spot_img
Home Blog Page 191

ନୀଳ ଡ୍ରମ୍ ହରର୍ : ଜେଲରେ ଶିଶୁ କନ୍ୟାର ନାଁ ରଖିଲା ମୁସକାନ୍ , ଏବେବି ସସପେନ୍ସରେ କିଏ ଶିଶୁର ବାପା !

ନନ୍ଦିଘୋଷ ବ୍ୟୁରୋ : ବହୁ ଚର୍ଚ୍ଚିତ ନୀଳ ଡ୍ରମରେ ସ୍ୱାମୀକୁ ହତ୍ୟା କରି ପ୍ଲାଷ୍ଟର କରିଥିବା ଘଟଣା । ଘଟଣାରେ ପୁଣି ଆଉ ଏକ ଚାଞ୍ଚଲ୍ୟକର ତଥ୍ୟ ଏବେ ସାମ୍ନାକୁ ଆସିଛି । ହତ୍ୟା ପାଇଁ ଜେଲରେ ଥିବା ମୁସକାନ ଏବେ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଛି । ସେ ନଭେମ୍ବର ୨୪ ତାରିଖ ସନ୍ଧ୍ୟା ପ୍ରାୟ ୭ ଟା ସମୟରେ ଏକ ସୁସ୍ଥ କନ୍ୟାକୁ ଜନ୍ମ ଦେଇଥିଲେ। ମୁସକାନ ତାଙ୍କ ଝିଅର ନାମ ରାଧା ରଖିଛନ୍ତି। ଜେଲ କର୍ତ୍ତୃପକ୍ଷଙ୍କ ଅନୁଯାୟୀ, ମୁସକାନ ତାଙ୍କ ଗର୍ଭଧାରଣ ସମୟରେ ତାଙ୍କ ପୁଅ ହେଲେ କୃଷ୍ଣ ରଖିବାକୁ ଇଚ୍ଛା ପ୍ରକାଶ କରିଥିଲେ, କିନ୍ତୁ ଯେତେବେଳେ ସେ ଏକ କନ୍ୟାକୁ ଜନ୍ମ ଦେଲେ, ସେ ତାଙ୍କର ନାମ ରାଧା ରଖିବାକୁ ନିଷ୍ପତ୍ତି ନେଇଥିଲେ।

ଜେଲରୁ ସାହିଲ ପଚାରିଲା – ଏହା ପୁଅ ନା ଝିଅ?

ଜେଲ୍ ଅଧୀକ୍ଷକ ବୀରେଶ ରାଜ ଶର୍ମା କହିଛନ୍ତି ଯେ ପ୍ରସବ ବିଷୟରେ ଜାଣିବା ପରେ, ସହ-ଅଭିଯୁକ୍ତ ସାହିଲ୍ ସକାଳେ ଜେଲ ପ୍ରଶାସନକୁ ପଚାରିଥିଲେ ଯେ ମୁସ୍କାନ ପୁଅ ଜନ୍ମ କରିଛନ୍ତି ନା ଝିଅ ଜନ୍ମ କରିଛନ୍ତି। ଏହି ପ୍ରଶ୍ନ ଏକ ଉଷ୍ମ ବିତର୍କ ସୃଷ୍ଟି କରିଛି। ଅନେକ ଲୋକ ଅନୁମାନ କରୁଛନ୍ତି ଯେ ସାହିଲ୍ ନବଜାତ ଶିଶୁର ପିତା କି? ତଥାପି, ଅଧିକାରୀମାନେ ସ୍ପଷ୍ଟ ଭାବରେ କହୁଛନ୍ତି ଯେ, ଡିଏନଏ ପରୀକ୍ଷା ପରେ ହିଁ ପରିସ୍ଥିତି ସ୍ପଷ୍ଟ ହେବ। ଏହା ପୂର୍ବରୁ କୌଣସି ନିଷ୍କର୍ଷ ବାହାର କରିବା ଅନୁଚିତ।

୬ ବର୍ଷ ପର୍ଯ୍ୟନ୍ତ ଜେଲରେ ମା‘ ସହ ରହିପାରିବ ଶିଶୁ

ଜେଲ ମାନୁଆଲ୍ ଅନୁଯାୟୀ, ଯଦି ଜଣେ ମହିଳା କଏଦୀ ତାଙ୍କ ପିଲାକୁ ତାଙ୍କ ପାଖରେ ରଖିବାକୁ ଚାହାଁନ୍ତି, ତେବେ ତାଙ୍କୁ ଛଅ ବର୍ଷ ପାଇଁ ରଖିବାର ଅନୁମତି ଦିଆଯିବ। ଏହି ନିୟମ ଅନୁଯାୟୀ, ମୁସ୍କାନର ଝିଅ ଏବେ ଆଗାମୀ ଛଅ ବର୍ଷ ଜେଲ ପରିସରରେ ରହି ପାରିବ ।

ଜେଲ ପ୍ରଶାସନ କହିଛି ଯେ ମୁସ୍କାନଙ୍କ ଗର୍ଭାବସ୍ଥାରେ ତାଙ୍କର ବିଶେଷ ଯତ୍ନ ନିଆଯାଇଥିଲା। ତାଙ୍କର ମେଡିକାଲ କଲେଜରେ ସମୟ ଅନୁଯାୟୀ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରାଯାଉଥିଲା ଏବଂ ସ୍ତ୍ରୀ ରୋଗ ବିଶେଷଜ୍ଞଙ୍କ ଦ୍ୱାରା ନିର୍ଦ୍ଧାରିତ ଖାଦ୍ୟ ଏବଂ ଔଷଧ ଯୋଗାଇ ଦିଆଯାଇଥିଲା। ତାଙ୍କ ଅବସ୍ଥାକୁ ଦୃଷ୍ଟିରେ ରଖି, ତାଙ୍କୁ ଜେଲରେ କୌଣସି କାମ କରିବାକୁ ବାଧ୍ୟ କରାଯାଇ ନଥିଲା।

କିଛି ଦିନ ପୂର୍ବରୁ ମୁସ୍କାନଙ୍କ ପ୍ରସବ ଯନ୍ତ୍ରଣା ବୃଦ୍ଧି ପାଇବା ପରେ ତାଙ୍କୁ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା। ଡାକ୍ତରମାନେ ତାଙ୍କୁ କହିଥିଲେ ଯେ ସେ ଯେକୌଣସି ସମୟରେ ପ୍ରସବ କରିପାରିବେ। ଡାକ୍ତରୀ ଦଳ ତାଙ୍କ ଏବଂ ତାଙ୍କ ସ୍ୱାସ୍ଥ୍ୟ ଉପରେ ନିରନ୍ତର ନଜର ରଖିଥିଲେ।

ସ୍ୱାମୀଙ୍କ ହତ୍ୟା ଏବଂ ‘ନୀଳ ଡ୍ରମ୍’ ମାମଲା

ମୁସ୍କାନ ଏବଂ ତାଙ୍କ ପ୍ରେମିକ ସାହିଲ ଯେତେବେଳେ ମୁସ୍କାନଙ୍କ ସ୍ୱାମୀ ସୌରଭଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର କରିବା ଘଟଣା ସାରା ଦେଶରେ ଚାଞ୍ଚଲ୍ୟ ଖେଳିଯାଇଥିଲା । ଅଭିଯୋଗ ଥିଲାର ଯେ ସୌରଭଙ୍କୁ ହତ୍ୟା କରିବା ପରେ ତାଙ୍କ ଶରୀରକୁ ଖଣ୍ଡ ଖଣ୍ଡ କରି ଏକ ବଡ଼ ନୀଳ ଡ୍ରମରେ ଭର୍ତ୍ତି କରାଯାଇଥିଲା ଏବଂ ତା’ପରେ ସିମେଣ୍ଟ ଦ୍ୱାରା ଘୋଡ଼ାଇ ଦିଆଯାଇଥିଲା। ହତ୍ୟା ପରେ, ଦୁହେଁ ହିମାଚଳ ପ୍ରଦେଶ ଯାତ୍ରାରେ ଯାଇଥିଲେ। ଏହି ସମୟ ମଧ୍ୟରେ, ସେମାନଙ୍କର ଅନେକ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।

ପ୍ରାୟ ୧୫ ଦିନ ପରେ ଯେତେବେଳେ ମାମଲା ସାମ୍ନାକୁ ଆସିଲା, ପୋଲିସ ମୁସ୍କାନ ଏବଂ ସାହିଲ ଉଭୟଙ୍କୁ ଗିରଫ କରି ଜେଲକୁ ପଠାଇଦେଲା। ଜେଲରେ ଡାକ୍ତରୀ ପରୀକ୍ଷା ସମୟରେ, ମୁସ୍କାନ ଗର୍ଭବତୀ ଥିବା ଜଣାପଡିଲା, ଯାହା ସବୁଠାରୁ ବଡ଼ ପ୍ରଶ୍ନ ସୃଷ୍ଟି କରିଥିଲା ଯେ ଏହି ସନ୍ତାନ କାହାର ? ସୌରଭଙ୍କ ପରିବାର ପୂର୍ବରୁ କହିଥିଲେ ଯେ ସେମାନେ ପିଲାଟିର ପିତାକୁ ଚିହ୍ନଟ କରିବା ପାଇଁ ଏକ ଡିଏନଏ ପରୀକ୍ଷା କରିବେ।

 

ଇଥିଓପିଆର ହାୟଲି ଗୁବି ଆଗ୍ନେୟଗିରିରୁ ଲାଭା ଉଦଗୀରଣ ; ୧୨ ହଜାର ବର୍ଷ ପରେ ଆଗ୍ନେୟଗିରି ସକ୍ରିୟ

ନନ୍ଦିଘୋଷ ବ୍ୟୁରୋ : ଇଥିଓପିଆର ହାୟଲି ଗୁବି ଆଗ୍ନେୟଗିରିରୁ ଲାଭା ଉଦଗୀରଣ ହୋଇଛି। ପୁଣି ଥରେ ସକ୍ରିୟ ହୋଇଛି ଏହି ଆଗ୍ନେୟଗିରି। ୧୨ ହଜାର ବର୍ଷ ପରେ ଏଥିରୁ ଲାଭା ଉଦଗୀରଣ ହୋଇଛି। ଆଗ୍ନେଇଗିରିରୁ ବାହାରିଛି ପ୍ରବଳ ପାଉଁଶ ଏବଂ ଧୂଆଁ। ଓମାନ, ଆରବ ସାଗର ସହିତ ଭାରତରେ ମଧ୍ୟ ଏହାର ପ୍ରଭାବ ପଡ଼ିଛି। ଉତ୍ତର ଭାରତର ଆକାଶରେ ଦେଖା ଦେଇଛି ପାଉଁଶ ଓ ଧୂଆଁ। ସେଥିପାଇଁ ବାଧାପ୍ରାପ୍ତ ହୋଇଛି ବିମାନ ଚଳାଚଳ। ସତର୍କ ରହିବା ପାଇଁ ବିମାନ କମ୍ପାନୀଗୁ଼ଡ଼ିକୁ ପରାମର୍ଶ ଦିଆଯାଇଛି। ଅନେକ କମ୍ପାନୀ ବିମାନ ଚଳାଚଳକୁ ବାତିଲ କରିଥିବା ଜଣାପଡ଼ିଛି। … ଏୟାର ଇଣ୍ଡିଆ ୧୧ଟି ବିମାନକୁ ବାତିଲ କରାଯାଇଛି।

ଅଯୋଧ୍ୟା ରାମ ମନ୍ଦିରରେ ଉଡିଲା ଧର୍ମଧ୍ଵଜା, ଉତ୍ସବ ମୁଖର ଅଯୋଧ୍ୟା ନଗରୀ

ନନ୍ଦିଘୋଷ ବ୍ୟୁରୋ : ଅଯୋଧ୍ୟା ରାମ ମନ୍ଦିରରେ ହେଲା ଧ୍ଵଜାରୋହଣ। ଧର୍ମ ଧ୍ବଜା ସ୍ଥାପନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗେରୁଆ ରଙ୍ଗର ଏହି ଧ୍ଵଜାର ଓଜନ ହେଉଛି ୧୧ କେଜି। ୧୬୧ ଫୁଟ ବିଶିଷ୍ଟ ରାମ ମନ୍ଦିରର ଉଚ୍ଚରେ ଏହି ଧ୍ଵଜା ସ୍ଥାପନ କରାଯାଇଛି। ଏହି ଧ୍ଵଜାରୋହଣ ଉତ୍ସବ ପାଇଁ ଉତ୍ସବ ମୁଖର ହୋଇଛି ପୂରା ଅଯୋଧ୍ୟା ନଗରୀ। ସେଠାରେ କଡ଼ା ସୁର୍‌କ୍ଷା ବ୍ୟବସ୍ଥା କରାଯାଇଛି।

ଧ୍ଵଜାର ଲମ୍ବ ହେଉଛି ୨୨ ଫୁଟ ଏବଂ ଓସାର ହେଉଛି ୧୧ ଫୁଟ। ୪୨ ଫୁଟ ବିଶିଷ୍ଟ ପୋଲ ଉପରେ ଏହାକୁ ସ୍ଥାପନ କରାଯାଇଛି। ରାମ ମନ୍ଦିର ସହିତ ପୂରା ଅଯୋଧ୍ୟାକୁ ୧୦୦ ଟନ୍ ଫୁଲରେ ସଜ୍ଜିତ କରାଯାଇଛି। ଧ୍ଵଜାରୋହଣ ପରେ ଏକ ଆରତି ମଧ୍ୟ କରାଯିବ ରାମ ମନ୍ଦିରରେ। ପତାକାରେ ସୂର୍ଯ୍ୟ ଚିହ୍ନ ଥିବା ସହିତ ସେଥିରେ ଲେଖାଯାଇଛି ଓମ୍। ଏହା ସହିତ କୋବିଦାର ଗଛର ପ୍ରତୀକ ରହିଛି। ଏହା ସୂଚିତ କରିଥାଏ ପବିତ୍ରତା ଓ ସମୃଦ୍ଧି ଯାହାକି ହେଉଛି ରାମ ରାଜ୍ଯର ସଂକେତ। କୁହାଯାଏ କୋବିଦାର ଗଛ ହେଉଛି ମନ୍ଦାର ଓ ପାରିଜାତ ଗଛର ହାଇବ୍ରିଡ ଗଛ। ବାଲ୍ମିକୀ ରାମାୟଣ ଅନୁସାରେ ଋଷି କଶ୍ଯପ ଏହି ଗଛ ପ୍ରସ୍ତୁତ କରିଥିଲେ। ଗତ ସାଧାରଣ ନିର୍ବାଚନ ଆଗରୁ ୨୦୨୪ ଜାନୁଆରୀ ୨୨ରେ ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା ସହିତ ରାମଲଲ୍ଲାଙ୍କ ବିଗ୍ରହ ସ୍ଥାପନ କରାଯାଇଥିଲା। ଆଜିଠୁ ସ୍ଵଂୟ ସଂପୂର୍ଣ୍ଣ ହେଲା ମନ୍ଦିର। ରାମ ସୀତାଙ୍କ ବିବାହ ପଞ୍ଚମୀରେ ଧ୍ଵଜାରୋହଣ କରାଯାଇଛି। ଉତ୍ତମ ମାନର ସିଲ୍କ ଓ ପାରାଚ୍ଯୁଟ ଗ୍ରେଡର କପଡ଼ାରେ ପ୍ରସ୍ତୁତ ହୋଇଛି ଧ୍ଵଜା। ଏହା ଏପରି କପଡ଼ାରେ ତିଆରି ଯେ, ଏହା ବର୍ଷା ଖରା ଓ ଜୋର ପବନରେ ବି ଅଧିକ ଦିନ ରହିବ।

ଜଗତସିଂହପୁର ବେରାହିଁପୁରଓ ଧନୀପୁରରୁ ଧରାପଡ଼ିଥିବା ବାଂଲାଦେଶୀଙ୍କୁ ପଠାଇ ଦିଆଯିବ ବାଂଲାଦେଶ

ନନ୍ଦିଘୋଷ ବ୍ୟୁରୋ: ଜଗତସିଂହପୁର ଜିଲ୍ଲା ବେରାହିଁପୁର ଓ ଧନିପୁର ଅଞ୍ଚଳ ସାତପୁରା ଠାରୁ ଧରାପଡ଼ିଥିବା ବାଂଲାଦେଶୀଙ୍କୁ ପଠାଇ ଦିଆଯିବ ବାଂଲାଦେଶ । ୩୭ ସଂଧିଗ୍ଧ ବାଂଲାଦେଶୀଙ୍କୁ ବିରିଡି ବ୍ଲକ ବାଗଲପୁର ପଞ୍ଚାୟତ ଅଫିସ ନିକଟ ବହୁମୁଖୀ ବନ୍ୟା ଆଶ୍ରୟସ୍ଥଳୀରେ ରଖାଯାଇଥିଲା। ସେଠାରୁ କାଗଜପତ୍ର ଯାଞ୍ଚ ସମୟରେ ୬ ଜଣଙ୍କୁ ଛାଡି ଡିଆଯାଇଥିଲା । ପରବର୍ତ୍ତୀ ସମୟରେ ପ୍ରଥମେ ୧୦ ବାଂଲାଦେଶୀ ଓ ପରେ ୩ ଜଣ ବାଂଲାଦେଶୀ ବୋଲି ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ୧୩ ଜଣ ବାଂଲାଦେଶୀଙ୍କୁ ଚିହ୍ନଟ ପରେ ସେମାନଙ୍କୁ ବାଂଲାଦେଶୀ ପଠାଇବା ପାଇଁ ଆଠଗଡ଼ ପଠାଯାଇଛି। ସେଠାରେ ପୋଲିସ ଶେଲ୍ଟର ଗୃହରେ ରଖାଯାଇଛି। ଜଗତସିଂହପୁର ଧନୀପୁର ଠାରେ ପୋଲିସ ଚଢ଼ାଉ ବେଳେ କେତେକ ସଂଧିଗ୍ଧ ବାଂଲାଦେଶୀ କେଉଁ ଆଡ଼େ ଚମ୍ପଟ ମରିଥିଲେ। ସେମାନଙ୍କୁ ଧରିବାକୁ ଦାବି ହୋଇଛି।

ବାରହା ଶିକାର ପାଇଁ ଖଞ୍ଜା ଯାଇଥିବା ବୋମା ଫୁଟି ଦୁଇ ନାବାଳିକା ଗୁରୁତର

ନନ୍ଦିଘୋଷ ବ୍ୟୁରୋ: ବାରହା ଶିକାର ପାଇଁ ଖଞ୍ଜା ଯାଇଥିବା ବୋମା ଫୁଟି ଦୁଇ ନାବାଳିକା ଗୁରୁତର। ଜଣକର ହାତ ଛିଣ୍ଡି ଯାଇଥିବା ବେଳେ ଆଉ ଜଣକର ମୁହଁ ପୋଡ଼ି ଯାଇଛି। ଗୁରୁତର ଅବସ୍ଥାରେ ଉଭୟଙ୍କୁ ଭୁବନେଶ୍ଵର ଏମସକୁ ସ୍ଥାନାନ୍ତର କରାଯାଇଛି। ଏହି ଅଘଟଣ ହୋଇଛି ଖୋର୍ଦ୍ଧା ଜିଲ୍ଲା ଚିଲିକା ଜୟନ୍ତୀପୁରରେ।
ଅଭିଯୋଗ ଅନୁସାରେ ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଜୟନ୍ତୀପୁର ଗାଁର ବୁଲୁ ବେହେରାଙ୍କର ଦୁଇ ଝିଅ ୮ ବର୍ଷର ରାଜଲକ୍ଷ୍ମୀ ବେହେରା ଓ ୧୪ ବର୍ଷର ରାଜେଶ୍ୱରୀ ବେହେରା, ୩ ବର୍ଷର ଭାଇକୁ ନେଇ ପାଖ ଜଙ୍ଗଲକୁ କୋଳି ତୋଳିବାକୁ ଯାଇଥିଲେ। ସେମାନେ ସେଠାରୁ ଏକ ବୋମା ପାଇଥିଲେ। ବାରହା ଶିକାର ପାଇଁ ଏହି ବୋମା ଖଞ୍ଜାଯାଇଥିବା ସନ୍ଦେହ କରାଯାଉଛି। କିନ୍ତୁ ପିଲାମାନେ ଏହା ବୋମା ବୋଲି ବୋଧହୁଏ ଜାଣିପାରିନଥିଲେ। ଘରକୁ ଆସି ଚୁଲି ପାଖରେ ରଖିଥିଲେ ବୋମା। ବୋମାଟି ବିସ୍ଫୋରଣ ହେବାରୁ ବଡ଼ ଭଉଣୀ ରାଜେଶ୍ଵରୀର ଡାହାଣ ହାତ ପାପୁଲିଠାରୁ ଛିଣ୍ଡି ଯାଇଛି। ସାନ ଭଉଣୀ ରାଜଲକ୍ଷ୍ମୀର ମୁହଁ ପୋଡ଼ି ଯାଇଛି। ଉଭୟଙ୍କୁ ଭୁବନେଶ୍ଵର ଏମ୍ସ ସ୍ଥାନାନ୍ତର କରାଯାଇଛି। ବାରହା ଶିକାର ପାଇଁ ଜଙ୍ଗଲରେ ଯିଏ ବୋମା ରଖିଥିଲା, ତାକୁ ଗିରଫ କରିବାକୁ ଦାବି କରିଛନ୍ତି ସ୍ଥାନୀୟ ଲୋକେ। …

ବୋଲେରୋ ସହ ଟ୍ୟାଙ୍କରର ମୁହାଁମୁହିଁ ଧକ୍କା : ୩ ମୃତ

ନନ୍ଦିଘୋଷ ବ୍ୟୁରୋ: ସକାଳୁ ସକାଳୁ ଆସିଲା ଦୁଃଖଦ ଖବର । କଟକ ଜିଲ୍ଲା ଟାଙ୍ଗୀ ରଜକଣା ଛକ ନିକଟରେ ବଡ଼ ଦୁର୍ଘଟଣା। ୧୬ ନମ୍ଵର ଜାତୀୟ ରାଜପଥରେ ବୋଲେରୋ ସହିତ ଟ୍ୟାଙ୍କରର ମୁହାଁମୁହିଁ ଧକ୍କା। ଏଥିରେ ୩ ଜଣଙ୍କ ମୃତ୍ୟୁ ହୋଇଛି। ୨ ଜଣ ଗୁରୁତର। ସେମାନଙ୍କ ଅବସ୍ଥା ମଧ୍ୟ ସଂକଟାପନ୍ନ ଅଛି। ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଗୁରୁତର ୨ ଜଣଙ୍କୁ ଏସିବି ମେଡିକାଲ ପଠାଇଛନ୍ତି। କଟର ସାହାଯ୍ୟ ନେଇ ମୃତଦେହଗୁଡ଼ିକୁ ବାହାର କରାଯାଇଛି।

ଆଜିଠୁ ରାଜ୍ୟରେ ଆରମ୍ଭ ହେବ ଧାନକିଣା

ନନ୍ଦିଘୋଷ ବ୍ୟୁରୋ: ଆଜିଠୁ ରାଜ୍ୟରେ ଆରମ୍ଭ ହେବ ଧାନକିଣା । ଖୋଲିବ ମଣ୍ଡି । ଗତ ବର୍ଷ ତୁଳନାରେ ଚଳିତ ବର୍ଷ ଧାନ କିଣା ଟାର୍ଗେଟ ଅଧିକ ରଖିଛନ୍ତି ରାଜ୍ୟ ସରକାର । ଧାନ କିଣାରେ ଯେପରି କୌଣସି ବିଭ୍ରାଟ ନହୁଏ, ସେଥିପାଇଁ ଗୁରୁତ୍ବ ଦିଆଯିବ ବୋଲି କହିଛନ୍ତି ସରକାର । ବାସ୍ତବରେ ସ୍ଥିତି କିନ୍ତୁ ଓଲଟା । ଚାଷୀ ଆଉ ମିଲରଙ୍କ ଭିତରେ ସଲା ସୁତୁରା ହୋଇ ଚାଲିଛି କଟନି ଛଟନି। ଚାଷୀ ନିଜ ଧାନକୁ ବିକ୍ରି କରିବା ପାଇଁ ମିଲରଙ୍କ ସହ ମସୁଧା କରୁଛନ୍ତି। ଧାନକିଣା ପୂର୍ବରୁ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତଙ୍କ ଏପରି ବୟାନକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ସମବାୟ ମନ୍ତ୍ରୀଙ୍କ କଟନି ଛଟନି ବୟାନକୁ ନେଇ ବର୍ଷିଛନ୍ତି । ଚାଷୀ ଆଜି ବି ରାଜରାସ୍ତାରେ ଆନ୍ଦୋଳନ କରୁଛି। ସରକାର କିପରି କମ୍ ଚାଷୀ ଧାନ ବିକ୍ରି କରିବେ ସେ ବ୍ୟବସ୍ଥା କରୁଛନ୍ତି। ସରକାରଙ୍କ ଏପରି ଚାଷୀ ବିରୋଧୀ ଆଭିମୁଖ୍ୟକୁ ବିଜେଡି ଦୃଢ଼ ବିରୋଧ କରିବ। ବିଧାନସଭାରେ ଏ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଜବାବ ମାଗିବ ବୋଲି କହିଛି ବିଜେଡି। ଅନ୍ୟପଟେ କାଲିଠାରୁ ଚାଷୀଙ୍କ ଠାରୁ ଧାନ କିଣିବେ ରାଜ୍ୟ ସରକାର। ଏଥିପାଇଁ ସବୁ ପ୍ରସ୍ତୁତି ହୋଇଛି। ଠିକ ସମୟରେ ଗାଡ଼ି ପହଞ୍ଚାଇବା ପାଇଁ ମିଲ ମାଲିକ ମାନଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ଧାନ କିଣା ଉପରେ ତୀକ୍ଷଣ ନଜର ରଖିବାକୁ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଭାରତ- ଦକ୍ଷିଣ ଆଫ୍ରିକା ଦ୍ବିତୀୟ ଟେଷ୍ଟ : ଚତୁର୍ଥ ଦିନର ଖେଳ ଉପରେ ନଜର…

0

ନନ୍ଦିଘୋଷ ବ୍ୟୁରୋ: ଗୁଆହାଟି ଟେଷ୍ଟରେ ଭାରତ ଆଗରେ ବିଶାଳ ସ୍କୋର । ପ୍ରଥମ ଟେଷ୍ଟରେ ପରାଜିତ ହୋଇଥିବାବେଳେ ଦ୍ବିତୀୟ ଟେଷ୍ଟରେ ଟିମ ଇଣ୍ଡିଆ ଆଗରେ ବିଶାଳ ସ୍କୋର ଠିଆ କରିଛି ଭ୍ରମଣକାରୀ ଦଳ । ଟେଷ୍ଟରେ ଟସ ଜିତି ପ୍ରଥମ ବ୍ଯାଟିଂ କରି ଦଳ ୪୮୯ ରନ ସଂଗ୍ରହ କରିଥିଲା । ଏହାର ଜବାବରେ ବ୍ଯାଟିଂ କରି ଭାରତ ୨୦୧ ରନ କରି ସମସ୍ତ ୱିକେଟ ହରାଇଥିଲା । ଦଳ ପକ୍ଷରୁ ଯଶସ୍ବୀ ଜୟସ୍ବାଲ ସର୍ବାଧିକ ୫୮ ରନ କରିଥିବାବେଳେ ୱାସିଂଟନ ସୁନ୍ଦର ୪୮ ରନ କରିଥିଲେ । ଦକ୍ଷିଣ ଆଫ୍ରିକା ପକ୍ଷରୁ ମାର୍କୋ ଜନସନ ୬ଟି ୱିକେଟ ନେଇଥିଲେ । ଭାରତ ପ୍ରଥମ ଇଂନିସରେ ୨୦୧ ରନ କରି ଆଉଟ ହେବାପରେ ଦ୍ବିତୀୟ ଇଂନିସ ଆରମ୍ଭ କରିଛି ଦକ୍ଷିଣ ଆଫ୍ରିକା । ଗତକାଲି ଦଳ କୌଣସି ୱିକେଟ ନ ହରାଇ ୨୬ ରନ ସଂଗ୍ରହ କରିଛି । ଫଳରେ ୩୧୪ ରନ ଆଗୁଆ ରହିଛି । ଆଜି ଖେଳର ଚତୁର୍ଥ ଦିନ ହୋଇଥିବାବେଳେ ପୁଣି ୧୬ ରନରୁ ଖେଳ ଆରମ୍ଭ କରିବ ଦକ୍ଷିଣ ଆଫ୍ରିକା ।

ଅସୁସ୍ଥ ଥିବା ସତ୍ତ୍ଵେ ହ୍ୟୁମାନଙ୍କୁ ପ୍ରୋଗ୍ରାମ କରିବାକୁ ବାଧ୍ୟ କରାଯାଉଥିଲା କି ? ସାମ୍ନାକୁ ଆସିଲା ଭିଡିଓ

ଗୁରୁତର ଅସୁସ୍ଥ ଥିବା ସତ୍ତ୍ଵେ ହ୍ୟୁମାନ ସାଗରଙ୍କୁ ପ୍ରୋଗ୍ରାମ କରିବାକୁ ବାଧ୍ୟ କରାଯାଉଥିଲା କି। ତାଙ୍କ ମୃତ୍ୟୁ ପରେ ଏହି ଅଭିଯୋଗ ଅନେକ ଥର ଆସିଛି। ତାଙ୍କ ମାଆ ଖୋଲାଖୋଲି ଏପରି ଅଭିଯୋଗ କରିଥିଲେ। ସେପରି ଏକ ଭିଡିଓ ଏବେ ସାମ୍ନାକୁ ଆସିଛି। ଭିଡିଓଟି ୨୦୨୩ ଆଠଗଡ଼ ମହୋତ୍ସବର। ଗୀତ ଗାଇବାକୁ ହ୍ୟୁମାନ ସାଗରଙ୍କୁ ଡକାଯାଇଥିଲା। ସେ କିନ୍ତୁ ଷ୍ଟେଜ ଉପରେ ହିଁ କହିଲେ ଯେ, ସେ ସୁସ୍ଥ ନାହାନ୍ତି। ଫିଜିକାଲି ଫିଟ ନାହାନ୍ତି। ହାଇ ବ୍ଲଡ ପ୍ରେସର ହୋଇଗଲା, ହଠାତ ପଡ଼ିଗଲି। ଗୀତ ଗାଇ ପାରିବି ନାହିଁ କହି ସେ ଦର୍ଶକଙ୍କୁ କ୍ଷମା ମାଗିଥିଲେ। କେବଳ ପପୁ ଓ ଦିନେଶଙ୍କ ପାଇଁ ଆଠଗଡ଼ ଆସିଥିବା ଷ୍ଟେଜ ଉପରେ କହିଥିଲେ ହ୍ୟୁମାନ ସାଗର। ସେ କହିଥିଲେ, ଆପଣମାନେ ଡାକିବାରୁ ଆସିଛି। ଷ୍ଟେଜରେ ଠିଆ ହୋଇ ଗୀତ ଗାଇବା ଅବସ୍ଥାରେ ନ ଥିଲେ ହ୍ୟୁମାନ। ଉପସ୍ଥାପିକାଙ୍କ ଅନୁରୋଧ ସତ୍ତ୍ଵେ ସେ ଗୀତ ଗାଇ ପାରିବେ ନାହିଁ ବୋଲି କହିଥିଲେ। କେବଳ ଗୋଟିଏ ଗୀତର ମୁଖଡ଼ା ଗାଇଥିଲେ ହ୍ୟୁମାନ। ଏକଥା ଆଠଗଡ଼ ମହୋତ୍ସବର ଆୟୋଜକ ବି ସ୍ପଷ୍ଟ କରିଛନ୍ତି। ୨୦୨୩ରେ ଆଠଗଡ଼ ମହୋତ୍ସବରେ ବେଳେ ଦେହ ଖରାପ ହେବାରୁ କେମିତି ସେ ଗୀତ ଗାଇ ପାରିନଥିଲେ ତାହା ମନେ ପକାଇଛନ୍ତି ଆଠଗଡ଼ ମହୋତ୍ସବର ଆୟୋଜକ। ୨୦୨୨,୨୦୨୩ ଓ ୨୦୨୫ ରେ ଏମିତି ୩ ଥର ଆଠଗଡ଼ ମହୋତ୍ସବକୁ ଆସିଥିଲେ ହ୍ୟୁମାନ ସାଗର। ୨୦୨୩ରେ ଗୋଟିଏ ଗୀତ ଗାଇବା ପରେ ସେ ଆଉ ଗୀତ ଗାଇପାରିନଥିଲେ। ଦେହ ଏତେ ଅସୁସ୍ଥ ଥିଲା ଯେ କମିଟି ପକ୍ଷରୁ ଡାକ୍ତର ଡକାଇ ତାଙ୍କର ଚିିିକିତ୍ସା କରାଯାଇଥିଲା। ସେତେବେଳର କଥାକୁ ନେଇ ମହୋତ୍ସବର ସଂଯୋଜକ କଣ କହୁଛନ୍ତି, ଆସନ୍ତୁ ଶୁଣିବା।

ପଞ୍ଚାୟତକୁ ଗଡୁନି ମୁଖ୍ୟମନ୍ତ୍ରୀ ବସ୍: ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରି ଫେରୁଛନ୍ତି ଲୋକେ

ପଞ୍ଚାୟତକୁ ଗଡୁନି ମୁଖ୍ୟମନ୍ତ୍ରୀ ବସ୍। ବସଷ୍ଟାଣ୍ଡ ନିର୍ମାଣ ସରିଛି। ହେଲେ ୨ ବର୍ଷ ହେଲାଣି କେନ୍ଦୁଝର ଜିଲ୍ଲା ଆଦିବାସୀ ବହୁଳ ଚମ୍ପୁଆ ବ୍ଲକର ଜାଲି ପଞ୍ଚାୟତକୁ ଗଡୁନି ବସ୍ l ଗମନାଗମନ ସୁବିଧା ପାଇଁ ପଞ୍ଚାୟତ ମୁଖ୍ୟାଳୟରେ ପୂର୍ବ ସରକାର ଲକ୍ଷ୍ମୀ ବସଷ୍ଟାଣ୍ଡ ସହିତ ଲକ୍ଷ୍ମୀ ବସ ଯେlଗାଇଦେଇଥିଲେ l ସରକାର ବଦଳିବା ପରେ ଆଉ ଅଧିକାଂଶ ପଞ୍ଚାୟତକୁ ଯାଉନି ବସ୍। ବ୍ଲକ ମୁଖ୍ୟାଳୟରୁ ବସ୍ ଜାଲି ପାଇଁ ବାହାରୁଛି ମାତ୍ର ଦିନକ ପାଇଁ ବସ୍ ଆସୁନାହିଁ। ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରି ଫେରୁଛନ୍ତି ଲୋକେ। ଯାହାକୁ ନେଇ ପଞ୍ଚାୟତରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି।

ବ୍ଲକ ମୁଖ୍ୟାଳୟ କିମ୍ବା ଜିଲ୍ଲା ମୁଖ୍ୟାଳୟ ଯିବାକୁ ହେଲେ ପାଞ୍ଚ କିଲୋମିଟର ଦୂର ଭୂଇଁପୁର କିମ୍ବା ଜଜପଶି ପଞ୍ଚାୟତ ଯିବାକୁ ବାଧ୍ୟ ହେଉଛନ୍ତି ଲୋକେ l ଏପରିକି ପଞ୍ଚାୟତର କଲେଜ ଛାତ୍ରଛାତ୍ରୀ ବସ ସେବା ପାଇଁ ପାଠପଢାରୁ ବଞ୍ଚିତ ହେଉଛନ୍ତି। ବସ ସେବା ଯୋଗାଇଦେବାକୁ ବହୁବାର ପାଟଣା ବିଧାୟକଙ୍କ ସହିତ ବ୍ଲକ ପ୍ରଶାସନ ଓ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ସୁଦ୍ଧା କେହି ଗୁରୁତ୍ୱ ଦେଉନଥିବା କ୍ଷେlଭର ସହ ଅଭିଯୋଗ କରିଛନ୍ତି ପଞ୍ଚାୟତବାସୀ। ପଞ୍ଚାୟତବାସୀଙ୍କୁ ସୁବିଧାରେ ବସ ସେବା ଯେlଗାଇଦେବାକୁ ପୂର୍ବ ସରକାର ଆରମ୍ଭ କରିଥିଲେ ଲକ୍ଷ୍ମୀ ବସ ସେବା । ୫ ଟଙ୍କାରେ ଯାତାୟାତ କରୁଥିଲେ ଲୋକେ। ମାତ୍ର ସରକାର ବଦଳିବା ପରେ ଏହି ଯେlଜନାରୁ ବଞ୍ଚିତ ରହିଛନ୍ତି ଜାଲି ପଞ୍ଚାୟତ ବାସୀ ।