ପୁରୀ: ଭୁବନେଶ୍ୱର ଲୋକସଭା ଆସନରୁ ବିଜେଡି ଟିକେଟ ପାଇବାପରେ ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ମନ୍ମଥ ରାଉତରାୟ । ପୁରୀ ବିଜେଡି ବିଧାୟକ ପ୍ରାର୍ଥୀ ସୁନୀଲ ମହାନ୍ତି ମଧ୍ଯ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ମହାପ୍ରଭୁଙ୍କ ଆଶୀର୍ବାଦରେ ଓ ଦଳର ସହଯୋଗରେ ନିର୍ବାଚନ ଜିତିବେ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି । ମନ୍ମଥ କହିଛନ୍ତି, ଟିକେଟ ମୋ ସରପ୍ରାଇଜ୍ ଥିଲା । ଦଳ ତାଙ୍କୁ ଭରସା କରିଥିବାରୁ ସେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି । ବିରୋଧୀଙ୍କୁ ଯେତେ ବି ବଡ କୁହାଯାଉଥିଲେ ବି ନିର୍ବାଚନରେ ବିଜେଡିର ସୁନିଶ୍ଚିତ ବିଜୟ ହେବୂ । ନିର୍ବାଚନ ପାଇଁ ସେବା ହିଁ ତାଙ୍ ଷ୍ଟାଟେର୍ଜି ବୋଳି ମନ୍ମଥ କହିଛନ୍ତି ।
ସମ୍ବଲପୁରରେ ପ୍ରଣବ ପ୍ରକାଶ ଦାସଙ୍କୁ ଲୋକସଭା ପ୍ରାର୍ଥୀ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ନେତା ଓ କର୍ମୀ
ସମ୍ବଲପୁର: ପ୍ରଣବ ପ୍ରକାଶ ଦାସଙ୍କ ପ୍ରାର୍ଥୀତ୍ବକୁ ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ସ୍ବାଗତ କରାଯାଇଛି । ଏହାସହ ସମ୍ବଲପୁରରେ ତାଙ୍କୁ ଲୋକସଭା ପ୍ରାର୍ଥୀ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ନେତା ଓ କର୍ମୀ । ସମ୍ବଲପୁର ସଂସଦୀୟ କ୍ଷେତ୍ର ୭ ନିର୍ବାଚନ ମଣ୍ଡଳୀ ମଧ୍ୟରେ ସମ୍ବଲପୁର, ରେଢ଼ାଖୋଲ, କୁଚିଣ୍ଡା, ରେଙ୍ଗାଲି, ଦେବଗଡ଼, ଆଠମଲ୍ଲିକ, ଛେଣ୍ଡିପଦା ନେଇ ଗଠିତ । ଏଠାରେ ବିଜେଡି ସାଂଗଠନିକ ସମ୍ପାଦକଙ୍କୁ ପ୍ରାର୍ଥୀ କରାଯାଇଥିବାରୁ ଯୁଯୁମୁରା, ପଡ଼ିଆବହଲ, ବାହାମ୍, ମାନେଶ୍ୱର, ହୁମା, ଧମା, ଡକରା, ସମ୍ବଲପୁର ସହରରେ ଫାଟକ ଚର୍ଚ୍ଚ ଛକ ଠାରେ ବିଜେଡି ନେତା ସଂଜିତ ମହାନ୍ତିଙ୍କ ସମର୍ଥକ ମାନେ ବାଣ ଫୁଟାଇ, ମିଠା ବାଣ୍ଟି ସ୍ବାଗତ କରିଛନ୍ତି । ଏଠାରେ ବିଜେଡିର ବିଜୟ ନିଶ୍ଚିତ ବୋଲି କହିଛନ୍ତି କର୍ମୀ ।
ସମ୍ବଲପୁର ଲୋକସଭା ଆସନରୁ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଲଢିବା ବିଷୟ ଘୋଷଣା ହେବା ପରେ ସମ୍ବଲପୁରରେ ଖୁସିର ମାହୋଲ। ପୂର୍ବତନ ବିଧାୟିକା ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀଙ୍କ ଶାନ୍ତି ନଗର ଅଫିସ ଠାରେ ଉତ୍ସବ ପାଳନ କରାଯାଇଛି। ମହାନଗର ସଭାପତି ସତୀଶ ବିଶି, ଉପସଭାପତି ସୁମନ୍ତ ପଣ୍ଡା, ଦେବାଶିଷ ନନ୍ଦ, ମହିଳା ସଭାପତି ବନ୍ଦିତା ମିଶ୍ର, ଜଗନ୍ନାଥ ଚୌଧୁରୀ, ପ୍ରଦୀପ ରାଉତ ରାୟ, ପ୍ରସନ୍ନ ସାହୁ, ମହେଶ ଶର୍ମା, ଭୋଳା ମହାତମ, ଅଶ୍ୱିନୀ ପଢି, ଦୀପେନ୍ଦ୍ର ପଟେଲ, ଅମିତାଭ ପରିଡା, ଅର୍ଜୁନ ସିଂ, ଫକୀର ପ୍ରଧାନ, ଅଶ୍ୱିନୀ ପଢି, ମମତା ମୁଦୁଲି, ଭାଗ୍ୟଳତା ଚୌଧୁରୀ, ଦିପେନ୍ଦ୍ର ପଟେଲ, ଭବେଶ ଚାନ୍ଦ ପ୍ରମୁଖ ସେଲିବ୍ରେସନରେ ସାମିଲ ହୋଇଥିଲେ।
ବିଜେଡି ମିଡିଆ ସେଲର ଗୁରୁତ୍ୱପୂର୍ଣ୍ଣ ବୈଠକ
ଭୁବନେଶ୍ୱର: ବିଜେଡି ମିଡିଆ ସେଲର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ଆଗାମୀ ନିର୍ବାଚନରେ ବିଜେଡି ମିଡିଆ ସେଲ କିପରି ଅଧିକ କ୍ରିୟାଶୀଳ ହୋଇ ଦଳର ଭାବମୂର୍ତ୍ତୀ ଓ ଦଳୀୟ ପ୍ରାର୍ଥୀମାନଙ୍କର ବିଜୟ ସମ୍ଭାବନାକୁ ବଢାଇବା ପାଇଁ କାର୍ଯ୍ୟ କରିପାରିବ ସେନେଇ ବୈଠକରେ ଆଲୋଚନା ହୋଇଛି । ରାଜ୍ୟସଭା ସାଂସଦ ତଥା ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ମାନସ ମଙ୍ଗରାଜଙ୍କର ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ମିଡିଆ ସେଲର ସଦସ୍ୟମାନେ ଟିଭି ଡିବେଟ୍ ଓ ଅନ୍ୟାନ୍ୟ ଗଣମାଧ୍ୟମରେ ରାଜ୍ୟ ସରକାରଙ୍କ ଉପଲବ୍ଧିକୁ ଜନସାଧାରଣଙ୍କ ସାମ୍ନାରେ ପ୍ରସ୍ତୁତ କରିବେ ବୋଲି ନିଷ୍ପତ୍ତି ହୋଇଥିଲା । ବୈଠକ ପରେ ସାଂସଦ ମାନସ ମଙ୍ଗରାଜଙ୍କ ନେତୃତ୍ୱରେ ବିଜେଡି ମିଡିଆ ସେଲର ସମସ୍ତ ସଦସ୍ୟ ନବୀନ ନିବାସ ଯାଇଥିଲେ । ସେଠାରେ ଫାଇଭ-ଟି ଓ ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ଅଧୀନରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ନିର୍ବାଚନରେ ମିଡିଆ ସେଲର ସଦସ୍ୟମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ପାଣ୍ଡିଆନ କହିବା ସଙ୍ଗେ ସଙ୍ଗେ ସେମାନଙ୍କୁ ଉପାଦେୟ ପରାମର୍ଶ ଦେଇଥିଲେ । ନବୀନ ସରକାରଙ୍କ ଦ୍ୱାରା ନିରନ୍ତର ଭାବେ ବିଗତ ୨୪ ବର୍ଷରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ହୋଇଥିବା ବେଳେ ଗତ ୫ ବର୍ଷରେ ରାଜ୍ୟର ବିକାଶ ଧାରା ଶିଖର ଛୁଇଁଛି, ଯାହାକୁ ଲୋକମାନଙ୍କ ପାଖରେ ପହଞ୍ଚାଇବା ଆପଣମାନଙ୍କର ଦାୟିତ୍ୱ ବୋଲି ପାଣ୍ଡିଆନ କହିଥିଲେ । ବୈଠକରେ ମିଡିଆ ସେଲର ସଦସ୍ୟ ଯଥା, ସଂଯୋଜକ ପ୍ରିୟବ୍ରତ ମାଝୀ, ସର୍ମିଷ୍ଠା ସେଠୀ, ଡ.ସସ୍ମିତ ପାତ୍ର, ସୁଲତା ଦେଓ, ସଂତୃପ୍ତ ମିଶ୍ର, ଲେନିନ ମହାନ୍ତି, ସ୍ୱୟମପ୍ରକାଶ ମହାପାତ୍ର, ତୁମ୍ବନାଥ ପଣ୍ଡା, ଗୌତମବୁଦ୍ଧ ଦାସ, ମିହିର ରାୟ, ଓମପ୍ରକାଶ ସାହୁ, ଅମିତ ମଲ୍ଲିକ, ଡ. ହରିଶ ଚୌଧୁରୀ, ଇପ୍ସିତା ସାହୁ, ମହିକ୍ଷିତା ମିଶ୍ର, ମଧୁସ୍ମିତା ନାୟକ, ଲୋରା ମହାପାତ୍ର, ଅପୂର୍ବା ଅପରୂପା ଓ ସୋଫିଆ ଆଲାମ ପ୍ରମୁଖ ଯୋଗ ଦେଇଥିଲେ ।
ବିଜେପି ସାଂସଦ ପ୍ରାର୍ଥୀ ବଳଭଦ୍ର ମାଝୀଙ୍କୁ ବିରୋଧ
ନବରଙ୍ଗପୁର: ନବରଙ୍ଗପୁର ବିଜେପିରେ ଥମୁନି କନ୍ଦଳ । ବିଜେପି ସାଂସଦ ପ୍ରାର୍ଥୀ ବଳଭଦ୍ର ମାଝୀଙ୍କୁ ବିରୋଧ । ମୈଦଲପୁର ଠାରେ ତାଙ୍କ ଗାଡିକୁ ଅଣ୍ଡାମାଡ ହୋଇଥିବା ଦେଖିବାକୁ ମିଳିଛି। ମୈଦଲପୁର ଅଞ୍ଚଳର କିଛି ବିଜେପି କର୍ମୀ ତାଙ୍କ ସାଂସଦ ପ୍ରାର୍ଥୀତ୍ବକୁ ନେଇ ବିରୋଧ କରୁଥିବା ବେଳେ ଆଜି ଅଣ୍ଡା ମାଡ କରିଛନ୍ତି । ବଳଭଦ୍ର ଝରିଗାଁରୁ ଫେରୁଥିବା ବେଳେ ତାଙ୍କ ଗାଡି ଉପରକୁ ଅଣ୍ଡା ମାଡ କରିଛନ୍ତି ଅସନ୍ତୁଷ୍ଟ ବିଜେପି କର୍ମୀ। ମୈଦଲପୁର ହାଟପଡା ନିକଟରେ ବିଜେପି କର୍ମୀମାନେ ଜଗି ରହି ଅଣ୍ଡା ମାଡ କରିଥିଲେ । ଏନେଇ କାହାର ପ୍ରତିକ୍ରିୟା ମିଳିପାରି ନାହିଁ। ଗତଥରର ପରାଜିତ ପ୍ରାର୍ଥୀ ପର୍ଶୁରାମ ମାଝୀଙ୍କ ସମର୍ଥକ ମାନେ ଏହିଭଳି ଅଣ୍ଡା ମାଡ କରିଥିବା ଅନୁମାନ କରାଯାଉଛି । ଚଳିତ ନିର୍ବାଚନରେ ପର୍ଶୁରାମ ମାଝୀଙ୍କୁ ଟିକେଟ ନଦେବାରୁ ଅସନ୍ତୋଷ ଜାହିର କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଆଉ ଆଜି ଅଣ୍ଡାମାଡ କରି ସାଂସଦ ପ୍ରାର୍ଥୀ ବଳଭଦ୍ର ମାଝୀଙ୍କୁ ବିରୋଧ କରିଛନ୍ତି।
ସମ୍ବଲପୁର ଲୋକସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା ପରେ ଦେବଗଡ଼ରେ ଅଦିନିଆ ଦୀପାବଳି
ଦେବଗଡ଼: ସମ୍ବଲପୁର ଲୋକସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା ପରେ ଦେବଗଡ଼ରେ ଅଦିନିଆ ଦୀପାବଳି l ଜିଲ୍ଲା ବିଜେଡି ପକ୍ଷରୁ ବାଜା ବଜାଇ ଏକ ଶୋଭାଯାତ୍ରା ନଗର ପରିକ୍ରମା କରିବା ସହ ବାଣ ଓ ଆତସ ବାଜିରେ ସହର ଆଲୋକିତ ହୋଇଥିଲା l ସମ୍ବଲପୁର ଲୋକସଭା ଆସନ ପାଇଁ ଆଜି ବିଜେଡି ପକ୍ଷରୁ ପ୍ରାର୍ଥୀ ଭାବେ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାଶଙ୍କ ନାମ ଘୋଷଣା କରିଛନ୍ତି ମୁଖ୍ଯମନ୍ତ୍ରୀ । ସଂଧ୍ଯାରେ ଜିଲ୍ଲା ଯୁବ, ଛାତ୍ର, ମହିଳା ସମେତ ବିଜେଡିର ସମସ୍ତ ସଂଗଠନର କାର୍ଯ୍ୟକର୍ତ୍ତା ଓ କର୍ମୀ ଏକାଠି ହୋଇ ଖୁସି ମନାଇବା ସହ ବବି ଭାଇ ସ୍ବାଗତମ ଓ ଆମେ ଆପଣଙ୍କ ସାଥିରେ, ନାରା ଦେଇ ସହର ସାରା ପରିକ୍ରମା କରିଥିଲେ l ଆଗାମୀ ମେ ୨୫ ତାରିଖ ମତଦାନରେ ଦେବଗଡ଼ ବିଧାନସଭା ଆସନରୁ ପ୍ରଣବ ପ୍ରକାଶଙ୍କ ବିଜୟ ସୁନିଶ୍ଚିତ ବୋଲି ଦଳୀୟ ନେତୃ ମଣ୍ଡଳୀ ଦୃଢୋକ୍ତି ପ୍ରକାଶ କରିଛନ୍ତି ।
ପ୍ରଣବଙ୍କ ବିଜୟ ପାଇଁ ମାଆ ବିରଜାଙ୍କ ମନ୍ଦିରରେ ଦୀପ ଜାଳି ଆଶିଷ କାମନା ଯାଜପୁରବାସୀ
ଯାଜପୁର: ସମ୍ବଲପୁର ଲୋକସଭା କ୍ଷେତ୍ରରୁ ପ୍ରଣବ ପ୍ରକାଶ ଦାସ ପ୍ରାର୍ଥୀ ହେବାପରେ ସବୁଠି ଉତ୍ସାହ। ପ୍ରଣବଙ୍କ ବିଜୟ ପାଇଁ ମାଆ ବିରଜାଙ୍କ ମନ୍ଦିରରେ ଦୀପ ଜାଳି ଆଶିଷ କାମନା କରିଛନ୍ତି ଯାଜପୁରବାସୀ । ପ୍ରଣବଙ୍କ ବିଜୟ ପାଇଁ ସମସ୍ତେ ମାଆଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । ସମ୍ବଲପୁରରେ ବିଜେପିର ଧର୍ମେନ୍ଦ୍ର ପ୍ରଧାନଙ୍କୁ କଡ଼ା ଟକ୍କର ଦେବେ ପ୍ରଣବ। ପ୍ରଣବଙ୍କ ବିଜୟ ପାଇଁ ସମସ୍ତେ ମାଆଙ୍କ ପାଖରେ ପ୍ରାର୍ଥନା କରିଛନ୍ତି ।
ପୁରୁଖା ନେତାଙ୍କ ପିଲାଙ୍କୁ ମିଳିଲା ବିଜେଡି ଟିକେଟ୍
ନନ୍ଦିଘୋଷ ବ୍ୟୁରୋ: ଉଭୟ ବିଧାନସଭା ଏବଂ ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ବିଜେଡି । ୭୨ ବିଧାନସଭା ଏବଂ ୧୫ ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି । ଏହି ତାଲିକାରେ ନୂଆ, ଅଭିଜ୍ଞ ଏବଂ ମହିଳାଙ୍କୁ ଟିକେଟ ମିଳିଛି । ତେବେ ବହୁ ଅଭିଜ୍ଞ ନେତାଙ୍କ ପିଲାଙ୍କୁ ମଧ୍ୟ ଟିକେଟ ଦେଇଛି ବିଜେଡି । କିଛିଦିନ ତଳେ ବିଜେଡିରେ ସାମିଲ ହୋଇଥିବା ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦଙ୍କୁ ପାଟକୁରାରୁ ଟିକେଟ ଦେଇଛି ବିଜେଡି । ପାଟକୁରାରେ ସାବିତ୍ରୀ ଅଗ୍ରଓ୍ବାଲଙ୍କ ସ୍ଥାନରେ ଅରବିନ୍ଦ ମହାପାତ୍ର ପ୍ରାର୍ଥୀ ହୋଇଛନ୍ତି । ବସ୍ତାରେ ନିତ୍ୟାନନ୍ଦ ସାହୁଙ୍କ ସ୍ଥାନରେ ବିଜେଡି ସୁଭାସିନୀ ଜେନାଙ୍କୁ ପ୍ରାର୍ଥୀ କରିଛି । ସେପଟେ ଦିବଙ୍ଗତ ସୂର୍ଯ୍ୟ ନାରାୟଣ ପାତ୍ର ଏବଂ ମହେଶ୍ବର ମହାନ୍ତିଙ୍କ ସ୍ଥାନରେ ସେମାନଙ୍କ ପୁଅଙ୍କୁ ଟିକେଟ ମିଳିଛି । ବିପ୍ଲବ ପାତ୍ର ଦିଗପହଣ୍ଡିରୁ ପ୍ରାର୍ଥୀ ହୋଇଥିବାବେଳେ ପୁରୀରୁ ସୁନିଲ ମହାନ୍ତିଙ୍କୁ ପ୍ରାର୍ଥୀ ଭାବେ ମଇଦାନକୁ ଉତାରିଛି ବିଜେଡି । ସେପଟେ ଚିକିଟିରେ ଉଷା ଦେବୀଙ୍କ ପୁଅ ଚିନ୍ମୟାନନ୍ଦ ଶ୍ରୀରୂପଦେବଙ୍କ ଉପରେ ଭରସା କରି ଟିକେଟ ଦେଇଛି ଦଳ । ସେପଟେ କଂଗ୍ରେସ ନେତା ସୁର ରାଉତରାୟଙ୍କ ପୁଅ ମନ୍ମଥଙ୍କୁ ଭୁବନେଶ୍ବର ଲୋକସଭା ଆସନରୁ ପ୍ରାର୍ଥୀ କରିଛି ବିଜେଡି ।
ପ୍ରଣବ ପ୍ରକାଶ ଦାସଙ୍କୁ ଟିକେଟ ମିଳିବା ପରେ ସମ୍ବଲପୁରରେ ଉତ୍ସବର ମାହୋଲ
ସମ୍ବଲପୁର: ସମ୍ବଲପୁର ଲୋକସଭା କ୍ଷେତ୍ରରୁ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ପ୍ରାର୍ଥୀ ହେବାପରେ ଦେଖାଇଦେଇଛି ଉତ୍ସବର ମାହୋଲ । ବାଣ ଫୁଟାଇ ବାଜା ବଜାଇ କର୍ମୀମାନେ ପ୍ରଣବଙ୍କ ପ୍ରାର୍ଥିତ୍ବକୁ ସ୍ବାଗତ କରିଛନ୍ତି । ପ୍ରଣବଙ୍କୁ ପ୍ରାର୍ଥୀ କରିଥିବାରୁ ମୁଖ୍ଯମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ସମ୍ବଲପୁରରେ ପ୍ରଣବ ବିଜେପି ପ୍ରାର୍ଥୀ ଧର୍ମେନ୍ଦ୍ରଙ୍କୁ କଡ଼ା ଟକ୍କର ଦେବେ । ସମ୍ବଲପୁର ଲୋକସଭା କ୍ଷେତ୍ରକୁ ଏଥର ବିଜେଡି ଦଖଲ କରିବ ବୋଲି କର୍ମୀମାନେ ଦୃଢୋକ୍ତି ପ୍ରକାଶ କରିଛନ୍ତି ।
ବିଜେଡ଼ିର ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ପ୍ରାର୍ଥୀ ତାଲିକାରେ ୨ ନୂଆ ମୁହଁ
ଭୁବନେଶ୍ବର: ବିଜେଡି ବୁଧବାର ସଂଧ୍ୟାରେ ତା’ର ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି । ମଧ୍ୟାହ୍ନରେ ୯ ପ୍ରାର୍ଥୀଙ୍କ ନାମ ବିଜେଡି ଘୋଷଣା କରିଥିଲା । ସଂଧ୍ୟାରେ ୬ ପ୍ରାର୍ଥୀଙ୍କ ନାମ ଘୋଷଣା ସହିତ ମୋଟ ଘୋଷିତ ପ୍ରାର୍ଥୀଙ୍କ ସଂଖ୍ୟା ୧୫ରେ ପହଞ୍ଚିଛି । ଦ୍ୱିତୀୟ ପର୍ଯ୍ୟାୟରେ ଯେଉଁମାନଙ୍କ ନାମ ଘୋଷଣା ହୋଇଛି ସେମାନଙ୍କ ମଧ୍ୟରେ ଅଛନ୍ତି ସଂତୃପ୍ତ ମିଶ୍ର,ରାଜଶ୍ରୀ ମଲ୍ଲିକ,ଅରୁପ ପଟ୍ଟନାୟକ,ଅଚ୍ୟୁତ ସାମନ୍ତ,ଶର୍ମିଷ୍ଠା ସେଠୀ ଓ ଅବିନାଶ ସାମଲ ।
ବିଜେଡ଼ି କଟକରୁ ସଂତୃପ୍ତ ମିଶ୍ରଙ୍କୁ ପ୍ରାର୍ଥୀ କରିଥିବା ବେଳେ ଜଗତସିଂହପୁରରୁ ରାଜଶ୍ରୀ ମଲ୍ଲିକ,ପୁରୀରୁ ଅରୁପ ପଟ୍ଟନାୟକ,କନ୍ଧମାଳରୁ ଅଚ୍ୟୁତ ସାମନ୍ତ,ଯାଜପୁରରୁ ଶର୍ମିଷ୍ଠା ସେଠୀ ଓ ଢେଙ୍କାନାଳରୁ ଅବିନାଶ ସାମଲଙ୍କୁ ଦଳ ଲୋକସଭା ପ୍ରାର୍ଥୀ କରିଛି ।
ଘୋଷିତ ପ୍ରାର୍ଥୀଙ୍କ ମଧ୍ୟରୁ ଡେଙ୍କାନାଳରୁ ଅବିନାଶ ସାମଲ ଓ କଟକରୁ ସଂତୃପ୍ତ ମିଶ୍ର ନୂଆକରି ଲୋକସଭା ନିର୍ବାଚନ ଲଢିବେ । ଅନ୍ୟପକ୍ଷରେ ଅଚ୍ୟୁତ ସାମନ୍ତ,ଶର୍ମିଷ୍ଠା ସେଠୀ ଓ ରାଜଶ୍ରୀ ମଲ୍ଲିକଙ୍କ ଉପରେ ଦଳ ପୁନଃ ବିଶ୍ୱାସ କରି ସେମାନଙ୍କ ପ୍ରାର୍ଥିତ୍ୱକୁ ଦୋହରାଇଛି । ଗତଥର ଭୁବନେଶ୍ୱର ଲୋକସଭା ଆସନରୁ ନିର୍ବାଚନ ଲଢିଥିବା ଅରୁପ ପଟ୍ଟନାୟକଙ୍କୁ ଦଳ ଏଥର ପୁରୀରୁ ପ୍ରାର୍ଥୀ କରିଛି ।
ବିଜେଡିର ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା, ଜାଣନ୍ତୁ କାହାକୁ କେଉଁଠୁ ମିଳିଲା ଟିକେଟ
ଭୁବନେଶ୍ବର: ପ୍ରକାଶ ପାଇଲା ବିଜେଡିର ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା । ପ୍ରଥମେ ୯ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଥିବାବେଳେ ଦ୍ବିତୀୟ ପର୍ଯ୍ୟାୟରେ ୬ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି ।
ପୁରୀ- ଅରୁପ ପଟ୍ଟନାୟକ
ଯାଜପୁର- ଶର୍ମିଷ୍ଠା ସେଠୀ
ଢ଼େଙ୍କାନାଳ- ଅବିନାଶ ସାମଲ
ଜଗସିଂହପୁର – ରାଜେଶ୍ବରୀ ମଲ୍ଲିକ
କନ୍ଧମାଳ- ଅଚ୍ୟୁତ ସାମନ୍ତ
କଟକ – ସଂତୃପ୍ତ ମିଶ୍ର

