spot_img
Home Blog Page 200

ନୋ ହେଣ୍ଡସେକ ବିବାଦରେ ବଡ଼ ଖୁଲାସା, ଅସଲ ଦୋଷୀ ପାକିସ୍ତାନ !

ନନ୍ଦିଘୋଷ ବ୍ୟୁରୋ :  ୧୪ ସେପ୍ଟମ୍ବରରେ ଖେଳାଯାଇଥିବା ଭାରତ ଓ ପାକିସ୍ତାନ ମ୍ୟାଚରେ ଉଭୟ ଦେଶର ଖେଳାଳି ହେଣ୍ଡସେକ୍ ନ କରିବାକୁ ନେଇ ଏକ ବିବାଦ ଉଠିଛି । ଏବେ ଏହି ମାମଲାକୁ ନେଇ ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଛି । ଗଣମାଧ୍ୟମ ରିପୋର୍ଟ ଅନୁସାରେ ମ୍ୟାଚ୍ ରେଫରି ଆଣ୍ଡି ପାଇକ୍ରଫ୍ଟକୁ ଆଇସିସି ନିର୍ଦ୍ଦେଶ ଦେଇଛି କି, ଟସ ସମୟରେ ଭାରତ ଓ ପାକିସ୍ତାନ ଖେଳାଳି ହାତ ମିଳାଇବେ ନାହିଁ ।

ଆଉ ଏକ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଭାରତ-ପାକିସ୍ତାନ ମ୍ୟାଚର ଗୋଟିଏ ଦିନ ପରେ, ପିସିବି ଆଇସିସିକୁ ମେଲ କରିଥିଲା । ଯେଉଁଥିରେ ସେ ମ୍ୟାଚ ରେଫରି ଟସ ସମୟରେ ନିୟମ ପାଳନ କରିନଥିବା ଦାବି କରିଥିଲା । ଆଇସିସି ସଙ୍ଗେସଙ୍ଗେ ଏହି ମାମଲାର ତଦନ୍ତ କରି ପିସିବିକୁ ଏହାର ଜବାବ ଦେଇଥିଲା । ଆଉ ମ୍ୟାଚ ରେଫରି ନିଜ ଆଚରଣ ଉଲ୍ଲଂଘନ କରିନଥିବା କଥା କହିଥିଲା । ଇମେଲରେ ଏହା ମଧ୍ୟ ଦର୍ଶାଯାଇଥିଲା କି, ଟସ୍ ସମୟରେ ହାତ ନମିଳାଇବା ଏସିସିର ନିର୍ଦ୍ଦେଶକୁ ପାଳନ କରାଯାଇଛି । ସବୁଠୁ ବଡ଼ କଥା ହେଲେ ଏସିସି ଅଧ୍ୟକ୍ଷ ପିସିବିର ମୁଖ୍ୟ ମୋହସିନ ନକବି ଅଛନ୍ତି । ଯଦି ଏସିସି ଏହି ନିର୍ଦ୍ଦେଶ ଦେଇଛି ତାହା ହେଲେ ଏହା ମୋହସିନ ନକବିଙ୍କ ନିର୍ଦ୍ଦେଶରେ ହୋଇଛି ବୋଲି ଧରାଯିବ । ଆଇସିସି ପାଇକ୍ରଫ୍ଟଙ୍କ ପ୍ରଶଂସା କରିବା ସହ ସେ ନିଜ କାର୍ଯ୍ୟ ଭଲ ଭାବରେ ସମ୍ପାଦନ କରିଥିବା କଥା କହିଛି । ଅ

ଅନ୍ୟପଟେ ପାକିସ୍ତାନ ବୋର୍ଡ ମଧ୍ୟ ସେମାନଙ୍କର ଦାବି ପୂରଣ ନ ହେଲେ ୟୁଏଇ ବିପକ୍ଷ ମ୍ୟାଚ୍ ସମେତ ଟୁର୍ଣ୍ଣାମେଣ୍ଟ ବର୍ଜନ କରିବାକୁ ଧମକ ଦେଇଥିଲା। ବୁଧବାର ଦିନ, ପିସିବି ଦ୍ୱିତୀୟ ଥର ପାଇଁ ଆଇସିସିକୁ ଇମେଲ୍ କରି ତାର ଦାବିଗୁଡ଼ିକୁ ଦୋହରାଇଥିଲା। ମ୍ୟାଚ ରେଫରିର ଭୂମିକାକୁ ନେଇ ପ୍ରଶ୍ନ ଉଠାଇଥିଲା । କିନ୍ତୁ ଏହାର ଜବାବରେ  ଆଇସିସି ଆଧିକ ସୂଚନା ମାଗିଥିଲା । ଯାହାର ଉତ୍ତର ଏଯାଏଁ ପିସିବି ଦେଇନି ।

୧୭ ସେପ୍ଟେମ୍ବରରେ ପାକିସ୍ତାନ ଦଳ ସମୟ ମଧ୍ୟରେ ପଡ଼ିଆକୁ ଯାଇ ନଥିଲା ଏବଂ ଯେତେବେଳେ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଯିବାକୁ ଲାଗିଲା, ସେତେବେଳେ ମ୍ୟାଚ୍ ରେଫରି ଆଣ୍ଡି ପାଇକ୍ରଫ୍ଟ ନିଜେ ଏକ ପରାମର୍ଶ ଦେଇଥିଲେ। ସେ ପାକିସ୍ତାନୀ ଅଧିନାୟକ ସଲମାନ ଆଗା ଏବଂ ମ୍ୟାନେଜର ନାଭିଜ୍ ଆକ୍ରମ ଚିମାଙ୍କ ସହିତ ଏକ ବୈଠକ ଡାକିଥିଲେ। ଦୁବାଇ ଇଣ୍ଟରନ୍ୟାସନାଲ୍ ଷ୍ଟାଡିୟମରେ ମ୍ୟାଚ୍ ରେଫରିଙ୍କ ରୁମରେ ପ୍ରଶିକ୍ଷକ ମାଇକ୍ ହେସନ୍ ମଧ୍ୟ ଉପସ୍ଥିତ ଥିଲେ  । ପାଇକ୍ରଫ୍ଟ ଭୁଲ ବୁଝାମଣା ବିଷୟରେ ଆଲୋଚନା କରିଥିବା ଜଣାପଡ଼ିଛି। ରିପୋର୍ଟ ଅନୁଯାୟୀ ପାଇକ୍ରଫ୍ଟ କ୍ଷମା ମାଗି ନାହାଁନ୍ତି। ବୈଠକର ଏକ ଭିଡିଓ, ଯାହାର କୌଣସି ଶବ୍ଦ ନାହିଁ, ଭାଇରାଲ ହେଉଛି। ପିସିବି ଦାବି କରୁଛି ଯେ ମ୍ୟାଚ୍ ରେଫରି କ୍ଷମା ମାଗିଛନ୍ତି, କିନ୍ତୁ ବର୍ତ୍ତମାନ ଏହି ରିପୋର୍ଟ ପାକିସ୍ତାନକୁ ପର୍ଦ୍ଦାଫାସ କରିଛି।

କନେଷ୍ଟବଳ ଶୁଭମିତ୍ରା ହତ୍ୟା ଘଟଣା : ମର୍ଡର ପରେ ପୋଲିସ ସେବା ଭବନ ପାର୍କିଂରେ ମୃତଦେହ ରଖିଥିଲା ହତ୍ୟାକାରୀ..

ଭୁବନେଶ୍ବର : କନେଷ୍ଟବଳ ଶୁଭମିତ୍ରା ମର୍ଡର କେସରେ ବଡ଼ ଅପଡେଟ। ପୋଲିସ ସେବା ଭବନ ପାର୍କିଂରେ ଥିଲା ମୃତଦେହ। ୬ ତାରିଖରେ ମର୍ଡର ପରେ ସିପି ଅଫିସ ପାର୍କିଂରେ  ହତ୍ୟାକାରୀ ରଖିଥିଲା ମୃତଦେହ। କାର ଭିତରେ ମୃତଦେହ ରଖି ଡ୍ୟୁଟି କରିଥିଲା କିଲର ଦୀପକ। ଅପରାହ୍ନ ୩ଟାରୁ ୪ ଟା ୧୫ ପର୍ଯ୍ୟନ୍ତ ପୋଲିସ ସେବା ଭବନ ପାର୍କିଂରେ ଥିଲା କାର। ଡ୍ୟୁଟି କରିବାକୁ ଆସି କାର ଭିତରେ ରଖିଥିଲା ମୃତଦେହ। ପ୍ରାୟ ୧ ଘଣ୍ଟାରୁ ଅଧିକ ସମୟ ପାର୍କିଂରେ ଥିଲା ମୃତଦେହ। ଅଫିସ କାମ ସାରି ମୃତଦେହକୁ କେନ୍ଦୁଝର ନେଇଥିଲା ଦୀପକ। ନନ୍ଦିଘୋଷ ଟିଭିକୁ ଏହି ସୂଚନା ଦେଇଛନ୍ତି ବରିଷ୍ଠ ଅଧିକାରୀ ।

ଗତକାଲି ଏହି ବହୁଚର୍ଚ୍ଚିତ ଘଟଣା ଉପରୁ ହଟିଥିଲା ପରଦା। ପତ୍ନୀକୁ ମାରି କାର ଡିକିରେ ପୂରାଇ କେନ୍ଦୁଝର ଘଟଗାଁ ନିକଟ ଏକ ଜଙ୍ଗଲରେ ନେଇ ପୋତିଥିଲା ଅଭିଯୁକ୍ତ। ପୋତାଯାଇଥିବା ସ୍ଥାନରେ ଜେସିବି ସହାୟତାରେ ଖୋଳି ଶବ ବାହାର କରିଥିଲା ପୋଲିସ। ହତ୍ୟା ଘଟଣାରେ ଅଭିଯୁକ୍ତ ସ୍ଵାମୀ କନଷ୍ଟେବ ଦୀପକ ରାଉତକୁ ଘଟଗାଁ ଥାନାକୁ ନେଇ ଜେରା କରିଥିଲା  କମିଶନରେଟ ପୋଲିସ। ଘଟଗାଁ ଥାନାରେ ଜେରା ପରେ ଶୁଭମିତ୍ରା ସାହୁଙ୍କ ମୃତଦେହ ପୋତା ଯାଇଥିବା ସ୍ଥାନକୁ ନେଇଥିଲା କମିଶନରେଟ ପୋଲିସ। ମୃତଦେହ ପୋତିବାରେ ସହାୟତା କରିଥିବା ଦୀପକଙ୍କ ମାଉସୀ ପୁଅ ଭାଇକୁ ମଧ୍ୟ ପୋଲିସ ଗିରଫ କରିଥିଲା।

ବିଧାନସଭାରେ ଚୋରୀ ଅଭିଯୋଗ: ଆବଶ୍ୟକ ପଦକ୍ଷେପ ନେବାକୁ କଂଗ୍ରେସର ଦାବି

ବିଧାନସଭାରେ ଚୋରୀ ଅଭିଯୋଗ। ଗତ ମାର୍ଚ୍ଚ ୨୬ ତାରିଖ ଅପରାହ୍ନ ପ୍ରାୟ ଅଢେଇଟା ବେଳକୁ ବିଧାନସଭା ଭିତରେ କଂଗ୍ରେସ ବିଧାୟକଙ୍କ କିଛି ଦାମୀ ସାମଗ୍ରୀ ଚୋରୀ ହୋଇଥିଲା। ବିଧାୟକଙ୍କ ସୁନା ଚେନ, ଦାମୀ ଘଣ୍ଟା, ଚସମା, ପ୍ୟାଣ୍ଟ, ସାର୍ଟ ଓ ଅନ୍ୟାନ୍ୟ ଦାମୀ ସାମଗ୍ରୀ ଚୋରୀ ହୋଇଥିଲା। ଏନେଇ ସେ ସମୟରେ ବିଧାନସଭା ସଚିବାଳୟର ଦୃଷ୍ଟି ଆକର୍ଷଣ କରିଥିଲେ। କିନ୍ତୁ ଆଜି ପର୍ଯ୍ୟନ୍ତ ଚୋରୀ ସାମଗ୍ରୀ ବିଧାୟକଙ୍କୁ ହସ୍ତାନ୍ତର କରାଯାଇନି। ଏନେଇ ଆଜି ପୁଣି ଥରେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଚୋରୀ ସାମଗ୍ରୀ କିଭଳି ଉଦ୍ଧାର ହେବ ସେନେଇ ଆବଶ୍ୟକ ପଦକ୍ଷେପ ନେବାକୁ କାଡାମ ଦାବି କରିଛନ୍ତି

ପରିବର୍ତ୍ତନ ହେବନି OTET ପରୀକ୍ଷା ତାରିଖ, ସେପ୍ଟେମ୍ବର ୨୭ରେ ହିଁ ହେବ ପରୀକ୍ଷା: ଗଣଶିକ୍ଷା ମନ୍ତ୍ରୀ

ପରିବର୍ତ୍ତନ ହେବନି OTET ପରୀକ୍ଷା ତାରିଖ। ସେପ୍ଟେମ୍ବର ୨୭ ତାରିଖରେ ହିଁ ହେବ ପରୀକ୍ଷା। ଏହି ପରୀକ୍ଷା ଠିକ ଭାବେ କରିବାକୁ ସବୁ ଆୟୋଜନ ହୋଇଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି। ତେବେ ଶିକ୍ଷକମାନେ ସେପ୍ଟେମ୍ବର ୨୭କୁ ନେଇ ଆପତ୍ତି ଉଠାଇଥିଲେ। କାରଣ ସେଦିନ କାର୍ଯ୍ୟ ଦିବସ ରହିଛି। ପରୀକ୍ଷା ଦେବେ ନା ସ୍କୁଲକୁ ଯିବେ ଏନେଇ ଶିକ୍ଷକମାନଙ୍କ ଦ୍ୱନ୍ଦ୍ୱ ଦୂର ହୋଇପାରିନି। ସେପଟେ OTET ତାରିଖ ପରିବର୍ତ୍ତନ ନହେବା ନେଇ ଗଣଶିକ୍ଷା ମନ୍ତ୍ରୀ କହିବା ପରେ ଶିକ୍ଷକ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। କାର୍ଯ୍ୟ ଦିବସରେ କେମିତି ଶିକ୍ଷକ ପରୀକ୍ଷା ଦେବାକୁ ଯିବେ ବୋଲି କହିଛି ଶିକ୍ଷକ ସଂଘ। କାର୍ଯ୍ୟ ଦିବସରରେ ପରୀକ୍ଷାକୁ ନେଇ ଚିନ୍ତାରେ ପଡିଛନ୍ତି। ସେପ୍ଟେମ୍ବର 22 ରୁ 27 ଯାଏଁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ଅର୍ଦ୍ଧବାର୍ଷିକ ପରୀକ୍ଷା କରିବାକୁ ସରକାର କ୍ୟାଲେଣ୍ଡର ଜାରି କରିଛନ୍ତି। 75 ହଜାର ଶିକ୍ଷକ ସ୍ୱତନ୍ତ୍ର OTET ଦେଉଥିବାରୁ ବିଦ୍ୟାଳୟ କେମିତି ଚାଲିବ ଓ 27 ତାରିଖରେ କେମିତି ପିଲାମାନଙ୍କ ପରୀକ୍ଷା ପରିଚାଳନା କରିବେ ଏହାକୁ ନେଇ ଚିନ୍ତା। କମ ଶିକ୍ଷକ ଥିବା ସ୍କୁଲର ଶିକ୍ଷକ ଯଦି OTET ଦେବାକୁ ଯିବେ ତାହେଲେ ସେପ୍ଟେମ୍ବର 27ରେ ସ୍କୁଲ ଖାଲି ପଡ଼ିଯିବ। କଣ ଭାବିକି 28 ପରିବର୍ତ୍ତେ 27ରେ ପରୀକ୍ଷା କଲେ ସରକାର

ଆମ ବସ କର୍ମଚାରୀଙ୍କ ଦାଦାଗିରି: କଣ୍ଡକ୍ଟରଙ୍କ ମାଡ଼ରେ ଯାତ୍ରୀଙ୍କ ମୁଣ୍ଡ ଫାଟିଲା

ଆମ ବସ କର୍ମଚାରୀଙ୍କ ଦାଦାଗିରି । ଭୁବନେଶ୍ବର ୟୁନିଟ ୮ ମାର୍କେଟ ପାଖରେ ଥିବା ବସଷ୍ଟପର ଘଟଣା  । ଯାତ୍ରୀ ଜଣଙ୍କ ବସକୁ ଚଢ଼ୁଥିବା ବେଳେ ହୋଇଥିଲା ଯୁକ୍ତିତର୍କ। ବସ୍ ବାହାରକୁ ବାହାର କରି ଦେବା ସହିତ କଣ୍ଡକ୍ଟର ଜଣଙ୍କ ବାହାରକୁ ଆସି ଶକ୍ତ ଚାପୁଡ଼ା ମାରୁଥିବାର ଦେଖିବାକୁ ମିଳିଛି । ପୁଣି ରାସ୍ତା କଡରେ ତାର ଜାଲିରେ ପକାଇ ମାରିବାରୁ ବ୍ୟକ୍ତିଙ୍କ ମୁଣ୍ଡ ଫାଟି ଯାଇଥିବାବେଳେ ସ୍ଥାନୀୟ ଲୋକ ଉଦ୍ଧାର କରି ହସ୍ପିଟାଲକୁ ନେଇଛନ୍ତି । ସେପଟେ ବସ କଣ୍ଡକ୍ଟର କହିବାନୁସାରେ ଯାତ୍ରୀ ଜଣଙ୍କ ନିଶା ଖାଇଥିଲେ। ସେଥିପାଇଁ ସେ ତାଙ୍କୁ ମାରିଲେ। ସେପଟେ ଦିନକୁ ଦିନ ଆମ ବସର ଦାଦାଗିରି ବଢି ଚାଲିଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି । ସବୁଦିନ କିଛି ନା କିଛି ଘଟଣାରେ ଯାତ୍ରୀ ମାନଙ୍କ ସହିତ ସେମାନେ ଦୁର୍ବ୍ୟବହାର କରୁଛନ୍ତି । ଆଉ ଆଜି ଜଣକୁ ମାରି ମୁଣ୍ଡ ଫଟାଇ ଦେଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ ।

ରାସ୍ତାପାଇଁ ରାସ୍ତା ରୋକ: ପୁଣି ଜାତୀୟ ରାଜପଥ 326 ଅବରୋଧ କଲେ ଗ୍ରାମବାସୀ ଓ ବଣିକ ସଂଘ

ରାସ୍ତାପାଇଁ ରାସ୍ତା ରୋକ । ପୁଣି ଜାତୀୟ ରାଜପଥ 326 ଅବରୋଧ କଲେ ଗ୍ରାମବାସୀ ଓ ବଣିକ ସଂଘ । ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ପଳାସପୁର ଛକରେ ରାସ୍ତା ଅବରୋଧ କରିଛନ୍ତି । ଆସିକା ସେରଗଡ଼- ଦିଗପହଣ୍ଡି ବ୍ରହ୍ମପୁର ମୁଖ୍ୟ ରାସ୍ତାର କାମ ନିମ୍ନମାନର ହୋଇଥିବା ଅଭିଯୋଗ। ଖାଲ ଖମା ଯୋଗୁଁ ଘଟୁଛି ଦୁର୍ଘଟଣା । ଠିକାଦାରଙ୍କ ମନମୁଖୀ କାର୍ଯ୍ୟ ପାଇଁ ରାସ୍ତାରୋକ ହୋଇଥିବାବେଳେ ଉଭୟ ପାଶ୍ୱରେ ଅଟକିଛି ଗାଡି ମୋଟର । ଖବର ପାଇ ପାଟପୁର ପୋଲିସ ଓ ସାନଖେମୁଣ୍ଡି ତହସିଲଦାର ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ପ୍ରତିଶୃତି ଦେବାପରେ ହଟିଲା ରାସ୍ତାରୋକ ।

ଭୋଟ ଚୋରି ପ୍ରସଙ୍ଗ: ECI ଓ ବିଜେପିକୁ ପୁଣି ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କ ଟାର୍ଗେଟ୍‌

ଭୋଟ ଚୋରି ପ୍ରସଙ୍ଗ ନେଇ ପୁଣି ଥରେ ଭାରତୀୟ ନିର୍ବାଚନ କମିଶନ ଓ ବିଜେପିକୁ ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କ ଟାର୍ଗେଟ। ଆଗକୁ ବିହାର ନିର୍ବାଚନ ହେବାକୁ ଥିବାବେଳେ ରାହୁଲ ଗାନ୍ଧୀ ପୁଣି ଥରେ ଭୋଟ ଚୋରି ପ୍ରସଙ୍ଗ ଉଠାଇଛନ୍ତି। ସେ ନିର୍ବାଚନ କମିଶନଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛ। ଭୋଟର ତାଲିକାରୁ ଅନେକ ଲୋକଙ୍କ ନାମକୁ ବାଦ ଦିଆଯାଇଥିବା ଅଭିଯୋଗ କରିଛନ୍ତି ରାହୁଲ ଗାନ୍ଧି। ସାମ୍ବାଦିକ ସମ୍ମିଳନୀରେ ରାହୁଲ ଗାନ୍ଧୀ କହିଛନ୍ତି, ଭୋଟ ଚୋରି ବିଷୟରେ ଯାହା ମୁଁ କହୁଛି, ତାହା ବହୁତ ଦାୟିତ୍ୱର ସହିତ କହୁଛି।ପାଖରେ ଏହାର ପ୍ରମାଣ ଅଛି ବୋଲି। ସେ କହିଛନ୍ତି ଯେ ଭୋଟର ତାଲିକାରୁ ଅନେକ ଲୋକଙ୍କ ନାମ ବାଦ ଦିଆଯାଇଛି। ଏହା ହାଇଡ୍ରୋଜେନ୍ ବୋମା ନୁହେଁ ହାଇଡ୍ରୋଜେନ୍ ବୋମା ଆସୁଛି ବୋଲି କହିଛନ୍ତି ରାହୁଲ। ନିର୍ବାଚନରେ କିପରି ହେରଫେର ହେଉଛି ତାହା ଦେଶର ଯୁବପିଢ଼ିଙ୍କୁ ଦେଖାଇବା ଏବଂ ବୁଝାଇବା ଦରକାର। କର୍ଣ୍ଣାଟକର ଆଲାଣ୍ଡ ନିର୍ବାଚନମଣ୍ଡଳୀରେ ବ୍ୟାପକ ହେରଫେର କରାଯାଇଛି।

ତାଲିକାରୁ ୬ ହଜାର ୧୮ ଭୋଟ୍ ହଟାଇବାକୁ କେହି ଚେଷ୍ଟା କରିଥିଲେ।୨୦୨୩ ନିର୍ବାଚନରେ ଆଲାଣ୍ଡରେ କେତେ ଭୋଟ୍ ଡିଲିଟ୍ ହୋଇଥିଲା ତାହାର ସ୍ପଷ୍ଟ ତଥ୍ୟ ନାହିଁ । ଏହି ସଂଖ୍ୟା ୬ ହଜାରରୁ ବହୁତ ଅଧିକ। ସେହି ୬ ହଜାର ଭୋଟ ଡିଲିଟ୍ କରୁଥିବା ସମୟରେ ଜଣେ ଧରାପଡ଼ିଥିଲେ। ରାହୁଲ ଗାନ୍ଧୀ କର୍ଣ୍ଣାଟକର କିଛି ଭୋଟରଙ୍କ ଉଦାହରଣ ଦେଇ ଏହି ତଥ୍ୟ ରଖିଥିଲେ।ସାମ୍ବାଦିକ ସମ୍ମିଳନୀ ସମୟରେ ସେମାନଙ୍କ ମଧ୍ୟରୁ କିଛି ଲୋକଙ୍କୁ ମଞ୍ଚ ଉପରେ ଡାକିଥିଲେ ରାହୁଲ। ସାମ୍ବାଦିକ ସମ୍ମିଳନୀ ସମୟରେ ଜଣେ ବ୍ୟକ୍ତି କହିଥିଲେ ତାଙ୍କର ୧୨ ଜଣଙ୍କ ନାମ ଡିଲିଟ କରାଯାଇଛି। ଫର୍ମ ପୂରଣ କରିବା ପାଇଁ କେହି ଜଣେ ଅନ୍ୟ ରାଜ୍ୟରୁ ଫୋନ୍ ଆଣିଥିଲେ। ଏହି ଫର୍ମଗୁଡ଼ିକ ସେହି ଫୋନ୍ ବ୍ୟବହାର କରି ପୂରଣ କରାଯାଇଥିଲା।

ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ବିଦ୍ୟାଳୟରେ ତାଲା ପକାଇଲେ ଅଭିଭାବକ

ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ବିଦ୍ୟାଳୟରେ ତାଲା ପକାଇଲେ ଅଭିଭାବକ। ଅନୁଗୁଳ ଜିଲ୍ଲା ବାଗଡିଆ ଥାନା ପାତ୍ରପଡା ପ୍ରାଥମିକ ବିଦ୍ୟାଳୟର ଏ ଘଟଣା। ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ବିଦ୍ୟାଳୟରେ ତାଲା ପକାଇଵା ସହ ଧାରଣାରେ ବସିଛନ୍ତି ଛାତ୍ରଛାତ୍ରୀ। ପାତ୍ରପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସହକାରୀ ଶିକ୍ଷକ ଲିପୁନ ବେହେରା ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା। ଅନ୍ୟ ଜଣେ ଛାତ୍ରୀଙ୍କୁ ମାଡ଼ ମାରିଥିଲେ ଶିକ୍ଷକ। ମଦ୍ୟପାନ କରି ସ୍କୁଲକୁ ଆସି ଗ୍ରାମବାସୀ, ଶିକ୍ଷକମାନଙ୍କ ସହ ଝଗଡା କରିଥିଲେ । ବିଦ୍ୟାଳୟ କମ୍ପ୍ୟୁଟର ଶ୍ରେଣୀ ଗୃହକୁ ତାଲା ପକାଇ ବିଦ୍ୟାଳୟର ଆସବାବପତ୍ର ଫିଙ୍ଗା ଫୋପଡା କରିଥିଲେl ଯାହାକୁ ନେଇ ଅଭିଵାବକ ମହଲରେ ଅସନ୍ତୋଷ ଦେଖାଦଦେଇଛି। ବିଦ୍ୟାଳୟକୁ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ତାଲା ପକାଇ ଧାରଣାରେ ବସିଛନ୍ତି  । ଯେପର୍ଯ୍ୟନ୍ତ ଲିପୁନ ବେହେରାଙ୍କ ନାମରେ କାର୍ଯ୍ୟାନୁଷ୍ଠାନ ନ ହୋଇଛି ସେପର୍ଯ୍ୟନ୍ତ ଧାରଣାରେ ବସିବେ ବୋଲି ଅଭିଭାବକମାନେ ଜିଦ ଧରି ବସି ରହିଛନ୍ତି । ଖବର ପାଇ ବାଗଡିଆ ପୋଲିସ ଘଟଣାସ୍ଥଳରେ ପହଁଚି ଆଲୋଚନା ଜାରି ରଖିଛି

ସାର କଳାବଜାରୀ ହେଉଛି, ସାର ସଂକଟ ନେଇ ସତ ମାନିଲେ ଯୋଗାଣ ମନ୍ତ୍ରୀ

ସାର କଳାବଜାରୀ ହେଉଛି: ଯୋଗାଣମନ୍ତ୍ରୀ । ସାର ସଂକଟ ନେଇ ସତ ମାନିଲେ ଯୋଗାଣମନ୍ତ୍ରୀ । ଯୋଗାଣମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସୂଚନା । ସାର କଳାବଜାରୀ ହେଉଛି । ଏହା ଉପରେ ସରକାର ନଜର ରଖିଛନ୍ତି । ରାଜ୍ୟରେ ଆବଶ୍ୟକ ସାର ମହଜୁଦ ଅଛି । ଆବଶ୍ୟକ ସାରର ସୁବଣ୍ଟନ ପାଇଁ ବ୍ୟବସ୍ଥା କରାଯାଉଛି । ସମସ୍ତ ଚାଷୀ ଯେପରି ସାର ପାଇବେ ସେଥିଲାଗି ବ୍ୟବସ୍ଥା କରାଯାଉଛି । ଏହାକୁ ନେଇ ଚାଷୀ ବ୍ୟତିବ୍ୟସ୍ତ ନହେବାକୁ କହିଛନ୍ତି ଚାଷୀ । ସାର କଳାବାଜାରୀ ରୋକିବାକୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଚାଲିଛି । ଯେଉଁଠାରେ କଳାବଜାରୀ ହେଉଛି ଏହାକୁ ରୋକିବାକୁ ରେଡ୍ ମଧ୍ୟ କରାଯାଉଛି । କଳାବଜାରୀ ସାର ଗୁଡିକୁ ଜବତ କରାଯାଉଛି ବୋଲି କହିଛନ୍ତି ମନ୍ତ୍ରୀ ।

ଦୀର୍ଘ ୫ ଦିନ ପରେ ମିଳିଲା ଅପହୃତ ନାବାଳିକାର ମୃତଦେହ

ଦୀର୍ଘ ୫ ଦିନ ପରେ ମିଳିଲା ଅପହୃତ ନାବାଳିକାର ମୃତଦେହ। ରାଧାନାଥପୁର ଆଡିଆ କୋଷ୍ଟକେନାଲ ନାଳରୁ ଉଦ୍ଧାର ହୋଇଛି ମୃତଦେହ। ଓଡ୍ରାଫ ଓ ଫାୟାର ମ୍ୟାନଙ୍କ ମିଳିତ ସର୍ଚ୍ଚ ଅପରେସନରେ କୋଷ୍ଟକେନାଲ ନାଳରୁ ଉଦ୍ଧାର ହୋଇଛି ମୃତଦେହ। ବାସୁଦେବପୁର ପୌରପାଳିକାର ରାଧାନାଥପୁର ଆଡିଆ ଗ୍ରାମର ଶନିବାର ସନ୍ଧ୍ୟାର ୯ ବର୍ଷର ନାବାଳିକା ଶୌଚ ହେବାକୁ ଯାଇଥିବାବେଳେ କେହି ଦୁର୍ବୃତ୍ତ ତାଙ୍କୁ ଅପହରଣ କରିନେଇଥିଲୋ।