ସ୍କୁଟି ଡିକି ଭାଙ୍ଗି ୧୦ ଲକ୍ଷ ଲୁଟ। କଟକ ଟାଙ୍ଗୀ ଅଂଚଳରେ ଘର ସାମ୍ନାରୁ ସ୍କୁଟି ଡିକି ଭାଙ୍ଗି ୧୦ ଲକ୍ଷ ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ ଟାଙ୍ଗୀ ଥାନାରେ ଅଭିଯୋଗ ହୋଇଛି। ନପଙ୍ଗ ପଞ୍ଚାୟତ ଇଟୁଆ କୋରକର ଗାଁର ରବୀନ୍ଦ୍ର ତ୍ରିପାଠୀ ଜମି କିଣିବା ଲାଗି ଟାଙ୍ଗୀ ଷ୍ଟେଟବ୍ୟାଙ୍କରୁ ୧୦ଲକ୍ଷ ଟଙ୍କା ଉଠାଇ ଘରକୁ ଆସିଥିଲେ। ଗାଡ଼ି ଘର ଆଗରେ ରଖି ଘର ଭିତରକୁ ଯାଇ ବାହାରକୁ ଆସିବା ସମୟରେ ତାଙ୍କ ଘର ସାମ୍ନାରୁ ସ୍କୁଟି ଡିକି ତାଡି ୧୦ ଲକ୍ଷ ଲୁଟେରା ମାନେ ନେଇଯାଇଥିଲେ। ଦୁଇଟି ବାଇକରେ ୪ ଜଣ ଆସି ଏହି ଲୁଟ କରିଥିବା ଅଭିଯୋଗକାରୀ କହିଛନ୍ତି। ଏନେଇ ଟାଙ୍ଗୀ ଥାନାରେ ଅଭିଯୋଗ ହେବା ପରେ ପୋଲିସ ସିସିଟିଭି ଠାରୁ ଆରମ୍ଭ କରି ବିଭିନ୍ନ ଦିଗକୁ ନେଇ ତଦନ୍ତ ଆରମ୍ଭ କରିଛି
ସ୍ୱାଭାବିକ ହେଲା ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି
ସ୍ୱାଭାବିକ ହେଲା ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି । ସକାଳୁ ସକାଳୁ ପ୍ରଭୁ ଲିଙ୍ଗରାଜଙ୍କ ମଙ୍ଗଳ ଆଳତୀ ସହ ଅବକାଶ ସରିଛି । କିଛି ସମୟ ଭିତରେ ଆରମ୍ଭ ହେବ କୋଠ ଭୋଗ ପ୍ରକ୍ରିୟା । ଗତକାଲି ସମର୍ଥା ନିଯୋଗ ସେବାୟତ ବନ୍ଦ କରିଥିଲେ ନୀତିକାନ୍ତି । ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ନାରାୟଣ ପତି ସୂଚନା ଦେଇଛନ୍ତି ।
ତେଜିଲା ଗାଡ଼କଣ ଅଳିଆ ଗଦା ହଟାଅ ଦାବି: ଆରମ୍ଭ ହେଲା ଆମରଣ ଅନଶନ
ତେଜିଲା ଗାଡ଼କଣ ଅଳିଆ ଗଦା ହଟାଅ ଦାବି । ଆରମ୍ଭ ହେଲା ଆମରଣ ଅନଶନ । ରାଜ୍ଯ ସରକାରଙ୍କ ଦୋମୁହାଁ ନୀତି ନେଇ ବର୍ଷିଲା ଅଭିଯାନ । ବିଏମସି ବେଆଇନ ଅଳିଗଦା କରୁଥିବା ଅଭିଯୋଗ । ଗାଡକଣରୁ ଅଳିଆ ଗଦା ହଟାଇବା ଦାବିରେ ରାଜ୍ଯ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଆଗରେ ଆମରଣ ଅନଶନରେ ବସିଲା ସୌନିକ ସ୍କୁଲ ବଞ୍ଚାଓ, ଅଳିଆ ଗଦା ହଟାଓ ଅଭିଯାନ । କିଏ ମଜୁରୀ ବନ୍ଦ କରିଛି ତ, ଆଉ କିଏ ଛୋଟ ଛୁଆଙ୍କୁ ଧରି ବସିଛି । ସ୍ୱାସ୍ଥ୍ୟ, ବିପଦକୁ ଅଣଦେଖା ଓ ନିୟମ ଉଲ୍ଲଂଘନ ସତ୍ତ୍ବେ BMCକୁ CTO ଜାରି କରିଛି ପଲ୍ୟୁସନ କଣ୍ଟ୍ରୋଲ ବୋର୍ଡ । ବୋର୍ଡର ଆଞ୍ଚଳିକ ଅଧିକାରୀ ଏଥିପାଇଁ ଦାୟୀ । ଦୀର୍ଘଦିନ ଧରି ବେଆଇନ ଭାବରେ ଅଳିଆ ପ୍ରକ୍ରିୟାକରଣ ହେଉଥିଲା । ଏଠାକାର ୱିଣ୍ଡୋ କମ୍ପୋଷ୍ଟିଂ, ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର, ରିସାଇକ୍ଲିଂ ପ୍ଲାଣ୍ଟ ଏବଂ ଫ୍ଲୁଏଣ୍ଟ ଟ୍ରିଟମେଣ୍ଟ ପ୍ଲାଣ୍ଟ ସମୂହକୁ ଅଗଷ୍ଟ ୧୨ରେ ପ୍ରଦୂଷଣ ବୋର୍ଡ ଆଞ୍ଚଳିକ କାର୍ଯ୍ୟାଳୟ ପରିଚାଳନା କରିବାକୁ BMCକୁ ସମ୍ମତି ପ୍ରଦାନ କରିଛି । କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ପ୍ରୋତ୍ସାହନ ଦିଆଯାଇଥିବା ଅଭିଯୋଗ କରି ଦାବିପତ୍ର ପ୍ରଦାନ କରିଛି ଅଭିଯାନ।
ଗାଡକଣ ଅଳିଆ ଗଦା ନେଇ ଅକ୍ଟୋବର ୩୦ ସୁଦ୍ଧା ବିଏମସିକୁ ରିପୋର୍ଟ ଦେବାକୁ କହିଥିଲା OPCB । ରାତି ପାହିଲେ କଣ୍ଟ ପୂରିବ । ହେଲେ ବିଏମସି ପକ୍ଷରୁ କୌଣସି ଉତ୍ତର ମିଳିନି । ହାଇକୋର୍ଟରେ ରହିଛି ମାମଲା । କଣ ପଦକ୍ଷେପ ନିଆଯାଇଛି ଓ ନିଆଯିବ, ସେ ବାବଦରେ ନଗର ଉନ୍ନୟନ ବିଭାଗ ସହ ମଧ୍ୟ ଆଲୋଚନା ଚାଲିଛି । ତେବେ ସେଠାରେ ଥିବା ପ୍ରୋସେସିଂ ୟୁନିଟ ମାଧ୍ୟମରେ ଅଳିଆର ପ୍ରୋସେସିଂ ହେବ ଏବଂ ଅଳିଆ ହଟିବା ନେଇ ପ୍ରସ୍ତୁତି ଆରମ୍ଭ ହେବ ବୋଲି କହିଛନ୍ତି OPCBର ବରିଷ୍ଠ ବୈଜ୍ଞାନିକ। ବାରମ୍ବାର ଆନ୍ଦୋଳନ, ପ୍ରତିବାଦ ସତ୍ତ୍ବେ ଏଯାଏଁ ହଟି ପାରୁନି ଅଳିଆଗଦା । ବାଦି ପୂରଣ ନ ହେଲେ ଆମରଣ ଅନଶନ ଜାରି ରହିବ ବୋଲି ଅଭିଯାନ ପକ୍ଷରୁ ଚେତାବନୀ ଦିଆଯାଇଛି ।

