ନନ୍ଦିଘୋଷ ବ୍ୟୁରୋ: ସ୍ବାମୀର ତଣ୍ଟି ଚିପି ହତ୍ୟା କଲା ସ୍ତ୍ରୀ। ନୟାଗଡ ଖଣ୍ଡପଡା ଥାନା ଅଧିନ ଖଳିସାହି ପଞ୍ଚାୟତର ପୁଆଣିଆ ଗ୍ରାମରେ ଚାଞ୍ଚଲ୍ୟ। ପରକ୍ରୀୟା ପ୍ରୀତି ପାଇଁ ସ୍ୱାମୀର ତଣ୍ଟିକୁ ଚିପି ହତ୍ୟା କରିଛି ସ୍ତ୍ରୀ। ଅଭିଯୋଗ ଅନୁଯାଇ ପୁଆଣିଆଁ ଗାଁର ଆଲୋକ ମହାପାତ୍ରଙ୍କୁ ୬ ମାସ ତଳେ ଜଟଣୀ ଥାନା ଅଞ୍ଚଳର ଲକିକୁ ବିବାହ କରିଥଲେ। ବିବାହର କିଛି ଦିନ ପରେ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ପରକ୍ରୀୟା ପ୍ରୀତିକୁ ନେଇ ଝଗଡା ହେଉଥିଲା। ଗତକାଲି ବିଳମ୍ବିତ ରାତିରେ ଝଗଡ଼ା ଉଗ୍ର ରୂପ ନେବା ସହ ସ୍ଵାମୀ ଶୋଇଥିବା ସମୟର ସ୍ବାମୀକୁ ହତ୍ୟା କରିଛି ସ୍ତ୍ରୀ।ବେଲ୍ଟରେ ତଣ୍ଟି ଚିପି ହତ୍ୟା କରିଥିବା ନେଇ ଅଭିଯୋଗ କରିଛନ୍ତି ପରିବାର ଲୋକ । ଖବର ପାଇ ଘଟଣାସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଚଳାଇବା ସହ ଅଭିଯୁକ୍ତ ସ୍ତ୍ରୀକୁ ଅଟକ ତଦନ୍ତ ଚଳାଇଛି ଖଣ୍ଡପଡା ପୋଲିସ।
ସାହିକୁ ନାହିଁ ପକ୍କା ରାସ୍ତା, କାଜୁ ଜଙ୍ଗଲ ଶେଷ ଭରସା…
ନନ୍ଦିଘୋଷ ବ୍ୟୁରୋ: ସାହିକୁ ନାହିଁ ପକ୍କା ରାସ୍ତା l କାଜୁ ଜଙ୍ଗଲରେ ଯିବାକୁ ବାଧ୍ୟ ହେଉଛନ୍ତି ଲୋକେ। ବର୍ଷା ହେଲେ ସ୍ଥିତି ସଂଗୀନ। ପାଠ ପଢ଼ିବାକୁ ସ୍କୁଲକୁ ଯାଇପାରୁନାହାନ୍ତି ଛାତ୍ରଛାତ୍ରୀ। ରାସ୍ତା ନ ଥିବାରୁ ଆବଶ୍ୟକ ବେଳେ ପହଞ୍ଚି ପାରୁନି ଆମ୍ବୁଲାନ୍ସ । ବର୍ଷ ବର୍ଷ ଧରି ସମସ୍ୟା ଭୋଗୁଛନ୍ତି କେନ୍ଦୁଝର ଚମ୍ପୁଆ ଉପଖଣ୍ଡ ଧେlବାନାଳି ସାହି ବାସିନ୍ଦା ।
ସାହିକୁ ନାହିଁ ପକ୍କା ରାସ୍ତା। କାଜୁ ଜଙ୍ଗଲର ମାଟି ରାସ୍ତା ସାହା ଭରସା। କେନ୍ଦୁଝର ଜିଲ୍ଲା ଚମ୍ପୁଆ ଉପଖଣ୍ଡ ଧେlବାନାଳି ସାହିର । ଏଠାରେ ବସବାସ କରୁଛନ୍ତି ତିରିଶରୁ ଅଧିକ ପରିବାର । ହେଲେ ସାହିକୁ ଯିବାକୁ ରାସ୍ତା ଖଣ୍ଡେ ନାହିଁ l ଫଳରେ କାଜୁ ଜଂଗଲ ଭିତର ଦେଇ ଯିବାକୁ ବାଧ୍ୟ ହେଉଛନ୍ତି ପିଲାଠୁ ବୟସ୍କ। ଖରାଦିନେ ଯେନତେନ ଚଳି ଯାଉଥିବା ବେଳେ ବର୍ଷା ଦିନେ କିନ୍ତୁ ସ୍ଥିତି ସାଂଘାତିକ। କାଦୁଅ ପଚପଚ ରାସ୍ତାରେ ଯାତାୟାତ ମୁସ୍କିଲ । ଗୁଣ୍ଡୁଣିଆ ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଥିବା ଏହି ସାହି ପ୍ରତି ପଞ୍ଚାୟତ ନା ବ୍ଲକ ପ୍ରଶାସନ କାହାର ନଜର ନାହିଁ l ରାସ୍ତା ପାଇଁ ବାରମ୍ବାର ଅଭିଯୋଗ ସତ୍ତ୍ବେ ଶୁଣୁନି ପ୍ରଶାସନ।
ନିର୍ବାଚନ ଆସିଲେ ସାହିକୁ ନେତା ମନ୍ତ୍ରୀଙ୍କ ସୁଅ ଛୁଟେ। ମିଠା ମିଠା ପ୍ରତିଶୃତି ମିଳେ। ମାତ୍ର ନିର୍ବାଚନ ସରିଲେ ପ୍ରତିଶୃତିକୁ ଭୁଲି ଯାଆନ୍ତି ଲୋକ ପ୍ରତିନିଧି । ଯାହାକୁ ନେଇ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ ପୁଞ୍ଜିଭୂତ ହେଉଛି। ଅନ୍ୟ ପଟେ ରାସ୍ତା ସମସ୍ୟା ସମ୍ପର୍କରେ ଅବଗତ ଥିବା ଓ ବ୍ଲକ ଅଧିକାରୀଙ୍କ ସହ ଯେlଗାଯେlଗ କରି ରାସ୍ତା ନିର୍ମାଣ କରିବାକୁ ସ୍ଥାନୀୟ ସରପଞ୍ଚ କହିଛନ୍ତି।
ଉଦଘାଟନ ପୂର୍ବରୁ ଉଜୁଡ଼ିଗଲାଣି ଆଦିବାସୀ ସଂଗ୍ରହାଳୟ
ନନ୍ଦିଘୋଷ ବ୍ୟୁରୋ: ଉଦଘାଟନ ପୂର୍ବରୁ ଉଜୁଡ଼ିଗଲାଣି ଆଦିବାସୀ ସଂଗ୍ରହାଳୟ । ଭୂତକୋଠି ପାଲଟିଲାଣି ଘଟଗାଁରେ ଥିବା ମ୍ୟୁଜିୟମ। କେନ୍ଦୁଝର ଜିଲ୍ଲାର ଆଦିବାସୀ ପରମ୍ପରା ଓ ଐତିହ୍ୟକୁ ପର୍ଯ୍ୟଟକଙ୍କୁ ଅବଗତ କରିବା ଉଦ୍ଦେଶ୍ୟରେ ପ୍ରାୟ ୨କୋଟିରୁ ଉର୍ଦ୍ଧ୍ବ ଟଙ୍କା ବ୍ୟୟରେ ହୋଇଥିଲା ନିର୍ମାଣ । ୫ବର୍ଷ ତଳୁ ନିର୍ମାଣ ସରିଥିଲେ ମଧ୍ୟ ହୋଇପାରୁନି ଉଦଘାଟନ। କେବେ ଶୁଭାରମ୍ଭ ହେବ ତାକୁ ନେଇ ଉଠିଛି ପ୍ରଶ୍ନ?
ଭୂତକୋଠି ପାଲଟିଲାଣି ଆଦିବାସୀ ସଂଗ୍ରହାଳୟ। କୋଟି କୋଟି ଟଙ୍କାରେ ନିର୍ମିତ ସଂଗ୍ରହାଳୟ ରକ୍ଷଣାବେକ୍ଷଣ ଅଭାବରୁ ଭାଙ୍ଗିରୁଜି ଗଲାଣି। ନିର୍ମାଣକୁ ୫ ବର୍ଷ ପୂରିଥିଲେ ସୁଦ୍ଧା ହୋଇପାରୁନି ଉଦଘାଟନ । କେନ୍ଦୁଝର ଜିଲ୍ଲା ଘଟଗାଁ ତାରିଣୀ ମନ୍ଦିର ନିକଟରୁ ମାତ୍ର ୨ କିଲୋମିଟର ଦୂର ଘଟଗାଁ ବାଇପାସ୍ ରାସ୍ତା କଡ଼ରେ ନିର୍ମାଣ ହୋଇଛି ଏହି ଆଦିବାସୀ ସଂଗ୍ରହାଳୟ । ଯାହା ଅବ୍ୟବହୃତ ହୋଇ ପଡ଼ିରହିଥିବାରୁ ଦୁର୍ବୃତ୍ତମାନେ ଏହାର ଝରକା ଗ୍ରିଲ୍, କାଚ ଭାଙ୍ଗିସାରିଲେଣି । ପରିସରରେ ଅନାବନା ଗଛ ଉଠିବା ସହିତ ପାଇଖାନା, ବେସିନ, ଟ୍ୟାପ ଇତ୍ୟାଦି ବ୍ୟବହାର ପୂର୍ବରୁ ଭାଙ୍ଗିରୁଜି ଗଲାଣି ।
ପୂର୍ତ୍ତ ବିଭାଗ ଦ୍ବାରା ନିର୍ମିତ ଏହି ତିନିମହଲା କୋଠାକୁ ଦୁଇବର୍ଷ ତଳେ ପର୍ଯ୍ୟଟନ ବିଭାଗକୁ ହସ୍ତାନ୍ତର କରାଯାଇଥିଲା । ଏହି ଆଦିବାସୀ ସଂଗ୍ରହାଳୟ ସର୍ବସାଧାରଣଙ୍କ ପାଇଁ ଖୋଲିବ ବୋଲି ଆଶା କରାଯାଉଥିଲା । କେନ୍ଦୁଝରରେ ବାସ କରୁଥିବା ବିଭିନ୍ନ ଜନଜାତି ଲୋକଙ୍କ କଳା, ସଂସ୍କୃତି, ପରମ୍ପରା ଓ ଜୀବନଶୈଳୀ ସମ୍ପର୍କରେ ପରିଚିତ କରିବାର ଏହା ଏକ ପ୍ରକୃଷ୍ଟ ମାଧ୍ୟମ । ମାତ୍ର ଏହାକୁ ଉଦ୍ଘାଟନ କରାଯାଉ ନାହିଁ କି ରକ୍ଷଣାବେକ୍ଷଣ ପ୍ରତି ମଧ୍ୟ ଦୃଷ୍ଟି ଦିଆଯାଉନାହିଁ । ଏ ସମ୍ପର୍କରେ ନିକଟରେ ତାରିଣୀଙ୍କ ଦର୍ଶନ ପାଇଁ ଆସିଥିବା କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀଙ୍କୁ ପଚାରିବାରୁ ଖାମଖିଆଲି ଭାବରେ ଉଦଘାଟନ ନ ହୋଇଥିଲେ ଉଦଘାଟନ କରିବୁ ବୋଲି ଉତ୍ତର ରଖିଥିଲେ ।
ବନ୍ଦ ହେଲା ସ୍କୁଲ, ଗଛମୂଳେ ଚାଲିଛି କୋମଳମତି ପିଲାଙ୍କ ଭବିଷ୍ୟତ ଗଢ଼ା
ନନ୍ଦିଘୋଷ ବ୍ୟୁରୋ: ପ୍ରାଥମିକ ଶିକ୍ଷାର ବିକଳ ଚିତ୍ର । କମ୍ ଉପସ୍ଥାନ ଯୋଗୁଁ ବନ୍ଦ ହୋଇଗଲା ସ୍କୁଲ। ଫଳରେ କିଏ ଗାଈ ଚରାଇବାକୁ ଯାଉଛି ତ ଆଉ କିଏ ବାପାମା ସଙ୍ଗେ ଡଙ୍ଗରକାମ କରିବାକୁ ଯାଉଛି। କିଛି ପିଲା ସ୍କୁଲ ବାହାରେ ବସି ପାଠ ପଢ଼ୁଛନ୍ତି । ରାୟଗଡା ସଦର ବ୍ଲକ ସିରିକା ଡୃଗୁମ୍ ପ୍ରାଥମିକ ବିଦ୍ୟାଳୟରରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ଶିକ୍ଷା ବ୍ୟବସ୍ଥାର ଧଜିଆ ଉଡିଥିବାବେଳେ କୋମଳମତି ପିଲାଙ୍କ ଭବିଷ୍ୟତକୁ ନେଇ ଉଠିଛି ପ୍ରଶ୍ନ ?
ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର। କମ ଉପସ୍ଥାନ ଦର୍ଶାଇ ବନ୍ଦ କରିଦେଲେ ସ୍କୁଲ। ଏବେ ସ୍କୁଲ ବାହାରେ ଗଛମୂଳେ ଚାଲିଛି କୋମଳମତି ପିଲାଙ୍କ ଭବିଷ୍ୟତଗଢ଼ା। କିଏ ପାଠ ଛାଡ଼ି ଗାଈ ଚରାଇବାକୁ ଯାଉଛି ତ ଆଉ କିଏ ବାପା ମା ସହିତ ଡଙ୍ଗର କାମ କରିବାକୁ ଯାଉଛି । ଆଉ କିଛି ପିଲା ଖରା ବର୍ଷା ଶୀତକୁ ଖାତିର ନ କରି ସ୍କୁଲ ବାହାରେ ବହିବସ୍ତାନୀ ଧରି ପଢ଼ୁଛନ୍ତି। ଏ ଦୃଶ୍ୟ ରାୟଗଡା ସଦର ବ୍ଲକ ସିରିକା ଡୃଗୁମ୍ ପ୍ରାଥମିକ ବିଦ୍ୟାଳୟର । ଗାଁରେ ଥିବା ସ୍କୁଲ ବନ୍ଦ ହୋଇଯିବା ପରେ ଦୁର୍ଗମ ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । କମ୍ ଉପସ୍ଥାନ ଯୋଗୁଁ ଗତ ୪ ମାସ ହେବ ସ୍କୁଲରେ ଝୁଲୁଛି ତାଲା । ଫଳରେ ଗାଁର କିଛି ପଢୁଆ ଯୁବକ ଯୁବତୀ ପାଳି କରି ପିଲାଙ୍କୁ ଏଭଳି ପଢ଼ାଉଛନ୍ତି । ତେବେ ସ୍କୁଲରେ ପ୍ରାୟ ୨୫ରୁ ଅଧିକ ଛାତ୍ରଛାତ୍ରୀ ଥିଲେ ସୁଦ୍ଧା କାହିଁକି ସ୍କୁଲ ବନ୍ଦ କରିଦିଆଯାଇଛି ତାକୁ ନେଇ ଉଠିଛି ନାନା ପ୍ରଶ୍ନ?
ଗତ ତିନି ବର୍ଷ ତଳେ ମଧ୍ୟ କମ୍ ଉପସ୍ଥାନ ଥିବା ଦର୍ଶାଇ ସ୍କୁଲକୁ ବନ୍ଦ କରିଦିଆଯାଇଥିଲା। ବାଦବିବାଦ ପରେ ପୁନର୍ବାର ସ୍କୁଲ ଆରମ୍ଭ ହୋଇଥିଲା। ତେବେ ରାୟଗଡ଼ା ଜିଲ୍ଲାର ୧୧ଟି ବ୍ଲକରେ ଏପରି ସ୍ଥିତି ଦେଖାଦେଇଛି । ଗତ ୨୦୧୮ରେ କମ୍ ଉପସ୍ଥାନ ଓ ଅନ୍ୟାନ୍ୟ କାରଣ ଦର୍ଶାଇ ବିଦ୍ୟାଳୟକୁ ବନ୍ଦ କରି ପଡୋଶୀ ବିଦ୍ୟାଳୟରେ ମିଶ୍ରଣ କରି ଦିଆଯାଇଥିଲା । ଫଳରେ ଦୁର୍ଗମ ଅଞ୍ଚଳର ଅନେକ ଆଦିବାସୀ ଛାତ୍ରଛାତ୍ରୀ ପାଠ ଛାଡିଥିଲେ । ଚଳିତ ବର୍ଷ ଜିଲ୍ଲାର ୧୨ଟି ସ୍କୁଲକୁ କମ୍ ଉପସ୍ଥାନ ଥିବା ଦର୍ଶାଇ ବନ୍ଦ କରାଯାଇଛି । ତେବେ ଯେଉଁ ସ୍କୁଲ ଗୁଡିକ ଖୋଲିବା ଯୋଗ୍ୟ ଜିଲ୍ଲାସ୍ତରରୁ ରିପୋର୍ଟ ଆସିଲେ ରାଜ୍ୟସ୍ତରୀୟ କମିଟି ଆବଶ୍ୟକ ପଦକ୍ଷେପ ନେବ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ।
ଶାନ୍ତି ଫେରାଇ ଆଣିବା ପାଇଁ ମାଲକାନଗିରି ପୋଲିସର କାର୍ଯ୍ୟାନୁଷ୍ଠାନ
ନନ୍ଦିଘୋଷ ବ୍ୟୁରୋ: ଶାନ୍ତି ଫେରାଇ ଆଣିବା ପାଇଁ ମାଲକାନଗିରି ପୋଲିସର କାର୍ଯ୍ୟାନୁଷ୍ଠାନ। ଏମଭି ୨୬ ଗ୍ରାମରେ ଶାନ୍ତି ଫେରାଇବା ମାଲକାନଗିରି ପୋଲିସ ନେଇଛି ଅନେକ ପଦକ୍ଷେପ। ମହିଳାଙ୍କ ମୃତ୍ୟୁ ଘଟଣାର ତଦନ୍ତ କରି ଅଭିଯୁକ୍ତ ସୁକରଞ୍ଜନ ମଣ୍ଡଳଙ୍କୁ ୩ ଦିନ ପୂର୍ବେ ଗିରଫ କରି କୋର୍ଟ ଚାଲାଣ କରିଛି। ଅପରାଧରେ ବ୍ୟବହୃତ ଅସ୍ତ୍ରକୁ ପୋଲିସ ଜବତ କରିଛି। ମୃତ ଶରୀରର ମୁଣ୍ଡ ପୋଲିସ ଉପସ୍ଥିତିରେ ଜବତ କରି ସମ୍ମାନର ସହିତ ପୋତା ଦିଆଯାଇଛି। ବିଏସଏଫ, ସିଆରପିଏଫ, ସିଏପିଏଫ ସହ ପୋଲିସ ଫୋର୍ସ ମୁତୟନ କରାଯାଇଛି ଏବଂ ଫ୍ଲାଗ ମାର୍ଚ୍ଚ କରାଯାଉଛି। ଏହା ସହ ପୋଲିସ ଷ୍ଟେସନ ସ୍ତରରେ ଶାନ୍ତି ବୈଠକ କରାଯାଉଛି। ନ୍ୟାୟ ପ୍ରଦାନ କରିବା ପାଇଁ ତଦନ୍ତ ଗୁରୁତର ସହିତ ଚାଲିଛି। ଗୁଜବରେ ବିଶ୍ବାସ ନକରି ପୋଲିସ ଉପରେ ଭରସା ରଖିବା ଲାଗି ପରାମର୍ଶ ଦିଆଯାଇଛି। ଜରୁରୀକାଳୀନ ହେଲ୍ପଲାଇନ୍ ୧୧୨ କୁ ଡାଏଲ୍ କରିବାକୁ ଏସପି ବିନୋଦ ପାଟିଲ ଏଚ ସୂଚନା ଦେଇଛନ୍ତି।
ମାଲକାନଗିରି ମାଥିଲି ଅଞ୍ଚଳରେ ଚାଞ୍ଚଲ୍ୟ, ନଳକୂଅରେ କିଏ ଏବଂ କାହିଁକି ମିଶାଇଲା ବିଷ ?
ନନ୍ଦିଘୋଷ ବ୍ୟୁରୋ: ମାଲକାନଗିରି ମାଥିଲି ଅଞ୍ଚଳରେ ଚାଞ୍ଚଲ୍ୟ। ସିନ୍ଧାବେଡ଼ା ୟୁପି ସ୍କୁଲର ନଳକୂପରେ ବିଷ ମିଶା ଯାଇଥିବାର ଅଭିଯୋଗ। ନଳକୂପ ପାଣିରୁ ଅସ୍ଵାଭାବିକ ଗନ୍ଧ ଓ ଫେଣ ବାହାରିବା ପରେ ସେହି ପାଣି ବ୍ୟବହାର କରିବାକୁ ପିଲାଙ୍କୁ ମନା କରାଯାଇଥିଲା। ସେହି ପାଣିକୁ କୌଣସି କାମରେ ବ୍ଯବହାର କରାଗଲାନି। ଅଭିଯୋଗ ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। କିଏ କାହିଁକି ବିଷ ମିଶାଇଲା, ପୂରା ତଦନ୍ତ ପରେ ଆକ୍ସନ ହେବ ବୋଲି କହିଛି ପୋଲିସ।
କାହିଁକି ପ୍ରତିବର୍ଷ ଭାରତୀୟ ନାଗରିକତା ତ୍ୟାଗ କରୁଛନ୍ତି ଲୋକେ ?, ୫ ବର୍ଷର ହିସାବ ଶୁଣିଲେ ଉଡ଼ିଯିବ ହୋସ୍..
ନନ୍ଦିଘୋଷ ବ୍ୟୁରୋ: ବିଦେଶରେ ରହିବାକୁ ବହୁତ ଭଲ ପାଉଛନ୍ତି ଭାରତୀୟ । ତେବେ ଏହା ଆମେ କହୁନୁ । ବରଂ ଏଭଳି ଏକ ରିପୋର୍ଟ ପ୍ରକାଶ ପାଇଛି । ପ୍ରତିବର୍ଷ ବହୁ ଭାରତୀୟ ବିଦେଶର ନାଗରିକତା ଗ୍ରହଣ କରୁଛନ୍ତି । ଏହାସହ ଭାରତୀୟ ନାଗରିକତା ମଧ୍ୟ ହରାଉଛନ୍ତି । ପ୍ରତିବର୍ଷ ୨ ଲକ୍ଷରୁ ଅଧିକ ଲୋକ ଭାରତୀୟ ନାଗରିକତା ତ୍ୟାଗ କରୁଥିବାବେଳେ ୫ ବର୍ଷରେ ୯ ଲକ୍ଷରୁ ଅଧିକ ଲୋକ ଭାରତୀୟ ନାଗରିକତା ତ୍ୟାଗ କରିଛନ୍ତି । ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ କିର୍ତ୍ତୀବର୍ଦ୍ଧନ ସିଂ ସଂସଦରେ ଏଭଳି କହିଛନ୍ତି । ତେବେ ବିଦେଶରେ ଉତ୍ତର ପରିବେଶ ସାଙ୍ଗକୁ ଶିକ୍ଷା ଏବଂ ନିଯୁକ୍ତିକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଉଥିବା କୁହାଯାଉଛି ।
ଐତିହାସିକ ତଥ୍ୟକୁ ଦେଖିଲେ, ୨୦୧୧ ମସିହାରେ ୧୨୨,୮୧୯ ଜଣ ଲୋକ ଦେଶ ଛାଡିଥିଲେ। ୨୦୧୨ ମସିହାରେ ଏହି ସଂଖ୍ୟା ସାମାନ୍ୟ ହ୍ରାସ ପାଇ ୧୨୦,୯୨୩ ରେ ପହଞ୍ଚିଥିଲା। ୨୦୧୩ ମସିହାରେ ଏହି ସଂଖ୍ୟା ୧୩୧,୪୦୫ କୁ ବୃଦ୍ଧି ପାଇଥିଲା। ୨୦୧୪ ମସିହାରେ ଏଥିରେ ସାମାନ୍ୟ ହ୍ରାସ ପାଇ ୧୨୯,୩୨୮ ରେ ପହଞ୍ଚିଥିଲା। ୨୦୧୫ ମସିହାରେ, ଦେଶ ଛାଡିଥିବା ଲୋକଙ୍କ ସଂଖ୍ୟା ପୁଣି ଥରେ ବୃଦ୍ଧି ପାଇଥିଲା, ୧୩୧,୪୮୯ ଜଣ ଦେଶ ଛାଡିଥିଲେ।
ବିଦେଶରେ ରହୁଥିବା ଭାରତୀୟଙ୍କ ଅଭିଯୋଗ
ଏହା ସହିତ, ତିନି ବର୍ଷ ମଧ୍ୟରେ ବିଦେଶୀ ନାଗରିକଙ୍କ ସହ ଜଡିତ 9.45 ଲକ୍ଷ ଅଭିଯୋଗ ପଞ୍ଜିକୃତ ହୋଇଛି। ବୈଦେଶିକ ମନ୍ତ୍ରଣାଳୟ ଅନୁଯାୟୀ, ଏହି ଅଭିଯୋଗଗୁଡ଼ିକ ମଧ୍ୟରୁ ଅଧିକାଂଶ ଭାରତୀୟ ବିଦେଶୀ ନାଗରିକତା କାର୍ଡ ଧାରକଙ୍କ ସହିତ ଜଡିତ। ଉଲ୍ଲେଖଯୋଗ୍ୟ, 2024-25 ମଧ୍ୟରେ ବିଦେଶରେ ରହୁଥିବା ଭାରତୀୟଙ୍କଠାରୁ ପ୍ରାପ୍ତ ଅଭିଯୋଗ ସଂଖ୍ୟା ସମ୍ପର୍କରେ ଏକ ପ୍ରଶ୍ନର ଉତ୍ତରରେ, ଏମଓଏସ କହିଛନ୍ତି ଯେ ଏମଇଏକୁ 16,127 ଅଭିଯୋଗ ମିଳିଛି। ଏହି ଅଭିଯୋଗଗୁଡ଼ିକ ସରକାରଙ୍କ ଅନଲାଇନ୍ ଅଭିଯୋଗ ପ୍ଲାଟଫର୍ମ ମାଧ୍ୟମରେ ପଞ୍ଜିକୃତ ହୋଇଥିଲା, ଯେଉଁଥିରେ 11,195 ମାମଲା ଏବଂ CPGRAMS ମାଧ୍ୟମରେ 4,932 ମାମଲା ଅନ୍ତର୍ଭୁକ୍ତ ଥିଲା।
ସର୍ବାଧିକ ସମସ୍ୟାପୂର୍ଣ୍ଣ ମାମଲା ରିପୋର୍ଟ କରୁଥିବା ଦେଶ ତାଲିକାରେ ସାଉଦି ଆରବ ସର୍ବାଧିକ 3,049 ଅଭିଯୋଗ ସହିତ ଶୀର୍ଷରେ ଅଛି, ଏହା ପରେ UAE (1,587), ମାଲେସିଆ (662), ଆମେରିକା (620), ଓମାନ (613), କୁୱେତ (549), କାନାଡା (345), ଅଷ୍ଟ୍ରେଲିଆ (318), ୟୁକେ (299) ଏବଂ କାତାର (289) ରହିଛି।
ଆଇପିଏଲ ୨୦୨୬ ନିଲାମୀ : ଜାଣନ୍ତୁ କେଉଁ ଖେଳାଳିଙ୍କ ଉପରେ ରହିଛି CSKର ନଜର ?
ନନ୍ଦିଘୋଷ ବ୍ୟୁରୋ: ଆଇପିଏଲ ୨୦୨୬ ବେଶ ରୋମାଞ୍ଚକର ହେବାକୁ ଯାଉଛି । ସମସ୍ତ ଦଳ ନିଜ ଦଳକୁ ମଜବୁତ କରିବା ଲାଗି ନୂଆ ଖେଳାଳିଙ୍କୁ ଦଳରେ ସାମିଲ କରିବେ । ଆସନ୍ତା ୧୬ ତାରିଖରେ ଆବୁଧାବୀରେ ହେବାକୁ ଯାଉଛି ନିଲାମୀ । ତେବେ ଚଳିତ ନିଲାମୀରେ କୋଲକାତା, ଚେନ୍ନାଇ ଏବଂ ପଞ୍ଜାବ ଉପରେ ସମସ୍ତଙ୍କ ନଜର ରହିବ । କାରଣ ଏହି ଦଳମାନଙ୍କ ପାଖରେ ଅଧିକ ଅର୍ଥ ରହିଛି । ତେବେ ଚେନ୍ନାଇର ଅଧିକ ପ୍ରଶଂସକ ରହିଥିବାବେଳେ ଫ୍ୟାନ୍ସମାନେ ସବୁବେଳେ ଭଲ ଖେଳାଳି ଦଳରେ ସାମିଲ ହୁଅନ୍ତୁ ବୋଲି ଚାହାଁନ୍ତି ।
ତେବେ ଆମେ ଯଦି ସିଏସକେ କଥା କହିବା ତାହେଲେ ଦଳ ୨୮ ଜଣ ଖେଳାଳିଙ୍କ ମଧ୍ୟରୁ ୧୨ ଜଣ ଖେଳାଳିଙ୍କୁ ରିଲିଜ କରିଛି । ମାତ୍ର ମିନିନିଲାମୀରେ ଏଥରକ ୯ଜଣ ଖେଳାଳିଙ୍କ ବିଡ୍ କରିପାରେ । ଦଳରେ ୪ ଜଣ ବିଦେଶୀ ଖେଳାଳିଙ୍କୁ ଆଣିବା ପାଇଁ ପ୍ରୟାସ କରିବ ସିଏସକେ । ସିଏସକେ ସାମ୍ କରାନ, ଡେଭନ କନଓ୍ବେ, ରଚିନ୍ ରବିନ୍ଦ୍ର ଏବଂ ପଥିରାନାଙ୍କ ଭଳି ଖେଳାଳିଙ୍କୁ ରିଲିଜ କରି ଦେଇଛି । ଏବେ ଦଳକୁ ସୁଦୃଢ଼ କରିବା ପାଇଁ ଭଲ ଖେଳାଳିଙ୍କୁ ଆଣିବାକୁ ପଡ଼ିବ ।
ତେବେ ସିଏସକେ ଦଳରେ ଜଣେ ଓପନର ବ୍ୟାଟ୍ସମ୍ୟାନ ସାଙ୍ଗକୁ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ରଖିବାକୁ ପ୍ରୟାସ କରିବ । ଏହାସହ ପଥିରାନାଙ୍କୁ ରିଲିଜ୍ କରିଥିବାବେଳେ ଡେଥ୍ ଓଭର ପାଇଁ ଦଣେ ଦକ୍ଷ ବୋଲରଙ୍କୁ ଦଳରେ ଆଣିବାକୁ ପ୍ରୟାସ କରାଯିବ ।
କ୍ଷମା ମାଗିଲେ ମମତା, ମେସିଙ୍କୁ କହିଲେ…
ନନ୍ଦିଘୋଷ ବ୍ୟୁରୋ: ମେସିଙ୍କ କ୍ରେଜ୍ । କୋଲକାତାରେ ହଙ୍ଗାମା ପ୍ରସଙ୍ଗ : କ୍ଷମା ମାଗିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ମମତା କହିଛନ୍ତି କି, ଭୁଲ୍ ପରିଚାଳନା ପାଇଁ ଏଭଳି ସ୍ଥିତି ହୋଇଛି । ଯାହା ପାଇଁ ମୁଁ ଗଭୀର ଦୁଃଖିତ । ମୁଁ ଏହି ଦୁର୍ଭାଗ୍ୟଜନକ ଘଟଣା ପାଇଁ ମେସି ଏବଂ କ୍ରୀଡ଼ାପ୍ରେମୀଙ୍କୁ କ୍ଷମା ମାଗୁଛି । ଏହାସହ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ଅଶିମ କୁମାର ରାୟଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚ ସ୍ତରୀୟ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଉଚ୍ଚ ସ୍ତରୀୟ କମିଟି ଏହି ଘଟଣାର ତଦନ୍ତ କରିବ ।
I am deeply disturbed and shocked by the mismanagement witnessed today at Salt Lake Stadium. I was on my way to the stadium to attend the event along with thousands of sports lovers and fans who had gathered to catch a glimpse of their favourite footballer, Lionel Messi.
I…
— Mamata Banerjee (@MamataOfficial) December 13, 2025
ସେପଟେ କୋଲକାତାରେ ଘଟିଥିବା ଏଭଳି ଅଘଟକୁ ନେଇ ବିରୋଧୀ ବିଜେପି କଡ଼ା ଭାଷାରେ ସମାଲୋଚନା କରିବା ସହ ଟିଏମସି ସରକାରଙ୍କୁ ଟାର୍ଗେଟ କରିଛନ୍ତି । କହି ରଖୁଛୁ କି, ଅନ୍ତର୍ଜାତୀୟ ଫୁଟବଲର୍ ଲିଓନେଲ ମେସିଙ୍କ ଗସ୍ତ ବେଳେ କୋଲକାତାରେ ହଙ୍ଗାମା। ସଲ୍ଟ ଲେକ ସିଟିରେ ବଡ଼ ଧରଣର ହଙ୍ଗାମା ହୋଇଛି। ଟେଣ୍ଟ ଭାଙ୍ଗିଲେ, ଚେୟାର ଫିଙ୍ଗା ଫୋପଡ଼ା କଲେ ଦର୍ଶକ। ବୋତଲ ବି ଫିଙ୍ଗିଲେ। ଅଭିଯୋଗ ଅନୁସାରେ ଅଧିକ ଦାମ ଦେଇ ଟିକଟ କିଣିଥିଲେ ଦର୍ଶକମାନେ। ହେଲେ ଅଧିକ ସମୟ ଅପେକ୍ଷା କରିବାକୁ ପଡ଼ିଲା। ତା ସହିତ ମେସିଙ୍କୁ ପାଖରୁ ଦେଖି ପାରିଲେ ନାହିଁ। ସେଲଫି ନେଇ ପାରିଲେ ନାହିଁ। ଏହାକୁ ନେଇ ତାତିଲେ ଦର୍ଶକ। ଚେୟାର ଫିଙ୍ଗା ଫୋପଡ଼ା କହିବା ସରିବା ସହିତ ପଡ଼ିଆ ଭିତରକୁ ପଶି ସେଲିବ୍ରେସନ ଟେଣ୍ଟ ମଧ୍ୟ ଭାଙ୍ଗି ଦେଇଛନ୍ତି ସେମାନେ। କଡ଼ା ସୁରକ୍ଷା ଭିତରେ ମେସି ମାତ୍ର ୧୦ ମିନିଟ ଷ୍ଟାଡିୟମରେ ରହି ସେଠାରୁ ପଳାଇଛନ୍ତି।
Sob Khelar sera Bangalir Tumi Football.
Bengal and football were always synonymous. But then @MamataOfficial came to power and that culture was completely destroyed.
Now a World Cup winning football star has come to the city of football, and there is complete mismanagement.… pic.twitter.com/4SZlvKx3KG
— BJP West Bengal (@BJP4Bengal) December 13, 2025

