spot_img
Home Blog Page 2230

କମୁଛି ଅଶୋଧିତ ତୈଳ ଦର, କିନ୍ତୁ କମିଲାନି ପେଟ୍ରୋଲ ଡିଜେଲ ଦାମ

ଭୁବନେଶ୍ବର: ଅଶୋଧିତ ତୈଳ ଦର ଦିନକୁ ଦିନ କମୁଛି । ବ୍ୟାରେଲ ପିଛା ଦର ୭୯ ଡଲାରରୁ ୭୭ ଡଲାର ହେଲାଣି। ତୈଳ କମ୍ପାନୀଙ୍କ କଚ୍ଚେ ପୁଅ ବାର। ଉଭୟ କେନ୍ଦ୍ର ସରକାର ଓ କମ୍ପାନୀଙ୍କ ଲାଭ ଉପରେ ଡବଲ ଲାଭ । ଏବେ ପୁଣି ଥରେ ଉତ୍ପାଦ ଶୁଳ୍କ ଆଉ ୩ ଟଙ୍କା ବୃଦ୍ଧି କରିପାରନ୍ତି କେନ୍ଦ୍ର ସରକାର । ଏପରି ହେଲେ ପେଟ୍ରୋଲ ଓ ଡିଜେଲର ଖୁଚୁରା ଦର ବଢିବ ନା କମିବ। କେନ୍ଦ୍ର ସରକାର ୨୦୨୪ ନିର୍ବାଚନକୁ ଆଖେଇ ଥିବା ବେଳେ ସମତାଳ ଦେଇ ତୈଳ ରାଜନୀତିରେ ସାମିଲ ହୋଇଛନ୍ତି ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ। ହେଲେ ଲୋକଙ୍କ ଦୁଃଖ ସରୁନି ।

ନୂଆବର୍ଷ ଗଲା। କମିଲାନି ପେଟ୍ରୋଲ ଓ ଡିଜେଲ ଦର । ଏନେଇ ମୁହଁ ବି ଖୋଲିଲେନି କେନ୍ଦ୍ର ସରକାର। ନିଜ ଆୟ ବୃଦ୍ଧି ପାଇଁ ଉତ୍ପାଦନ ଶୁଳ୍କ ବୃଦ୍ଧି କରିପାରେ କେନ୍ଦ୍ର। ନୂଆବର୍ଷରେ ଖୁଚୁରା ପେଟ୍ରୋଲ ଓ ଡିଜେଲ ଦର କମିପାରେ। ମହଙ୍ଗା ରାକ୍ଷସରୁ ସାଧାରଣ ଲୋକଙ୍କୁ ଆଶ୍ବସ୍ତି ଦେଇପାରନ୍ତି କେନ୍ଦ୍ର ସରକାର।  ଡିସେମ୍ବର ମାସ ଆଡ଼କୁ ଜାତୀୟସ୍ତରରେ ଏପରି ଖବର ଦେଖିବାକୁ ମିଳିଲା। ହେଲେ ନୂଆବର୍ଷ ଆସିଲା ପଛେ ନା କମିଲା ପେଟ୍ରୋଲ ଓ ଡିଜେଲ ଦର, ନା କେନ୍ଦ୍ର ସରକାର ତୈଳ ଦର ଉପରେ ପଦୁଟିଏ କହିଲେ। ଫୁସୁକିଗଲା ଜାତୀୟ ଗଣମାଧ୍ୟମର ଏପରି ଦାବି। ମଉଳିଗଲା ଲୋକଙ୍କ ଆଶା । ବରଂ ଚର୍ଚ୍ଚା ହେଲାଣି, ପେଟ୍ରୋଲ ଓ ଡିଜେଲ ଉପରେ କେନ୍ଦ୍ର ସରକାର ହ୍ରାସ କରିଥିବା ଯଥାକ୍ରମେ ୧୩ ଟଙ୍କା ଓ ୧୬ ଟଙ୍କା ଉତ୍ପାଦ ଶୁଳ୍କରେ ଆଉ ୩ ଟଙ୍କା ଲେଖାଏଁ ବୃଦ୍ଧି କରିବେ।

ଆସନ୍ତା ଦିନରେ ଖୁଚୁରା ପେଟ୍ରୋଲ ଓ ଡିଜେଲ ଦର କମିବା ଆଶା କ୍ଷୀଣ । ସାଧାରଣ ନିର୍ବାଚନକୁ ଅଳ୍ପ ଦିନ ଥିବ, ପେଟ୍ରୋଲ ଓ ଡିଜେଲର ବେସ୍ ଦରରେ କିଛିଟା ହ୍ରାସ କରି ବାହାବା ନେବାକୁ କେନ୍ଦ୍ର କରୁଛି ଚାଲ୍। ଏବେ ପେଟ୍ରୋଲ ଲିଟର ପିଛା ଉତ୍ପାଦ ଶୁଳ୍କ ୧୯ ଟଙ୍କା ୯୦ପଇସା ଏବଂ ଡିଜେଲ ଲିଟର ପିଛା ୧୫ ଟଙ୍କା ୮୦ ପଇସା ନେଉଛି କେନ୍ଦ୍ର । ୩ଟଙ୍କା ଲେଖାଏଁ ବଢିଲେ ପେଟ୍ରୋଲ ଉତ୍ପାଦ ଶୁଳ୍କ ୨୨ ଟଙ୍କା ୯୦ ଓ ଡିଜେଲ ଉତ୍ପାଦ ଶୁଳ୍କ ଲିଟର ପିଛା ୧୮ ଟଙ୍କା ୮୦ ପଇସା ହେବ। ସ୍ବୟଂକ୍ରିୟ ଦର ଧାର୍ଯ୍ୟ ବ୍ୟବସ୍ଥା ୨୦୧୭ରୁ ପ୍ରଣୟନ ହୋଇଥିଲେ ବି ଗତ ଦେଢ଼ବର୍ଷ ହେଲାଣି ଏହି ବ୍ୟବସ୍ଥାକୁ ପଙ୍ଗୁ କରିଦିଆଯାଇଛି। ଗତବର୍ଷ ମାର୍ଚ୍ଚରେ ଅଶୋଧିତ ତୈଳ ଦର ୧୧୨ ଡଲାର ଛୁଇଁଥିଲା। କିଛିଟା କ୍ଷତି ସହିଥିଲେ ତୈଳ କମ୍ପାନୀ । ହେଲେ ୨୦୨୨ ମେ’ ରୁ ଲଗାତର ଅଶୋଧିତ ତୈଳ ଦର କମି ଏବେ ୭୭.୪୨ ଡଲାରରେ ପହଞ୍ଚିଲାଣି । କ୍ଷତି ଭରଣା କରି ତୈଳ କମ୍ପାନୀ ଲାଭ କରିଚାଲିଛନ୍ତି। ହେଲେ କମୁନି ଲୋକଙ୍କ ଦୁଃଖ।

ତୈଳକୁ ନେଇ କେନ୍ଦ୍ର ସରକାର ରାଜନୀତି କରୁଛନ୍ତି। ଏଥିରେ ସାମିଲ ହୋଇଛନ୍ତି ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ । ଗତବର୍ଷର କ୍ଷତି ଭରଣା ହୋଇ ଲାଭ ହେଉଛି ଓ ଅଶୋଧିତ ତୈଳ ଦର ଲଗାତାର କମୁଛି। ଦର ହ୍ରାସ ପାଇଁ ଏବେ ଆଉ କେଉଁ ଅବସ୍ଥାକୁ ଅପେକ୍ଷା କରିଛନ୍ତି ତୈଳ କମ୍ପାନୀ ଓ କେନ୍ଦ୍ର ସରକାର? କାହିଁକି ହ୍ରାସ କରୁନାହାନ୍ତି ଖୁଚୁରା ଦର ? ୨୦୧୭ରୁ ପ୍ରଣିତ ସ୍ବୟଂକ୍ରିୟ ଦର ଧାର୍ଯ୍ୟ ବ୍ୟବସ୍ଥାକୁ କାହିଁକି ଅକାମୀ ରଖିଛନ୍ତି ? ଏହା ପ୍ରମାଣିତ କରୁନି କି କେନ୍ଦ୍ର ସରକାରଙ୍କ ଗୁମାସ୍ତା ପରି ତୈଳ କମ୍ପାନୀ ବି ନିର୍ବାଚନକୁ ଅପେକ୍ଷା କରିଛନ୍ତି? ସେପଟେ ତୈଳ ବୋଝେଇ ଭାରତ ଆସୁଥିବା ଜାହାଜ ଉପରେ ଲୋହିତ ସାଗରରେ ଆକ୍ରମଣ ଜାରି ବି ରହିଛି । ଏଭଳି ସ୍ଥିତିରେ ଆଗକୁ ଅଶୋଧିତ ତୈଳ ଆସିବା ବାଟ ଲମ୍ବା ବି ହୋଇପାରେ।

ଫେବୃଆରୀ ୩ ରୁ ୫ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ

ଭୁବନେଶ୍ବର: ଫେବୃଆରୀ ୩ ରୁ ୫ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ । ସମ୍ମିଳନୀର ବିପୁଳ ସଫଳତା ପାଇଁ ସବୁ ସଂପୃକ୍ତ ବିଭାଗ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସହିତ ସମନ୍ବୟ ରକ୍ଷା କରି କାମ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଓଡ଼ିଆ ଭାଷାର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ରୂପରେଖ ସଂପର୍କରେ ଆଲୋଚନା ହେବ । ଏହି ସମ୍ମିଳନୀକୁ ଆଧାର କରି ଓଡିଆ ଭାଷାର ଉନ୍ନତି ଓ ଲୋକପ୍ରିୟତା ପାଇଁ ସରକାର ପଦକ୍ଷେପ ନେବେ । ଏହି ସମ୍ମିଳନୀ ଆୟୋଜନ କରାଯିବା ନିମନ୍ତେ ଗତ ଡିସେମ୍ବର ୧୯ ତାରିଖରେ ଅନୁଷ୍ଠିତ ଐତିହ୍ୟ କ୍ୟାବିନେଟରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଏହି ସମ୍ମିଳନୀ ଯେପରି ବିପୁଳ ସଫଳତା ହାସଲ କରିବ, ସେଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁତ୍ବ ଆରୋପ କରିଛନ୍ତି ।

ପୁଣି ଫେରିଲା ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ରାଜନୀତି

ନନ୍ଦିଘୋଷ ବ୍ୟୁରୋ: ପଶ୍ଚିମ ଓଡ଼ିଶାରେ ଦରକାର ନାହିଁ ହାଇକୋର୍ଟ ସ୍ଥାୟୀ ବେଞ୍ଚ। କେନ୍ଦ୍ର ଆଇନମନ୍ତ୍ରୀ ଅର୍ଜୁନ ରାମ ମେଘଓ୍ବାଲଙ୍କ ଏହି ବୟାନକୁ ନେଇ ବଢିଛି ରାଜନୀତି। ଇ-କୋର୍ଟ ବ୍ୟବସ୍ଥାରେ ଓଡ଼ିଶା ଆଗରେ ରହିଛି । ଭର୍ଚୁଆଲ ସବୁ ସୁବିଧା ମିଳୁଥିବାରୁ ହାଇକୋର୍ଟ ବେଞ୍ଚର ଆବଶ୍ୟକତା ନାହିଁ ବୋଲି କେନ୍ଦ୍ର ଆଇନମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। କେନ୍ଦ୍ର ଆଇନ ମନ୍ତ୍ରୀଙ୍କ ଏଭଳି ମନ୍ତବ୍ୟକୁ କଡ଼ା ସମାଲୋଚନା କରିଛି କଂଗ୍ରେସ। କେନ୍ଦ୍ର ସରକାରଙ୍କ ପଶ୍ଚିମ ଓଡ଼ିଶା ପ୍ରତି ବୈମାତୃକ ମନୋଭାବକୁ ଏହା ପ୍ରମାଣିତ କରିଥିବା କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି। ଏହାକୁ ନେଇ ମୁହାଁମୁହିଁ ହୋଇଛନ୍ତି ବିଜେପି ଓ କଂଗ୍ରେସ ।

ଫେରିଲା ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ରାଜନୀତି। ବେଞ୍ଚର ଆବଶ୍ୟକତା ନଥିବା ସଫା କହିଲେ କେନ୍ଦ୍ର ଆଇନମନ୍ତ୍ରୀ। ଅର୍ଜୁନ ରାମ ମେଘୱାଲଙ୍କ ମନ୍ତବ୍ୟ ନେଇ ବିଜେପି-କଂଗ୍ରେସ ମୁହାଁମୁହିଁ। ନରସିଂହ କହିଲେ, ପଶ୍ଚିମ ଓଡିଶା ପ୍ରତି କେନ୍ଦ୍ରର ବୈମାତୃକ ମନୋଭାବ। ସୁରଙ୍କ ଟାର୍ଗେଟ୍, ଓଡ଼ିଶା ବିଷୟରେ କିଛି ଜାଣିନାହାନ୍ତି କେନ୍ଦ୍ରମନ୍ତ୍ରୀ।… ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ କେନ୍ଦ୍ର ପକାଇଲା ପୂର୍ଣ୍ଣଚ୍ଛେଦ। ଆବଶ୍ୟକ ନାହିଁ ହାଇକୋର୍ଟର ସ୍ଥାୟୀ ବେଞ୍ଚ।  ଓଡ଼ିଶା ଗସ୍ତରେ ଆସି ଏମିତି ସଫା ସଫା ଶୁଣାଇଛନ୍ତି କେନ୍ଦ୍ର ଆଇନମନ୍ତ୍ରୀ ଅର୍ଜୁନ ରାମ ମେଘଓ୍ବାଲ। ଦେଶରେ ଲାଗୁ ହୋଇଥିବା ଇ-କୋର୍ଟ ବ୍ୟବସ୍ଥାରେ ଆଗରେ ରହିଛି ଓଡ଼ିଶା। ଇ-କୋର୍ଟ ବ୍ୟବସ୍ଥା ହାଇକୋର୍ଟ ସହ ସମାନ। ଏଥିରେ ଭର୍ଚୁଆଲରେ ମିଳୁଛି ସବୁ ସୁବିଧା। ତେଣୁ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠାର ଆବଶ୍ୟକତା ନାହିଁ ବୋଲି କେନ୍ଦ୍ର ଆଇନମନ୍ତ୍ରୀ କହିଛନ୍ତି। ତାଙ୍କ ମନ୍ତବ୍ୟ ପରେ ଦୀର୍ଘବର୍ଷ ଧରି ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ଫିକା ପଡ଼ିଛି ।

ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚକୁ କେନ୍ଦ୍ର ଆଇନମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଅଗ୍ରାହ୍ୟ କରିବା ପରେ କେନ୍ଦ୍ରକୁ ଘେରିଛି କଂଗ୍ରେସ। କେନ୍ଦ୍ର ଆଇନମନ୍ତ୍ରୀ ଆଇନ ପାଠ ପଢନ୍ତୁ କହି ଟାର୍ଗେଟ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ଯଦି ଭର୍ଚୁଆଲରେ ସବୁ ହୋଇପାରୁଛି ତେବେ କୌଣସି କୋର୍ଟ ରହିବା ଆବଶ୍ୟକତା ନାହିଁ। ଓକିଲମାନେ ନିଜ ଘରୁ କାମ କରନ୍ତୁ। ସୁପ୍ରିମକୋର୍ଟ କିମ୍ବା ହାଇକୋର୍ଟ ଯିବା ଆବଶ୍ୟକତା ନାହିଁ। କେନ୍ଦ୍ର ଆଇନ ମନ୍ତ୍ରୀ ଏଭଳି ମନ୍ତବ୍ୟ ଦେବା ପରେ ତାଙ୍କର ପଦବୀରେ ରହିବାର କିଛି ଯଥାର୍ଥତା ନାହିଁ। ଏହା ପଶ୍ଚିମ ଓଡ଼ିଶା ପ୍ରତି ବୈମାତୃକ ମନୋଭାବ ବୋଲି କଂଗ୍ରେସ ଅଭିଯୋଗ କରିଛି। ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ମଧ୍ୟ କେନ୍ଦ୍ର ଆଇନମନ୍ତ୍ରୀଙ୍କ ମନ୍ତବ୍ୟକୁ ସମାଲୋଚନା କରିଛନ୍ତି।

ଦୀର୍ଘଦିନ ଧରି ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ ଦାବି ହୋଇଆସୁଛି। ବେଶ କିଛିଦିନ ପରେ ପଶ୍ଚିମ ଓଡ଼ିଶା ଦାବି ପ୍ରତି କେନ୍ଦ୍ର ଆଇନମନ୍ତ୍ରୀଙ୍କ ମନ୍ତବ୍ୟକୁ ନେଇ ମୁହାମୁହିଁ ହୋଇଛନ୍ତି କଂଗ୍ରେସ ଓ ବିଜେପି। ପଶ୍ଚିମ ଓଡ଼ିଶା ପ୍ରତି କେନ୍ଦ୍ରର ବୈମାତୃକ ମନୋଭାବ ଜଳଜଳ ଦିଶୁଛି। ପଶ୍ଚିମ ଓଡ଼ିଶାବାସୀ ଏହାର ଜାବବ ଦେବେ ବୋଲି କଂଗ୍ରେସ କହିଛି।

୨୦୨୪ ପାଇଁ ଉଚ୍ଚ ଶିକ୍ଷା ବିଭାଗର ନୂଆ ଯୋଜନା 

ଭୁବନେଶ୍ବର: ନୂଆ ବର୍ଷ ଆଣିବ ଉଚ୍ଚଶିକ୍ଷାରେ ବୈପ୍ଳବିକ ସଂସ୍କାର । ଉଚ୍ଚଶିକ୍ଷା କ୍ଷେତ୍ରରେ ମାନ ବୃଦ୍ଧି ସହ ଗୁଣାତ୍ମକ ବିକାଶ ପାଇଁ ରୋଡ଼ମ୍ୟାପ ପ୍ରସ୍ତୁତ କଲା ଉଚ୍ଚଶିକ୍ଷା ବିଭାଗ । ଯାହା ଅଭାବ ରହିଛି, ତାକୁ ମିଶନ୍ ମୋଡରେ ଦୂର କରିବାକୁ ଆରମ୍ଭ ହୋଇଛି ବ୍ୟାପକ କାର୍ଯ୍ୟକ୍ରମ । ଅଧ୍ୟାପକ ନିଯୁକ୍ତି, ନିୟମିତ କ୍ଲାସ୍, ଅତିଥି ଅଧ୍ୟାପକ ନିୟୋଜନ ପରି କାର୍ଯ୍ୟକ୍ରମକୁ ହାତକୁ ନେଇଛନ୍ତି ରାଜ୍ୟ ସରକାର । ଶୀଘ୍ର ଏନେଇ ବିଜ୍ଞପ୍ତି ପ୍ରକାଶ ପାଇବ । ଫୋକସରେ ରହିଛି ନ୍ୟାକ୍ ମାନ୍ୟତାରେ ଉନ୍ନତମାନର ପ୍ରଦର୍ଶନ ।

୨୦୨୪ ପାଇଁ ଉଚ୍ଚ ଶିକ୍ଷା ବିଭାଗର ନୂଆ ଯୋଜନା । ଅଧ୍ୟାପକଙ୍କ ଦକ୍ଷତା ବୃଦ୍ଧି ପାଇଁ ମିଳିବ ପ୍ରଶିକ୍ଷଣ । ଭିତ୍ତିଭୂମି ସୁଦୃଢ ପାଇଁ ଦିଆଯିବ ଅନୁଦାନ । ଶିକ୍ଷାଦାନରେ ସାମିଲ ହେବେ ଅବସରପ୍ରାପ୍ତ ପ୍ରଫେସର । ଅତିଥି ଅଧ୍ୟାପକଙ୍କର ବଢିବ ପାରିଶ୍ରମିକ । ଜାନୁଆରୀ ଶେଷ ସୁଦ୍ଧା ଯୋଗ ଦେବେ ୧୦୬୫ ଅଧ୍ୟାପକ । ରାଜ୍ୟରେ ଥିବା ଉଚ୍ଚଶିକ୍ଷାନୁଷ୍ଠାନ ଗୁଡ଼ିକରୁ ଅଭାବ ଦୂର କରିବାକୁ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର । ପ୍ରଫେସର ନିଯୁକ୍ତି ଉପରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ କଟକଣା ଥିବାରୁ ବିକଳ୍ପ ପନ୍ଥା ସ୍ଥିର କରିଛି ଉଚ୍ଚଶିକ୍ଷା ବିଭାଗ । ଏଥିପାଇଁ ଅତିଥି ଅଧ୍ୟାପକଙ୍କ ସଂଖ୍ୟାକୁ ବୃଦ୍ଧି କରାଯିବ । ଭଲ ଅତିଥି ଅଧ୍ୟାପକ ପାରିଶ୍ରମିକ ବୃଦ୍ଧି ପାଇଁ ଖୁବଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ । ବିଶ୍ବବିଦ୍ୟାଳୟରେ ଅଧ୍ୟାପକ ଅଭାବ ଯୋଗୁଁ ଯେପରି ଶିକ୍ଷାଦାନ ବାଧାପ୍ରାପ୍ତ ନ ହୁଏ, ସେଥି ପାଇଁ ଅତିଥି ଅଧ୍ୟାପକଙ୍କ ସମେତ ଅବସରପ୍ରାପ୍ତ ଓ ବରିଷ୍ଠ ପ୍ରଫେସରଙ୍କୁ ଶିକ୍ଷାଦାନରେ ସାମିଲ କରାଯିବ। ବିଶ୍ବବିଦ୍ୟାଳୟ ଓ କଲେଜକୁ ଅତିରିକ୍ତ ଭାବେ ଆର୍ଥିକ ସହାୟତା ପ୍ରଦାନ କରାଯିବ । ଏନେଇ ଜାରି ହେବ ମାଗଦର୍ଶିକା । ସେହିପରି  ସରକାରୀ ମହାବିଦ୍ୟାଳୟରେ ନିଯୁକ୍ତି ପାଇଁ ମନୋନୀତ ହୋଇଥିବା ୧୫୦ ଆସିଷ୍ଟାଣ୍ଟ ପ୍ରଫେସରଙ୍କୁ ଆସନ୍ତା ୧୦ ତାରିଖରେ କାଉନସିଲିଂ କରାଯିବାର କାର୍ଯ୍ୟକ୍ରମ ରହିଛି । ଜାନୁଆରୀ ଶେଷ ସଦ୍ଧା ଏସଏସବି ପକ୍ଷରୁ ବେସରକାରୀ ମହାବିଦ୍ୟାଳୟରେ ୧୦୬୫ ଅଧ୍ୟାପକଙ୍କ ନିଯୁକ୍ତି ପ୍ରକ୍ରିୟା ସରିବ । ନିୟମିତ କ୍ଲାସ ଉପରେ ଅଧିକ ଗୁରୁତ୍ବ ଦିଆଯିବ ।

ବର୍ତ୍ତମାନ ଅଧ୍ୟାପକ ଅଭାବ ଯୋଗୁ ଜଣେ ଜଣେ ଅଧ୍ୟାପକଙ୍କୁ ଅଧିକ କ୍ଲାସ ନେବାକୁ ପଡ଼ୁଛି । ଯାହା ସେମାନଙ୍କୁ ଚାପଗ୍ରସ୍ତ କରୁଛି । ଅତିଥି ଅଧ୍ୟାପକଙ୍କ ପାରିଶ୍ରମିକ ବୃଦ୍ଧି ଯୋଗୁ ସ୍ଥାୟୀ ଅଧ୍ୟାପକମାନଙ୍କ ଉପରୁ ଚାପ କମିବ । ସେହିପରି ଅଧ୍ୟାପକମାନଙ୍କ ଦକ୍ଷତା ବିକାଶ ଟ୍ରେନିଂ ଲାଭଦାୟକ ହେବ । କାରଣ ଅନେକ କ୍ଷେତ୍ରରେ ରିଫ୍ରେସର୍ କୋର୍ସ ପାଇଁ ବ୍ୟବସ୍ଥା ରହୁନି । ଦକ୍ଷତା ବିକାଶ ଟ୍ରେନିଂ ଜରିଆରେ ସମୟ ସହ ତାଳ ଦେଇ ଶିକ୍ଷାଦାନ କରାଯାଇ ପାରିବ ।

ନୂଆ ବର୍ଷରୁ ଉଚ୍ଚଶିକ୍ଷା ବିଭାଗର ଅଭିଯୋଗ ଶୁଣାଣିକୁ ପ୍ରାଥମିକତା ଦିଆଯିବ । ପେନସନ ମାମଲାର ବି ତୁରନ୍ତ ସମାଧାନ କରାଯିବ । ବର୍ତ୍ତମାନ ମାସକୁ ୧୫୦ ପେନସନ ମାମଲାର ବିଚାର କରାଯାଉଥିବା ବେଳେ ଏହି ସଂଖ୍ୟାକୁ ବୃଦ୍ଧି କରିବାକୁ ଯୋଜନା କରୁଛନ୍ତି ରାଜ୍ୟ ସରକାର ।

କଟକିଆଙ୍କ ମନୋରଞ୍ଜନର ନୂଆ ଠିକଣା ପାଲଟିବ ଫୁଡ୍ କୋର୍ଟ କମ୍ ଜଗର୍ସ ପାର୍କ

କଟକ: କଟକିଆ ମାନଙ୍କର ମନୋରଞ୍ଜନର ନୂଆ ଠିକଣା ପାଲଟିବ ବେଲଭ୍ୟୁ ନିକଟରେ ନିର୍ମାଣାଧୀନ ଫୁଡ୍ କୋର୍ଟ କମ୍ ଜଗର୍ସ ପାର୍କ । ବର୍ତମାନ ନିର୍ମାଣ କାର୍ଯ୍ୟ ପାଖାପାଖି ୮୦ ପ୍ରତିଶତ ସରିଛି । ଆସନ୍ତା ମାର୍ଚ୍ଚ ମାସ ଭିତରେ କାର୍ଯ୍ୟ ସରିବା ନେଇ ଲକ୍ଷ୍ୟ ରଖାଯାଇଛି । ଆଗକୁ ଏହା ଆକର୍ଷଣ ର କେନ୍ଦ୍ରବିନ୍ଦୁ ସାଜିବ ବୋଲି କହିଛନ୍ତି କଟକ ମେୟର । ଅନ୍ୟପଟେ ଏହାକୁ ନେଇ ବେଶ୍ ଉତ୍ସାହିତ ଅଛନ୍ତି କଟକ ବାସିନ୍ଦା ।

ବିକାଶର ଶୀର୍ଷ ଛୁଉଁଛି କଟକ । ଉନ୍ନତ୍ତିକରଣରେ ଲେଖୁଛି ନୂଆ ଇତିହାସ । ଏବେ ସହରିଆଙ୍କ ମୋନରଞ୍ଜନର ନୂଆ ଠିକଣା ପାଲଟିବ ବେଳଭ୍ୟୁ ଛକ  । ଏଠାରେ ନିର୍ମାଣ ଚାଲିଛି ଅତ୍ୟାଧୁନିକ ଓ ଆକର୍ଷଣୀୟ ଫୁଡ୍ କୋର୍ଟ କମ୍ ଜଗର୍ସ ପାର୍କ । କଟକ ମହାନଗର ନିଗମର ଏହା ଏକ ଅନ୍ୟତମ ନିର୍ମାଣାଧୀନ ପ୍ରକଳ୍ପ  । ଓଡ଼ିଶା ପୋଲିସ ହାଉସିଂ କର୍ପୋରେସନ ଏହାର ନିର୍ମାଣ କାର୍ଯ୍ୟ ହାତକୁ ନେଇଛି । ପାଖାପାଖି ଅଢ଼େଇରୁ ତିନି ଏକର ଜମିରେ ନିର୍ମାଣ କାର୍ଯ୍ୟ ଚାଲିଛି  । ବ୍ୟୟ ଅଟକଳ ରହିଛି  ୮.୫ କୋଟି  ଟଙ୍କା  । ଗୋଟିଏ ସ୍ଥାନରେ ଫୁଡ୍ କୋର୍ଟ, ୪୦୦ ମିଟରର ଜଗିଂ ଟ୍ରାକ୍,  ଦୁଇ ଲେନ ବିଶଷ୍ଟ ସାଇକେଲ ଟ୍ରାକ୍ ଓ ଅତ୍ୟାଧୁନିକ କାର ପାର୍କିଂ ରହିଛି  । ପୁରା ପାର୍କ ଟିର ଆଲୋକିକରଣ କରାଯିବା ସହ  ୱାଟର ଫାଉଣ୍ଟେନ, ଘାସ ଗ୍ୟାଲେରୀ ମଧ୍ୟ ରହିବ । ଫେବୃଆରୀ କିମ୍ବା ମାର୍ଚ୍ଚ ମାସ ମଧ୍ୟରେ ଏହାକୁ ଲୋକାର୍ପିତ କରାଯିବ ।  କଟକ ବାସିନ୍ଦାଙ୍କ ସହ ବାହାର ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଉଛି ଗୋଟିଏ ପରେ ଗୋଟିଏ ପଦକ୍ଷେପ  ।

ଧାର୍ଯ୍ୟ ସମୟ ପୂର୍ବରୁ କାର୍ଯ୍ୟ ସାରିବା ପାଇଁ ଲକ୍ଷ୍ୟ ରଖାଯାଇଛି ।  ବର୍ତମାନ ୮୦ ପ୍ରତିଶତ କାର୍ଯ୍ୟ ଶେଷ ହୋଇଛି । ଏହି ଫୁଡ୍ କୋର୍ଟ କମ ଜଗର୍ସ ପାର୍କ ନିର୍ମାଣକୁ ନେଇ ବେଶ୍ ଖୁସି ପ୍ରକଟ କରିଛନ୍ତି କଟକ ବାସିନ୍ଦା । ଏହା ନିଶ୍ଚିତ ଭାବରେ ସହରବାସୀଙ୍କ ମନୋରଞ୍ଜନର ଅନ୍ୟତମ ଖୋରାକ ସାଜିବ ବୋଲି କହିଛନ୍ତି ।

ଭୁବନେଶ୍ୱର ମହାନଗର ନିଗମ ଅଧିନରେ ଥିବା ୧୬୦ ସ୍କୁଲକୁ ମିଳିଲା ଜମିପଟା

ଭୁବନେଶ୍ବର: ସ୍କୁଲକୁ ମିଳିଲା ଜମି ପଟ୍ଟା । ଭୁବନେଶ୍ୱର ମହାନଗର ନିଗମ ଅଧିନରେ ଥିବା ୧୬୦ ସ୍କୁଲକୁ ଜମିପଟା ବଣ୍ଟନ କରାଯାଇଛି । ଆଜି ପ୍ରାଥମିକ ପର୍ଯ୍ୟାୟରେ ଭୁବନେଶ୍ୱରସ୍ଥିତ କ୍ୟାପିଟାଲ୍ ହାଇସ୍କୁଲରେ ଜମିପଟ୍ଟା ବଣ୍ଟନ କରାଯାଇଛି । ସେଥିରେ ୫୦ଟି ୫T ରୂପାନ୍ତରିତ ହାଇସ୍କୁଲ ରହିଥିବା ବେଳେ ୫୬ଟି ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରହିଛି । ଦ୍ବିତୀୟ ପର୍ଯ୍ୟାୟରେ ଆହୁରି ୮୮ଟି ସ୍କୁଲକୁ ଜମି ପଟ୍ଟା ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଛି । ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ପକ୍ଷରୁ ଆୟୋଜିତ ହୋଇଥିବା ଏହି ସ୍ବତନ୍ତ୍ର ଉତ୍ସବରେ ମନ୍ତ୍ରୀ ଅଶୋକ ପଣ୍ଡା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବରେ ବିଧାୟକ ଅନନ୍ତ ନାରାୟଣ ଜେନା,  ସୁଶାନ୍ତ ରାଉତ , ଭୁବନେଶ୍ବର ମେୟର ସୁଲୋଚନା ଦାସ ଏବଂ ଆମ ଓଡ଼ିଶା ନବୀନ ଓଡ଼ିଶାର ଉପଦେଷ୍ଟା ଶ୍ରୀମୟୀ ମିଶ୍ର ଯୋଗ ଦେଇ ସବୁ ସ୍କୁଲର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ପଟ୍ଟା ବଣ୍ଟନ କରିଛନ୍ତି । ପଟ୍ଟା ପାଇବା ଦ୍ବାରା ସ୍କୁଲ ଗୁଡିକରେ ଚାଲିଥିବା ବିକାଶ ବା ରୂପାନ୍ତରିକରଣ କାର୍ଯ୍ୟ ତ୍ବରାନ୍ବିତ ହେବା ସହ ବିଦ୍ୟାଳୟ ଗୁଡିକ ବିଧାୟକ ଏବଂ ସାଂସଦ ପାଣ୍ଠିରୁ ଅର୍ଥ ପାଇବା ସହଜ ହେବ ।

 

ଚକ୍ ଚକ୍ ଦିଶିଲାଣି ବରମୁଣ୍ଡା ଆନ୍ତଃରାଜ୍ୟ ବସ୍ ଟର୍ମିନାଲ

ଭୁବନେଶ୍ବର: ଚକ୍ ଚକ୍ ଦିଶିଲାଣି ବରମୁଣ୍ଡା ଆନ୍ତଃରାଜ୍ୟ ବସ୍ ଟର୍ମିନାଲ । ଟର୍ମିନାଲରେ ଶେଷ ସ୍ପର୍ଶ ଦେଉଛନ୍ତି ଶ୍ରମିକ । ବିଶ୍ବସ୍ତରୀୟ ଟ୍ରାଞ୍ଜିଟସିଷ୍ଟମ ସହ ନିର୍ମାଣ ହୋଇଛି ବରମୁଣ୍ଡା ବସଷ୍ଟାଣ୍ଡ । ‘ଫାଇଭ-ଟି’ ନୀତି ଆଧାରରେ ନିର୍ମାଣ ହେଉଥିବା ଏହି ଆନ୍ତଃରାଜ୍ୟ ବସ ଟର୍ମିନାଲ ପାଇଁ ରାଜ୍ୟ ସରକାର ୧୮୦ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ପୂର୍ଣ୍ଣାଙ୍ଗ ରୂପ ପାଇବା ପରେ ଏୟାରପୋର୍ଟ ଭଳି ଅନୁଭୂତି ସାଉଁଟିବେ ଯାତ୍ରୀ । ଆସନ୍ତୁ ନଜର ପକାଇବା କେମିତି ଦିଶିଲାଣି ଆମ ବରମୁଣ୍ଡା ନୂଆ ବସଷ୍ଟାଣ୍ଡ ।

ଆକର୍ଷଣୀୟ ଦିଶିଲାଣି ବରମୁଣ୍ଡା ବସଷ୍ଟାଣ୍ଡ । ଚାରିଆଡ ଚକ୍ ଚକ୍ । ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି କାମ । ଖୁବ୍ ଶୀଘ୍ର ରାଜ୍ୟବାସୀଙ୍କ ପାଇଁ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ । ଖର୍ଚ୍ଚ ହୋଇଛି ୧୮୦ କୋଟି ଟଙ୍କା । ସବୁଠି ହାଇଟେକ୍ ବ୍ୟବସ୍ଥା । ଫୁଡକୋର୍ଟ ସାଙ୍ଗକୁ ବୈଦ୍ୟୁତିକ ଶିଡ଼ି, ଲିଫ୍ଟ, ବହୁତଳବିଶିଷ୍ଟ କାର ର୍ପାର୍କିଂ ବ୍ୟବସ୍ଥାର କାମ ଶେଷ ହୋଇ ଡ୍ରାଏରନ୍ ମଧ୍ୟ ସରିଛି ।

୧୧ ଏକର ପରିମିତ ଅଞ୍ଚଳରେ ନିର୍ମାଣ ହୋଇଥିବା ଏହି ବସଟର୍ମିନାଲଟି ସମ୍ପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ ବ୍ୟବସ୍ଥା ରହିଛି । ରେଷ୍ଟରୁମ୍ ସହ ବସଷ୍ଟାଣ୍ଡ ଆସୁଥିବା ଯାତ୍ରୀମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଏଠାରେ ଆହାର ପ୍ଲସ କେନ୍ଦ୍ର ସ୍ଥାପନ କରାଯାଉଛି । ଏସି ରୁମରେ ଆହାର ପରଷାଯିବା ସହିତ ଷ୍ଟାର ହୋଟେଲ ଭଳି ଡାଇନିଂ ଟେବୁଲରେ ବସି ଯାତ୍ରୀମାନେ ଆହାର ସେବନ କରିବାର ବ୍ୟବସ୍ଥା କରାଯାଇଛି।

କେଉଁ ବସ କେଉଁ ରୁଟରେ ଯିବ, କେତେବେଳେ ବସଷ୍ଟାଣ୍ଡ ଛାଡ଼ିବ । ଏ ସବୁର ତଥ୍ୟ ସ୍କ୍ରିନରେ ଝଲସିବ । ବସଷ୍ଟାଣ୍ଡକୁ ଆସିବା ଓ ଛାଡ଼ିବାର ସୂଚନା ସ୍ବୟଂଚାଳିତ ଆନାଉନ୍ସ କରାଯିବ । କେଉଁ ବସ କେତେବେଳେ କେଉଁ ବେ’ରେ ପହଞ୍ଚିବ ଓ ସେଠାରୁ ଗନ୍ତବ୍ୟସ୍ଥଳକୁ ଗତି କରିବ, ତା’ର ସୂଚନା ଆପେ ଆପେ ଚାଳକଙ୍କ ନିକଟରେ ପହଞ୍ଚିଯିବ । ବସଟର୍ମିନାଲ କାର୍ଯ୍ୟକ୍ଷମ ହେବା ପରେ ଏଠାରୁ ଦେଶର ବିଭିନ୍ନ ସ୍ଥାନ ଯଥା ବିଶାଖାପାଟନା, ହାଇଦ୍ରାବାଦ, ରାୟପୁର, ରାଞ୍ଚି, କୋଲକାତା ଓ ବେଙ୍ଗାଲୁରୁ ସମେତ ଦେଶର ଅନେକ ଗୁରୁତ୍ବପୂର୍ଣ୍ଣ ସ୍ଥାନକୁ ବସ୍ ଚଳାଚଳ କରିବ ।

 

ଅତ୍ୟଧିକ ମଦ୍ୟପାନ କରି ଦୁର୍ଘଟଣା ଘଟାଇଲେ ବିଜେପି ଯୁବମୋର୍ଚ୍ଚା ଭୁବନେଶ୍ବର ଶାଖା ସଭାପତି ସ୍ବୟମ ସେବକ ରାୟ

ଭୁବନେଶ୍ବର: ବିଜେପି ଯୁବମୋର୍ଚ୍ଚା ଭୁବନେଶ୍ବର ଶାଖା ସଭାପତିଙ୍କ ଗାଡି ଦୁର୍ଘଟଣାଗସ୍ତ । ଅତ୍ୟଧିକ ମଦ୍ୟପାନ କରି ମର୍ମନ୍ତୁଦ ଦୁର୍ଘଟଣା ଘଟାଇଲେ ସ୍ବୟମ ସେବକ ରାୟ । ନିଶା ବିରୋଧୀ ନାରା ଦେଉଥିବା ବିଜେପି ନେତା ଏବେ ଦୁର୍ଘଟଣାର ସମ୍ମୁଖୀନ ହୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ନନ୍ଦିଘୋଷ ଟିଭି ପକ୍ଷରୁ ଆମେ ଉଭୟଙ୍କ ଆଶୁ ଆରୋଗ୍ୟ କାମନା କରୁଛୁ । ଅତିଶୀଘ୍ର ସେମାନଙ୍କୁ ସୁସ୍ଥ କରିବାକୁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି । ହେଲେ ନିଶାକୁ ବିରୋଧ କରୁଥିବା ନେତା ନିଜେ ମାତାଲ ହେବା କେତେଦୂର ଠିକ ବୋଲି ପ୍ରଶ୍ନ ଉଠିଛି ।

ନିଶାଚୁର ଅବସ୍ଥାରେ ଗାଡି ଦୁର୍ଘଟଣା କଲେ ଭୁବନେଶ୍ବର ବିଜେପି ଯୁବମୋର୍ଚ୍ଚା ସଭାପତି । ପ୍ରବଳ ମଦ ପିଇ ଟ୍ରକ ପଛକୁ ଧକ୍କା ଦେଲେ ସ୍ବୟମ  । ଗାଡ଼ିରେ ଥିବା ବିଜେପିର ମଣ୍ଡଳ ସଭାପତି ବି ଗୁରୁତର । ବିଜେପି ନେତାଙ୍କ ଆଚରଣ ଓ ଉଚ୍ଚାରଣ ଭିତରେ ଆକାଶ ପାତାଳ ଫରକ । ନିଶାଖୋର ଦୋମୁହାଁ ନେତାଙ୍କ ନିଶାମୁକ୍ତି ପାଇଁ ଓକିଲାତି । ସ୍ବୟମ ସେବକ ରାୟ । ବିଜେପି ଯୁବମୋର୍ଚ୍ଚା ଭୁବନେଶ୍ବର ଶାଖାର ସଭାପତି । ଆଉ ଏ ହେଉଛି ସ୍ବୟମଙ୍କ ଦୁର୍ଘଟଣାଗ୍ରସ୍ତ କଳା ରଙ୍ଗର ଫର୍ଚ୍ଚୁନର । ଗତ ରାତିରେ ନିଶାଚୁର ଅବସ୍ଥାରେ ସ୍ବୟମ ସେବକ ଓ ତାଙ୍କ ସହଯୋଗୀ ତଥା ବିଜେପିର ବରମୁଣ୍ଡା ମଣ୍ଡଳ ସଭାପତି ଜଗନ ନିଶାଶକ୍ତ ଅବସ୍ଥାରେ ଗାଡି ଚଲାଉଥିବା ବେଳେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା । ରାସ୍ତା କଡରେ ପାର୍କିଂ ହୋଇଥିବା ଗୋଟିଏ ଟ୍ରକକୁ ପିଟିଥିଲା ତାଙ୍କ କାର । ଉଭୟେ ଗୁରୁତର ଅବସ୍ଥାରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି । ସେପଟେ ପୋଲିସ ଗାଡିଟିକୁ ଜବତ କରିଛି ।

ନୀତି ନୈତିକତାର ଦ୍ବାହି ଦେଇ ନିଶା ବିରୋଧରେ ନାରାବାଜି କରୁଥିବା ବିଜେପି ଦଳର ଅସଲ ଚେହେରା ପଦାକୁ ଆସିଛି । ଏମାନଙ୍କ ଉଚ୍ଚାରଣ ଓ ଆଚରଣ ଭିତରେ ଆକାଶ ପାତାଳ ଫରକ ରହିଛି ।  ରାଜ୍ୟରେ ମଦ ବିକ୍ରି ବଢୁଛି ବୋଲି ଅଭିଯୋଗ ଆଣିଥିଲା ବିଜେପି । ମଦ ବିକ୍ରି ଯୋଗୁଁ ଦୁର୍ଘଟଣା ଘଟୁଥିବା ଡିଣ୍ଡିମ ପିଟୁଥିଲେ ଦୋମୁହାଁ ନେତା । ଏହି ଫର୍ଚ୍ଚୁନର ଦୁର୍ଘଟଣା ପାଇଁ ଦାୟୀ କିଏ ? ଯଦି ଦୁର୍ଘଟଣାରେ କୌଣସି ଲୋକଙ୍କର ମୃତ୍ୟୁ ହୋଇଥାନ୍ତା ତେବେ ରାଜଧାନୀ ବାସୀଙ୍କ ନିକଟରେ କ’ଣ ସଫେଇ ରଖିଥାନ୍ତା ବିଜେପି ?

ଓଡ଼ିଶାରେ ଡ୍ରାଇଭର ଆନ୍ଦୋଳନର ପ୍ରଭାବ, ରାସ୍ତା କଡରେ ଅଟକି ରହିଛି ହଜାର ହଜାର ଟ୍ରକ

ଭୁବନେଶ୍ବର: ଓଡ଼ିଶାରେ ଡ୍ରାଇଭର ଆନ୍ଦୋଳନର ପ୍ରଭାବ । ରାସ୍ତା କଡରେ ଅଟକି ରହିଛି ଟ୍ରକ । ଦୋକାନରେ ପହଞ୍ଚି ପାରୁନି ନିତ୍ୟବ୍ୟବହାର୍ଯ୍ୟ ଜିନିଷ । ସୁନ୍ଦରଗଡ ଓ ରାଉରକେଲାରେ ଷ୍ଟ୍ରାଇକ ଯୋଗୁ ହନ୍ତସନ୍ତ ହୋଇଛନ୍ତି ଖାଉଟି । ପଟ୍ରୋଲ ପମ୍ପରେ ତେଲ ପହଞ୍ଚି ପାରିନଥିବାରୁ ତେଲ ପାଇଁ ହିନସ୍ତା ହୋଇଛନ୍ତି ଲୋକ । ଭାରତୀୟ ଦଣ୍ଡବିଧି ଆଇନରେ ସଂଶୋଧନ ନହେଲେ ଆଗକୁ ଚକାଜାମ ଆନ୍ଦୋଳନର ଧମକ ଦେଇଛି ମହାସଂଘ।

ଗଡୁନି ଚକା । ଅଟକି ରହିଛି ଟ୍ରକ ଓ ଟ୍ୟାଙ୍କର । ଠିକଣା ସ୍ଥଳରେ ପହଞ୍ଚିପାରିଲାନି ନିତ୍ୟବ୍ୟବହାର୍ଯ୍ୟ ଜିନିଷ । ହନ୍ତସନ ଖାଉଟି  । କେନ୍ଦ୍ରର ହିଟ ଆଣ୍ଡ ରନ୍ ଆଇନକୁ ଦେଶବ୍ୟାପୀ ବିରୋଧ । ଓଡ଼ିଶାରେ ବି ପଡିଛି ଟ୍ରକ, ଟ୍ୟାଙ୍କର ଡ୍ରାଇଭର ଆନ୍ଦୋଳନର ପ୍ରଭାବ । ସୁନ୍ଦରଗଡ଼ରେ କେନ୍ଦ୍ର ସରକାରଙ୍କ ନୂଆ ଆଇନକୁ ବିରୋଧ କରି ଆନ୍ଦୋଳନକୁ ଓହ୍ଲାଇଚନ୍ତି ଡ୍ରାଇଭର । ରାସ୍ତାରେ ଅଟକି ରହିଛି ଶହଶହ ଗାଡି । ନୂଆ ଆଇନକୁ ବିରୋଧ କରୁଛନ୍ତି ଡ୍ରାଇଭର । ଗରିବ ଡ୍ରାଇଭର ଉପରେ କେନ୍ଦ୍ର ସରକାର ଆହୁରି ବୋଝ ଲଦିଦେଉଛନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି । ସୁନ୍ଦରଗଡର ୧୦ ନମ୍ବର ରାଜ୍ୟ ରାଜପଥ ବିଜୁ ଏକ୍ସପ୍ରେସ ୱେରେ ମଧ୍ୟ ଏହି ଆଇନକୁ ବିରୋଧ କରି ଶହ ଶହ ଟ୍ରକ ଡ୍ରାଇଭର ରାସ୍ତାକୁ ଓହ୍ଲାଇଛନ୍ତି । ରାଉରକେଲାର ବେଦବ୍ୟାସ ନିକଟରେ ଜାତୀୟ ରାଜପଥ କଡରେ ମଧ୍ୟ ଚକାଜାମ ଦେଖବାକୁ ମିଳିଛି  । ଅଟକି ରହିଛି ଶହ ଶହ ଟ୍ରକ ।

ଭାରତୀୟ ନ୍ୟାୟ ସଂହିତାର ଧାରା ୩୦୪ (ଏ) ଦଣ୍ଡାଦେଶକୁ ବିରୋଧ କରି ସର୍ବଭାରତୀୟ ସ୍ତରରେ ତେଜୁଛି ଆନ୍ଦୋଳନ । ବୁଧବାର ଦିଲ୍ଲୀରେ ଛଅଟି ଫେଡେରେସନର ବୈଠକ ବସିବ । ବୈଠକ ପରେ କେନ୍ଦ୍ର ସରକାରଙ୍କୁ ଦିଆଯିବ ଦାବିପତ୍ର । ଏହି ଆଇନ ପ୍ରତ୍ୟାହାର ନହେଲେ ବ୍ୟାପକ ହେବ ଆନ୍ଦୋଳନ ।

ନାବାଳିକାଙ୍କୁ ୨ ଦିନରେ ୨୬ଥର ଗଣଦୁଷ୍କର୍ମ କଲେ ୧୩ ନରରାକ୍ଷସ, ପଢ଼ୁନ୍ତୁ ଓଡ଼ିଆ ଝିଅର କରୁଣ କାହାଣୀ

ନନ୍ଦିଘୋଷ ବ୍ୟୁରୋ: ଦେହଲୋଭୀ ମଣିଷଙ୍କ ଅମାନୁସିକ କାଣ୍ଡ । ୧୭ ବର୍ଷୀୟା ନାବାଳିକାଙ୍କୁ ୨ଦିନରେ ୨୬ ଥର ଗଣଦୁଷ୍କର୍ମ କଲେ ୧୩ ନରରାକ୍ଷସ । ଓଡ଼ିଶାର କଳାହାଣ୍ଡି ଜିଲ୍ଲାର ଏହି ନାବାଳିକାଙ୍କ କରୁଣ କାହାଣୀ ଯେ କେହି ବି ଶୁଣିବ ଛାତି ଥରି ଉଠିବ । ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶରେ ଜଣେ ସରକାରୀ କର୍ମଚାରୀଙ୍କ ଘରେ ରହି କାମ କରୁଥିବାବେଳେ ଗଣଦୁଷ୍କର୍ମର ଶିକାର ହୋଇଛନ୍ତି ନାବାଳିକା । ଘଟଣାଟି ଡିସେମ୍ବର ୧୭ରୁ ୧୯ ତାରିଖ ମଧ୍ୟରେ ଘଟିଥିବାବେଳେ ପିଡ଼ିତା ଜଣକ ଏବେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ତଦନ୍ତ ଆରମ୍ଭ କରିଥିବାବେଳେ ଏଭଳି ଲଜ୍ଜଜନକ ଖବର ସମସ୍ତଙ୍କୁ ଚକିତ କରି ଦେଇଛି । ନାରୀ ମାଂସ ଲୋଭୀ ମଣିଷଙ୍କୁ ଯେତେ କଠୋର ଦଣ୍ଡ ଦେଲେ ସୁଦ୍ଧା ଅପରାଧ କମିବାର ନାଁ ନେଉନି । ପୋଲିସ ୧୧ ଜଣଙ୍କୁ ଗିରଫ କରିଥିବାବେଳେ ୨ ଜଣ ଫେରାର ଅଛନ୍ତି ।

ନାବାଳିକା ଜଣକ ମାଲିକ ଘରେ ରହି କାମ କରୁଥିବାବେଳେ ଘଟଣା ଦିନ ତାଙ୍କ ମାଲିକ ଘରେ ନଥିଲେ । ନିଜ ପ୍ରେମିକ ସହ ଦେଖା କରିବା ପାଇଁ ଯାଇଥିଲେ ନାବାଳିକା ଜଣକ । ପ୍ରଥମେ ପ୍ରେମିକ ଜଣକ ଦୁଷ୍କର୍ମ କରିଥିଲା । ପରେ ଜଣେ ସାଙ୍ଗକୁ ଡାକି ନାବାଳିକାଙ୍କୁ ଦୁଷ୍କର୍ମ କରାଇଥିଲା । ପ୍ରେମିକର ଏଭଳି କାଣ୍ଡ ପରେ ଲଜ୍ଜାରେ ମରିବା ପାଇଁ ଯାଉଥିବା ନାବାଳିକାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ଜଣେ ବ୍ୟକ୍ତି । ସେ ତାଙ୍କୁ ବଞ୍ଚାଇବା ବାହାନାରେ ନାବାଳିକାଙ୍କ ଫାଇଦା ନେଇଥିଲେ । ନିଜେ ଦୁଷ୍କର୍ମ କରିବା ସହ ସାଥୀଙ୍କୁ ନେଇ ଗଣଦୁଷ୍କର୍ମ କରିଥିଲେ । ତେବେ ଦୁଷ୍କର୍ମ କରିଥିବା ୧୧ ଅଭିଯୁକ୍ତ ହେଉଛନ୍ତି ଫଟୋଗ୍ରାଫର ।

ନାବାଳିକା ଜଣକ ଅସହ୍ୟ ଯନ୍ତ୍ରଣାରେ ଛଟପଟ ହେବା ସହ ନିଜ ଗାଁ ଓଡ଼ିଶାର କଳାହାଣ୍ଡି ଜିଲ୍ଲାକୁ ଫେରି ଆସିଥିଲେ । ଏହାପରେ ଆନ୍ଧ୍ରପ୍ରଦେଶ ମହିଳା ଆୟୋଗର ଅଧ୍ୟକ୍ଷଙ୍କ ସହ କଥା ହୋଇ ମାମଲା ରୁଜୁ କରିଥିଲେ । ନାବାଳିକା ଏବେ ବିଶାଖାପାଟଣାମରେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ନାବାଳିକା ଜଣକ କହିଛନ୍ତି କି, ତାଙ୍କ ବୟଫ୍ରେଣ୍ଡ ତାଙ୍କୁ ବୁଲିବା ପାଇଁ ଆ.ର. ବିଚକୁ ଯିବାକୁ କହିଥିଲେ । ନାବାଳିକା ଜଣକ ତାଙ୍କ କଥାରେ ସେଠାକୁ ଯାଇଥିଲେ । ଏହାପରେ ପ୍ରେମିକ ଜଣକ କହିଥିଲା କି, ଚାଲ ଲଜକୁ ଯିବା । ପ୍ରେମିକା କଥାରେ ପ୍ରଥମେ ରାଜି ହୋଇ ନଥିଲା । ମାତ୍ର ଶେଷ ବାଧ୍ୟ ହୋଇ ସେଠାକୁ ଯାଇଥିଲେ । ପ୍ରଥମେ ନିଜେ ଦୁଷ୍କର୍ମ କରିବା ପରେ ସାଙ୍ଗକୁ ଡକାଇ ଦୁଷ୍କର୍ମ କରାଇଥିଲା । ପ୍ରେମିକର ଏଭଳି କର୍ମ ପରେ ଆତ୍ମହତ୍ୟା କରିବା ପାଇଁ ସମୁଦ୍ର କୂଳକୁ ଯାଇଥିଲେ ନାବାଳିକା ଜଣକ । ଏକାକି ବୁଲୁଥିବା ଦେଖି ଜଣେ ଫଟୋଗ୍ରାଫର ତାଙ୍କୁ ପଚାରିଥିଲେ । ନିଜ ଦୁଃଖ କହିବା ପରେ ସହଯୋଗ କରିବାର ପ୍ରତିଶୃତି ଦେଇ ୧୧ ଜଣ ଫଟୋଗ୍ରାଫର ମିଶି ଦୁଷ୍କର୍ମ କରିଥିଲେ । ଯନ୍ତ୍ରଣାରେ ଛଟପଟ ହେଉଥିବା ନାବାଳିକାଙ୍କ ପାଟିରେ କପଡ଼ା ଦେଇ ଅଭିଯୁକ୍ତମାନେ ଦୁଷ୍କର୍ମ କରିଥିଲେ ।