spot_img
Home Blog Page 242

ଗୁଜରାଟରୁ ତିନି ଆତଙ୍କବାଦୀ ଗିରଫ, ଭାରତର ତିନୋଟି ସହର ଥିଲା ଟାର୍ଗେଟରେ

ଗୁଜରାଟରୁ ତିନି ଆତଙ୍କବାଦୀ ଗିରଫ, ଭାରତର ତିନୋଟି ସହର ଥିଲା ଟାର୍ଗେଟରେ

ନନ୍ଦିଘୋଷ ବ୍ୟୁରୋ: ଗୁଜରାଟ ଏଟିଏସ ଓ କେନ୍ଦ୍ରୀୟ ସୁରକ୍ଷା ଏଜେନ୍ସି ମିଳିତ ଭାବେ ତିନି ଜଣ ଆତଙ୍କବାଦୀଙ୍କୁ ଗିରଫ କରିଛନ୍ତି । ଏହି ଗିରଫଦାରୀ ପରେ ବଡ଼ ଖୁଲାସା ହୋଇଛି । ଗିରଫ ଆତଙ୍କବାଦୀଙ୍କ ମଧ୍ୟରେ ଚୀନରେ ଏମବିବିଏସ କରିଥିବା ୩୫ ବର୍ଷିୟ ଡକ୍ତର ଅହମ୍ମଦ ମୋହିଉଦ୍ଦିନ ସୟଦ ରହିଛି । ଯିଏ ଆଇଏସକେପି ସହ ଜଡ଼ିତ ବିଦେଶରେ ବସିଥିବା କଟ୍ଟରପନ୍ଥିଙ୍କ ସମ୍ପର୍କରେ ଥିଲା । ଅହମ୍ମଦ ସହ ତା’ର ଦୁଇ ସହଯୋଗୀ ମହମ୍ମଦ ସୁହେଲ ଏବଂ ଆଜାଦ ସେଫି ଗିରଫ ହୋଇଛନ୍ତି । ଏସଟିଏଫ ଅନୁସାରେ ଏମାନେ ଅହମ୍ମଦାବାଦ, ଲକ୍ଷ୍ନୌ ଓ ଦିଲ୍ଲୀରେ ଆତଙ୍କବାଦୀ ଆକ୍ରମଣ କରିବାକୁ ପ୍ରସ୍ତୁତି ଚଲାଇଥିଲେ । ଏମାନଙ୍କ ଉପରେ ଦୀର୍ଘ ସମୟ ଧରି ଭାରତୀୟ ସୁରକ୍ଷା ଏଜେନ୍ସ ନଜର ରଖିଥିଲେ ।

ଗୁଜରାଟ ଏସଟିଏଫ ଅନୁସାରେ, ତିନି ଆତଙ୍କବାଦୀଙ୍କ ଉପରେ ପ୍ରାୟ ଏକ ବର୍ଷ ହେବ ନଜର ରଖାଯାଇଥିଲା । ଲଗାତାର ସେମାନଙ୍କ ଲୋକେସନ ଟ୍ରାକ କରାଯିବା ସହ ପ୍ରତି ମୁଭମେଣ୍ଟ ଉପରେ ନଜର ରଖାଯାଇଥିଲା । ଏମାନେ ଆଇଏସଆଇଏସର ଆଇସିକେପି ସହ ଜଡିତ ଦୁଇଟି ଭିନ୍ନ ମଡ୍ୟୁଲର ସଦସ୍ୟ ବୋଲି କୁହାଯାଉଛି । ଏସିଏସ ଡିଆଇଜି ସୁନୀଲ ଜୋଶୀଙ୍କ ଅନୁସାରେ, ମହମ୍ମଦ ମୋହିଉଦ୍ଦିନକୁ ନେଇ ସାଙ୍ଘାତିକ ଇନପୁଟ ମିଳିବାରେ ଲାଗିଛି । ସେ କଟ୍ଟରପନ୍ଥି ଗତିବିଧିରେ ସାମିଲ ଥିଲେ । ତେଣୁ ତାଙ୍କ ଗତିବିଧି ଉପରେ ନଜର ରଖାଯାଇଥିଲା ।

କାରରୁ ଧରାପଡ଼ିଲା ମୋହିଉଦ୍ଦିନ, ନେଉଥିଲା ବିଷାକ୍ତ ରସାୟନ

ଦୁଇଦିନ ପୂର୍ବରୁ ମୋହିଉଦ୍ଦିନକୁ ଏଟିଏସ ଅଡାଲଜ ଟୋଲ ଭେଟ ପାଖରୁ ଧରିଥିଲା । ଏହି ସମୟରେ ସେ କାରରେ ମାରଣାସ୍ତ୍ର ଓ ବିଷାକ୍ତ କେମିକାଲ ସାଙ୍ଗରେ ନେଇ ଯାଉଥିଲା । ପଚରାଉଚରାରୁ ଜଣାପଡ଼ିଥିଲା ବିଦେଶରେ ଥିବା ଆଇଏସକେପିର ସଦସ୍ୟଙ୍କ ସମ୍ପର୍କରେ ଥିଲା ମୋହିଉଦ୍ଦିନ । ଅନ୍ୟ ଗିରଫ ଆତଙ୍କବାଦୀଙ୍କ ସହ ମିଶି ସେ ଆକ୍ରମଣର ଷଡଯନ୍ତ୍ର କରୁଥିଲା । ଏମାନେ ଅହମ୍ମଦାବାଦ, ଲକ୍ଷ୍ନୌ ଓ ଦିଲ୍ଲୀରେ ରେକି କରିଥିଲେ । କୌଣସି ବଡ଼ ଧରଣର ଆକ୍ରମଣ ପାଇଁ ଏମାନେ ବ୍ଲ୍ୟୁ-ପ୍ରିଣ୍ଟ ପ୍ରସ୍ତୁତ କରିବା ଯୋଜନାରେ ଥିଲେ ।

ସାୟନାଇଡଠାରୁ ଭୟଙ୍କର କେମିକାଲ ତିଆରି କରୁଥିଲେ

ଏଟିଏସ ଅନୁସାରେ ତିନି ଆତଙ୍କବାଦୀ ରାୟଜିନ ନାମକ ଏକ ବହୁତ ବିଷାକ୍ତ କେମିକାଳ ତିଆରି କରୁଥିଲେ । ଏହା ସାୟନାଇଡଠାରୁ ବି ଅଧିକ ଭୟଙ୍କର । ଏହାର ଳ୍ପ ମାତ୍ର ବ୍ୟବହାର କରି ବହୁ ସଂଖ୍ୟାରେ ଧନଜୀବନ ହାନୀ କରାଯାଇ ପାରିଥାନ୍ତି । ଏହାକୁ ବନାଇବା ପରେ କେମିତି ଏହାକୁ ବ୍ୟବହାର କରିଥାନ୍ତେ ତା’ର ଯାଞ୍ଚ ଜାରି ରହିଛି । ପଚରାଉଚରାରୁ ଏହା ମଧ୍ୟ ଜଣାପଡ଼ିଛି, ଆତଙ୍କବାଦୀଙ୍କ ପାଖରୁ ଜବତ ଅସ୍ତ୍ରଶସ୍ତ୍ର ସେମାନେ ରାଜସ୍ଥାନର ହନୁମାନଗଡ଼ରୁ ମଗାଇଥିଲେ ।ଏମାନେ ଗୁଜରାଟରେ ଅସ୍ତ୍ରଶସ୍ତ୍ର ବଦଳାଇବାକୁ ଯାଇଥିବା ବେଳେ ଏଟିଏସ ସେମାନଙ୍କୁ କାବୁ କରି ନେଇଥିଲା । କାରଣ, ଏଟିଏସ୍ ଏମାନଙ୍କ ଗତିବିଧି ଉପରେ ନଜର ରଖିଥିଲା ।

ଜମି ସ୍କାମରେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ପୁଅ: ୧୮୦୦ କୋଟିର ଜମି କିଣିଛନ୍ତି ୩୦୦ କୋଟିରେ !

ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ପୁଅ ଏମିତି ଏକ ଜମି ସ୍କାମରେ ଫସିଛନ୍ତି, ତାକୁ ସେ ନା ରଖିପାରୁଛନ୍ତି ନା ଛାଡ଼ି ପାରୁଛନ୍ତି। ରଖିଲେ କ୍ରିମିନାଲ କେସରେ ଫସିବେ। ନ ରଖି ବାତିଲ କଲେ ଦେବାକୁ ପଡ଼ିବ ୪୨ କୋଟି ଟଙ୍କାର ଷ୍ଟାମ୍ ଡ୍ୟୁଟି। ପୁଣେରେ ଥିବା ଏକ ସରକାରୀ ଜମି କିଣିବାକୁ ଡିଲ୍ କରିଥିଲେ ଅଜିତ ପାୱାରଙ୍କ ପୁଅ ପାର୍ଥ ପାୱାର। ତାଙ୍କ କମ୍ପାନୀ ଏହି ଡିଲ୍ କରିଥିଲା। କିନ୍ତୁ ସେହି ଜମି ଏକ ସରକାରୀ ଜମି ବୋଲି ଜଣାପଡ଼ିବା ପରେ ଅଡୁଆରେ ପଡିଛନ୍ତି ପାର୍ଥ ପାୱାର। ତାଙ୍କ ବାପା ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର କହିଛନ୍ତି, ଏହା ସରକାରୀ ଜମି ବୋଲି ପାର୍ଥ ଜାଣିନଥିଲେ। ଜମି ଫେରାଇ ଦେବାକୁ ସେ ପ୍ରସ୍ତୁତ। ତେବେ ଜମି ରେଜିଷ୍ଟ୍ରିକୁ ବାତିଲ କରିବା ପାଇଁ ପାର୍ଥଙ୍କ କମ୍ପାନୀକୁ ୪୨ କୋଟି ଟଙ୍କା ଦେବାକୁ ପଡ଼ିବ। ସେପଟେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ କହିଛନ୍ତି, ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ। କାହାକୁ ଛଡ଼ାଯିବ ନାହିଁ। ତେବେ ଏତଲାରେ ପାର୍ଥ ପାୱାରଙ୍କ ନାଁ ନାହିଁ ବୋଲି କୁହାଯିବାରୁ ଚିଡ଼ି ଯାଇଥିଲେ ଦେବେନ୍ଦ୍ର ଫଡନଭିସ। ପୁଣେର ଏହି ୪୦ ଏକର ଜମିର ମାର୍କେଟ ରେଟ୍ ହେଉଛି ୧୮୦୦ କୋଟି ଟଙ୍କା। ସେହି ଜମିରେ ଏକ ଡାଟା ସେଣ୍ଟର ନିର୍ମାଣର ଯୋଜନା ହୋଇଥିବା କୁହାଯାଉଛି। ସେହି ଜମିକୁ ୩୦୦ ଟଙ୍କାରେ କିଣିଥିଲା ପାର୍ଥ ପାୱାରଙ୍କ କମ୍ପାନି। ବର୍ତ୍ତମାନ ଏହା ପାର୍ଥ ଓ ତାଙ୍କ ବାପା ଅଜିତଙ୍କ ଗଳାର କଣ୍ଟା ପାଲଟିଛି।

ନିର୍ବାଚନ ଆଚରଣବିଧି ଉଲଂଘନ କରୁଛି ବିଜେପି, କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝି ଜିତିବା ସୁନିଶ୍ଚିତ: ଭକ୍ତ ଦାସ

ନିର୍ବାଚନ ଆଚରଣବିଧି ଉଲଂଘନ କରୁଛି ବିଜେପି  । ନିର୍ବାଚନ ଆୟୋଗର ନିୟମ ଅନୁଯାୟୀ ଜଣେ ପ୍ରାର୍ଥୀ ପୋଷ୍ଟର ବ୍ୟାନର ପାଇଁ ୪୦ ଲକ୍ଷ ଟଙ୍କା ଖର୍ଚ କରିପାରିବେ । ହେଲେ ବିଜେପି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛି  । ବିଜେପି ସଭାକୁ ଲୋକ ଆସୁନାହାନ୍ତି ସେମାନେ ଭିଡ କରିବାକୁ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଶହଶହ ବସରେ ଲୋକ ଆଣି ଭିଡ ଦେଖାଇଲେ । ଲୋକେ ବିଜେପି ପତାକା କାଢିକି ଫିଙ୍ଗି ଦେଇଛନ୍ତି । ନୂଆପଡ଼ାବାସୀ ବିଜେପିକୁ ସମର୍ଥନ କରୁନାହାନ୍ତି  । କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝି ଜିତିବା ସୁନିଶ୍ଚିତ ବୋଲି ପିସିସି ସଭାପତି ଭକ୍ତ ଦାସ କହଛନ୍ତି ।

ନୂଆପଡ଼ା ଉପନିର୍ବାଚନର ମତଦାନ ପୂର୍ବରୁ ନୂଆପଡ଼ାବାସୀଙ୍କୁ ବିଜେଡି ସୁପ୍ରିମୋଙ୍କ ଭିଡିଓ ବାର୍ତ୍ତା

ନୂଆପଡ଼ା ଉପନିର୍ବାଚନ ପୂର୍ବରୁ ନୂଆପଡ଼ାବାସୀଙ୍କୁ ବିଜେଡି ସୁପ୍ରିମୋଙ୍କ ଭିଡିଓ ବାର୍ତ୍ତା। ନୂଆପଡ଼ା ନିର୍ବାଚନମଣ୍ଡଳୀବାସୀଙ୍କୁ ଜୁହାର ଜଣାଇଛନ୍ତି ନବୀନ। ନୂଆପଡ଼ା, ଖରିଆର ରୋଡ, କୋମନା ସଭାରେ ବହୁ ସଂଖ୍ୟାରେ ସେମାନେ ସାମିଲ ହୋଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ବିପୁଳ ଭୋଟରେ ବିଜୟୀ କରିବା ଲାଗି ସେ ଆହ୍ବାନ ଦେଇଛନ୍ତି। ସେ କହିଛନ୍ତି- ସ୍ନେହାଙ୍ଗିନୀ ପଶ୍ଚିମ ଓଡ଼ିଶାର ଜଣେ ଟାଣୁଆ ନେତା। ସ୍ନେହାଙ୍ଗିନୀଙ୍କୁ ନୂଆପଡ଼ା ଉପନିର୍ବାଚନ ଲାଗି ମୁଁ ପ୍ରାର୍ଥୀ କରିଛି। ନୂଆପଡ଼ାରେ ରହି ସେବା କରିବା ଲାଗି ମୁଁ ତାଙ୍କୁ ନିର୍ଦ୍ଦେଶ ଦେଇଛି। ସ୍ନେହାଙ୍ଗିନୀ ସର୍ବଦା ଆପଣଙ୍କ ସୁଖ ଓ ଦୁଃଖର ସାଥୀ ହୋଇ ରହିବେ। ରାଜ୍ୟରେ ବିଜେପି ସରକାର ଆସିବା ଦିନରୁ ମାଙ୍କ ଉପରେ ଅତ୍ୟାଚାର ବଢ଼ିଚାଲିଛି। ମିଶନ ଶକ୍ତି ମାଆମାନେ ହଇରାଣ ହେଉଛନ୍ତି। ଓଡ଼ିଶାର ସୁନାମ ନଷ୍ଟ ହେଉଛି। ରାଜ୍ୟ ସରକାର ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ବନ୍ଦ କରିଦେଲେ। ଫଳରେ ରାଜ୍ୟବାସୀ ଦୁର୍ଦ୍ଦଶାର ଶିକାର ହେଉଛନ୍ତି। ରାଜ୍ୟ ସରକାର ମହିଳା ଓ ଆଦିବାସୀ ବିରୋଧୀ। ବିକାଶର ବିରୋଧୀ। ଆପଣମାନଙ୍କ ସହଯୋଗରେ ବିଜେପିର ପରାଜୟ ନୂଆପଡ଼ାରୁ ଆରମ୍ଭ ହେବ। ଆସନ୍ତା ୧୧ରେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେଇ ଆଶୀର୍ବାଦ କରିବାକୁ ସେ ଆହ୍ବାନ ଦେଇଛନ୍ତି। ଏହା ସହ ଶେଷ ନିଃଶ୍ବାସ ଥିବା ଯାଏ ସେ ଓଡ଼ିଶା ମା ଓ ରାଜ୍ୟବାସୀଙ୍କ ସେବା କରିଚାଲିବେ ବୋଲି କହିଛନ୍ତି ବିରୋଧୀ ଦଳ ନେତା।

ONGCରେ ୨୬୨୩ ପଦ ଖାଲି: କେବଳ ସାକ୍ଷାତକାର ଆଧାରରେ ହେବ ସିଲେକ୍ସନ

ସରକାରୀ ଚାକିରି ପାଇଁ ପ୍ରସ୍ତୁତି ଚଳାଇଥିବା ଆଶାୟୀଙ୍କ ପାଇଁ ଆସିଛି ଏକ ବଡ଼ ଖବର । ଅଏଲ ଆଣ୍ଡ ନ୍ୟାଚୁରାଲ ଗ୍ୟାସ କର୍ପୋରେସନ ଲିମିଟେଡ (ONGC)ରେ ଅଢ଼େଇ ହଜାରରୁ ଅଧିକ ପଦ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଆପ୍ରେଣ୍ଟିସ ପଦରେ ଏହି ନିଯୁକ୍ତି ଦିଆଯିବ । ନଭେମ୍ବର ୧୯ ତାରିଖ ଆବେଦନର ଅନ୍ତିମ ତାରିଖ ରହିଛି । ଓଏନଜିସିର ଅଫିସିଆଲ ଓ୍ବେବସାଇଟ http://ongcindia.co.in/ କୁ ଯାଇ ପ୍ରାର୍ଥୀମାନେ ଆବେଦନ କରିପାରିବେ ।

ଏହି ଭର୍ତ୍ତି ମାଧ୍ୟମରେ ମୋଟ ୨୬୨୩ଟି ପଦ ପୂରଣ କରାଯିବ । ଉତ୍ତର କ୍ଷେତ୍ରରେ ୧୬୫, ପଶ୍ଚିମ କ୍ଷେତ୍ରରେ ୮୫୬, ମୁମ୍ବାଇ ସେକ୍ଟରରେ ୫୬୯, ପୂର୍ବ କ୍ଷେତ୍ରରେ ୪୫୮, ଦକ୍ଷିଣ କ୍ଷେତ୍ରରେ ୩୨୨, କେନ୍ଦ୍ରୀୟ କ୍ଷେତ୍ରରେ ୨୫୩ଟି ପଦ ଖାଲି ରହିଛି । ଏହି ପଦ ପାଇଁ ଆବେଦନ କରିବାକୁ ହେଲେ ପ୍ରାର୍ଥୀ ଡିପ୍ଲୋମା ଟ୍ରେଡ ପାସ କରିବା ସହ ୩ ବର୍ଷୀୟା ଇଞ୍ଜିନିୟରିଂ ଡିପ୍ଲୋମା ଓ ପ୍ରାସଙ୍ଗିକ କ୍ଷେତ୍ରରେ ସ୍ନାତକ ଡିଗ୍ରୀ କରିଥିବା ଆବଶ୍ୟକ । ସର୍ବନିମ୍ନ ବୟସ ୧୮ ଓ ସର୍ବାଧିକ ବୟସ ୨୪ ବର୍ଷ ହୋଇଥିବା ଆବଶ୍ୟକ । ଏସସି / ଏସଟିଙ୍କ ପାଇଁ ସର୍ବାଧିକ ବୟସ ୨୯, ଓବିସି (ନନ-କ୍ରିମି ଲେୟର)ଙ୍କ ପାଇଁ ସର୍ବାଧିକ ବୟସ ୨୭ ବର୍ଷ, ଦିବ୍ୟାଙ୍ଗ ପାଇଁ ସର୍ବାଧିକ ୩୪ ବର୍ଷ ରହିଛି । ଏଥିରେ କୌଣସି ପରୀକ୍ଷା ହେବ ନାହିଁ । କେବଳ ଇଣ୍ଟରଭ୍ୟୁ ଆଧାରରେ ପ୍ରାର୍ଥୀଙ୍କୁ ଚୟନ କରାଯିବ । ଅଫିସିଆଲ ଓ୍ବେବସାଇଟ୍ https://nats.education.gov.in/  ବା www.apprenticeshipindia.gov.in କୁ ଯାଇ ଆବେଦନ କରିପାରିବେ ।

ବିହାରର ସଡ଼କରୁ ମିଳିଲା ବହୁସଂଖ୍ୟକ VVPAT ପର୍ଚି ! AROଙ୍କୁ ସସପେଣ୍ଡ କଲେ ନିର୍ବାଚନ ଆୟୋଗ

ବିହାର ବିଧାନସଭା ନିର୍ବାଚନ ପାଇଁ ଗତ ୬ ତାରିଖରେ ପ୍ରଥମ ପର୍ଯ୍ୟାୟ ମତଦାନ ହୋଇଥିଲା । ଆସନ୍ତା ୧୧ ତାରିଖରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ଗ୍ରହଣ କରାଯିବ । ଭୋଟରଙ୍କୁ ନିଜ ସପକ୍ଷକୁ ଆଣିବା ପାଇଁ ରାଜନୈତିକ ଦଳମାନେ ଜୋରଦାର ପ୍ରଚାରରେ ବ୍ୟସ୍ତ ରହିଛନ୍ତି । ତେବେ ଏହା ମଧ୍ୟରେ ଏହା ବଡ଼ ଘଟଣା ସାମ୍ନାକୁ ଆସିଛି । ସମସ୍ତୀପୁର ଜିଲ୍ଲାରେ ସରାୟରଞ୍ଜନ ବିଧାନସଭା କ୍ଷେତ୍ରର କେଏସଆର କଲେଜ ନିକଟରେ ସଡ଼କ କଡ଼ରେ ବହୁସଂଖ୍ୟକ VVPAT ପର୍ଚି ଏଣେତେଣେ ହୋଇ ପଡ଼ିଥିବା ଦେଖିବାକୁ ମିଳିଛି ।

ଏହି ଘଟଣାକୁ ନେଇ ନିର୍ବାଚନୀ ପ୍ରକ୍ରିୟା ଓ ନିର୍ବାଚନ ଆୟୋଗଙ୍କ ପାରଦର୍ଶିତା ଉପରେ ପ୍ରଶ୍ନ ଉଠାଇଛି ଆରଜେଡି । ଇଭିଏମରୁ ବାହାରୁ ଥିବା VVPAT ପର୍ଚି ମିଳିବା ନେଇ ଆରଜେଡି ପକ୍ଷରୁ ଏକ୍ସ’ରେ ପୋଷ୍ଟ କରାଯାଇଛି । କେବେ, କିପରି ଓ କାହା ଇସାରାରେ ଏହି ପର୍ଚିଗୁଡ଼ିକୁ ଫିଙ୍ଗାଯାଇଛି ? ଚୋର ଆୟୋଗ କ’ଣ ଏହାର ଜବାବ ଦେବ? ବାହାରୁ ଆସି ବିହାରରେ ଡେରା ପକାଇଥିବା ଲୋକତନ୍ତ୍ରର ଡକାୟତଙ୍କ ନିର୍ଦ୍ଦେଶରେ କ’ଣ ଏହା ହେଉଛି ?

ମୁଖ୍ୟ ନିର୍ବାଚନ କମିଶନ (ସିଇସି) ଜ୍ଞାନେଶ କୁମାର ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସମ୍ବନ୍ଧିତ ସହାୟକ ରିଟର୍ଣ୍ଣିଂ ଅଫିସର (ଏଆରଓ)ଙ୍କୁ ଲାପରବାହୀ ଅଭିଯୋଗରେ ନିଲମ୍ବିତ କରିଛନ୍ତି । ଏଥିସହିତ ତାଙ୍କ ବିରୋଧରେ FIR ଦାୟର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସମସ୍ତୀପୁର ଜିଲ୍ଲା ନିର୍ବାଚନ ଅଧିକାରୀ (ଜିଲ୍ଲାଧିକାରୀ)ଙ୍କୁ ଘଟଣାସ୍ଥଳକୁ ଯାଇ ଯାଞ୍ଚ କରିବାକୁ ଓ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଭାରତର ୨ ମୋଷ୍ଟ ୱାଣ୍ଟେଡ ଅପରାଧୀ ଆମେରିକାରେ ଗିରଫ

ନନ୍ଦିଘୋଷ ବ୍ୟୁରୋ: ଭାରତର ୨ ମୋଷ୍ଟ ୱାଣ୍ଟେଡ ଅପରାଧୀ ଆମେରିକାରେ ଗିରଫ। ଭାରତର ନିରାପତ୍ତା ସଂସ୍ଥା ଓ ହରିଆଣା ପୋଲିସର ମିଳିତ ଉଦ୍ୟମରେ ୨ ଗ୍ୟାଙ୍ଗଷ୍ଟରଙ୍କୁ ଗିରଫ କରାଯାଇଛି। ବିଦେଶ ମାଟିରେ ୨ ଜଣେ କୁଖ୍ୟାତ ଗ୍ୟାଙ୍ଗଷ୍ଟରଙ୍କୁ ଧରିବା ହରିଆଣା ପୋଲିସ ଲାଗି ଗୁରୁତ୍ବପୂର୍ଣ୍ଣ ହୋଇଛି। କପିଳ ସାଙ୍ଗବାନ ଓରଫ ନନ୍ଦୁ ଗ୍ୟାଙ୍ଗ ସହ ସମ୍ପୃକ୍ତ ଥିବା ଗ୍ୟାଙ୍ଗଷ୍ଟର ଭେଙ୍କଟେଶ ଗର୍ଗକୁ ଜର୍ଜିଆରେ ଗିରଫ କରାଯାଇଛି। ତାକୁ ପ୍ରତ୍ୟର୍ପଣ କରିବା ଲାଗି ପ୍ରକ୍ରିୟା ସକାଶେ ଜର୍ଜିଆରେ ପହଞ୍ଚିଛନ୍ତି ହରିଆଣା ପୋଲିସ ଟିମ। ଗୁରୁଗ୍ରାମରେ ବହୁଜନ ସମାଜ ପାର୍ଟି ନେତାଙ୍କୁ ହତ୍ୟା କରିବା ପରେ ସେ ଜର୍ଜିଆକୁ ଚାଲିଯାଇଥିଲା। ନନ୍ଦୁ ଗ୍ୟାଙ୍ଗ ସହ ତାର ସମ୍ପର୍କ ଥିଲା। ସେହିପରି ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ସହ ଜଡିତ ଥିବା ଅନ୍ୟ ଜଣେ ଗ୍ୟାଙ୍ଗଷ୍ଟର ଭାନୁ ରାଣାକୁ ବି ଆମେରିକାରେ ଗିରଫ କରାଯାଇଛି। ଭାନୁର ଅପରାଧ କ୍ଷେତ୍ରର ପଞ୍ଜାବ, ହରିଆଣା, ଦିଲ୍ଲୀରେ ରହିଥିଲା। ପଞ୍ଜାବରେ ଏକ ଗ୍ରେନେଡ ଆକ୍ରମଣ ଘଟଣାରେ ଭାନୁର ହାତ ଥିଲା। ଭାରତରେ ଭାନୁର କିଛି ସହଯୋଗୀଙ୍କୁ ଗିରଫ କରାଯାଇସାରିଲାଣି।

ଟି-୨୦ ଇତିହାସରେ ଟିମ୍ ଇଣ୍ଡିଆର ୫ଟି ଲଜ୍ଜାଜନକ ପରାଜୟ !

ଟି-୨୦ ଫର୍ମାଟରେ ଟିମ୍ ଇଣ୍ଡିଆ ବହୁ ସିରିଜ୍ ଜିତିବା ସହ ଅନେକ କୀର୍ତ୍ତିମାନ ସ୍ଥାପନ କରିଛି । ଭାରତୀୟ ଦଳକୁ ଟି-୨୦ରେ ସବୁଠାରୁ ମଜବୁତ୍ ଟିମ୍ ଭାବେ ଗଣାଯାଇଥାଏ । ତେବେ ଅନେକ ସମୟରେ ଅତ୍ୟନ୍ତ ଖରାପ ପ୍ରଦର୍ଶନ ପାଇଁ ଦଳକୁ ସମାଲୋଚନାର ପାତ୍ର ହେବାକୁ ପଡ଼ିଛି । ଏଭଳି ସ୍ଥିତିରେ ଟିମ୍ ଇଣ୍ଡିଆର ୫ଟି ସବୁଠାର ଖରାପ ପ୍ରଦର୍ଶନ ବିଷୟରେ ଆସନ୍ତୁ ଜାଣିବା:-

ଭାରତ-ଅଷ୍ଟ୍ରେଲିଆ (ମେଲବର୍ଣ୍ଣ, ୨୦୦୮): ଟି-୨୦ ଇତିହାସରେ ଭାରତର ସବୁଠାରୁ କମ୍ ସ୍କୋର ହେଉଛି ୭୪ । ୨୦୦୮ ମସିହା ଫେବୃଆରୀ ୧ ତାରିଖରେ ଭାରତ ଅଷ୍ଟ୍ରେଲିଆା ବିପକ୍ଷରେ ଏହି ଖରାପ ରେକର୍ଡ କରିଥିଲା । କେବଳ ଇରଫାନ ପଠାନ ୨୬ ରନ୍ ସଂଗ୍ରହ କରିପାରିଥିଲେ । ଦଳ ୧୭.୩ ଓଭରରେ ଅଲଆଉଟ୍ ହୋଇଯାଇଥିଲା ।

ଭାରତ-ନ୍ୟୁଜିଲାଣ୍ଡ (୨୦୧୬, ନାଗପୁର): ୨୦୧୬ ପ୍ରାରମ୍ଭରେ ଭାରତର ଏଭଳି ପରାଜୟ ହେବା ନେଇ କେହି ଭାବିନଥିଲେ । ନ୍ୟୁଜିଲାଣ୍ଡ ସ୍ପିନର୍ସଙ୍କ ମୁକାବିଲା କରିନପାରି ଭାରତ ୧୮.୧ ଓଭରରେ ମାତ୍ର ୭୯ ରନରେ ଅଲଆଉଟ୍ ହୋଇଯାଇଥିଲା ।

ଭାରତ-ଶ୍ରୀଲଙ୍କା (କଲମ୍ବୋ, ୨୦୨୧): କୋଭିଡ ସମୟରେ ଖେଳାଯାଇଥିବା ଉକ୍ତ ମ୍ୟାଚରେ ଭାରତର କିଛି ଖେଳାଳି ଆଇସୋଲେସନରେ ଥିଲେ । ଭାରତର ୨୦ ଓଭରରେ ମାତ୍ର ୮୧ ରନ୍ ସଂଗ୍ରହ କରିପାରିଥିଲା ।

ଭାରତ-ଦକ୍ଷିଣ ଆଫ୍ରିକା (କଟକ, ୨୦୧୫): କଟକରେ ୨୦୧୫ରେ ଖେଳାଯାଇଥିବା ମ୍ୟାଚରେ ଭାରତୀୟ ବ୍ୟାଟ୍ସମ୍ୟାନମାନେ ଫ୍ଲପ୍ ହୋଇଥିଲେ । ଦକ୍ଷିଣ ଆଫ୍ରିକାର ପେସରଙ୍କୁ ସାମ୍ନା କରିନପାରି ଭାରତ ୧୭.୨ ଓଭରରେ ୯୨ ରନରେ ଅଲଆଉଟ୍ ହୋଇଯାଇଥିଲା ।

ଭାରତ-ଶ୍ରୀଲଙ୍କା (ପୁଣେ, ୨୦୧୬): ୨୦୧୬ରେ ଖେଳାଯାଇଥିବା ଉକ୍ତ ମ୍ୟାଚରେ ଭାରତ ୧୮.୫ ଓଭରରେ ୧୦୧ ରନରେ ଅଲଆଉଟ୍ ହୋଇଯାଇଥିଲା ।

ତେଜ ପ୍ରତାପ ଓ ତେଜସ୍ୱୀଙ୍କ ମଧ୍ୟରୁ କାହାକୁ କେନ୍ଦ୍ର ଦେଇଛି ଅଧିକ ସୁରକ୍ଷା ?

ନୂଆଦିଲ୍ଲୀ : ବିହାର ନିର୍ବାଚନ ମଧ୍ୟରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ତେଜ ପ୍ରତାପ ଯାଦବଙ୍କୁ ୱାଇ ପ୍ଲସ୍ ଶ୍ରେଣୀର ସୁରକ୍ଷା ପ୍ରଦାନ କରିଛି। ଏବେ ତାଙ୍କ ସୁରକ୍ଷାର ଦାୟିତ୍ୱ ସିଆରପିଏଫର ୧୧ ଜଣ ଯବାନଙ୍କ ହାତରେ ରହିବ। ନିକଟରେ ସୁରକ୍ଷା ଏଜେନ୍ସିଗୁଡ଼ିକର ରିପୋର୍ଟ ଆଧାରରେ ଏହି ନିଷ୍ପତ୍ତି ନିଆଯାଇଛି। ଏହା ପୂର୍ବରୁ ଆରଜେଡି ନେତା ତେଜସ୍ୱୀ ଯାଦବଙ୍କୁ ଅଗଷ୍ଟରେ ଜେଡ୍ ଶ୍ରେଣୀର ସୁରକ୍ଷା ଦିଆଯାଇଥିଲା
ଜାଣନ୍ତୁ ଦୁଇ ଭାଇଙ୍କ ମଧ୍ୟରେ କାହାର ସିକ୍ୟୁରିଟି ଅଧିକ ଟାଇଟ୍?
ସୂଚନା ଅନୁଯାୟୀ, ସୁରକ୍ଷା ଏଜେନ୍ସିଗୁଡ଼ିକ ନିକଟରେ ତେଜ ପ୍ରତାପଙ୍କ ସୁରକ୍ଷା ସମ୍ବନ୍ଧୀୟ ରିପୋର୍ଟ ଗୃହ ମନ୍ତ୍ରଣାଳୟକୁ ପ୍ରଦାନ କରିଥିଲେ। ଯାହା ପରେ ଗୃହ ମନ୍ତ୍ରଣାଳୟ ତାଙ୍କ ସୁରକ୍ଷା ବଢ଼ାଇବାର ନିର୍ଦ୍ଦେଶ ଦେଇଛନ୍ତି।
ୱାଇ ପ୍ଲସ୍ (ୱାଇ+) ସୁରକ୍ଷା ବ୍ୟବସ୍ଥା କ’ଣ?
ୱାଇ ପ୍ଲସ୍ ଶ୍ରେଣୀ ଭାରତରେ ଦିଆଯାଉଥିବା ଏକ ଗୁରୁତ୍ୱପୂର୍ଣ୍ଣ ସୁରକ୍ଷା ବ୍ୟବସ୍ଥା ଅଟେ, ଯାହା ଅନ୍ତର୍ଗତରେ ଜଣେ ବ୍ୟକ୍ତିଙ୍କୁ ନିମ୍ନଲିଖିତ ସୁରକ୍ଷା ମିଳିଥାଏ ।
ମୋଟ ସୁରକ୍ଷାକର୍ମୀ: ଏହି ଶ୍ରେଣୀରେ ୧୧ ଜଣ ସୁରକ୍ଷାକର୍ମୀ ନିୟୋଜିତ ହୋଇଥାଆନ୍ତି।
ସୁରକ୍ଷା ଦଳ: ଏହି ୧୧ ସଦସ୍ୟ ବିଶିଷ୍ଟ ଦଳରେ , ଜଣେ କିମ୍ବା ୨ ଜଣ ଏନ୍ଏସଜି (ନ୍ୟାଶନାଲ୍ ସିକ୍ୟୁରିଟି ଗାର୍ଡ) କମାଣ୍ଡୋ କିମ୍ବା ସେମାନଙ୍କ ସମକକ୍ଷ ସିଆରପିଏଫ୍/ସିଆଇଏସ୍ଏଫର ପ୍ରଶିକ୍ଷିତ କମାଣ୍ଡୋ ରହିଥାନ୍ତି।
୪ରୁ ୫ ଜଣ ସଶସ୍ତ୍ର ପୋଲିସ କର୍ମୀ (ଷ୍ଟେଟ୍ ପୁଲିସ୍ କିମ୍ବା ସିଆରପିଏଫ୍) ଷ୍ଟାଟିକ୍ ଗାର୍ଡ ରୂପେ ବାସଭବନରେ ନିୟୋଜିତ ରହିଥାଆନ୍ତି।
୪ରୁ ୫ ଜଣ ସଶସ୍ତ୍ର ସୁରକ୍ଷାକର୍ମୀ (ଏସ୍କର୍ଟ ଏବଂ ପର୍ସନାଲ୍ ସିକ୍ୟୁରିଟି ଅଫିସର୍ସ) ଶିଫ୍ଟରେ ନିୟୋଜିତ ରହିଥାଆନ୍ତି।
କଭରେଜ୍: ଏହି ସୁରକ୍ଷା ୨୪ ଘଣ୍ଟା ପ୍ରଦାନ କରାଯାଏ।

ପ୍ରଦାନକର୍ତ୍ତା: ଏହି ସୁରକ୍ଷା ମୁଖ୍ୟତଃ କେନ୍ଦ୍ରୀୟ ଗୃହ ମନ୍ତ୍ରଣାଳୟ ଦ୍ୱାରା ଇଣ୍ଟେଲିଜେନ୍ସ ବ୍ୟୁରୋ (ଆଇବି) ଏବଂ ର’(ରିସର୍ଚ୍ଚ ଆଣ୍ଡ୍ ଆନାଲିସିସ୍ ୱିଙ୍ଗ) ବିପଦ ଆଶଙ୍କା ରିପୋର୍ଟ ଆଧାରରେ ଦିଆଯାଏ।
ନିର୍ବାଚନ ପୂର୍ବରୁ ତେଜସ୍ୱୀଙ୍କୁ ଜେଡ୍ ଶ୍ରେଣୀର ସୁରକ୍ଷା
ଜାଣି ରଖନ୍ତୁ ଯେ ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଅଗଷ୍ଟରେ ରାଜ୍ୟ ସରକାର ଛଅ ଜଣ ପ୍ରମୁଖ ନେତାଙ୍କ ସୁରକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ କରିଥିଲେ। ସେହିପରି ଆରଜେଡି ନେତା ବିହାରରେ ନେତା ପ୍ରତିପକ୍ଷ ତେଜସ୍ୱୀ ଯାଦବଙ୍କ ସୁରକ୍ଷା ବଢ଼ାଇ ଦିଆଯାଇଛି। ଏହି ବର୍ଷ ଅଗଷ୍ଟରେ ତେଜସ୍ୱୀଙ୍କୁ ଜେଡ୍ ଶ୍ରେଣୀର ସୁରକ୍ଷା ଦିଆଯାଇଛି।
ଜେଡ୍ ସୁରକ୍ଷା କ’ଣ?
ଜେଡ୍ ସୁରକ୍ଷା ଶ୍ରେଣୀ ଭାରତରେ ଦିଆଯାଉଥିବା ତୃତୀୟ ସର୍ବୋଚ୍ଚ ସୁରକ୍ଷା ବ୍ୟବସ୍ଥା ଅଟେ (ଏହା ଏସପିଜି ଏବଂ ଜେଡ୍+ ପରେ ଆସେ)। ଏହି ବ୍ୟବସ୍ଥା ସେହି ବ୍ୟକ୍ତିମାନଙ୍କୁ ପ୍ରଦାନ କରାଯାଏ ଯାହାଙ୍କ ଜୀବନକୁ ଅଧିକ ବିପଦ ଥାଏ।
ସୁରକ୍ଷା ବଳ ଏବଂ ନିୟୋଜନ
ମୋଟ ସୁରକ୍ଷାକର୍ମୀ: ଏହି ଶ୍ରେଣୀରେ ୨୨ ଜଣ ସୁରକ୍ଷାକର୍ମୀ ନିୟୋଜିତ ହୋଇଥାଆନ୍ତି।
କମାଣ୍ଡୋ: ଏହି ଦଳରେ ୪ରୁ ୬ ଜଣ ପ୍ରଶିକ୍ଷିତ ଏନ୍ଏସଜି (ନ୍ୟାଶନାଲ୍ ସିକ୍ୟୁରିଟି ଗାର୍ଡ) କମାଣ୍ଡୋ କିମ୍ବା ସେମାନଙ୍କ ସମକକ୍ଷ ସିଆରପିଏଫ୍/ସିଆଇଏସ୍ଏଫ୍ କମାଣ୍ଡୋ ଅନ୍ତର୍ଭୁକ୍ତ ହୋଇଥାଆନ୍ତି।
ପୁଲିସ୍କର୍ମୀ: ବାକି ସୁରକ୍ଷାକର୍ମୀ ରାଜ୍ୟ ପୁଲିସ୍ ଏବଂ ସିଆର୍ପିଏଫର ହୋଇଥାଆନ୍ତି।
ସୁରକ୍ଷା ଘେରା: ସୁରକ୍ଷାକର୍ମୀମାନଙ୍କୁ ଦୁଇ ପାଳିରେ ୨୪ ଘଣ୍ଟା ନିୟୋଜିତ କରାଯାଏ।
ବାସଭବନରେ ନିୟୋଜନ: କିଛି ସୁରକ୍ଷାକର୍ମୀ ବ୍ୟକ୍ତିଙ୍କ ବାସଭବନରେ ଷ୍ଟାଟିକ୍ ଗାର୍ଡ ରୂପେ ନିୟୋଜିତ ରହିଥାଆନ୍ତି।
ଏସ୍କର୍ଟ ଏବଂ ପିଏସ୍ଓ: ଅନ୍ୟ ସୁରକ୍ଷାକର୍ମୀ ପର୍ସନାଲ୍ ସିକ୍ୟୁରିଟି ଅଫିସର୍ (ପିଏସ୍ଓ) ଏବଂ ଏସ୍କର୍ଟ ଟିମ୍ ରୂପେ ବ୍ୟକ୍ତିଙ୍କ ଯାତ୍ରା ସମୟରେ ସେମାନଙ୍କ ସହିତ ରହିଥାଆନ୍ତି।
ପ୍ରମୁଖ ବିଶେଷତାଗୁଡ଼ିକ

ଏହି ସୁରକ୍ଷା ବ୍ୟବସ୍ଥା ଇଣ୍ଟେଲିଜେନ୍ସ ବ୍ୟୁରୋ (ଆଇବି) ଏବଂ ର(ଆରଏଡବ୍ଲୁ) ଭଳି ଏଜେନ୍ସିଗୁଡ଼ିକ ଦ୍ୱାରା ଦିଆଯାଇଥିବା ଥ୍ରେଟ୍ ପର୍ସେପ୍ସନ୍ ରିପୋର୍ଟ ଆଧାରରେ ନିର୍ଧାରିତ ହୋଇଥାଏ।
ଏହି ସୁରକ୍ଷା କେନ୍ଦ୍ର ସରକାର ଦ୍ୱାରା ଭିଭିଆଇପି, ଭିଆଇପି, ରାଜନେତା, ଖେଳାଳି କିମ୍ବା କଳାକାର ଭଳି ପ୍ରମୁଖ ବ୍ୟକ୍ତିମାନଙ୍କୁ ପ୍ରଦାନ କରାଯାଏ।

ଭୋଟ ଚୋରିକୁ ନେଇ ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କ ପୁଣି ଟାର୍ଗେଟ

ନନ୍ଦିଘୋଷ ବ୍ୟୁରୋ: ଭୋଟ ଚୋରିକୁ ନେଇ ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କ ପୁଣି ଟାର୍ଗେଟ। ଭାରତୀୟ ନିର୍ବାଚନ କମିଶନଙ୍କୁ ସମାଲୋଚନା କରିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି। କହିଛନ୍ତି ଭୋଟ ଚୋରିକୁ ଲୁଚାଇବାକୁ କରାଯାଉଛି ଭୋଟର ସଂଶୋଧନ ପ୍ରକ୍ରିୟା SIR। ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଓ ଛତିଶଗଡ଼ରେ ମଧ୍ୟ ହୋଇଛି ଭୋଟ ଚୋରି। ଆଉ ଭୋଟ ଚୋରିକୁ ବୈଧ ସାବ୍ୟସ୍ତ କରିବାକୁ ଏହି SIR କରାଯାଉଛି ବୋଲି କହିଛନ୍ତି ରାହୁଲ। ଗଣତନ୍ତ୍ର ଓ ସମ୍ବିଧାନ ଉପରେ ହେଉଛି ଆକ୍ରମଣ। କଂଗ୍ରେସର ମୁଖ୍ୟ ପ୍ରସଙ୍ଗ ହେଉଛି ଭୋଟ ଚୋରି। ଏହାକୁ ନେଇ ଆହୁରି ଅନେକ ପ୍ରମାଣ ଅଛି। ଯାହାକୁ ଧିରେ ଧିରେ ପ୍ରଦାନ କରିବୁ ବୋଲି କହିଛନ୍ତି ରାହୁଲ। ଗଣତନ୍ତ୍ର ଉପରେ ଆକ୍ରମଣ ହେଉଛି। ଆମ୍ବେଦକରଙ୍କ ସମ୍ବିଧାନ ଉପରେ ମଧ୍ୟ ଆକ୍ରମଣ ହେଉଛି। ଏହା ଯୋଗୁଁ ଦେଶ ବହୁତ କ୍ଷତି ପାଉଛି। ଭାରତ ମାତାଙ୍କୁ କ୍ଷତି ପହଞ୍ଚୁଛି ବୋଲି କହିଛନ୍ତି ରାହୁଲ।ମଧ୍ୟପ୍ରଦେଶ ପଞ୍ଚମାଢିରେ କଂଗ୍ରେସ ସଭାପତିଙ୍କ ତାଲିମ ଶିବିରରେ ଅଂଶଗ୍ରହଣ କରିବା ଅବସରରେ ଗଣମାଧ୍ୟମକୁ ପ୍ରତିକ୍ରିୟା ରଖି ଏହା କହିଛନ୍ତି ରାହୁଲ। ନିର୍ବାଚନ କମିଶନଙ୍କ ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ ନେଇ SIR ପ୍ରକ୍ରିୟା ଗତ ୪ ତାରିଖରେ ନଅଟି ରାଜ୍ୟ ଏବଂ ତିନୋଟି କେନ୍ଦ୍ରଶାସିତ ଅଞ୍ଚଳରେ ଆରମ୍ଭ ହୋଇଛି