spot_img
Home Blog Page 189

ଡିସେମ୍ବର ୧ରୁ ଖୋଲିବ ଗୁଣ୍ଡିଚା ମନ୍ଦିର

ଡିସେମ୍ବର ୧ରୁ ଖୋଲିବ ଗୁଣ୍ଡିଚା ମନ୍ଦିର l ଦୀର୍ଘ ବର୍ଷ ଧରି ବନ୍ଦ ରହିଥିବା ଗୁଣ୍ଡିଚା ମନ୍ଦିର ଖୋଲିବା ଲାଗି ଗତ ପରିଚାଳନା କମିଟିରେ ନିଆଯାଇଥିଲା ନିଷ୍ପତ୍ତି। ଶ୍ରୀମନ୍ଦିର ପ୍ରଶାସନ ଗୁଣ୍ଡିଚା ମନ୍ଦିରର ପରିଚାଳନା କରିବ l ତେବେ ଭକ୍ତଙ୍କ ପାଇଁ ଟିକେଟ ଦର୍ଶନ ହେବ କି ନାହିଁ ତାହା ପରବର୍ତ୍ତୀ ସମୟରେ ନିଷ୍ପତ୍ତି ନିଆଯିବ l ଗୁଣ୍ଡିଚା ମନ୍ଦିରର ସୌନ୍ଦର୍ଯ୍ୟକରଣ କାମ ଶେଷ ହୋଇଥିବାବେଳେ ଗୁଣ୍ଡିଚା ମନ୍ଦିର ସମ୍ମୁଖରୁ ସମସ୍ତ ଅବରୋଧକୁ ହଟା ଯାଇଛି l ଦୀର୍ଘ ୬ବର୍ଷ ପରେ ଗୁଣ୍ଡିଚା ମନ୍ଦିର ଖୋଲିବା ନେଇ ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା l

ରାଷ୍ଟ୍ରପତିଙ୍କୁ ସ୍ମାରକପତ୍ର ଦେବ କଂଗ୍ରେସ

ରାଷ୍ଟ୍ରପତିଙ୍କୁ ସ୍ମାରକପତ୍ର ଦେବ କଂଗ୍ରେସ । ଓଡ଼ିଶାର ସ୍ବାର୍ଥ ସମ୍ପର୍କିତ ଦାବିଗୁଡିକୁ ନେଇ ଏକ ସ୍ମାରକପତ୍ର ରାଷ୍ଟ୍ରପତିଙ୍କୁ ଦେବ କଂଗ୍ରେସ। ଏନେଇ ସୂଚନା ଦେଇଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ । ରାଷ୍ଟ୍ରପତି ଓଡ଼ିଶା ଗସ୍ତରେ ଆସୁଛନ୍ତି ଏହା ଖୁସିର କଥା। ପ୍ରଥମ ଥର ପାଇଁ ବିଧାନସଭାକୁ ଉଦବୋଧନ ଦେବେ । ରାଷ୍ଟ୍ରପତିଙ୍କ ଉଦବୋଧନରେ ଓଡ଼ିଶାର ଦୀର୍ଘ ଦିନର ଦାବି ସବୁ ପୂରଣ ହେବା ନେ଼ଇ ଘୋଷଣା ହେବ । ଓଡିଶାରୁ ସ୍ୱତନ୍ତ୍ର ପ୍ୟାକେଜ ସହ ମହାନଦୀ, ପୋଲାଭରମ୍ ପରି ସମସ୍ୟାର ସମାଧାନ ହେବ ବୋଲି ଆଶା କରିଛନ୍ତି କାଡ଼ାମ।

ନ୍ୟୁଜିଲାଣ୍ଡ ପରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରେ ଭାରତର ଶୋଚନୀୟ ପରାଜୟ, ଟିମ୍ ଇଣ୍ଡିଆ ହେଡ କୋଚ୍ ଗୌତମ ଗମ୍ଭୀର ଦେବେ ଇସ୍ତଫା !

ନ୍ୟୁଜିଲାଣ୍ଡ ପରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରେ ଭାରତର ଶୋଚନୀୟ ପରାଜୟ, ଟିମ୍ ଇଣ୍ଡିଆ ହେଡ କୋଚ୍ ଗୌତମ ଗମ୍ଭୀର ଦେବେ ଇସ୍ତଫା !

ନନ୍ଦିଘୋଷ ବ୍ୟୁରୋ: ଗତବର୍ଷ ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଟିମ୍ ଇଣ୍ଡିଆର ୦-୩ରେ ପରାଜୟ । ଆଉ ଏବେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୦-୨ରେ ସିରିଜ ପରାଜୟ । ଆଉ ଦୁଇଟଇ ଯାକ ସିରିଜରେ ମୁଖ୍ୟ କୋଚ୍ ହେଉଛନ୍ତି ଗୌତମ ଗମ୍ଭୀର । ଭାରତୀୟ କ୍ରିକେଟ ଟିମର ଏମିତି ଶୋଚନୀୟ ପରାଜୟ ପାଇଁ ଗୌତମ ଗମ୍ଭୀରଙ୍କୁ ଦାୟୀ କରାଯିବା ସହ ତାଙ୍କ ଇସ୍ତଫା ଦାବି ଜୋର ଧରିଛି । ଆଉ ଏହାରି ଭିତରେ ଗମ୍ଭୀରଙ୍କ ପ୍ରତିକ୍ରିୟା ଆସିଛି । ସେ କହିଛନ୍ତି, ସେ ନିଜେ କୌଣସି ନିଷ୍ପତ୍ତି ନେବେ ନାହିଁ । ଯାହା ନିଷ୍ପତ୍ତି ନେବ ବିସିସିଆଇ ନେବ । ନିଜ ପ୍ରତିକ୍ରିୟା ଦେବା ବେଳେ ସେ ଏ ମଧ୍ୟ ମନେ ପକାଇ ଦେଇଛନ୍ତି ଯେ, ତାଙ୍କ ସମୟରେ ହିଁ ଭାରତ ଚାମ୍ପିୟନ୍ସ ଟ୍ରଫି ଜିତିଛି ।

ଅନିଶ୍ଚିତତାରେ କୋଚିଂ ଭବିଷ୍ୟତ

ଦକ୍ଷିଣ ଆପ୍ରିକା ବପକ୍ଷରେ ପରାଜୟ ପରେ ଗୌତମ ଗମ୍ଭୀର ପ୍ରେସ କନଫରେନ୍ସକୁ ଆସିଥିଲେ । ଯେଉଁଠି ତାଙ୍କୁ ପ୍ରଶ୍ନବାଣର ସମ୍ମୁଖୀନ ହେବାକୁ ପଡ଼ିଥିଲା । ପରାଜୟ ପାଇଁ ପୂରା ଟିମକୁ ଗମ୍ଭୀର ଦାୟୀ କରିବା ସହ ଏହା ତାଙ୍କ ପାଖରୁ ଆରମ୍ଭ ହୋଇଥିବା କହିଥିଲେ । କୋଚିଂ ଭବିଷ୍ୟତକୁ ନେଇ ଯେତେବେଳେ ତାଙ୍କୁ ପ୍ରଶ୍ନ କରାଯାଇଥିଲା, ସେ ବିସିସିଆଇ ଆଡ଼କୁ ଠେଲି ଦେବା ସହ ନିଜ କାର୍ଯ୍ୟକଳା ଶେଷ କରିବା ନେଇ ସଙ୍କେତ ଦେଇଥିଲେ । ସେ କହିଥିଲେ, ଏହାର ନିଷ୍ପତ୍ତି ବିସିସିଆଇ ନେବ । ମୁଁ କୋଚ୍ ହେବା ପରେ ପ୍ରଥମ ସାମ୍ବାଦିକ ସମ୍ମିଳନୀରେ କହିଥିଲି, ମୁଁ ଗୁରୁତ୍ବପୂର୍ଣ୍ଣ ନୁହେଁ । ଭାରତୀୟ କ୍ରିକେଟ ଗୁରୁତ୍ବପୂର୍ଣ୍ଣ । ଏ କଥା ଭୁଲିବା ଉଚିତ ନୁହେଁ ମୁଁ ସେହି ବ୍ୟକ୍ତି, ଯିଏ କୋଚିଂରେ ଭାରତୀୟ ଟଇମ୍ ଇଂଲଣ୍ଡରେ ଟେଷ୍ଟ ସିରିଜ ଡ୍ର କରିଥିଲା । ଆଉ ଚାମ୍ପିନ୍ସ ଟ୍ରଫି ଓ ଏସିଆ କବ୍ ବି ଜିତିଥିଲା ।

ଆଗକୁ ସେ କହିଥିଲେ, ଟିମ୍ ଇଣ୍ଡିଆ ପରିବର୍ତ୍ତନର ଦିଗରେ ଗତି କରୁଛି ଓ ବର୍ତ୍ତମାନର ଟିମରେ ଅନୁଭବର ଅଭାବ ରହିଛି । ଏହାସହ ସେ ଖୋଲାଖୋଲି କହିଥିଲା, ଯଦି ଏହି ଫର୍ମାଟରେ ଏକ ନମ୍ବର ଟିମ୍ ହୋଇ ରହିବାର ଅଛି, ତେବେ ଟେଷ୍ଟ କ୍ରିକେଟକୁ ପ୍ରାଥମିକତା ଦେବାକୁ ପଡ଼ିବ । ଆମକୁ ଭଲ ଖେଳିବାକୁ ପଡ଼ିବ । ୯୫/୧ରୁ ହଠାତ ୧୨୨/୭ ସ୍କୋରକୁ କେବେ ସ୍ବୀକାର କରାଯାଇପାରିବ ନାହିଁ । ଆପଣ କୌଣସି ଜଣେ ଖେଳାଳି କି କୌଣସି ଗୋଟିଏ ସଟକୁ ଦୋଷ ଦେଇ ପାରିବେ ନାହିଁ । ମୁଁ କେବେ କୌଣସି ନିର୍ଦ୍ଦିଷ୍ଟ ଖେଳାଳିଙ୍କୁ ଦୋଷ ଦେଇନାହିଁ କି ଆଗକୁ ଦେବି ନାହିଁ ।

ଗତ ଏକ ବର୍ଷରେ ଟିମ୍ ଇଣ୍ଡିଆ ରେକର୍ଡ

ନ୍ୟୁଜିଲାଣ୍ଡ ବିପକ୍ଷରେ ୦-୩ରେ ହାରିଥିବା ଭାରତୀୟ ଟିମ୍ ଏବେ ଦକ୍ଷିଣ ଆଫ୍ୟିକା ବିପକ୍ଷରେ ୦-୨ରେ ସିରିଜି ହାରିଛି । କୋଲକାତା ଟେଷ୍ଟରେ ୩୦ ରନରେ ହାରିଥିବା ଟିମ୍ ଇଣ୍ଡିଆକୁ ଗୌହାଟି ଟେଷ୍ଟରେ ୪୦୮ ରନରେ ଅବିଶ୍ବାସନୀୟ ପରାଜୟ ମିଳିଛି । ଗତ ଏକ ବର୍ଷ ହେବଭାରତୀୟ କ୍ରିକେଟ୍ ଟିମର ତିନୋଟି ଯାକ ଫର୍ମାଟର କୋଚ୍ ଅଛନ୍ତି ଗମ୍ଭୀର । ଆଉ ତାଙ୍କ କୋଚିଂରେ ଭାରତୀୟ ଟିମ୍ ଘରୋଇ ମାଟିରେ ୯ଟି ମ୍ୟାଚରୁ ୫ଟି ପରାଜିତ ହୋଇଛି । ଗୁରୁତ୍ବପୂର୍ଣ୍ଣ କଥା ହେଲା, ଯେଉଁ ୪ଟି ବିଜୟ ମିଳିଛି ତାହା ବାଂଲାଦେଶ ଓ ଓ୍ବେଷ୍ଟଇଣ୍ଡିଜ ପରି ଦୁର୍ବଳ ଟିମ୍ ବିପକ୍ଷରେ ମିଳିଛି ।

ପୂର୍ବତନ କ୍ରିକେଟର ତେଚେଶ୍ବର ପୂଜାରାଙ୍କ ଶଳାଙ୍କ ଆତ୍ମହତ୍ୟା, ବର୍ଷେ ପୂର୍ବେ ହୋଇଥିଲା ଦୁଷ୍କର୍ମ ଅଭିଯୋଗ

ପୂର୍ବତନ କ୍ରିକେଟର ତେଚେଶ୍ବର ପୂଜାରାଙ୍କ ଶଳାଙ୍କ ଆତ୍ମହତ୍ୟା, ବର୍ଷେ ପୂର୍ବେ ହୋଇଥିଲା ଦୁଷ୍କର୍ମ ଅଭିଯୋଗ

ନନ୍ଦିଘୋଷ ବ୍ୟୁରୋ: ଟିମ୍ ଇଣ୍ଡିଆର ପୂର୍ବତନ କ୍ରିକେଟର ଚେତେଶ୍ବର ପୂଜାରାଙ୍କ ଶଳା ଜିତ ପାବାରୀ ଆତ୍ମହତ୍ୟା କରିଥିବା ସୂଚନା । ନିଜ ଘରେ ରଶି ଲଗାଇ ଜିତ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଭାରତ ଓ ଦକ୍ଷିଣ ଆଫ୍ରିକା ଦ୍ବିତୀୟ ଟେଷ୍ଟରେ କମେଣ୍ଟ୍ରି କରୁଥିବା ବେଳେ ଶଳା ଜିତଙ୍କ ଆତ୍ମହତ୍ୟା ଖବର ପାଇଥିଲେ ପୂଜାରା । ସୂଚନାଯୋଗ୍ୟ, ଗତବର୍ଷ ଠିକ ଆଜିର ଦିନ ଅର୍ଥାତ ନଭେମ୍ବର ୨୬ ତାରିଖରେ ଜିତଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ହୋଇଥିଲା ।

ଦୁଷ୍କର୍ମ ଅଭିଯୋଗକୁ ନେଇ ସମସ୍ୟାରେ ଥିଲେ

୨୦୨୪ ନଭେମ୍ବରରେ ଜିତଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ହୋଇଥିଲା । ତାଙ୍କ ପୂର୍ବତନ ମଙ୍ଗେତର ତାଙ୍କ ଉପରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ । ରାଜକୋଟରେ ରହୁଥିବା ଯୁବତୀ ଜଣଙ୍କ ଅଭିଯୋଗ କରିଥିଲେ କି ନିର୍ବନ୍ଧ ପରେ ଜିତ ତାଙ୍କ ସହ ଏକାଧିକ ଥର ଶାରୀରିକ ସମ୍ପର୍କ ରଖିଥିଲେ । ଏହାପରେ ବିନା କୌଣସି କାରଣରେ ବିବାହ ଭାଙ୍ଗି ଦେବା ସହ ଅନ୍ୟ ଜଣଙ୍କୁ ବିବାହ କରିଥିଲେ । ଏପରିକି ପୂଜାରାଙ୍କ ନାଁରେ ଯୁବତୀଙ୍କୁ ବାରମ୍ବାର ଧମକ ଦିଆଯାଉଥିବା ବି ଅଭିଯୋଗ ହୋଇଥିଲା । ଦୁଷ୍କମର୍ ସହ ଜିତ ତାଙ୍କୁ ମାଡ଼ ମାରୁଥିବା ନେଇ ମଧ୍ୟ ଯୁବତୀ ଜଣଙ୍କ ଅଭିଯୋଗ କରିଥିଲେ । ଯାହାକୁ ନେଇ ଜିତ ଡିପ୍ରେଶନରେ ଥିଲେ ।

କେମିତି ହେଲା ମୃତ୍ୟୁ ?

ରିପୋର୍ଟ ଅନୁସାରେ, ରାଜକୋଟରେ ରହୁଥିବା ଜିତ ନିଜ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ । ରଶି ଲଗାଇବା ପରେ ତାଙ୍କ ଚିତ୍କାର ଶୁଣି ପଡ଼ୋଶୀ ପହଞ୍ଚି ଯିବା ସହ ତାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଡକ୍ଟର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଜିତଙ୍କ ଘରୁ ପୋଲିସକୁ କୌଣସି ସୁଇସାଇଡ ନୋଟ୍ ମିଳି ନଥିବା ଜଣାପଡ଼ିଛି । ତେବେ ଏକ ଆତ୍ମହତ୍ୟା ମାମଲା ରୁଜୁ କରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ପୂର୍ବତନ ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଇମରାନ୍ ଖାନଙ୍କୁ ଜେଲ ଭିତରେ ହତ୍ୟା ! ଦାବି କଲା ଆଫଗାନିସ୍ତାନୀ ଗଣମାଧ୍ୟମ

ପୂର୍ବତନ ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଜେଲରେ ହତ୍ୟା କରାଯାଇଥିବା ଦାବି ହୋଇଛି । ଦ ଆଫଗାନ୍ ଟାଇମସ ନାମକ ଟ୍ୱିଟ୍ ହ୍ୟାଣ୍ଡେଲରେ ଏଭଳି ଦାବି କରାଯାଇଛି । ଏହା ଅନୁସାରେ ୧୭ ଦିନ ତଳେ ଇମ୍ରାନଙ୍କର ରହସ୍ୟମୟ ପରିସ୍ଥିତିରେ ମୃତ୍ୟୁ ହୋଇଥିଲା । ଏହା ହତ୍ୟା ବୋଲି ସନ୍ଦେହ କରାଯାଉଛି ।

ଏଣେ ଇମ୍ରାନଙ୍କ ଦଳ ତହରିକ-ଏ-ଇନସାଫର ସଦସ୍ୟ ଜେଲ ଆଗରେ ରୁଣ୍ଡ ହୋଇଥିବା ଖବର ମଧ୍ୟ ଆସୁଛି । ସେମାନେ ନିଜ ନେତାଙ୍କୁ ଭେଟିବାକୁ ଚାହୁଁଛନ୍ତି । ହତ୍ୟ ଖବର ବ୍ୟାପିବା ପରେ ଦଳର କର୍ମୀ ଜେଲ ଆଗରେ ରୁଣ୍ଡ ହୋଇ ଜେଲ ମଧ୍ୟକୁ ପ୍ରବେଶ କରିବାକୁ ଉଦ୍ୟମ କରୁଛନ୍ତି ।
ଆଫଗାନ ଟାଇମ୍ସର ପୋଷ୍ଟରେ କ’ଣ ଲେଖାଯାଇଛି ?

ଆଫଗାନ ଟାଇମ୍ସ ତାହାର ପୋଷ୍ଟରେ ଲେଖିଛି ଯେ, “ପାକିସ୍ତାନରୁ ଏକ ବିଶ୍ୱାସଯୋଗ୍ୟ ସ୍ରୋତ ଆଫଗାନିଷ୍ଠାନ୍ ଟାଇମ୍ସକୁ ନିଶ୍ଚିତ କରିଛି ଯେ ପିଟିଆଇ ଚେୟାଇରମାନ୍ ଇମରାନ୍ ଖାନଙ୍କୁ ରହସ୍ୟମୟ ଭାବେ ହତ୍ୟା କରାଯାଇଛି ଏବଂ ତାଙ୍କର ମୃତଦେହକୁ ଜେଲରୁ ବାହାର ପଠାଇଦିଆଯାଇଛି।”
ତେବେ ପାକିସ୍ତାନ ସରକାରଙ୍କଠାରୁ ଏନେଇ କୌଣସି ପ୍ରତିକ୍ରିୟା ମିଳିନାହିଁ । ଏହା ସହିତ ପାକିସ୍ତାନର ଅନ୍ୟ ଜଣାଶୁଣା ଗଣମାଧ୍ୟମ ଡନ୍, କିମ୍ବା ଆଲ୍ ଜଜୀରା ମଧ୍ୟ ଏନେଇ କୌଣସି ସୂଚନା ଦେଇ ନାହାନ୍ତି । ସୂଚନାଯୋଗ୍ୟ ଯେ,ପୂର୍ବରୁ ଅନେକ ଥର ଇମ୍ରାନଙ୍କ ମୃତ୍ୟୁକୁ ନେଇ ଏଭଳି ଗୁଜବ ସାମ୍ନାକୁ ଆସିଛି ।

ଆସନ୍ତାକାଲି ବିଧାନସଭା ଅଧିବେଶନରେ ଉଦବୋଧନ ଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଆସନ୍ତାକାଲି ବିଧାନସଭା ଅଧିବେଶନରେ ଉଦବୋଧନ ଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହାସହ ନିଜର ପୂର୍ବ ସ୍ମୃତି ସାଉଁଟିବେ ରାଷ୍ଟ୍ରପତି ।ବିଧାନସଭାରେ ଅଭିଭାଷଣ ରଖିବା ପରେ 11 ନମ୍ବର ରୁମକୁ ଆସି ସମୟ ବିତାଇବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ. 2000 ରୁ 2004 ପରିବହନ ମନ୍ତ୍ରୀ ଥିବା ବେଳେ ଏହି ଚାମ୍ବର ଥିଲା ତାଙ୍କ କାର୍ଯ୍ୟାଳୟ । ତେଣୁ ବିଧାନସଭାରୁ ସ୍ମୃତି ସାଉଁଟିବା ବେଳେ ଏହି ଚାମ୍ବରରେ କିଛି ସମୟ ବିତେଇବେ ରାଷ୍ଟ୍ରପତି । ସେଥିପାଇଁ ବିଧାନସଭା ସମେତ ଏହି ଚାମ୍ବରକୁ ବି ସଜାଯାଇଛି । ରାଷ୍ଟ୍ରପତିଙ୍କ ଆଗମନ ପାଇଁ ରାଜଧାନୀ ଉତ୍ସବମୁଖର ହୋଇ ଉଠିଛି ।

ଏମିତି ଆସେ ମୃତ୍ୟୁ….ବରଯାତ୍ରୀ ଗାଡି ଧକ୍କାରେ ଚାଲିଗଲା ବାପାଙ୍କ ଜୀବନ

ପୁଅ ବାହାଘର ଲାଗି ଖୁସିରେ ଥିଲେ ବାପା। ହେଲେ ଦଇବ ସାଥ ଦେଲା ନାହିଁ। ବରଯାତ୍ରୀ ଗାଡି ଧକ୍କାରେ ଚାଲିଗଲା ବାପାଙ୍କ ଜୀବନ। ଏହି ମର୍ମନ୍ତୁଦ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ବେଲପଡାରେ। ଗତକାଲି ବରଯାତ୍ରୀ ଶୋଭାଯାତ୍ରା ଚାଲିଥିବା ବେଳେ ବେଲପଡା ଥାନା ଅନ୍ତର୍ଗତ ମଣ୍ଡଳ ଗାଁରେ ଘଟିଥିଲା ଅଘଟଣ  । ବରର ବାପାଙ୍କ ମୃତ୍ୟୁ ଘଟିଥିବା ବେଳେ କନ୍ୟାର ଭାଇ ମଧ୍ୟ ଗୁରୁତର ଥିବା ଜଣାପଡ଼ିଛି  । ବଲାଙ୍ଗୀର ଲୋଇସିଂହା ଥାନା ଆମପାଲି ଗାଁରୁ ବେଲପଡା ଥାନା ମଣ୍ଡଳ ଗାଁକୁ ବରଯାତ୍ରୀ ଯାଇଥିଲା  । ବରଯାତ୍ରୀ ପ୍ରୋସେସନ ଚାଲିଥିଲା ବେଳେ ରାତି ପ୍ରାୟ ୧୧ଟା ସମୟରେ ବରଯାତ୍ରୀ ଗାଡି ଡ୍ରାଇଭର ଅଘଟଣ ଘଟାଇଥିଲେ  । ବର ବସିଥିବା ଗାଡି ଧକ୍କାରେ ଟଳିପଡିଲେ ବରପିତା  । ଘଟଣା ସ୍ଥଳରେ ବରପିତା ଚୈତନ୍ୟ ବାଗଙ୍କ ମୃତ୍ୟୁ ଘଟିଥିଲା  । ଦୁର୍ଘଟଣାରେ କନ୍ୟାର ଭାଇ ମଧ୍ୟ ଗୁରୁତର ଅବସ୍ଥାରେ ଚିକିତ୍ସାଧିନ ଥିବା ଜଣାପଡ଼ିଛି  । ଘଟଣାସ୍ଥଳରେ ବେଲପଡା ପୋଲିସ ପହଂଚି ଦୁର୍ଘଟଣା ଘଟାଇଥିବା ଗାଡିକୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖି ତଦନ୍ତ ଜାରି ରଖିଛି  । ଦୁର୍ଘଟଣା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା  । ବର ଓ କନ୍ୟା ପକ୍ଷ ଲୋକଙ୍କ ଆଲୋଚନା ପରେ ବିଳମ୍ବରେ ବାହାଘର ସମ୍ପନ୍ନ ହୋଇଥିଲା  । ବର କାନ୍ଦିକାନ୍ଦି ବାହା ହୋଇ ଘରକୁ ଫେରିଛି  ।

ଓଡି଼ଶାରେ ବି ଭୟଙ୍କର ବାୟୁ ପ୍ରଦୂଷଣ: ବାୟୁ ମାନ ସୂଚକାଙ୍କରେ ଦିଲ୍ଲୀକୁ ଟପିଲା ଅନୁଗୁଳ

ବାୟୁ ମାନ ସୂଚକାଙ୍କରେ ଦିଲ୍ଲୀକୁ ଟପିଲା ଅନୁଗୁଳ। ଦିଲ୍ଲୀରେ ବର୍ତ୍ତମାନ AQI ୩୨୯କୁ ଖସିଛି। ହେଲେ ଅନୁଗୁଳରେ ରହିଛି ୩୩୫। ସକାଳେ ଦିଲ୍ଲୀ ସହ ସମାନ ହୋଇଥିଲା ଅନୁଗୁଳର AQI । ଉଭୟ ସ୍ଥାନରେ ରହିଥିଲା 335। 332 AQI ସହିତ କଟକ ବି ଦିଲ୍ଲୀକୁ ଟପିଛି। ସକାଳେ 333 ସହ ଦିଲ୍ଲୀରେ AQI ପାଖାପାଖି ଥିଲା କଟକ। ଭୁବନେଶ୍ୱରରେ ଏହା 326 ସହ ଦିଲ୍ଲୀ ପାଖାପାଖି ରହିଛି। ଆଜି ସକାଳ ସମୟରେ ଭୁବନେଶ୍ୱର AQI 328 ସହ ବହୁତ ଖରାପ ରହିଥିଲା। ଏଥି ପାଇଁ ଅଧିକ ସମୟ ବାହାରେ ରହିଲେ ନିଶ୍ୱାସପ୍ରଶ୍ୱାସରେ ଅସୁଵିଧା ହେବ। ଦୁଇ ଦିନ ହେଲା କୁହୁଡି ହେଉଥିବାରୁ ରାଜ୍ୟର ବିଭିନ୍ନ ସହରରେ ଏପରି ବାୟୁର ମାନ ଖସିଥିବା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଆକଳନ କରିଛି। ସକାଳେ କୁହୁଡି ସହ ରାତିରେ ତାପମାତ୍ରା ଅଧିକ ରହୁଛି। ଏହା ଧୂଳି କଣିକାକୁ ନିଷ୍କାସନ କରାଇ ଦେଉ ନାହିଁ। ଫଳରେ ଧୂଳି କଣିକା ଉପରକୁ ନ ଯାଇ ତଳେ ରହି ଯାଉଛି। ଏଥି ପାଇଁ PM 10 ଓ PM 2.5 ଅଧିକ ରହୁଛି।

ହ୍ୟୁମାନ ସାଗରଙ୍କ ମୃତ୍ୟୁ ପରେ ତାଙ୍କର ତିନି ସହଯୋଗୀଙ୍କ ବିରୋଧରେ ଏତଲା

ହ୍ୟୁମାନ ସାଗରଙ୍କ ମୃତ୍ୟୁ ପରେ ତାଙ୍କର ତିନି ସହଯୋଗୀଙ୍କ ବିରୋଧରେ ଏତଲା । ହ୍ୟୁମାନ ସାଗର ରୋଜଗାର କରିଥିବା ଅର୍ଥ ବିପୁଳ ହେରଫେର ହେଇଥିବା ଅଭିଯୋଗରେ ଓଡିଆ ଚଳଚ୍ଚିତ୍ର ନିର୍ଦ୍ଦେଶକ ଜିତୁ ରାଉତ ମଧୂପାଟଣା ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ଏଥିରେ ହ୍ୟୁମାନଙ୍କ ଆର୍ଥିକ କାରବାର, ଚିକିତ୍ସା ଓ ଘରେ ସେବା ଅବହେଳା ସଂପର୍କରେ ଉଚ୍ଚସ୍ତରୀୟ ତଦନ୍ତ ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ କରିଛନ୍ତି । ମ୍ୟାନେଜର ଓ ପୁରା ଟିମ ବ୍ୟକ୍ତିଗତ ସ୍ବାର୍ଥ ହାସଲ କରିଥିବା ସେ ଅଭିଯୋଗ କରିଛନ୍ତି ।

ଟିମ୍ ଇଣ୍ଡିଆର ସବୁଠାରୁ ବଡ଼ ପରାଜୟ: ଟେଷ୍ଟ ସିରିଜରେ ଦକ୍ଷିଣ ଆଫ୍ରିକାର କ୍ଲିନ୍ ସୁଇପ୍

ଘରୋଇ ମାଟିରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟିମ୍ ଇଣ୍ଡିଆର ବଡ଼ ପରାଜୟ ଦେଖିବାକୁ ମିଳିଛି । ଦ୍ବିତୀୟ ଟେଷ୍ଟରେ ୪୦୮ ରନରେ ପରାଜୟବରଣ କରିଛି ଭାରତୀୟ ଟେଷ୍ଟ ଟିମ୍ । ଏହାସହିତ ତେମ୍ବା ବାଭୁମାଙ୍କ ନେତୃତ୍ବରେ ଦକ୍ଷିଣ ଆଫ୍ରିକା ୨-୦ରେ ସିରିଜକୁ କ୍ଲିନ୍ ସୁଇପ୍ କରିଛି ।

ପ୍ରଥମ ଇନିଂସରେ ଦକ୍ଷିଣ ଆଫ୍ରିକା ୪୮୯ ରନ୍ ସଂଗ୍ରହ କରିଥିବା ବେଳେ ଭାରତ ୨୦୧ରେ ଅଲଆଉଟ୍ ହୋଇଯାଇଥିଲା । ଏହାପରେ ଦକ୍ଷିଣ ଆଫ୍ରିକା ୨୬୦ ରନରେ ପାଳି ଘୋଷଣା କରିଥିବା ବେଳେ ପଞ୍ଚମ ଦିନରେ ଭାରତ ୧୪୦ ରନରେ ଅଲଆଉଟ ହୋଇଯାଇଥିଲା । ଏହି ବିଜୟ ଫଳରେ ଓ୍ବାର୍ଲ୍ଡ ଟେଷ୍ଟ ଚାମ୍ପିୟନ ସାଉଥ ଆଫ୍ରିକା ଭାରତ ବିପକ୍ଷରେ ଇତିହାସ ରଚିଛି । ଗତ ୨୫ ବର୍ଷ ଧରି ଭାରତରେ ଟେଷ୍ଟ ସିରିଜ ଜିତିବାର ଅପେକ୍ଷା କରି ଶେଷରେ ସଫଳତା ହାସଲ କରିଛି ଦକ୍ଷିଣ ଆଫ୍ରିକା । ପୁଣି ଥରେ ଘରୋଇ ମାଟିରେ ଭାରତୀୟ ଟେଷ୍ଟ ଟିମର ଦୁର୍ବଳ ପ୍ରଦର୍ଶନ ସାମ୍ନାକୁ ଆସିଛି ।

ଗୁଆହାଟୀ ଟେଷ୍ଟରେ ଜିତିବା ପାଇଁ ଟିମ୍ ଇଣ୍ଡିଆକୁ ପଞ୍ଚମ ଦିନରେ ୫୨୨ ରନର ଆବଶ୍ୟକତା ରହିଥିଲା । ହାତରେ ୮ଟି ଓ୍ବିକେଟ ରହିଥିଲା । ଯଦି ଭାରତ ଏହି ଟେଷ୍ଟକୁ ଡ୍ର କରିପାରିଥାନ୍ତା ତେବେ ହୁଏତ କିଛିଟା ଆଶ୍ବସ୍ତି ମିଳିପାରିଥାନ୍ତା । ଭାରତ ଉଭୟ ବ୍ୟାଟିଂ ଓ ବୋଲିଂରେ ବିଫଳ ହୋଇଥିବା ବେଳେ ଦକ୍ଷିଣ ଆଫ୍ରିକା ଉଚ୍ଚକୋଟୀର ପ୍ରଦର୍ଶନ କରିଥିଲା । ଭାରତୀୟ ବୋଲରମାନେ ଓ୍ବିକେଟ ନେବାରେ ଅକ୍ଷମ ହୋଇଥିଲେ । ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକୀୟ ବୋଲର ୫-୬ଟି ଲେଖାଏଁ ଓ୍ବିକେଟ ନେଉଥିଲେ । ସେହିପରି ବ୍ୟାଟିଂରେ ଭାରତୀୟ ବ୍ୟାଟ୍ସମ୍ୟାନ ଗୋଟିଏ ଇନିଂସରେ ୧ଟି ଅର୍ଦ୍ଧଶତକ ହାସଲ କରିବାକୁ ସଂଘର୍ଷ କରୁଥିଲା ବେଳେ ଦକ୍ଷିଣ ଆଫ୍ରିକାର ବ୍ୟାଟ୍ସମ୍ୟାନମାନେ ହାଇ ସ୍କୋର କରିପାରୁଥିଲେ । ଏହା ହିଁ ଥିଲା ଦୁଇ ଦଳର ପ୍ରଦର୍ଶନ ମଧ୍ୟରେ ବଡ଼ ଫରକ ।