spot_img
Home Blog Page 232

ପୋଲିସର ଦବଙ୍ଗଗିରି : ରାତି ଅଧରେ ଫାର୍ମ ହାଉସରେ ପଶି କଲେ ଦାଦାଗିରି

ନନ୍ଦିଘୋଷ ବ୍ୟୁରୋ : ପୋଲିସର ଦବଙ୍ଗଗିରି । ରାତି ଅଧରେ ଆସିଲେ । ଫାର୍ମ ହାଉସରେ ପଶିଲେ । ସାଙ୍ଗରେ ଥିବା ସହଯୋଗୀ ଧରିଥିଲେ ଶାବଳ ଆଉ ମୋଡି ଦେଲେ ସିସିଟିଭି । ଏଭଳି ଘଟଣା ଘଟାଇଛନ୍ତି ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନାର ଏଏସଆଇ । ଯାହା କଏଦ ହୋଇଛି ସିସିଟିଭିରେ । ବୁଧବାର ରାତି ୨ ଟା ସମୟରେ ଖୁଣ୍ଟା ଥାନା ଏଏସଆଇ ଛବିଳ ପ୍ରଧାନ ଅନ୍ୟ ଜଣେ ପୋଲିସ କର୍ମଚାରୀ ଏବଂ ଦୁଇ ଜଣ ଯୁବକଙ୍କ ସହିତ ଉଦଳା ଥାନା ରଙ୍ଗାମାଟିଆ ଠାରେ ଥିବା ବୁନେସ କୁମାର ପରିଛାଙ୍କ ଫାର୍ମ ହାଉସରେ ପଶିଥିଲେ। ଫାର୍ମ ହାଉସରେ ପଶି ବୁନେସ ପରିଛାଙ୍କୁ ଖୋଜି ଏକ ଘର କବାଟ ବାଡେଇଥିଲେ ଏବଂ ସେଠାରୁ ବୁନେସଙ୍କ କର୍ମଚାରୀଙ୍କୁ ବାହାର କରିଥିଲେ । ଏହା ପରେ ପୋଲିସ ସାଙ୍ଗରେ ଥିବା ଦୁଇ ଯୁବକ ଏକ ଶାବଳ ଧରି ଫାର୍ମ ହାଉସ ଭିତରେ ବୁଲି ବୁନେସଙ୍କୁ ଖୋଜିଥିଲେ । ଖୋଜିବା ସମୟରେ ଫାର୍ମ ହାଉସରେ ସିସିଟିଭି ଲାଗିଥିବା ଦେଖି ତାକୁ ମୋଡି ଦେଇଥିଲେ ପୋଲିସ କର୍ମଚାରୀ । ଯାହା ସିସିଟିଭିରେ କଏଦ ହୋଇଛି । ଦୀର୍ଘ ସମୟ ଧରି ଫାର୍ମ ହାଉସରେ ରହିବା ପରେ ଉଭୟ ବୁନେସ ଏବଂ ତାଙ୍କ କର୍ମଚାରୀଙ୍କୁ ଥାନାକୁ ନେଇ ଯାଇଥିଲା ପୋଲିସ । ହେଲେ ବୁନେସଙ୍କ ନାଁରେ କୌଣସି କେଶ ନଥିଲା । ଜଣେ ବ୍ୟକ୍ତିଙ୍କ ନିକଟରୁ ସେ ଆଣିଥିବା ସାମଗ୍ରୀର ଟଙ୍କା ଦେଇ ନଥିବାରୁ ତାଙ୍କୁ ଥାନାକୁ ପୋଲିସ ନେଇଥିଲା । ହେଲେ ଆପୋଷ ଆଲୋଚନା ପରେ ବୁନେସ ଥାନାରୁ ଫେରିଥିଲେ । କିନ୍ତୁ ପୋଲିସ ଏଏସଆଇ ବିନା କେଶରେ ଜଣେ କୁଖ୍ୟାତ ଅପରାଧୀ ଭଳି ବୁନେସଙ୍କୁ ବ୍ୟବହାର କରିବା । ରାତିରେ ଫାର୍ମ ହାଉସରେ ଶାବଳ ନେଇ ପଶିବା। ସିସିଟିଭି ମୋଡି ଦେବା ଓ ବୁନେସଙ୍କ କର୍ମଚାରୀଙ୍କୁ ପୋଲିସ ମାଡ଼ ମାରିଥିବା ଭଳି ସାଙ୍ଘାତିକ ଅଭିଯୋଗ ନେଇ ଏସପିଙ୍କୁ ଜଣାଇଛନ୍ତି ବୁନେସ ।

 

ଗୁଣିଗାରେଡି ସନ୍ଦେହ : ସାଙ୍ଗକୁ ଅତି ବୀଭତ୍ସ ଭାବେ ଗଳା କାଟି ହତ୍ୟା କଲା ସାଙ୍ଗ!

ନନ୍ଦିଘୋଷ ବ୍ୟୁରୋ : ସାଙ୍ଗକୁ ଅତି ବୀଭତ୍ସ ଭାବେ ଗଳା କାଟି ହତ୍ୟା କଲା ସାଙ୍ଗ । ରାୟଗଡା ଜିଲ୍ଲା ଦୋରାଗୁଡା ଥାନା ଏ.କରଳ ଗ୍ରାମ ନିକଟରେ ଘଟିଛି ହତ୍ୟାକାଣ୍ଡ । ମୃତକ ହେଲେ କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଳକ କାଳିଆମ୍ବ ଗ୍ରାମର ଖଗେଶ୍ବର ମାଣ୍ଡାଙ୍ଗି । ଗୁଣିଗାରେଡି ଯୋଗୁଁ ଏପରି ହତ୍ୟାକାଣ୍ଡ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଗତକାଲି ଦୁଇ ଜଣ ସାଙ୍ଗ ଟିକିରି ବାଲିଯାତ୍ରା ଦେଖିବାକୁ ଯାଇଥିଲେ । ଯାତ୍ରା ଦେଖି ଅଟୋରେ ଫେରିବା ସମୟରେ ଅଭିଯୁକ୍ତ ସାଙ୍ଗ ଏ.କରଳ ଗ୍ରାମ ନିକଟ ଜଙ୍ଗଲରେ ଅଟ ରଖିବାକୁ କହିଥିଲା । ଏହା ସହ ଖଗେଶ୍ବରଙ୍କ ଗଳାକୁ ଏକ ଧାରୁଆ ଅସ୍ତ୍ରରେ କାଟି ଜଙ୍ଗଲରେ ଫିଙ୍ଗି ଦେଇଥିଲେ । ପରେ ସକାଳୁ ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେବା ପରେ ଦୋରାଗୁଡା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି । ଅଭିଯୁକ୍ତ ସାଙ୍ଗକୁ ପୁଲିସ ଥାନାରେ ଅଟକ ରଖି ପଚରାଉଚରା କରୁଛି । ପୂର୍ବରୁ ମୃତ ଖଗେଶ୍ବର ଗୁଣିଗାରେଡି କରୁଛି ବୋଲି ସନ୍ଦେହ କରି ଉଭୟଙ୍କ ମଧ୍ୟରେ ଝଗଡା ହେବା ସହ ଗ୍ରାମରେ ସଭା ହୋଇଥିଲା । ଅପରପକ୍ଷେ ଏହି ହତ୍ୟାକାଣ୍ଡ ହେବା ପରେ ପରିବାର ଲୋକେ ନ୍ୟାୟ ଦାବି କରିଛନ୍ତି।

ଚୋରାମଦ ବୋଝେଇ କାରକୁ ଧରିଲା ଅବକାରୀ ବିଭାଗ : ବିପୁଳ ପରିମାଣର ଦେଶୀ ମଦ ଓ ପୋଚ ଉଦ୍ଧାର

ନନ୍ଦିଘୋଷ ବ୍ୟୁରୋ : ଚୋରା ମଦ ବୋଝେଇ କାରକୁ ଗୋଡାଇ ଧରିଲା ଅବକାରୀ ବିଭାଗ । ଅବକାରୀ ବିଭାଗର ଅଧିକାରୀଙ୍କୁ ଚକମା ଦେଇ କାରରେ କଟକ ଜିଲ୍ଲା ତିଗିରିଆ ଥାନା ଅଞ୍ଚଳରୁ ଚାଲାଣ ହେଉଥିଲା ଦେଶୀ ମଦ । ଦୀର୍ଘ ସମୟର ଛକାପଞ୍ଜା ପରେ ଶେଷରେ କାରକୁ ଧରିବାରେ ସଫଳ ହୋଇଛି ଅବକାରୀ ବିଭାଗ । ଆଠଗଡ ଥାନା କୋରଙ୍ଗା ଗ୍ରାମ ଏବଂ ତିଗିରିଆ ଥାନା ପାଇକସାହି ଗ୍ରାମରେ ଆଠଗଡ ଅବକାରୀ ବିଭାଗ ଓ ଆଠଗଡ ପୋଲିସ ଏକ ମିଳିତ ଚଡାଉ କରିଥିଲେ । ଉକ୍ତ ଚଢାଉରେ ସର୍ବମୋଟ ୧୭ ଶହ ୫୦ ଲିଟର ଦେଶୀ ମଦ ସହ ୧୫ ହଜାର ୪୭୦ ଲିଟର ମଦ ପ୍ରସ୍ତୁତ ନିମନ୍ତେ ବ୍ୟବହୃତ ହେଉଥିବା ଗୁଡ ପୋଚ ଉଦ୍ଧାର କରାଯାଇଛି । ସେଗୁଡିକୁ ଘଟଣାସ୍ଥଳରେ ନଷ୍ଟ କରାଯାଇଛି । ଏହାସହ ୨୫ ଗୋଟି ମଦ ରନ୍ଧା ପାଇଁ ବ୍ୟବହୃତ ହେଉଥିବା ଆଲୁମିନିଉମ ଡିସ୍କ ଜବତ କରିବା ସହ ୫ ଗୋଟି ମାମଲା ରୁଜୁ କରାଯାଇଛି।

ଏହି ଗାଁ ରେ ରୁହନ୍ତି ମାତ୍ର ଗୋଟିଏ ପରିବାର : ପରିବାର ସଦସ୍ୟ ସଂଖ୍ୟା ୪୦

ନନ୍ଦିଘୋଷ ବ୍ୟୁରୋ : କେବେ ଶୁଣିଛନ୍ତି ଗାଁ ରେ ଗୋଟିଏ ପରିବାର ରହିବା କଥା । ଏହି ଗାଁ ରେ ରୁହନ୍ତି ମାତ୍ର ଗୋଟଏ ପରିବାର । ପରିବାରର ସଦସ୍ୟ ସଂଖ୍ୟା ୧୦ କିମ୍ବା ୨୦ ନୁହେଁ ୪୦ ଜଣ ରହୁଛନ୍ତି ଗୋଟିଏ ପରିବାରରେ । ଶୁଣିକି ନିଶ୍ଚିତ ଆଶ୍ଚର୍ଯ୍ୟ ଲାଗୁଥିବ ହେଲେ କଥାଟି ସତ । ରାଞ୍ଚିର ଏହି ଅନନ୍ୟ ଗାଁ ଯେଉଁଠାରେ କେବଳ ଗୋଟିଏ ପରିବାର ବାସ କରନ୍ତି ।
ରାଞ୍ଚିରୁ ୪୦ କିଲୋମିଟର ଦୂରରେ ଖୁଣ୍ଟି ଜିଲ୍ଲାର ରାନିଆ ବ୍ଲକରେ ଏକ ଗାଁ ଅଛି, ଯେଉଁଠାରେ କେବଳ ଗୋଟିଏ ପରିବାର ବାସ କରନ୍ତି। ଏହି ଗାଁର ନାମ ଚେଙ୍ଗରେ। ଏହି ଗାଁର ମୋଟ ଚାଷଜମି ୮୭ ହେକ୍ଟର। ସରକାରୀ ଅଧିକାରୀ ମାନେ କୁହନ୍ତି ଯେ ସେମାନଙ୍କ ପାଇଁ ସବୁ ଯୋଜନା ବନେଇବା ପାଇଁ ପଡେ । ସେମାନେ ମଧ୍ୟ ସବୁ ଯୋଜନାର ଉପଯୁକ୍ତି ବ୍ୟବହାର କରିଥାନ୍ତି । ସେମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଭଳି ଅନେକ ଯୋଜନାର ଲାଭ ପାଇଛନ୍ତି। ସେମାନଙ୍କ ପିଲାମାନେ ପିଡିଏସ୍ ବ୍ୟବସ୍ଥା ମାଧ୍ୟମରେ ମାଗଣା ଶିକ୍ଷା, ରାସନ କାର୍ଡ ଏବଂ ପାଣି ପାଆନ୍ତି।
ଏହି ଗାଁ ରେ ଗୋଟିଏ ପରିବାରରେ ରୁହନ୍ତି ୪୦ ଜଣ ଲୋକ । ହେଲେ ସମୟ ବଢିବା ସହ କିଛି ଲୋକ ସେ ଯାଗା ଛାଡି ଯିବାକୁ ପସନ୍ଦ କରିଛନ୍ତି । କାରଣ ଏଠାରେ ମୌଳିକ ସୁବିଧାର ଘୋର ଅଭାବ ଦେଖା ଦେଉଥିଲା । ତେଣୁ ସେମାନେ ଗାଁ ଛାଡି ଯିବକୁ ପସନ୍ଦ କରୁଥିଲା । ରଣିଆ ବ୍ଲକର ଅଧିକାରୀମାନେ କୁହନ୍ତି ଯେ ଏଠାରେ ରହୁଥିବା ପରିବାରଗୁଡ଼ିକ ପଳୟନ କରିନାହାନ୍ତି । ସେମାନେ କୁହନ୍ତି ଯେ ଆମେ ଏଠାରେ ଶାନ୍ତିରେ ରହୁ, ଗାଈ, ମଇଁଷି ଛେଳି ଚରାଉ ଏବଂ ଖୁସିରେ ରହୁ। ଆମକୁ ବହୁତ ମୌଳିକ ସୁବିଧାର ଆବଶ୍ୟକତା ନାହିଁ। ଜଙ୍ଗଲରୁ ଯାହା ଆସେ ତାହା ଆମ ପାଇଁ ଯଥେଷ୍ଟ। ଆମକୁ କ୍ଷୀର ଦେବା ପାଇଁ ଆମ ପାଖରେ ଗୋଟିଏ ଗାଈ ଅଛି। ଛେଳିକୁ ବିକ୍ରି କରି ଓ କିଛି ଜମି ଚାଷ କରି ଆମର ଜୀବନ ଭଲରେ ଚାଲିଥାଏ।
ଏହି ଗାଁକୁ ପ୍ରଥମ ନଜରରେ ଦେଖିଲେ ଆପଣଙ୍କୁ ଏପରି ଲାଗିବ ଯେପରି ଆପଣ କୌଣସି ଜଙ୍ଗଲକୁ ଆସିଯାଇଛନ୍ତି ଏବଂ ଏଠାରେ କେହି ରହୁନାହାଁନ୍ତି। କିନ୍ତୁ ଏଠାରେ ଏକ ବହୁତ ବଡ଼ ଘର ଅଛି ଯେଉଁଠାରେ ଆପଣ କେବଳ ଗୋଟିଏ ପରିବାରକୁ ହସୁଥିବା ଓ ଖେଳୁଥିବା ଦେଖିବେ।
ଏହି ପରିବାରର ଜଣେ ସଦସ୍ୟ ସୁଦେଶ କୁହନ୍ତି ଯେ ଅନେକ ସମୟରେ ଲୋକମାନେ ଆମକୁ ପଚାରନ୍ତି ଯେ ଆମେ ଭୟ ଲାଗେନାହିଁ ? ସେ ଏହାରଉତ୍ତରରେ କହିଥିଲେ ଏହାର ଠିକ୍ ପାଖରେ ଆଉ ଏକ ଗାଁ ଅଛି ଓ ସେହି ଗାଁ ବହୁତ ଜନଗହଳିପୂର୍ଣ୍ଣ। ଏପରି ପରିସ୍ଥିତିରେ, ଯଦି ଆମେ ଆଗରୁ ଡାକିବା, ତେବେ ସମସ୍ତ ଲୋକ ଆସିଯିବେ। ତେଣୁ ଭୟ ବୋଲି କିଛି ନାହିଁ। ଏଠାରେ, ପଶୁ ଏବଂ ମଣିଷ, ସମସ୍ତେ ଆମର।

ଆଠଟିକିଆ ହାତୀପଲଙ୍କ ଉତ୍ପାତ : ଘର ଭାଙ୍ଗିବା ସହ ଖାଇଗଲେ ୧୦ ବସ୍ତା ଚାଉଳ

ନନ୍ଦିଘୋଷ ବ୍ୟୁରୋ : କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜ ମରୁଆବିଲି ପଞ୍ଚାୟତ କମ୍ପୁଲେଇ ଗ୍ରାମରେ ଆଠ ଟିକିଆ ହାତୀପଲଙ୍କ ଉପଦ୍ରବ l ଘର ଭାଙ୍ଗି ଖାଇଗଲେ ଦଶ ବସ୍ତା ଚାଉଳ l ଗତକାଲି ରାତିରେ ଏକ ଆଠ ଟିକିଆ ହାତୀପଲ ସ୍ଥାନୀୟ ଜଙ୍ଗଲରୁ ବାହାରି କମ୍ପୁଲେଇ ଗାଁ ଭିତରେ ପଶି ତାଣ୍ଡବ ରଚିଛନ୍ତି l ଏହି ଗାଁର ବିଭୁତି ସାହୁଙ୍କ କୋଠା ଘରର ତାଜା ଭାଙ୍ଗିବା ସହ ପ୍ରସନ୍ନ ସାହୁଙ୍କ ଆଜବେଷ୍ଟସ  ଘରକୁ ସମ୍ପୂର୍ଣ୍ଣ ଭାଙ୍ଗିଦେଇଛନ୍ତି l ପ୍ରସନ୍ନଙ୍କ ଘରେ ଥିବା ଦଶବସ୍ତା ଚାଉଳ ଖାଇବା ସହ  ବାଡ଼ିରେ ଥିବା ବିଭିନ୍ନ ଗଛକୁ ଦଳିମକଚି ଦେଇଛନ୍ତି ହାତୀପଲ l ଲୋକଙ୍କ ଠାରୁ ଖବର ପାଇ ବନ କର୍ମଚାରୀମାନେ ପହଞ୍ଚି ହାତୀପଲଙ୍କୁ ଘଉଡ଼ାଇବା ପାଇଁ ଉଦ୍ୟମ କରିଥିଲେ । ବର୍ତମାନ ହାତୀ ପଲ ଗାଁ ନିକଟରେ ଥିବା ରଞ୍ଜାଗଡ଼ ଜଙ୍ଗଲରେ ରହିଥିବା ଜଣା ପଡିଛି  l ତେବେ ଏହି ଆଠ ଟିକିଆ ହାତୀପଲଙ୍କ ତାଣ୍ଡବରେ ଗ୍ରାମବାସୀ ଭୟଭୀତ ଅଛନ୍ତି । କ୍ଷତିଗ୍ରସ୍ତ ପରିବାରକୁ ସରକାରୀ ସହାୟତା ଯୋଗାଇବା ପାଇଁ ଦାବି ହୋଇଛି l

ବାଣପୁରରେ ୟୁରିଆ ସାରର କଳାବଜାରୀ : ଚଢା ଦରରେ ଚାଷୀଙ୍କୁ ବିକ୍ରୀ

ନନ୍ଦିଘୋଷ ବ୍ୟୁରୋ : ଖୋର୍ଦ୍ଧା ଜିଲ୍ଲା ବାଣପୁରରେ ୟୁରିଆ ସାରର କଳାବଜାରୀ ଦେଖାଦେଇଛି l ସରକାରୀ ନିୟମଙ୍କୁ ଖୁଲୁମ ଖୁଲା ଉଲଘଂନ କରି ୟୁରିଆ ଓ ଡିଏପି ସାରକୁ କଳାବଜାରୀ କରାଯାଉଥିବା ଅଭିଯୋଗ ହୋଇ ଆସୁଛି  l ବିଭିନ୍ନ ସୋସାଇଟି ମାନଙ୍କରେ ସାର ଚଢା ଦରରେ ବିକ୍ରି ଚାଲିଥିବା ବେଳେ ୟୁରିଆ ସାର ସରକାରୀ ମୂଲ୍ୟ ଅନୁଯାଇ ୨ଶହ ୬୬ ଟଙ୍କା ୫୦ ପଇସାରେ  ବିକ୍ରି ହେବାକଥା l କିନ୍ତୁ କେତେକ ସମବାୟ ସମିତି ୩୫୦ ରୁ ୫୫୦ ଦରରେ ଚାଷୀଙ୍କୁ ଦେଉଛନ୍ତି l ଅସାଧୁ ବ୍ୟବସାୟୀ ମାନେ ଖୋଲା ମାର୍କେଟରେ ୭୫୦ରୁ ୯୦୦ଟଙ୍କା ଦରରେ ବିକ୍ରି କରୁଛନ୍ତି l ତଥାପି ବଜାରରେ ଇୟୁରିଆ ସାର ମିଳୁନାହିଁ l ଏହି  ସାର ଦୁର୍ନୀତି  ପଛରେ କୃଷି ବିଭାଗର କିଛି ଅଧିକାରୀ ଏବଂ ସେବା ସମବାୟ ସମିତି ଅଧିକାରୀ ମାନଙ୍କ ସମ୍ପୃକ୍ତି ରହିଥିବା ନେଇ କୃଷକ ସଙ୍ଗଠନ ପକ୍ଷରୁ ଅଭିଯୋଗ ହୋଇଛି l ସାର କଳାବଜାରୀକୁ ରୋକିବା ସହିତ ଚାଷୀ ମାନଙ୍କ ପାଖରେ ଉଚିତ ମୂଲ୍ୟରେ ସାର ପହଞ୍ଚିବା ନେଇ ଦାବି ହୋଇଛି l ତେବେ ଚଳିତ ସପ୍ତାହରେ୨୨୨ ବସ୍ତା ଇୟୁରିଆ ସାର ଆସିଛି । ବଡ଼ହନ୍ତୁଆଡ଼ ସେବା ସମବାୟ ସମିତିକୁ ଏହି ସମବାୟ ସମିତିରେ ୧୭୫୦  ଜଣ ଚାଷି ଥିବାବେଳେ l ୨୨୨ ବସ୍ତା କାହାରିକୁ ପାଇବ ନାହିଁ l ଯାହା ଫଳରେ ବଡନ୍ତୁଆଡ଼ ସେବା ସମବାୟ ସମିତିର ଅଧୀନରେ ଥିବା ସହସହ ଚାଷି ଇୟୁରିଆ ସାରପାଇଁ  ଭୋର ପାଞ୍ଚଟାରୁ ବର୍ଷା ମାଡ଼ଖାଇ ଲମ୍ବା ଲାଇନରେ ଅଛନ୍ତି l ପ୍ରଶାସନ ସବୁ ଜାଣି ଶୁଣି ଚୁପ ବସିଛି ଥିବା ନେଇ ସାଧାରଣରେ ଆଲୋଚନା ଧରିଛି l

ଜଣେ ଶିକ୍ଷକରେ ଚାଲିଛି ତିନୋଟି ଶ୍ରେଣୀ : ଶିକ୍ଷକ ଅଭାବରୁ ସ୍କୁଲ ଛାଡୁଛନ୍ତି ଛାତ୍ର ଛାତ୍ରୀ

ନନ୍ଦିଘୋଷ ବ୍ୟୁରୋ : ଜଣେ ଶିକ୍ଷକରେ ଚାଲିଛି ତିନୋଟି ଶ୍ରେଣୀ l ଶିକ୍ଷକ ଅଭାବରୁ ସ୍କୁଲ ଛାଡୁଛନ୍ତି ଛାତ୍ର ଛାତ୍ରୀ l କେନ୍ଦୁଝର ଜିଲ୍ଲା ଝୁମ୍ପୁରା ବ୍ଲକର ଧାତିକା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଣେ ଶିକ୍ଷକରେ ଚାଲିଛି ପାଠପଢା । ଏହି ବିଦ୍ୟାଳୟରେ ଷଷ୍ଠ, ସପ୍ତମ, ଅଷ୍ଟମ ଶ୍ରେଣୀ ଥିବା ବେଳେ ଏକ ବର୍ଷ ହେବ ଏହି ବିଦ୍ୟାଳୟ ଜଣେ ମାତ୍ର ଶିକ୍ଷକରେ ଚାଲୁଥିବାରୁ ଅଭିଭାବକ ମହଲରେ ଅସନ୍ତୋଷ ଦେଖାଦେଇଛି l ପୂର୍ବରୁ ଏହି ବିଦ୍ୟାଳୟକୁ ଝୁମ୍ପୁରା ବ୍ଲକ ଅସନପାଟ ପଞ୍ଚାୟତର ଧାତିକା, ଗିଧିବାସ, ନିଶାଗଡିଆ ଗ୍ରାମର ପିଲାମାନେ ପଢିବାକୁ ଆସୁଥିଲେ l ମାତ୍ର ଏବେ ଶିକ୍ଷକ ସମସ୍ୟାକୁ ନେଇ ପିଲାମାନେ ଅନ୍ୟ ସ୍କୁଲ ମୁହାଁ ହେଉଥିବା ଦେଖିବାକୁ ମିଳୁଛି ।

 

ନାବାଳିକା ଝିଅକୁ ଗର୍ଭବତୀ କଲା ବାପା : କଙ୍କଡାହାଡ଼ ଥାନାରେ ଅଭିଯୋଗ କଲା ନାବାଳିକା

ନନ୍ଦିଘୋଷ ବ୍ୟୁରୋ : ନାବାଳିକା ଝିଅକୁ ଗର୍ଭବତୀ କଲା ବାପା । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଥାନା ଅଞ୍ଚଳରେ l ନିଜର ଜନ୍ମକଲା ନାବାଳିକା ଝିଅକୁ ବାପା ଗର୍ଭବତୀ କରିଥିବା ଅଭିଯୋଗ ହୋଇଛି l ନାବାଳିକା ଜଣଙ୍କ ତିନି ମାସର ଗର୍ଭବତୀ ହୋଇଥିବା ବେଳେ ଏବିଷୟରେ ବାହାରେ ଜଣାଇଲେ ମାରିଦେବାର ଭୟ ଦେଖାଇଥିଲା ବାପା l କିନ୍ତୁ ଗତକାଲି ନାବାଳିକା ଜଣକ ଏସମ୍ପର୍କରେ କଙ୍କଡାହାଡ଼ ଥାନାରେ ଅଭିଯୋଗ କରିବା ପରେ ଅଭିଯୁକ୍ତ ବାପା ଫେରାର ହୋଇଯାଇଛି l ପୋଲିସ ଏକ ମାମଲା ରୁଜୁ କରି ନାବାଳିକାଙ୍କ ଡାକ୍ତରୀମାଇନା କରାଇଛି । ଏହା ସହ ଅଭିଯୁକ୍ତ ବାପାକୁ ଧରିବା ପାଇଁ ପୋଲିସ ତରଫରୁ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇଛି l

ଦରମା ମିଳିଲାନି ବୋଲି ଗଡ଼ିଲାନି ଗାଡ଼ି ; ଷ୍ଟିଅରିଂ ଛାଡିଲେ ‘ଆମ ବସ’ କର୍ମଚାରୀ

ନନ୍ଦିଘୋଷ ବ୍ୟୁରୋ : ଭୁବନେଶ୍ଵରରେ ଆମ ବସ୍ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ୍ ଆନ୍ଦୋଳନ। ଠିକ ସମୟରେ ଦରମା ନ ମିଳିବା ପ୍ରତିବାଦରେ ସେମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଆଜି ପୋଖରୀପୁଟ ଡିପୋର ୪୩ ଟି ବସର ଡ୍ରାଇଭର ଷ୍ଟିଅରିଂ ଛାଡ଼ିଛନ୍ତି। ଠିକ ସମୟରେ ଦରମା ନ ମିଳିବାରୁ ଘର ଚଳାଇବା ସମସ୍ୟା ହେଉଥିବା କହିଛନ୍ତି ସେମାନେ। କୌଣସି ସାମାଜିକ ସୁରକ୍ଷା ବିନା ଆମ ବସ ଚାଳକମାନେ ଗାଡ଼ି ଚଳାଉଛନ୍ତି । ବର୍ତ୍ତମାନ ୪୨ ଦିନ ହୋଇଯାଇଥିଲେ ବି ଦରମା ପାଇନଥିବାରୁ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ କରିଛନ୍ତି। ପ୍ରତି ମାସ ବିଳମ୍ବରେ ଦରମା ମିଳୁଥିବା ବେଳେ ଏ ମାସର 13 ତାରିଖ ହେଲାଣି ଦରମା ମିଳିନାହିଁ । ତିନି ଦିନ ହେବ ଚକ୍ରା ଟ୍ରାନ୍ସପୋର୍ଟ ପକ୍ଷରୁ କୌଣସି ଅଧିକାରୀ କିଛି ଶୁଣୁନାହାନ୍ତି ବୋଲି ଅଭିଯୋଗ ଆଣିଛନ୍ତି ଡ୍ରାଇଭର଼୍।

ସତ ମାନିଲେ ଟ୍ରମ୍ପ : ଟାରିଫ ଲଗାଇବା ପଡିଲା ମହଙ୍ଗା

ନନ୍ଦିଘୋଷ ବ୍ୟୁରୋ : ଗତ କିଛି ଦିନ ହେବ ଆମେରିକା ଓ ଭାରତ ମଧ୍ୟରେ ଟାରିଫ୍‌ ଯୁଦ୍ଧର ‌ତୋଫାନ୍‌ ଲାଗିରହିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁକ୍ରବାର  ସ୍ୱୀକାର କରିଛନ୍ତି ଯେ ରୁଷିଆ ତେଲ କିଣିବା ପାଇଁ ଭାରତ ଉପରେ ଲାଗୁ ହୋଇଥିବା ୫୦% ଶୁଳ୍କ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଖରାପ କରିଛି।

ୟୁକ୍ରେନ ଆକ୍ରମଣ ଉପରେ ପଶ୍ଚିମ କଟକଣାର ଅଂଶ ସ୍ୱରୂପ, ରୁଷିଆରୁ ତେଲ କିଣିବା ପାଇଁ ଟ୍ରମ୍ପ ଏହାର କିଛି ରପ୍ତାନି ଉପରେ ୫୦ ପ୍ରତିଶତ ପର୍ଯ୍ୟନ୍ତ ଶୁଳ୍କ ଲଗାଇବା ପରେ ଭାରତ କ୍ରୋଧିତ ହୋଇଛି। ଯାହାକୁ ଟ୍ରମ୍ପ୍‌ ବାସ୍ତବରେ ଏକ ବଡ଼ କଥା ବୋଲି ସ୍ବୀମାର କରି ଭାରତ ସହିତ ମତଭେଦ ସୃଷ୍ଟି ହୋଇଛି ବୋଲି ମତ ରଖିଛନ୍ତି।

ମୋଦୀ ଏକ ସାକ୍ଷାତକାରରେ ତାଙ୍କର ମତ ରଖି କହିଛନ୍ତି, ‘‘ଭାରତର ରୁଷିଆ ହେଉଛି ସବୁଠାରୁ ବଡ଼ ଗ୍ରାହକ। ମୁଁ ଭାରତ ଉପରେ ୫୦% ଶୁଳ୍କ ଲଗାଇଛି; କାରଣ ସେମାନେ ରୁଷିଆରୁ ତେଲ କିଣୁଛନ୍ତି। ତଥାପି ଏହା କରିବା ସହଜ ନଥିଲା। ଏହା ଦୁଇ ଦେଶର ସଂପର୍କ ଉପରେ ପ୍ରଭାବ ପକାଇଛି।’’

ଟ୍ରମ୍ପ ପ୍ରଥମେ ଭାରତରୁ ଆମଦାନୀ ଉପରେ ଅତିରିକ୍ତ ୨୫% ଶୁଳ୍କ ଲାଗୁ କରିଥିଲେ, ତା’ପରେ କହିଥିଲେ ଯେ ଅଗଷ୍ଟ ୨୭ ତାରିଖରୁ ଏହାକୁ ଦ୍ୱିଗୁଣିତ କରି ୫୦% କରାଯିବ। ୟୁକ୍ରେନରେ ଯୁଦ୍ଧ ସମାପ୍ତ କରିବାକୁ ଆମେରିକା ଚେଷ୍ଟା କରୁଥିବାରୁ ଭାରତ ରୁଷୀୟ ତୈଳ କ୍ରୟ ବୃଦ୍ଧି କରିଥିବାରୁ ଦଣ୍ଡ ସ୍ୱରୂପ ଏହି ଶୁଳ୍କ ଲାଗୁ କରାଯିବ।

ଆମେରିକା ରାଷ୍ଟ୍ରପତି କହିଛନ୍ତି ଯେ ତାଙ୍କ ପ୍ରଶାସନ ବାଣିଜ୍ୟ ପ୍ରତିବନ୍ଧକ ଦୂର କରିବା ପାଇଁ ଭାରତ ସହିତ ଆଲୋଚନା ଜାରି ରଖିଛି ଏବଂ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ କଥା ହେବେ। ଏହା କିଛି ସପ୍ତାହର କୂଟନୈତିକ ଅଚଳାବସ୍ଥା ପରେ ସମ୍ପର୍କରେ ଉନ୍ନତିର ଏକ ସଙ୍କେତ।