spot_img
Home Blog Page 301

ଦିଲ୍ଲୀ ଯିବେ କଂଗ୍ରେସ ନେତା, ଓଡ଼ିଶା କଂଗ୍ରେସକୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଦେବେ ପ୍ରସ୍ତାବ

ଦିଲ୍ଲୀ ଯିବେ କଂଗ୍ରେସ ନେତା । ଅର୍ଥ ଅଭାବରୁ ଓଡିଶାରେ କଂଗ୍ରେସ ସଙ୍ଗଠନ ମଜଭୁତ ହୋଇପାରୁନି । ସେଥିପାଇଁ ବାରମ୍ବାର କଂଗ୍ରେସ ଓଡ଼ିଶାରେ ସବୁ ନିର୍ବାଚନରେ ପରାଜୟ ହେଉଛି । ଓଡ଼ିଶା କଂଗ୍ରେସକୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ରାହୁଲ ଗାନ୍ଧୀଙ୍କୁ ପ୍ରସ୍ତାବ ଦେବେ କଂଗ୍ରେସ ନେତା । କଂଗ୍ରେସ ନେତା ସୁର ରାଉତରାୟଙ୍କ ସହ ଅନେକ ନେତା ଦିଲ୍ଲୀ ଯିବେ ବୋଲି କହିଛନ୍ତି ସୁର ରାଉତରାୟ । ଏନେଇ ତାଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ପ୍ରତିନିଧି ଚିନ୍ମୟ ମହାପାତ୍ର ।…

ନୂଆପଡ଼ାରେ ମୁକ୍ତ ଓ ଅବାଧ ନିର୍ବାଚନ ହୋଇନି: ବିଜେଡି ଆଣିଲା ବଡ଼ ଅଭିଯୋଗ

ଆସନ୍ତାକାଲି ଆସିବ ନୂଆପଡ଼ା ଉପନିର୍ବାଚନର ରେଜଲ୍ଟ । ତାପୂର୍ବରୁ ବଡ଼ ଅଭିଯୋଗ ଆଣିଛି ବିଜୁ ଜନତା ଦଳ । ନୂଆପଡ଼ାରେ ମୁକ୍ତ ଓ ଅବାଧ ନିର୍ବାଚନ ହୋଇନି । ଭୋଟ ସରିବା ପରେ ପ୍ରଥମେ କୁହାଗଲା ୭୫ ପ୍ରତିଶତ ପୋଲିଂ ହୋଇଛି । ତାପରେ ବାରମ୍ବାର ପ୍ରତିଶତ ସଂଖ୍ୟା ବଦଳି ଶେଷରେ କୁହାଗଲା ୮୩.୪୫ ପ୍ରତିଶତ ପୋଲିଂ ହୋଇଛି । ତାପରେ କୁହାଗଲା ୪୧ଟି ବୁଥରେ ୯୧ ପ୍ରତିଶତ ପୋଲିଂ ହୋଇଛି । ସୁନାବେଡା ଅଭୟାରଣ୍ୟ ଭିତରେ କିପରି ୯୧ ପ୍ରତିଶତ ପୋଲିଂ ହେଲା । ଯାହାକୁ ବହୁତ ଭଲ ପୋଲିଂ କହିବା ସହିତ ଏହାକୁ ଯେଉଁ ଢଙ୍ଗରେ କୁହାଗଲା ତାକୁ ନେଇ ସନ୍ଦେହ ପ୍ରକାଶ କରିଛି ବିଜେଡି । ବିଜେଡି ଅଭିଯୋଗ କରି କହିଛି, ନୂଆପଡ଼ାରେ ଜନାଦେଶ ହୋଇନି ଯନ୍ତ୍ରାଦେଶ ହୋଇଛି । ପୂର୍ବରୁ ଏଠାରେ ହୋଇଥିବା ସମସ୍ତ ସାଧାରଣ ନିର୍ବାଚନ ଓ ଉପନିର୍ବାଚନରେ କେବେ ଏତେ ପରିମାଣର ପୋଲିଂ ହୋଇନି । ତେଣୁ ୯୧ ପ୍ରତିଶତ ପୋଲିଂକୁ ନେଇ ବିଜେଡି ସନ୍ଦେହ ପ୍ରକାଶ କରିବା ସହିତ ଏ ନେଇ ନିର୍ବାଚନ କମିଶନଙ୍କଠାରୁ ସ୍ପଷ୍ଟୀକରଣ ଲୋଡିଛି ।

ଏଥିଲାଗି ସରକାରୀ କଳକୁ ଦାୟୀ କରିଛି ବିଜେଡି । ନିର୍ବାଚନ ଆଚରଣ ବିଧିର ଧଜ୍ଜିଆ ଉଡିବା ସହିତ ଭୋଟରଙ୍କୁ ପ୍ରଭାବିତ କରିବାକୁ ବିଭିନ୍ନ ପ୍ରକାର କାରସାଦି କରାଯାଇଥିଲା ବୋଲି ବିଜେଡି କହିଛି । ଟ୍ରକରେ ଇଭିଏମ ମେସିନ ଆଣିବା ହେଉ କି କାରରେ ମେସିନ ଲଦି ବୁଥ ଆଗରେ ଠିଆ କରିବା । ଉପନିର୍ବାଚନ ଜିତିବା ଲାଗି ବିଜେପି ସରକାରୀ କଳକୁ ହାତବାରିସୀ କରିଥିଲା । ଅନେକ ପଞ୍ଚାୟତର ୯୪ ପ୍ରତିଶତ ଭୋଟିଂ ହୋଇଛି । ବାରମ୍ବାର ଭୋଟିଂ ପ୍ରତିଶତକୁ ବଦଳାଯାଇ କୁହାଯାଇଛି । ୮୦ରୁ ୧୦୦ ବୁଥରେ ୮୦ରୁ ଅଧିକ ପ୍ରତିଶତ ଭୋଟିଂ ହୋଇଛି ବୋଲି କୁହାଯାଇଛି । ୮୦-୯୦ ପ୍ରତିଶତରୁ ଅଧିକ ଭୋଟିଂ ହୋଇଥିବା ବୁଥର ସିସିଟିଭି ଫୁଟେଜ ଦେବାକୁ ବିଜେଡି ଦାବି କରିଛି । ସତସାହସ ଥିଲେ ମୁଖ୍ୟ ନିର୍ବାଚନ ଅଧିକାରୀ ସିସିଟିଭି ଫୁଟେଜ ଦେବାକୁ ବିଜେଡି ପ୍ରେସମିଟ କରି ଦାବି କରିଛି ।

ରାଜନଗରରେ କୁମ୍ଭୀର ଆତଙ୍କ: ବିଲକୁ ଯିବାକୁ ଭୟ କରୁଛନ୍ତି ଚାଷୀ

କେନ୍ଦ୍ରାପଡା ଜିଲ୍ଲା ରାଜନଗରରେ କୁମ୍ଭୀର ଆତଙ୍କ । ଗୋପାଳପୁର – କେରଡାଗଡ ମୁଖ୍ୟ ରାସ୍ତା ନିକଟସ୍ଥ ଘୋଡାପାରିଆ ଗାଁ ଛକ ନିକଟରେ ଥିବା ଏକ ବିଲହିଡ଼ରେ ୩ଦିନ ହେବ ଶୋଇରହୁଛି କୁମ୍ଭୀର । କୁମ୍ଭୀରଟି ବିଲ ମୁଣ୍ଡରେ ଶୋଇ ରହିଥିବାରୁ ବିଲକୁ ଯିବାକୁ ଭୟ କରୁଛନ୍ତି ଚାଷୀ । ରାତି ବେଳା ନିକଟସ୍ଥ କେନାଲ ଓ ପୋଖରୀରେ ପଶି ମାଛ ଖାଇବା ପରେ କୁମ୍ଭୀରଟି ବିଲ ମୁଣ୍ଡକୁ ଉଠିଆସି ଏଠାରେ ଶୋଇରହୁଛି । ଗାଁ ଲୋକେ ଏତେ ବଡ କୁମ୍ଭୀରକୁ ଦେଖି ଭୟଭୀତ ହୋଇପଡିଛନ୍ତି । ସ୍ଥାନୀୟ ଲୋକେ ପ୍ରତ୍ୟେକ ସମୟରେ ନିକଟସ୍ଥ ପୋଖରୀ ଓ କେନାଲ ଉପରେ ନିର୍ଭରଶୀଳ ହୋଇଥିବାରୁ ଧନଜୀବନ କ୍ଷତି ହେବାର ଆଶଙ୍କା ରହିଛି । ଫଳରେ ବନବିଭାଗ ଏହି କୁମ୍ଭୀରଟିକୁ ଏଠାରୁ ଉଦ୍ଧାର କରିବାକୁ ଦାବି ହୋଇଛି ।

ଭୁବନେଶ୍ବରର ୟୁନିଟ-୪ ଅଞ୍ଚଳରେ ନାବାଳିକାଙ୍କୁ ସେକ୍ସ ରାକେଟରେ ଲଗାଇବା ଘଟଣାରେ ପୋଲିସର ଚଢ଼ାଉ

ଭୁବନେଶ୍ବରର ୟୁନିଟ-୪ ଅଞ୍ଚଳରେ ନାବାଳିକାଙ୍କୁ ସେକ୍ସ ରାକେଟରେ ଲଗାଇବା ଘଟଣା । ସମ୍ପୃକ୍ତ ହୋଟେଲରେ ପୋଲିସର ଚଢ଼ାଉ । ଅନୈତିକ କାମ ଚାଲୁଥିବା ଅଭିଯୋଗରେ ଚଢ଼ାଉ କରି ଖାରବେଳନଗର ଥାନା ପୋଲିସ ରେଜିଷ୍ଟର ସହ ସିଜ କରିଛି କ୍ୟାମେରା ହାର୍ଡଡିସ୍କ। ଏହାସହ ପଦାକୁ ଆସିଛି ହୋଟେଲ କର୍ତ୍ତୃପକ୍ଷଙ୍କ କଳା କାରନାମା । ହୋଟେଲଟି ସରାଇ ଆପ ଅଧୀନରେ ରେଜିଷ୍ଟର ନଥିଲା ବୋଲି ଜଣାପଡିଛି । ପୋଲିସକୁ ଚକମା ଦେବା ପାଇଁ ଦୁଇଟି ନାଁରେ ଦଲାଲ ଆଧାର କାର୍ଡ ଦେଇଥିଲା । ଗତକାଲି ଦଲାଲକୁ ଗିରଫ କରିବା ସହ ଢେଙ୍କାନାଳର ନାବାଳିକା ପୀଡିତା ଜଣଙ୍କୁ ଉଦ୍ଧାର କରିଥିଲା ଖାରବେଳ ନଗର ଥାନା ପୋଲିସ । ଏକ ସୋ ରୁମରେ ରିସେପ୍ସନିଷ୍ଟ ଚାକିରି ଦେବା ଆଳରେ ନାବାଳିକାଙ୍କୁ ଭୁବନେଶ୍ୱର ଆଣିଥିଲା ଦଲାଲ । ଏକ ହୋଟେଲରେ ରଖି ଅନୈତିକ କାର୍ଯ୍ୟରେ ଲିପ୍ତ ପାଇଁ ଡିଲ କରୁଥିଲେ । ଦଲାଲର କାରନାମା ଜାଣି ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ପୋଲିସକୁ ଖବର ଦେଇଥିଲେ ନାବାଳିକା । କମିଶନରେଟ ପୋଲିସ ଖବର ପାଇ ରେଡ କରି ନାବାଳିକାକୁ ଉଦ୍ଧାର କରିଥିଲା ପୋଲିସ ।

କାହିଁକି ରାଗିଗଲେ ସନ୍ନି ଦେଓଲ ? ଫଟୋ ଗ୍ରାଫରଙ୍କୁ କହିଲେ…

ନନ୍ଦିଘୋଷ ବ୍ୟୁରୋ: ବଲିଉଡର ଜଣାଶୁଣା ଅଭିନେତା ଧର୍ମେନ୍ଦ୍ର ଚିକିତ୍ସିତ ହୋଇ ଏବେ ନିଜ ଘରେ ଅଛନ୍ତି । ତାଙ୍କ ସ୍ବାସ୍ଥ୍ୟବସ୍ଥା ଏବେ ସ୍ଥିର ରହିଛି । ମାତ୍ର ଦୁଇଦିନ ତଳେ ତାଙ୍କର ପରଲୋକ ହୋଇଥିବା ନେଇ ଏକ ଗୁଜବ ପ୍ରଚାର ହୋଇଥିଲା । ଯାହାକି ବେଶ ଭାଇରାଲ ହୋଇଥିଲା । ଏପରିକି ଗଣମାଧ୍ୟମରେ ମଧ୍ୟ ଖବର ବାଜିଥିଲା କି, ତାଙ୍କ ଦେହାନ୍ତ ହୋଇଯାଇଛି । ମାତ୍ର ଏବେ ସେ ଯେତେବେଳେ ଘରକୁ ଫେରିଛନ୍ତି ତାଙ୍କ ଘର ସମ୍ମୁଖରେ ଫ୍ୟନ୍ସଙ୍କ ଭିଡ଼ ଜମିବାରେ ଲାଗିଛି । ସେ ବନାଇଥିବା ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ ଗୁଜବକାରୀ ଏବଂ ଗଣମାଧ୍ୟମରେ ପ୍ରକାଶ କରାଯାଉଥିବା ମିଥ୍ୟ ଖବରକୁ ନେଇ ନିଜର କ୍ରୋଧ ପ୍ରକାଶ କରିଥିବା ଦେଖିବାକୁ ମିଳିଛି ।

ଯେତେବେଳେ ମେଡିକାଲରେ ରହିଥିଲେ ଧର୍ମେନ୍ଦ୍ର ସେତେବେଳେ ବଲିଉଡର ବହୁ ବଡ଼ ବନ କଳାକାର ସଲମାନ, ଶାହାରୁଖ, ଅମୀର ଖାନ ଏବଂ ଗୋବିନ୍ଦାଙ୍କ ଭଳି କଳାକାରମାନେ ତାଙ୍କ ଭେଟିଥିଲେ । ତେବେ ଗତ ୧୧ ତାରିଖରେ ତାଙ୍କର ଦେହାନ୍ତ ହୋଇଥିବାବେଳେ ଗୁଜବ ପ୍ରଚାର ହୋଇଥିଲା । ଏହାକୁ ନେଇ ତାଙ୍କ ପରିବାର ଲୋକଙ୍କ ପାଖକୁ ଫୋନକଲ ଯିବାରେ ଲାଗିଥିଲା । ଶେଷରେ ଝିଅ ଇଶା ଏନେଇ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଥିଲେ । ବାପା ଏବେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଦୟାକରି ଏଭଳି ଗୁଜବ ପ୍ରଚାର କରନ୍ତୁ ନାହିଁ ବୋଲି ସେ ନିବେଦନ କରିଥିଲେ । ପରେ ଏନେ ପତ୍ନୀ ହେମା ମାଳିନୀ ମଧ୍ୟ ଗୁଜବକାରୀଙ୍କୁ କଡ଼ା ଭାଷାରେ ନିନ୍ଦା କରିଥିଲେ । ଏବଂ କହିଥିଲେ କି, ଦୟାକରି କିଛି ଭିୟ୍ୟୁ ପାଇଁ ଏଭଳି ପ୍ରଚାର କରନ୍ତୁ ନାହିଁ । ସେପଟେ ସନ୍ନି କହିଛନ୍ତି କି, ଆମ ପରିବାରର ଗୋପନୀୟତା ରକ୍ଷା କରନ୍ତୁ । ଏବେ ଘରେ ବାପା ଚିକତ୍ସିତ ହେଉଛନ୍ତି ।

ରାୟଗଡ଼ା ଜିଲାପାଳଙ୍କ ନାଁରେ ଖୋଲାଯାଇଛି ନକଲି ଫେସବୁକ ଆକାଉଣ୍ଟ

ରାୟଗଡ଼ା ଜିଲାପାଳ ଆଶୁତୋଷ କୁଲକର୍ଣ୍ଣିଙ୍କ ନାଁରେ ଖୋଲାଯାଇଛି ନକଲି ଫେସବୁକ ଆକାଉଣ୍ଟ । ରାୟଗଡ଼ା ସହରର ଜଣେ ଯୁବକ ଅଂଶୁମାନ ପଟ୍ଟନାୟକଙ୍କୁ ଜିଲ୍ଲାପାଳଙ୍କ ନକଲି ଆକାଉଣ୍ଟରୁ ଫ୍ରେଣ୍ଡ ରିକ୍ୟୁେଷ୍ଟ ଆସିଥିଲା । ଅଂଶୁମାନ ଜିଲ୍ଲାପାଳଙ୍କ ସୋସିଆଲ ମିଡ଼ିଆ ଆକାଉଂଟ ଭାବି ବନ୍ଧୁତା ଅନୁରୋଧକୁ ଗ୍ରହଣ କରିଥିଲେ I ଏହାପରେ ଉକ୍ତ ଆକାଉଂଟରୁ ଫେସବୁକ ମେସେଞ୍ଜର ମାଧ୍ୟମରେ ଅଂଶୁମାନଙ୍କୁ ନମସ୍କାର ସହିତ ମୋବାଇଲ ନମ୍ବର ମାଗିଥିଲେ । ଏଥି ସହିତ ଉକ୍ତ ଆକାଉଂଟରୁ ତାଙ୍କର ଜଣେ ବନ୍ଧୁ ସିଆରପିଏଫ ଅଫିସର ଏବଂ ବଦଳି କାରଣରୁ ନିଜର ସମସ୍ତ ଘରକରଣା ସାମଗ୍ରୀ ବିକ୍ରି କରିଦେବେ କହୁଛନ୍ତି । ତେଣୁ ଆପଣ ଯଦି କିଣିବାକୁ ରାଜି ତେବେ ସେ ଆପଣଙ୍କୁ ଫୋନ କରିବେ ବୋଲି ମେସେଜରେ ଉଲେଖ କରିଛନ୍ତି । ଅଂଶୁମାନଙ୍କୁ ସନ୍ଦେହ ହେବାରୁ ସେ ଏନେଇ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ସୂଚନା ଦେଇଥିଲେ । ଗଣମାଧ୍ୟମ ପ୍ରତିନିଧି ଏନେଇ ଜିଲାପାଳଙ୍କୁ ସୂଚନା ଦେବା ପରେ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି ପୋଲିସକୁ ଏହାର ଯାଂଚ କରି ଉକ୍ତ ଆକାଉଂଟକୁ ସୋସିଆଲ ମିଡ଼ିଆରୁ ହଟାଇବାକୁ ନିର୍ଦ୍ଦେଶ ଦେଇଥିଲେ ।

IPLର ଏହି ୫ ଜଣଙ୍କ ଖେଳାଳିଙ୍କୁ କେବେ ବି ରିଲିଜ କରିନାହିଁ ଫ୍ରାଞ୍ଚାଇଜୀ

ଆଇପିଏଲର ଆଗାମୀ ସଂସ୍କରଣ ପାଇଁ ସମସ୍ତ ୧୦ଟି ଟିମର ଫୁଲ ରିଟେନସନ ଲିଷ୍ଟ ନଭେମ୍ବର ୧୫ରେ ଜାରି ହେବ । ତେବେ ଏଠାରେ ୫ ଜଣ ଖେଳାଳିଙ୍କ ନାମ ସାମ୍ନାକୁ ଆସୁଛି । ଏମାନଙ୍କୁ ଫ୍ରାଞ୍ଚାଇଜୀ କେବେ ବି ରଲିଜ୍ କରିନାହିଁ । ଆସନ୍ତା ଡିସେମ୍ବରରେ ଆଇପିଏଲ ୨୦୨୬ ପାଇଁ ମିନି ଅକ୍ସନ ହେବାକୁ ଥିବାବେଳେ ତା’ ପୂର୍ବରୁ ସବୁ ଟିମ୍ ନିଜର ରିଟେନ ଖେଳାଳଙ୍କ ଲିଷ୍ଟ ଜାରି କରିବେ ।

ସଚିନ ତେନ୍ଦୁଲକର: କ୍ରିକେଟର ଭଗବାନ ସଚିନ ତେନ୍ଦୁଲକର ୨୦୦୮ରୁ ୨୦୧୩ ପର୍ଯ୍ୟନ୍ତ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳିଥିଲେ । ମୁମ୍ବାଇ ସଚିନଙ୍କୁ କେବେ ବି ରିଲିଜ କରିନାହିଁ । ପରେ ସଚିନ ଏହି ଟିମର ମେଣ୍ଟର ହୋଇଥିଲେ ।

ବିରାଟ କୋହଲି: ଦ୍ବିତୀୟ ନମ୍ବରରେ ରହିଛନ୍ତି ବିରାଟ କୋହଲି । ୨୦୦୮ରୁ ବିରାଟ ରୟାଲ ଚାଲେଞ୍ଜର୍ସ ବେଙ୍ଗଲୁରୁ ପାଇଁ ଖେଳୁଛନ୍ତି । କିଛି ବର୍ଷ ସେ ଦଳର କମାଣ ମଧ୍ୟ ସମ୍ଭାଳିଛନ୍ତି । ୧୮ ବର୍ଷ ପରେ ମଧ୍ୟ ଆରସିବି ବିରାଟଙ୍କୁ ରିଲିଜ କରିନାହିଁ ।

ମହେନ୍ଦ୍ର ସିଂହ ଧୋନୀ ଚେନ୍ନାଇ ସୁପର କିଙ୍ଗସ କେବେ ବି ମହେନ୍ଦ୍ର ସିଂହ ଧୋନୀଙ୍କୁ ରିଲିଜ କରିନାହିଁ । ଏହି ଟିମକୁ ଧୋନୀ ୫ ଥର ଚାମ୍ପିୟନ କରାଇଛନ୍ତି ।

ସୁନୀଲ ନରେନ: ଓ୍ବେଷ୍ଟଇଣ୍ଡିଜର ସ୍ପିନର ସୁନୀଲ ନରେନ୨୦୧୨ରେ ଆଇପିଏଲରେ ଡେବ୍ୟୁ କରିଥିଲେ । ସେ ୨୦୧୨ରେ କୋଲକତା ସହ ଯୋଡ଼ି ହୋଇଥିଲେ ଓ ଆଜି ବି ଅଛନ୍ତି ।

ଶେନ ଓ୍ବର୍ଣ୍ଣ: ଆଇପିଏଲର ପ୍ରଥମ ଚାମ୍ପିୟନ ହୋଇଥିବା ଶେନ ଓ୍ବର୍ଣ୍ଣ ଆଜି ଆମ ଗହଣରେ ନାହାନ୍ତି । ସେ ୨୦୦୮ରୁ ୨୦୧୧ ପର୍ଯ୍ୟନ୍ତ ଖଳିଥିଲେ । ତାଙ୍କୁ ଫ୍ରାଞ୍ଚାଇଜୀ କେବେ ବି ରିଲିଜ କରିନାହିଁ ।

ନିର୍ବାଚନ ଫଳାଫଳ ପୂର୍ବରୁ ପାଟନାରେ ଲାଗିଲା ‘ଟାଇଗର ଅଭି ଜିନ୍ଦା ହେ’ ପୋଷ୍ଟର

ନନ୍ଦିଘୋଷ ବ୍ୟୁରୋ: ଶୁକ୍ରବାର ପ୍ରକାଶ ପାଇବାକୁ ଯାଉଛି ବିହାରର ନିର୍ବାଚନୀ ଫଳାଫଳ । ବୁଥ ବାହୁଡ଼ା ମତ ବା ଏଗଜିଟ୍ ପୋଲ୍ ଏନଡିଏ ସପକ୍ଷରେ ଯାଇଛି । ତେ   ବେ ପୁଣିଥରେ ନୀତିଶ କୁମାର ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ବୋଲି କୁହାଯାଉଛି । ପାଟନାର ୟୁନାଇଟେଡ କାର୍ଯ୍ୟାଳୟ ବାହାରେ ଏକ ପୋଷ୍ଟର ଲାଗିଛି । ଯେଉଁଥିରେ ନୀତିଶ କୁମାର ଏବଂ ପୂର୍ବତନ ମନ୍ତ୍ରୀ ରଞ୍ଜିତ ସିହ୍ନାଙ୍କ ଫଟୋ ରହିଛି । ଏଥିରେ ଲେଖା ରହିଛି କି, ଟାଇଗର ଅଭି ଜିନ୍ଦା ହେ । ଚତୁର୍ଥ ଥର ଲାଗି ବିହାରର ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ନୀତିଶ କୁମାର । ଏଣୁ ତାଙ୍କ ଉଦ୍ଦେଶ୍ୟରେ ଏଭଳି ପୋଷ୍ଟ ଲଗାଯାଇଥିବା କୁହାଯାଉଛି ।

ଚଳିତ ନିର୍ବାଚନରେ ଏନଡିଏ ସମର୍ଥିତ ଦଳ ପକ୍ଷରୁ କିଏ ମୁଖ୍ୟମନ୍ତ୍ରୀ ହେବେ ଏହାକୁ ନେଇ କୌଣସି ଘୋଷଣା ହୋଇନଥିଲା । ବିଳମ୍ବରେ ଘୋଷଣା କରିଥିଲେ ଅମିତ ଶାହ । ସେ ନୀତିଶଙ୍କ ନାମ ନେଇଥିବାବେଳେ ପୂର୍ବରୁ ବାରମ୍ବାର ତେଜସ୍ବୀ ଏହାକୁ ଟାର୍ଗେଟ କରିଥିଲେ । ସେ ଏହା ମଧ୍ୟ କହିଥିଲେ କି, ନୀତିଶ କେବେ ମଧ୍ୟ ମୁଖ୍ୟମନ୍ତ୍ରୀ ହେବେ ନାହିଁ । ଏହାସହ ସେ କହିଥିଲେ କି, ନୀତିଶ ଜେଡିୟୁ ନୁହେଁ ବରଂ ବିଜେପି ନେତାଙ୍କ କଥାରେ ପରିଚାଳିତ ହେଉଛନ୍ତି ।

ଇସଲାମବାଦରେ ବିସ୍ଫୋରଣ ପରେ ଭୟଭୀତ ଶ୍ରୀଲଙ୍କା ଖେଳାଳୀ, ବୋର୍ଡ କହିଲା…

ନନ୍ଦିଘୋଷ ବ୍ୟୁରୋ: ପାକିସ୍ତାନର ଇସଲାମବାଦରେ ବଡ଼ ଧରଣର ବିସ୍ଫୋରଣ ଏବେ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି । ଏହାରି ଭିତରେ ପାକିସ୍ତାନ ଗସ୍ତରେ ଦିନିକିଆ ସିରିଜ ଖେଳିବାକୁ ଯାଇଛି ଶ୍ରୀଲଙ୍କା । ଏହି ବିସ୍ଫୋରଣ ପରେ ଏବେ ସିଂହଳୀ କ୍ରିକେଟରମାନେ ଭୟଭୀତ ହୋଇ ଯାଇଛନ୍ତି । କିଛି ଖେଳାଳି ସ୍ବଦେଶ ଫେରିବା ଲାଗି ମନ ବଳାଇଥିବା ଜଣାପଡ଼ିଛି । ସେପଟେ ମ୍ୟାଚ ସୂଚୀରେ ମଧ୍ୟ ପରିବର୍ତ୍ତନ କରାଯାଇଛି ।

ସେପଟେ ସିରିଜ ମଝିରେ ଭୟରେ ୮ରୁ ୧୦ ଜଣ ଖେଳାଳି ସ୍ବଦେଶ ମଧ୍ୟ ଫେରି ଆସିଥିବା କୁହାଯାଉଛି । ତେବେ ଶ୍ରୀଲଙ୍କା ଖେଳାଳିଙ୍କ ଏଭଳି ନିଷ୍ପତ୍ତିକୁ ନେଇ ପାକିସ୍ତାନ ବୋର୍ଡ ସଭାପତି ମହସିନ୍ ନକଭିଙ୍କୁ ବେଶ ବାଧିଛି । ସେ ଶ୍ରୀଲଙ୍କାର ଖେଳାଳିଙ୍କୁ ବୁଝାଇବାକୁ ଚେଷ୍ଟା କରିଛନ୍ତି । ଆଜି ଅର୍ଥାତ ଗୁରୁବାର ଦ୍ବିତୀୟ ଦିନିକିଆ ଖେଳାଯାଇଥାନ୍ତା । ମାତ୍ର ଏହି ମ୍ୟାଚକୁ ଗତକାଲି ତରବରିଆ ଭାବେ ସୂଚୀରେ ପରିବର୍ତ୍ତନ କରାଯାଇଛି । ୧୫ ତାରିଖରେ ଦ୍ବିତୀୟ ମ୍ୟାଚ ଖେଳାଯିବାକୁ ରହିଛି । ଏବଂ ଶେଷ ମ୍ୟାଚଟି ୧୬ ତାରିଖରେ ଅନୁଷ୍ଠିତ ହେବ । ମାତ୍ର ଏହି ମ୍ୟାଚ ଅନୁଷ୍ଠିତ ହେବ କି ନାହିଁ ତାହା ସ୍ପଷ୍ଠ ହୋଇନାହିଁ ।

ପୁଣି ଇସ୍କନର ମନମାନି: ଆସନ୍ତା ୨୩ ତାରିଖ ଦିନ ଆୟୋଜିତ ହେବ ଅଦିନିଆ ରଥଯାତ୍ରା

ପୁଣି ଇସ୍କନର ମନମାନି । ଆସନ୍ତା୨୩ ତାରିଖ ରବିବାର ଦିନ ଆୟୋଜିତ ହେବାକୁ ଯାଉଛି ଅଦିନିଆ ରଥଯାତ୍ରା । ତାଇୱାନର ଜିମେଣ୍ଡିଙ୍ଗ ଏମଆରଟି ଏକ୍ସିଟ ୬ରେ ଆୟୋଜିତ ହେବାକୁ ଯାଉଛି ଅଦିନିଆ ରଥଯାତ୍ରା । ଏନେଇ ଇସ୍କନ ଅନୁଗାମୀ ଏବଂ ଜଗନ୍ନାଥ ପ୍ରେମୀଙ୍କୁ ଅନଲାଇନ ମାଧ୍ୟମରେ ସୂଚନା ଦିଆଯାଇଛି । ଏହି ଅବସରରେ ସାଂସ୍କୃତିକ, କୀର୍ତ୍ତନ, ଯୋଗ ସହ ଅନ୍ୟାନ୍ୟ କାର୍ଯ୍ୟକ୍ରମ ହେବ । ତେବେ ଏହି ଘଟଣାକୁ ନେଇ ପୁରୀରେ ତୀବ୍ର ପତିକ୍ରିୟା ପ୍ରକାଶ ପାଇଛି l ଇସ୍କନ ଏପରି ବାରମ୍ବାର ନିୟମ ବାହାରେ କାର୍ଯ୍ୟ କରୁଥିବାକୁ ଜଗନ୍ନାଥ ପ୍ରେମୀ ଓ ସେବାୟତ ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।