ବିହାର ନିର୍ବାଚନ ସହ ୬ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ କଶ୍ମୀରକୁ ମିଶାଇ ୮ଟି ବିଧାନସଭା ଆସନ ପାଇଁ ଉପନିର୍ବାଚନ ହୋଇଥିଲା । ଜମ୍ମୁ କଶ୍ମୀରର ଦୁଇଟି ବିଧାନସଭା ଆସନ ପାଇଁ ଭୋଟିଂ ହୋଇଥିଲା । ବିହାରରେ ଜେଡିୟୁ ଓ ବିଜେପି ମେଣ୍ଟ ଦୁଇ ତୃତୀୟାଂଶ ଆସନରେ ଅଗ୍ରଣୀ ରହିଥିବା ବେଳେ ମହାଗଠବନ୍ଧର ସ୍ଥିତି ଶୋଚନୀୟ ହୋଇଛି । ତେବେ ଏହା ମଧ୍ୟରେ ରାଜସ୍ଥାନର ଆନ୍ତା ଆସନର ଫଳାଫଳ ସାମ୍ନାକୁ ଆସିଛି । ଏହି ଆସନରେ ସ୍ବାଧୀନ ପ୍ରାର୍ଥୀ ୧୫୦ଟି ଭୋଟରେ ଆଗରେ ରହିଛନ୍ତି । କଂଗ୍ରେସ ପ୍ରାର୍ଥୀ ପ୍ରମୋଦ ଦ୍ବିତୀୟ ସ୍ଥାନରେ ରହିଥିବା ବେଳେ ବିଜେପି ପ୍ରାର୍ଥୀ ତୃତୀୟ ସ୍ଥାନରେ ରହିଛନ୍ତି ।
ଜେଲରୁ ଫେରି ରକ୍ତର ହୋଲି ଖେଳିଲା ହାର୍ଡକୋର କ୍ରିମିନାଲ
ନନ୍ଦିଘୋଷ ବ୍ୟୁରୋ : ବଟି ମାଗିବାକୁ କେନ୍ଦ୍ର କରି ହାଣିଲେ ଜେଲ ଫେରନ୍ତା । ଫୁଲେଶ୍ୱରୀ ବସ୍ତିରେ ବୁଲିଲା ଖଣ୍ଡା । ହାର୍ଡକୋର କ୍ରିମିନାଲ ଦୀପ୍ତିରଞ୍ଜନ ଓରଫ ଚାମ୍ବା ହାଣିଥିବା ଅଭିଯୋଗ । ଦଫା ୧୧୦ ଅଧୀନରେ ଜେଲରେ ଥିବା ଚାମ୍ବା ଦୁଇଦିନ ତଳେ ଜେଲରୁ ଫେରିଥିଲା । ବିଳମ୍ବିତ ରାତିରେ ବ୍ରାଉନସୁଗର ନିଶାରେ ରକ୍ତର ହୋଲି ଖେଳିଲା ଅଭିଯୁକ୍ତ । ଦୁଇଜଣଙ୍କୁ ହାଣି ଲହୁଲୁହାଣ କଲା। ଗୁରୁତର ଆହତ ଯୁବକ ଲାଲୁ ମୁର୍ମୁ ଓ ଶିବ ବେହେରା ଏମ୍ସ ହସ୍ପିଟାଲରେ ଭର୍ତ୍ତି । ଥାନାରେ ଅ ଦେବା ପରେ ଅଭିଯୁକ୍ତକୁ ଖୋଜୁଛି ପୋଲିସ । ବଟି ଦେବାକୁ କେନ୍ଦ୍ର କରି ଅଭିଯୁକ୍ତ ଜଣଙ୍କ ହାଣିଥିବା ନେଇ ଅଭିଯୋଗ ।
ବିହାର ବିଧାନସଭା ନିର୍ବାଚନ ଫଳାଫଳ: ଭୋଜପୁରୀ ସୁପରଷ୍ଟାର ଖେସାରୀ ଲାଲ ଯାଦବ ପଛୁଆ
ବିହାର ବିଧାନସଭା ନିର୍ବାଚନର ଭୋଟ ଗଣତି ପ୍ରକ୍ରିୟା ଜାରି ରହିଛି । ଛପରା ଆସନରେ ଏନଡିଏ ପ୍ରାର୍ଥୀ ଛୋଟୀ କୁମାରୀ ଓ ମହାଗଠବନ୍ଧନର ପ୍ରାର୍ଥୀ ଖେସାରୀ ଲାଲ ଯାଦବଙ୍କ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ଚାଲିଛି । ତେବେ ପ୍ରଥମ ରାଉଣ୍ଡରେ ହିଁ ଖେସାରୀ ଲାଲ ୯୭୪ଟି ଭୋଟରେ ପଛରେ ପଡ଼ିଯାଇଛନ୍ତି । ଏନଡିଏ ପ୍ରାର୍ଥୀଙ୍କୁ ୩୩୦୧ ଖଣ୍ଡ ଭୋଟ ମିଳିଛି । ଆଗକୁ ଖେସାରୀ ଲାଲଙ୍କ ସହ କ’ଣ ଘଟୁଛି ତାହା ସ୍ପଷ୍ଟ ହୋଇଯିବ । ବର୍ତ୍ତମାନ ସୁଦ୍ଧା ଜେଡିୟୁ ଓ ବିଜେପି ମେଣ୍ଟ ୧୮୧ଟି ଆସନରେ ଆଗୁଆ ରହିଥିବା ବେଳେ ମହାଗଠବନ୍ଧନ ୫୯ଟି ଆସନରେ ଆଗୁଆ ରହିଛି ।
ଦିଲ୍ଲୀ ବିସ୍ଫୋରଣ ପରେ କାର୍ଯ୍ୟାନୁଷ୍ଠାନ, ଆତଙ୍କବାଦୀ ଉମରର ଘର ଭାଙ୍ଗିଲା ପୋଲିସ
ନନ୍ଦିଘୋଷ ବ୍ୟୁରୋ : ଦିଲ୍ଲୀ ଲାଲକିଲ୍ଲା ବିସ୍ଫୋରଣ ପରେ ସବୁଠି ହାଇ ଆଲର୍ଟ । ସୋମବାର ସନ୍ଧ୍ୟା ପ୍ରାୟ ୭ଟାରେ ଜାତୀୟ ରାଜଧାନୀ ଦିଲ୍ଲୀରେ ଘଟିଥିଲା ବିସ୍ଫୋରଣ । ଏହି ବିସ୍ଫୋରଣରେ ମୋଟ ୧୩ ଜଣଙ୍କ ମୃତ୍ୟୁ ହୋଇଥିଲା। ଜମ୍ମୁ-କାଶ୍ମୀରର ବାସିନ୍ଦା ଡାକ୍ତର ଉମର ଏହି ଘଟଣାରେ ସମ୍ପୃକ୍ତ ଥିବା ନେଇ ଜଣାପଡ଼ିଥିଲା। ସେ ନିଜେ ମଧ୍ୟ ବିସ୍ଫୋରଣରେ ପ୍ରାଣ ହରାଇଥିଲେ। ତଦନ୍ତକାରୀ ସଂସ୍ଥା ଅନୁଯାୟୀ, ସେ ବହୁ ଦିନ ଧରି ଏହି ଆକ୍ରମଣର ଯୋଜନା କରୁଥିଲେ। ବିସ୍ଫୋରଣ ପରେ, ତଦନ୍ତକାରୀ ସଂସ୍ଥାଗୁଡ଼ିକ ଅନେକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଅନ୍ୟପଟେ, ଆତଙ୍କବାଦୀ ଉମରର ଘର ମଧ୍ୟ ଭାଙ୍ଗି ଦିଆଯାଇଛି।
ଲାଲକିଲ୍ଲା ନିକଟରେ ବିସ୍ଫୋରଣ ପରେ, ତଦନ୍ତକାରୀ ସଂସ୍ଥାଗୁଡ଼ିକ ଦେଶବ୍ୟାପୀ ଚଢ଼ାଉ କରିଥିଲେ। ଯେଉଁଥିରେ ଜଣାପଡ଼ିଥିଲା ଯେ ଆତଙ୍କବାଦୀ ଉମର ସମ୍ପୂର୍ଣ୍ଣ ବିସ୍ଫୋରଣର ଷଡ଼ଯନ୍ତ୍ର କରିଥିଲା। ଏହା ବ୍ୟତୀତ, ତାଙ୍କ ଗୋଷ୍ଠୀ ଗତ ଦୁଇ ବର୍ଷ ଧରି ବିସ୍ଫୋରଣ ଯୋଜନା କରୁଥିଲେ। ପୋଲିସ ଉମରର ଭାଇ ଏବଂ ମାଆ ଉଭୟଙ୍କୁ ମଧ୍ୟ ଅଟକ ରଖିଛି।
ପୋଲିସ ପଚରାଉଚରା ସମୟରେ, ଉମରର ମାଆ କହିଥିଲେ ଯେ, ସେ ଜାଣିଥିଲେ ଯେ ତାଙ୍କ ପୁଅ କଟ୍ଟରପନ୍ଥୀ ହୋଇ ଗଲାଣି। ସେ ବହୁତ ଦିନ ଧରି ତାଙ୍କ ସହିତ କଥା ହେଉ ନଥିଲା। ବିସ୍ଫୋରଣ ପୂର୍ବରୁ ମଧ୍ୟ, ଉମର ପରିବାରକୁ ତାଙ୍କୁ ଫୋନ୍ ନ କରିବାକୁ କହିଥିଲେ। ତଥାପି, ପରିବାର ପୂର୍ବରୁ ଉମରର କାର୍ଯ୍ୟକଳାପ ବିଷୟରେ ପୋଲିସକୁ କୌଣସି ସୂଚନା ଜଣାଇ ନଥିଲେ।
ପୁଲୱାମାର ବାସିନ୍ଦା ଥିଲା ଉମର
ଦିଲ୍ଲୀ ବିସ୍ଫୋରଣରେ ପୁଲୱାମା ନିବାସୀ ଉମର ମହମ୍ମଦଙ୍କ ନାମ ସାମ୍ନାକୁ ଆସିଥିଲା। ତଦନ୍ତରୁ ଜଣାପଡ଼ିଲା ଯେ ସେ ମଧ୍ୟ ବିସ୍ଫୋରଣରେ ମୃତ୍ୟୁବରଣ କରିଥିଲା। ଉମର ପେଶାରେ ଜଣେ ଡାକ୍ତର ଥିଲେ। ସେ ଜୈଶ-ଏ-ମହମ୍ମଦ ମଡ୍ୟୁଲ୍ ସହିତ ଜଡିତ ଥିଲେ। ବିସ୍ଫୋରଣ ପୂର୍ବରୁ ମଧ୍ୟ ପୋଲିସ ଉମର ଗ୍ୟାଙ୍ଗର ଅନେକ ସଦସ୍ୟଙ୍କୁ ଗିରଫ କରିଥିଲା। ସେମାନଙ୍କଠାରୁ ୨୯୦୦ କିଲୋଗ୍ରାମ ବିସ୍ଫୋରକ ଜବତ କରାଯାଇଥିଲା।
ପୋଲିସ ବର୍ତ୍ତମାନ ଉମରର ସମସ୍ତ ସହଯୋଗୀଙ୍କୁ ପଚରାଉଚରା କରୁଛି। ସେମାନେ ସେମାନଙ୍କର ଯୋଜନାର ପରିମାଣ ନିର୍ଣ୍ଣୟ କରିବାକୁ ଚେଷ୍ଟା କରୁଛନ୍ତି। ସେମାନେ କେଉଁ କେଉଁ ଠାରେ ବୋମା ବିସ୍ଫୋରଣ କରିବାକୁ ଯୋଜନା କରୁଥିଲେ ତାହା ଜାଣିବାକୁ ଚେଷ୍ଟା କରୁଛି।
ଏଥର ବିହାର ଦେଖିବ କି ନୂଆ ମୁଖ୍ୟମନ୍ତ୍ରୀ ନା ପୁଣି ଫେରିବେ ପୁରୁଣା ଖେଳାଳି ନୀତିଶ କୁମାର ?
ନନ୍ଦିଘାେଷ ବ୍ୟୁରୋ : ବିହାରରେ ତେଜସ୍ଵୀ ଯାଦବଙ୍କ ନୂଆ ସରକାର ଆସିବ ନା ରିପିଟ ହେବେ ନୀତିଶ କୁମାର, ଆଜି ତାହା ସ୍ପଷ୍ଟ ହେବ। ଆଜି ଜଣାପଡ଼ିବ କିଏ ହେବ ବିହାରର ବାଦଶାହ । କାରଣ ଆଜି ହେଉଛି ଗଣତି। ଏଥିପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। ସକାଳ ୮ଟାରୁ ଗଣତି ଆରମ୍ଭ ହେବ। ବିହାରରରେ ଏଥର ରେକର୍ଡ ୬୭.୧୩ ପ୍ରତିଶତ ମତଦାନ ହୋଇଛି। ବିହାରରେ ଭୋଟ ହେବା ଦିନରୁ ଏତେ ମତଦାନ ହୋଇନଥିଲା।
୨୪୩ଟି ଆସନ ବିଶିଷ୍ଟ ବିଧାନସଭା ପାଇଁ ୪୩୭୨ କାଉଣ୍ଟିଂ ଟେବୁଲ କରାଯାଇଛି। ପ୍ରତ୍ୟେକ ଟେବୁଲରେ ରହିବେ ଜଣେ କାଉଣ୍ଟିଂ ସୁପରଭାଇଜର୍ କାଉଣ୍ଟିଂ ଆସିଷ୍ଟାଣ୍ଟ, ମାଇକ୍ରୋ ଅବଜରଭର୍। ୧୮୦୦୦ ଏଜେଣ୍ଟ ନିୟୋଜିତ ହୋଇଛନ୍ତି। ପ୍ରଥମେ ପୋଷ୍ଟାଲ ବାଲଟ ଗଣତି ହେବ। ତା ପରେ ଇଭିଏମ୍ ଖୋଲାଯିବ। ଦରକାର ପଡ଼ିଲେ ଭିଭିପିଏଟି ସ୍ଲିପ ମେଳ କରାଯିବ। ଅଧିକାଂଶ ଏକଜିଟ ପୋଲ ନୀତିଶ କୁମାରଙ୍କ ନେତୃତ୍ଵାଧୀନ ଏନଡିଏ ଜିତିବ ବୋଲି ପୁର୍ବାନୁମାନ କରିଛନ୍ତି। ସେମାନଙ୍କ ଭବିଷ୍ୟତବାଣୀ ସତ ହେବ ନା ବିହାରବାସୀଙ୍କ ମନରେ ଆଉ କିଛି ଅଛି, ମଧ୍ୟାହ୍ନ ସୁଦ୍ଧା ସ୍ପଷ୍ଟ ହୋଇଯିବ। … ୨୪୩ ଆସନ ପାଇଁ ମୋଟ ୨୬୧୬ ପ୍ରାର୍ଥୀ ଅଛନ୍ତି। ନଭେମ୍ବର ୬ ଓ ୧୧ ତାରିଖରେ ହୋଇଥିଲା ଭୋଟ । ୭ କୋଟି ୪୨ ଲକ୍ଷ ଭୋଟରଙ୍କ ମଧ୍ୟରୁ ୬୭. ୧୩ ପ୍ରତିଶତ ମତଦାନ କରିଛନ୍ତି। ଗତକାଲି ତେଜସ୍ଵୀ ଯାଦବ ଏକ ମିଟିଂ କରିଥିଲେ।
ନୂଆପଡ଼ାରେ ଜିତିବ କିଏ ? ୧୪ ଟେବୁଲରେ ୨୬ ରାଉଣ୍ଡ କାଉଣ୍ଟିଂ
ନନ୍ଦିଘାେଷ ବ୍ୟୁରୋ : ଆଜି ନୂଆପଡ଼ା ଭୋଟ ଗଣତି। ବିଜେଡି ବିଧାୟକ ରାଜୁ ଭାଇ ଢୋଲକିଆଙ୍କ ପରଲୋକ ପରେ ଏଠାରେ ଉପନିର୍ବାଚନ ଅନୁଷ୍ଠିତ ହୋଇଛି। ଉପନିର୍ବାଚନରେ ଛିଡ଼ା ହୋଇଥିଲେ ୧୪ ଜଣ ପ୍ରାର୍ଥୀ। ପ୍ରମୁଖ ୩ ଦଳ ବିଜେଡି, କଂଗ୍ରେସ ଓ ବିଜେପି ମଧ୍ଯରେ ତ୍ରିମୁଖୀ ପ୍ରତିଦ୍ବନ୍ଦ୍ବିତା ହୋଇଛି। ବିଜେଡିରୁ ସ୍ନେହାଙ୍ଗିନୀ ଛୁରିଆ, କଂଗ୍ରେସରୁ ଘାସିରାମ ମାଝୀ ଓ ବିଜେପିରୁ ଜୟ ଢୋଲକିଆ ପ୍ରାର୍ଥୀ ହୋଇଛନ୍ତି। ଗଣତି ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ଯାପକ ପ୍ରସ୍ତୁତି କରାଯାଇଛି। ୨୬ଟି ରାଉଣ୍ଡରେ କାଉଣ୍ଟିଂ ହେବ। ଏଥିପାଇଁ ୧୪ଟି ଟେବୁଲର ବ୍ୟବସ୍ଥା କରାଯାଇଛି।
ସକାଳ ୮ଟାରୁ ଗଣତି ଆରମ୍ଭ ହେବ। ପ୍ରଥମ ଅଧଘଣ୍ଟା ଭିତରେ ପୋଷ୍ଟାଲ ବାଲଟ ଗଣତି ପରେ ସକାଳ ୮ଟା ୩୦ରୁ ଇଭିଏମ ଗଣତି ଆରମ୍ଭ ହେବ। ଗଣତି ପ୍ରକ୍ରିୟା ଶାନ୍ତିଶୃଙ୍ଖଳା ସହ ସମ୍ପନ୍ନ କରିବା ପାଇଁ ୩୦୦ ପୋଲିସ ଫୋର୍ସ ମୁତୟନ କରାଯିବା ସହ ୧୧୦ରୁ ୧୨୦ ଜଣ ସଶସ୍ତ୍ର ବିଏସଏଫ ଯବାନ ମୁତୟନ କରାଯାଇଛି। ଭୋଟଗଣତି କେନ୍ଦ୍ର ଭିତରେ ମୁତୟନ ରହିଛନ୍ତି ୯୦ ବିଏସଏଫ ସଶସ୍ତ୍ର ଯବାନ। କୌଣସି ଅପ୍ରୀତିକର ସ୍ଥିତି ନ ଘଟିବା ପାଇଁ ଭୋଟ ଗଣତି କେନ୍ଦ୍ର ପାଇଁ ସ୍ଥିର ହୋଇଥିବା ନ୍ଯାସନାଲ କଲେଜ ଅଞ୍ଚଳରେ ସକାଳ ୬ଟାରୁ ବିଏନଏସଏସର ଧାରା ୧୬୩ ଲାଗୁ କରାଯାଇଛି। ଭୋଟଗଣତି ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବା ପର୍ଯ୍ଯନ୍ତ ବଳବତ୍ତର ରହିବ କଟକଣା। ଭୋଟ ଗଣତି ନ ସରିବା ପର୍ଯ୍ୟନ୍ତ ସେହି ଅଞ୍ଚଳରେ କୌଣସି ରାଜନୈତିକ ଦଳର ଶୋଭାଯାତ୍ରା କିମ୍ବା ନାରାବାଜି କରାଯାଇପାରିବ ନାହିଁ।
କଟକ ବାଲିଯାତ୍ରାରେ ଠେଲାପେଲା : ଅଚେତ୍ ହୋଇଗଲେ ଯୁବତୀ
ନନ୍ଦିଘୋଷ ବ୍ୟୁରୋ : କଟକ ବାଲିଯାତ୍ରା ଭିଡ଼ରେ ଅଚେତ୍ ହୋଇଗଲେ ଯୁବତୀ । ଶ୍ରେୟା ଘୋଷାଲଙ୍କ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଧସ୍ତାଧସ୍ତି । ଭିଡ଼ ନିୟନ୍ତ୍ରଣ କରିବାକୁ ପୋଲିସର ଲାଠି ଚାର୍ଜ । ଆମ୍ବୁଲାନ୍ସ ଯୋଗେ ଯୁବତୀଙ୍କୁ ନିଆଗଲା ମେଡିକାଲ । ସ୍ଥିତି ନିୟନ୍ତ୍ରଣ ପାଇଁ ଘଟଣାସ୍ଥଳରେ ପହଞ୍ଚିଲେ ଅତିରିକ୍ତ ସିପି । ଆଜି ଶେଷ ଦିନ ଥିବାରୁ ଯାତ୍ରାରେ ଜମିଥିଲା ପ୍ରବଳ ଭିଡ଼ ।
ବାଂଲାଦେଶରେ ପାକିସ୍ତାନର ବିବାଦୀୟ ମୌଲାନା, ଭାରତ ବିରୋଧରେ ରଚିବ ଷଡଯନ୍ତ୍ର !
ବାଂଲାଦେଶରେ ପାକିସ୍ତାନର ବିବାଦୀୟ ମୌଲାନା, ଭାରତ ବିରୋଧରେ ରଚିବ ଷଡଯନ୍ତ୍ର !
ନନ୍ଦିଘୋଷ ବ୍ୟୁରୋ: ପାକିସ୍ତାନର ଚକ୍ରବ୍ୟୁହରେ ଧିରେ ଧିରେ ଫସିବାରେ ଲାଗିଛି ବାଂଲାଦେଶ । ନିକଟ ଅତୀତରେ ପାକିସ୍ତାନୀ ସେନା ଅଧିକାରୀମାନେ ବାଂଲାଦେଶ ଗସ୍ତ କରିଥିଲେ । ଏବେ ପାକିସ୍ତାନ ଧାର୍ମିକ ନେତା ତଥା ଜମିୟତ ଉଲେମା ଏ ଇସଲାମ ପ୍ରମୁଖ ମୌଲାନା ଫଜଲୁର ରହମାନ ଢାକରେ ପହଞ୍ଚିଛି । ଯାହା ଭାରତ ପାଇଁ କେବେ ବି ଭଲ ଖବର ହୋଇ ନପରେ । କାରଣ ଫଜୁଲର ପାକିସ୍ତାନର ଜଣଷ ବିବାଦୀୟ ନେତା ଭାବେ ପରିଚିତ । ସେ ବାଂଲାଦେଶରେ ଏକାଧିକ ଧାର୍ମିକ କାର୍ଯ୍ୟକ୍ରମରେ ଯୋଗଦେବେ । ଢାକାର ସୁହରାବାର୍ଦି ଏଭେନ୍ୟୁରେ ଆୟୋଜିତ ଏକ ବଡ ଜଲାସାର ମଧ୍ୟ ଅଂଶ ହେବେ । ଏହି କାର୍ଯ୍ୟକ୍ରମ ଜରିଆରେ ମୌଲାନା ରହମାନ ଅହମଦିଙ୍କୁ ଅଣ ମୁସଲମାନ ଘୋଷଣା କରିବାକୁ ହେଉଥିବା ଦାବିକୁ ସମର୍ଥନ ଦେବେ ଓ ମୁସଲମାନଙ୍କୁ ଇସଲାମର ଶତ୍ରୁଙ୍କ ବିରୋଧରେ ଜେହାଦରେ ସାମିଲ ହେବାକୁ ଆହ୍ବାନ ଦେବେ ।
ଧର୍ମିକ ସଭା ଆଳରେ ଜେହାଦକୁ ବଢ଼ାଇବାକୁ ଯୋଜନା
ମୌଲାନା ଫଜଲୁର ରହମାନଙ୍କ ଏହି ଯାତ୍ରାର ଉଦ୍ଦେଶ୍ୟ ଧାର୍ମିକ ଓ ଚିନ୍ତାଶୀଳ କାର୍ଯ୍ୟକ୍ରମରେ ସାମିଲ ହେବା ରହିଛି । ହେଲେ ଧାର୍ମିକ ସଭା ଆଳରେ ରହମାନ ଭାରତ ବିରୋଧରେ ବାଂଲାଦେଶୀଙ୍କ ମନରେ ବିଷ ବୋଲିବାର କାମ କରିବାକୁ ଯାଉଥିବା କୁହାଯାଉଛି । ସେ କହିଛନ୍ତି, ବାଂଲାଦେଶରେ ଏକାଧିକ ଇସଲାମିକ ସମ୍ମେଳନ, ମଦ୍ରାସା ସଭା ଓ ଅନ୍ତରାଷ୍ଟ୍ରିୟ ସମ୍ମେଳନରେ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହିବେ । ତାଙ୍କ ସହ JUI-F ର ବରିଷ୍ଠ ନେତାବି ଉପସ୍ଥିତ ରହିବେ ବୋଲି ଜଣାପଡିଛି ।
ରିପୋର୍ଟ ଅନୁସାରେ, ଢାକା ଓ ଚଟଗାଁଓ ସହରରେ ହେବାକୁ ଥିବା ବିଭିନ୍ନ ଧାର୍ମିକ କାର୍ଯ୍ୟକ୍ରମରେ ସେ ସାମିଲ ହେବେ । ପାକିସ୍ତାନ ଓ ବାଂଲାଦେଶର ଧାର୍ମିକ ସଂସ୍ଥାଙ୍କ ମଧ୍ୟରେ ସହଯୋଗ ଓ ବିଚାରକୁ ବଢ଼ାଇବା ତାଙ୍କ ଉଦ୍ଦେଶ୍ୟ ବୋଲି କୁହାଯାଉଛି । ସେ ବାଂଲାଦେଶର ପ୍ରମୁଖ ଇସଲାମ ବିଦ୍ବାନ, ସଙ୍ଗଠନ ଓ ମଦ୍ରାସା ପ୍ରମୁଖଙ୍କୁ ଭେଟିବେ । ହେଲେ ତାଙ୍କ ଗସ୍ତର ପ୍ରକୃତ ଉଦ୍ଦେଶ୍ୟ କ’ଣ ତାହା ସମସ୍ତଙ୍କୁ ଜଣା ।
ରାଜନୈତିକ ବିଶେଷଜ୍ଞଙ୍କ ମତରେ ମୌଲାନାଙ୍କ ଏହି ଗସ୍ତ କେବଳ ଧାର୍ମିକ ନୁହେଁ । ମୌଲାନା ରହମାନ ଦକ୍ଷିଣ ଏସିଆରେ ଇସଲାମିକ ରାଜନୈତିକ ନେଟଓ୍ବର୍କକୁ ଦୃଢ଼ କରିବା ଓ ନିଜ ଅନ୍ତରାଷ୍ଟ୍ରୀୟ ଶାଖା ବଢ଼ାଇବାକୁ ବି ଚେଷ୍ଟା କରିବେ । ବାଂଲାଦେଶ ପରି ଦେଶରେ ଧାର୍କିମ ରାଜନୀତି ଉପରେ ସମସ୍ତଙ୍କ ନଜର ରହିଥାଏ । ଏମିତି ସ୍ଥିତିରେ ରହମାନଙ୍କ ଉପସ୍ଥିତି ଏହାର ମହତ୍ବକୁ ଆହୁରି ବଢ଼ାଇ ଦେଉଛି ।

