ନନ୍ଦିଘୋଷ ବ୍ୟୁରୋ: ତାଜ ଏକ୍ସପ୍ରେସ୍ ଟ୍ରେନ୍ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଟ୍ରେନ୍ର ୨ଟି ବଗିରେ ନିଆଁ ଲାଗି ଯାଇଥିବା ବେଳେ ଏହାକୁ ଲିଭାଇ ଦିଆଯାଇଛି। ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡ଼ିଛି। ନୂଆଦିଲ୍ଲୀର ତୋଗଲକାବାଦ୍-ଓଖଲା ମଧ୍ୟରେ ଏହି ଘଟଣା ଘଟିଛି। ଦିଲ୍ଲୀ ଅଗ୍ନିଶମ ବାହିନୀର ଜଣେ ଅଧିକାରୀ କହିଛନ୍ତି, ତାଜ୍ ଏକ୍ସପ୍ରେସ୍ ଟ୍ରେନ୍ର ଚାରିଟି କୋଚ୍ରେ ନିଆଁ ଲାଗିଥିବା ନେଇ ଅପରାହ୍ନ ୪ଟା ୨୪ ମିନିଟ୍ରେ ଆମେ ଏକ ଫୋନ୍ କଲ୍ ପାଇଥିଲୁ। ଏହା ପରେ ୮ଟି ଦମକଳ ଗାଡ଼ିକୁ ସେଠାକୁ ପଠାଯାଇଥିଲା।
ଶୌଚବେଳେ ଦଳିଲା ହାତୀ, ଅଳ୍ପକେ ବର୍ତିଲେ ଛାତ୍ରୀ
ନୀଳଗିରି : ଦଳିଲା ହାତୀ ହେଲେ ଭାଗ୍ୟ ଜୋର ଅଳ୍ପକେ ବର୍ତ୍ତିଗଲେ ଛାତ୍ରୀ ଜଣକ। ନୀଳଗିରି ଉପଖଣ୍ଡ ଟୁଲୁଙ୍କଡ଼ାବ ଗାଁରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ। ଶୌଚ ପାଇଁ ବାଡ଼ି ପଟକୁ ଯାଇଥିବା ବେଳେ ସତ୍ୟ ପଳେଇଙ୍କ ଝିଅ ଅନୁସୟାଙ୍କୁ ହାତୀଟି ଦଳି ଦେଇଥିଲା। ବାପାଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ଆସନ୍ନ ମୃତ୍ୟୁରୁ ବର୍ତ୍ତିଗଲେ ଅନୁସୟା ।
କୁଲଡିହା ଜଙ୍ଗଲରୁ ଖସି ଆସିଥିବା ହାତୀଟି ହଠାତ ତାଙ୍କୁ ଗୋଡ଼ାଇ ଥିଲା। ସେ ଏକ ଖାଲୁଆ କାଦ ସ୍ଥାନରେ ପଡ଼ି ଯାଇଥିବାବେଳେ ହାତୀଟି ଗୋଡ଼ ପକାଇ ଦଳି ଦେଇଥିଲା। ଝିଅର ଚିତ୍କାର ଶୁଣି ବାପା ପାଟି କରି ହାତୀକୁ ଘଉଡାଇଥିଲେ। ଅନୁସୟାଙ୍କୁ ଉଦ୍ଧାର କରି ନୀଳଗିରି ଡାକ୍ତରଖାନାରେ ଭର୍ତି କରାଯାଇଛି। ତାଙ୍କ ଦେହରେ ଗଭୀର ଆଘାତ ଲାଗିଛି। ଖବର ପାଇ କୁଲଡିହା ରେଞ୍ଜର ଓ ଫରେଷ୍ଟର ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
ଅମୁଲ ପରେ ମହଙ୍ଗା ହେଲା ମଦର ଡାଏରୀ, ଲିଟର ପିଛା ୨ ଟଙ୍କା ବୃଦ୍ଧି
ନୂଆଦିଲ୍ଲୀ : ଗ୍ରାହକଙ୍କୁ ପୁଣି ଝଟକା । ଅମୁଲ ପରେ ମଦର ଡାଏରୀ ହେଲା ମହଙ୍ଗା । ଦେଶର ପ୍ରମୁଖ କ୍ଷୀର ଉତ୍ପାଦନକାରୀ କମ୍ପାନୀ ମଦର ଡାଏରୀ ଲିଟର ପିଛା କ୍ଷୀର ମୂଲ୍ୟରେ ୨ ଟଙ୍କା ବୃଦ୍ଧି ଘୋଷଣା କରିଛି । ସୋମବାରରୁ ଏହି ନୂଆ ଦର ଲାଗୁ ହୋଇଛି ।
ଦିଲ୍ଲୀ-ଏନସିଆରରେ ମଦର ଡାଏରୀ ଫୁଲ୍ କ୍ରିମ୍ କ୍ଷୀର ବର୍ତ୍ତମାନ ଲିଟର ପିଛା ୬୮ ଟଙ୍କାରେ ବିକ୍ରୀ ହେଉଥିବା ବେଳେ ଟୋନଡ ଓ ଡବଲ ଟୋନଡ କ୍ଷୀର ଲିଟର ପିଛା ୫୬ ଓ ୫୦ ଟଙ୍କା ରହିଛି । ମଇଁଷି କ୍ଷୀର ଲିଟର ପିଛା ୭୨ ଓ ଗାଈ କ୍ଷୀର ଲିଟର ପିଛା ୫୮ ଟଙ୍କା ରହିଛି । ଗୁଜୁରାଟ କୋଅପରେଟିଭ ମିଲ୍କ ମାର୍କେଟିଂ ଫେଡେରେଶନ ସାରା ଦେଶରେ ଆଜିଠାରୁ ଅମୁଲ କ୍ଷୀରର ମୂଲ୍ୟ ଲିଟର ପିଛା ୨ ଟଙ୍କା ବୃଦ୍ଧି କରିଛି । । ଶେଷଥର ପାଇଁ ଫେବୃଆରୀ ୨୦୨୩ରେ କ୍ଷୀରର ମୂଲ୍ୟ ବୃଦ୍ଧି କରିଥିଲା ମଦର ଡାଏରୀ ।
ବିଧାନସଭା ଭଙ୍ଗ ନେଇ ରାଜ୍ଯପାଳଙ୍କୁ ସୁପାରିସ
ଭୁବନେଶ୍ୱର : ଭଙ୍ଗ ହେବ ଷୋଡ଼ଶ ଓଡ଼ିଶା ବିଧାନସଭା । ଏ ନେଇ ରାଜ୍ଯ କ୍ଯାବିନେଟ ବୈଠକରେ ମୋହର ବାଜିଛି । ବିଧାନସଭା ଭଙ୍ଗ ନେଇ ରାଜ୍ଯପାଳଙ୍କୁ ସୁପାରିସ କରାଯାଇଛି । ଆଜି ପୂର୍ବାହ୍ନରେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ଯକ୍ଷତାରେ ବସିଥିବା ଗୁରୁତ୍ବପୂର୍ଣ୍ଣ ବୈଠକରେ ସୁପାରିସ ପ୍ରସ୍ତାବ ପାରିତ ହୋଇଛି । ନବୀନଙ୍କ ପଞ୍ଚମ ପାଳି ସରକାରଙ୍କ ଆଜି ଶେଷ କ୍ଯାବିନେଟ ବୈଠକ ଥିଲା ।

