spot_img
Home Blog Page 277

ବିହାରରେ ଓଓ୍ବେସୀଙ୍କ AIMIM ଠାରୁ ଅଧିକ ଭୋଟ ପାଇଲା NOTA: ଅନେକଙ୍କ ଖେଳ ବିଗାଡ଼ିଲା ନୋଟା !

ବିହାରରେ ଏନଡିଏର ସରକାର ଗଠନ ହେବା ନେଇ ଚିତ୍ର ସ୍ପଷ୍ଟ ହେବାରେ ଲାଗିଥିବା ବେଳେ ତେଜସ୍ବୀ ଯାଦବଙ୍କ ସମେତ ଅନେକ ବଡ଼ ବଡ଼ ନେତାଙ୍କ ସିଟରେ କଡ଼ା ମୁକାବିଲା ଜାରି ରହିଛି । ଅସଦୁଦ୍ଦିନ ଓଓ୍ବେସୀଙ୍କ AIMIM ୪ଟି ସିଟରେ ଆଗରେ ରହିଛି, ମାତ୍ର ଏହି ଦଳ ଠାରୁ ନୋଟାକୁ ଅଧିକ ଭୋଟ ମିଳିଛି । ବିଜେପିକୁ ୨୧.୪୬ ପ୍ରତିଶତ, ଆରଜେଡିକୁ ୨୩.୦୩ ପ୍ରତିଶତ ଭୋଟ ମିଳିଛି । ନୋଟା ଅନେକ ଆଶାୟୀଙ୍କ ଖେଳ ବିଗାଡ଼ି ଦେଇଛି ।

ନିର୍ବାଚନ ଆୟୋଗଙ୍କ ଦ୍ବାରା ଜାରି କରାଯାଇଥିବା ତଥ୍ୟ ମୁତାବକ, ଅସଦୁଦ୍ଦୀନ ଓଓ୍ବେସୀଙ୍କ ପାର୍ଟି AIMIM ୪ଟି ସିଟରେ ଆଗରେ ରହିଛି । ଏଥର ବିହାରରେ ତାଙ୍କୁ ମାତ୍ର ୧.୭୫ ପ୍ରତିଶତ ଭୋଟ ମିଳିଛି । ଏହାଠାରୁ ବହୁମାତ୍ରାରେ ଅଧିକ ଭୋଟ ନୋଟାକୁ ମିଳିଛି । ବିହାରର ୧.୮୪ ପ୍ରତିଶତ ଲୋକ ନୋଟାକୁ ଭୋଟ ଦେଇଛନ୍ତି । ଏହାର ଅର୍ଥ ହେଉଛି ୧୦ ଲକ୍ଷରୁ ଅଧିକ ଲୋକ ନୋଟାକୁ ଭୋଟ ଦେଇଛନ୍ତି । ତଥ୍ୟ ଅନୁସାରେ, ବିଜେପିକୁ ୨୧.୪୬ ପ୍ରତିଶତ, କଂଗ୍ରେସକୁ ୮.୧୩ ପ୍ରତିଶତ, ଜେଡିୟୁକୁ ୧୯.୦୪ ପ୍ରତିଶତ, ଆରଜେଡିକୁ ୨୩.୦୩ ପ୍ରତିଶତ, ଏନସିପିକୁ ୦.୦୨ ପ୍ରତିଶତ ଓ ସିପିଆଇକୁ ୦.୫୯ ପ୍ରତିଶତ ଭୋଟ ମିଳିଛି ।

ମଣିଷର ବୟସ ହୋଇଯିବ ୧୫୦ ବର୍ଷ ! ଆଣ୍ଟି-ଏଜିଂ ଡ୍ରଗ୍ ପ୍ରସ୍ତୁତ କରୁଛନ୍ତି ବୈଜ୍ଞାନିକ

ଚୀନର ବୈଜ୍ଞାନିକମାନେ ଅଙ୍ଗୁର ମଞ୍ଜିରୁ ପ୍ରସ୍ତୁତ PCC1 ଉପରେ କାମ କରୁଛନ୍ତି । ଏହା ମଣିଷର ବୟସ ୧୫୦ ବର୍ଷ ପର୍ଯ୍ୟନ୍ତ ବଢ଼ାଇପାରେ । ଶେନଝେନର ଲାନବୀ ବାୟୋସାଇନ୍ସେସ କମ୍ପାନୀ ଆଣ୍ଟି-ଏଜିଂ ଗୋଲି ପ୍ରସ୍ତୁତ କରୁଛି । ମୂଷା ଉପରେ ଏହି ମେଡିସିନର ଟେଷ୍ଟ କରାଯିବା ପରେ ସେମାନଙ୍କ ବୟସ ୯ ପ୍ରତିଶତ ବୃଦ୍ଧି ପାଇଛି । ମଣିଷ ଉପରେ ମଧ୍ୟ ଏହାର ଟ୍ରାଏଲ ଜରୁରୀ ବୋଲି ବିଶେଷଜ୍ଞମାନେ ଚିନ୍ତା କରୁଛନ୍ତି ।

ଶେନଝେନର ବାୟୋଟେକ କମ୍ପାନୀ ଲାନବୀ ବାୟୋସାଇନ୍ସେସ ଏହି ଡଗ ଉପରେ କରୁଛି । କମ୍ପାନୀର ନାମ ଲାନବୀ ବାୟୋସାଇନ୍ସେସ ହୋଇଥିବା ବେଳେ ଏହା ଏକ ଆଣ୍ଟି-ଏଜିଂ ଗୋଲି ପ୍ରସ୍ତୁତ କରୁଛି । ଏହି ଗୋଲିର ମୁଖ୍ୟ ତତ୍ତ୍ବ ପ୍ରୋସ୍ୟାନିଡିନ ସି । (PCC1) ଅଟେ । ଏହା ଅଙ୍ଗୁର ମଞ୍ଜିର ଅର୍କରେ ମିଳିଥାଏ । ଏହି ଗୋଲି ବୁଢ଼ା ଓ ଦୁର୍ବଳ କୋଷିକାଙ୍କୁ ନଷ୍ଟ କରି ସ୍ବସ୍ଥ କୋଷିକାଙ୍କୁ ରକ୍ଷା କରିବ । ଏହା ମଣିଷର ବୟସ ବହୁତ ବର୍ଷ ବଢ଼ାଇପାରେ । PCC1 ମୂଷାଙ୍କ ବୁଢ଼ା କୋଷିକାକୁ ନଷ୍ଟ କରିବା ସହ ସୁସ୍ଥ କୋଷିକାଙ୍କୁ ବଞ୍ଚାଇଥିଲା । ପରିଣାମ ଏହା ହୋଇଥିଲା ଯେ, ଡ୍ରଗ ନେଇଥିବା ମୂଷାଙ୍କ ଜୀବନର ହାର ୯ ପ୍ରତିଶତ ବଢ଼ିଯାଇଥିଲା । ଯଦି ଚିକିତ୍ସା ଆରମ୍ଭ ହେବା ପରେ ବୟସ ହିସାବ କରାଯିବ, ତେବେ ତାହା ୬୪.୨ ପ୍ରତିଶତ ଅଧିକ ଥିଲା ।

ଲାଲୁଙ୍କ ବଡ଼ ପୁଅ ତେଜ ପ୍ରତାପ ୧୪ ହଜାର ଭୋଟରେ ପଛରେ

ବିହାର ବିଧାନସଭା ନିର୍ବାଚନରେ ଆଜି ଭୋଟ ଗଣତି ଚାଲିଛି । ଏହା ମଧ୍ୟରେ ଜେଡିୟୁ ଓ ବିଜେପି ମେଣ୍ଟ ଏକ ବୃହତ୍ ବିଜୟ ଆଡ଼କୁ ଅଗ୍ରସର ହେଉଛନ୍ତି । ମେଣ୍ଟର ପ୍ରାର୍ଥୀମାନେ ୧୮୯ଟି ଆସନରେ ଆଗରେ ରହିଛନ୍ତି । ଜେଡିୟୁ ୭୬ଟିରେ ଓ ବିଜେପି ୮୬ଟିରେ ଆଗରେ ରହିଛନ୍ତି । ଅନ୍ୟପକ୍ଷରେ ଆରଜେଡି ମାତ୍ର ୩୫ଟି ଆସନରେ ଆଗରେ ରହିଛି । ଗତ ୨୦୨୦ ମସିହାର ବିଧାନସଭା ନିର୍ବାଚନ ଅପେକ୍ଷା ଦଳ ଏଥର ଭଲ ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଥିଲେ ହେଁ ତାହା ଫସଲ ଫାଟି ଯାଇଛି ।

ତେବେ ଏଥର ସବୁଠାରୁ ବଡ଼ ଚର୍ଚ୍ଚାରେ ରହିଥିଲେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ବଡ଼ପୁଅ ତେଜ ପ୍ରତାପ ଯାଦବ । ତେଜ ପ୍ରତାପ ୧୪ ହଜାର ୭୦୭ ଖଣ୍ଡ ଭୋଟ ପଛରେ ରହିବା ସହ ଚତୁର୍ଥ ସ୍ଥାନରେ ରହିଛନ୍ତି । ଲୋକ ଜନଶକ୍ତି ପାର୍ଟି (ରାମ ବିଲାଶ) ପାର୍ଟିର ପ୍ରାର୍ଥୀ ସଞ୍ଜୟ କୁମାର ସିଂ ୧୯,୧୦୬ ଖଣ୍ଡ ଭୋଟ, ଆରଜେଡି ପ୍ରାର୍ଥୀ ମୁକେଶ କୁାମର ରାଉଶନ ୧୩,୮୨୮, ଅଲ ଇଣ୍ଡିଆ ମଜଲିସ-ଇ-ଇତେହାଦୁଲ ମୁସଲିମିନ ପ୍ରାର୍ଥୀ ଅମିତ କୁମାରଙ୍କୁ ୬୮୭୫ ଖଣ୍ଡ, ତେଜ ପ୍ରତାପଙ୍କୁ ୪,୩୯୯ ଖଣ୍ଡ ଭୋଟ ମିଳିଛି ।

ବିଜୟର ନିକଟତର ୨୫ ବର୍ଷୀୟା ଲୋକଗାୟିକା ମୌଥିଲୀ ଠାକୁର

ଲୋକଗାୟିକା ମୌଥିଲୀ ଠାକୁର ଚଳିତ ବିହାର ବିଧାନସଭା ନିର୍ବାଚନରେ ପ୍ରଥମ ଥର ପାଇଁ ରଣାଙ୍ଗନକୁ ଓହ୍ଲାଇଛନ୍ତି । ତେବେ ପ୍ରାରମ୍ଭିକ ଗଣତିରେ ମୌଥିଲୀ ଆଗୁଆ ରହିଛନ୍ତି । ଏହାକୁ ନେଇ ସେ ଖୁସି ବ୍ୟକ୍ତ କରିଛନ୍ତି । ମୌଥିଲୀ ନିଜର ଲୋକଗୀତକୁ ନେଇ ବେଶ୍ ଜଣାଶୁଣା ଥିବାବେଳେ ବିହାରରେ ତାଙ୍କର ବହୁ ପ୍ରଶଂସକ ରହିଛନ୍ତି । ମୌଥିଲୀ ବିଜେପି ଟିକେଟରେ ଦରଭଙ୍ଗାର ଅଲୀନଗର ଆସନରୁ ଲଢ଼ୁଛନ୍ତି । ନିର୍ବାଚନ ପ୍ରଚାର ସମୟରେ ମୌଥିଲୀ ବହୁ ପରିଶ୍ରମ କରିଥିଲେ ।

ମୌଥିଲୀ ୨୨,୨୩୬ଟି ଭୋଟ ପାଇ ୮୫୪୪ଟି ଭୋଟରେ ଆଗୁଆ ରହିଛନ୍ତି । ଆରଜେଡି ପ୍ରାର୍ଥୀ ବିନୋଦ ମିଶ୍ର ୧୩,୬୪୪ଟି ଭୋଟ ପାଇଛନ୍ତି । ଜନ ସୁରାଜ ପାର୍ଟିର ପ୍ରାର୍ଥୀ ବିପ୍ଲବ କୁମାର ଚୌଧରୀ ୬୮୬ଟି ଭୋଟ ପାଇଛନ୍ତି ।

ଚାଲିଛି ନୂଆପଡ଼ା ଉପନିର୍ବାଚନ ଗଣତି, ୧୧ ରାଉଣ୍ଡ ସୁଦ୍ଧା ଆଗରେ ବିଜେପି

ନନ୍ଦିଘୋଷ ବ୍ୟୁରୋ : ଚାଲିଛି ନୂଆପଡ଼ା ଉପନିର୍ବାଚନ ଗଣତି ।  ବଢୁଛି ପ୍ରାର୍ଥୀଙ୍କ ମଧ୍ୟରେ ଉତ୍ସାହ । ବଡ଼ ସଂଖ୍ୟାରେ ଆଗେଇ ଚାଲିଛି ବିଜେପି । ୧୧ ରାଉଣ୍ଡ ସୁଦ୍ଧା ବିଜେଡି ଠାରୁ ୩୬ ହଜାର ୭୯୬ଖଣ୍ଡ ଭୋଟରେ ଆଗରେ ଅଛି ବିଜେପି । ଉପନିର୍ବାଚନରେ ଛିଡ଼ା ହୋଇଥିଲେ ୧୪ ଜଣ ପ୍ରାର୍ଥୀ ।  ପ୍ରମୁଖ ୩ ଦଳ ବିଜେଡି, କଂଗ୍ରେସ ଓ ବିଜେପି ତ୍ରିମୁଖୀ ପ୍ରତିଦ୍ବନ୍ଦ୍ବି ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳୁଛି ।  ଏପର୍ଯ୍ୟନ୍ତ ବିଜେପିର ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କୁ ମିଳିଛି ୫୫,୯୮୦ଭୋଟ୍ । ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ୧୮ହଜାର ୧୮୪ ଭୋଟ୍ ହାତେଇଛନ୍ତି । ଅନ୍ୟପଟେ ତୃତୀୟ ସ୍ଥାନରେ ରହିଛନ୍ତି କଂଗ୍ରେସର ଘାସିରାମ ମାଝୀ । ତାଙ୍କୁ ୧୦ମ ରାଉଣ୍ଡ ୧୫ ହଜାର ୩୩୭ ଖଣ୍ଡ ଭୋଟ୍ ମିଳିଛି । କଡ଼ା ସୁରକ୍ଷା ମଧ୍ୟରେ ଚାଲିଛି ଭୋଟ୍ ଗଣନା ।

ତେଜସ୍ବୀ ଯାଦବଙ୍କ ଦୁର୍ଗତୀ କାହିଁକି ହେଲା, ଜାଣନ୍ତୁ ଏହା ପଛର ୫ଟି କାରଣ

୨୦୨୦ ନିର୍ବାଚନରେ ଆରଜେଡି ମାତ୍ର କିଛି ହଜାର ଭୋଟରେ ଏନଡିଏ ଠାରୁ ପଛରେ ରହିଯାଇଥିଲା । ଏଥର ଭଲ ପ୍ରଦର୍ଶନ କରିବ ବୋଲି ଆରଜେଡି ଆଶା କରିଥିଲା । ମାତ୍ର ସବୁ କିଛି ଫସର ଫାଟିଗଲା । ମହାଗଠବନ୍ଧନ  ଏହି ନିର୍ବାଚନରେ ଶୋଚନୀୟ ଭାବେ ପରାଜୟ ବରଣ କରିବା ଜଣାପଡ଼ୁଛି । ରାଜ୍ୟରେ ସରକାର ଗଠନ କରିବାକୁ ବାହାସ୍ଫୋଟ ମାରୁଥିବା ମହାଗଠବନ୍ଧନକୁ ଲାଗିଛି ଏକ ଶକ୍ତ ଝଟକା । ଅନ୍ୟପକ୍ଷରେ ଜେଡିୟୁ-ବିଜେପି ୧୮୫ଟି ଆସନରେ ମଜବୁତ ରହିଛି । ରୁଝାନା ଆସନରେ ନିଜେ ତେଜସ୍ବୀ ଯାଦବ ପଛରେ ରହିଛନ୍ତି । ବିହାର ଜନତା ମହାମେଣ୍ଟକୁ କେବଳ ହରାଇ ନାହାନ୍ତି, ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି । ତେବେ କ’ଣ ପାଇଁ ତେଜସ୍ବୀଙ୍କ ମହାଗଠବନ୍ଧନ ଧରାଶାୟୀ ହେଲା, ଏହା ପଛରେ ଅନେକ କାରଣ ରହିଛି ।

୧- ୫୨ ଯାଦବ ପ୍ରାର୍ଥୀଙ୍କୁ ଟିକେଟ ଦେବା ଦଳ ପାଇଁ ଭୁଲ ପ୍ରମାଣିତ ହୋଇଥିଲା । ବିହାରରେ ୧୪ ପ୍ରତିଶତ ଯାଦବ ରହିଥିବା ବେଳେ ଏହା ଆରଜେଡିର କୋର ଭୋଟ ବ୍ୟାଙ୍କ । ରାଜ୍ୟରେ ଯାଦବ ରାଜର ଗନ୍ଧ ବାରିବା ପରେ ଜନତା ଏହାକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ । ଅନ୍ୟପକ୍ଷରେ ବିଜେପି ’ଆରଜେଡିର ଯାଦବ ରାଜ’ର ପ୍ରଚାର କରିଥିଲା ।

୨- ତେଜସ୍ବୀ ନିଜର ସହଯୋଗୀ ଦଳ କଂଗ୍ରେସ, ବାମ ଦଳ ଓ ଛୋଟ ପାର୍ଟିଙ୍କୁ ଗୁରୁତ୍ବ ଦେଇନଥିଲେ । ଏହା ତାଙ୍କ ପାଇଁ ଭୁଲ ପ୍ରମାଣିତ ହୋଇଥିଲା । ସିଟ୍‌ ଶେୟାରିଂ ବିବାହ ଗଠବନ୍ଧନକୁ ଦୁର୍ବଳ କରିଥିଲା ।

୩- ତେଜସ୍ବୀ ଜନତାଙ୍କୁ ବହୁ ପ୍ରତିଶ୍ରୁତି ଦେଇଥିଲେ, ମାତ୍ର ତାହାର ଠୋସ ବ୍ଲୁ ପ୍ରିଣ୍ଟ ଦେଇ ପାରିନଥିଲେ । ପ୍ରତି ଘରକୁ ସରକାରୀ ଚାକିରିକୁ ନେଇ ସେ ନିଜେ ଜବାବ ଦେଇ ପାରିନଥିଲେ । ଏପରିକି ନିର୍ବାଚନ ସରିବା ପରେ ମଧ୍ୟ ଦେଇ ପାରିନଥିଲେ ।

୪- କିଛି ସ୍ଥାନରେ ଆରଜେଡିକୁ ଯାଦବ ଜାତିର ଭୋଟ ମିଳିନଥିଲା । କ୍ଷମତାକୁ ଆସିବା ପରେ ଓ୍ବାକଫ ବିଲ ଲାଗୁ ନ କରିବାର ପ୍ରତିଶ୍ରୁତି ଅନେକଙ୍କୁ ପସନ୍ଦ ଆସିନଥିଲା । ଓ୍ବାକଫ ବିଲକୁ ନେଇ ଲାଲୁ ଯାଦବ ସଂସଦରେ ଦେଇଥିବା ଭାଷଣକୁ ଖୁବ ଭାଇରାଲ କରି ଫାଇଦା ନେଇଥିଲା ବିଜେପି ।

୫- ତେଜସ୍ବୀ ଲାଲୁଙ୍କ ଉତ୍ତରାଧିକାରୀତ୍ବକୁ ଗ୍ରହଣ କରିଥିଲେ ହେଁ ତାଙ୍କର ଦୋହରୀ ନୀତି ଓଲଟା ପଡ଼ିଯାଇଥିଲା । ତେଜସ୍ବୀ ଲାଲୁଙ୍କ ପାପ ଲୁଚାଉଥିବା ଗୋପାଲଗଞ୍ଜ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ । ତେଜସ୍ବୀ ଲାଲୁଙ୍କ ସାମାଜିକ ନ୍ୟାୟ ଏଜେଣ୍ଡାକୁ ଗ୍ରହଣ କରିଥିଲେ, ମାତ୍ର ‘ଜଙ୍ଗଲ ରାଜ’ ଛବିକୁ ଡରି ଦୂରତ୍ବ ଅବଲମ୍ବନ କରିଥିଲେ । ପୋଷ୍ଟରରେ ଲାଲୁଙ୍କ ଫଟୋକୁ ଗୌଣ କରିଦିଆଯାଇଥିଲା ।

ଉପନିର୍ବାଚନରେ ତୃତୀୟ ସ୍ଥାନରେ ବିଜେପି: ରାଜସ୍ଥାନରେ ସ୍ବାଧୀନ ପ୍ରାର୍ଥୀ ଆଗରେ

ବିହାର ନିର୍ବାଚନ ସହ ୬ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ କଶ୍ମୀରକୁ ମିଶାଇ ୮ଟି ବିଧାନସଭା ଆସନ ପାଇଁ ଉପନିର୍ବାଚନ ହୋଇଥିଲା । ଜମ୍ମୁ କଶ୍ମୀରର ଦୁଇଟି ବିଧାନସଭା ଆସନ ପାଇଁ ଭୋଟିଂ ହୋଇଥିଲା । ବିହାରରେ ଜେଡିୟୁ ଓ ବିଜେପି ମେଣ୍ଟ ଦୁଇ ତୃତୀୟାଂଶ ଆସନରେ ଅଗ୍ରଣୀ ରହିଥିବା ବେଳେ ମହାଗଠବନ୍ଧର ସ୍ଥିତି ଶୋଚନୀୟ ହୋଇଛି । ତେବେ ଏହା ମଧ୍ୟରେ ରାଜସ୍ଥାନର ଆନ୍ତା ଆସନର ଫଳାଫଳ ସାମ୍ନାକୁ ଆସିଛି । ଏହି ଆସନରେ ସ୍ବାଧୀନ ପ୍ରାର୍ଥୀ ୧୫୦ଟି ଭୋଟରେ ଆଗରେ ରହିଛନ୍ତି । କଂଗ୍ରେସ ପ୍ରାର୍ଥୀ ପ୍ରମୋଦ ଦ୍ବିତୀୟ ସ୍ଥାନରେ ରହିଥିବା ବେଳେ ବିଜେପି ପ୍ରାର୍ଥୀ ତୃତୀୟ ସ୍ଥାନରେ ରହିଛନ୍ତି ।

ଜେଲରୁ ଫେରି ରକ୍ତର ହୋଲି ଖେଳିଲା ହାର୍ଡକୋର କ୍ରିମିନାଲ

ନନ୍ଦିଘୋଷ ବ୍ୟୁରୋ : ବଟି ମାଗିବାକୁ କେନ୍ଦ୍ର କରି ହାଣିଲେ ଜେଲ ଫେରନ୍ତା । ଫୁଲେଶ୍ୱରୀ ବସ୍ତିରେ ବୁଲିଲା ଖଣ୍ଡା । ହାର୍ଡକୋର କ୍ରିମିନାଲ ଦୀପ୍ତିରଞ୍ଜନ ଓରଫ ଚାମ୍ବା ହାଣିଥିବା ଅଭିଯୋଗ । ଦଫା ୧୧୦ ଅଧୀନରେ ଜେଲରେ ଥିବା ଚାମ୍ବା ଦୁଇଦିନ ତଳେ ଜେଲରୁ ଫେରିଥିଲା । ବିଳମ୍ବିତ ରାତିରେ ବ୍ରାଉନସୁଗର ନିଶାରେ ରକ୍ତର ହୋଲି ଖେଳିଲା ଅଭିଯୁକ୍ତ । ଦୁଇଜଣଙ୍କୁ ହାଣି ଲହୁଲୁହାଣ କଲା। ଗୁରୁତର ଆହତ ଯୁବକ ଲାଲୁ ମୁର୍ମୁ ଓ ଶିବ ବେହେରା ଏମ୍ସ ହସ୍ପିଟାଲରେ ଭର୍ତ୍ତି । ଥାନାରେ ଅ ଦେବା ପରେ ଅଭିଯୁକ୍ତକୁ ଖୋଜୁଛି ପୋଲିସ । ବଟି ଦେବାକୁ କେନ୍ଦ୍ର କରି ଅଭିଯୁକ୍ତ ଜଣଙ୍କ ହାଣିଥିବା ନେଇ ଅଭିଯୋଗ ।

ବିହାର ବିଧାନସଭା ନିର୍ବାଚନ ଫଳାଫଳ: ଭୋଜପୁରୀ ସୁପରଷ୍ଟାର ଖେସାରୀ ଲାଲ ଯାଦବ ପଛୁଆ

ବିହାର ବିଧାନସଭା ନିର୍ବାଚନର ଭୋଟ ଗଣତି ପ୍ରକ୍ରିୟା ଜାରି ରହିଛି । ଛପରା ଆସନରେ ଏନଡିଏ ପ୍ରାର୍ଥୀ ଛୋଟୀ କୁମାରୀ ଓ ମହାଗଠବନ୍ଧନର ପ୍ରାର୍ଥୀ ଖେସାରୀ ଲାଲ ଯାଦବଙ୍କ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ଚାଲିଛି । ତେବେ ପ୍ରଥମ ରାଉଣ୍ଡରେ ହିଁ ଖେସାରୀ ଲାଲ ୯୭୪ଟି ଭୋଟରେ ପଛରେ ପଡ଼ିଯାଇଛନ୍ତି । ଏନଡିଏ ପ୍ରାର୍ଥୀଙ୍କୁ ୩୩୦୧ ଖଣ୍ଡ ଭୋଟ ମିଳିଛି । ଆଗକୁ ଖେସାରୀ ଲାଲଙ୍କ ସହ କ’ଣ ଘଟୁଛି ତାହା ସ୍ପଷ୍ଟ ହୋଇଯିବ । ବର୍ତ୍ତମାନ ସୁଦ୍ଧା ଜେଡିୟୁ ଓ ବିଜେପି ମେଣ୍ଟ ୧୮୧ଟି ଆସନରେ ଆଗୁଆ ରହିଥିବା ବେଳେ ମହାଗଠବନ୍ଧନ ୫୯ଟି ଆସନରେ ଆଗୁଆ ରହିଛି ।

୮ଟି ବିଧାନସଭା ଆସନରେ ଚାଲିଛି ଉପନିର୍ବାଚନର ଭୋଟ ଗଣତି: ୭ଟି ରାଜ୍ୟରେ କିଏ ଆଗରେ

ବିହାର ନିର୍ବାଚନ ସହ ୬ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ କଶ୍ମୀରକୁ ମିଶାଇ ୮ଟି ବିଧାନସଭା ଆସନ ପାଇଁ ଉପନିର୍ବାଚନ ହୋଇଥିଲା । ଜମ୍ମୁ କଶ୍ମୀରର ଦୁଇଟି ବିଧାନସଭା ଆସନ ପାଇଁ ଭୋଟିଂ ହୋଇଥିଲା । ଝାଡ଼ଖଣ୍ଡର ଘଟାଶିଲା ଉପନିର୍ବାଚନରେ ୭୪.୬୩ ପ୍ରତିଶତ ମତଦାନ ହୋଇଥିଲା । ଏହି ଆସନରେ ଜେଏମଏମ ପ୍ରାର୍ଥୀ ସୋମେଶ ଚନ୍ଦ୍ର ସୋରେନ ଆଗୁଆ ରହିଛନ୍ତି । ପଞ୍ଜାବର ତରନତାରନ ଆସନରେ ଶିରୋମଣି ଅକାଳୀ ଦଳର ସୁଖବିନ୍ଦର କୌର ଆଗୁଆ ରହିଛନ୍ତି ।

ସେହିପରି ରାଜସ୍ଥାନର ଆନ୍ତା ଆସନରେ କଂଗ୍ରେସ ପ୍ରାର୍ଥୀ ପ୍ରମୋଦ ଜୈନ ଆଗରେ ରହିଛନ୍ତି । ଓଡ଼ିଶାର ନୂଆପଡ଼ା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଆଗୁଆ ରହିଛନ୍ତି । ତେଲେଙ୍ଗାନାର ଜୁବଲୀ ହିଲସ ଆସନରେ କଂଗ୍ରେସ ପ୍ରାର୍ଥୀ ନବୀନ ଯାଦବ ଆଗରେ ରହିଛନ୍ତି । ମିଜୋରାମର ଡମ୍ବା ଆସନରେ ଏମଏନଏଫର ଡକ୍ଟର ଆର. ଲାଲଥଙ୍ଗାଲିୟାନା ଆଗରେ ରହିଛନ୍ତି । ଜମ୍ମୁ କଶ୍ମୀରର ବଡ଼ଗାମ ଆସନରେ ନ୍ୟାସନାଲ କନଫରେନ୍ସର ସୈୟଦ ମହମୁଦ ଅଲ ମୋବାବୀ ଓ ନଗରୋଟା ଆସନରେ ବିଜେପିର ଦେବଯାନୀ ରାଣା ଆଗରେ ରହିଛନ୍ତି ।