ଖୋର୍ଦ୍ଧା: ଖୋର୍ଦ୍ଧା ପୌରାଞ୍ଚଳରେ ପ୍ରଚାର କରିଛନ୍ତି ବିଜେଡିର ଭୁବନେଶ୍ବର ଲୋକସଭା ପ୍ରାର୍ଥୀ ମନ୍ମଥ ରାଉତରାୟ। ଗତକାଲି ରାତିରେ ଖୋର୍ଦ୍ଧା ବିଧାୟକ ପ୍ରାର୍ଥୀ ରାଜେନ୍ଦ୍ର କୁମାର ସାହୁ ଏବଂ କାଉନସିଲର ପ୍ରବିଣା ଜଗଦେବ ରାୟଙ୍କ ସହ ମିଶି ଲୋକଙ୍କୁ ଭେଟି ଭୋଟ ମାଗିଛନ୍ତି ମନ୍ମଥ । ରାଜ୍ଯ ସରକାରଙ୍କ ଜନକଲ୍ଯାଣକାରୀ ଯୋଜନାର ବାର୍ତ୍ତା ଦେବା ସହ ବିକାଶ ପାଇଁ ନବୀନଙ୍କ ହାତମୁଠାକୁ ଟାଣ କରିବାକୁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି। ଉଭୟ ବିଧାୟକ ଓ ସାଂସଦ ପାଇଁ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ଜନସାଧାରଣଙ୍କୁ ଅପିଲ କରିଛନ୍ତି ମନ୍ମଥ।
ଆଜି ବି ଅଧିକ ରହିବ ଖରା, ଅପରାହ୍ନରେ କାଳବୈଶାଖୀ ବର୍ଷା ସମ୍ଭାବନା
ଭୁବନେଶ୍ୱର: ରାଜ୍ଯରେ ପାଗରେ ଆସିଛି ପରିବର୍ତ୍ତନ। ଗତକାଲିର କାଳବୈଶାଖୀ ବର୍ଷା ଆଣିଛି ସମାନ୍ଯ ଆଶ୍ବସ୍ତି। ତେବେ ଆଜି ସାରା ରାଜ୍ଯରେ ଗ୍ରୀଷ୍ମ ପ୍ରବାହ ନେଇ ଆକଳନ କରାଯାଇଛି। ଆସନ୍ତାକାଲି ଯାଏଁ ରାଜ୍ଯରେ ପ୍ରବଳ ଖରା ହେବ। ତେବେ ପୂର୍ବାପେକ୍ଷା ତାପମାତ୍ରା ସମାନ୍ଯ କମ ରହିପାରେ। ଆଜି ପାଇଁ ୧୪ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଅପରାହ୍ନରେ ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି ।
ବିଶେଷକରି ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ତାପମାତ୍ରାରେ ହ୍ରାସ ଘଟିବ। କାଲିପରଠୁ ଖରା କମିବା ସହ ତାତିରୁ ଆଶ୍ବସ୍ତି ମିଳିବ। ଅନ୍ଯପଟେ ୬ ତାରିଖରୁ ସାରା ଓଡ଼ିଶାରେ ପାରଦ ହ୍ରାସ ପାଇବା ସହ କାଳବୈଶାଖୀ ପ୍ରଭାବ ବୃଦ୍ଧି ପାଇବ। ପବନରେ ପରିବର୍ତ୍ତନ ହେବାରୁ ଏହି ସ୍ଥିତି ହେବାକୁ ଯାଉଛି।
ପ୍ରଥମ ବୟାନ ରଖିଲେ ପ୍ରଜ୍ବଳ ରେଭନ୍ନା, କହିଲେ ମୁଁ ବାଙ୍ଗାଲୋରରେ ନାହିଁ
ନନ୍ଦିଘୋଷ ବ୍ୟୁରୋ: ଯୌନ ଉତ୍ପିଡନ ମାମଲାରେ ଫସିଥିବା ଜେଡିଏସ ନେତା ଉଜ୍ବଳ ରେଭନ୍ନା ସୋସିଆଲ ମିଡିଆ ଜରିଆରେ ନିଜର ପ୍ରଥମ ବୟାନ ରଖିଛନ୍ତି । ସେ କହିଛନ୍ତି କି, ସିଆଇଡିର ପଚରାଉଚରା ପାଇଁ ମୁଁ ବାଙ୍ଗାଲୋରରେ ନାହିଁ । ମୋ ଓକିଲଙ୍କ ଜରିଆରେ କଥା ହୋଇଛି । ଖୁବଶୀଘ୍ର ତଥ୍ୟ ସାମନାକୁ ଆସିବ । କହି ରଖୁଛୁ କି, ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚଡି ଦେବେଗୌଡ଼ାଙ୍କ ନାତି ହେଉଛନ୍ତି ପ୍ରଜ୍ବନ । ଏକ ଯୌନ ଉତ୍ପିଡନ ମାମଲାରେ ସେ ଫସିଥିବାବେଳେ ସେ ଦଳରୁ ମଧ୍ୟ ବହିଷ୍କାର ହୋଇଛନ୍ତି ।

