ସମ୍ବଲପୁର ବିଶ୍ଵବିଦ୍ୟାଳୟରେ ଦୀନବନ୍ଧୁ ମିଶ୍ର ଆତ୍ମଦାହ ମାମଲା। ବିଶ୍ଵବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ରିପୋର୍ଟ ମାଗିଲେ ମାନବ ଅଧିକାର ଆୟୋଗ। ଏନେଇ କୁଳ ସଚିବଙ୍କୁ ଓଡ଼ିଶା ମାନବ ଅଧିକାର ଆୟୋଗ ରିପୋର୍ଟ ମାଗିଥିବା ସୂଚନା ମିଳିଛି। ୨୦୨୧ ଏପ୍ରିଲ ୨୦ ତାରିଖରେ କୁଳପତିଙ୍କ ପ୍ରକୋଷ୍ଠ ସମ୍ମୁଖରେ ନିଜ ଦେହରେ ନିଆଁ ଲଗାଇ ଦେଇଥିଲେ ଦୀନବନ୍ଧୁ ମିଶ୍ର। ମେଡ଼ିକାଲ ନେବା ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା। ଏନେଇ ତାଙ୍କ ପୁଅ ଅଭିଷେକ ମିଶ୍ର ମାନବ ଅଧିକାର ଆୟୋଗଙ୍କ ଦ୍ବାରସ୍ଥ ହୋଇଥିଲେ। ଆସନ୍ତା ଜାନୁଆରୀ ୧୫ ସୁଦ୍ଧା ରିପୋର୍ଟ ଦେବେ ସମ୍ବଲପୁର ବିଶ୍ଵ ବିଦ୍ୟାଳୟ କର୍ତ୍ତୃପକ୍ଷ।
ଆସନ୍ତାକାଲି ନୂଆପଡ଼ା ଭୋଟ ଗଣତି: ୧୪ ଜଣ ପ୍ରାର୍ଥୀଙ୍କର ଭାଗ୍ୟ ନିର୍ଣ୍ଣୟ
ଆସନ୍ତାକାଲି ନୂଆପଡ଼ା ଭୋଟ ଗଣତି। ନୂଆପଡ଼ାର ବିଜେଡି ବିଧାୟକ ରାଜୁ ଭାଇ ଢୋଲକିଆଙ୍କ ପରଲୋକ ପରେ ଏଠାରେ ଉପନିର୍ବାଚନ ଅନୁଷ୍ଠିତ ହୋଇଛି। ଉପନିର୍ବାଚନରେ ସମୁଦାୟ ୧୪ ଜଣ ପ୍ରାର୍ଥୀଙ୍କର ଭାଗ୍ଯ ନିର୍ଣ୍ଣୟ ହୋଇସାରିଛି। ଆସନ୍ତାକାଲି ଭୋଟ ଗଣତି ହେବ। ନୂଆପଡ଼ାରେ ପ୍ରମୁଖ ୩ ଦଳ ବିଜେଡି, କଂଗ୍ରେସ ଓ ବିଜେପି ମଧ୍ଯରେ ତ୍ରିମୁଖୀ ପ୍ରତିଦ୍ବନ୍ଦ୍ବିତା ହୋଇଛି। ବିଜେଡିରୁ ସ୍ନେହାଙ୍ଗିନୀ ଛୁରିଆ, କଂଗ୍ରେସରୁ ଘାସିରାମ ମାଝୀ ଓ ବିଜେପିରୁ ଜୟ ଢୋଲକିଆ ପ୍ରାର୍ଥୀ ହୋଇଛନ୍ତି। ଏଥିଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ଯାପକ ପ୍ରସ୍ତୁତି କରାଯାଇଛି। ଷ୍ଟ୍ରଂଗ ରୁମରେ କଡ଼ା ସୁରକ୍ଷା ମଧ୍ୟରେ ରଖାଯାଇଛି ଇଭିଏମ। ଏଠାରେ ସିସିଟିଭି ବ୍ୟବସ୍ଥା ମଧ୍ୟ କରାଯାଇଛି। ଭୋଟ ଗଣତି ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ଯାପକ ବନ୍ଦୋବସ୍ତ କରାଯାଇଛି॥
ଆସୁଛି ଆଉ ଏକ ଓଡ଼ିଆ ହରର ସିନେମା “ଦର୍ପଣ”: ଆସନ୍ତା ୨୧ରେ ରିଲିଜ ହେବ
ଆସୁଛି ଆଉ ଏକ ଓଡ଼ିଆ ହରର ସିନେମା “ଦର୍ପଣ” । ଆସନ୍ତା ନଭେମ୍ବର ୨୧ରେ ଓଡ଼ିଶାର ସମସ୍ତ ପ୍ରେକ୍ଷାଳୟରେ ରିଲିଜ ହେବ । ଏନେଇ ତାରିଖ ଘୋଷଣା ସହ ସିନେମାର ଟ୍ରେଲର ରିଲିଜ ହୋଇଛି । ଏହି ସିନେମା ଏକ ଭିନ୍ନ ଧରଣର ଭୟାନକ କାହାଣୀକୁ ନେଇ ଆଧାରିତ । ଏହି ସିନେମାର କାହାଣୀ ଓ ପ୍ରଯୋଜନା ଦାୟିତ୍ଵରେ ଅଛନ୍ତି ପ୍ରଡ୍ୟୁସର୍ ଦିଲ୍ଲୀପ କୁମାର ସାହୁ ଓ ନିର୍ଦ୍ଦେଶନା ଦେଇଛନ୍ତି ଭାରତ ପୁଷ୍ପରାଗ । ସେହିଭଳି ଟେକ୍ନିକାଲ ସପୋର୍ଟରେ ରହିଛନ୍ତି ଡାଇରେକ୍ଟର ଆନନ୍ଦ କୁମାର । ଏହି ସିନେମାରେ ଦୁଇ ନାୟକ ଓ ଦୁଇ ନୟିକାଙ୍କୁ ଦେଖିବାକୁ ପାଇବେ ଦର୍ଶକ ।
କମ୍ପିବ ଐତିହାସିକ କଟକ ବାଲିଯାତ୍ରା: ଭୁବେନଶ୍ବରରେ ପହଞ୍ଚିଲେ ଶ୍ରେୟା ଘୋଶାଲ
କମ୍ପିବ ଐତିହାସିକ କଟକ ବାଲିଯାତ୍ରା । ସଙ୍ଗୀତ କାର୍ଯ୍ୟକ୍ରମରେ ଯୋଗ ଦେବେ ବଲିଉଡ କଣ୍ଠଶିଳ୍ପୀ ଶ୍ରେୟା ଘୋଷାଲ । ତାଙ୍କ ସୁମଧୁର କଣ୍ଠରେ ମତୁଆଲା ହେବେ ଦର୍ଶକ । ଭୁବନେଶ୍ୱରରେ ପହିଁଚିଛନ୍ତି ବଲିଉଡ କଣ୍ଠଶିଳ୍ପୀ ଶ୍ରେୟା ଘୋଷାଲ ।ଭୁବେନଶ୍ବରରେ ପହଞ୍ଚିବା ପରେ ତାଙ୍କୁ ସ୍ବାଗତ କରାଯାଇଛି । ଏହା ପୂର୍ବରୁ ଐତିହାସିକ କଟକ ବାଲିଯାତ୍ରାରେ ଯୋଗ ଦେବାକୁ ନେଇ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ ଶ୍ରେୟା ଘୋଷାଲ ।
ଗୋଟିଏ ପରିବାରକୁ ମରଣାନ୍ତକ ଆକ୍ରମଣ ଅଭିଯୋଗ, ୧୦ ଜଣ ଗୁରୁତର
କାର୍ତ୍ତିକେଶ୍ବର ଭସାଣି ବେଳେ ଗୋଟିଏ ପରିବାରକୁ ମରଣାନ୍ତକ ଆକ୍ରମଣ ଅଭିଯୋଗ । ଆକ୍ରମଣରେ ୧୦ ଜଣ ଗୁରୁତର ହୋଇଛନ୍ତି । ଗତକାଲି ରାତିରେ ଅନୁଗୁଳ ସଦର ଥାନା କରଡ଼ାଗାଡ଼ିଆ ଗାଁର ସାଆନ୍ତସାହି ପକ୍ଷରୁ କାର୍ତ୍ତିକେଶ୍ଵର ପୂଜା ଭସାଣି ହେଉଥିଲା । ସେହି ସମୟରେ ବିଶ୍ୱଜିତ ଦେହୁରୀ ନାମକ ଜଣେ ବ୍ୟକ୍ତି ଘରକୁ ଫେରୁଥିଲେ । ଭସାଣି କରୁଥିବା କିଛି ଯୁବକ ବିଶ୍ୱଜିତଙ୍କୁ ଖରାପ ଭାଷାରେ ଗାଳି ଗୁଲଜ କରିବା ସହ ମାଡ ମାରି ପଳାଇ ଯାଇଥିଲେ। ବିଶ୍ୱଜିତଙ୍କ ପରିବାର ଲୋକଙ୍କୁ ପୁଣି ଥରେ ଆଉ କିଛି ଯୁବକ ଆସି ମାରଣାସ୍ତ୍ରରେ ଆକ୍ରମଣ କରି ପଳାଇ ଯାଇଥିଲେ । ଏହି ଆକ୍ରମଣରେ ପରିବାର ୧୦ ଜଣ ବ୍ୟକ୍ତି ଗୁରୁତର ହୋଇଛନ୍ତି । ଗୁରୁତର ମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଖବର ପାଇ ସଦର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

