ପେଟ୍ରୋଲ ଢାଳି ନିଆଁ ଲଗାଇବା ଘଟଣାରେ ଯୁବକଙ୍କ ମୃତ୍ୟୁ । ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ବର ଏମ୍ସରେ ତାଙ୍କର ମୃତ୍ୟୁ ହୋଇଛି । ଗତକାଲି ବାଲିପାଟଣା ଥାନା ଅଞ୍ଚଳର ଜ୍ୟୋତି ରଞ୍ଜନ ମାଟିଆଙ୍କୁ ସମ୍ପତ୍ତି ବଣ୍ଟାକୁ ନେଇ ତାଙ୍କ ପରିବାର ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି । ବାପା, ସାବତ ମା’ ଓ ସାବତ ଭାଇ ପେଟ୍ରୋଲ ଢାଳି ତାଙ୍କୁ ନିଆଁ ଲଗାଇ ଦେଇଥିବା ମୃତ୍ୟୁ ପୂର୍ବରୁ ବୟାନ ଦେଇଥିଲେ ଯୁବକ ।
ଯାଜପୁରରେ ଧୁମଧାମରେ ଗହ୍ମା ପର୍ବ ପାଳିତ
ଯାଜପୁର ବ୍ଲକ ଚଇନିପୁର ଗାଁ ଅଖାଘର ସାହିରେ ଧୁମଧାମରେ ପାଳିତ ହୋଇଯାଇଛି ଗହ୍ମା ପର୍ବ ବା ବଳଭଦ୍ର ପୂଜା । ରାକ୍ଷୀ ପୂର୍ଣ୍ଣିମା ପରେ ପାଞ୍ଚ ଦିନ ଧରି ପାଳନ ହୁଏ ଏହି ପର୍ବ । ପାଞ୍ଚଦିନ ବ୍ୟାପୀ ଅନୁଷ୍ଠିତ ହେଉଥିବା ଏହି ପୂଜାରେ ଆମିଷ, ପିଆଜ ରସୁଣ ସମ୍ପୂର୍ଣ୍ଣ ବାରଣ କରାଯାଇଥାଏ । ପୂଜାର ଦ୍ୱିତୀୟ ଦିନକୁ ବଡ଼ ପୂଜା ନାଁରେ ନାମିତ କରାଯାଇଥାଏ । ସେଥିରେ ମହାପ୍ରଭୁଙ୍କୁ ବିଭିନ୍ନ ପ୍ରକାର ପିଠା ଓ କ୍ଷୀରି ଭୋଗ ରୂପେ ଅର୍ପଣ କରାଯାଇଥାଏ । ଶେଷ ଦିନରେ ପ୍ରଭୁଙ୍କ ପାଖରେ ଶାଗ ଭାତ ଭୋଗ ଲଗାଯାଇଥାଏ । ଏହି ଦିନ ସହସ୍ର ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ କରାଯାଇ ପାଟରା ମାନଙ୍କ ଦ୍ୱାରା ପ୍ରଭୁଙ୍କ ନିକଟରେ ଭୋଗ ଲାଗି କରାଯାଇଥାଏ।
ଜରାଶ୍ରମରେ ଅନ୍ତେବାସୀଙ୍କୁ ନିର୍ଯାତନା ଅଭିଯୋଗ
ଆରଡି : ଜରାଶ୍ରମରେ ଅନ୍ତେବାସୀଙ୍କୁ ନିର୍ଯାତନା ଅଭିଯୋଗ। ନିର୍ଯାତନାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭାଇରାଲ୍ ହେଉଥିବା ଏ ଭିଡିଓଟି ଭଦ୍ରକ ଜିଲ୍ଲା ଧାମନଗର ସହରରେ ଥିବା ଜରା ନିବାସର। ଏକ ବେସରକାରୀ ଆଶୀର୍ବାଦ ସଂଗଠନର ପରିଚାଳନାରେ ଥିବା ଏହି ଜରା ନିବାସରେ ଅନ୍ତେବାସୀଙ୍କୁ ଭଲ ଖାଇବାକୁ ଦିଆଯାଉନଥିବା ବେଳେ ମାନସିକ ଓ ଶାରୀରିକ ନିର୍ଯତନା ଦିଆଯାଉଥିବା ଅଭିଯୋଗ। ଧନୁ ମଳିକ ନାମକ ବ୍ୟକ୍ତି ଅଭିଯୋଗ କରିଛନ୍ତି। ଏପରିକି ପରିସର ଵାହାରେ ଅଭିଯୋଗ କଲେ କିମ୍ବା ଖାଦ୍ୟ ସର୍ମ୍ପକରେ କିଛି କହିଲେ ଜରା ନିଵାସରୁ ତଡ଼ି ଦିଆଯିବ ବୋଲି ଧମକ ଦିଆଯାଉଛି। ପୂର୍ବରୁ ଏହି ସଂସ୍ଥା ନାମରେ ଅନେକ ଅଭିଯୋଗ ଆସିଛି। ଏଥିଲାଗି ଜିଲ୍ଲାପାଳ ତଦନ୍ତ କରିବା ଆବଶ୍ଯକ ବୋଲି ଦାବି ଉଠୁଛି। ଏନେଇ ଆଜି କିଛି ଗଣମାଧ୍ୟମ ପ୍ରତିନିଧି ଖବର ସଂଗ୍ରହ ପାଇଁ ବୃଦ୍ଧାଶ୍ରମ ଭିତରକୁ ଯାଉଥିବା ସମୟରେ ସାମ୍ବାଦିକଙ୍କୁ ବାରଣ କରିଥିଲେ ସୁରକ୍ଷାକର୍ମୀ। ନିଜର ଦୋଷ ଦୁର୍ବଳତା ଲୁଚାଇବାକୁ ଦାୟିତ୍ବରେ ଥିବା କର୍ତ୍ତୃପକ୍ଷ ଭରପୂର ପ୍ରୟାସ କରିଥିଲେ। ଧାମନଗର ବୃଦ୍ଧାଶ୍ରମରେ ଅନ୍ତେବାସୀଙ୍କୁ ନିର୍ଯାତନା ଓ ଖାଇବାକୁ ଦେଉନଥିବା ଅଭିଯୋଗ ସଂପର୍କିତ ଭିଡିଓ ଭାଇରାଲ ବିଭିନ୍ନ ସୋସିଆଲ ମିଡ଼ିଆ ହେଉଥିବା ଦେଖିବାକୁ ମିଳିଛି।
ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ୭୯ ତମ ସ୍ବାଧୀନତା ଦିବସ ପାଳିତ
ଭୁବନେଶ୍ବର : ଦେଶ ପାଳୁଛି ୭୯ ତମ ସ୍ବାଧୀନତା ଦିବସ । ପଲ୍ଲୀରୁ ଦିଲ୍ଲୀ ସବୁଠି ଦେଶାତ୍ମବୋଧର ମାହୋଲ ଥିବା ବେଳେ, ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟରେ ଉଡିଛି ତ୍ରିରଙ୍ଗା । ବିଜେଡି ଉପସଭାପତି ତଥା ବରିଷ୍ଠ ବିଜେଡି ନେତା ଦେବୀ ମିଶ୍ର ଆଜି ପତାକା ଉତ୍ତୋଳନ କରିଛନ୍ତି I ଭୁବନେଶ୍ବର ଜିଲ୍ଲା ସଭାପତି ଅଶୋକ ପଣ୍ଡା, ଦଳର ବରିଷ୍ଠ ନେତା ପ୍ରତାପ ଜେନା, ବିଧାୟକ ସୁଶାନ୍ତ ରାଉତ ,ବିଧାୟକ ଅନନ୍ତ ନାରାୟଣ ଜେନା, ମେୟର ସୁଲୋଚନା ଦାସଙ୍କ ସମେତ ଶତାଧିକା ବିଜେଡି ନେତା ଓ କର୍ମୀ ଉପସ୍ଥିତ ରହିଥିଲେ । ୨୪ ବର୍ଷ ଭିତରେ ନବୀନ ପଟ୍ଟନାୟକ ଓଡ଼ିଶା ପାଇଁ ବୈପ୍ଳବିକ ପରିବର୍ତ୍ତନ ଆଣିଥିଲେ ବୋଲି ନେତାମାନେ ମତ ରଖିଥିଲେ ।

