spot_img
Home Blog Page 1882

ନିର୍ବାଚନ ଫଳାଫଳ ମଧ୍ୟରେ ସେୟାର ବଜାର ଗରମ, ନିବେଶକ ହରାଇଲେ ୧୪.୨୭ ଲକ୍ଷ କୋଟି ଟଙ୍କା

ମୁମ୍ବାଇ: ନିର୍ବାଚନ ଫଳାଫଳ ମଧ୍ୟରେ ସେୟାର ବଜାରରେ ବଡ କ୍ଷତି  । ସେନସେକ୍ସରେ ୧୫୦୦ରୁ ଅଧିକ ଅଙ୍କରେ ସେୟାର ମାର୍କେଟ ଡାଉନ୍‌ ରହିଛି  । ସେପଟେ ନିଫ୍ଟିରେ ୨ ପ୍ରତିଶତରୁ ଅଧିକ ଅଙ୍କ ହ୍ରାସ ଦେଖିବାକୁ ମିଳିଛି  । ରିଲାଏନ୍ସ ଇଣ୍ଡଷ୍ଟ୍ରିର ସେୟାରରେ ୩ ପ୍ରତିଶତରୁ ଅଧିକ ପଏଣ୍ଟ ହ୍ରାସ ଦେଖିବାକୁ ମିଳିଛି  ।

ସେହିପରି ଟିସିଏସ ସେୟାରରେ ଏକ ପ୍ରତିଶତ ହ୍ରାସ ଘଟିଛି  । ଏହା ସହ ସନ ଫାର୍ମା ସେୟାରରେ ଦ୍ରୁତ ଗତିରେ ହ୍ରାସ ଦେଖିବାକୁ ମିଳିଛି  । ଯେଉଁ କାରଣରୁ ମାତ୍ର ୧୫ ମିନିଟରେ ନିବେଶକଙ୍କୁ ୧୪.୨୭ ଲକ୍ଷ କୋଟି ଟଙ୍କା କ୍ଷତି ସହିବାକୁ ପଡିଛି  ।

୮୬୭ ଭୋଟରେ ଆଗୁଆ ରହିଛନ୍ତି ଦୀପାଳି ଦାସ

ନନ୍ଦିଘୋଷ ବ୍ୟୁରୋ: ବର୍ତ୍ତମାନ ସୁଦ୍ଧା ଗଣତି ସୁଦ୍ଧା ପ୍ରଥମ ରାଉଣ୍ଡରେ ଝାରସୁଗୁଡ଼ା ବିଜେଡି ବିଧାୟିକା ପ୍ରାର୍ଥିନୀ ଦୀପାଳି ଦାସଙ୍କୁ ମିଳିଛି ୫୪୦୮ ଖଣ୍ଡ ଭୋଟ୍ । ସେ ୮୬୭ ଖଣ୍ଡ ଭୋଟରେ ଆଗରେ ରହିଛନ୍ତି । ସେହିପରି ପିପିଲି ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ ଆଗରେ ରହିଛନ୍ତି । ପୋଷ୍ଟାଲ ବାଲାଟ ଗଣତିରେ ବିଜେଡି ଆଗୁଆ ଥିବା ଜଣାପଡ଼ିଛି । ଦିଗପହଣ୍ଡି ବିଧାନସଭା ଆସନରେ ମଧ୍ୟ ବିଜେଡି ଆଗୁଆ ରହିଛି । ବିଜେଡି ପ୍ରାର୍ଥୀ ବିପ୍ଲବ ପାତ୍ର ପୋଷ୍ଟାଲ ବାଲାଟ ଗଣତିରେ ଆଗରେ ଅଛନ୍ତି ।

ପୁରୀ ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ସୁନିଲ ମହାନ୍ତି ଆଗରେ ରହିଥିବାବେଳେ ସତ୍ୟବାଦୀରେ ସଞ୍ଜୟ ଦାସବର୍ମା ଏବଂ ଝାରସୁଗୁଡ଼ାରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ ଆଗରେ ରହିଛନ୍ତି ।

ଜାରି ରହିଛି ଭୋଟ୍ ଗଣତି । ପୋଷ୍ଟାଲ ବାଲାଟ ଗଣତି ହେଉଥିବାବେଳେ କିଛି ସ୍ଥାନରେ ଶେଷ ହୋଇଛି । ବିଜେଡି ବହୁ ଆସନରେ ଆଗରେ ରହିଛି ।

 

ନଜର ପକାନ୍ତୁ କେଉଁ ହେବିଓ୍ବେଟ୍ ନେତା ରହିଛନ୍ତି ପଛରେ

ନନ୍ଦିଘୋଷ ବ୍ୟୁରୋ: ଭୋଟ ଗଣତି ଜାରି । ସମସ୍ତଙ୍କ ନଜର ନିର୍ବାଚନ ଖବର ଉପରେ । ତେବେ ବହୁ ହେବିଓ୍ବେଟ ନେତା ମଧ୍ୟରେ ପ୍ରାରମ୍ଭିକ ଟ୍ରେଣ୍ଡରେ ପଛରେ ପଡ଼ିଯାଇଛନ୍ତି । ତେବେ ଆସନ୍ତୁ ଜାଣିବା କେଉଁ ନେତା ରହିଛନ୍ତି ଆଗରେ ।

ଗାନ୍ଧିନଗରରୁ ଅମିତ ଶାହ ୮୦ ହଜାର ଭୋଟରେ ଆଗୁଆ

ଦକ୍ଷୀଣ ଦିଲ୍ଲୀରୁ ଆମ୍ ଆଦମୀ ପାର୍ଟିର ସାହିରାମ ପହଲୱାନ ଆଗରେ

ମଣ୍ଡିରୁ କଙ୍ଗନା ରଣାୱତ ୨ ହଜାର ଭୋଟରେ ଆଗୁଆ

ସୁଲତାନପୁରରୁ ମେନକା ଗାନ୍ଧି ଆଗରେ

ଗୁଣାରୁ ଜ୍ୟୋତିରାଦିତ୍ୟ ସିନ୍ଧିଆ ଆଗରେ

ହିମାଚଳପ୍ରଦେଶର ହମିରପୁରରୁ ବିଜେପିର ଅନୁରାଗ ଠାକୁର ଆଗରେ

ପଞ୍ଜାବର ୩ ଲୋକସଭା ଆସନରେ ଆମଆଦମୀ ପାର୍ଟି ଆଗରେ

ପୁରୀରେ ବିଜେଡି ପ୍ରାର୍ଥୀ ସୁନୀଲ ମହାନ୍ତି ଏବଂ ସତ୍ୟବାଦୀରେ ସଞ୍ଜୟ ଦାସବର୍ମା ଆଗରେ

ନନ୍ଦିଘୋଷ ବ୍ୟୁରୋ: ଜାରି ରହିଛି ଭୋଟ୍ ଗଣତି । ପୋଷ୍ଟାଲ ବାଲାଟ ଗଣତି ହେଉଥିବାବେଳେ କିଛି ସ୍ଥାନରେ ଶେଷ ହୋଇଛି । ବିଜେଡି ବହୁ ଆସନରେ ଆଗରେ ରହିଛି । ପୁରୀ ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ସୁନିଲ ମହାନ୍ତି ଆଗରେ ରହିଥିବାବେଳେ ସତ୍ୟବାଦୀରେ ସଞ୍ଜୟ ଦାଶବର୍ମା ଏବଂ ଝାରସୁଗୁଡ଼ାରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ ଆଗରେ ରହିଛନ୍ତି ।

ଜାରି ରହିଛି ଭୋଟ୍ ଗଣତି, ନଜର ପକାନ୍ତୁ କିଏ କେଉଁ ଆସନରେ ରହିଛନ୍ତି ଆଗରେ..

ନନ୍ଦିଘୋଷ ବ୍ୟୁରୋ: ସକାଳ ୮ଟାରୁ ଆରମ୍ଭ ହୋଇଛି ଭୋଟ୍ ଗଣତି । ବହୁ ହେବିଓ୍ବେଟ ନେତା ପଛରେ ରହିଛନ୍ତି । ଏପରିକି ପ୍ରଥମଥର ନିର୍ବାଚନ ଲଢ଼ୁଥିବା ବହୁ ଯୁବ ନେତା ଆଗରେ ରହିଛନ୍ତି । ପୁରୀ ବିଧାନସଭା ଆସନରୁ ଲଢ଼ୁଥିବା ବିଜେଡି ପ୍ରାର୍ଥୀ ସୁନିଲ ମହାନ୍ତି ପୋଷ୍ଟାଲ ବାଲାଟ ଗଣତିରେ ଆସିଥିବା ଖବର ଅନୁଯାୟୀ ଆଗରେ ରହିଛନ୍ତି । ଅନ୍ୟପଟେ ବିଧାନସଭାର ବହୁ ଆସନରେ ବିଜେଡି ପ୍ରାର୍ଥୀ ଆଗରେ ରହିଛନ୍ତି ।

ଆରମ୍ଭ ହେଲା ଭୋଟ୍ ଗଣତି

ନନ୍ଦିଘୋଷ ବ୍ୟୁରୋ: ଆରମ୍ଭ ହେଲା ଭୋଟ୍ ଗଣତି । ରାଜ୍ୟରେ ୭୦ଟି କେନ୍ଦ୍ରରେ ଆରମ୍ଭ ହୋଇଛି ଭୋଟ୍ ଗଣତି । ପ୍ରଥମେ ପୋଷ୍ଟାଲ ବାଲାଟ ଭୋଟ ଗଣତି ଆରମ୍ଭ ହୋଇଛି । ପୋଷ୍ଟାଲ ବାଲାଟ ଗଣତି ଶେଷ ପରେ ଇଭିଏମ ଗଣତି ଆରମ୍ଭ ହେବ । ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ପାଇଁ crpf ଯବାନ, ଡିସିପି ଭୁବନେଶ୍ବର ନେତୃତ୍ୱରେ ୮ ଜଣ adcp, ୧୪ acp, ୩୫ ଜଣ inspector, ୨୦୦ ଅଫିସର, ୩୮ ପ୍ଲାଟୁନ୍ ଆର୍ମ ପୋଲିସ ଫୋର୍ସ, ୫ କଂପାନୀ capf ନିୟୋଜିତ ହୋଇଛନ୍ତି । ତେବେ ନିର୍ବାଚନ ସମ୍ପର୍କିତ ଅଧିକ ଖବର ଜାଣିବା ପାଇଁ ନନ୍ଦିଘୋଷ ଟିଭି ସହ ଯୋଡ଼ି ହୋଇ ରୁହନ୍ତୁ ।

ନଜର ପକାନ୍ତୁ ୨୦୦୦ ମସିହାରୁ ୨୦୧୯ ମଧ୍ୟରେ କଣ ରହିଥିଲା ରେଜଲ୍ଟ ?

ନନ୍ଦିଘୋଷ ବ୍ୟୁରୋ: ଚାଲିଛି ଭୋଟ୍ ଗଣତି । କାହା ସପକ୍ଷରେ ଯିବ ଜନାଦେଶ । କିଏ ସରକାର ଗଢ଼ିବ? ଏହାକୁ ନେଇ ବେଶ ଚର୍ଚ୍ଚା ଆଲୋଚନା ଜାରି ରହିଥିବାବେଳେ ନଜର ପକାନ୍ତୁ ୨୦୦୦ ମସିହାରୁ ୨୦୧୯ ମଧ୍ୟରେ ରାଜ୍ୟରେ କଣ ରହିଥିଲା ରେଜଲ୍ଟ । କିଭଳି ଗଠନ ହୋଇଥିଲା ସରକାର ।

ଓଡ଼ିଶା ବିଧାନସଭା ନିର୍ବାଚନ ୨୦୦୦

ଦଳ ଆସନ ଭୋଟ୍ ସେୟାର  
ବିଜେଡି ୬୮ ୨୯.୪୦%  
ବିଜେପି ୩୮ ୧୮.୨୦%  
କଂଗ୍ରେସ ୨୬ ୩୩.୭୩%  
       

୨୦୦୦ ମସିହାରେ ବିଜେପି ଏବଂ ବିଜେଡି ମଧ୍ୟରେ ମେଣ୍ଟ ହୋଇଥିବାବେଳେ ୧୦୬ ସହ ସରକାର ଗଠନ କରିଥିଲେ ।

 

ଓଡ଼ିଶା ବିଧାନସଭା ନିର୍ବାଚନ -୨୦୦୪

ଦଳ ଆସନ ଭୋଟ୍ ସେୟାର
ବିଜେଡି ୬୧ ୨୭.୩୬%
ବିଜେପି ୩୨ ୧୭.୧୧%
କଂଗ୍ରେସ ୩୮ ୩୪.୮୨%
ସ୍ବାଧୀନ ୧୨.୨୦%

 

୨୦୦୪ ବିଧାନସଭା ନିର୍ବାଚନ ବିଜେପି ଏବଂ ବିଜେଡି ମେଣ୍ଟ ୯୩ ଆସନ ସହ ସରକାର ଗଢ଼ିଥିଲା

ଓଡ଼ିଶା ବିଧାନସଭା ନିର୍ବାଚନ -୨୦୦୯

ଦଳ ଆସନ ଭୋଟ୍ ସେୟାର
ବିଜେଡି ୧୦୩ ୩୮.୮୬%
ବିଜେପି ୦୬ ୧୫.୦୩%
କଂଗ୍ରେସ ୨୭ ୨୯.୧୦%

୨୦୦୯ ସାଧାରଣ ନିର୍ବାଚନରେ ୧୦୩ ଆସନ ସହ ବିଜେଡି ସରକାର ଗଠନ କରିଥିଲା ।

 

ଓଡ଼ିଶା ବିଧାନସଭା ନିର୍ବାଚନ -୨୦୧୪

ଦଳ ଆସନ ଭୋଟ୍ ସେୟାର
ବିଜେଡି ୧୧୭ ୪୩.୪%
ବିଜେପି ୧୦ ୧୮%
କଂଗ୍ରେସ ୧୬ ୨୫.୭%

୨୦୧୪ ସାଧାରଣ ନିର୍ବାଚନରେ ଓଡ଼ିଶା ପୂର୍ଣ୍ଣ ବହୁମତ ସହ ୧୧୭ ଆସନ ସହ ସରଗାର ଗଠନ କରିଥିଲା

 

ଓଡ଼ିଶା ବିଧାନସଭା ନିର୍ବାଚନ -୨୦୧୯

ଦଳ ଆସନ ଭୋଟ୍ ସେୟାର
ବିଜେଡି ୧୧୩ ୪୪.୭%
ବିଜେପି ୨୩ ୩୨.୫%
କଂଗ୍ରେସ ୦୯ ୧୬.୧୨%

୨୦୧୯ ସାଧାରଣ ନିର୍ବାଚନରେ ୧୧୩ ଆସନ ସହ ବିଜେଡି ଓଡ଼ିଶାରେ ସରଗାର ଗଠନ କରିଥିଲା ।

କିଏ ଜିତିବ ? କିଏ ହାରିବ ?

ନନ୍ଦିଘୋଷ ବ୍ୟୁରୋ: ନିର୍ବାଚନ ୨୦୨୪, ମଙ୍ଗଳବାର ହେଉଛି ରେଜଲ୍ଟ ଡେ, ସକାଳ ୮ଟାରୁ ଗଣତି ଆରମ୍ଭ ହୋଇଥିବାବେଳେ ନିର୍ବାଚନ ଫଳାଫଳ ଉପରେ ସାରା ଦେଶର ନଜର । କିଏ ସରକାର ଗଢ଼ିବ? କାହା ସରକାର ଭାଙ୍ଗିବ? ଏଭଳି ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଚା’ ଖଟିରୁ ଅଫିସ ସବୁଠି ଗୋଟିଏ ଚର୍ଚ୍ଚା କିଏ ଏଥର କ୍ଷମତାକୁ ଆସୁଛି । ଏକଜିଟ୍ ପୋଲ ରିପୋର୍ଟରେ କେନ୍ଦ୍ରରେ ପୁଣିଥରେ ମୋଦି ସରକାର ଆସୁଥିବାବେଳେ ଏହାକୁ ନେଇ ଇଣ୍ଡିଆ ମେଣ୍ଟ ଭୁଲ ପ୍ରମାଣିତ ହେବ ବୋଲି ଯୁକ୍ତି ବାଢ଼ିଛି । ବିଜେପି ୪୦୦ ପାରର ନାରା ଦେଉଥିବାବେଳେ ମ୍ୟାଜିକ୍ ନମ୍ବରଠାରୁ ଅଧିକ ଆସନ ହାତେଇ ସରକାର ଗଢ଼ିବା ପାଇଁ ଦାବି କରିଛି ଇଣ୍ଡିଆ ମେଣ୍ଟ । ୨୯୫ ଆସନ ହାତେଇବା ପାଇଁ ଇଣ୍ଡିଆ ମେଣ୍ଟ ପକ୍ଷରୁ ଦାବି କରାଯାଇଛି । ୨୫ରୁ ଅଧିକ ଦଳ ଇଣ୍ଡିଆ ମେଣ୍ଟରେ ରହିଥିବାବେଳେ କ୍ଷମତାକୁ ଆସିବା ପାଇଁ ଜୋରଦାର ପ୍ରୟାସ ଜାରି ରଖିଛନ୍ତି । ଅନ୍ୟପଟେ ବିଜେପି ପୁଣି ସରକାର ଗଢ଼ିବା ନେଇ ଯୁକ୍ତି ବାଢ଼ିଛି ।

 

୨୦୧୯ ସାଧାରଣ ନିର୍ବାଚନରେ କେତେ ଆସନ ଲାଭ କରି ସଂଖ୍ଯା ଗରିଷ୍ଠତା ହାସଲ କରିଥିଲା ବିଜେଡି ?

ନନ୍ଦିଘୋଷ ବ୍ୟୁରୋ : କେମିତି ଥିଲା ୨୦୧୯ ସାଧାରଣ ନିର୍ବାଚନ । କେତେ ଆସନ ଲାଭ କରି ସଂଖ୍ଯା ଗରିଷ୍ଠତା ହାସଲ କରିଥିଲା ବିଜେଡି। ଲୋକସଭାରେ ରହିଥିଲା କାହାର ପଲ୍ଲା ଭାରୀ । ଉପନିର୍ବାଚନରେ କିଏ କରିଥିଲା ବାଜିମାତ । ଆସନ୍ତୁ ଏସବୁ ତଥ୍ଯ ଉପରେ ଟିଖିନିଖି ନଜର ପକାଇବା । ୨୦୧୯ ସାଧାରଣ ନିର୍ବାଚନରେ ବିଜେଡିକୁ ମିଳିଥିବା ବଡ଼ ବିଜୟ । ୧୧୩ ଆସନରେ ବିଜୟୀ ହୋଇ ସରକାର ଗଢିଥିଲା ବିଜୁ ଜନତା ଦଳ । ଭାରତୀୟ ଜନତା ପାର୍ଟି ବା ବିଜେପିକୁ ୨୩ଟି ଆସନ ମିଳିଥିବାବେଳେ କଂଗ୍ରେସ ପାଇଥିଲା ମାତ୍ର ୯ଟି ଆସନ । ସିପିଆଇଏମ ଓ ସ୍ବାଧୀନ ପ୍ରାର୍ଥୀଲ ଗୋଟିଏ ଲେଖାଏଁ ଆସନରେ ବିଜୟ ଲାଭ କରିଥିଲେ । ନିର୍ବାଚନରେ ବିଜେଡି ପାଇଥିଲେ ୪୪.୭୧ ପ୍ରତିଶତ ଭୋଟ । ବିଜେପିକୁ ୩୨.୪୯ ପ୍ରତିଶତ ଭୋଟ ମିଳିଥିବାବେଳେ ମାତ୍ର ୧୬.୧୨ ପ୍ରତିଶତ ଭୋଟ ପାଇଥିଲା କଂଗ୍ରେସ । ବିପୁଳ ଜନମତ ପାଇ ବିଜେଡି ସରକାର ଗଠନ କରିବା ସହ ନବୀନ ଷଷ୍ଠଥର ମୁଖ୍ଯମନ୍ତ୍ରୀ ହୋଇଥିଲେ ।

ସେହିପରି ୨୦୧୯ ପରେ ରାଜ୍ଯରେ ହୋଇଛି ୮ଟି ଉପନିର୍ବାଚନ । ଏଥିରୁ ୭ଟିରେ ବିଜେଡି ବିପୁଳ ଭୋଟରେ ବିଜୟ ଲାଭ କରିଥିବାବେଳେ କେବଳ ଧାମନଗର ଆସନଟି ବିଜେପି ନିଜ ଖାତାରେ ରଖିପାରିଛି । ଏମିତି ସାଧାରଣ ନିର୍ବାଚନରେ ବିଜେପି ଜିତିଥିଲା ବାଲେଶ୍ବର ସଦର ଆସନ ବି ଛଡ଼ାଇ ଆଣିଥିଲା ବିଜେଡି । ବିଜେପିରୁ ଆସନରୁ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଇସ୍ତଫା ପରେ ସେହି ଆସନରେ ହୋଇଥିଲା ଉପନିର୍ବାଚନ । ଏଠାରେ 97,990 ଭୋଟରେ ବିଜେଡି ବିଜୟୀ ହୋଇଥିଲା । ବାଲେଶ୍ବର ସଦରରେ 13,351 ଭୋଟରେ ବିଜେଡି ବିଜୟୀ ହୋଇ ବିଜେପି ଖାତାରୁ ଆସନଟିକୁ ଛଡ଼ାଇ ଆଣିବାରେ ସଫଳ ହୋଇଥିଲା । ସେହିପରି ତିର୍ତ୍ତୋଲରେ 41,703ଭୋଟ ଓ ପିପିଲିରେ 20,916 ଭୋଟରେ ବିଜେଡି ବିଜୟୀ ହୋଇଥିଲା । ବ୍ରଜରାଜନଗରରେ  66,122 ଭୋଟରେ ବାଜି ମାରିଲା ବିଜେଡି । ଧାମନଗରରେ ବିଜେପି 9,881 ଭୋଟରେ ବିଜୟୀ ନିଜ ଆସନଟିକୁ ନିଜ ଖାତାରେ ରଖିପାରିଥିଲା । ଅନ୍ଯପଟେ ପଦମପୁରରେ ବିଜେଡି 42,679, ଝାରସୁଗୁଡ଼ାରେ ୪୮ ହଜାର ୭୨୧ ଭୋଟରେ ବିଜେଡି ବାଜିମାରିଥିଲା ।

ଲୋକସଭା କ୍ଷେତ୍ରକୁ ଦେଖିଲେ ୨୦୧୯ରେ ବିଜେଡି ସପକ୍ଷରେ ବି ଅଧିକ ଜନମତ ଯାଇଥିଲା । ମୋଟ ୨୧ଟିରୁ ବିଜୁ ଜନତା ଦଳ ୧୨ଟି ଲୋକସଭା ଆସନ ଦଖଲ କରିଥିବାବେଳେ ବିଜେପି ୮ଟି ଓ କଂଗ୍ରେସ ମାତ୍ର ଗୋଟିଏ ଆସନ ଜିତିଥିଲା । ଆସନ ଉପରେ ନଜର ପକାଇଲେ ବିଜେଡି ଖାତାରେ ରହିଥିଲା କେନ୍ଦୁଝର, ଭଦ୍ରକ, ଯାଜପୁର,ଢେଙ୍କାନାଳ, ନବରଙ୍ଗପୁର, କନ୍ଧମାଳ, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଆସ୍କା ଓ ବ୍ରହ୍ମପୁର । ସେହିପରି ବିଜେପି ପାଇଥିବା ୮ଟି ଆସନ ହେଉଛି, ବରଗଡ଼, ସୁନ୍ଦରଗଡ଼, ସମ୍ବଲପୁର, ମୟୂରଭଞ୍ଜ, ବାଲେଶ୍ବର ବଲାଙ୍ଗୀର, କଳାହାଣ୍ଡି ଓ ଭୁବନେଶ୍ବର । କଂଗ୍ରେସ କେବଳ କୋରାପୁଟ ଆସନରେ ବିଜୟୀ ହୋଇଥିଲା ।

 

 

 

ଜାଣନ୍ତୁ ଚଳିତ ନିର୍ବାଚନ ଜିତିଲେ କେଉଁ ଦଳ କଣ କରିବାକୁ ଦେଇଛି ପ୍ରତିଶୃତି

ନନ୍ଦିଘୋଷ ବ୍ୟୁରୋ : ନିର୍ବାଚନ ଜିତିଲେ କିଏ କଣ କରିବ । ହାତୀଦେବୁ ଘୋଡ଼ାଦେବୁର ପ୍ରତିଶୃତି ଭିତରେ ଏଥର ଆଖି ତରାଟି ଦେଇଥିଲା ଗ୍ଯାରେଣ୍ଟି ପଲିଟିକ୍ସ । ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ଭୋଟରଙ୍କୁ ଦେଇଥିଲେ ଗ୍ଯାରେଣ୍ଟି । ବିଜେଡି ଆଣିଥିଲା ଫାଇଭ-ଟି ନବୀନ ଗ୍ଯାରେଣ୍ଟି । ଲୋକଙ୍କ ମତରେ ପ୍ରସ୍ତୁତ ହୋଇଥିଲା ନିର୍ବାଚନୀ ଇସ୍ତାହାର । ଓଡ଼ିଶା ରାଜନୀତିରେ ଚହଳ ପକାଇଥିଲା ବିଜେଡିର ମାନିଫେଷ୍ଟୋ । ଜୁଲାଇରୁ ଆଉ ଆସିବନି ବିଜୁଳି ବିଲ୍ । ନବୀନ ବାବୁଙ୍କ ଗ୍ଯାରେଣ୍ଟି ବିଜୁଳି ବିଲକୁ ବାଏ ବାଏ । ବିଜେଡିର ଏଇ ଗୋଟିଏ ଘୋଷଣା ସମସ୍ତଙ୍କୁ ଚମକାଇଦେଇଥିଲା । ଖାଲି ଚମକେଇ ନଥିଲା ବିରୋଧୀଙ୍କୁ ଲାଗିଥିଲା ୪୪୦ ଭୋଲ୍ଟର ଝଟକା । ଏହାଛଡ଼ା ମିଶନ ଶକ୍ତି ମାଆଙ୍କୁ ୬୦ ବର୍ଷ ପରେ ଭତ୍ତା, ସମସ୍ତଙ୍କୁ ବିଏସକେୱାଇ, ନୂଆ-ଓ ବୃତ୍ତି ଅର୍ଥରାଶି ବୃଦ୍ଧି, ମିଶନ ଶକ୍ତି ମାଆଙ୍କୁ ବିନା ସୁଧରେ ୧୫ ଲକ୍ଷ ଟଙ୍କାର ଋଣ ପ୍ରତିଶୃତି ଭୋଟରଙ୍କୁ ଆକୃଷ୍ଟ କରିଥିଲା । ମଧ୍ଯବିତ୍ତଙ୍କ ମେରୁଦଣ୍ଡକୁ ସୁଦୃଢ କରିବାକୁ  ୨୦ଲକ୍ଷ ପର୍ଯ୍ୟନ୍ତ ଗୃହ ଋଣ ସୁଧ ଉପରେ ରିହାତି ପ୍ରତିଶୃତି ବି ଦେଇଥିଲା ବିଜେଡି । ଦେଶରେ ପ୍ରଥମ କରି ଯୁବ ବଜେଟ ଆଣିବାର ପ୍ରତିଶୃତି ଯୁବପିଡିଙ୍କୁ ବେଶ୍ ପ୍ରଭାବିତ କରିଛି ।

ସେପଟେ ମାଗଣାର ମାୟାମୃଗ ଦେଖାଇଥିଲା ଭାରତୀୟ ଜନତା ପାର୍ଟି । ଲୋକଙ୍କୁ ସୂର୍ଯ୍ୟଘର ଯୋଜନାରେ ମାଗଣା ବିଜୁଳି ଦେବୁ ବୋଲି ପ୍ରତିଶ୍ରୁତି ଦେଇଥିଲା ଦଳ । ହେଲେ ଏଥିରେ ପ୍ଯାନେଲ ଲଗାଇବାକୁ ଲୋକଙ୍କୁ ହିଁ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ । ଯାହାକି ଲୋକଙ୍କ ଘରେ ବିଶେଷ ପ୍ରଭାବ ପକାଇପାରିନାହିଁ । ବରିଷ୍ଠ ନାଗରିକଙ୍କୁ ମାସିକ ୩ହଜାର ଟଙ୍କା ଭତ୍ତା, ଧାନର ଏମଏସପି ୩୧୦୦ ଟଙ୍କା କରିବାର ଲୋଭନୀୟ ପ୍ରତିଶୃତି ବିଜେପି ଦେଇଥିଲା । ସୁଭଦ୍ରା ଯୋଜନାରେ ମହିଳାଙ୍କୁ ୫୦ ହଜାର ଟଙ୍କା ଭାଉଚର ଦେବାକୁ ବି ଦଳ ଘୋଷଣା କରିଥିଲା । ମାତ୍ର ଏସବୁ ବାସ୍ତବତା ଅକଳ୍ପନୀୟ ବୋଲି ମନେ କରିଥିଲେ ଭୋଟର । ଅନ୍ଯପଟେ ମହାନଦୀ, କୋଟିଆ ପ୍ରସଙ୍ଗରେ ବିଜେପିର ନିରବତା, ୨ କୋଟି ଚାକିରି ଦେବାର ପୁରୁଣା ପ୍ରତିଶୃତି, ଏନଏଚ-୫୫, କୋଷ୍ଟାଲ ହାଇୱେ, ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ଯପାହ୍ଯା ଆଦି ପସଙ୍ଗରେ ଚୁପ୍ ରହିବା ବିଜେପିକୁ ବ୍ଯାକଫୁଟକୁ ନେଇଯାଇଥିଲା ।

ଅନ୍ଯପଟେ କଂଗ୍ରେସ ବି ମାଗଣା ଓ ଲୋଭନୀୟ ପ୍ରତିଶୃତି ଦେବାରେ ପଛରେ ପଡ଼ିନଥିଲା । କଂଗ୍ରେସ ସ୍ଲୋଗାନ ଥିଲା ହାତ ବଦଳାଇବ ହାଲାତ । ୨୦୦ ୟୁନିଟ ଯାଏଁ ମାଗଣା ବିଜୁଳି । ଧାନର ଏମଏସପି ବୃଦ୍ଧି, ମହିଳାଙ୍କୁ ବାର୍ଷିକ ଏକ ଲକ୍ଷ ଟଙ୍କା ଦେବାକୁ ବି ଘୋଷଣା କରିଥିଲା ହାତ ଦଳ । ତେବେ ଏସବୁ ଭିତରେ କାହାର ମାନିଫେଷ୍ଟୋ ଲୋକଙ୍କୁ ଅଧିକ ପସନ୍ଦ ଆସିଛି ତାହା ଫଳାଫଳ ଆସିବା ପରେ ହିଁ ସ୍ପଷ୍ଟ ହେବ ।