କଟକ : କଟକ ଜଗତପୁର ନିକଟରେ ବିରୂପା ନଦୀରେ ଫସିଲା ବ୍ୟାଟେରୀଚାଳିତ କାର। କାରରେ ଜଣେ ବ୍ୟକ୍ତି ଫସିଥିବା ସୂଚନା ମିଳିଛି। ପାଣି ଭିତରେ ରହିଛି କାର। ଜଣେ ଯୁବକଙ୍କୁ ଖେଳ ପ୍ରଶିକ୍ଷଣ ପିଲା ଉଦ୍ଧାର କରିଥିବା ସୂଚନା । ଉଦ୍ଧାର ହୋଇଥିବା ବ୍ୟକ୍ତିଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଉଦ୍ଧାର ଥିବା ବ୍ୟକ୍ତି ସୁସ୍ଥ ଥିବା ସୂଚନା ମିଳିଛି । ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗର ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସେହିପରି ଉଦ୍ଧାର କାର୍ଯ୍ଯରେ ଜଗତସିଂହପୁର ପୋଲିସ ବି ସାମିଲ ହୋଇଛି । ଉଦ୍ଧାର କାର୍ଯ୍ଯରେ ସ୍କୁବା ଡାଇଭର ନିୟୋଜିତ ହୋଇଛନ୍ତି। ସ୍କୁବା ଡାଇଭର କାରଟିକୁ ଠାବ କରିଥିବା କୁହାଯାଉଛି । ଭାରସାମ୍ଯ ହରାଇ କାରଟି ନଦୀରେ ଖସିପଡ଼ିଥିବା କୁହାଯାଇଛି। କାରରି ସମ୍ପୂର୍ଣ୍ଣ ବୁଡ଼ି ଯାଇଛି। କାର ଭିତରେ ଜଣେ ଫସିଥିବା ସନ୍ଦେହ କରାଯାଉଛି। କାରଟି ଭୁବନେଶ୍ଵର ଲିଙ୍ଗିପୁର ଅଂଚଳର ଥିବା ସୂଚନା। ସଂଧ୍ୟା ସାଢେ ୬ଟା ବେଳେ ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣାସ୍ଥଳ ଅଧିକ ଗଭୀର ହୋଇଥିବା ସ୍ଥାନୀୟ ଲୋକେ କହିଛନ୍ତି।
କାଲିଠାରୁ ଦୁଇ ଦିିନିଆ ଭାରତ ଗସ୍ତରେ ଆସିବେ ରୁଷ ରାଷ୍ଟ୍ରପତି ପୁଟିନ
ନନ୍ଦିଘୋଷ ବ୍ୟୁରୋ : ଆସନ୍ତାକାଲିଠାରୁ ଦୁଇ ଦିିନିଆ ଭାରତ ଗସ୍ତରେ ଆସିବେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। ଗସ୍ତ ସମୟରେ ଭାରତ ଓ ରୁଷ ମଧ୍ୟରେ ଅନେକ ଦ୍ଵିପାକ୍ଷିକ ଚୁକ୍ତି ହେବା ସମ୍ଭାବନା ରହିଛି। ତୈଳ କ୍ରୟ ପ୍ରସଙ୍ଗ ନେଇ ଭାରତ ଉପରେ ଆମେରିକାର ଟ୍ରେଡ ମାଡ ପରିପ୍ରେକ୍ଷୀରେ ପୁଟିନଙ୍କ ଭାରତ ଗସ୍ତ ଗୁରୁତ୍ବପୂର୍ଣ୍ଣ ହୋଇଛି। ବିଶେଷ କରି ପ୍ରତିରକ୍ଷା ସହଯୋଗ, ବାଣିଜ୍ୟ କାରବାର ଓ ତେଲ କିଣା ନେଇ ଆଲୋଚନା ହେବ ବୋଲି ଜଣାପଡ଼ିଛି। ପୁଟିନଙ୍କ ଗସ୍ତ ଆଗରୁ ଭାରତକୁ ଅତ୍ଯାଧୁନିକ ଅସ୍ତ୍ରଶସ୍ତ୍ର ବିକ୍ରି ପାଇଁ ଏକ ପ୍ରସ୍ତାବ ରୁଷର ସଂସଦରେ ପାରିତ ହୋଇଛି। ରୁଷ ପକ୍ଷରୁ କୁହାଯାଇଛି, ଭାରତ ସହିତ ସଂପର୍କ ସାଧାରଣ ସଂପର୍କ ନୁହେଁ। ଏହା ବହୁତ ଦିନରୁ ରହି ଆସିଛି । ଆଗାମୀ ଦିନରେ ଏହା ଆହୁରି ସୁଦୃଢ଼ ହେବ। ସାମରିକ ଓ ବାଣିଜ୍ୟିକ ସହଯୋଗ ଆହୁରି ବଢ଼ିବ ବୋଲି କୁହାଯାଉଛି।
ଟି୨୦ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା, ଦଳକୁ ଫେରିଲେ ହାର୍ଦ୍ଦିକ
ନନ୍ଦିଘୋଷ ବ୍ୟୁରୋ : ଦିନିକିଆ ସିରିଜ ଖେଳିବା ପରେ, ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି-୨୦ ମ୍ୟାଚ୍ ଖେଳିବ। ଡିସେମ୍ବର ୯ ରୁ ୧୯ ତାରିଖ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳାଯିବ । ଏଥିପାଇଁ ବୁଧବାର ସନ୍ଧ୍ୟାରେ ଭାରତୀୟ ଦଳ ଘୋଷଣା କରାଯାଇଥିଲା। ହାର୍ଦ୍ଦିକ ପାଣ୍ଡ୍ୟା ଦଳକୁ ଫେରିଛନ୍ତି।
ଏହି ମ୍ୟାଚ୍ ଗୁଡ଼ିକ କଟକ, ମୁଲାନପୁର, ଧର୍ମଶାଳା, ଲକ୍ଷ୍ନୌ ଏବଂ ଅହମ୍ମଦାବାଦରେ ଖେଳାଯିବ। ଅଜିତ ଅଗରକରଙ୍କ ନେତୃତ୍ୱରେ ଚୟନ କମିଟି ଆହତ ଶୁଭମନ ଗିଲଙ୍କୁ ଦଳରେ ସାମିଲ କରିଥିଲେ, କିନ୍ତୁ ତାଙ୍କର ଉପଲବ୍ଧତା ଫିଟନେସ୍ ଉପରେ ନିର୍ଭର କରିବ। ଚୟନକର୍ତ୍ତାମାନେ ଯଶସ୍ୱୀ ଜୟସୱାଲ ଏବଂ ରିଙ୍କୁ ସିଂହଙ୍କୁ ମଧ୍ୟ ବାଦ୍ ଦେଇଛନ୍ତି।
ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି୨୦ ସିରିଜ ପାଇଁ ଭାରତୀୟ ଦଳ
ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ଶୁଭମାନ ଗିଲ (ଉପ-ଅଧିନାୟକ) , ଅଭିଷେକ ଶର୍ମା, ତିଲକ ଭର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ଆକ୍ସର ପଟେଲ, ଜିତେଶ ଶର୍ମା (ୱିକେଟ୍ କିପର), ସଞ୍ଜୁ ସାମସନ (ୱିକେଟ୍ କିପର), ଜସପ୍ରୀତ ବୁମରା, ଭାରସାମ୍ୟ ହରଦେବ ରାଣା ଏବଂ ୱାଶିଂଟନ୍ ସୁନ୍ଦର |
ଦୁଲୁକୁଛି ଅର୍କକ୍ଷେତ୍ର, ଶାସ୍ତ୍ରୀୟ ନୃତ୍ୟରେ କମ୍ପୁଛି ମୁକ୍ତାକାଶ ରଙ୍ଗମଞ୍ଚ
କୋଣାର୍କ : ଦୁଲୁକୁଛି ଅର୍କକ୍ଷେତ୍ର । ଚାଲିଛି ନୃତ୍ୟ, ସଙ୍ଗୀତର ମହାକୁମ୍ଭ କୋଣାର୍କ ଉତ୍ସବ । ଶାସ୍ତ୍ରୀୟ ନୃତ୍ୟରେ କମ୍ପୁଛି ମୁକ୍ତାକାଶ ରଙ୍ଗମଞ୍ଚ । ୩୬ତମ କୋଣାର୍କ ଉତ୍ସବର ଦ୍ଵିତୀୟ ସନ୍ଧ୍ୟାରେ ଦେଖିବାକୁ ମିଳିଛି କୁଚିପୁଡି ଓ ଓଡିଶୀ ନୃତ୍ୟର ଅପୂର୍ବ ସମ୍ଭାର । କ୍ରୀଡାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ଥିଲେ । ବାଙ୍ଗାଲୋରରୁ ଆସିଥିବା ପ୍ରଖ୍ୟାତ କୁଚିପୁଡ଼ି ନୃତ୍ୟାଙ୍ଗନା ବୈଜୟନ୍ତୀ କାଶୀଙ୍କ ସମ୍ଭାବୀ ସ୍କୁଲ ଅଫ୍ ଡ୍ୟାନ୍ସର ଶିଳ୍ପୀମାନଙ୍କ ଦ୍ଵାରା କୁଚିପୁଡ଼ି ନୃତ୍ୟ ପରିବେଷଣ ହୋଇଥିଲା । ଯେଉଁଥିରେ ସମୁଦ୍ର ମନ୍ଥନକୁ ଅତି ସୁନ୍ଦର ଭାବେ ପରିବେଷଣ କରାଯାଇଥିଲା । ଯାହାକୁ ଦେଖି ବିଭୋର ହୋଇଥିଲେ ଲକ୍ଷାଧିକ ଲୋକେ ।
ଚନ୍ଦ୍ରଭାଗାର ସ୍ୱର୍ଣ୍ଣାଭ ବେଳାଭୂମିରେ ଆୟୋଜିତ ହୋଇଥିବା ବାଲୁକା କଳା ମହୋତ୍ସବର ଦ୍ଵିତୀୟ ସନ୍ଧ୍ୟାରେ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ଉପରେ କଳା ପରିବେଷଣ କରିଥିଲେ ବାଲୁକା ଶିଳ୍ପୀ । ସମୁଦ୍ରର ଅଥଳ ଜଳରାଶି ଆଉ ଅସରନ୍ତି ବେଳାଭୂଇଁର ବାଲୁକା ଭୂଖଣ୍ଡ ଚିତ୍ରିତ ହୋଇ ଉଠିଥିଲା କଳାର ସ୍ପର୍ଶରେ । ବାଲୁକା କଳା ମହୋତ୍ସବରେ ଦେଶ ଓ ବିଦେଶର ଅନେକ କଳାକାର ସାମିଲ ହୋଇଛନ୍ତି । ଆଜି କୋଣାର୍କ ଉତ୍ସବର ତୃତୀୟ ଦିନରେ ଓଡ଼ିଶୀ ନୃତ୍ୟ ପରିବେଷଣ କରିବେ ସୃଜନ ଅନୁଷ୍ଠାନର ଗୁରୁ ରତିକାନ୍ତ ମହାପାତ୍ର ଓ ସାଥୀବୃନ୍ଦ । କଥକଲି ପରିବେଷଣ କରିବେ କେରଳ କଳାମଣ୍ଡଳମର ଶିଳ୍ପୀମାନେ ।

