍ଡର କେସ। ଝାରପଡା ଜେଲରେ ମୃତ ଅପର୍ଣ୍ଣାଙ୍କ ସ୍ୱାମୀ ଦୀପକ ରାଉତଙ୍କୁ ପଚରାଉଚରା। ଝାରପଡା ଜେଲରେ ପଚରାଉଚରା କଲା ଖୁଣ୍ଟୁଣୀ ପୋଲିସ। ଆଜି ସକାଳୁ ୩ ଘଣ୍ଟା ଧରି ଦୀପକଙ୍କୁ ଝାଳବୁହା ଜେରା କରିଛି ଖୁଣ୍ଟୁଣୀ ପୋଲିସ। ପ୍ରଥମ ପତ୍ନୀ ଅପର୍ଣ୍ଣାଙ୍କୁ ହତ୍ୟା କରି ଆତ୍ମହତ୍ୟାର ରୂପ କାହିଁକି ଦେଇଥିଲା ଦୀପକ ସେନେଇ ଦୀପକକୁ ଜେରା କରିଛି ପୋଲିସ। କୋର୍ଟଙ୍କ ନିର୍ଦ୍ଦେଶରେ ଝାରପଡା ଜେଲରେ ୩ଘଣ୍ଟା ଧରି ଦୀପକକୁ ପଚରାଉଚରା କରିଥିଲା ପୋଲିସ। ଜେରା ବେଳେ କିଛି ତଥ୍ୟ ଖୁଣ୍ଟୁଣି ପୋଲିସ ହାତରେ ଲାଗିଛି।

ପ୍ରଥମ ସ୍ତ୍ରୀ ଅପର୍ଣ୍ଣା ଓ ଦୀପକଙ୍କ ପ୍ରେମ ସମ୍ପର୍କ ମଧ୍ୟରେ ପାଚେରୀ ତିଆରି କରିଥିଲେ ଧରମ ଭଉଣୀ। ସିପି ଅଫିସରେ କାର୍ଯ୍ୟ କରୁଥିବା ଜଣେ ମହିଳା କନଷ୍ଟେବଳ ବାରମ୍ବାର ନିଜକୁ ଦୀପକଙ୍କ ଧରମ ଭଉଣୀ କହିବା ସହ ଧମକାଉଥିଲେ। ଦୀପକଙ୍କ ଠାରୁ ଦୂରେଇ ଯିବାକୁ ପରୋକ୍ଷରେ କହୁଥିଲେ। ଏପରିକି ଅପର୍ଣ୍ଣା RI ଭାବେ ଚାକିରୀ କରିଥିବାରୁ ତାଙ୍କ ନାଁରେ ଏକ ଲୋନ କରି ମାଛ ଚାଷ କରିଥିଲେ ଏହି ଧରମ ଭଉଣୀ ଜଣଙ୍କ। ୨୦୨୨ ମାର୍ଚ୍ଚ ୧୭ ତାରିଖରେ ଏକ ଖୁଣ୍ଟୁଣି ଠାରେ ଏକ ଦୁର୍ଘଟଣାର ଖବର ପାଇଥିଲେ ଅପର୍ଣ୍ଣାଙ୍କ ପରିବାର। କିନ୍ତୁ ଏହା ଦୁର୍ଘଟଣା ନୁହେଁ, ବରଂ ସୁପରିକଳ୍ପିତ ହତ୍ୟା ବୋଲି ପୂର୍ବରୁ ଖୁଣ୍ଟୁଣି ଥାନାରେ ଅଭିଯୋଗ ଆଣିଥିଲେ ଅପର୍ଣ୍ଣାଙ୍କ ଭଉଣୀ। ଯେଉଁ ଅଭିଯୋଗକୁ ଆଧାର କରି ଜେଲ ଭିତରେ ଆଜି ସକାଳୁ ଜେରା କରାଯାଇଥିବା ସୂଚନା ଦେଇଛନ୍ତି ଜେଲ କର୍ତ୍ତୃପକ୍ଷ।