spot_img
Home Blog Page 330

ଶ୍ରୀମନ୍ଦିରରେ ଆଜି ପବିତ୍ର ଦଶହରା, ସୁନାବେଶରେ ଦର୍ଶନ ଦେବେ ମହାପ୍ରଭୁ

ପୁରୀ : ଶ୍ରୀମନ୍ଦିରରେ ଆଜି ପବିତ୍ର ଦଶହରା ବା ବିଜୟାଦଶମୀ ଅବସରରେ ଶ୍ରୀଜୀଉ ମାନଙ୍କର ଅନୁଷ୍ଠିତ ହେବ ସୁନାବେଶ । ମହାପ୍ରଭୁ ଏହି ରାଜରାଜଶ୍ୱେର ବେଶରେ ସଜ୍ଜିତ ହୋଇ ଅଗଣିତ ଭକ୍ତ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅବକାଶ ନୀତି ପରେ ଚନ୍ଦନଲାଗି ଅନୁଷ୍ଠିତ ହେବା ସହ ନୂଆଲୁଗା ଲାଗି କରାଯିବା ସଜ ବିଭିନ୍ନ ପ୍ରକାରର ସ୍ୱର୍ଣ୍ଣ ଅଳଙ୍କାରରେ ଭୂଷିତ ହୋଇ ସୁନାବେଶ ଅନୁଷ୍ଠିତ ହେବ । ପବିତ୍ର ଦଶହରା ଅବସରରେ ଶ୍ରୀମନ୍ଦିରରେ ଆୟୁଧ ପୂଜାନୀତି ସମ୍ପର୍ଣ୍ଣ କରାଯିବ । ସକାଳଧୂପ ସରିବା ପରେ ଆୟୁଧମାନଙ୍କୁ ମହାସ୍ନାନ ପୂର୍ବକ ବରୁଣ ପୂଜା କରାଯିବ । ମେକାପ ତିନୋଟି ରୁପା ଥାଳିରେ ଆୟୁଧ ରଖି ତଳୁଛ ଓ ପ୍ରଧାନୀ ସେବାୟତଙ୍କ ସହ ତିନିଥର ବଡ଼ଦେଉଳକୁ ପରିକ୍ରମା କରିବା ପରେ ପୁଷ୍ପାଳକ ବଳଭଦ୍ରଙ୍କ ବାଡ଼ରେ ହଳମୂଷଳ , ସୁଭଦ୍ରାଙ୍କ ବାଡ଼ରେ ସୁବର୍ଣ୍ଣ ତଡ଼କୀ ଓ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାଡ଼ରେ ଶଙ୍ଖଚକ୍ର ଆୟୁଧ ଲାଗି କରିବେ। ସେପଟେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ, ରାମକୃଷ୍ଣ ବୀରବେଶ ଧାରଣ କରି ଶ୍ରୀଜଗନ୍ନାଥ ବଲ୍ଲଭ ମଠ ସ୍ଥିତ ମହାଖଳା ବା ଦଶହରା ପଦାକୁ ବିଜେ କରିବାର ପରମ୍ପରା ରହିଛି। ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶକୁ ଦର୍ଶନ କରିବା ପାଇଁ ପୁରୀରେ ପ୍ରବଳ ଭକ୍ତଙ୍କ ସମାଗମ ହେବ।

ମହାପ୍ରଭୁଙ୍କର ୫ଟି ସୁନାବେଶ ଭିତରୁ ବିଜୟାଦଶମୀ ,କାର୍ତ୍ତିକ ପୂର୍ଣ୍ଣିମା ,ଫଗୁ ଦଶମୀ ,ଦୋଳପୁର୍ଣିମା ଓ ରଥ ଉପରେ ଗୋଟିଏ ହରିଶୟନ ଏକାଦଶୀ ବାହୁଡ଼ା ଯାତ୍ରାରେ ସୁନାବେଶ ହୋଇଥାଏ । ସୁନାବେଶରେ ମହାପ୍ରଭୁ ମହଣ ମହଣ ସ୍ୱର୍ଣ୍ଣ ଅଳଙ୍କାରରେ ବିଭୂଷିତ ହୋଇଥାନ୍ତି । ଆଉ ଏହି ବେଶରେ ବେଶରେକିରିଟି,ଚୂଳ,ଚନ୍ଦ୍ରିକା, ଆଡକାନି,ଚନ୍ଦ୍ରସୂର୍ଯ୍ଯ, ଶ୍ରୀଭୁଜ, ଶ୍ରୀପୟର, ଘାଗଡା ମାଳି ଆଦି ସ୍ୱର୍ଣ୍ଣାଳଙ୍କାରରେ ବିଭୁଷିତ ହୋଇଛନ୍ତି ମହାପ୍ରଭୁ।

ଆଜି ବିଜୟା ଦଶମୀ ; ମଣ୍ଡପରେ ଚାଲିଛି ମାଆଙ୍କ ପୂଜାର୍ଚ୍ଚନା

ନନ୍ଦିଘୋଷ ବ୍ୟୁରୋ: ଆଜି ବିଜୟା ଦଶମୀ। ମହାମାୟାଙ୍କ ଦଶମୀ ଉତ୍ସବ। ମଣ୍ଡପରେ ଚାଲିଛି ମାଆଙ୍କ ପୂଜାର୍ଚ୍ଚନା। ଚାରିଆଡ଼େ ଆଧ୍ୟାତ୍ମିକ ପରିବେଶ। ହୋମ ଯଜ୍ଞ ଓ ମନ୍ତ୍ରପାଠରେ ପ୍ରକମ୍ପିତ ହେଉଛି ମଣ୍ଡପ ଓ ପୀଠ। ମାଆଙ୍କୁ ଦର୍ଶନ କରିବାକୁ ସବୁ ମଣ୍ଡପରେ ଭିଡ଼ ଲାଗିଛି। ଆଜି ବିଜୟାଦଶମୀ ଅବସରରେ ଅନୁଷ୍ଠିତ ହେବ ରାବଣ ପୋଡି।

ବିଜୟାଦଶମୀ ଅବସରରେ କଟକ, ଭୁବନେଶ୍ଵ ଓ ଖୋର୍ଦ୍ଧାରେ ବେଶ ଧୁମଧାମରେ ଅନୁଷ୍ଠିତ ହୋଇଥାଏ ରାବଣ ପୋଡ଼ି ଉତ୍ସବ। ଅସତ୍ୟ ଉପରେ ସତ୍ୟର ବିଜୟ ସ୍ବରୂପ ପ୍ରତିବର୍ଷ ଧୁମଧାମରେ ଏହି ପର୍ବ ଅନୁଷ୍ଠିତ ହୋଇଥାଏ। ଶାନ୍ତି ଶୃଙ୍ଖଳା ଓ ସୁରକ୍ଷା ତଥା ଟ୍ରାଫିକ ପରିଚାଳନା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

JDUକୁ ଲାଗିପାରେ ବଡ଼ ଝଟକା, RJD ରେ ମିଶିବେ ଡାକ୍ତର ସଞ୍ଜିବ !

ନନ୍ଦିଘୋଷ ବ୍ୟୁରୋ: ଆଗାମୀ ଦିନରେ ବିହାରରେ ନିର୍ବାଚନ ହେବାକୁ ଥିବାବେଳେ ଏବେଠାରୁ ମାହୋଲ ବେଶ ସରଗରମ ହେବାରେ ଲାଗିଛି । ନେତାଙ୍କ ଦଳ ଡିଆଁ ପର୍ବ ମଧ୍ୟ ଆରମ୍ଭ ହୋଇଗଲାଣି । ଏହାରି ଭିତରେ ଜେଡିୟୁକୁ ଏକ ବଡ଼ ଝଟକା ଲାଗିପାରେ ବୋଲି କୁହାଯାଉଛି । ଜଣାଶୁଣା ନେତା ଡାକ୍ତର ସଞ୍ଜିବ ଆରଜେଡିରେ ଯୋଗ ଦେଇପାରନ୍ତି । ସେ ଆସନ୍ତା ୩ ତାରିଖରେ ଆରଜେଡି ନେତା ତେଜସ୍ବୀ ଯାଦବଙ୍କ ଉପସ୍ଥିତିରେ ମିଶିପାରନ୍ତି ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି । ରିପୋର୍ଟ ମୁତାବକ ନିକଟରେ ସେ ତେଜସ୍ବୀଙ୍କୁ ଭେଟିଥିବାବେଳେ ଦଳରେ ନିଶ୍ଚିତ ଭାବେ ମିଶିପାରନ୍ତି ବୋଲି ବିହାରର ରାଜନୈତିକ ମାହୋଲ ବେଶ ସରଗରମ ହୋଇଛି । ତେବେ ଉଭୟଙ୍କ ଭେଟଘାଟର ଫଟୋ ସୋସିଆଲ ମିଡିଆରେ ମଧ୍ୟ ବେଶ ଭାଇରାଲ ହେବାରେ ଲାଗିଛି । ସେପଟେ ଆରଜେଡି ପକ୍ଷରୁ ଏକ ମିଶ୍ରଣ ପର୍ବର ମଧ୍ୟ ଆୟୋଜନ ଜୋରଦାରରେ ଚାଲିଥିବା ଖବରରୁ ମିଳିଛି ।

ମାଆ ବିମଳାଙ୍କ ପୀଠରେ ସ୍ୱତନ୍ତ୍ର ପୂଜା ସହ ଦୁର୍ଗାମାଧବ ଉପାସନର ପରମ୍ପରା

ନନ୍ଦିଘୋଷ ବ୍ୟୁରୋ: ଶାରଦୀୟ ଦୁର୍ଗାପୂଜାକୁ ନେଇ ସମଗ୍ର ରାଜ୍ୟ ଉତ୍ସବ ମୁଖରିତ ହୋଇଥିବା ବେଳେ ଶ୍ରୀକ୍ଷେତ୍ର ପୁରୀରେ ମଧ୍ୟ ବେଶ ଧୁମଧାମରେ ଦୁର୍ଗାପୁଜା ପାଳନ କରାଯାଉଅଛି। ଶ୍ରୀମନ୍ଦିରରେ ଦୁର୍ଗାମାଧବ ଉପାସନା ସହ ସହରର ଭିଭିନ୍ନ ସ୍ଥାନରେ ଦୁର୍ଗା ମା’ଙ୍କୁ ଗୋଶାଣୀ ରୂପେ ପୂଜାର୍ଚନା କରାଯାଉଥିବା ବେଳେ ବିଭିନ୍ନ ମଣ୍ଡପରେ ମଧ୍ୟ ଜାକଜମକ ସହକାରେ ପୂଜା ଅନୁଷ୍ଠିତ ହେଉଥିବା ଜଣାପଡିଅଛି।ପୂଜା ଉପଲକ୍ଷେ ପୁରୀରେ ପର୍ଯ୍ୟଟକ ଙ୍କ ବେଶ ଭିଡ଼ ଲାଗିଥିବା ବେଳେ ଏଠାରେ ବଙ୍ଗୀୟ ସମ୍ପ୍ରଦାୟ ପକ୍ଷରୁ ବଙ୍ଗୀୟ ରୀତିନୀତିରେ ଦୁର୍ଗବାଡି ମଣ୍ଡପରେ କୁମାରୀ ପୂଜାର ଝଲକ ମଧ୍ୟ ଦେଖିବାକୁ ମିଳିଅଛି।

ଶ୍ରୀକ୍ଷେତରେ ଗୁଞ୍ଜରିତ ହେଉଛି ମାଆ ଦୁର୍ଗାଙ୍କ ନାମ । ସବୁଠି ଭକ୍ତିମୟ ପରିବେଶ । ବିଭିନ୍ନ ବେଶରେ ଓ ବିଭିନ୍ନ ଢଙ୍ଗରେ ପୂଜା ପାଉଛନ୍ତି ମାଆ ଜଗତ ଜନନୀ । ପୁରୀର ଅଧିଷ୍ଠାତ୍ରୀ ଦେବୀ ମାଆ ବିମଳାଙ୍କ ପୀଠରେ ସ୍ୱତନ୍ତ୍ର ପୂଜା ସହ ଦୁର୍ଗାମାଧବ ଉପାସନର ପରମ୍ପରା ଦେଖିବାକୁ ମିଳିଥାଏ । ସେହିପରି ସହରର ବିଭିନ୍ନ ସାହି, ଜାଗା ,ଆଖଡା ମାନଙ୍କରେ ମାଙ୍କୁ ଆବାହନ କରାଯାଇ ଭିନ୍ନ ଭିନ୍ନ ଗୋସାଣୀ ରୂପରେ ପୂଜା କରାଯାଇଥାଏ । ସମ୍ପୂର୍ଣ୍ଣ ରୀତିନୀତି ଓ ବିଧି ଅନୁସାରେ ଏହି ପୂଜା ପାଠ ହେଉଥିବା ବେଳେ ସହରରେ ମାଆଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ ଜମୁଛି। ବିଶେଷ କରି ସନ୍ଧ୍ୟା ସମୟରେ ବିଭିନ୍ନ ପୂଜା ମଣ୍ଡପ ଓ ଗୋଶାଣୀ ପୀଠ ମାନଙ୍କରେ ଭକ୍ତ ଓ ଶ୍ରଦ୍ଧାଳୁ ଶ୍ରଦ୍ଧା ସୁମନ ଜ୍ଞାମ୍ପନ କରୁଥିବା ବେଳେ ଦର୍ଶନର ସାନିଧ୍ୟ ଲାଭ କରି ଆନନ୍ଦିତ ହେଉଛନ୍ତି ।

ପାର୍ବଣର ମାହୋଲରେ ଶ୍ରୀକ୍ଷେତ୍ର ପୁରୀ ଏବେ ଉତ୍ସଭ ମୁଖର ହୋଇଉଠିଛି ।  ସବୁ ଆଡେ ସାଜସଜ୍ଜା ପରିଲକ୍ଷିତ ହୋଇଛି । ପୂଜା ଛୁଟି ଥିବା ହେତୁ ଏବେ ପୁରୀରେ ବହୁ ବଙ୍ଗୀୟ ପର୍ଯ୍ୟଟକଙ୍କ ଭିଡ଼ ଜମିଛି । ତେବେ ପୁରୀରେ ମଧ୍ୟ ବଙ୍ଗୀୟ ଶୈଳୀରେ ପୂଜାର୍ଚନା ପରିଲକ୍ଷିତ ହୋଇଥିବା ବେଳେ ଆଜି ମହନବମୀରେ କୁମାରୀ ପୂଜା ଅନୁଷ୍ଠିତ ହେଉଛି ।ଦୁର୍ଗବାଡି ଠାରେ ବହୁ ବଙ୍ଗୀୟ ଭକ୍ତଙ୍କ ଭିଡ଼ ଜମିଥିବା ବେଳେ ମାଆଙ୍କ ପୂଜାରେ ସାମିଲ ହୋଇଛନ୍ତି । ମାଆ ଦୁର୍ଗାଙ୍କ ଆଗମନ ସଂସାରରେ ଉତ୍ସାହ ଭରିଥିବା ବେଳେ ଶ୍ରୀକ୍ଷେତ୍ରର ଘରେ ଘରେ ପୂଜା ପାଠ କରାଯାଉଥିବା ପରିଲକ୍ଷିତ ହୋଇଛି ।

 

ଅଜଣା ରୋଗରେ ପୀଡିତ ଦିବ୍ୟାଙ୍ଗ ଝିଅ, ସରକାରୀ ସହାୟତା ପାଇଁ ଗୁହାରୀ

ନନ୍ଦିଘୋଷ ବ୍ୟୁରୋ: ଖେଳକୁଦ ବୟସରେ ଆରମ୍ଭ ହେଲା ଜୀବନ ସଂଗ୍ରାମ। ଜନ୍ମରୁ ମୂକ ହୋଇଯାଇଥିବା ଝିଅ ଅଜଣା ରୋଗରେ ହେଉଛି ଛଟପଟ। ନା କହିପାରୁଛି ନା ଚାଲିପାରୁଛି। ଆର୍ଥିକ ଦୁର୍ଗତି ଭିତରେ ଥିବା ପରିବାର ଝିଅ ମୁହଁରେ ଫୁଟାଇ ପାରୁନାହାନ୍ତି ହସ।

ଦଇବ ଦେଲା ଦୁଃଖ। ଜନ୍ମରୁ ମୂକ ନନ୍ଦିନୀ। ବୋଝ ଉପରେ ନଳିତା ବିଡ଼ା ସଦୃଶ ୬ ବର୍ଷରେ ଆସିଲା ଅଜଣା ରୋଗ। କ୍ରମଶଃ ପାଦ ହୋଇଗଲା ଅଚଳ। କଟକ ଜିଲ୍ଲା ସାଲେପୁର ବ୍ଲକ ଜାହାଙ୍ଗିରାବାଦ ଗ୍ରାମର ଦିନ ମଜୁରିଆ ଅଜୟ କୁମାର ସାମଲଙ୍କ ଝିଅ ନନ୍ଦିନୀ। ବୟସ ୧୭ ହେଲେ, ନା ଚାଲି ପାରୁଛି ନା କଥା କହିପାରୁଛି। ବାପା ମା ହିଁ ସାଜିଛନ୍ତି ସାହାରା।ବାପା ଯାହା ସଞ୍ଚୟ କରିଥିଲେ ସବୁ ମେଡିକାଲରେ ସରିଲା। ଅଧିକ ଚିକିତ୍ସା ପାଇଁ ବାଧକ ସାଜିଲା ଅର୍ଥ। ସରକାରୀ ସହାୟତା ପାଇଁ ନେତା ଅଫିସରଙ୍କୁ ଗୁହାରୀ କରି ହେଲେ ନିରାଶ। ଖୁଆଇବା ଠାରୁ ଆରମ୍ଭ କରି ନିତ୍ୟକର୍ମ ସବୁକିଛି କରୁଛନ୍ତି ମାଆ। ନନ୍ଦିନୀ ଶହେ ପ୍ରତିଶତ ଭିନ୍ନକ୍ଷମ ଥିଲେ ବି ବର୍ଦ୍ଧିତ ଭତ୍ତା ମିଳୁନାହିଁ। ଅନେକ ସ୍ବପ୍ନ ଦେଖିବା ବୟସରେ ଘରେ ବାନ୍ଧି ହୋଇ ପଡିରହିଛନ୍ତି ନନ୍ଦିନୀ। ଜୀବନ ସଂଗ୍ରାମରେ ଯୁଝୁଥିବା ଝିଅଙ୍କ ଲାଗି କୌଣସି ମହଲରୁ ମିଳିପାରୁନାହିଁ ସହାୟତା। ସରକାରଙ୍କ ବହୁ ଯୋଜନା ଥିଲେ ବି ନନ୍ଦିନୀଙ୍କ ଲାଗି ସବୁ ଯେପରି ହୋଇଛି ବନ୍ଦ।

 

ଆସନ୍ତାକାଲି ସମେତ ୩ ତାରିଖ ଯାଏଁ ରାଜ୍ୟରେ ବଡ ବର୍ଷା

ନନ୍ଦିଘୋଷ ବ୍ୟୁରୋ: ଆଗାମୀ ୧୨ ଘଣ୍ଟାରେ ଅବପାତର ରୂପ ନେବ ଲଘୁଚାପ । ପରବର୍ତ୍ତୀ ସମୟରେ ଆହୁରି ଘନୀଭୂତ ହୋଇ ଗଭୀର ଅବପାତର ରୂପ ନେବା ସମ୍ଭାବନା । ସମ୍ଭାବ୍ୟ ଗଭୀର ଅବପାତ ପ୍ରଭାବରେ ଆସନ୍ତାକାଲି ସମେତ ୩ ତାରିଖ ଯାଏଁ ରାଜ୍ୟରେ ବଡ ବର୍ଷା ସହ ପବନ ବୋହିବ । ସୂଚନା ଦେଲା ଭାରତୀୟ ପାଣିପାଗ ବିଭାଗ । ବର୍ଷା ପ୍ରଭାବରେ ପୂଜା ତୋରଣ ସହ ପେଣ୍ଡାଲ ଗୁଡିକ ପ୍ରଭାବିତ ହେବା ନେଇ ସମ୍ଭାବନା ରହିଛି ।

ପ୍ରକାଶ ପାଇଲା ଭାରତର ଧନୀ ତାଲିକା, ପ୍ରଥମଥର କୋଟିପତି ତାଲିକାରେ ସାମିଲ ହେଲେ ଶାହାରୁଖ

ନନ୍ଦିଘୋଷ ବ୍ୟୁରୋ: ଭାରତରେ ବଢ଼ୁଛନ୍ତି କୋଟିପତି । ଏମ୩ଏମ ହୁରୁନ୍ ଇଣ୍ଡିଆ ପକ୍ଷରୁ ପ୍ରକାଶ ପାଇଛି ଭରତର ଧନୀ ତାଲିକା । ଏହି କୋଟିପତି ତାଲିକାରେ ପୁଣିଥରେ ଏକ ନମ୍ବରରେ ରହିଛନ୍ତି ମୁକେଶ ଅମ୍ବାନୀ । ପ୍ରଥମଥର ଲାଗି କୋଟିପତି କ୍ଲବରେ ସାମିଲ ହୋଇଛନ୍ତି ବଲିଉଡର କିଙ୍ଗ ଖାନ୍ ଶାହାରୁଖ ଖାନ । ଭାରତରେ ୩୫୦ରୁ ଅଧିକ ଆରବପତି ରହିଛନ୍ତି । ଗତ ୧୩ ବର୍ଷ ମଧ୍ୟରେ ଏହା ୬ ଗୁଣା ବୃଦ୍ଧି ପାଇଛି ।  ହୁରୁନ ଇଣ୍ଡିଆର ରିପୋର୍ଟକୁ ଯଦି ବିଶ୍ବାସ କରିବା ତାହେଲେ ମୁକେଶ ଅମ୍ବାନୀ ଏବଂ ତାଙ୍କ ପରିବାରର ସମୁଦାୟ ସମ୍ପତ୍ତି ଆନୁମାନିକ  ୯.୫୫ ଲକ୍ଷ କୋଟି ଟଙ୍କା । ଦ୍ବିତୀୟ ସ୍ଥାନରେ ରହିଛନ୍ତି ଗୌତମ ଆଦାନୀ ତାଙ୍କ ସମ୍ପତ୍ତିର ମୂଲ୍ୟ ରହିଛି ୮.୧୫ ଲକ୍ଷ କୋଟି ଟଙ୍କା । ତେବେ ଏହି ତାଲିକାରେ ଶାହାରୁଖ ଖାନ ସ୍ଥାନ ପାଇଥିବାବେଳେ ତାଙ୍କ ସମୁଦାୟ ସମ୍ପତ୍ତିର ମୂଲ୍ୟ ରହିଛି ୧୨,୪୯୦ କୋଟି ଟଙ୍କା ।

ସରକାରୀ କର୍ମଚାରୀଙ୍କ ବଢ଼ିଲା ୩ ପ୍ରତିଶତ ମହଙ୍ଗା ଭତ୍ତା

ନନ୍ଦିଘୋଷ ବ୍ୟୁରୋ: ସରକାରୀ କର୍ମଚାରୀଙ୍କ ଲାଗି ଖୁସି ଖବର । ଦୀପାବଳି ପୂର୍ବରୁ ବଡ଼ ଘୋଷଣା କଲେ କେନ୍ଦ୍ର ସରକାର । କେନ୍ଦ୍ର ସରକାର କ୍ୟାବିନେଟ୍ ବୈଠକରେ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ମହଙ୍ଗା ଭତ୍ତା (DA) ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି । ମହଙ୍ଗା ଭତ୍ତା ୩ ପ୍ରତିଶତ ବୃଦ୍ଧି ପାଇଛି । ଏହି ବର୍ଦ୍ଧିତ DA ଜୁଲାଇ ୧ରୁ ପିଛିଲା ଭାବରେ କାର୍ଯ୍ୟକାରୀ ହେବ ।

ସମସ୍ତ କେନ୍ଦ୍ର ସରକାର କର୍ମଚାରୀଙ୍କୁ ଜୁଲାଇ, ଅଗଷ୍ଟ ଏବଂ ସେପ୍ଟେମ୍ବରର ବକେୟା ଅକ୍ଟୋବର ଦରମା ସହିତ ମିଳିବ । ସରକାର ଦୀପାବଳି ପୂର୍ବରୁ ଲକ୍ଷ ଲକ୍ଷ କର୍ମଚାରୀଙ୍କୁ ଏକ ଉପହାର ଦେଇଛନ୍ତି । ମହଙ୍ଗା ଭତ୍ତା ୩ ପ୍ରତିଶତ ବୃଦ୍ଧି ପାଇଛି । ୭ମ ବେତନ ଆୟୋଗ ମୁତାବକ, ସମସ୍ତ କେନ୍ଦ୍ର ସରକାର କର୍ମଚାରୀଙ୍କ ସହିତ ପେନସନଭୋଗୀଙ୍କ ପାଇଁ ଏହା ଲାଗୁ ହେବ ।

ସରକାର ପୂର୍ବରୁ ମହଙ୍ଗା ଭତ୍ତା (DA) ଏବଂ ମହଙ୍ଗା ରିଲିଫ୍ (DR) ୨% ବୃଦ୍ଧି କରିଥିଲେ । ଯାହା ଜାନୁଆରୀ ୧, ୨୦୨୫ ରୁ ଲାଗୁ ହୋଇଥିଲା । ଏହାଦ୍ବାରା ୧୧.୫ ନିୟୁତ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀ ଉପକୃତ ହୋଇଥିଲେ । ଏହି ବୃଦ୍ଧି ପରେ ମହଙ୍ଗା ଭତ୍ତା ମୂଳ ଦରମାର ୫୩% ରୁ ୫୫% କୁ ବୃଦ୍ଧି ପାଇଲା । ଏବେ ୩ ପ୍ରତିଶତ ବଢିଲା ପରେ ମହଙ୍ଗା ଭତ୍ତା ମୂଳ ଦରମାର ୫୮%କୁ ବୃଦ୍ଧି ପାଇଛି ।

 

ଏହି ଖେଳାଳି ମାରିଲେ ଦ୍ରୁତତମ ଶତକ, ୧୦ ଛକା ମାରି…

ନନ୍ଦିଘୋଷ ବ୍ୟୁରୋ: ଆଇପିଏଲ ଢ଼ାଞ୍ଚାରେ ଏବେ ସବୁ ରାଜ୍ୟରେ ପ୍ରିମିୟର ଲିଗ୍ ଖେଳାଯାଉଛି । ଏବେ ଉତ୍ତରାଖଣ୍ଡରେ ଖେଳାଯାଉଥିବା ଉତ୍ତରାଖଣ୍ଡ ପ୍ରିମିୟର ଲିଗରେ ଏକ ବଡ଼ ରେକର୍ଡ ନଜର ଆସିଛି । ଦ୍ରୁତତମ ଶତକ ହାସଲ କରିଥିବା ନଜର ଆସିଛି । ମଙ୍ଗଳବାର usn Indians ଏବଂ RIF ମଧ୍ୟରେ ଖେଳାଯାଇଥିଲା ମ୍ୟାଚ୍ । ଏହି ମ୍ୟାରେ usn Indians ପ୍ରଥମେ ବ୍ୟାଟିଂ କରି ୨୩୦ ରନ କରିଥିଲା । ଦଳ ପକ୍ଷରୁ ବିଶାଲ କାଶ୍ୟପ ୧୧୬ ରନର ପାଳି ଖେଳିଥିଲେ । ୫୯ ବଲରେ ୮ ଛକା ଏବଂ ୧୧ ଚୌକା ମାରିଥିଲେ । ଦଳର ବିଜୟ ଏକପ୍ରକାର ସୁନିଶ୍ଚିତ ବୋଲି ସମସ୍ତେ କହିଥିଲେ ।

ମାତ୍ର ଦ୍ବିତୀୟ ପାଳିରେ ସବୁ କିଛି ଓଲଟ ପାଲଟ ହୋଇଯାଇଥିଲା । ରିଷିକେଶ ପକ୍ଷରୁ ଖେଳୁଥିବା ଆଲେନ ଚେତନ ଦ୍ରୁତତମ ଶତକ ହାସଲ କରି ସବୁ ଓଲଟ ପାଲଟ କରି ଦେଇଥିଲେ । ସେ ମାତ୍ର ୫୪ ବଲରେ ୧୧୬ ରନର ପାଳିଖେଳିଥିଲେ । ଯେଉଁଥିରେ ୧୦ ଛକା ଏବଂ ୭ ଚୌକା ରହିଛି । ତେବେ ମାତ୍ର ୪୪ ବଲରେ ସେ ଶତକ ହାସଲ କରି ରେକର୍ଡ କରିଛନ୍ତି । ଏହା ଉତ୍ତରାଖଣ୍ଡ ପ୍ରିମିୟର ଲିଗରେ ସବୁଠାରୁ ଦ୍ରୁତତମ ଶତକର ରେକର୍ଡ ହୋଇଛି ।