spot_img
Home Blog Page 267

ମହିଳା ବିଶ୍ୱକପ୍ ୨୦୨୫ : ମହିଳା ଟିମର ବିଜୟ ଖୁସିରେ ଗଦ୍ ଗଦ୍ ହେଲେ ଭାରତ ପୁରୁଷ କ୍ରିକେଟ୍ ଦଳ

ନନ୍ଦିଘୋଷ ବ୍ୟୁରୋ : ମହିଳା ବିଶ୍ୱକପ୍ ୨୦୨୫ ଫାଇନାଲରେ ପ୍ରବେଶ କରିଛି ଭାରତ । ଭାରତୀୟ ମହିଳା କ୍ରିକେଟ୍ ଦଳ ପାଇଁ ଯେତେ ପ୍ରଶଂସା କଲେ ମଧ୍ୟ ଯଥେଷ୍ଟ ହେବ ନାହିଁ।  କାରଣ ସେମାନେ କିଛି ଅସାଧାରଣ ଜିନିଷ କରି ଦେଖାଇଛନ୍ତି । ପ୍ରଥମତଃ, ବିଶ୍ୱକପ୍ ସେମିଫାଇନାଲର ଚାପ। ଦ୍ୱିତୀୟତଃ, ଅଷ୍ଟ୍ରେଲିଆ ଭଳି ଦଳକୁ ସାମ୍ନା କରିବା, ଏବଂ ମହିଳା ବିଶ୍ୱକପର ଶେଷ ୧୫ ମ୍ୟାଚରେ କ’ଣ ପରାଜୟ ଜାଣିନଥିଲା, ଏସବୁକୁ ସେମାନେ ସାମ୍ନା କରିଛନ୍ତି । ଏବଂ, ତା’ଉପରେ, ୩୩୯ ରନର ଏକ ରେକର୍ଡ ଟାର୍ଗେଟ। ଅଷ୍ଟ୍ରେଲିଆ ଏହି ଲକ୍ଷ୍ୟ ଧାର୍ଯ୍ୟ କରିବା ମାତ୍ରେ, ଅଧିକାଂଶ ଲୋକ ଭାରତ ଏହାକୁ ସାମ୍ନା କରି ପାରିବ କି ନାହିଁ ଦ୍ୱନ୍ଦରେ ଥିଲେ । କିନ୍ତୁ, ସେହି ଭାରତୀୟ ଝିଅମାନେ ସେମାନଙ୍କର ସମ୍ମାନ ଏବଂ ଗର୍ବ ପାଇଁ ଏମିତି ଖେଳିଲେ ଯାହାକୁ ସାରା ବିଶ୍ୱ ଏବେ ବାଃ ବାଃ କରୁଛି । ଭାରତୀୟ ମହିଳା କ୍ରିକେଟ୍ ଦଳ ସମସ୍ତଙ୍କୁ ତାଙ୍କ ପ୍ରଦର୍ଶନରେ ଚମକାଇ ଦେଲେ, ଯାହାକୁ ଦେଖି ଭାରତୀୟ ପୁରୁଷ କ୍ରିକେଟର୍ ମଧ୍ୟ ଆନନ୍ଦରେ ଡେଇଁ ପଡ଼ିଲେ।

ପୁରୁଷ ଦଳ ଖେଳାଳିଙ୍କ ଠାରୁ ଛୁଟୁଛି ଅଭିନନ୍ଦନର ସୁଅ

ଭାରତର ପୁରୁଷ କ୍ରିକେଟ ଦଳ ବର୍ତ୍ତମାନ ଅଷ୍ଟ୍ରେଲିଆରେ ଏକ T20 ସିରିଜ ଖେଳୁଛି, ଅନ୍ୟପଟେ ମହିଳା ODI ବିଶ୍ୱକପ୍ ୨୦୨୫ର ସେମିଫାଇନାଲରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତର ବିଜୟ ପାଇଁ ଅନେକ ଖେଳାଳି ଖୁସି ପ୍ରକାଶ କରିଛନ୍ତି । ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କଠାରୁ ମ୍ୟାଚ୍ ଫିନିସର ରିଙ୍କୁ ସିଂହ ପର୍ଯ୍ୟନ୍ତ ସମସ୍ତେ ଭାରତୀୟ ମହିଳା କ୍ରିକେଟ ଦଳକୁ ରେକର୍ଡ ଭାଙ୍ଗିବା ବିଜୟ ଏବଂ ବିଶ୍ୱକପ୍ ଫାଇନାଲରେ ପହଞ୍ଚିବା ପାଇଁ ଅଭିନନ୍ଦନ ଜଣାଇଛନ୍ତି।

ଆଜି ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ; ତାଙ୍କ ଅବଦାନକୁ ମନେ ପକାଉଛି ଦେଶ

ନନ୍ଦିଘୋଷ ବ୍ୟୁରୋ : ଆଜି ଦେଶ ପାଳୁଛି ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜୟନ୍ତୀ । ଗଡ଼ଜାତ ମିଶ୍ରଣରେ ତାଙ୍କ ଅବଦାନକୁ ମନେ ପକାଉଛି ଦେଶ ।ଏହି ଅବସରରେ ଗୁଜରାଟର ଷ୍ଟାଚ୍ୟୁ ଅଫ ୟୁନିଟ୍‌ରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହାସହ ସର୍ଦ୍ଦାର ପଟେଲଙ୍କ ସ୍ମୃତି ଚାରଣ କଲେ ମୋଦି । ଷ୍ଟାଚ୍ୟୁ ଅଫ ୟୁନିଟିରେ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ ହୋଇଛି। ଏକତା ଦିବସ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ଲୌହମାନବଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଭୁବନେଶ୍ଵର ଓ କଟକରେ ମଧ୍ୟ ଗଣଦୌଡ଼ ଅନୁଷ୍ଠିତ ହୋଇଛି ।

ସୋରରେ ଦୁର୍ଘଟଣା : ହୋମଗାର୍ଡଙ୍କୁ ଧକ୍କା ଦେଲା କଣ୍ଟେନର

ନନ୍ଦିଘୋଷ ବ୍ୟୁରୋ : ସୋର ୧୬ ନମ୍ବର ଜାତୀୟ ରାଜପଥ କଲେଜ ଛକ ନିକଟରେ ହୋମଗାର୍ଡଙ୍କୁ ଧକ୍କା ଦେଲା କଣ୍ଟେନର । ଘଟଣାସ୍ଥଳରେ ହୋମଗାର୍ଡଙ୍କ ମୃତ୍ୟୁ ହୋଇଛି। ମୃତ ହୋମଗାର୍ଡ ହେଲେ ବରଦେଉଳି ଗାଁର ସୁଶାନ୍ତ ସେଠୀ । ସୋର ଥାନାରୁ ଡ୍ୟୁଟି ସାରି ସୋର କଲେଜ ଛକକୁ ଚାହା ପିଇବାକୁ ଯାଇଥିଲେ  । ଆଜି ଭୋର ସମୟରେ ଚାହା ପିଇ ଫେରୁଥିବା ବେଳେ ତାଙ୍କୁ ଏକ କଣ୍ଟେନର ଧକ୍କା ଦେଇଥିଲା । ଦୁର୍ଘଟଣା ଘଟାଇଥିବା କଣ୍ଟେନରକୁ ଜବତ କରିବା ସହିତ ଡ୍ରାଇଭରକୁ ସୋର ଥାନାରେ ଅଟକ ରଖିଛି ପୋଲିସ । ମୃତଦେହ ଉଦ୍ଧାର କରି ବ୍ୟବଛେଦ ପାଇଁ ସୋର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଛି।

ପୂର୍ବତନ କ୍ରିକେଟର ମହମ୍ମଦ ଆଝାରୁଦ୍ଦିନଙ୍କ ନୁଆ ଇନିଂସ ; ତେଲଙ୍ଗାନା କ୍ୟାବିନେଟ ମନ୍ତ୍ରୀ ଭାବେ ନେବେ ଶପଥ

ନନ୍ଦିଘୋଷ ବ୍ୟୁରୋ : ପୂର୍ବତନ କ୍ରିକେଟର ମହମ୍ମଦ ଆଝାରୁଦ୍ଦିନଙ୍କ ନୂଆ ଇନିଂସ। ତେଲଙ୍ଗାନା କ୍ୟାବିନେଟ ମନ୍ତ୍ରୀ ଭାବେ ଆଜି ଶପଥ ନେବେ ଆଝାରୁଦ୍ଦିନ। ପୂର୍ବରୁ କଂଗ୍ରେସ ସାଂସଦ ଥିବା ଆଝାରୁଦ୍ଦିନ ବର୍ତ୍ତମାନ ତେଲଙ୍ଗାନା କଂଗ୍ରେସର କାର୍ଯ୍ୟକାରୀ ସଭାପତି ଅଛନ୍ତି। ତେଲଙ୍ଗାନା ସରକାରରେ ଏବେ ଆଝାରୁଦ୍ଦିନଙ୍କ ସିଧାସଳଖ ପ୍ରବେଶ ହୋଇଛି। ତେଲଙ୍ଗାନା କ୍ୟାବିନେଟରେ ମୁସଲିମ ପ୍ରତିନିଧିତ୍ବ କମ୍ ଥିବାରୁ ଆଝାରୁଦ୍ଦିନଙ୍କୁ କ୍ୟାବିନେଟରେ ସାମିଲ କରାଯାଉଛି ବୋଲି ସୂଚନା ମିଳିଛି। ଜୁବିଲି ହିଲ୍ସ ଉପନିର୍ବାଚନ ଆସନ୍ତା ନଭେମ୍ବର ୧୧ରେ ହେବାକୁ ଯାଉଥିବାରୁ ତାହାକୁ ଦୃଷ୍ଟିରେ ରଖି ମନ୍ତ୍ରିମଣ୍ଡଳରେ ଆଝାରୁଦ୍ଦିନଙ୍କୁ ସାମିଲ କରାଯାଇଥିବା ଚର୍ଚ୍ଚା ହେଉଛି। ବର୍ତ୍ତମାନ ସେ ଏମଏଲସି ଅଛନ୍ତି। ଗତ ବିଧାନସଭା ନିର୍ବାଚନରେ ଜୁବିଲି ହିଲ୍ସରୁ କଂଗ୍ରେସ ପ୍ରାର୍ଥୀ ଥିଲେ ଆଝାରୁଦ୍ଦିନ। ମାତ୍ର ସେ ବିଆରଏସର ମାଗନ୍ତି ଗୋପିନାଥଙ୍କଠାରୁ ୧୬ ହଜାର ଭୋଟରେ ପରାସ୍ତ ହୋଇଥିଲେ।

ଆଜି ପବିତ୍ର ଅଁଳା ନବମୀ ; ଓଡ଼ିଆଣୀ ବେଶରେ ଦର୍ଶନ ଦେଉଛନ୍ତି ରାଧାରାଣୀ

ନନ୍ଦିଘୋଷ ବ୍ୟୁରୋ : ଆଜି ହେଉଛି ପବିତ୍ର ଅଁଳା ନବମୀ। ଆଜି ରାଧା ପାଦ ଦର୍ଶନର ପବତ୍ର ତିଥି। ଓଡ଼ିଆଣୀ ବେଶରେ ଦର୍ଶନ ଦେଉଛନ୍ତି ରାଧାରାଣୀ। ବର୍ଷକରେ କେବଳ ଆଜି ହିଁ ରାଧାପାଦ ଦର୍ଶନର ସୁଯୋଗ ମିଳିଥାଏ। ଭୋର ୫ଟାରୁ ଚାଲିଛି ରାଧାପାଦ ଦର୍ଶନ। ଶ୍ରୀକୃଷ୍ଣ ନଟବର ବେଶରେ ଦର୍ଶନ ଦେଉଛନ୍ତି। ଏଥିପାଇଁ ପାଇଁ ପୁରୀ ଜିଲ୍ଲା ସାକ୍ଷୀଗୋପାଳ ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼ ଲାଗିଛି। ସୁରୁଖୁରୁରେ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ସବୁ ବ୍ୟବସ୍ଥା କରାଯାଇଛି। ୧୧ ଲେନ ବିଶିଷ୍ଟ ବ୍ୟାରିକେଡ୍ କରାଯାଇଛି।

ରାଧାରାଣୀ ଓଡ଼ିଆଣି ବେଶ ଓ ଶ୍ରୀକୃଷ୍ଣ ନଟବର ବେଶରେ ଦର୍ଶନ କରି ଭକ୍ତମାନେ ନିଜକୁ ଧନ୍ୟ ମନେ କରିଛନ୍ତି  । ମହାପ୍ରଭୁ ଦର୍ଶନ କରି ଭକ୍ତ ମାନେ ଅଁଳା ଗଛର ପୂଜାର୍ଚ୍ଚନା କରିଥିଲେ । ଅଁଳା ନବମୀରେ ଅଁଳା ଗଛ ତଳେ ପୂଜା କରିବା ଏବଂ ଭୋଜନ କରିବା ଦ୍ୱାରା ରୋଗ ଦୂର ହୋଇଥାଏ ବୋଲି ବିଶ୍ୱାସ ରହିଛି । ସେପଟେ ରାତ୍ର ୧୨ଟାରୁ ଦ୍ୱାର ପିଠା ନୀତି ସମ୍ପର୍ଣ୍ଣ ହେବା ପରେ ମହାପ୍ରଭୁଙ୍କ ମଙ୍ଗଳ ଆଳତି, ମଇଳମ, ଅବକାଶ ନୀତି ପରେ ଅନ୍ୟାନ୍ୟ ନୀତିକାନ୍ତି ହୋଇଛି ।

ମହିଳା ବିଶ୍ବକପ କ୍ରିକେଟ୍ ଫାଇନାଲରେ ଭାରତ ; ଅଷ୍ଟ୍ରେଲିଆକୁ ହରାଇ ଫାଇନାଲରେ ପ୍ରବେଶ କଲା ଭାରତ

ନନ୍ଦିଘୋଷ ବ୍ୟୁରୋ: ମହିଳା ବିଶ୍ବକପ କ୍ରିକେଟ୍ ଫାଇନାଲରେ ଭାରତ । ଅଷ୍ଟ୍ରେଲିଆକୁ ହରାଇ ଫାଇନାଲରେ ପ୍ରବେଶ କରିଛି ଭାରତ । ସେମିଫାଇନାଲ ମ୍ୟାଚରେ ଭାରତ ୫ ଓ୍ବିକେଟରେ ବିଜୟୀ ହୋଇଛି । ଏକ କଡ଼ା ସଂଘର୍ଷପୂର୍ଣ୍ଣ ମ୍ୟାଚରେ କଙ୍ଗାରୁ ଦଳକୁ ପରାସ୍ତ କରିଛି ଟିମ୍ ଇଣ୍ଡିଆ। ଫାଇନାଲରେ ଦକ୍ଷିଣ ଆଫ୍ରିକା ସହ ହେବ ଟାଇଟଲ ଲଢ଼େଇ । ଆସନ୍ତା ୨ ତାରିଖରେ ଖେଳାଯିବ ବିଶ୍ବକପ କ୍ରିକେଟ ଫାଇନାଲ ମ୍ୟାଚ୍ । ଆଜିର ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିଲା ଅଷ୍ଟ୍ରେଲିଆ । ଦଳ ୪୯ ଓଭର ୫ଟି ବଲରେ ସମସ୍ତ ଓ୍ବିକେଟ ହରାଇ କରିଥିଲା ୩୩୮ ରନ ।

ଅଷ୍ଟ୍ରେଲିଆ ପକ୍ଷରୁ ଫୋବେ ଲିଚଫିଲ୍ଡ ଶତକ ହାସଲ କରିଥିବା ବେଳେ, ଏଲିସେ ପେରି ୭୭ ଓ ଆସଲେ ଗାର୍ଡନର ୬୩ ରନ କରିଥିଲେ। ଜବାବରେ ୩୩୯ ରନର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିବାକୁ ଆସିଥିଲା ଭାରତ। ଆରମ୍ଭରୁ ମନୋବଳକୁ ଦୃଢ଼ କରି ଟାର୍ଗେଟ ହାସଲ ଲକ୍ଷ୍ୟରେ ବ୍ୟାଟିଂ କରିଥିଲା ଟିମ୍ ଇଣ୍ଡିଆ। ଭାରତ ପକ୍ଷରୁ ଜେମିମା ରୋଡ୍ରିଗ୍ସ ଅପରାଜିତ ରହି ଶତକ ହାସଲ କରିଥିଲେ। ସେହିପରି ଅଧିନାୟକ ହରମନପ୍ରୀତ କୌର ୮୯ ରନ କରିଥିଲେ। ଭାରତ ନିର୍ଦ୍ଧାରିତ ରନକୁ ୪୮ ଓଭର ୩ଟି ବଲରେ ୫ ଓ୍ବିକେଟ ହରାଇ ବାଜି ମାରି ନେଇଥିଲା। ଆସନ୍ତା ୨ ତାରିଖରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ହେବ ଟାଇଟଲ ଲଢ଼େଇ।

ସଦୃଶ ଲଘୁଚାପରେ ପରିଣତ ହେଲା ବାତ୍ୟା ମୋନ୍ଥା ; ଆହୁରି ୩ଦିନ ଭିଜିବ ଓଡିଶା

ଭୁବନେଶ୍ବର : ସଦୃଶ ଲଘୁଚାପରେ ପରିଣତ ହୋଇଛି ବାତ୍ୟା ମୋନ୍ଥା । ପ୍ରଭାବରେ ଆହୁରି ୩ ଦିନ ଭିଜିବ ଓଡିଶା । ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆଜି ସାରା ରାଜ୍ୟରେ ତୁହାକୁ ତୁହା ବର୍ଷା ହେଉଥିବା ବେଳେ କାଲିଠୁ କମିବ ବର୍ଷାର ପରିମାଣ । ଆସନ୍ତାକାଲି ଉତ୍ତର ଉପକୂଳ ଓଡିଶାର ୧୫ ଜିଲ୍ଲା ବରଗଡ଼, ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, କେନ୍ଦୁଝର, ମୟୁରଭଞ୍ଜ, ଦେଓଗଡ, ଅନୁଗୁଳ, ଢେଙ୍କାନାଳ, ଯାଜପୁର, ଭଦ୍ରକ, କଟକ, କେନ୍ଦ୍ରାପଡା, ଯାଜପୁର ଓ ବାଲେଶ୍ୱରକୁ ବିଜୁଳି ଘଡଘଡି ସହ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୧ ତାରଖ ଯାଏ ପାଗରେ ପରିବର୍ତ୍ତନ ହେବନାହିଁ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ଅନ୍ୟପଟେ ବର୍ତ୍ତମାନ ଥାଇଲାଣ୍ଡର ଗଲ୍ଫ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଯାହା ଅଧିକ ଘନୀଭୂତ ହୋଇ ଲଘୁଚାପର ରୂପ ନେଇପାରେ ବୋଲି ଆକଳନ କରିଛି ବିଭାଗ । କିନ୍ତୁ ଏହାର ପ୍ରଭାବ ଓଡିଶା ଉପରେ ରହିବ କି ନାହିଁ ତାହା ବର୍ତ୍ତମାନ ଯାଏଁ ସ୍ପଷ୍ଟ ହୋଇନାହିଁ । ପାଣିପାଗ ବିଶେଷଜ୍ଞଙ୍କ ମତ ଅନୁସାରେ ଆସନ୍ତା ୨ ତାରିଖରୁ ସାରା ରାଜ୍ୟରେ ଶୀତ ଅନୁଭୂତ ହେବ । ଅନ୍ୟପଟେ ରାଜ୍ୟକୁ ବହୁଛି ଉତ୍ତରା ଶୁଷ୍କ ଥଣ୍ଡା ପବନ । ଯାହାର ପ୍ରଭାବରେ ଆସନ୍ତାକାଲିଠୁ ଦକ୍ଷିଣ ଆଭ୍ୟନ୍ତରୀଣ ଓ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ୧ ରୁ ୨ ଡିଗ୍ରୀ ପର୍ଯ୍ୟନ୍ତ କମିବ ରାତ୍ରି ତପମାତ୍ରା । ଆସନ୍ତା ୨ ତାରିଖରୁ ସାରା ରାଜ୍ୟରେ କମିବ ରାତ୍ରି ତପମାତ୍ରା । ରାଜ୍ୟରେ ଶୀତ ଅନୁଭୂତ ହେବ । ୨ ରୁ ୩ ଦିନ ମଧ୍ୟରେ ୩ ରୁ ୪ ଡିଗ୍ରୀ କମିବ ରାତ୍ରି ତାପମାତ୍ର। ଚଳିତ ବର୍ଷ ଶୀତ ବିଳମ୍ବରେ ଆସିଥିବାବେଳେ ଶୀତ ଅବଧି କମ ରହିବ ।

ମହା କାର୍ତ୍ତିକରେ ମହାବିଭ୍ରାଟ ; ଗୋଟିଏ ଦିନ ଉପବାସରେ ରହିଲେ ମହାପ୍ରଭୁ ଲିଙ୍ଗରାଜ

ଭୁବନେଶ୍ବର : ମହା କାର୍ତ୍ତିକରେ ମହାବିଭ୍ରାଟ । ଗୋଟେ ଦିନ ଉପବାସରେ ରହିଲେ ମହାପ୍ରଭୁ ଲିଙ୍ଗରାଜ । ହବିଷ୍ୟାଳି ମଧ୍ୟରେ ତୀବ୍ର ଅସନ୍ତୋଷ । ପ୍ରଶାସନର ଅବହେଳାକୁ ଦାୟି କଲେ ସେବାୟତ । ଧର୍ମର ମାସରେ ଶ୍ରୀଲିଙ୍ଗରାଜ ମନ୍ଦିରରେ ଘଟିଲା ମହାବିଭ୍ରାଟ । ଗତକାଲି ଦିନ ତମାମ ମହାପ୍ରଭୁ ଖାଡ଼ା ଉପବାସରେ ରହିବାକୁ ପଡ଼ିଛି। ସମର୍ଥା ସେବାୟତଙ୍କ ନିଅଂଶ ପାଳି ନ ହେବାରୁ ପ୍ରଭୁଙ୍କ ବହୁ ନୀତି ବନ୍ଦ ହୋଇଯାଇଥିଲା  । ପ୍ରଶାସନିକ ଅଧିକାରୀଙ୍କୁ ସମର୍ଥା ସେବାୟତ ମାନେ ସମସ୍ୟାକୁ ନେଇ ଅବଗତ କରିଥିଲେ । ହେଲେ ସମାଧାନ କରିବା ବଦଳରେ ଚୁପ୍ ବସିଲେ ଅଧିକାରୀ । ଫଳରେ ସେବା କଲେନି ସମର୍ଥା ସେବାୟତ । ଗତକାଲି ସକାଳୁ ସକାଳୁ ମଙ୍ଗଳ ଆଳତି ,ଅବକାଶ,ସୂର୍ଯ୍ୟ ପୂଜା ସାହାଣ ମେଲା ଦର୍ଶନ ପରେ ନୀତିକାନ୍ତି ବନ୍ଦ ଥିଲା  । ଯାହାକୁ ନେଇ ଅସନ୍ତୋଷ ଜାହିର କରିଥିଲେ ବରିଷ୍ଠ ସେବାୟତ ମାନେ । ତେବେ ଆଜି ସେମାନଙ୍କ ସହିତ ଆଲୋଚନା ପରେ ସୁରଖୁରରେ ଆରମ୍ଭ ହୋଇଛି ସମସ୍ତ ସେବା କାର୍ଯ୍ୟ  । ସେପଟେ ପ୍ରଭୁ ଲିଙ୍ଗରାଜ ଉପବାସ ରହିବା ଘଟଣାରେ ସେବାୟତ ମାନଙ୍କ ଉପରେ ଅସନ୍ତୋଷ ଝାଡିଛନ୍ତି ହବିଷ୍ୟାଳି ଭକ୍ତ ।

କାର୍ତ୍ତିକ ପୂର୍ଣ୍ଣମା ପାଇଁ ମନ୍ଦିର ବାହାରେ ଫୁଲ ଦୋକାନ କରି ବ୍ୟବସାୟ କରିବା ପାଇଁ ଦାବି କରୁଥିଲେ ସମର୍ଥା ସେବାୟତ । ଯାହାକୁ ନେଇ ମନ୍ଦିର ପ୍ରଶାସନ ପକ୍ଷରୁ କୌଣସି ମତେ ଅନୁମତି ମିଳିଲା ନାହିଁ । ସେଥିପାଇଁ କ୍ଷୋଭ ପ୍ରକାଶ କରି ନୀତିକାନ୍ତି ବନ୍ଦ ରଖିଥିଲେ ସମର୍ଥା ସେବାୟତ । ସମର୍ଥା ସେବାୟତ ନିଯୋଗ ସହ ଆଲୋଚନା ହେବା ପରେ ଆଜି ସୁରଖୁରରେ ଚାଲିଛି ନୀତିକାନ୍ତି  । ଯଦି ଆଗକୁ ଏଭଳି ନୀତିକାନ୍ତିରେ ବିଭ୍ରାଟ ହେବ ତେବେ ଆକ୍ସନ ନେଇ ଚିନ୍ତା କରାଯାଉଛି ବୋଲି କହିଛନ୍ତି କାର୍ଯ୍ୟନିର୍ବାହୀ ଅଧିକାରୀ । ବାରମ୍ବାର ନୀତି ବିଭ୍ରାଟ ପାଇଁ ପ୍ରଭୁ ଲିଙ୍ଗରାଜ ଉପାସରେ ରହୁଛନ୍ତି । ହେଲେ ନିଆଯାଉନାହିଁ କୌଣଷି ଆକ୍ସନ । ଯଦି କାର୍ଯ୍ୟାନୁଷ୍ଠାନ ନିଆଯାଆନ୍ତ ଆଗକୁ ଏଭଳି ପରିସ୍ଥିତି କେବେହେଲେ ଉପୁଜୁନ୍ତାନାହିଁ ବୋଲି ମତ ପ୍ରକାଶ ପାଇଛି।

ଦୀଘା ଲାଗି ଦୋଛକିରେ ଭକ୍ତ ; ତୀବ୍ର ହେଉଛି ଦୀଘା ଜଗନ୍ନାଥ ଧାମ ବିବାଦ

ନନ୍ଦିଘୋଷ ବ୍ୟୁରୋ: ଦୀଘା ହୋଇପାରିବ କି ଜଗନ୍ନାଥ ଧାମ ? ଟାର୍ଗେଟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ବିଭିନ୍ନ ଅନ୍ତର୍ଜାତୀୟ ପତ୍ରିକାରେ ପଶ୍ଚିମବଙ୍ଗ ପର୍ଯ୍ୟଟନ ବିଭାଗ ପକ୍ଷରୁ ଦୀଘାର ଜଗନ୍ନାଥ ଧାମ ଓ ଦୀଘା ବେଳାଭୂମି ସମ୍ପର୍କରେ ଦର୍ଶାଯାଇଛି। ଏଥିସହିତ ଜଳ୍ପେଶ ମନ୍ଦିର, କାଲିଘାଟ ଓ ଦକ୍ଷିଣେଶ୍ବର ସ୍କାଏୱାକ ସମ୍ପର୍କରେ ଦର୍ଶାଯାଇଛି। ଏହାକୁ ନେଇ ଜଗନ୍ନାଥପ୍ରେମୀ ଓ ରାଜନୈତିକ ସ୍ତରରେ ତୀବ୍ର ପ୍ରତିକ୍ରିୟା। ମମତା ଘୋର ଅନ୍ୟାୟ କରୁଥିବା କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟ। ବିଶ୍ୱରେ ଚାରିଟି ଧାମ ମଧ୍ୟରୁ ପୁରୀ ଜଗନ୍ନାଥ ଧାମ ସବୁଠାରୁ ପ୍ରସିଦ୍ଧ। ଦୀଘା ଜଗନ୍ନାଥ ଧାମକୁ ବିରୋଧ କରାଯିବା ସହ ଓଡିଶା ମାଟିରେ ମମତାଙ୍କୁ ପାଦ ରଖିବାକୁ ଦିଆଯିବ ନାହିଁ ବୋଲି ସେ ଚେତାଇ ଦେଇଛନ୍ତି। ଦୀଘାକୁ ଜଗନ୍ନାଥ ଧାମ କରି ବିଶ୍ଵବ୍ୟାପୀ ବ୍ୟବସାୟ କରିବାକୁ ଦିଆଯିବ ନାହିଁ ବୋଲି ସେ କହିଛନ୍ତି। ଯେଉଁମାନେ ପୁରୀରୁ ଯାଇ ସେଠାରେ ସେବା କଲେ ସେମାନଙ୍କ ବିରୋଧରେ କଣ କାର୍ଯ୍ୟାନୁଷ୍ଠାନ ହୋଇଛି ବୋଲି ଉଠିଛି ପ୍ରଶ୍ନ।

ଜଗନ୍ନାଥ ଧାମ ଗୋଟିଏ। ଜଗନ୍ନାଥ ପରମ୍ପରାକୁ କଳୁଷିତ କରିବାର ଅପଚେଷ୍ଟା କରାଯାଉଛି। ଏହାର ଜୋରଦାର ପ୍ରତିବାଦ କରାଯିବ ବୋଲି ଚେତାବନୀ ଦେଇଛି ଜଗନ୍ନାଥ ପରିବାର। ଦେଶବାସୀଙ୍କୁ ଏହାର ବିରୋଧ କରିବାକୁ ଆହ୍ୱାନ ଦିଆଯିବା ସହ ଏହା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରାଯାଇଛି। ଜଗନ୍ନାଥ ଧାମ ସଂସ୍କୃତି ଓ ପରମ୍ପରାକୁ ଅକ୍ତିଆର କରିନେବାର ଏହା ବୃଥା ପ୍ରୟାସ ବୋଲି କହିଛନ୍ତି ଜଗନ୍ନାଥ ସଂସ୍କୃତି ଗବେଷକ। ଦୀଘାକୁ ଜଗନ୍ନାଥ ଧାମ କହିବାର ଅଧିକାର ମମତାଙ୍କୁ ଦେଲା କିଏ ବୋଲି ଉଠିଛି ପ୍ରଶ୍ନ। ବଦ୍ରିନାଥ, ଦ୍ୱାରକା, ରାମେଶ୍ୱରମ ଓ ପୁରୀ ହେଉଛି ଚାରିଟି ଧାମ। ଆବହମାନ କାଳରୁ ଏହା ରହି ଆସିଛି। ତେଣୁ ପଞ୍ଚମ ଧାମ ହୋଇପାରିବ ନାହିଁ।

ରୋଗର ଗନ୍ତାଘର ପାଲଟିଲାଣି ଓଡ଼ିଶା ; ହଇଜା ପରେ କାୟା ବିସ୍ତାର କଲାଣି କିଡନୀ ରୋଗ

ନନ୍ଦିଘୋଷ ବ୍ୟୁରୋ: ଓଡ଼ିଶାରେ ବଢୁଛି କ୍ରୋନିକ କିଡନୀ ରୋଗୀଙ୍କ ସଂଖ୍ୟା । କଟକର ନରସିଂହପୁର, ବଲାଙ୍ଗୀର, ବରଗଡ଼, ସମ୍ବଲପୁର ଜିଲ୍ଲା ଏବେ କିଡନୀ ରୋଗୀଙ୍କ ହବ୍ ପାଲଟିଲାଣି । ମାଲକାନଗିରି, ଢେଙ୍କାନାଳ ଓ ନୟାଗଡ଼ରେ ବି ଚିନ୍ତାଜନକ ସ୍ଥିତି। ଅତି ସମ୍ବେଦନଶୀଳ ବର୍ଗରେ ରହୁଛନ୍ତି ନିର୍ମାଣ ଶ୍ରମିକ ଓ କୃଷକ । କାରଣ ସେମାନଙ୍କୁ କାହିଁକି କିଡନୀ ରୋଗ ହେଉଛି, ଜଣାପଡୁନି ତାହାର କାରଣ।। ରାଜ୍ୟରେ ଏପରି ୨୦ ପ୍ରତିଶତ କିଡନୀ ରୋଗୀ ଅଛନ୍ତି, ଯେଉଁମାନଙ୍କ କାରଣ ଜଣା ପଡ଼ୁନି । ସେମାନେ ଠିକ ଭାବେ ପାଣି ପିଅନ୍ତି ନାହଁ କି ସେମାନଙ୍କ ଇଲେକ୍ଟ୍ର୍ରୋଲାଇଟ ବାଲାନ୍ସ ରହୁନି । ଯେଉଁଥି ପାଇଁ ସେମାନଙ୍କ କିଡନୀ ଠିକ ଭାବେ କାମ କରେନି । ଏଥିସହ ଅନେକ ଲୋକ ମରକୁରି, କ୍ରୋମିୟମ, ଆର୍ସେନିକ ମିଶା ପାଣି ପିଇ କିଡନୀ ରୋଗରେ ପଡୁଛନ୍ତି। ଅନ୍ୟପଟେ ୬୦ ପ୍ରତିଶତ ଡାଏବେଟିସ ଓ ହାଇପର ଟେନସନ ଯୋଗୁଁ କିଡନୀ ରୋଗରେ ଆକ୍ରାନ୍ତ ହେଉଛନ୍ତି । ଜାତୀୟ ହାର ଅନୁସାରେ ରାଜ୍ୟରେ ୪ରୁ ୭ ପ୍ରତିଶତ କ୍ରୋନିକ କିଡନୀ ରୋଗୀ ରହିବା କଥା। ବର୍ତ୍ତମାନ ୧୭ ହଜାର ରୋଗୀଙ୍କ ଡାୟାଲିସିସ ହେଉଥିବା ଅନଲାଇନରେ ତଥ୍ୟ ଅଛି । ୩୦ ଜିଲ୍ଲାର ୭୦ଟି ଡାୟାଲିସିସ ୟୁନିଟରେ ୬୩୦ ବେଡ୍ ରଖାଯାଇଛି । ସମ୍ବଲପୁର ଓ କଟକରେ ଡାୟାଲିସିସ ୟୁନିଟ ଥିବାରୁ ଅଧିକ ରୋଗୀ ଆସୁଛନ୍ତି। ତେଣୁ ସେଠାରେ ଆଗକୁ ଅଧିକ ଡାୟାଲିସିସ ୟୁନିଟ ଖୋଲିବାକୁ ଯୋଜନା କରୁଛି ସ୍ବାସ୍ଥ୍ୟ ବିଭାଗ।

ରାଜ୍ୟର କିଡନୀ ରୋଗର ଚିନ୍ତାଜନକ ସ୍ଥିତିକୁ ନେଇ ରିସର୍ଚ୍ଚ କରିଥିଲା ସ୍ବାସ୍ଥ୍ୟ ବିଭାଗ । ଯେଉଁଥିରେ ସାମିଲ ଥିଲେ ଏମସ ସହ ବିଭିନ୍ନ ମେଡିକାଲ କଲେଜ ଓ ରାଜ୍ୟ ବାହାରର ବିଶେଷଜ୍ଞ। ଯାହାକୁ ଆଧାର କରି ରାଜ୍ୟରେ ଏକ କ୍ରୋନିକ କିଡନୀ ରୋଗ ରେଜିଷ୍ଟ୍ରି ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଛି। କେତେ ମାତ୍ରାରେ କିଡନୀ ରୋଗୀ ବଢୁଛି, ପ୍ରତିକାର ପାଇଁ କି ପଦକ୍ଷେପ ନିଆଯିବ, ସେହି ଅନୁସାରେ ଡିଜାଇନ କରି ସରକାରଙ୍କୁ ରିପୋର୍ଟ ଦେବ ସ୍ବାସ୍ଥ୍ୟ ବିଭାଗ।

ବିଶ୍ବରେ ୧୮ ବର୍ଷରୁ ଅଧିକ ବୟସ୍କ କ୍ରୋନିକ କିଡନୀ ରୋଗୀଙ୍କ ସଂଖ୍ୟ ୧୦ରୁ ୧୩.୪ ପ୍ରତିଶତ। ଭାରତରେ ଗତ ୬ ବର୍ଷରେ ୧୧.୨ ପ୍ରତିଶତରୁ ୧୬.୩୮ ପ୍ରତିଶତକୁ ବଢିଛି ଏହି ସଂଖ୍ୟା। ଗବେଷଣା ଅନୁସାରେ, ଭାରତରେ ୧୪.୮୦ ପ୍ରତିଶତ ପୁରୁଷ ଓ ୧୩.୫୧ ପ୍ରତିଶତ ମହିଳା ଏହି ରୋଗର ଶିକାର ହେଉଥିବା ଜଣାପଡ଼ିଛି।