spot_img
Home Blog Page 322

ବାତ୍ୟା ‘ମୋନ୍ଥା’କୁ ଭୟ କରନ୍ତୁ ନାହିଁ, ସତର୍କ ରୁହନ୍ତୁ : ନବୀନ

ଭୁବନେଶ୍ବର :  ବାତ୍ୟା ‘ମୋନ୍ଥା’କୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଲୋକଙ୍କୁ ସତର୍କ ରହିବାକୁ କହିଛନ୍ତି । ସେ କହିଛନ୍ତି ଆପଣ ଜାଣନ୍ତି  ବାତ୍ୟା ମୋନ୍ଥା ଆସୁଛି । ଆଗରୁ ଆମେ ଅନେକ ବାତ୍ୟାର ସଫଳ ମୁକାବିଲା କରିଛେ । ତେଣୁ ଭୟ କରନ୍ତୁ ନାହିଁ । ସତର୍କ ରୁହନ୍ତୁ ।ପ୍ରଶାସନକୁ ପୂରା ସହଯୋଗ କରନ୍ତୁ ବୋଲି ଓଡ଼ିଶାବାସୀଙ୍କୁ ଅପିଲ କରିଛନ୍ତି । ବାତ୍ୟା ମୋନ୍ଥା ଆସୁଥିବାରୁ ନବୀନ ରାଜ୍ୟବାସୀଙ୍କୁ ଏହି ବାର୍ତ୍ତା ଦେଇଛନ୍ତି ।

ଆମର ବିଜେଡି କର୍ମୀ ଭାଇ ଭଉଣୀମାନଙ୍କୁ  ମୋର ଅନୁରୋଧ ଏ ବିପଦ ସମୟରେ ଲୋକଙ୍କ ସହ ରୁହନ୍ତୁ । ଲୋକଙ୍କୁ  ସହାୟତା ଯୋଗାଇ ଦିଅନ୍ତୁ । ଆମେ ସବୁବେଳେ ସମସ୍ତେ ଏକାଠି ମିଶି ବିଭିନ୍ନ  ବିପର୍ଯୟରର ମୁକାବିଲା କରି ଆସୁଛେ । ଏଥର ମଧ୍ୟ ଏକାଠି ହୋଇ  ବାତ୍ୟାର ମୁକାବିଲା କରିବା ।

AI ଖାଇଦେଲା ୩୦,୦୦୦ କର୍ମଚାରୀଙ୍କ ଚାକିରି!

ନନ୍ଦିଘୋଷ ବ୍ୟୁରୋ : ବିଶ୍ୱର ସବୁଠାରୁ ବଡ଼ ଇ-କମର୍ସ କମ୍ପାନୀଗୁଡ଼ିକ ମଧ୍ୟରୁ ଅନ୍ୟତମ ଆମାଜନ୍, ନିଜର ପ୍ରାୟ ୩୦,୦୦୦ କର୍ପୋରେଟ୍ କର୍ମଚାରୀଙ୍କ ଛଟେଇ କରିବାକୁ ଯାଉଛି । ରୟଟର୍ସର ଏକ ରିପୋର୍ଟ ଅନୁଯାୟୀ, ଏହି ପଦକ୍ଷେପ କମ୍ପାନୀର ଖର୍ଚ୍ଚ କମାଇବା ଏବଂ ଭବିଷ୍ୟତ ରଣନୀତିକୁ ଧ୍ୟାନରେ ରଖି ଉଠାଯାଉଛି। କରୋନା ମହାମାରୀ ସମୟରେ ଆମାଜନ୍ ବଡ଼ ପରିମାଣରେ ନିଯୁକ୍ତି କରିଥିଲା, କିନ୍ତୁ ଏବେ ପରିସ୍ଥିତି ବଦଳିଯାଇଛି ପରେ କମ୍ପାନୀ ନିଜର କର୍ମଚାରୀ ସଂଖ୍ୟାକୁ “ସନ୍ତୁଳନ” କରିବାକୁ ଚେଷ୍ଟା କରୁଛି।

ମହାମାରୀରେ ହୋଇଥିଲା ‘ଅନିୟନ୍ତ୍ରିତ’ ନିଯୁକ୍ତି
କମ୍ପାନୀର ଆଧିକାରିକ କହିବା ଅନୁଯାୟୀ, ଗତ କିଛି ବର୍ଷ ମଧ୍ୟରେ, ବିଶେଷକରି କରୋନା କାଳରେ, ଯେତେବେଳେ ଅନଲାଇନ୍ କିଣାକିଣି ନିଜର ଉଚ୍ଚତମ ସ୍ଥାନରେ ଥିଲା, ସେତେବେଳେ ଆବଶ୍ୟକତାରୁ ଅଧିକ ଲୋକଙ୍କୁ କାମରେ ରଖାଯାଇଥିଲା। ସେହି ସମୟରେ ଚାହିଦା ପୂରଣ କରିବା ପାଇଁ ବଡ଼ ପରିମାଣରେ ନିଯୁକ୍ତି ହୋଇଥିଲା। ଏବେ ଯେତେବେଳେ ବଜାର ପୁଣି ସାଧାରଣ ହେଉଛି ଏବଂ ଅନେକ କ୍ଷେତ୍ରରେ ଚାହିଦା ପୂର୍ବ ଭଳି ନାହିଁ, ସେତେବେଳେ କମ୍ପାନୀ ନିଜର ଖର୍ଚ୍ଚ ପରିଚାଳନା କରିବା କଷ୍ଟକର ହେଉଛି। ତେଣୁ, କର୍ମଚାରୀ ସଂଖ୍ୟା ହ୍ରାସ କରି କାର୍ଯ୍ୟକୁ ସନ୍ତୁଳିତ କରିବାର ଏହି କଠୋର ନିଷ୍ପତ୍ତି ନିଆଯାଇଛି। ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ ୨୦୨୨ ଶେଷରେ ଆମାଜନ୍ ପ୍ରାୟ ୨୭,୦୦୦ କର୍ମଚାରୀଙ୍କୁ ବାହାର ରାସ୍ତା ଦେଖାଇଥିଲା। କିନ୍ତୁ ୩୦,୦୦୦ କର୍ମଚାରୀଙ୍କୁ ଏକାଠି ବାହାର କରିବା, ସେହି ସମୟ ପରେ, ଏଯାବତ୍ ସବୁଠାରୁ ବଡ଼ ଛଣ୍ଟଣି ହେବ।

ପ୍ରତି ୧୦ ଜଣରୁ ଜଣଙ୍କ ଚାକିରି ଯିବ!
କମ୍ପାନୀ ପାଖରେ ବିଶ୍ୱ ସାରା ୧୫.୫ ଲକ୍ଷ କର୍ମଚାରୀ ଅଛନ୍ତି, ଯେଉଁମାନଙ୍କ ମଧ୍ୟରେ ବଡ଼ ସଂଖ୍ୟକ ଗୋଦାମ ଏବଂ ଡେଲିଭରି ନେଟୱର୍କ ସହ ଜଡ଼ିତ କର୍ମଚାରୀ ଅନ୍ତର୍ଭୁକ୍ତ। ଏହି ଦୃଷ୍ଟିରୁ ୩୦,୦୦୦ ଲୋକ ମୋଟ ସଂଖ୍ୟାର ଏକ ଛୋଟ ଅଂଶ ମାତ୍ର। କିନ୍ତୁ, ଏହି ଛଟେଇର ପ୍ରକୃତ ଏବଂ ଗଭୀର ପ୍ରଭାବ କମ୍ପାନୀର କର୍ପୋରେଟ୍ ଗଠନ ଉପରେ ପଡ଼ିବ। ଆମାଜନ୍ ପାଖରେ ପ୍ରାୟ ୩.୫ ଲକ୍ଷ କର୍ପୋରେଟ୍ କର୍ମଚାରୀ ଅଛନ୍ତି, ଅର୍ଥାତ୍ ଯେଉଁ ଲୋକମାନେ ଅଫିସ୍ରେ ବସି ପରିଚାଳନା, ଟେକ୍ନୋଲୋଜି, ଯୋଜନା ଏବଂ ରଣନୀତି ଭଳି କାମ ସମ୍ଭାଳନ୍ତି। ଏହି ଛଟେଇର ଅର୍ଥ ହେଉଛି କମ୍ପାନୀ ନିଜର ପ୍ରାୟ ୧୦% କର୍ପୋରେଟ୍ କର୍ମଚାରୀଙ୍କୁ କମାଉଛି।

ଏହି ବିଭାଗଗୁଡ଼ିକ ଉପରେ ପଡ଼ିବ ପ୍ରଭାବ

ରୟଟର୍ସର ରିପୋର୍ଟ ଅନୁଯାୟୀ, ଏହି ଛଟେଇ କମ୍ପାନୀର ଅନେକ ଗୁରୁତ୍ୱପୂର୍ଣ୍ଣ ବିଭାଗକୁ ପ୍ରଭାବିତ କରିବ। ଏଥିରେ ମାନବ ସମ୍ବଳ ବିଭାଗ, ଯାହାକୁ ଆମାଜନ୍ ‘ପିପଲ୍ ଏକ୍ସପିରିଏନ୍ସ ଏଣ୍ଡ ଟେକ୍ନୋଲୋଜି’କୁହେ, ଡିଭାଇସ୍ ଏବଂ ସର୍ଭିସେସ୍ (ଯେମିତି ଆଲେକ୍ସା ଏବଂ ଅନ୍ୟ ଗ୍ୟାଜେଟ୍ ତିଆରି କରୁଥିବା ଟିମ୍) ଏବଂ ଅପରେସନ୍ସ ଡିଭିଜନ୍ ଅନ୍ତର୍ଭୁକ୍ତ।

କ’ଣ ଟେକ୍ନୋଲୋଜି ଚାକିରି ନେଉଛି?
କମ୍ପାନୀର ସିଇଓ, ଆଣ୍ଡି ଜେସି, ପୂର୍ବରୁ କହିଥିଲେ ଯେ, କମ୍ପାନୀରେ ବଢ଼ୁଥିବା ବ୍ୟୁରୋକ୍ରେସି ବା ଫାଇଲଚାଷକୁ କମ କରିବା ତାଙ୍କର ଉଦ୍ଦେଶ୍ୟ । ଏହାଠାରୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସେ ଏହି ବର୍ଷ ଜୁନ୍ରେ ସଙ୍କେତ ଦେଇଥିଲେ ଯେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI)ର ବଢ଼ୁଥିବା ବ୍ୟବହାର ଯୋଗୁଁ ଭବିଷ୍ୟତରେ ଆହୁରି ଚାକିରି କମିପାରେ।
ଇମାର୍କେଟରର ବିଶ୍ଲେଷକ ସ୍କାଇ କ୍ୟାନେଭସ୍ ଏହି ଛଟେଇକୁ ସିଧାସଳଖ AI ସହ ଯୋଡ଼ି ଦେଖୁଛନ୍ତି। ତାଙ୍କର ମତରେ, ଆମାଜନ୍ର ଏହି ପଦକ୍ଷେପ ଦର୍ଶାଉଛି ଯେ କମ୍ପାନୀ ଏବେ ନିଜର କର୍ପୋରେଟ୍ ଟିମ୍ଗୁଡ଼ିକରେ AIର ସାହାଯ୍ୟରେ ଉତ୍ପାଦକତା (ପ୍ରୋଡକ୍ଟିଭିଟି) ବଢ଼ାଇବାରେ ବଡ଼ ଅଗ୍ରଗତି ଦେଖୁଛି।

ବାତ୍ୟା ପ୍ରଭାବରେ କାଳିଜାଇ ପୀଠରେ ମାଡ ହେଉଛି ଚିଲିକାର ଜଳରାଶି

ନନ୍ଦିଘୋଷ ବ୍ୟୁରୋ : ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ ଅବପାତରେ ପରିଣତ ହୋଇ ବର୍ତ୍ତମାନ ଆନ୍ଧ୍ର ପ୍ରଦେଶ ମୁଁହା ହୋଇଛି। ଏହାର ପ୍ରଭାବରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ପ୍ରବଳ ବର୍ଷା ଏବଂ ପବନ ବୋହିବାର ଆଶଙ୍କା ରହିଛି। ଏହି ବାତ୍ୟା ମୋନ୍ଥା ପ୍ରଭାବ ଚିଲିକାରେ ଦେଖିବାକୁ ମିଳିଛି। ଦେଖନ୍ତୁ ନନ୍ଦିଘୋଷ ଟିଭିରେ EXCLUSIVE ଦୃଶ୍ୟ ଚିଲିକା ବର୍ତ୍ତମାନ ଅଶାନ୍ତ ହୋଇପଡିଛି। ସୁ ସୁ ପବନ ସହିତ ବର୍ଷା ମଧ୍ୟ ଲାଗିରହିଛି। ଚିଲିକା ମଧ୍ୟରେ ଥିବା କାଳିଜାଈ ପୀଠ ସମ୍ପୂର୍ଣ୍ଣ ଜନଶୂନ୍ୟ ରହିଛି। ଚିଲିକା ଜଳରାଶି ଲହଡ଼ି କାଳିଜାଈ ପୀଠରେ ତୁହାକୁ ତୁହା ମାଡ ହୋଇଛି। ଚିଲିକା ମଧ୍ୟକୁ କୌଣସି ଡ଼ଙ୍ଗା ନ ଯିବାକୁ ପ୍ରଶାସନ ପକ୍ଷରୁ ବାରଣ କରାଯାଇଛି।.

ଫୁଲୁଛି ବାହୁଦା ନଦୀ, ଖୋଲିଲା ବାଘଲଟି ଡ୍ୟାମର ତିନୋଟି ଗେଟ୍

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଚିକିଟି ବାହୁଦା ନଦୀରେ ଫୁଲୁଛି ଜଳସ୍ତର । ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ବାଘଲଟି ଡ୍ୟାମର ତିନୋଟି ଗେଟ ଖୋଲିଛି । ଜଳଭଣ୍ଡାରରୁ ସକାଳ ୯ ଘଣ୍ଟା ବେଳେ ଉପରମୁଣ୍ଡରୁ ୨୦୦ କ୍ୟୁସେକ ପାଣି ଆସୁଥିବା ବେଳେ ୩ଟି ଗେଟ ଖୋଲି ବର୍ଷା ଜଳ ୧୫୦ କ୍ୟୁସେକ ଜଳ ବାହୁଦା ନଦୀକୁ ଛଡା ଯାଇଥିବା ସୂଚନା ମିଳିଛି । ନୂଆପଡା ତଥା ଆଖପାଖ ଅଞ୍ଚଳର ସମସ୍ତ ଜନସାଧରଣଙ୍କୁ ସତର୍କ କରାଯାଇଛି । ନଦୀର ତଳ ମୁଣ୍ଡରେ ଥିବା ଗ୍ରାମ ଗୁଡିକରେ ବନ୍ୟା ଗ୍ରାମକୁ ପ୍ରବେଶ କରିପାରେ ବୋଲି ସତର୍କ କରାଯାଇଛି । ତେବେ ଜମିରେ ଅଣ୍ଟାଏ ଲେଖାଏଁ ପାଣି ପଶି ଧାନ ସଫଲ ସମ୍ପୂର୍ଣ ବୁଡି ରହିଛି ।

ସମୁଦ୍ରରୁ ବଳ ଗୋଟାଇ ମାଡ଼ି ଆସୁଛି ବାତ୍ୟା ‘ମୋନ୍ଥା’

ନନ୍ଦିଘୋଷ ବ୍ୟୁରୋ : ବଙ୍ଗୋପସାଗରରେ ବଳ ଗୋଟାଇ ସ୍ଥଳଭାଗ ମୁହାଁ ବାତ୍ୟା ମୋନ୍ଥା। ଭୟଙ୍କର ଘୁର୍ଣ୍ଣିଝଡ଼ର ରୂପ ନେଇ ଉପକୂଳକୁ ମାଡ଼ି ଆସୁଛି ବାତ୍ୟା। ଆଜି ସନ୍ଧ୍ୟା କିମ୍ବା ରାତି ସୁଦ୍ଧା ଏହା କାକିନାଡା ପାଖାପାଖି ମଛଲିପଟନମ ଏବଂ କଳିଙ୍ଗପଟନମ ମଝିରେ ସ୍ଥଳଭାଗ ଅତିକ୍ରମ କରିବ। ଏହି ସମୟରେ ୯୦ରୁ ଶହେ କିଲୋମିଟର ବେଗରେ ପବନ ଓ ଝଟକା ପବନ ୧୧୦ କିଲୋମିଟର ପର୍ଯ୍ୟନ୍ତ ହେବା ସମ୍ଭାବନା ରହିଛି। ଘଣ୍ଟାପ୍ରତି ୧୨ କିଲୋମିଟର ରହିଛି ବାତ୍ୟାର ବେଗ ।

ମଛଲିପଟ୍ଟନମ ଠାରୁ ୧୬୦କିମି, କାକିନାଡାଠାରୁ ୨୪୦, ଗୋପାଳପୁର ଠାରୁ ୫୩୦ କିଲୋମିଟର ଦକ୍ଷିଣରେ ରହିଛି ସାମୁଦ୍ରିକ ଝଡ଼ । ଗତକାଲି ଠାରୁ ବର୍ଷା ଆରମ୍ଭ ହୋଇଥିବା ବେଳେ ଏହାର ପରିମାଣ ଆହୁରି ବଢ଼ିବ । ବିଶେଷ କରି ଗଜପତି, ରାୟଗଡ଼ା, କୋରାପୁଟ ,କଳାହାଣ୍ଡି, ନବରଙ୍ଗପୁର ଓ ମାଲକାନଗିରିରେ ରହିବ ସର୍ବାଧିକ ପବନର ପ୍ରଭାବ । ସେଥିପାଇଁ ଏହି ସବୁ ଜିଲ୍ଲା କୁ ରେଡ ଆଲର୍ଟ ଜାରି କରିଛି ବିଭାଗ । ଗଞ୍ଜାମ କନ୍ଧମାଳ, ବୌଦ୍ଧ, ବଲାଙ୍ଗୀର ଓ ନୂଆପଡା ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଦେଇଛି ବିଭାଗ । ଏଠାରେ ପବନର ବେଗ ଘଣ୍ଟାପ୍ରତି ୬୦ ରୁ ୭୦ କିଲୋମିଟର ହେବାକୁ ଥିବା ବେଳେ ୮୦ କିମି ପ୍ରତି ଘଣ୍ଟାରେ ରହିବ ଝଟକା ପବନ । ପ୍ରାୟ ତିନିରୁ ଚାରି ଘଣ୍ଟା ରହିବ ଲ୍ୟାଣ୍ଡଫଲ ପ୍ରକ୍ରିୟା । ଆଜି ରାତିରୁ ସକାଳ ପର୍ଯ୍ୟନ୍ତ ଭୀଷଣ ବାତ୍ୟା ମୋନ୍ଥାର ବଡ ପ୍ରଭାବ ଆନ୍ଧ୍ର ଓ ଦକ୍ଷିଣ ଓଡ଼ିଶା ଜିଲ୍ଲା ମାନଙ୍କରେ ପଡିବ। ସେହିପରି କାଲି ପାଇଁ ସାରା ଓଡ଼ିଶାରେ ବର୍ଷା ସହ ଅତ୍ୟନ୍ତ ବର୍ଷା ସମ୍ଭାବନା କୁ ନେଇ ମାଲକାନଗିରି କୋରାପୁଟ, ରାୟଗଡା, କଳାହାଣ୍ଡି, ନବରଙ୍ଗପୁର ଓ ଗଜପତି ଜିଲ୍ଲାକୁ ରେଡ ଆଲର୍ଟ ଜାରି କରାଯାଇଛି । ସେହିପରି ୬ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ଅରେଞ୍ଜ ସହ ୧୯ ଜିଲ୍ଲାକୁ ପ୍ରବଳ ଵର୍ଷା ନେଇ ୟେଲୋ ବର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ କେନ୍ଦ୍ର । ୩୦ ପରେ ବଦଳିବ ପାଗ ।

ସେପଟେ ସାରା ରାଜ୍ୟରେ ଆଜି ଠାରୁ ବର୍ଷା ସହିତ କିଛି କିଛି ସ୍ଥାନ ମାନଙ୍କରେ ବିଜୁଳି ଘଡ଼ଘଡ଼ି ଜନିତ ବର୍ଷା ସମ୍ଭାବନା ରହିଛି । ଆଜିଠାରୁ ୩୦ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ର କୂଳକୁ ଯିବାକୁ ମନା କରାଯାଇଛି । ବନ୍ଦର ଗୁଡିକ ପାଇଁ ରହିଛି ୨ ନମ୍ବର ବିପଦ ସଂକେତ । ବିଶେଷ ଭାବେ ମାଲକାନଗିରି, ଗଜପତି ଗଂଜାମ, କୋରାପୁଟ କଳାହାଣ୍ଡି ଓ ନବରଙ୍ଗପୁର ଏହି ୬ ଜିଜିଲ୍ଲା ବାତ୍ୟାର ଅଧିକ ପ୍ରଭାବିତ ହେବାକୁ ଥିବା ବେଳେ, ଭୁସ୍ଖଳନ ସହ କଚ୍ଚା ଘର ଭାଙ୍ଗିବା ,ଗଛ ପଡିବା ଓ କୁତ୍ରିମ ବନ୍ୟା ସ୍ଥିତି ଭୟ ରହିଥିବାରୁ ତଳୁଆ ଅଞ୍ଚଳର ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ଆଂଚଳିକ ପାଣିପାଗ କେନ୍ଦ୍ର ।

ଶ୍ରେୟସ ଆୟରଙ୍କ ଅବସ୍ଥାକୁ ନେଇ ଏମିତି କହିଲେ ସୂର୍ଯ୍ୟକୁମାର ଯାଦବ…

ନନ୍ଦିଘୋଷ ବ୍ୟୁରୋ ; ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ହାରିବା ପରେ, ଟିମ୍ ଇଣ୍ଡିଆ ଏବେ ଅଷ୍ଟ୍ରେଲିଆ ସହିତ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳିବ। ଦୁଇ ଦଳ ମଧ୍ୟରେ ପ୍ରଥମ ମ୍ୟାଚ୍ ୨୯ ଅକ୍ଟୋବରରେ ଖେଳାଯିବ। ଏହି ସମୟରେ ଟି-୨୦ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ବ୍ୟାଟସମ୍ୟାନ୍ ଶ୍ରେୟସ ଆୟରଙ୍କ ବିଷୟରେ କିଛି ଅପଡେଟ୍ ପ୍ରଦାନ କରିଥିଲେ। ସୂର୍ଯ୍ୟ ଆୟରଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ପ୍ରଶଂସକଙ୍କ ସହ ଭଲ ଖବର ବାଣ୍ଟିଥିଲେ। ଅଷ୍ଟ୍ରେଲିଆ ବିପକ୍ଷରେ ଶେଷ ଦିନିକିଆ ମ୍ୟାଚ୍ ସମୟରେ ଫିଲ୍ଡିଂ କରୁଥିବା ସମୟରେ ଶ୍ରେୟସ ଆୟର ଆହତ ହୋଇଥିଲେ। ସେ ବର୍ତ୍ତମାନ ଚିକିତ୍ସାଧୀନ ଅଛନ୍ତି।

ପ୍ରଥମ ଟି-୨୦ ପୂର୍ବରୁ ସାମ୍ବାଦିକ ସମ୍ମିଳନୀରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଶ୍ରେୟସ ଆୟରଙ୍କ ଆଘାତ ବିଷୟରେ ସୂଚନା ଦେଇଥିଲେ। ସେ କହିଥିଲେ, ଆୟାରଙ୍କ ଅବସ୍ଥା ସୁଧୁରୁଛି। ସେ ଆମର ଡାକରାର ଉତ୍ତର ଦେଉଛନ୍ତି, ଯାହାର ଅର୍ଥ ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ଯାହା ଘଟିଛି ତାହା ଦୁର୍ଭାଗ୍ୟଜନକ, କିନ୍ତୁ ଡାକ୍ତରମାନେ ତାଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିଛନ୍ତି। ସେ ଶୀଘ୍ର ସୁସ୍ଥ ହେଉଛନ୍ତି। ଆଶା କରୁଛି, ଆମେ ତାଙ୍କୁ ଏଠାରୁ ଆମ ସହିତ ନେଇଯିବୁ।

ଶ୍ରେୟସ ଆୟର ବର୍ତ୍ତମାନ ସିଡନୀରେ ଚିକିତ୍ସାଧୀନ ଅଛନ୍ତି। ଏହି ସମୟରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ କିଛି ଭଲ ଖବର ଆସିଛି। ହସ୍ପିଟାଲରେ ଭର୍ତ୍ତି ହେବା ପରେ ସେ ପ୍ରଥମ ଥର ପାଇଁ କଠିନ ଖାଦ୍ୟ ଖାଇଛନ୍ତି। ସେ ନିଜେ ଟିକେ ଚାଲିପାରୁଛନ୍ତି ।

ଦୁର୍ଘଟଣାରେ ଗୋଟିଏ ପରିବାରର ତିନି ମୃତ

ନନ୍ଦିଘୋଷ ବ୍ୟୁରୋ : ଉତ୍ତର ପ୍ରଦେଶର ଚନ୍ଦୌଲିରେ ସଡ଼କ ଦୁର୍ଘଟଣା । ଗୋଟିଏ ପରିବାରର ତିନି ଜଣଙ୍କର ମୃତ୍ୟୁ । ଛଟ୍ ଅବସରରେ ପରିବାରର ଖୁସି ଶୋକରେ ପରିଣତ ହୋଇଛି। ମଙ୍ଗଳବାର ଦିନ, ରେବାସ ଓ ତାଙ୍କ ପରିବାର ଛଟ୍ ପାଳନ କରିବା ପାଇଁ ପାଚଫେଡୱା ଘାଟକୁ ଯାଉଥିଲେ। ଏନଏଚ-୧୯ ପାଚଫେଡୱାରେ ଏକ ନିୟନ୍ତ୍ରଣହୀନ ଗାଡ଼ି ତିନି ଜଣଙ୍କୁ ଧକ୍କା ଦେଇଥିଲା । ଯାହା ଫଳରେ ଘଟଣାସ୍ଥଳେ ସେମାନଙ୍କର ମୃତ୍ୟୁ ହୋଇଥିଲା।

ମୃତକମାନେ ଗୋଟିଏ ପରିବାରର ସଦସ୍ୟ ଏବଂ କୋତୱାଲି ଆଲିନଗରର ରେଭାସା ଗ୍ରାମର ବାସିନ୍ଦା ଥିଲେ। ସେମାନଙ୍କ ମୃତ୍ୟୁ ଗାଁକୁ ଶୋକରେ ବୁଡ଼ାଇ ଦେଇଥିଲା ଏବଂ ସେମାନଙ୍କ ପରିବାରର ଅନ୍ୟ ସଦସ୍ୟମାନେ ଦୁଃଖରେ ଥିଲେ। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଦୁର୍ଘଟଣା ଘଟାଇଥିବା ଗାଡିକୁ ଖୋଜୁଛି ।

ଦିଲ୍ଲୀରେ ପ୍ରଥମ ଥର ପାଇଁ ହୋଇପାରେ କୃତ୍ରିମ ବର୍ଷା

ନନ୍ଦିଘୋଷ ବ୍ୟୁରୋ : ଦୀପାବଳି ପରଠାରୁ ଦିଲ୍ଲୀରେ ବାୟୁ ପ୍ରଦୂଷଣ ବୃଦ୍ଧି ପାଉଛି । ଏହା ସାଧାରଣ ଜନତାଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ କରୁଛି। ଏହି ପ୍ରଦୂଷଣକୁ କମ କରିବା ପାଇଁ, ସରକାର ଅକ୍ଟୋବର ୨୯ ତାରିଖରେ କ୍ଲାଉଡ୍ ସିଡିଂ କିମ୍ବା କୃତ୍ରିମ ବର୍ଷା କରିବାକୁ ନିଷ୍ପତ୍ତି ନେଇଥିଲେ। ଯଦି ଦୃଶ୍ୟମାନତା ଭଲ ରହେ, ତେବେ ଆଜି କ୍ଲାଉଡ୍ ସିଡିଂ କରାଯାଇପାରେ।

ଦିଲ୍ଲୀ ପରିବେଶ ମନ୍ତ୍ରୀ ମନଜିନ୍ଦର ସିଂହ ସିରସା କ୍ଲାଉଡ୍ ସିଡିଂ ସମ୍ପର୍କରେ କହିଛନ୍ତି, ଯଦି ଦୃଶ୍ୟମାନତା ୫୦୦୦ ଡିଗ୍ରୀକୁ ଉନ୍ନତ ହୁଏ, ଯାହା ବର୍ତ୍ତମାନ ଖରାପ ପାଗ ଯୋଗୁଁ ୨୦୦୦ ଡିଗ୍ରୀ ଅଛି । ତେବେ ଆମର ବିମାନ ଆଜି କାନପୁରରୁ ଉଡ଼ାଣ ଭରିବ। ଯଦି ଦୃଶ୍ୟମାନତାରେ ଉନ୍ନତି ହୁଏ, ତେବେ ଆଜି କ୍ଲାଉଡ୍ ସିଡିଂ କରାଯିବ।

ଏହା ରାଜଧାନୀରେ କୃତ୍ରିମ ବର୍ଷା ସୃଷ୍ଟି କରିବ। ପାଇରୋଟେକ୍ନିକ୍ ବ୍ୟବହାର କରି ମେଘଗୁଡ଼ିକୁ ବିହନ କରାଯିବ। ଏହା ବାୟୁ ପ୍ରଦୂଷଣକୁ ଉନ୍ନତ କରିବ ବୋଲି ଆଶା କରାଯାଉଛି। ଜାତୀୟ ରାଜଧାନୀ ଦିଲ୍ଲୀରେ ଏହା ପ୍ରଥମ ଥର ପାଇଁ ଏପରି ପରୀକ୍ଷଣ।

ପାଣିପାଗ ବିଭାଗ ପୂର୍ବରୁ ଅକ୍ଟୋବର ୨୮, ୨୯ ଏବଂ ୩୦ ତାରିଖରେ ମେଘୁଆ ପାଗ ରହିବ ବୋଲି ପୂର୍ବାନୁମାନ କରିଥିଲା। ଏହା ଫଳରେ ଆଜି କ୍ଲାଉଡ୍ ସିଡିଂ କରିବାକୁ ନିଷ୍ପତ୍ତି ନିଆଯାଇଛି। ଆଇଆଇଟି କାନପୁର ନେତୃତ୍ୱରେ ଦିଲ୍ଲୀ ସରକାରଙ୍କ କୃତ୍ରିମ ବର୍ଷା ପଦକ୍ଷେପ ସହରର ଅନେକ ସ୍ଥାନରେ କ୍ଲାଉଡ୍ ସିଡିଂ ପରୀକ୍ଷଣ କରୁଛି। ଯଦି ପାଗ ପରିସ୍ଥିତି ଅନୁକୂଳ ରହେ, ତେବେ ଆଗାମୀ ୨୪ ରୁ ୪୮ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ପ୍ରଥମ କୃତ୍ରିମ ବର୍ଷା ହେବାର ଆଶା କରାଯାଉଛି। ଦିଲ୍ଲୀରେ କଣିକା ପ୍ରଦୂଷଣ ହ୍ରାସ କରିବା ଏହାର ଲକ୍ଷ୍ୟ।

କୁଆଖାଇ ନଦୀକୂଳରେ ଛଟପୂଜା : ସାମିଲ ହେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ନନ୍ଦିଘୋଷ ବ୍ୟୁରୋ: ଭୁବନେଶ୍ୱରରେ ଛଟ ପୂଜା ପାଳିତ। କୁଆଖାଇ ନଦୀକୂଳରେ ଆୟୋଜିତ ଛଠ୍ପୂଜାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ ଉଦୟମାନ ସୂର୍ଯ୍ୟଙ୍କୁ ପ୍ରାର୍ଥନା କରିଥିଲେ । ସେ ଏହି ପର୍ବରେ ଯୋଗ ଦେବା ସହିତ ଶ୍ରଦ୍ଧାଳୁମାନଙ୍କର ମନରେ ଉତ୍ସାହ ଆଣିଥିଲେ। ଏହା ସୂର୍ଯ୍ୟଦେଵ ଓ ଛଟୀ ମୈୟାଙ୍କୁ ପୂଜା କରିବାର ଏକ ଅବସର। ମା’ମାନେ ଏହି ବ୍ରତ ପାଳନ କରି ପରିବାର ସୁସ୍ଥତା, ସୁଖ, ସମୃଦ୍ଧି ଓ ପରିବେଶର ସୁରକ୍ଷା କାମନା କରନ୍ତି। ଏହି ବ୍ରତର ବିଶେଷତା ହେଉଛି, କୌଣସି ବିରାଟ ଆଡମ୍ବରର ଆବଶ୍ୟକତା ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲୋ। କେବଳ ଭକ୍ତି, ଶ୍ରଦ୍ଧା ଓ ନିଷ୍ଠାରେ ଏହାକୁ ଶ୍ରଦ୍ଧାଳୁମାନେ ପାଳନ କରୁଛନ୍ତି। ବିଶ୍ୱର କୋଣଅନୁକୋଣରେ ଏହି କାର୍ଯ୍ୟକ୍ରମ ପାଳିତ ହେଉଛି। ଗତ ୪ଦିନ ଧରି ଏହି ବ୍ରତ ଆରମ୍ଭ ହୋଇଛି। ଆଜି ହେଉଛି ତାର ଅନ୍ତିମ ଦିନ। ଆଜି ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କରି ଏହି ବ୍ରତ ଶ୍ରଦ୍ଧାଳୁମାନେ ସମାପନ କରିଛନ୍ତି।

ଛଟ୍ ପର୍ବକୁ ନେଇ ଚଳଚଞ୍ଚଳ ସାରା ଦେଶ, ନଦୀ କୂଳରେ ଉଦୟମାନ ସୂର୍ଯ୍ୟଙ୍କୁ ପୂଜା କଲେ ମହିଳା

ନନ୍ଦିଘୋଷ ବ୍ୟୁରୋ : ଛଟ ପୂଜା ପାଇଁ ଚଳଚଞ୍ଚଳ ସାରା ରାଜ୍ୟ। ଆଜି ଉଦୟମାନ ସୂର୍ଯ୍ୟଙ୍କୁ ପୂଜାର୍ଚ୍ଚନା କରିଥିଲେ ବ୍ରତଧାରୀ । ଭୁବନେଶ୍ୱରରେ ହିନ୍ଦୀ ବିକାଶ ମଞ୍ଚ ପକ୍ଷରୁ କୁଆଖାଇ ନଦୀ ପଠାରେ ଛଟ ପୂଜା ଧୂମଧାମରେ ପାଳିତ ହେଉଛି। ହଜାର ହଜାର ବ୍ରତଧାରୀ ଉପବାସ ରହି ସୂର୍ଯ୍ୟଙ୍କୁ ପୂଜାର୍ଚନା କରିବା ସହ ପରିବାର ଓ ଭାଇଙ୍କ ଶୁଭ ମନାସୀ ଥିଲେ। ସୂର୍ଯ୍ୟଙ୍କୁ ପୂଜା କଲେ ବହୁ ଦୁରାରୋଗ ଓ ଚର୍ମ ରୋଗ ଭଲ ହେବା ସହ ଶରୀର ସୁସ୍ଥ ରହିବାର ବିଶ୍ୱାସ ରହିଛି।କଟକରେ ବସବାସ କରୁଥିବା ହିନ୍ଦୀ ଭାଷାଭାଷୀ ଶ୍ରଦ୍ଧାଳୁମାନେ ବି ଆନନ୍ଦ ଉଲ୍ଲାସର ସହ ଛଟ୍ ପର୍ବ ପାଳୁଛନ୍ତି।

କଟକ ମହାନଗର ଛଟ ପୂଜା କମିଟି ପକ୍ଷରୁ କାଠଯୋଡି ନଦୀପଠାରେ ଆୟୋଜିତ ପୂଜାରେ ଶହ ଶହ ସଂଖ୍ୟାରେ ଭକ୍ତ ଯୋଗ ଦେଇ ଉଦୟମାନ ସୂର୍ଯ୍ୟଙ୍କୁ ପୂଜା କରିବା ସହ ଭୋଗ ତଥା ଅର୍ଘ୍ୟ ପ୍ରଦାନ କରିଛନ୍ତି। କାଠଯୋଡ଼ି ଓ ମହାନଦୀ କୂଳରେ ଏକାଠି ହୋଇ ଉଦିତ ସୂର୍ଯ୍ୟଙ୍କୁ ପୂଜାର୍ଚ୍ଚନା କରିଛନ୍ତି। ରାଉରକେଲା ସହରରେ ମଧ୍ୟ ବିଭିନ୍ନ ନଦୀ କୂଳ ଓ ପୋଖରୀ କୂଳରେ ଭକ୍ତମାନେ ଶ୍ରଦ୍ଧା ଓ ନିଷ୍ଠାର ସହ ଛଟପୂଜା ପାଳନ କରିଛନ୍ତି। ଭକ୍ତମାନେ ବିଭିନ୍ନ ଫଳମୂଳ ଆଣି ସୁର୍ଯ୍ୟ ଦେବତାଙ୍କୁ ପୂଜାର୍ଚ୍ଚନା କରିଛନ୍ତି। ଛଟପୂଜା ପାଇଁ ପୋଲିସ ଓ ପ୍ରଶାସନ ପକ୍ଷରୁ ସମସ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ବିଶେଷକରି ବିହାର ସମ୍ପ୍ରଦାୟ ଲୋକେ ଏହି ପୂଜା କରିଥାନ୍ତି।