ନନ୍ଦିଘଷାଷ ବ୍ୟୁରାେ : ଇତିହାସ ରଚିଲା ଭାରତ। ଦକ୍ଷିଣ ଆଫ୍ରିକାକୁ ହରାଇ ପ୍ରଥମ ବିଶ୍ୱକପ୍ ଟାଇଟଲ ହାସଲ କଲା ଭାରତୀୟ ମହିଳା ଟିମ। ଅଧିନାୟକ ହରମନପ୍ରୀତ କୌରଙ୍କ ଅଧିନାୟକତ୍ଵରେ ଭାରତୀୟ ମହିଳା କ୍ରିକେଟ୍ ଦଳ ଏହି ଗୌରବ ହାସଲ କରିଛି। ଟାଇଟଲ୍ ମୁକାବିଲାରେ ଦକ୍ଷିଣ ଆଫ୍ରିକାକୁ ୫୨ ରନ୍ ରେ ପରାସ୍ତ କରି ଭାରତୀୟ କ୍ରିକେଟ୍ ରେ ଏକ ନୂଆ ମୁହୂର୍ତ୍ତ ସୃଷ୍ଟି କରିଛି ଟିମ ଇଣ୍ଡିଆ। ଶେଫାଳି ବର୍ମାଙ୍କ ଦମଦାର ପ୍ରଦର୍ଶନ ବଳରେ ଭାରତ ବିଶ୍ଵବିଜୟୀ ହୋଇଛି। ଦିିନିକିଆ ମହିଳା କ୍ରିକେଟ ବିଶ୍ଵକପରେ ଦକ୍ଷିଣ ଆଫ୍ରିକାକୁ ୨୯୯ ରନର ଟାର୍ଗେଟ ଦେଇଥିଲା ଭାରତ। ତେବେ ଟାର୍ଗେଟର ପିଛା କରି ଦକ୍ଷିଣ ଆଫ୍ରିକା ଦଳ ମାତ୍ର ୨୪୬ ରନରେ ସମସ୍ତ ୱିକେଟ ହରାଇଥିଲା। ଦିପ୍ତୀ ଶର୍ମାଙ୍କ ବୋଲିଂରେ ଧରାଶାୟୀ ହୋଇଥିଲା ଦକ୍ଷିଣ ଆଫ୍ରିକା ଦଳ। ଦିପ୍ତୀଙ୍କୁ ୫ ୱିକେଟ ମିଳିଥିଲା। ବ୍ୟାଟିଂରେ ଜବରଦସ୍ତ ୮୭ ରନର ପ୍ରଦର୍ଶନ ପରେ ବୋଲିଂରେ ୨ ୱିକେଟ ନେଇଥିଲେ ଶେଫାଳି ବର୍ମା। ଶେଫାଳିଙ୍କୁ ପ୍ଲେୟାର ଅଫ୍ ଦ ମ୍ୟାଚ ଘୋଷଣା କରାଯାଇଥିଲା। ୨୫ ବର୍ଷ ପରେ ବିଶ୍ଵକପରେ କୌଣସି ଏକ ନୂଆ ଦଳ ବିଶ୍ଵବିଜୟୀ ହୋଇଛି।
ତୃତୀୟ ଟି-୨୦ରେ ଭାରତର ଦମଦାର ବିଜୟ, ୧-୧ରେ ସିରିଜ ବରାବର
ତୃତୀୟ ଟି୨୦ରେ ଭାରତର ଦମଦାର ବିଜୟ, ୧-୧ରେ ସିରିଜ ବରାବର
ନନ୍ଦିଘୋଷ ବ୍ୟୁରୋ: ତୃତୀୟ ଟି୨୦ ମ୍ୟାଚରେ ଭାରତର ଦମଦାର ବିଜୟ । ଅଷ୍ଟ୍ରେଲିଆକୁ ହରାଇଲା ଭାରତ । ୫ ଓ୍ବିକେଟ ହରାଇ ୧୮୭ ରନର ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା ଭାରତ । ଫଳରେ ୫ ଟିକିଆ ସିରିଜ ଏବେ ୧-୧ରେ ବରାବର ହୋଇଛି । ପ୍ରଥମ ଟି୨୦ ବାତିଲ ହୋଇଥିବା ବେଳେ ଦ୍ବିତୀୟ ମ୍ୟାଚରେ ଅଷ୍ଟ୍ରେଲିଆ ଜିତିଥିଲା । ତିଲକ ବର୍ମାଙ୍କ ୨୯, ୖଭିଶେକ ଶର୍ମାଙ୍କ ୨୫, ସୂର୍ଯ୍ୟକୁମାର ଯାଦବଙ୍କ ୨୪ ଏବଂ ଓ୍ବାସିଂଟନ ସୁନ୍ଦରଙ୍କ ଅପରାଜିତ ୪୯ ରନ୍ ବଳରେ ଭାରତ ଏହି ବିଜୟ ହାସଲ କରିଛି ।
ହୋବାର୍ଟରେ ଖେଳା ଯାଇଥିବା ଆଜିର ମ୍ୟାଚରେ ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟି କରି ୧୮୬ ରନ୍ କରିଥିଲା ।
ବାଂଲାଦେଶରେ ଆମେରିକା ରଚିଥିଲା ଷଡଯନ୍ତ୍ର, ପାକିସ୍ତାନ କରିଥିଲା କାର୍ଯ୍ୟକାରୀ: ଶେଖ ହସିନା
ବାଂଲାଦେଶରେ ଆମେରିକା ରଚିଥିଲା ଷଡଯନ୍ତ୍ର, ପାକିସ୍ତାନ କରିଥିଲା କାର୍ଯ୍ୟକାରୀ: ଶେଖ ହସିନା
ନନ୍ଦିଘୋଷ ବ୍ୟୁରୋ: କ୍ଷମତାରୁ ଯିବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା । ଛାତ୍ର ଆନ୍ଦୋଳନ ପରେ ହୋଇଥିବା କ୍ଷମତା ପରିବର୍ତ୍ତନକୁ ନେଇ ଆମେରିକା ଓ ପାକିସ୍ତାନକୁ ଟାର୍ଗେଟ କରିଥିବା ବେଳେ ବାଂଲାଦେଶର ଅନ୍ତରିଣ ପ୍ରଧାନମନ୍ତ୍ରୀ ମହମ୍ମଦ ୟୁନସଙ୍କୁ କାଠଗଢ଼ାରେ ଛିଡ଼ା କରିଛନ୍ତି । ସେ କହିଛନ୍ତି, ମୋ ବିରୋଧରେ ଷଡଯନ୍ତ୍ର ଆମେରିକାର କରାଯାଇଥିଲା । ପାକିସ୍ତାନ ଏହାକୁ କାର୍ଯ୍ୟକାରୀ କରିଥିଲା । ଏପରିକି ଏହାକୁ ହସିନା ଆତଙ୍କବାଦୀ ଆକ୍ରମଣ କହି ଅବିହିତ କରିଛନ୍ତି ।
ଦି ପ୍ରିଣ୍ଟ ସହ ଆଲୋଚନା ବେଳେ ହସିନା କହିଛନ୍ତି, ଗତ ବର୍ଷ ଜୁଲାଇ-ଅଗଷ୍ଟରେ ହୋଇଥିବା ଘଟଣାର ଷଡଯନ୍ତ୍ର ବିଦେଶରୁ କରାଯାଇଥିଲା । ମୋତେ କ୍ଷମତାରୁ ହଟାଇବା ଏହାର ଉଦ୍ଦେଶ୍ୟ ଥିଲା । ଏହାକୁ କେବେ ବି କ୍ରାନ୍ତି କୁହାଯାଇପାରିବ ନାହିଁ । ଏହା ବାଂଲାଦେଶ ଉପରେ ଏକ ଆତଙ୍କବାଦୀ ଆକ୍ରମଣ ଥିଲା । ଏହାକୁ ଆମେରିକା ରଚିଥିବା ବେଳେ ପାକିସ୍ତାନ କାର୍ଯ୍ୟକାରୀ କରିଥିଲା । ଯାହାକୁ ଛାତ୍ର ଆନ୍ଦୋଳନର ରୂପ ଦିଆଯାଇଥିଲା । ଯେଉଁ ହତ୍ୟା ଅଭିଯୋଗ ମୋ ସରକାର ଉପରେ ଲଗାଯାଇଛି ତାହା ପୋଲିସ ନୁହେଁ ଆତଙ୍କବାଦୀ କରିଛନ୍ତି । ବାଂଲାଦେଶର ଲୋକଙ୍କୁ ମୋ ବିରୋଧରେ ଛିଡ଼ା କରିବାକୁ ଏପରି କରାଯାଇଥିଲା ।
ହସିନାଙ୍କ ଟାର୍ଗେଟରେ ୟୁନସ୍
ନୋବେଲ ପୁରସ୍କାର ବିଜେତା ତଥା ବର୍ତ୍ତମାନ ବାଂଲାଦେଶର ଅନ୍ତରୀଣ ପ୍ରଧାନମନ୍ତ୍ରୀ ଥିବା ମହମ୍ମଦ ୟୁନସଙ୍କୁ ଶେଖ ହସିନା ସିଧାସଳଖ ଟାର୍ଗେଟ କରିଛନ୍ତି । କହିଛନ୍ତି, ଆମେରିକା କହିବାରେ ସେ ମୋତେ କ୍ଷମତାରୁ ହଟାଇବାକୁ ଷଡଯନ୍ତ୍ର କରିଥିଲେ । ବଙ୍ଗ ଖାଡିରେ ଥିବା ରଣନୈତିକ କ୍ଷେତ୍ର ସେଣ୍ଟ ମାର୍ଟିନ ଦ୍ବୀପ ଉପରେ ଆମେରିକା ନିୟନ୍ତ୍ରଣ ଚାହୁଁଥିଲା । ମୁଁ ମାନି ଯାଇଥିଲେ, ମୋ ସରକାରର କିଛି ହୋଇ ନଥାନ୍ତା । ହେଲେ ମୁଁ ନିଜ ଦେଶ ବିକ୍ରି କରିବାକୁ ମନା କରିଦେଇଥିଲି ।
ଆଗକୁ ସେ କହିଛନ୍ତି, ଆମେରିକା କହିବାରେ ଗତବର୍ଷ ଜୁଲାଇ-ଅଗଷ୍ଟରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପାଇଁ ୟୁନସ ଯୋଜନା କରିବା ସହ ଅର୍ଥ ଯୋଗାଡ କରିଥିଲେ । ସେ ଜଣେ ବିଶ୍ବାସ ଘାତକ ବ୍ୟକ୍ତି, ନିଜ ଆଶା ପୂରଣ କରିବାକୁ ଦେଶକୁ ବର୍ବାଦ କରିଦେଲେ ।
ପାକିସ୍ତାନକୁ ସିଧା ଟାର୍ଗେଟ
ଶେଖ ହସିନା ବାଂଲାଦେଶ ସ୍ଥିତି ପାଇଁ ପାକିସ୍ତାନକୁ ମଧ୍ୟ ଦାୟୀ କରିଛନ୍ତି । ସେ କହିଛନ୍ତି, ପାକିସ୍ତାନ କଟରପନ୍ଥୀ ଦୀର୍ଘବର୍ଷ ହେଲା ବାଂଲଶଦେଶରେ ଉଗ୍ରବାଦୀଙ୍କୁ ସମର୍ଥନ ନେଉଥିଲେ । ୧୯୭୧ରୁ ଉଗ୍ରବାଦୀଙ୍କୁ ସମର୍ଥନ ଦେବା ଭଳି ଏବେ ବି ପାକିସ୍ତାନ ଏହାକୁ ଜାରି ରଖିଛି ।
ଏସଆଇ ନିଯୁକ୍ତି କେଳେଙ୍କାରୀ: ସରକାରଙ୍କୁ ବିଜେଡିର ଟାର୍ଗେଟ
ଏସଆଇ ନିଯୁକ୍ତି କେଳେଙ୍କାରୀ: ସରକାରଙ୍କୁ ବିଜେଡିର ଟାର୍ଗେଟ
ନନ୍ଦିଘୋଷ ବ୍ୟୁରୋ: ପୋଲିସ ଏସଆଇ ନିଯୁକ୍ତି କେଳେଙ୍କାରୀ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଟାର୍ଗେଟ କରିଛି ବିଜେଡି । ପ୍ରେସମିଟ୍ କରି ସରକାରଙ୍କ ଉପରେ ବର୍ଷିଛି ବିଜେଡି । ଓପିଆରବି ପରୀକ୍ଷା ପରିଚାଳନା ଲାଗି ନେଇଥିଲା ଦାୟିତ୍ବ । ପରୀକ୍ଷା ପରିଚାଳନା ଲାଗି ଦାୟିତ୍ବ ଦିଆଗଲା ଆଇଟିଆଇକୁ । ସରକାରଙ୍କ ଅଗୋଚର ବିନା ଆଇଟିଆଇକୁ ପରୀକ୍ଷା ପରିଚାଳନା ଲାଗି ଦାୟିତ୍ବ ଦିଆଯାଇ ନଥିବ ବୋଲି କହିଛି ଦଳ ।
ଶଙ୍କର ନୁହେଁ ମାଷ୍ଟରମାଇଣ୍ଡ
ସେହିପରି ଏସଆଇ କେଳେଙ୍କାରୀର ମାଷ୍ଟରମାଇଣ୍ଡ କୁହାଯାଉଥିବା ଶଙ୍କର ପୃଷ୍ଟି ଗିରଫ ହୋଇଛି । ହେଲେ ଶଙ୍କର ମାଷ୍ଟରମାଇଣ୍ଡ ନୁହେଁ ବୋଲି ବିଜେଡି କହିଛି । ଏହି ଜାଲିଆତିର ମାଷ୍ଟରମାଇଣ୍ଡ ଗୃହ ବିଭାଗ ଓ ଶଙ୍କରକୁ କାଣିଶୁଣି ସରକାର ଲୁଚାଇ ରଖିଥିଲେ ବୋଲି ବିଜେଡି ଅଭିଯୋଗ କରିଛି । ନୂଆପଡ଼ା ନିର୍ବାଚନକୁ ଦୃଷ୍ଟିରେ ରଖି ଶଙ୍କର ଏପିସୋଡର ଆରମ୍ଭ ହେଲା । ଲୋକଙ୍କୁ ଭୂଆଁ ବୁଲାଇବା ଲାଗି ସିବିଆଇକୁ ତଦନ୍ତ ଦାୟିତ୍ଵ ଦିଆଯାଇଛି । ସମସ୍ତ ପ୍ରଶ୍ନର ଉତ୍ତର ଦେବାକୁ ସରକାର ବାଧ୍ୟ । ପୂର୍ବତନ ଡିଜି ପ୍ରକାଶ ମିଶ୍ର ବି ଉତ୍ତର ଦେବାକୁ ବାଧ୍ୟ । ବିଜେପିର ୪୧ ନମ୍ବର ତାରକା ପ୍ରଚାରକ ହେଉଛନ୍ତି ଶଙ୍କର ପୃଷ୍ଟି ବୋଲି କହିଛି ବିଜେଡି ।

