spot_img
Home Blog Page 291

ଭୋଟ ଚୋରିକୁ ନେଇ ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କ ପୁଣି ଟାର୍ଗେଟ

ନନ୍ଦିଘୋଷ ବ୍ୟୁରୋ: ଭୋଟ ଚୋରିକୁ ନେଇ ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କ ପୁଣି ଟାର୍ଗେଟ। ଭାରତୀୟ ନିର୍ବାଚନ କମିଶନଙ୍କୁ ସମାଲୋଚନା କରିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି। କହିଛନ୍ତି ଭୋଟ ଚୋରିକୁ ଲୁଚାଇବାକୁ କରାଯାଉଛି ଭୋଟର ସଂଶୋଧନ ପ୍ରକ୍ରିୟା SIR। ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଓ ଛତିଶଗଡ଼ରେ ମଧ୍ୟ ହୋଇଛି ଭୋଟ ଚୋରି। ଆଉ ଭୋଟ ଚୋରିକୁ ବୈଧ ସାବ୍ୟସ୍ତ କରିବାକୁ ଏହି SIR କରାଯାଉଛି ବୋଲି କହିଛନ୍ତି ରାହୁଲ। ଗଣତନ୍ତ୍ର ଓ ସମ୍ବିଧାନ ଉପରେ ହେଉଛି ଆକ୍ରମଣ। କଂଗ୍ରେସର ମୁଖ୍ୟ ପ୍ରସଙ୍ଗ ହେଉଛି ଭୋଟ ଚୋରି। ଏହାକୁ ନେଇ ଆହୁରି ଅନେକ ପ୍ରମାଣ ଅଛି। ଯାହାକୁ ଧିରେ ଧିରେ ପ୍ରଦାନ କରିବୁ ବୋଲି କହିଛନ୍ତି ରାହୁଲ। ଗଣତନ୍ତ୍ର ଉପରେ ଆକ୍ରମଣ ହେଉଛି। ଆମ୍ବେଦକରଙ୍କ ସମ୍ବିଧାନ ଉପରେ ମଧ୍ୟ ଆକ୍ରମଣ ହେଉଛି। ଏହା ଯୋଗୁଁ ଦେଶ ବହୁତ କ୍ଷତି ପାଉଛି। ଭାରତ ମାତାଙ୍କୁ କ୍ଷତି ପହଞ୍ଚୁଛି ବୋଲି କହିଛନ୍ତି ରାହୁଲ।ମଧ୍ୟପ୍ରଦେଶ ପଞ୍ଚମାଢିରେ କଂଗ୍ରେସ ସଭାପତିଙ୍କ ତାଲିମ ଶିବିରରେ ଅଂଶଗ୍ରହଣ କରିବା ଅବସରରେ ଗଣମାଧ୍ୟମକୁ ପ୍ରତିକ୍ରିୟା ରଖି ଏହା କହିଛନ୍ତି ରାହୁଲ। ନିର୍ବାଚନ କମିଶନଙ୍କ ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ ନେଇ SIR ପ୍ରକ୍ରିୟା ଗତ ୪ ତାରିଖରେ ନଅଟି ରାଜ୍ୟ ଏବଂ ତିନୋଟି କେନ୍ଦ୍ରଶାସିତ ଅଞ୍ଚଳରେ ଆରମ୍ଭ ହୋଇଛି

ଟି-୨୦ରେ କେଉଁ ପୋଜିସନରେ ଖେଳିବେ ସଞ୍ଜୁ ? ଗିଲଙ୍କ ପାଇଁ ବିଗିଡ଼ି ଯାଉଛି ଟିମ୍ ଇଣ୍ଡିଆର ସନ୍ତୁଳନ

ଭାରତୀୟ ଟିମ୍ ଅଷ୍ଟ୍ରେଲିଆ ବିପକ୍ଷରେ ଟି-୨୦ ସିରିଜରେ ବିଜୟ ହାସଲ କରିଛି । ମାତ୍ର ଟିମର କମ୍ବିନେସନ ଏବେ ବି ପରଫେକ୍ଟ ନଜର ଆସୁନାହିଁ । ଟି-୨୦ ବିଶ୍ବକପ ୨-୨୬ରେ ଭାରତୀୟ ଟିମର ଫାଷ୍ଟ ଚଏସ ଓ୍ବିକେଟ କିପର କିଏ ହେବ, ତାହା ସ୍ଥିର ହୋଇନାହିଁ । କଙ୍ଗାରୁ ବିପକ୍ଷରେ ଟି-୨୦ ସିରଜ ପୂର୍ବରୁ ଦୁଇଟି ମ୍ୟାଚରେ ସଞ୍ଜୁ ସାମସନ ପ୍ଲେଇଂ-୧୧ରେ ସ୍ଥାନ ପାଇଥିଲେ । କାନବେରା ଟି-୨୦ରେ ବର୍ଷା କାରଣରୁ ସଞ୍ଜୁ ବ୍ୟାଟିଂ କରିବାକୁ ଆସିନଥିଲେ । ତା’ପରେ ମେଲବର୍ଣ୍ଣରେ ସଞ୍ଜୁ ୩ୟ ସ୍ଥାନରେ ଆସି ୨ ରନ୍ କରିପାରିଥିଲେ । ତା’ପରେ ସଞ୍ଜୁଙ୍କ ପ୍ଲେଇଂ-୧୧ରୁ ଛୁଟି ହୋଇଯାଇଥିଲା । ଶେଷ ତିନୋଟି ଟି-୨୦ ମ୍ୟାଚରେ ଜିତେଶ ଶର୍ମା ପ୍ଲେଇଂ-୧୧ରେ ସ୍ଥାନ ପାଇଥିଲେ । ସେ ୫ମ, ୬ଷ୍ଠ ଓ ୭ମ ସ୍ଥାନରେ ଆସି ବ୍ୟାଟିଂ କରିଥିଲେ । ହୋବାର୍ଟ ଟି-୨୦ରେ ଜିତେଶ ଅପରାଜିତ ୨୨ ରନ୍ ସଂଗ୍ରହ କରିଥିବା ବେଳେ ଗୋଲ୍ଡ କୋଷ୍ଟରେ କେବଳ ୩ ରନ୍ ଯୋଡ଼ି ପାରିଥିଲେ ।

ଏସିଆ କପ ପୂର୍ବରୁ ସଞ୍ଜୁଙ୍କ ଅନ୍ତର୍ଜାତୀୟ ଟି-୨୦ କ୍ୟାରିୟର ଶାନଦାର ରହିଥିଲା । ସେ ଗତବର୍ଷ ଓପନିଂ କରି ଟି-୨୦ରେ ୨ଟି ଶତକ ମାରିଥିଲେ ।  ଦକ୍ଷିଣ ଆଫ୍ରିକା ବିପକ୍ଷରେ ୨ଟି ଓ ବାଂଲାଦେଶ ବିପକ୍ଷରେ ଗୋଟିଏ ଶତକ ମାରିଥିଲେ ଏବେ ମିଡିଲ୍ ଅର୍ଡରରେ ଭାରତୀୟ ଟିମ୍ ମ୍ୟାନେଜମେଣ୍ଟ ତାଙ୍କ ଉପରେ ଭରସା କରୁନଥିବା ଦେଖାଯାଉଛି । ସଞ୍ଜୁ ଭାରତ ପାଇଁ ୫୧ଟି ଟି-୨୦ ଖେଳି ୨୫.୫୧ ହାରରେ ୯୯୫ ରନ୍ ସଂଗ୍ରହ କରିଛନ୍ତି । ସେଥିମଧ୍ୟରେ ୩ଟି ଶତକ ଓ ୩ଟି ଅର୍ଦ୍ଧଶତକ ରହିଛି । ଓପନିଂରେ ସେ ଭଲ କରିଥିବା ବେଳେ ମିଡିଲ ଅର୍ଡରରେ ଫ୍ଲପ ହେଉଛନ୍ତି । ଏସିଆ କପ ୨୦୨୫ରେ ଯେତେବେଳେ ଶୁଭମନ ଗିଲ ଟି-୨୦କୁ ଫେରିଥିଲେ, ସେହି ସମୟରେ ସଞ୍ଜୁଙ୍କ ଠାରୁ ଓପନିଂ ପୋଜିସନ କାଢ଼ି ନିଆଯାଇଥିଲା । ଏସିଆ କପରେ ଗିଲ ଓ ଅଭିଷେକ ଶର୍ମା ଓପନିଂ କରିଥିଲେ । ଗିଲ ଟେଷ୍ଟ ଓ ଦିନିକିଆରେ ଅଧିନାୟକ ନିଯୁକ୍ତ ହୋଇଥିବା ବେଳେ ଟି-୨୦ରେ ଉପଅଧିନାୟକ ହୋଇଛନ୍ତି । ମାତ୍ର ଟି-୨୦ରେ ଗିଲ ଭଲ ପ୍ରଦର୍ଶନ କରିନଥିଲେ । ଗିଲ ୧୨ଟି ଟି-୨୦ରେ ୨୮.୭୭ ହାରରେ ୨୫୯ ରନ୍ କରିଥିଲେ । ଦେଖିବାକୁ ଗଲେ, ଗିଲଙ୍କୁ ଆଡଜଷ୍ଟ କରିବା ଚକ୍କରରେ ଭାରତୀୟ ଟିମର ସନ୍ତୁଳନ ବିଗିଡ଼ି ଯାଉଛି । ଏସିଆ କପରେ ଗିଲଙ୍କ ଅପେକ୍ଷା ସଞ୍ଜୁଙ୍କ ପ୍ରଦର୍ଶନ ଭଲ ରହିଥିଲା ।

ବିହାର ବିଧାନସଭାରେ କିଏ ମାରିବେ ବାଜି ?

ନନ୍ଦିଘୋଷ ବ୍ୟୁରୋ: ବିହାର ବିଧାନସଭାରେ କିଏ ମାରିବେ ବାଜି। ପ୍ରଥମ ପର୍ଯ୍ଯାୟ ନିର୍ବାଚନ ପରଠାରୁ ଜାରି ରହିଛି ଚର୍ଚ୍ଚା। ପ୍ରତି ଦଳ ଦାବି କରୁଛନ୍ତି ସେମାନେ ଲାଭ କରିବେ ସଂଖ୍ଯା ଗରିଷ୍ଠତା। ସେପଟେ ବିହାରରେ ୬୫ ଦଶମିକ ୦୮ ପ୍ରତିଶତ ମତଦାନ ହୋଇଛି ବୋଲି କହିଛନ୍ତି ନିର୍ବାଚନ କମିଶନ। ସମସ୍ତ ତଥ୍ୟକୁ ଆଧାର କରି ଏହା ଦର୍ଶାଇଛନ୍ତି ଇସି। ଚଳିତ ନିର୍ବାଚନରେ ସର୍ବାଧିକ ମତଦାନ ହୋଇଥିବାରୁ ଏନଡିଓ ଓ ମହାଗଠବନ୍ଧନ ପଡିଛନ୍ତି ଦ୍ବନ୍ଦ୍ବରେ। ପ୍ରଥମ ପର୍ଯ୍ୟାୟରେ ୧୮ ଜିଲ୍ଲାର ୧୨୧ ଆସନରେ ୧ ହଜାର ୩୧୪ ପ୍ରାର୍ଥୀ କରିଥିଲେ ଭାଗ୍ୟ ପରୀକ୍ଷା। ୧୮ଟି ଜିଲ୍ଲାର ୧୨୧ ନିର୍ବାଚନମଣ୍ଡଳୀର ହୋଇଥିଲା ମତଦାନ। ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ହେବ ନଭେମ୍ବର ୧୧ରେ। ଫଳ ପ୍ରକାଶ ପାଇବ ନଭେମ୍ବର ୧୪ରେ।

ରୁଷିଆରେ ହେଲିକପ୍ଟର କ୍ରାସରେ ୫ ମୃତ

ନନ୍ଦିଘୋଷ ବ୍ୟୁରୋ: ରୁଷିଆରେ ହେଲିକପ୍ଟର କ୍ରାସରେ ୫ ମୃତ, ୨ ଆହତ। ରୁଷିଆର ଦେସ୍ତାନ ରିପବ୍ଲିକ ଅନ୍ତର୍ଗତ କାସ୍ପିଆନ ସାଗର ନିକଟରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା। କାମୋଭ କେଏ-୨୨୬ ହେଲିକପ୍ଟର RA-19307 ଦୁର୍ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଏମରଜେନ୍ସି ସିଚୁଏନସ୍ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଦାଗେସ୍ତାନର ୨ ସହର ମଧ୍ୟରେ ଚଳାଚଳ କରୁଥିଲା। ହେଲିକପ୍ଟରଟି ଏକ ଘରେ ବାଜିବା ଯୋଗୁ ଘରଟି କ୍ଷତିଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ଘଟିଥିଲା। ଏହି ହେଲିକପ୍ଟରର କିଜଲାର ଇଲେକ୍ଟ୍ରୋମେକାନିକାଲ ପ୍ଲାଣ୍ଟ ମାଲିକାନାରେ ଥିଲା। ଏହି ଘଟଣାରେ ଏକ ଆପରାଧିକ ମାମଲା ରୁଜୁ ହୋଇଛି। ଉଡାଣ ସଂକ୍ରାନ୍ତ ନିରାପତ୍ତା ନିୟମାବଳୀ ନମାନିବା କାରଣରୁ ଏହି ମାମଲା ରୁଜୁ ହୋଇଛି। ହେଲିକପ୍ଟରର ଯାନ୍ତ୍ରିକ ତ୍ରୁଟି କିମ୍ବା ଅନ୍ୟ କାରଣ ସମ୍ପର୍କରେ ଯାଞ୍ଚ ଚାଲିଛି। ହେଲିକପ୍ଟରରେ ମୋଟ ୭ ଜଣ ଯାତ୍ରୀ ଥିଲେ।

ନୂଆପଡା ଉପନିର୍ବାଚନରେ ବ୍ୟବହାର ହେବ ବାୟୁସେନାର ବିମାନ

ନନ୍ଦିଘୋଷ ବ୍ୟୁରୋ: ନୂଆପଡା ଉପନିର୍ବାଚନରେ ବ୍ୟବହାର ହେବ ବାୟୁସେନାର ବିମାନ। ମାଓ ପ୍ରଭାବିତ ଅଂଚଳରେ ଥିବା ବୁଥକୁ ପୋଲିଂ ପାର୍ଟିକୁ ନେଇ ଯିବ ଏହି ବିମାନ। ଏଥିଲାଗି ଗୋତମା ଏୟାରଷ୍ଟ୍ରିପରେ ଅବତରଣ କରିଛି ଭାରତୀୟ ବାୟୁସେନାର ବିମାନ । ପ୍ରଥମ ଥର ପାଇଁ ରାତିରେ ଗୋତମା ଏୟାରଷ୍ଟ୍ରିପରେ ଅବତରଣ କରିଛି ବାୟୁସେନାର ବିମାନ। ନୂଆପଡ଼ା ଉପନିର୍ବାଚନରେ ସାମିଲ ପୋଲିଂ ପାର୍ଟିଗୁଡ଼ିକୁ ସହାୟତା କରିବ ଏହି ବିମାନ। ସୁନାବେଡା ଅଞ୍ଚଳର ମାଓବାଦୀ ପ୍ରଭାବିତ ବୁଥରେ ପୋଲିଂ ପାର୍ଟି ଯିବାକୁ ଭାରତୀୟ ବାୟୁସେନାର ବିମାନ ବ୍ୟବହାର କରାଯିବ।.

ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ଶାନ୍ତି ଚୁକ୍ତି ଭଙ୍ଗ

ନନ୍ଦିଘୋଷ ବ୍ୟୁରୋ: ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ଶାନ୍ତି ଚୁକ୍ତି ଭଂଗ।କାବୁଲର ସୁରକ୍ଷା ଦାୟିତ୍ଵ ନେବାକୁ ଇସଲାମାବାଦର ଦାବି ପରେ ଭାଂଗିଲା ଶାନ୍ତି ଚୁକ୍ତି। ଅସ୍ତବିରତି ଜାରି ରହିଥିଲେ ମଧ୍ୟ ଶାନ୍ତି ଆଲୋଚନା ବିଫଳ ହୋଇଛି। ଇସଲାମାବାଦର ଦାବିକୁ ନେଇ ଆଫଗାନ-ପାକ୍ ଶାନ୍ତି ଆଲୋଚନା ଭଂଗ ହୋଇଛି। କାବୁଲର ଆଭ୍ୟନ୍ତରୀଣ ସୁରକ୍ଷା ଦାୟିତ୍ଵ ପାକିସ୍ତାନ ନେବାକୁ ଦାବି କରିବା ପରେ ଆଫଗାନିସ୍ତାନ ଏବଂ ପାକିସ୍ତାନ ମଧ୍ୟରେ ଶାନ୍ତି ଆଲୋଚନା ଭଂଗ ହୋଇଛି। ଦୁଇ ପଡ଼ୋଶୀଙ୍କ ମଧ୍ୟରେ ଅସ୍ତ୍ରବିରତି ଜାରି ରହିଥିଲେ ମଧ୍ୟ ଶାନ୍ତି ଆଲୋଚନା ବିଫଳ ହୋଇଛି। ଯୁଦ୍ଧବିରତି ଏପର୍ଯ୍ୟନ୍ତ ଉଲ୍ଲଂଘନ କରାଯାଇ ନଥିବାରୁ ଏହାକୁ ପାଳନ କରାଯିବ ବୋଲି କହିଛି ଆଫଗାନିସ୍ତାନ। ସୀମା ସଂଘର୍ଷକୁ ରୋକିବା ପାଇଁ ଇସ୍ତାନବୁଲରେ ହୋଇଥିବା ଶାନ୍ତି ଆଲୋଚନା ବିଫଳ ହୋଇଥିବା

ସ୍ଵୀକାର କରିଛନ୍ତି ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଖ୍ଵାଜା ଆସିଫ। ଯେ ଯେପର୍ଯ୍ୟନ୍ତ ଆଫଗାନ ଅଞ୍ଚଳରୁ କୌଣସି ଆକ୍ରମଣ ନହୁଏ ସେପର୍ଯ୍ୟନ୍ତ ଯୁଦ୍ଧବିରତି ଜାରି ରହିବ। ଗତ କିଛି ମାସ ମଧ୍ୟରେ ଆଫଗାନିସ୍ତାନ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ଗତ ମାସରେ ଦୁଇ ଦେଶର  ସେନା ମଧ୍ୟରେ ସଂଘର୍ଷ ହୋଇଥିଲା। ଏଥିରେ ୧୪ ଜଣଙ୍କ ମୃତ୍ୟୁ ଘଟିଥିଲା। ୨୦୨୧ରେ ତାଲିବାନ କ୍ଷମତା ଦଖଲ କରିବା ପରେ ଦୁଇ ଦେଶ ମଧ୍ୟରେ ଏହା ସବୁଠାରୁ ବଡ଼ଧରଣର ହିଂସା ଥିଲା। ଗତ ଅକ୍ଟୋବରରେ ଦୋହାରେ ଉଭୟ ଦେଶ ଯୁଦ୍ଧବିରତି ସ୍ୱାକ୍ଷର କରିଥିଲେ। କିନ୍ତୁ ଇସ୍ତାନବୁଲରେ ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା ଦୀର୍ଘକାଳୀନ ଚୁକ୍ତି ବିନା ଶେଷ ହୋଇଥିଲା। ପାକିସ୍ତାନ ପ୍ରତି ବିପଦ ଥିବା ଆଫଗାନ ବିଦ୍ରୋହୀ ଗୋଷ୍ଠୀଗୁଡ଼ିକୁ ନେଇ ମତଭେଦରୁ ଏହି ଅଚଳାବସ୍ଥା ସୃଷ୍ଟି ହୋଇଥିଲା। ଏକଦା ଘନିଷ୍ଠ ସହଯୋଗୀ ଥିବା ପାକିସ୍ତାନ ଏବଂ ତାଲିବାନର କିଛି ବର୍ଷ ମଧ୍ୟରେ ସେମାନଙ୍କ ସମ୍ପର୍କରେ ତିକ୍ତତା ବୃଦ୍ଧି ହେବାରେ ଲାଗିଛି।…

ଦିଲ୍ଲୀରେ ବେହାଲ ସ୍ଥିତି, ବିଗିଡ଼ିବାରେ ଲାଗିଛି ବାୟୁର ଗୁଣବତ୍ତା

ନନ୍ଦିଘୋଷ ବ୍ୟୁରୋ: ରାଜଧାନୀ ଦିଲ୍ଲୀରେ ବିଗିଡିବାରେ ଲାଗଛି ବାୟୁର ଗୁଣବତ୍ତା । ପ୍ରାୟ ୨୩ଟି ସ୍ଥାନରେ AQI ୪୦୦ ଅତିକ୍ରିମ କରିଛି । ଦିଲ୍ଲୀରେ ମୌସୁମୀ ବଦଳିବା ସହ ବାୟୁ ପ୍ରଦୂଷଣ ଯୋଗୁଁ ଲୋକମାନେ ନାହିଁନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ବାୟୁ ପ୍ରଦୂଷଣ ଏବଂ ତାପମାତ୍ରା ହ୍ରାସ ହେବା ଯୋଗୁଁ ଲୋକମାନେ ଥଣ୍ଡା, ଜ୍ବର, କାଶ, ଆଖି ସମସ୍ୟା ଏବଂ ନିଶ୍ବାସ ନେବା ଭଳି ରୋଗରେ ପୀଡିତ ହେଉଛନ୍ତି । ବାୟୁ ପ୍ରଦୂଷଣ ଯୋଗୁଁ ଦିଲ୍ଲୀର ୨୩ଟି ଅଞ୍ଚଳକୁ ରେଡ ଜୋନ ଘୋଷଣା କରାଯାଇଛି । ଦିଲ୍ଲୀର ବିଭିନ୍ନ ସ୍ଥାନରେ ୧୧ ଡିଗ୍ରୀ ତଳେ ରହିଛି ତାପମାତ୍ରା । ଦିଲ୍ଲୀରେ ୫ ଦିନ ଧରି ଧୂଆଁ ଧୂଆଁ ପରିବେଶ ରହିବ । ଏହା ସହ ତାପାମାତ୍ରା ହ୍ରାସ ହେବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ କହିଛି । ନେଇଡାରେ AQI ୩୯୨ ରହିଥିବା ବେଳେ ଗାଜିଆବାଦରେ ୩୮୭ ଏବଂ ଗୁରୁଗାଓଁରେ ୨୫୪ ରହିଛି ।

ବିହାର ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ : ଆଜି ସରିବ ପ୍ରଚାର

ନନ୍ଦିଘୋଷ ବ୍ୟୁରୋ: ଆସନ୍ତା ୧୧ରେ ବିହାର ବିଧାନସଭା ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ। ୧୨୨ ଆସନରେ ହେବ ଭୋଟ। ଦ୍ଵିତୀୟ ପର୍ଯ୍ୟାୟ ଭୋଟ ଲାଗି ଆଜି ସରୁଛି ପ୍ରଚାର। ଅପରାହ୍ନ ୫ଟାରେ ଶେଷ ହୋଇଯିବ ପ୍ରଚାର। ଶେଷ ଦିନରେ ଆରଜେଡି ପ୍ରାର୍ଥୀ ତେଜସ୍ଵୀ ଯାଦବଙ୍କ ୩ଟି ରୋଡ ସୋ କାର୍ଯ୍ୟକ୍ରମ ରହିଛି। ସେପଟେ ଏନଡିଏ ପ୍ରାର୍ଥୀଙ୍କ ଲାଗି କେନ୍ଦ୍ରମନ୍ତ୍ରୀ ଅମିତ ଶାହ ମଧ୍ୟ ଆଜି କରିବେ ପ୍ରଚାର। ୨୦ ଜିଲ୍ଲାର ୧୨୨ ଆସନ ଲାଗି ମଇଦାନରେ ଅଛନ୍ତି ୧ ହଜାର ୩୦୨ ପ୍ରାର୍ଥୀ। ମୋଟ ୧ ହଜାର ୩୭୨ ପ୍ରାର୍ଥୀ ନିଜର ପ୍ରାର୍ଥିପତ୍ର ଦାଖଲ କରିଥିବାବେଳେ ସେମାନଙ୍କ ମଧ୍ୟରୁ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିଥିଲେ ୭୦ଜଣ। ଗୟା ଟାଉନ, ସାସାରାମ ଓ ଚଇନପୁରରେ ସର୍ବାଧିକ ୨୨ ଲେଖାଏ ପ୍ରାର୍ଥୀ ଲଢୁଛନ୍ତି। ତ୍ରିବେଣୀଗଞ୍ଜ, ଲଉରିଆ ଓ ସୁଗାଉଲିରେ ସର୍ବନିମ୍ନ ୫ ଜଣ ଲେଖାଏ ପ୍ରାର୍ଥୀ ଅଛନ୍ତି। ଗତ ୬ ତାରିଖରେ ପ୍ରଥମ ପର୍ଯ୍ଯାୟରେ ୧୨୧ ଆସନରେ ଭୋଟଗ୍ରହଣ ହୋଇଥିଲା

ନୂଆପଡ଼ା ଉପନିର୍ବାଚନରେ ଆଜି ସରୁଛି ପ୍ରଚାର

ନନ୍ଦିଘୋଷ ବ୍ୟୁରୋ: ନୂଆପଡ଼ା ଉପନିର୍ବାଚନରେ ଆଜି ସରୁଛି ପ୍ରଚାର। ଆଜି ଉପନିର୍ବାଚନରେ ପ୍ରଚାରର ଶେଷ ଦିନ। ପ୍ରଚାର ସରୁଥିବାରୁ ଶେଷ ସ୍ପର୍ଶ ଦେବା ପାଇଁ ସବୁ ପ୍ରମୁଖ ଦଳର ପ୍ରାର୍ଥୀ ଓ ନେତା ଲାଗି ପଡ଼ିଛନ୍ତି। ବିଭିନ୍ନ ଗାଁ ଗାଁ ବୁଲି ପ୍ରଚାର କରୁଛନ୍ତି ପ୍ରାର୍ଥୀ। ନବୀନଙ୍କ ରୋଡ଼ ଶୋ ପରେ ବିଜେଡି କର୍ମୀଙ୍କ ମଧ୍ୟରେ ଭିନ୍ନ ପ୍ରକାର ଉତ୍ସାହ ଦେଖିବାକୁ ମିଳିଛି। ସେପଟେ ମୁଖ୍ୟମନ୍ତ୍ରୀ ମଧ୍ୟ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିବା ବେଳେ କଂଗ୍ରେସ ପ୍ରାର୍ଥୀ କୋମନା ଓ ନୂଆପଡ଼ା ଅଞ୍ଚଳରେ ଜୋରଦାର ପ୍ରଚାର କରିଛନ୍ତି। ପ୍ରଚାର ଶେଷ ଦିନରେ ଫୁଲ ଦମରେ ଲାଗି ପଡ଼ିଛନ୍ତି ୩ ପ୍ରମୁଖ ଦଳର ପ୍ରାର୍ଥୀ ଓ ନେତା। ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ଓ ଦଳୀୟ ନେତା ଜୋରଦାର ପ୍ରଚାର ଚଳାଇଛନ୍ତି। ନୂଆପଡ଼ା ଓ କୋମନା ବ୍ଲକର ବିଭିନ୍ନ ଗାଁ ଓ ପଂଚାୟତ ବୁଲି ପ୍ରଚାର କରୁଛନ୍ତି। ସ୍ନେହାଙ୍ଗିନୀଙ୍କ ସହ ବରିଷ୍ଠ ବିଜେଡି ନେତା, ବିଧାୟକ ତଥା ଦଳୀୟ କର୍ମୀମାନେ ଗାଁ ଗାଁ ବୁଲୁଥିବା ଦେଖିବାକୁ ମିଳିଛି। ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଗତକାଲି ପ୍ରଚାର କରିଥିଲେ। ସାଧାରଣ ସଭା ସହ ରୋଡ଼ ଶୋ ବି କରିଥିଲେ ମୋହନ। ଦଳୀୟ ପ୍ରାର୍ଥୀ ଓ ନେତାମାନେ ମଧ୍ୟ ପ୍ରଚାରରେ ସାମିଲ ହୋଇଛନ୍ତି। ସେପଟେ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ କୋମନା ଅଞ୍ଚଳରେ ବ୍ୟାପକ ପ୍ରଚାର କରିଥିବା ଦେଖିବାକୁ ମିଳିଥିଲା। ଆଜି ଶେଷ ଦିନ ଥିବାରୁ ୩ ପ୍ରମୁଖ ଦଳର ପ୍ରାର୍ଥୀଙ୍କ ପକ୍ଷରୁ ଜୋରଦାର ପ୍ରଚାର ଚାଲିଛି

ମୁଖ୍ୟମନ୍ତ୍ରୀଙ୍କ ରୋଡ ଶୋ ପାଇଁ ରାସ୍ତାରେ ଷ୍ଟେଜ୍ କରାଯିବାକୁ ନେଇ ବର୍ଷିଲା ବିଜେଡି

ମୁଖ୍ୟମନ୍ତ୍ରୀଙ୍କ ରୋଡ ଶୋ’ ପାଇଁ ରାସ୍ତାରେ ଷ୍ଟେଜ୍ କରାଯିବାକୁ ନେଇ ବର୍ଷିଲା ବିଜେଡି

ନନ୍ଦିଘୋଷ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ରୋଡ ଶୋ’ ପାଇଁ ରାସ୍ତାରେ ବିଜେପିର ଷ୍ଟେଜ କରାଯିବା ପ୍ରସଙ୍ଗକୁ ନେଇ ବର୍ଷିଲା ବିଜେଡି । ଗତକାଲି ନବୀନ ପଟ୍ଟନାୟକଙ୍କ ବିଶାଳ ରୋଡ ଶୋରେ ହଜାର ହଜାର ଲୋକଙ୍କୁ ଦେଖି ଭୟଭୀତ ହୋଇ ତରବରିଆ ଭାବେ ରୋଡ ଶୋ କରୁଛନ୍ତି । ଶାସନ ପ୍ରଶାସନର ସହାୟତାରେ ରାସ୍ତା ମଝିରେ ଷ୍ଟେଜ କରିଛନ୍ତି । ୯୦ ଭାଗ ରାସ୍ତା ବନ୍ଦ କରି ଷ୍ଟେଜ କରିଛନ୍ତି । ୱାର୍କିଂ ଡେ’ ରେ ଏଭଳି କରିବା ଦ୍ୱାରା ଲୋକେ ବହୁ ହଇରାଣ ହେଉଛନ୍ତି । ପ୍ରଶାସନକୁ ଜଣାଇବା ପରେ ବି ସେମାନେ ଶୁଣିବାକୁ ନାରାଜ। ଜିଲ୍ଲାପାଳଙ୍କୁ ବାରମ୍ବାର ଫୋନ କରିବା ପରେ ବି ସେ ଫୋନ ଉଠାଉନାହାନ୍ତି । ନିର୍ବାଚନ ପର୍ଯ୍ୟବେକ୍ଷକମାନେ ମଧ୍ୟ ଫୋନ ରିସିଭ କରୁ ନାହାନ୍ତି । ଯଦି ପ୍ରତିନିଧିଙ୍କୁ ନ ଭେଟିବେ ତା’ହେଲେ କାହିଁକି ପର୍ଯ୍ୟବେକ୍ଷକ ଅଛନ୍ତି ବୋଲି ପ୍ରଶ୍ନ କରିଛି ଦଳ ।

ବେଆଇନ କାମ କରି ରାସ୍ତାକୁ ବନ୍ଦ କରି ମିଟିଂ କରୁଛନ୍ତି । ଜିଲ୍ଲାପାଳ, ଏସପି ଶାସକ ଦଳର ଏଜେଣ୍ଟ ଭଳି କାମ କରୁଛନ୍ତି । ଏଭଳି ପରିସ୍ଥିତି କେବେ ଦେଖାଯାଇ ନଥିଲା । ଅଭିଯୋଗ ନ ଶୁଣିବା କେବେ ଦେଖିବାକୁ ମିଳି ନଥିଲା । ଏକତରଫା ନିର୍ବାଚନ କରିବାକୁ ଉଦ୍ୟମ ହେଉଛି । ଭୟର ବାତାବରଣ ସୃଷ୍ଟି ପାଇଁ ଉଦ୍ୟମ ହେଉଛି । ବିଜେଡି ପୋଷ୍ଟର ବ୍ୟାନର ହଟାଯାଇ ବିଜେପି ପୋଷ୍ଟର ଲଗାଯାଉଛି । ପ୍ରଶାସନ ବ୍ୟାନର ପୋଷ୍ଟର ଲଗାଉଛି । ଯାହାକୁ କଡା ନିନ୍ଦା କରିଛି ବିଜେଡି ।

ଦଳ ପକ୍ଷରୁ କୁହାଯାଇଛି, ସେମାନେ ଜାଣିସାରିଲେଣି ସେମାନଙ୍କ ଲୋକପ୍ରିୟତା ନାହିଁ । ମୋହନ ମାଝୀଙ୍କ ସଭାରେ ଲୋକ ହେଉ ନାହାଁନ୍ତି । ରାସ୍ତା ବ୍ଲକ କରି ଭିଡ଼ ଦେଖାଇବାକୁ ଉଦ୍ୟମ କରାଯାଉଛି । ବିଜେପି ନେତା ମନ୍ତ୍ରୀଙ୍କୁ ଲୋକେ ଚିହ୍ନୁ ନାହାଁନ୍ତି ।  ସେଥିପାଇଁ ଜବରଦସ୍ତ ଅନ୍ୟ ଜିଲ୍ଲାରୁ ପ୍ରଶାସନକୁ ଲଗାଇ ଲୋକଙ୍କୁ ଅଣାଯାଉଛି । ଜବରଦସ୍ତ ଲୋକପ୍ରିୟତା ଆସେ ନାହିଁ ବୋଲି କଟାକ୍ଷ କରିଛି ବିଜେଡି ।