spot_img
Home Blog Page 207

ଗୋଆ ନାଇଟ କ୍ଲବ ଅଗ୍ନିକାଣ୍ଡ ଘଟଣା ; କ୍ଲବର ଆଉ ଜଣେ ପାର୍ଟନର ଅଜୟ ଗୁପ୍ତାଙ୍କୁ ଦିଲ୍ଲୀରୁ ଧରିଲା ପୋଲିସ

ନନ୍ଦିଘୋଷ ବ୍ୟୁରୋ : ଗୋଆ ନାଇଟ କ୍ଲବ ଅଗ୍ନିକାଣ୍ଡ ଘଟଣା। କ୍ଲବର ଆଉ ଜଣେ ପାର୍ଟନର ଅଜୟ ଗୁପ୍ତାଙ୍କୁ ଦିଲ୍ଲୀରୁ ଧରିଲା ପୋଲିସ। ପୂର୍ବରୁ ଏହି ଘଟଣାରେ ୪ ମାଲିକଙ୍କ ନାଁରେ ଲୁକଆଉଟ୍ ସର୍କୁଲାର ଜାରି କରିଥିଲା ଗୋଆ ପୋଲିସ। ବର୍ତ୍ତମାନ ସୁଦ୍ଧା ମାମଲାରେ ୬ ଜଣ ହେଲେଣି ଗିରଫ। ଆଜି ଗିରଫ ପରେ ଅଜୟଙ୍କୁ ଦିଲ୍ଲୀ ସନଲାଇଟ କଲୋନି କ୍ରାଇମ ବ୍ରାଞ୍ଚ ଅଫିସରେ ହାଜର କରାଯାଇଛି। ନାଇଟ କ୍ଲବ ସମ୍ପର୍କରେ ଅଜୟ କିଛି ଜାଣୁ ନଥିବା କୁହାଯାଉଛି। ନାଇଟ କ୍ଲବର ମାଲିକ ସୌରଭ ଲୁଥ୍ରା ଓ ଗୌରବ ଲୁଥ୍ରା ସବୁ ବୁଝୁଥିବାବେଳେ ଅଜୟ କେବଳ ନାମକୁ ମାତ୍ର ପାର୍ଟନର ଥିଲେ ବୋଲି ଜଣାଯାଇଛି। ତେଣେ ବିର୍ଚ ବାଇ ରୋମିଓ ଲେନର ମାଲିକ ଲୁଥ୍ରା ବ୍ରଦର୍ସ ଦିଲ୍ଲୀରେ ଏକ କୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିବା ସୂଚନା ମିଳିଛି। ତେବେ ଅଜୟ କହିଛନ୍ତି ସେ କେବଳ ନାମକୁ ମାତ୍ର ଜଣେ ପାର୍ଟନର ଥିଲେ ଏବଂ ନାଇଟ କ୍ଲବ ଅଘଟଣ ସମ୍ପର୍କରେ ସେ ବିଶେଷ ଜାଣନ୍ତି ନାହିଁ। ଗତ ଶନିବାର ରାତିରେ ବିର୍ଚ ବାଇ ରୋମିଓ ଲେନରେ ଘଟିଥିବା ଅଘଟଣରେ ଯାଇଥିଲା ୨୫ଜଣଙ୍କ ଜୀବନ। ସେପଟେ ନାଇଟ କ୍ଲବ ଲାଗି ବୈଧ ଅନୁମତି ଓ ଲାଇସେନ୍ସ ନଥିଲା ବୋଲି ଜଣାଯାଇଛି। ଗତକାଲି ଭାଗାତରସ୍ଥିତ ରୋମିଓ ଲେନ କ୍ଲବ ଉପରେ ଚାଲିଥିଲା ବୁଲଡୋଜର। ବେଆଇନ ଭାବେ ରେଷ୍ଟୁରାଣ୍ଟ ତିଆରି ହୋଇଥିଲା ବୋଲି ଅଭିଯୋଗ ପରେ ଏହି କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯାଇଥିଲା। ଏହି ହୋଟେଲଟି ଦୁଇ ପଳାତକ ଲୁଥ୍ରା ବ୍ରଦର୍ସଙ୍କ ମାଲିକାନାରେ ଥିଲା। ସରକାରୀ ଜମିରେ ରୋମିଓ ଲେନ ପ୍ରତିଷ୍ଠା ହୋଇଥିବା ଜଣାଯାଇଥିଲା। ସୌରଭ ଲୁଥ୍ରା ଓ ଗୌରବ ଲୁଥ୍ରାଙ୍କ ନାମରେ ଥିବା ପ୍ରପର୍ଟି ମଧ୍ଯରୁ ଏହା ଥିଲା ତୃତୀୟ ପ୍ରପର୍ଟି।

କପ୍ତିପଦା ବନାଞ୍ଚଳରେ ବାଘ ମାରୁଛି ଗୋରୁ ; ଆତଙ୍କିତ ଅବସ୍ଥାରେ ଗ୍ରାମବାସୀ

ନନ୍ଦିଘୋଷ ବ୍ୟୁରୋ : ମୟୂରଭଞ୍ଜ କପ୍ତିପଦା ବନାଞ୍ଚଳରେ ମାତିଛି ବାଘ।  ମାରୁଛି ଗୋରୁ। ଯାହାକୁ ନେଇ ଆତଙ୍କିତ ଅବସ୍ଥାରେ ଅଛନ୍ତି ଗ୍ରାମବାସୀ।  ଗତକାଲି ହୁଡ଼ିସାହିରେ ଗୁହାଳରୁ ଗୋରୁ ଘୋଷାରି ନେଇ ମାରିଦେଇଥିବା ବେଳେ ଆଜି ପୁଣି ପଣ୍ଡେସାହି ଗାଁରେ ସମାନ ଢ଼ଙ୍ଗରେ ଗୁହାଳରୁ ଗୋରୁ ଘୋଷାରି ନେଇ ମାରିଛି ବାଘ। ଗାଁର ପ୍ରେମ କୁମାର ସାମଲଙ୍କ ଗୁହାଳରେ ବନ୍ଧା ଯାଇଥିବାବେଳେ ଗୋରୁ ରଡି ଶୁଣି ପରିବାର ଲୋକେ ପାଟି କରିବାରୁ ବାଘଟି ଗୋରୁକୁ ଛାଡି ଚାଲିଯାଇଥିଲା। କିନ୍ତୁ ଗୋରୁଟିର ମୃତ୍ୟୁ ହୋଇଛି। ବିଭିନ୍ନ ସ୍ଥାନରେ ବାଘର ପାଦ ଚିହ୍ନ ପଡିଛି ।  ଦୁଇ ଦିନରେ ୨ଟି ଗୋରୁ ମାରିଥିବାରୁ ଆତଙ୍କିତ ଅବସ୍ଥାରେ ରହିଛନ୍ତି ଗ୍ରାମବାସୀ ।

ବାରବାଟୀରେ ବରୁଣ ଚକ୍ରବର୍ତ୍ତୀଙ୍କ ଅଭ୍ୟାସ ; ଚଣ୍ଡୀଗଡ଼ ଟି-ଟ୍ଵେଣ୍ଟି ଲାଗି କଲେ ଅଭ୍ୟାସ

ନନ୍ଦିଘୋଷ ବ୍ୟୁରୋ : କଟକ ବାରବାଟୀ ଷ୍ଟାଡିୟମରେ କ୍ରିକେଟର ବରୁଣ ଚକ୍ରବର୍ତ୍ତୀ। ଆସନ୍ତାକାଲିର ମ୍ୟାଚ ଲାଗି ଅଭ୍ୟାସ କରୁଛନ୍ତି ଖେଳାଳି। ଆସନ୍ତାକାଲି ଚଣ୍ଡୀଗଡ଼ରେ ରହିଛି ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ଵିତୀୟ ଟି-ଟ୍ଵେଣ୍ଟି। ଆସନ୍ତାକାଲି ମ୍ୟାଚ ଥିବାରୁ ଆଜି ବାରବାଟୀ ଆସି ଅଭ୍ୟାସ କରିଛନ୍ତି ବରୁଣ ଚକ୍ରବର୍ତ୍ତୀ। ଭାରତୀୟ କ୍ରିକେଟ ଟିମର ସ୍ପିନର ବରୁଣ ଚକ୍ରବର୍ତ୍ତୀ ଆଜି ବାରବାଟି ଆସି ନେଟ ପ୍ରାକ୍ଟିସ୍ କରିଥିଲେ। ସକାଳ ସାଢେ଼ ଆଠଟା ପାଖାପାଖି ବରୁଣ ବାରବାଟୀ ଷ୍ଟାଡିୟମରେ ପହଞ୍ଚିଥିଲେ। ଏକ ଘଣ୍ଟା ପାଖାପାଖି ସେ ନେଟ ପ୍ରାକ୍ଟିସ୍ କରିଥିଲେ। ଏଥିପାଇଁ ନିଜକୁ ପ୍ରସ୍ତୁତ କରିଛନ୍ତି ବରୁଣ। ଗତକାଲି ବାରବାଟି ମ୍ୟାଚରେ ବରୁଣ ତିନି ଓଭରରେ ଦୁଇଟି ୱିକେଟ ନେବାରେ ସଫଳ ହୋଇଥିବା ବେଳେ ଗୋଟିଏ ମେଡେନ୍ ଓଭର ହାସଲ କରିଥିଲେ। ମାତ୍ର ୧୯ ରନ ଦେଇଥିଲେ ବରୁଣ ।

ନିୟନ୍ତ୍ରଣକୁ ଆସୁନି ଜାତୀୟ ରାଜଧାନୀ ଦିଲ୍ଲୀର ପ୍ରଦୂଷଣ

ନନ୍ଦିଘୋଷ ବ୍ୟୁରୋ : ନିୟନ୍ତ୍ରଣକୁ ଆସୁନି ଜାତୀୟ ରାଜଧାନୀ ଦିଲ୍ଲୀର ପ୍ରଦୂଷଣ। ଏବେବି ଖରାପ ସ୍ତରରେ ରହିଛି ଜାତୀୟ ରାଜଧାନୀର ବାୟୁ। ହାରାହାରି AQI ୨୬୯ ରେକର୍ଡ କରାଯାଇଛି। ଗତକାଲି ତୁଳନାରେ ଆଜି ପ୍ରଦୂଷଣରେ ସାମାନ୍ୟ ଆଶ୍ଵସ୍ତି ମିଳିଛି।   ୨୮ ତଦାରଖ ଷ୍ଟେସନରେ ବାୟୁର ମାନ ଖରାପ ଥିବା ରେକର୍ଡ କରାଯାଇଛି। ତେବେ ୯ଟି ଷ୍ଟେସନରେ ଏହାର ମାତ୍ରା ଅତି ଖରାପ ରହିଛି। ଦିଲ୍ଲୀର ଦ୍ଵାରକା ଓ ବୱାନା ଅଂଚଳରେ AQI ସର୍ବାଧିକ ୩ଶହ ଉପରେ ରେକର୍ଡ କରାଯାଇଛି। ଦ୍ଵାରକାରେ ଏକ୍ଯୁଆଇ ସର୍ବାଧିକ ୩୨୪ ରେକର୍ଡ ହୋଇଛି।ପ୍ରଦୂଷଣ ନିୟନ୍ତ୍ରଣକୁ ଆସୁନଥିବାରୁ କଟକଣା ଜାରି କରିଛନ୍ତି ରାଜ୍ୟ ସରକାର। ଦିଲ୍ଲୀରେ ଖୋଲାରେ ନିଆଁ ଜାଳିବା ଉପରେ କଟକଣା ଜାରି କରାଯାଇଛି। ନିଆଁ ଜାଳିଲେ କାର୍ଯ୍ୟାନୁଷ୍ଠାନ ଲାଗି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

ଯାତ୍ରା ପ୍ରଦର୍ଶନ ବେଳେ ତୁମୁଳ କାଣ୍ଡ ; କଳାକାର ନିଶା ମହାରଣା ନଆସିବାରୁ ତାତିଲେ ଦର୍ଶକ।

ନନ୍ଦିଘୋଷ ବ୍ୟୁରୋ : ଯାତ୍ରା ପ୍ରଦର୍ଶନ ବେଳେ ତୁମୁଳ କାଣ୍ଡ। କଳାକାର ନିଶା ମହାରଣା ନଆସିବାରୁ ତାତିଲେ ଦର୍ଶକ। କୋରାପୁଟ ଲକ୍ଷ୍ମୀପୁରରେ ଚାଲିଥିଲା ଏହି ଯାତ୍ରା। ଏଠାରେ ଯାତ୍ରା କଳାକାର ନିଶା ମହାରଣା ଯୋଗ ଦେବାର କାର୍ଯ୍ୟକ୍ରମ ଥିଲା। ତେବେ ନିଶା ମହାରଣା ନଯିବାରୁ ଦର୍ଶକ ଉତ୍ତେଜିତ ହୋଇଥିଲେ। ପୋଲିସର ଉପସ୍ଥିତରେ ଭଙ୍ଗାରୁଜା କରିଥିଲେ। ପେଣ୍ଡାଲ ଉପରକୁ ଚେୟାର ଫୋପାଡ଼ିଥିଲେ। ନିଶା ମହାରଣାଙ୍କୁ ପୋଲିସ ଯାତ୍ରାକୁ ଯିବାକୁ ଅନୁମତି ଦେଇନଥିଲା। ଏହାକୁ ନେଇ ତାତିଥିଲେ ଲୋକେ। ଯାତ୍ରା କମିଟିର ଏହି ଘୋଷଣା ପରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ନିଶା ମହାରଣା ଲକ୍ଷ୍ମୀପୁରରେ ଉପସ୍ଥିତ ଥିଲେ ମଧ୍ୟ ଯାତ୍ରା ପେଣ୍ଡାଲକୁ ଆସିପାରିନଥିଲେ। ପୋଲିସ ଯାତ୍ରା ପେଣ୍ଡାଲକୁ ନିଶା ମହାରଣାଙ୍କୁ ଛାଡି ନଥିଲା। ରାତି ଦୁଇଟା ରେ ନାଟକ ଆରମ୍ଭ ହେବା ମାତ୍ରେ ଦର୍ଶକଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା। ଚେୟାର ଫୋଫାଡ଼ିବା, ଭାଙ୍ଗିବା ସହ ବିଭିନ୍ନ ସାମଗ୍ରୀ ଭଂଗାରୁଜା କରିଥିଲେ।ଅଧାରୁ ବନ୍ଦ ହୋଇଗଲା ଅପେରା

ମିଳିଲା ମହିଳାଙ୍କ କଟାମୁଣ୍ଡ ; ନାମକୋଣ୍ଡା ପୋଟେରୁ ନଦୀରୁ କଟାମୁଣ୍ଡ ଠାବ

ନନ୍ଦିଘୋଷ ବ୍ୟୁରୋ : ମିଳିଲା ମହିଳାଙ୍କ କଟାମୁଣ୍ଡ। ମାଲକାନଗିରିରେ ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ଉଦ୍ଦାର ଘଟଣା। ମିଳିଛି ଜଣେ ମହିଳାଙ୍କ କଟାମୁଣ୍ଡ। ନାମକୋଣ୍ଡା ପୋଟେରୁ ନଦୀରୁ କଟାମୁଣ୍ଡ ଠାବ ହୋଇଥିବା ଜଣାପଡିଛି। ଗାଧୋଇବା ବେଳେ ଦେଖିଲେ ଗ୍ରାମବାସୀ। ରାଖାଲଗୁଡାର ମୃତ ମହିଳାଙ୍କ କଟାମୁଣ୍ଡ ହୋଇଥିବା ସନ୍ଦେହ କରାଯାଉଛି। ସେପଟେ ମାଲକାନଗିରିରେ ମହିଳାଙ୍କୁ ହତ୍ୟା ଘଟଣାରେ ଜଣେ ଅଭିଯୁକ୍ତ ଗିରଫ ହୋଇଛି। ଗିରଫ ଅଭିଯୁକ୍ତ ହେଲା ଏମଭି ୨୬ର ସୁଖରଞ୍ଜନ ମଣ୍ଡଳ। ଏନେଇ କୋରୁକୋଣ୍ଡା ଥାନାରେ ଏକ ମାମଲା ରୁଜୁ ହୋଇଛି। ପୂର୍ବରୁ ମହିଳାଙ୍କ ମୁଣ୍ଡ ମିଳିନଥିବାରୁ  ମାଟିରେ ନିର୍ମିତ ମୁଣ୍ଡ ସହ ମହିଳାଙ୍କ ଅନ୍ତିମ ସଂସ୍କାର କରାଯାଇଛି। ଗାଁରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଛି। ସ୍ଥିତି ସାମାନ୍ୟ ଆୟତ୍ତ ହୋଇଥିବା ବେଳେ, ପୋଲିସ ଛାଉଣି ସହ ସିସିଟିଭି ଲଗାଯାଇଛି। ଶାନ୍ତି ବଜାୟ ରଖିବା ସହ ମିଳିମିଶି ରହିବାକୁ ଶାନ୍ତି କମିଟି ବୈଠକରେ ଅପିଲ କରାଯାଇଛି। ପୋଲିସ ପ୍ରଶାସନ, ସ୍ଥାନୀୟ ବିଧାୟକ ଓ  ଅଞ୍ଚଳର ଜନ ପ୍ରତିନିଧି ଉପସ୍ଥିତ ରହି ଉତ୍ତ୍ୟକ୍ତ ଗ୍ରାମବାସୀଙ୍କୁ ବୁଝାସୁଝା କରିଛନ୍ତି। ଏମଭି-୨୬ ଗାଁର ମୋଟ ୧୮୮ ଘର ମଧ୍ୟରୁ ୧୬୩ଟି ଘର କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି। ନିଜ ଆସବାବପତ୍ରକୁ ଅନ୍ୟତ୍ର ସ୍ଥାନାନ୍ତର କରୁଛନ୍ତି ଗ୍ରାମବାସୀ। ସେହିପରି ଜିଲ୍ଲା ପ୍ରଶାସନ ପକ୍ଷରୁ କ୍ଷତିଗ୍ରସ୍ତ ପରିବାରକୁ ମୋଟ ୪ ଲକ୍ଷ ୩୦ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରିବାକୁ ଘୋଷଣା କରିଛନ୍ତି ଜିଲ୍ଲାପାଳ। ଅନ୍ୟପଟେ ଆଦିବାସୀ ମହାସଂଘ ସଭାପତି ବନ୍ଧୁ ମୁଦୁଲି ୭ଟି ଦାବି ରଖିଛନ୍ତି। ମାସକ ମଧ୍ୟରେ ଦୋଷୀକୁ ଗିରଫ କରିବା ସହ ଫାଶୀଦଣ୍ଡରେ ଦଣ୍ଡିତ କରିବା, ମୃତ ମହିଳାଙ୍କ ପରିବାରକୁ ୩୦ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ ସହ ଜବରଦଖଲ କରିଥିବା ଅଧିକ ଜମିକୁ ଗ୍ରାମସଭାକୁ ହସ୍ତାନ୍ତର କରିବାକୁ ଆଦିବାସୀ ମହାସଂଘ ଦାବି କରିଛି। ସ୍ଥିତିକୁ ନଜରରେ ରଖି ଇଣ୍ଟରନେଟ ସେବାକୁ ବନ୍ଦ ରଖାଯାଇଛି।

 

ପ୍ଲେୟର ଅଫ ଦି ମ୍ୟାଚ ପାଇବା ପରେ ଭାଇରାଲ ହେଉଛି ପାଣ୍ଡ୍ୟାଙ୍କ ଏହି ବୟାନ…

ନନ୍ଦିଘୋଷ ବ୍ୟୁରୋ : ବାରବାଟୀ ଷ୍ଟାଡିୟମରେ ଖେଳାଯାଇଥିବା ପ୍ରଥମ ଟି-୨୦ରେ ଭାରତ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୧୦୧ ରନର ବ୍ୟାପକ ବିଜୟ ହାସଲ କରିଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ତାଙ୍କ ଅଲରାଉଣ୍ଡ ପ୍ରଦର୍ଶନ ପାଇଁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚିତ କରାଯାଇଥିଲା। ପାଣ୍ଡ୍ୟା କହିଛନ୍ତି ଯେ ସେ ସର୍ବଦା ନିଜ ଦେଶକୁ ନିଜ ଆଗରେ ରଖନ୍ତି ଏବଂ ଯେତେବେଳେ ସୁଯୋଗ ପାଆନ୍ତି ସେ ତାଙ୍କର ସର୍ବୋତ୍ତମ ପ୍ରଦର୍ଶନ କରିଛନ୍ତି।

ହାର୍ଦ୍ଦିକ ପାଣ୍ଡ୍ୟା ସେପ୍ଟେମ୍ବର ମାସରେ ଶ୍ରୀଲଙ୍କା ବିପକ୍ଷରେ ଏସିଆ କପ୍ ୨୦୨୫ ମ୍ୟାଚ୍ ସମୟରେ ଆହତ ହୋଇଥିଲେ, ଯାହା ତାଙ୍କୁ କିଛି ସମୟ ପାଇଁ ଖେଳରୁ ଦୂରେଇ ରଖିଥିଲା। ସୟଦ ମୁସ୍ତାକ ଅଲି ଟ୍ରଫିରେ ତାଙ୍କର ପ୍ରଭାବଶାଳୀ ପ୍ରଦର୍ଶନ ପରେ, ପାଣ୍ଡ୍ୟା ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି୨୦ ସିରିଜ୍ ପାଇଁ ମନୋନୀତ ହେବା ପରେ ତାଙ୍କର ଫିଟନେସ୍ ପ୍ରମାଣିତ କରିଥିଲେ। ପାଣ୍ଡ୍ୟା ୨୮ ବଲ୍‌ରେ ୪ଟି ଛକା ଏବଂ ୬ଟି ଚୌକା ସହିତ ୫୯ ରନ୍‌ର ଅପରାଜିତ ଇନିଂସ ଖେଳିଥିଲେ। ଏହା ପରେ ସେ ୨ ଓଭର ବୋଲିଂ କରି ମାତ୍ର ୧୬ ରନ୍‌ ଦେଇ ୧ ୱିକେଟ୍ ନେଇଥିଲେ।

ପ୍ଲେୟାର ଅଫ୍ ଦି ମ୍ୟାଚ୍ ପୁରସ୍କାର ଜିତିବା ପରେ, ପାଣ୍ଡ୍ୟା କହିଥିଲେ, “ମୋତେ ମୋର ସଟ୍ ଉପରେ ବିଶ୍ୱାସ କରିବାକୁ ପଡିଲା। ମୁଁ ମୋର ବ୍ୟାଟିଂରେ ବହୁତ ସନ୍ତୁଷ୍ଟ ଥିଲି। ଫିଟନେସ୍ ଦୃଷ୍ଟିରୁ ଗତ ୬-୭ ମାସ ମୋ ପାଇଁ ବହୁତ ଭଲ ଥିଲା। ଗତ ୫୦ ଦିନ ଧରି ମୋ ପ୍ରିୟଜନଙ୍କଠାରୁ ଦୂରରେ ରହିବା, NCAରେ ସମୟ ବିତାଇବା, ପ୍ରତ୍ୟେକ ଦିଗ ଉପରେ କାମ କରିବା ଏବଂ ଯେତେବେଳେ ମୁଁ ପଡ଼ିଆକୁ ଆସି ଫଳାଫଳ ଦେଖେ, ଏହା ମୋତେ ଅତ୍ୟନ୍ତ ସନ୍ତୋଷ ଦିଏ।”

ସେ କହିଥିଲେ, “ଯେତେବେଳେ ତୁମେ ତୁମ ପରିଶ୍ରମର ଫଳ ପାଅ, ତାହା ବହୁତ ଖୁସି ଦେଇଥିଏ। ହାର୍ଦ୍ଦିକ ପାଣ୍ଡ୍ୟା କ’ଣ ଚାହାଁନ୍ତି ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ, ଭାରତ କ’ଣ ଚାହାଁନ୍ତି ତାହା ଗୁରୁତ୍ୱପୂର୍ଣ୍ଣ। ଯେତେବେଳେ ମୋତେ ସୁଯୋଗ ମିଳେ, ମୁଁ ମୋର ସର୍ବୋତ୍ତମ ଦେବାକୁ ଚେଷ୍ଟା କରେ। କିଛି ଦିନ ଭଲ ଥାଏ, କିଛି ନୁହେଁ, କିନ୍ତୁ ମାନସିକତା ସର୍ବଦା ମୋତେ ସାହାଯ୍ୟ କରେ। ମୋ କ୍ୟାରିୟର ମଧ୍ୟରେ, ମୁଁ କେଉଁ ଦଳ ପାଇଁ ଖେଳିଥିଲି ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ, ମୁଁ ମୋର ଦଳକୁ ପ୍ରଥମେ ଏବଂ ମୋ ଦେଶକୁ ପ୍ରଥମେ ରଖିବାକୁ ଚେଷ୍ଟା କରିଛି।”

 

 

ଇଣ୍ଡିଗୋ ଅଚଳାବସ୍ଥା ଜାରି ; ସକାଳୁ ସକାଳୁ ଅନେକ ବିମାନ ବାତିଲ ହୋଇଥିବାରୁ ଯାତ୍ରୀ ହନ୍ତସନ୍ତ

ନନ୍ଦିଘୋଷ ବ୍ୟୁରୋ : ଇଣ୍ଡିଗୋ ଅଚଳାବସ୍ଥା ଜାରି। ସକାଳୁ ସକାଳୁ ଅନେକ ବିମାନ ବାତିଲ ହୋଇଥିବାରୁ ଯାତ୍ରୀ ହନ୍ତସନ୍ତ ହେଉଛନ୍ତି। ସେପଟେ ବିମାନ ଚଳାଚଳ  ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ଏବଂ  ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏବଂ ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ଅଧିକାରୀମାନେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହିତ ସାକ୍ଷାତ କରି ଇଣ୍ଡିଗୋର ବିମାନ ଉଡ଼ାଣ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ବିମାନବନ୍ଦରରେ ଫେରସ୍ତ, ହଜିଯାଇଥିବା ବ୍ୟାଗେଜ ଏବଂ ଭିଡ଼ ପରିଚାଳନା ସମ୍ବନ୍ଧୀୟ ଯାତ୍ରୀଙ୍କ ଅଭିଯୋଗର ସମାଧାନ ପାଇଁ ପଦକ୍ଷେପଗୁଡ଼ିକର ସମୀକ୍ଷା କରିଥିଲେ।

ବୈଠକରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁ ଇଣ୍ଡିଗୋର ସିଇଓ ପିଟର ଏଲବର୍ସଙ୍କୁ ଭେଟିବା ପରେ ଆଲୋଚନା ହୋଇଥିଲା। ଇଣ୍ଡିଗୋ ବିମାନ କମ୍ପାନୀ ବିରୋଧରେ କେନ୍ଦ୍ର ସରକାରଙ୍କ ଗୋଟିଏ ପରେ ଗୋଟିଏ କାର୍ଯ୍ଯାନୁଷ୍ଠାନ ନେବା ଆରମ୍ଭ କରିଛନ୍ତି। କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଭାରତରେ ଇଣ୍ଡିଗୋ କମ୍ପାନୀର ବିମାନ ଉଡ଼ାଣକୁ ୧୦ ପ୍ରତିଶତ ହ୍ରାସ କରିଛନ୍ତି। ଇଣ୍ଡିଗୋ ଏୟାରଲାଇନସର ବେପରୁଆ ବିମାନସେବା ନେଇ ପୂର୍ବରୁ କେନ୍ଦ୍ର ସରକାର ୫ ପ୍ରତିଶତ ଫ୍ଲାଇଟ ବାତିଲ କରିଥିଲେ। ଏବେ ଶୀତଋତୁ ଚାଲୁଥିବାରୁ ବହୁ ଲୋକ ବିଭିନ୍ନ ପର୍ଯ୍ଯଟନ ସ୍ଥଳୀ ଯିବାକୁ ପସନ୍ଦ କରନ୍ତି। ଏଥିପାଇଁ ଧୀରେ ଧୀରେ ବିମାନଯାତ୍ରୀଙ୍କୁ ଇଣ୍ଡିଗୋ ବିମାନସେବାରୁ ନିବୃତ୍ତ କରି ଅନ୍ଯ ଏୟାରଲାଇନର ବିମାନରେ ଯାତ୍ରା କରିବାକୁ ପଦକ୍ଷେପ ନେଇଛନ୍ତି। ଇଣ୍ଡିଗୋ କମ୍ପାନୀ ପକ୍ଷରୁ ଦୈନିକ ୨୨୦୦ ଉଡ଼ାଣ ନେଇ ରୋଷ୍ଟର କରିଥିଲା। କିନ୍ତୁ ବିମାନଯାତ୍ରୀଙ୍କ ସମସ୍ଯାକୁ ଦେଖି ଇଣ୍ଡିଗୋ କମ୍ପାନୀର ୨୧୬ ଉଡାଣକୁ ବାତିଲ କରିଛନ୍ତି କେନ୍ଦ୍ର ସରକାର। ଏବେ ୧୮୦୦ ଉଡ଼ାଣ ଭରିବାକୁ ଇଣ୍ଡିଗୋକୁ ଅନୁମତି ମିଳିଛି। କ୍ରୁଉ ମେମ୍ବରଙ୍କ ରୋଷ୍ଟରକୁ ନେଇ କମ୍ପାନୀ ପରି କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକୁ ଅଣଦେଖା କରିଛି ତାକୁ ନେଇ କେନ୍ଦ୍ର ସରକାର କଡ଼ା ଆଭିମୁଖ୍ଯ ଗ୍ରହଣ କରିଛନ୍ତି। ଖୁବଶୀଘ୍ର କମ୍ପାନୀ ବିରୋଧରେ କାର୍ଯ୍ଯାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ।

ଆନ୍ଦୋଳନକୁ ଓହ୍ଲାଇଲା ଓଡିଶା କନିଷ୍ଠ ଶିକ୍ଷକ ସଂଘ ; ଭୁବନେଶ୍ବର ଲୋୟର୍ ପିଏମଜିରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଧାରଣାରେ ବସିଲା ସଂଘ

ନନ୍ଦିଘୋଷ ବ୍ୟୁରୋ :ଆନ୍ଦୋଳନକୁ ଓହ୍ଲାଇଲା ଓଡିଶା କନିଷ୍ଠ ଶିକ୍ଷକ ସଂଘ I ଭୁବନେଶ୍ବର ଲୋୟର୍ ପିଏମଜିରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣାରେ ବସିଲା ସଂଘ  । ଠିକା କର୍ମଚାରୀ ଭାବେ ଶିଶୁ ବଟିକା ଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସାରା ରାଜ୍ୟରେ ୧୩ ହାଜରରୁ ଉର୍ଦ୍ଧ୍ବ କାର୍ଯ୍ୟରତ ଥିବାବେଳେ ସରକାର ଦୃଷ୍ଟି ଦେଉନାହାନ୍ତି। କନିଷ୍ଠ ଶିକ୍ଷକ ମାନଙ୍କୁ ନିୟମିତ କରିବା ପାଇଁ ଅଗଷ୍ଟ ୨୨ରେ ରାଜ୍ୟ ସରକାର ଘୋଷଣା କରିଥିଲେ। ହେଲେ ୪ ମାସ ବିତିଯାଇଥିଲେ ବି ସୁଦ୍ଧା କନିଷ୍ଠ ଶିକ୍ଷକ ମାନଙ୍କୁ ନିୟମିତ କରିବା ପାଇଁ ବାହାରୁନି ସରକାରୀ ନିର୍ଦ୍ଦେଶ ନାମା । ଯାହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛି ସଂଘ I

 

ବିଶ୍ୱର ପ୍ରଥମ ଦେଶ ଭାବେ ସୋସିଆଲ ମିଡିଆ ବ୍ୟାନ କଲା ଅଷ୍ଟ୍ରେଲିଆ

ନନ୍ଦିଘୋଷ ବ୍ୟୁରୋ: ପିଲାମାନଙ୍କୁ ସୋସିଆଲ ମିଡିଆର କୁପ୍ରଭାବରୁ ରକ୍ଷା କରିବା ପାଇଁ ଅଷ୍ଟ୍ରେଲିଆ ଏକ ଐତିହାସିକ ପଦକ୍ଷେପ ନେଇଛି। ବୁଧବାର ମଧ୍ୟରାତ୍ରିରୁ ଅଷ୍ଟ୍ରେଲିଆ ୧୬ ବର୍ଷରୁ କମ୍ ବୟସର ପିଲାମାନଙ୍କ ପାଇଁ ସୋସିଆଲ ମିଡିଆକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରିବାରେ ବିଶ୍ୱର ପ୍ରଥମ ଦେଶ ପାଲଟିଛି।

ଏହି ନିଷେଧାଦେଶରେ ଟିକଟକ୍, ୟୁଟ୍ୟୁବ୍, ଏବଂ ଇନଷ୍ଟାଗ୍ରାମ ଓ ଫେସବୁକ୍ ସମେତ ୧୦ଟି ବୃହତ ପ୍ଲାଟଫର୍ମ ଅନ୍ତର୍ଭୁକ୍ତ। ନୂତନ ଆଇନ ଅନୁଯାୟୀ, ଯଦି ପ୍ଲାଟଫର୍ମଗୁଡ଼ିକ ୧୬ ବର୍ଷରୁ କମ୍ ପିଲାଙ୍କୁ ବ୍ଲକ୍ ନ କରନ୍ତି, ତେବେ ସେମାନଙ୍କୁ ୪୯.୫ ନିୟୁତ ଅଷ୍ଟ୍ରେଲୀୟ ଡଲାର (ପ୍ରାୟ ୩୩ ନିୟୁତ ଆମେରିକୀୟ ଡଲାର) ପର୍ଯ୍ୟନ୍ତ ଜୋରିମାନା ଦେବାକୁ ପଡିବ।

ଅଭିଭାବକ ଏବଂ ଶିଶୁ ଅଧିକାର ଆଡଭୋକେଟ୍‌ମାନେ ଏହି ନିଷ୍ପତ୍ତିକୁ ପ୍ରଶଂସା କରିଥିବାବେଳେ ପ୍ରମୁଖ ଟେକ୍ କମ୍ପାନୀଗୁଡ଼ିକ ଏହାର ସମାଲୋଚନା କରିଛନ୍ତି। କର୍ଟିନ ୟୁନିଭରସିଟିର ଇଣ୍ଟରନେଟ୍ ଷ୍ଟଡିଜ୍ ପ୍ରଫେସର ତାମା ଲିଭର୍ କହିଛନ୍ତି ଯେ ଅଷ୍ଟ୍ରେଲିଆ ଏହିପରି ପ୍ରତିବନ୍ଧକ ଲଗାଇବାରେ ପ୍ରଥମ ହେଲେ ମଧ୍ୟ ଏହା ଶେଷ ହେବାର ସମ୍ଭାବନା କମ୍। ଡେନମାର୍କରୁ ମାଲେସିଆ ପର୍ଯ୍ୟନ୍ତ ଅନେକ ସରକାର ସମାନ ପଦକ୍ଷେପ ନେବାକୁ ଯୋଜନା କରୁଛନ୍ତି।

ଆରମ୍ଭରେ ୧୦ଟି ପ୍ଲାଟଫର୍ମ ପାଇଁ ଏହି ନିଷେଧାଦେଶ ଲାଗୁ ହେଉଥିବାବେଳେ, ବୟସ ନିଶ୍ଚିତ କରିବା ପାଇଁ ଫଟୋ କିମ୍ବା ଅନଲାଇନ କାର୍ଯ୍ୟକଳାପ ଆଧାରରେ ପ୍ଲାଟଫର୍ମଗୁଡ଼ିକ ବୟସ ଆକଳନ ଟେକ୍ନୋଲୋଜିର ବ୍ୟବହାର କରିବେ।