spot_img
Home Blog Page 2076

ଉପାନ୍ତରୁ ଉପକୂଳ ସବୁଠି ବଢିଛି ତାତି

ଭୁବନେଶ୍ବର: ଉପରମୁହାଁ ପାରଦ। ଉପାନ୍ତରୁ ଉପକୂଳ ସବୁଠି ବଢିଛି ତାତି। ରାତ୍ରୀର ତାପମାତ୍ରା ସ୍ବାଭାବିକ ଠାରୁ ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ହୋଇଥିବା ବେଳେ ଆଗାମୀ ଦିନରେ ଦିନର ତାପମାତ୍ରା ସ୍ବାଭାବିକ ଠାରୁ ୩ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆସନ୍ତା ୬ ଦିନ ପର୍ଯ୍ୟନ୍ତ ଏଭଳି ତାପମାତ୍ରା ବଢିବ। ମେଘମୁକ୍ତ ଆକାଶ ସହ ସୂର୍ଯ୍ୟଙ୍କ ତେଜ କିରଣ ତାତି ବୃଦ୍ଧି କରିବାରେ ସହାୟକ ହେବ। ହେଲେ ଆସନ୍ତା ୨୩ ତାରିଖ  ବେଳକୁ ଏକ ପଶ୍ଚିମା ଝଡର ପ୍ରଭାବ ରାଜ୍ୟ ଉପରେ ରହିବ। ଏହି ପଶ୍ଚିମା ଝଡ ପ୍ରଭାବରେ  ଉତ୍ତର ଆଭ୍ୟନ୍ତରୀଣ ଜିଲ୍ଲାଗୁଡିକରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି।  ଏହାସହ  ରାଜ୍ୟରେ  ବର୍ତ୍ତମାନ ଏକ ଗୁରୁଚାପ  ବଳୟ ସକ୍ରିୟ ରହୁଥିବାରୁ  ଆଗାମୀ ତିନିଦିନ ଯାଏ ଘନ  କୁହୁଡିର  ସମ୍ଭାବନା  ରହିଛି । ବିଶେଷ କରି  ମଧ୍ୟରାତ୍ରୀରୁ ସକାଳ ଭିତରେ  କୁହୁଡିର ଘନତା ୫୦ ରୁ ୩୦ ମିଟର ରହିବ। ତେଣୁ ଜାତୀୟ  ରାଜପଥ ରେ ଯାତାୟାତ କରୁଥିବା ସମୟରେ ସତର୍କତାର ସହ ଗାଡି ଚାଳନା ପାଇଁ ପରାମର୍ଶ ଦେଇଛି ପାଣିପାଗ  କେନ୍ଦ୍ର। ଉପକୂଳ ଓ ତାର ପାର୍ଶ୍ଵବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ଆଗାମୀ ୩ ଦିନ ଯାଏ ଘନ କୁହୁଡି ଲାଗି ରହିବ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଘନ କୁହୁଡି ପାଇଁ  ୧୬ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣି ଜାରି କରାଯାଇଛି। ବିଶେଷ କରି ପୁରୀ, ଖୋର୍ଦ୍ଧା, ନୟାଗଡ, ଗଂଜାମ, ଗଜପତି, ଜଗତସିଂହପୁର, ଭଦ୍ରକ, କଟକ,ଅନୁଗୁଳ,ଢେଙ୍କାନାଳ, କେନ୍ଦ୍ରାପଡା, କନ୍ଧମାଳ, ସୋନପୁର,ବୌଧ,ଯାଜପୁର ଏବଂ ରାୟଗଡା କୁ ସତର୍କତା ଜାରି କରାଯାଇଛି। ସେହିପରି ଆସନ୍ତାକାଲି ୧୩ ଜିଲ୍ଲାକୁ  ଘନ  କୁହୁଡ଼ିପାଇଁ  ୟେଲୋ ଓ୍ବାର୍ଣ୍ଣି ଜାରି କରିଛି  ପାଣିପାଗ କେନ୍ଦ୍ର।  ଆଜି ଭୁବନେଶ୍ଵର ରେ ଦିନ ତାପମାତ୍ରା ୩୩ ରୁ ୩୪ ଡିଗ୍ରୀ ମଧ୍ୟରେ ରହିବା ସହ ଆକାଶ ନିର୍ମଳ ରହିବ। ଗତ ୨୪ ଘଣ୍ଟାରେ ସର୍ବୋଚ୍ଚ ଦିନ ତାପମାତ୍ରା ପାରଳାଖେମୁଣ୍ଡି ରେ ୩୫.୦ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି।

ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ଓଡିଶା ଅସ୍ଥାୟୀ କେନ୍ଦୁପତ୍ର କର୍ମଚାରୀ ସଙ୍ଘ

ବଲାଙ୍ଗୀର: କେନ୍ଦୁପତ୍ର କର୍ମଚାରୀ ଓ ଶ୍ରମିକଙ୍କ ଦାବି ପୂରଣ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଓ ଧନ୍ୟବାଦ ଜଣାଇଲେ ଓଡିଶା ଅସ୍ଥାୟୀ କେନ୍ଦୁପତ୍ର କର୍ମଚାରୀ ସଙ୍ଘ । ସମସ୍ତ ସିଜିନାଲ କର୍ମଚାରୀ ମାନଙ୍କ କାର୍ଯ୍ଯକାଳ ଏକ ମାସ ବୃଦ୍ଧି କରିବା ସହିତ ୩ ରୁ ୪ ହଜାର ଟଙ୍କା ବୃଦ୍ଧି କରିଛନ୍ତି । ଏଥିସହିତ କେନ୍ଦୁପତ୍ର ତୋଳାଳୀଙ୍କ ବୟସ ସୀମା ୬୦ରୁ ୬୨ ବର୍ଷକୁ ବୃଦ୍ଧି କରିବା ସହିତ ଆହୁରି ଅନେକ ସହାୟତା ଘୋଷଣା କରିଛନ୍ତି । ଏଥିପାଇଁ ପଶ୍ଚିମ ଓଡିଶାର ୮ଲକ୍ଷ କେନ୍ଦୁପତ୍ର ତୋଳାଳୀ ଓ ୧୮ ହଜାର କର୍ମଚାରୀ ମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, 5ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍ ଓ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ଧନ୍ୟବାଦ ପ୍ରଦାନ କରିଛନ୍ତି । ଏହି ପରିପରେକ୍ଷୀରେ ବଲାଙ୍ଗୀର ସାମ୍ବାଦିକ ଭବନଠାରେ ଆୟୋଜିତ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ଓଡିଶା କେନ୍ଦୁପତ୍ର କର୍ମଚାରୀ ଓ ତୋଳାଳୀ ମହାସଂଘ ବଲାଙ୍ଗୀର ସର୍କଲ କର୍ମକର୍ତ୍ତା ମାନେ ମୁଖ୍ଯମନ୍ତ୍ରୀଙ୍କୁ ଧନ୍ଯବାଦ ଜଣାଇଛନ୍ତି ।.

୧୫ ଜିଲ୍ଲାର ୭୩ଟି ସରକାରୀ ଡାକ୍ତରଖାନା ଆମ ହସ୍ପିଟାଲେରେ ରୂପାନ୍ତରିତ

ଭୁବନେଶ୍ବର: ସ୍ବାସ୍ଥ୍ୟସେବାରେ ନୂଆ ଇତିହାସ। ୧୫ ଜିଲ୍ଲାର ୭୩ଟି ସରକାରୀ ଡାକ୍ତରଖାନା ଆମ ହସ୍ପିଟାଲେରେ ରୂପାନ୍ତରିତ। ଲୋକାର୍ପିତ କରିଛନ୍ତି ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ। ଏହା ସହ ଆଇଭିଆର ପଦ୍ଧତିରେ ରୋଗୀଙ୍କର ମତାମତ ସଂଗ୍ରହ ବ୍ଯବସ୍ଥା ଏବଂ କର୍ମଚାରୀଙ୍କର ମୁହଁ ଚିହ୍ନଟ କରି ବାୟୋମେଟ୍ରିକ ଉପସ୍ଥାନ ବ୍ଯବସ୍ଥାର ବି ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଅବସରରେ ମୁଖ୍ଯମନ୍ତ୍ରୀ କହିଛନ୍ତି- ଆଜି ସ୍ବାସ୍ଥ୍ଯ ସେବାରେ ସୃଷ୍ଟି ହୋଇଛି ନୂଆ ଇତିହାସ। ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଆମ ହସ୍ପିଟାଲରେ ବ୍ଯବସ୍ଥା କରାଯାଇଛି। ବର୍ତ୍ତମାନ ଚାଲିଥିବା ରୂପାନ୍ତରଣର ନୂଆ ଯୁଗରେ ସରକାର ଆମ ହସ୍ପିଟାଲର ରୂପାନ୍ତରଣକୁ ଗୁରୁତ୍ବ ଦେଉଛନ୍ତି। ଫାଇଭ-ଟି ଉପକ୍ରମରେ ହସ୍ପିଟାଲର ରୂପାନ୍ତରଣ କରାଯାଉଛି। ଏହି ପ୍ରକ୍ରିୟାରେ ୧୮୪୮ ହସ୍ଟିଟାଲକୁ ଆମ ହସ୍ପିଟାଲରେ ରୂପାନ୍ତରଣ କରାଯିବ। ମୁଖ୍ଯମନ୍ତ୍ରୀ କହିଛନ୍ତି- ବିଏସକେୱାଇ ସ୍ବାସ୍ଥ୍ୟସେବାର  ମଡେଲ ହୋଇଛି। ବିଭିନ୍ନ ଜିଲ୍ଲାରେ ମନ୍ତ୍ରୀ ଓ ବିଧାୟକମାନେ ଉପସ୍ଥିତ ରହି କାର୍ଯ୍ଯକ୍ରମରେ ସାମିଲ ହୋଇଥିଲେ। ନିଜ ଅଞ୍ଚଳରେ ସ୍ବାସ୍ଥ୍ୟସେବାର ନବକଳେବରକୁ ନେଇ ସବୁଠି ଶୁଭିଥିଲା ହୁଳହୁଳି ଓ କରତାଳି।

ବୌଦ୍ଧ ପରିବହନ କାର୍ଯ୍ୟାଳୟ ଆଗରେ ବାଜା ବଜାଇ ଖୁସି ମନାଇଲେ ବିଭନ୍ନ ସଂଗଠନ

ବୌଦ୍ଧ: ଭିଜିଲାନ୍ସ ଜାଲରେ ବୌଦ୍ଧ RTO । ଆୟ ବହିର୍ଭୁତ ସଂପତ୍ତି ଠୁଳ ମାମଲାରେ ବସନ୍ତ ମହାପାତ୍ରଙ୍କୁ ଗିରଫ କରିଛି ଭିଜିଲାନ୍ସ । ଏହି ପରିପ୍ରେକ୍ଷୀରେ ବୌଦ୍ଧ ପରିବହନ କାର୍ଯ୍ୟାଳୟ ଆଗରେ ବାଜା ବଜାଇ ଖୁସି ମନେଇଛନ୍ତି ବିଭିନ୍ନ ସଂଗଠନ । ଆରଟିଓଙ୍କ ନାଁରେ ରହିଛି କୋଟି କୋଟି ଟଙ୍କାର ସଂପତ୍ତି । ବସନ୍ତ ମହାପାତ୍ର ବୌଦ୍ଧକୁ ଆସିବା ଦିନ ଠାରୁ ତାଙ୍କୁ ବଦଳି କରିବା ପାଇଁ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଥିଲେ ଅନେକ ସଂଗଠନ । କାରଣ ଜିଲ୍ଲାରେ RTO ବାବୁଙ୍କର ଚାଲିଥିଲା ତାଲିବାନି ଶାସନ । ତେବେ ଗତକାଲି RTOଙ୍କୁ ଭିଜିଲାନ୍ସ ଗିରଫ କରିବା ପରେ ଜିଲ୍ଲାର ବିଭିନ୍ନ ସଂଗଠନ ଖୁସି ବ୍ୟକ୍ତ କରିଛନ୍ତି । ସ୍ଥିତି ଏଭଳି ହୋଇଛି ଜିଲ୍ଲାର ଡ୍ରାଇଭର ସଂଘ ଓ ସାମାଜିକ ସୁରକ୍ଷା ପରିଷଦ ପରିବହନ କାର୍ଯ୍ୟାଳୟ ବାଜା ବଜାଇ ନିଜ ଖୁସି ଜାହିର କରିଛନ୍ତି ।

ଚୋରି ମାମଲାରରେ ୬ ମାସ ପରେ ଥାନାରେ ଅଭିଯୋଗ କଲେ ଯୁବରାଜଙ୍କ ମାଆ

ନନ୍ଦିଘୋଷ ବ୍ୟୁରୋ: ୨୦୧୧ ବିଶ୍ବକପରେ ଭାରତ ବିଜୟର ମୁଖ୍ୟ ହିରୋ ଯୁବରାଜ ସିଂଙ୍କ ଘରେ ଚୋରୀ । ୬ ମାସ ପରେ ଏନେଇ ଥାନାରେ ଅଭିଯୋଗ କରିଛନ୍ତି ଯୁବରାଜଙ୍କ ମାଆ । ତେବେ ଚୋରି ହେବାରେ ଏତେଦିନ ପରେ ମାମଲା ରୁଜୁ କରାଯିବାକୁ ନେଇ ଲୋକଙ୍କ ମନରେ ପ୍ରଶ୍ନ ଉଠିଛି କି, କଣ ଏତେ ଦିନ ପରେ ମାମଲା ଦେଇ ହେବ କି? ଯାହାକୁ ନେଇ ଉତ୍ତରପ୍ରଦେଶର ହାଇକୋର୍ଟ ଓକିଲ ଆନନ୍ଦପତି ତିଓ୍ବାରୀ କହିଛନ୍ତି କି, ଆପଣ ଚୋରି ହେବା ଯେତେଦିନ ପରେ ଦେଲେ ମଧ୍ୟ କୌଣସି ଅସୁବିଧା ନାହିଁ ।ଏପରିକି ଅନେକ ଦିନ ଧରି ବହୁ ମାମଲା ମଧ୍ୟ ବିଚାରାଧୀନ ଭାବେ ରହିଥାଏ । ସେପଟେ ଯୁବରାଜ ସିଂହଙ୍କ ମା’ ଗୁରୁଗ୍ରାମର ଏକ ଘରକୁ କିଛିଦିନ ପାଇଁ ରହିବାକୁ ଯାଇଥିଲେ । ଏବଂ ଯେତେବେଳେ ପଞ୍ଜାବକୁ ଫେରିଥିଲେ ସେତେବେଳେ ତାଙ୍କ ବାସଭବନରୁ ସୁନା ଗହଣା ସାଙ୍ଗକୁ ନଗଦ ଟଙ୍କା ମଧ୍ୟ ଚୋରି ହୋଇଯାଇଥିଲା । ଏହାକୁ ନେଇ ସେ ଥାନାରେ ମାମଲା ଦେଇଥିବାବେଳେ ଘରେ କାମ କରିଥିବା ଦୁଇ କର୍ମଚାରୀଙ୍କ ନାମରେ ମାମଲା ରୁଜୁ ହୋଇଛି ।

ନିର୍ବାଚନ ପାଇଁ ଆମେ ପ୍ରସ୍ତୁତ : ଇସିଆଇ

ନନ୍ଦିଘୋଷ ବ୍ୟୁରୋ: ନିର୍ବାଚନ ପ୍ରସ୍ତୁତି ନେଇ ନିର୍ବାଚନ ଆୟୋଗଙ୍କ ପ୍ରେସମିଟ୍ । ଭାରତୀୟ ନିର୍ବାଚନ କମିଶନ କହିଲେ ଆମେ ନିର୍ବାଚନ ପାଇଁ ପ୍ରସ୍ତୁତ । ସମୀକ୍ଷା ପରେ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାରଙ୍କ ସୂଚନା । ଉଭୟ ଲୋକସଭା ଏବଂ ବିଧାନସଭା ନିର୍ବାଚନ ପାଇଁ ଆମେ ପ୍ରସ୍ତୁତ । ନିର୍ବାଚନ ପରିଚାଳନା ପାଇଁ ସମସ୍ତ ପ୍ରସ୍ତୁତି ପର୍ବ ସରିଯାଇଛି । ଭୋଟରଙ୍କୁ ଆହ୍ବାନ କଲେ ନିର୍ବାଚନ କମିଶନର । କହିଲେ ସମସ୍ତ ଭୋଟର ଆସନ୍ତୁ ଗଣତନ୍ତ୍ର ମହାପର୍ବରେ ସାମିଲ ହୁଅନ୍ତୁ । ଓଡ଼ିଶାରେ ମୋଟ୍ ୩ କୋଟି ୩୨ ଲକ୍ଷ ଭୋଟର ଭୋଟ୍ ଦେବେ । ମୋଟ୍ ୩୭, ୮୦୯ ବୁଥରେ ମତଦାନ ହେବ । ୨୨,୬୮୫ ଓ୍ବେବ କାଷ୍ଟି ହେବ । ୪ ହଜାର ବୁଥରେ କେବଳ ମହିଳା ଅଧିକାରୀ ନିୟୋଜିତ ହେବେ । କେଉଁଠି କିଛି ଗଡ଼ବଡ଼ ହେଲେ ଲୋକେ ନିର୍ବାଚନ କମିଶନଙ୍କୁ ଜଣାଇପାରିବେ । ନାମ ଗୋପନ ରଖି ନିର୍ବାଚନ କମିଶନଙ୍କୁ ଅଭିଯୋଗ କରିପାରିବେ । ନିର୍ବାଚନ ନେଇ ଜିଲ୍ଲାପାଳ, ଏସପିଙ୍କୁ  କଡ଼ା ନିର୍ଦ୍ଦେଶ । ସବୁ ରାଜନୈତିକ ଦଳ ପ୍ରତି ସମାନ ମନୋଭାବ ପୋଷଣ ପାଇଁ ନିର୍ଦ୍ଦେଶ । ନିରପେକ୍ଷ, ସ୍ବଚ୍ଛ ଏବଂ ସବୁ ରାଜନୈତିକ ଦଳର ଅଭିଯୋଗ ଶୁଣିବାକୁ ନିର୍ଦ୍ଦେଶ ।

ସାମୁଦ୍ରିକ ଝଡ଼ର ସୂଚନା ଦେବ ସ୍ୟାଟେଲାଇଟ୍

ନନ୍ଦିଘୋଷ ବ୍ୟୁରୋ: ସାମୁଦ୍ରିକ ଝଡ଼ର ସୂଚନା ଦେବ ସ୍ୟାଟେଲାଇଟ୍ । ପାଣିପାଗ, ବର୍ଷା ପରିମାଣର ମଧ୍ୟ ମିଳିବ ସୂଚନା । ଏଥିପାଇଁ ଆଜି ଇସ୍ରୋ ପ୍ରେରଣ କରିବ INSAT – 3DS ଉପଗ୍ରହ । ଶ୍ରୀହରିକୋଟା ସତିଶ ଧାୱନ୍ ମହାକାଶ କେନ୍ଦ୍ରରୁ ହେବ ଉତକ୍ଷେପଣ । ଅପରାହ୍ନ ୫ଟା ୩୫ରେ ମହାକାଶକୁ ଯିବ ଉପଗ୍ରହ । ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନ କୌଶଳରେ ତିଆରି ହୋଇଛି INSAT  – 3DS । ଅତ୍ୟାଧୁନିକ ବ୍ୟବସ୍ଥା ଦ୍ଵାରା ସଠିକ୍ ପାଣିପାଗ ସୂଚନା ମିଳିପାରିବ । ମହାକାଶଯାନ GSLV – F14 ଦ୍ଵାରା ଉପଗ୍ରହର ପ୍ରେରଣ କରାଯିବ । ୫୧.୭ ମିଟର ଲମ୍ବ ଜିଓସିନକ୍ରୋନସ୍ ସ୍ପେସ ଲଞ୍ଚିଂ ଭେହିକଲ GSLV – F14 । ୪୨୦ ଟନ ଓଜନର ମହଜାଗତିକ ପଦାର୍ଥ ବୋହିନେବାର ଏହା କ୍ଷମତା ରଖିଛି । ଲଞ୍ଚିଂ ପୂର୍ବରୁ ଇସ୍ରୋ ଅଧ୍ୟକ୍ଷ ଏସ. ସୋମନାଥ ଶ୍ରୀ ଚେଙ୍ଗାଲାମ୍ମା ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି ।

ପ୍ରବାସୀ ଭାରତୀୟଙ୍କ ବିବାହ ନେଇ ବଡ଼ ନିୟମ

ନନ୍ଦିଘୋଷ ବ୍ୟୁରୋ: ପ୍ରବାସୀ ଭାରତୀୟ ଏବଂ ଭାରତୀୟ ନାଗରିକଙ୍କ ମଧ୍ୟରେ ବିବାହ ପରେ ହେଉଥିବା ବିବାଦ, ବିଶେଷ କରି ଠକାମୀକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଭାରତୀୟ ଲ କମିଶନ। ଏହି ଚିନ୍ତାକୁ ଦୂର କରିବା ପାଇଁ ଆୟୋଗ କଡା କାର୍ଯ୍ୟାନୁଷ୍ଠାନ ସହ ବିବାହର ପଞ୍ଜିକରଣ ଭାରତରେ ବାଧ୍ୟତାମୂଳକ କରିବାକୁ ସୁପାରିଶ କରିଛନ୍ତି। ରିପୋର୍ଟରେ କୁହାଯାଇଛି ଯେ, ଏନଆରଆଇ ଭାରତୀୟ ନାଗରିକଙ୍କ ସହ ବିବାହ କରିା ପରେ ଠକେଇ ମାମଲା ବଢୁଛି ଯାହା ଚିନ୍ତାଜନକ । ଏଭଳି ମାମଲା ଲଗାତାର ବଢିବାରେ ଲାଗିଛି। ଏଥିରେ ବିଶେଷ କରି ଭାରତୀୟ ମହିଳାଙ୍କୁ ପ୍ରଭାବିତ ହେବାକୁ ପଡୁଛି। ରିପୋର୍ଟରେ ସୁପାରିଶ କରାଯାଇଛି ଯେ ଏନଆରଆଇ କିମ୍ବା ଓସିଆଇ ଏବଂ ଭାରତୀୟ ନାଗରିକଙ୍କ ମଧ୍ୟରେ ୱୁ ବିବାହକୁ ବାଧ୍ୟତାମୂଳକ ଭାବରେ ଭାରତରେ ପଞ୍ଜୀକୃତ କରାଯିବା ଦରକାର। ଏଥିରେ ବିବାହ ଏବଂ ବିବାହ ବିଛେଦ ବା ଛାଡପତ୍ର, ଭରଣ ପୋଷଣ ନିୟମ ଏବଂ ସର୍ତ୍ତ ସାମିଲ ହେବା ଦରକାର। ଏହାସହ ଜୀବନସାଥୀ ଏବଂ ପିଲାଙ୍କ ଭରଣ ପୋଷଣ ସହ ଏନଆରଆଇ ଏବଂ ଓସିଆରଆଇଙ୍କୁ ଆବଶ୍ୟକତା ପଡିଲେ ସମନ ଏବଂ ଅନ୍ୟ ସମ୍ବନ୍ଧୀୟ ନ୍ୟାୟିକ ଦସ୍ତାବିଜ୍ ସାମିଲ ଅଧିକାର ନିୟମ ହେବା ଆବଶ୍ୟକ।

ପାସପୋର୍ଟରେ ଲେଖାଯାଉ ବିବାହ ପଞ୍ଜୀକରଣ ନମ୍ବର। ବିବାହ ପୂର୍ବରୁ ବର କନ୍ୟାଙ୍କ ନିଜ ବୈବାହିକ ସ୍ଥିତିର ଘୋଷଣା, ପତି-ପତ୍ନୀଙ୍କ ପାସପୋର୍ଟକୁ ପରସ୍ପର ସହ ଯୋଡିବା ଏବଂ ଉଭୟଙ୍କ ପାସପୋର୍ଟ ଉପରେ ବିବାହ ପଞ୍ଜୀକରଣ ସଂଖ୍ୟା ଉଲ୍ଲେଖ କରିବା ବାଧ୍ୟତାମୂଳକ କରିବା ପାଇଁ ପାସପୋର୍ଟ ଅଧିନିୟମ ୧୯୬୭ରେ ସଂଶୋଧନ କରିବା ବାଧ୍ୟତାମୂଳକ କରିବା। ଲ କମିଶନଙ୍କ ସୁପାରିଶରେ ଆହୁରି ମଧ୍ୟ କୁହାଯାଇଛି ଯେ, ଏଭଳି ବିବାହ ସହ ଜଡିତ ବିବାଦର ସମାଧାନ ଅଧିକାର ଘରୋଇ ଅଦାଲତଙ୍କୁ ଦିଆଯାଉଛି।

ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲରେ ରାଗିଂ ଘଟଣା, ବିଦା ହେଲେ ୪ ଛାତ୍ର

ବ୍ରହ୍ମପୁର: ରାଗିଂ କରି କ୍ଯାମ୍ପସରୁ ବିଦା ୪ ଛାତ୍ର। ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲରେ ରାଗିଂ ଘଟଣାରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଆଣ୍ଟି ରାଗିଂ ସେଲ। ରାଗି କରିଥିବା ଚତୁର୍ଥ ବର୍ଷର ୨ ଛାତ୍ରଙ୍କୁ କ୍ଯାମ୍ପସରୁ ବାହାର କରିଛନ୍ତି କର୍ତ୍ତୃପକ୍ଷ। ମେଡିକାଲ କଲେଜର ଜଣେ ଦ୍ବିତୀୟ ବର୍ଷର ଛାତ୍ରକୁ ଚତୁର୍ଥ ବର୍ଷର ୪ ଛାତ୍ର ରାଗିଂ କରିଥିବା ଅଭିଯୋଗ ହୋଇଥିଲା। ଗତ ୯ ତାରିଖ ବିଳମ୍ବିତ ରାତିରେ କଲେଜର ଦ୍ବିତୀୟ ବର୍ଷର ଛାତ୍ରଙ୍କୁ ଚତୁର୍ଥ ବର୍ଷର ୨ ଛାତ୍ର ମାଡ଼ ମାରିବା ସହିତ ଗାଳିଗୁଲଜ କରିଥିଲେ। ଚତୁର୍ଥ ବର୍ଷର ଦୁଇ ଛାତ୍ରଙ୍କୁ ଦୁଇ ମାସ ପର୍ଯ୍ୟନ୍ତ କମ୍ପ୍ୟାସରେ ପ୍ରବେଶ ମନା ସହ ହଷ୍ଟେଲ ଛାଡ଼ିବା ସହ କ୍ଲାସକୁ ନ ଆସିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ରାଗିଂକୁ ପ୍ରସୟ ଦେଇଥିବା ଅଭିଯୋଗରେ ଚତୁର୍ଥ ବର୍ଷର ଅନ୍ୟ ଦୁଇ ଛାତ୍ରଙ୍କୁ ଦୁଇ ସପ୍ତାହ ପର୍ଯ୍ୟନ୍ତ କମ୍ପ୍ୟାସରେ ପ୍ରବେଶ ମନା ସହ ହଷ୍ଟେଲ ଛାଡ଼ିବା ଓ କ୍ଲାସକୁ ନ ଆସିବାକୁ ନିର୍ଦ୍ଦଶ ଦିଆଯାଇଛି।

ଏହି ଚାରି ଜଣଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ନେଇ ସେମାନଙ୍କ ପରିବାରକୁ ଜଣାଇ ଦିଆଯାଇଛି। ରାଗିଂର ଶିକାର ଛାତ୍ରଙ୍କ ବାପା ଘଟଣାକୁ ନେଇ ସୋସିଆଲ ମିଡିଆ ଏକ୍ସ ଯୋଗେ କଲେଜ ଡ଼ିନ୍, ବ୍ରହ୍ମପୁର ଏସପି, ଗଞ୍ଜାମ ଜିଲ୍ଲାପାଳ, ମୁଖ୍ୟମନ୍ତ୍ରୀ, ଫାଇଭ-ଟି ଅଧ୍ୟକ୍ଷଙ୍କୁ ଜଣାଇଥିଲେ। କିଭଳି ଛାତ୍ର ଜଣଙ୍କୁ ମାଡ଼ ହୋଇଛି ସେ ନେଇ ମଧ୍ୟ ଫଟୋ ପୋଷ୍ଟ କରିଥିଲେ। ଏହାପରେ ଦିଲ୍ଲୀର ଆଣ୍ଟି ରାଗିଂ ସେଲ ପକ୍ଷରୁ ଏମକେସିଜି ମେଡ଼ିକାଲ କଲେକୁ ଘଟଣାର ତଦନ୍ତ ଲାଗି ନିର୍ଦ୍ଦେଶ ଦିଆଯାଇଥିଲା। ଏହାପରେ ମେଡ଼ିକାଲ କଲେଜର ଆଣ୍ଚି ରାଗିଂ ସେଲ ରାଗିଂର ଶୀକାର ଛାତ୍ର ଓ ରାଗିଂ କରିଥିବା ଛାତ୍ରଙ୍କୁ ଡ଼କାଇ ତଦନ୍ତ କରିଥିଲେ। ଆଗାମୀ ଦିନରେ କିଭଳି କଲେଜରେ ରାଗିଂ ସମ୍ପୂର୍ଣ୍ଣ ବନ୍ଦ ହେବ ସେ ନେଇ ସଚେତନତା କାର୍ଯ୍ୟକ୍ରମ କରାଯିବ ବୋଲି କହିଛନ୍ତି ଏମକେସିଜି ମେଡ଼ିକାଲ କଲେଜର ଭାରପ୍ରାପ୍ତ ଡ଼ିନ ।

ପୁଣି ବିଜେପିକୁ ଟାର୍ଗେଟ କଲେ କେଜ୍ରିଓ୍ବାଲ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରଓ୍ବାଲ ବିଜେପି ଉପରେ ପୁଣିଥରେ ବର୍ଷିଛନ୍ତି । ଦିଲ୍ଲୀ ବିଧାନସଭାରେ ଫ୍ଲୋର ଟେଷ୍ଟକୁ ଚର୍ଚ୍ଚା ହେଉଥିବାବେଳେ ଏହାକୁ ନେଇ କେଜ୍ରିଓ୍ବାଲ କହିଛନ୍ତି କି,  ଏହି ଗୃହ କେବଳ ଆମର । ଆମର ସଂଖ୍ୟା ଗରିଷ୍ଠତା ରହିଛି। ଆମର ଦୁଇ ବିଧାୟକ ଆସି କହିଛନ୍ତି କି, ବିଜେପି ନେତାମାନେ ସେମାନଙ୍କୁ ଯୋଗାଯୋଗ କରୁଛନ୍ତି । ତେବେ ଆମେ ଏହାକୁ କିଭଳିଭାବେ ପ୍ରମାଣ ଦେବୁ । ବେଳେବେଳେ ସେମାନେ ସମ୍ପର୍କୀୟଙ୍କ ଘର କିମ୍ବା ପାର୍କରେ ଭେଟ ହୁଅନ୍ତି । ସେପଟେ ଷଷ୍ଠଥର ଲାଗି ଇଡି ନୋଟିସ ହୋଇଥିବାବେଳେ କେଜ୍ରିଓ୍ବାଲ କହିଛନ୍ତି ବିଜେପି ଜାଣିଶୁଣି ତାଙ୍କୁ ଫସାଇବାକୁ ଚାହୁଁଛି । ଯଦିଓ ସେମାନେ ଚକ୍ରାନ୍ତ କରି କେଜ୍ରିଓ୍ବାଲଙ୍କୁ ଗିରଫ କରିପାରନ୍ତି କିନ୍ତୁ ମୋର ଚିନ୍ତାଧାରାକୁ କେବେ ଗିରଫ କରିପାରିବେ ନାହିଁ । ଏବେ ଲୋକମାନେ ପାଚରୁଛନ୍ତି କି, ମୋଦୀ କେଜ୍ରିଓ୍ବାଲଙ୍କୁ ହଟାଇବାକୁ ଚାହୁଁଛନ୍ତି କି? ଏବେ ବିଜେପିକୁ ଆମ ଆଦମୀ ପାର୍ଟୀ ଚ୍ୟାଲେଞ୍ଜ କରୁଛନ୍ତି । ୨୦୨୪ରେ ଯଦି ବିଜେପି ନହାରେ ତାହେଲେ ୨୦୨୯ରେ ଦେଶରୁ ବିଜେପିକୁ ଆପ ମୁକ୍ତି କରିବ ।

ଏହାସହ କେଜ୍ରିଓ୍ବାଲ କହିଛନ୍ତି କି, ଆମକୁ ଫସାଇବା ପାଇଁ ବହୁତ ଚକ୍ରାନ୍ତ କରା ହେଉଛି । କିନ୍ତୁ ଆମକୁ କୋଟି କୋଟି ଲୋକ ଭଲ ପାଇବା ଦେଉଛନ୍ତି । ଲୋକଙ୍କ ଆଶୀର୍ବାଦ ଆମ ସହ ରହିଛି । ଦେଶର ବିଭିନ୍ନ ରାଜ୍ୟରେ ବିଧାୟକଙ୍କୁ ବିଜେପ କିଣୁଥିବାବେଳେ ଏତେ ଟଙ୍କା କେଉଁଠୁ ଆସୁଛି ବୋଲି ମଧ୍ୟ କେଜ୍ରିଓ୍ବାଲ ପ୍ରଶ୍ନ କରିଛନ୍ତି । ସେପଟେ କେଜ୍ରଓ୍ବାଲ କହିଛନ୍ତି କି ଆପ ପୂଣ୍ୟ ରାଜନୀତି କରୁଥିବାବେଳେ ଭାଜପା ପାପ ରାଜନୀତି କରୁଛି । ଲୋକଙ୍କ ହୃଦୟରେ ଆମେ ରହିଛୁ ।