spot_img
Home Blog Page 185

ଭାରତ-ବାଂଲାଦେଶ ସମ୍ପର୍କରେ ବଢୁଛି ଚିକ୍ତତା

ନନ୍ଦିଘୋଷ ବ୍ୟୁରୋ : ଭାରତ-ବାଂଲାଦେଶ ସମ୍ପର୍କରେ ବଢୁଛି ଚିକ୍ତତା। ବାଂଲାଦେଶରେ ଲାଗି ରହିଥିବା ସଂକଟ ୧୯୭୧ ପରଠାରୁ ଭାରତ ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ଭାୂବେ ସୃଷ୍ଟି ହୋଇଛି। ଚୀନ୍ ଓ ପାକିସ୍ତାନ ଭୂମିକାକୁ ନେଇ ସତର୍କ କରିଛି ସଂସଦୀୟ କମିଟି। ସଂସଦରେ ଉପସ୍ଥାପିତ ରିପୋର୍ଟରେ ବୈଦେଶିକ ବ୍ୟାପାର ସଂସଦୀୟ ସ୍ଥାୟୀ କମିଟି ପୂର୍ବତନ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ବହିଷ୍କାର ଏବଂ ତାଙ୍କ ଦଳ ଆୱାମୀ ଲିଗ୍ ଦଳର ପତନ ପରେ ଇସଲାମୀୟ ଶକ୍ତିର ଉତଥାନକୁ ନେଇ ଚିନ୍ତା ପ୍ରକଟ କରିଛି। ଚୀନ୍ ଏବଂ ପାକିସ୍ତାନର ବଢ଼ୁଥିବା ପ୍ରଭାବକୁ ପ୍ରମୁଖ ପରିବର୍ତ୍ତନ ଭାବେ ଦର୍ଶାଇଛି।କଂଗ୍ରେସ ସାଂସଦ ଶଶି ଥରୁରଙ୍କ ଅଧ୍ୟକ୍ଷତାରେ ଗଠିତ ବୈଦେଶିକ ବ୍ୟାପାର ସଂସଦୀୟ ସ୍ଥାୟୀ କମିଟି ରାଜନୈତିକ ପରିବର୍ତ୍ତନ, ଚୀନ୍ ଏବଂ ପାକିସ୍ତାନର ବର୍ଦ୍ଧିତ ପ୍ରଭାବ ଉପରେ ଚିନ୍ତା ପ୍ରକାଶ କରି ଏହି ଚେତାବନୀ ଦେଇଛି। ୧୯୭୧ ଯୁଦ୍ଧ ପରେ ବାଂଲାଦେଶର ପରିସ୍ଥିତି ଭାରତର ସବୁଠାରୁ ବଡ଼ ରଣନୈତିକ ଚ୍ୟାଲେଂଜ ହୋଇଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କମିଟିକୁ ସୂଚନା ଦେଇଛି ଯେ ବାଂଲାଦେଶର ଆଭ୍ୟନ୍ତରୀଣ ବିକାଶରୁ ଦ୍ୱିପାକ୍ଷିକ ସମ୍ପର୍କକୁ ପୃଥକ କରିବା ପାଇଁ ଯଥାସମ୍ଭବ ପ୍ରୟାସ କରାଯାଉଛି। ଭାରତ ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ସହିତ ଆଲୋଚନା ଜାରି ରଖିଛି ଏବଂ ବାଂଲାଦେଶୀ ଲୋକଙ୍କ ଆଶା ଆକାଂକ୍ଷାକୁ ସମର୍ଥନ କରିଆସୁଛି। ମନ୍ତ୍ରଣାଳୟ କହିଛି ଯେ ଭାରତ ସରକାର ନିୟମିତ ଭାବରେ ବାଂଲାଦେଶର ବିକାଶ ଉପରେ ପ୍ରାଥମିକତା ଭିତ୍ତିରେ ନଜର ରଖିଛନ୍ତି ।

ଦିଲ୍ଲୀରେ ବେକାବୁ ପ୍ରଦୂଷଣର ସ୍ଥିତି : ପ୍ରଥମ ଦିନରେ କଟିଲା ୩ ହଜାର ୭ଶହରୁ ଅଧିକ ଚାଲାଣ

ନନ୍ଦିଘୋଷ ବ୍ୟୁରୋ : ଦିଲ୍ଲୀରେ ବେକାବୁ ପ୍ରଦୂଷଣର ସ୍ଥିତି। ପିୟୁସି ନାହିଁ ତ ଇନ୍ଧନ ନାହିଁ ଅଭିଯାନର ପ୍ରଥମ ଦିନରେ କଟିଲା ୩ ହଜାର ୭ଶହରୁ ଅଧିକ ଗାଡିର ଚାଲାଣ।ବାୟୁ ପ୍ରଦୂଷଣ ରୋକିବା ପାଇଁ ନୋ ପିୟୁସି, ନୋ ଇନ୍ଧନ ଅଭିଯାନ ଆରମ୍ଭ କରିବାର ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀ କର୍ତ୍ତୃପକ୍ଷ ୩ହଜାର ୭୦୦ରୁ ଅଧିକ ଗାଡ଼ିର ଚାଲାଣ କାଟିଛନ୍ତି। ଦିଲ୍ଲୀ ଟ୍ରାଫିକ୍ ପୋଲିସ ଏବଂ ପରିବହନ ବିଭାଗର ମିଳିତ ଦଳଗୁଡ଼ିକ ଅଭିଯାନର ପ୍ରଥମ ଦିନରେ ରାଜଧାନୀର ପ୍ରମୁଖ ପ୍ରବେଶ ସ୍ଥାନରେ ପ୍ରାୟ ୫ ହଜାର ଯାନବାହନ ଯାଞ୍ଚ କରିଥିଲେ। ବୈଧ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର PUCC ନଥିବା ପାଇଁ ୩ହଜାର ୭୪୬ ଗାଡିର ଚାଲାଣ କରାଯାଇଥିଲା। ସୀମାନ୍ତରେ ୫୬୮ ଗାଡିକୁ ପ୍ରବେଶ କରିବାକୁ ମନା କରାଯାଇଥିଲା। ଏହା ସହିତ, ସହର ମଧ୍ୟକୁ ଅନାବଶ୍ୟକ ପ୍ରବେଶ ରୋକିବା ପାଇଁ 217 ଅଣ-ଗନ୍ତବ୍ୟ ଟ୍ରକକୁ ପୂର୍ବ ଏବଂ ପଶ୍ଚିମ ଏକ୍ସପ୍ରେସୱେ ଦେଇ ଗତିପଥ ପରିବର୍ତ୍ତନ କରାଯାଇଥିଲା।ଏହି ପ୍ରବର୍ତ୍ତନ ଅଭିଯାନ ସହିତ PUCC ଚାହିଦାରେ ତୀବ୍ର ବୃଦ୍ଧି ଘଟିଥିଲା। ଡିସେମ୍ବର ୧୭ ରୁ ୧୮ ମଧ୍ୟରେ ୬୧ ହଜାରରୁ ଅଧିକ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। BS-VI ଅନୁପାଳନ ଏବଂ ବୈଧ PUC ପ୍ରମାଣପତ୍ର ଯାଞ୍ଚ କରିବା ପାଇଁ କର୍ତ୍ତୃପକ୍ଷମାନେ ଦିଲ୍ଲୀର ସୀମା, ଟୋଲ୍ ପ୍ଲାଜା ଏବଂ ପେଟ୍ରୋଲ ପମ୍ପଗୁଡ଼ିକରେ ଯାଞ୍ଚକୁ ବୃଦ୍ଧି କରିଛନ୍ତି। ଡକ୍ୟୁମେଣ୍ଟ ଯାଞ୍ଚ କରିବା ଏବଂ ଚାଲାଣ ଜାରି କରିବା ପାଇଁ ଦଳଗୁଡ଼ିକ ପ୍ରମୁଖ ଛକଗୁଡ଼ିକରେ ସ୍ମାର୍ଟପ୍ଲେଟ୍-ରିଡର ସରଞ୍ଜାମ ନିୟୋଜିତ କରିଛନ୍ତି।ପେଟ୍ରୋଲ ପମ୍ପ ଗୁଡିକରେ କର୍ମଚାରୀମାନେ ବୈଧ ପ୍ରମାଣପତ୍ର ବିନା ଗାଡ଼ିଗୁଡ଼ିକୁ ଇନ୍ଧନ ଦେବାକୁ ମନା କରିଥିଲେ। ଯାହା ଫଳରେ କାଗଜପତ୍ର ଯାଞ୍ଚ ହେବା ସମୟରେ ଧାଡ଼ି ଲାଗିଥିଲା। ଦିଲ୍ଲୀ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ସରକାର ଏହି କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି। ଏହା ବ୍ୟତୀତ, କେବଳ BS-VI ଗାଡ଼ିକୁ ଦିଲ୍ଲୀରେ ପ୍ରବେଶ କରିବାକୁ ଅନୁମତି ଦିଆଯାଇଛି। ପଲ୍ୟୁସନ ସାର୍ଟିଫିକେଟ ନିୟମ ଠିକରେ ପାଳନ ହେଉଛି କି ନାହିଁ, ନିଜେ ପେଟ୍ରୋଲ ପମ୍ପରେ ଯାଞ୍ଚ କରିଛନ୍ତି ମନ୍ତ୍ରୀ ସିରସା।

ମଣ୍ଡି ଅବ୍ୟବସ୍ଥା ନେଇ ଆଜି ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ…

ସମ୍ବଲପୁର : ଆଜି ସମ୍ବଲପୁର ବନ୍ଦ। ଜିଲ୍ଲାର ଚାଷୀଙ୍କ ବିଭିନ୍ନ ସମସ୍ୟା ନେଇ ସମ୍ବଲପୁର ବନ୍ଦ ଡାକରା ଦେଇଛି ଚାଷୀ ସଂଗଠନ। ସରକାରଙ୍କୁ ହକ ମାଗି ମାଗି ନୟାନ୍ତ ହୋଇଛନ୍ତି ଅନ୍ନଦାତା। ଏବେ ତେଜିଛି ଅସନ୍ତୋଷ। ଆଜି ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ ଡାକରା ଦେଇଛି ସମ୍ବଲପୁର କୃଷକ ସୁରକ୍ଷା ସଂଗଠନ। ଏହି ବନ୍ଦ ପାଳନକୁ ସମର୍ଥନ କରିବାକୁ ଗତକାଲି ଶହ ଶହ ଚାଷୀ ବାଇକ ରାଲି କରି ସହର ପରିକ୍ରମା କରିଥିଲେ। ସକାଳ ୬ ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ଚାଲିବ ଏହି ବନ୍ଦ ପାଳନ। ବନ୍ଦ୍ ପାଳନରେ ସ୍ଵତଃପ୍ରବୃତ ଭାବେ ସହରବାସୀ ସମର୍ଥନ କରିବେ ବୋଲି କହିଛନ୍ତି ଚାଷୀ ନେତା। ଦୋକାନ ବଜାର ବନ୍ଦ ସହ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ସ୍କୁଲ କଲେଜ ବନ୍ଦ କରିବାକୁ ନିଷ୍ପତି ନେଇଛନ୍ତି କୃଷକ ସୁରକ୍ଷା ସଂଗଠନ।

ଟାଟା ପାଓ୍ବାର ବିରୋଧରେ ବଢୁଛି ଜନଅସନ୍ତୋଷ, ରାଜ୍ୟବାସୀଙ୍କ ସ୍ବର ସାଜିଲା ବିଜେଡି

ଟାଟା ପାଓ୍ବାର ବିରୋଧରେ ବଢୁଛି ଜନଅସନ୍ତୋଷ, ରାଜ୍ୟବାସୀଙ୍କ ସ୍ବର ସାଜିଲା ବିଜେଡି

ନନ୍ଦିଘୋଷ ବ୍ୟୁରୋ:  ଟାଟା ପାୱାରର ମନମାନୀ ବିରୋଧରେ ବଢୁଛି ଜନଅସନ୍ତୋଷ । ଏହା ବିରୋଧରେ ପୁଣି ଥରେ ଜନତାଙ୍କ ସ୍ବର ସାଜିଛି ବିରୋଧୀ ବିଜୁ ଜନତା ଦଳ । ଅତିରିକ୍ତ ସିକ୍ୟୁରିଟି ଡିପୋଜିଟ ଓ ସ୍ମାର୍ଟ ମିଟର ଲଗାଇବାକୁ ଟାଟା ପାୱାର ବାଧ୍ୟ କରୁଥିବା ହୋଇଛି ଅଭିଯୋଗ । ଯାହା ଉପଭୋକ୍ତାଙ୍କ ଆର୍ଥିକ ମେରୁଦଣ୍ଡ ଦୋହଲାଇ ଦେଉଛି । ବିଜେଡି ଏହାର ବିରୋଧ କରି ଆଜି ଭୁବନେଶ୍ବର ଟାଟା ପାୱାର ଅଫିସ ଆଗରେ ଧାରଣା ଦେଇ କର୍ତ୍ତୃପକ୍ଷଙ୍କୁ ଦାବିପତ୍ର ଦେଇଛି । ସେପଟେ ନିଜ ଉପରୁ ଦୋଷ ଛଡ଼ାଇ ସରକାରୀ ନିୟମର ସଫେଇ ଦେଇଛି ଟାଟା ପାଓ୍ବାର ।

ହାତରେ ସ୍ମାର୍ଟ ମିଟର ଓ ପାଟିରେ ଟାଟା ପାଓ୍ବାର ବିରେଧୀ ନାରା । ବିଜେଡି ଆରମ୍ଭ କରିଛି ଟାଟା ପାଓ୍ବାରର ମନମାନୀ ବିରୋଧରେ ଆନ୍ଦୋଳନ । କାରଣ କେତେ ବେଳେ ମନଇଚ୍ଛା ବିଦ୍ୟୁତ ବିଲ୍ ତ ପୁଣି କେବେ ସ୍ମାର୍ଟ ମିଟର ପରେ ବି ଆସୁଛି ବିଲ୍ । ଏବେ ବୋଝ ଉପରେ ନଳିତା ବିଡ଼ା ପରି ଅତିରିକ୍ତ ସିକ୍ୟୁରିଟି ଡିପୋଜିଟ ମାଗିଲାଣି ଟାଟା ପାଓ୍ବାର । କାହିଁକି ଅତିରିକ୍ତ ଟଙ୍କା ଗଣିବେ, ସେ ନେଇ ଚିନ୍ତାରେ ଉପଭୋକ୍ତା । ସେପଟେ ସ୍ମାର୍ଟ ମିଟର ବି ଉପଭୋକ୍ତାଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଲାଣି । ଅଧିକ ଟଙ୍କା ଆଦାୟର ଏହି ଉପାୟକୁ ଯେଉଁଠି ବିରୋଧ କରୁଛି ଖାଉଟି, ସେଠିରେ ଖାଉଟିଙ୍କ ସ୍ବର ସାଜିଛି ବିଜୁ ଜନତା ଦଳ । ଟାଟା ପାଓ୍ବାରର ଏ ସବୁ ନିୟମ ବିରୋଧରେ ପ୍ରତିବାଦ କରିଛି ବିଜେଡି । ଆଜି ଭୁବନେଶ୍ବର ପାଓ୍ବାର ହାଉସ ଛକରେ ଥିବା କମ୍ପାନୀର ଅଫିସ ଆଗରେ ଗଣଧାରଣା ଦେଇଥିଲେ ବିଜେଡିର ଯୁବ ଓ ଛାତ୍ର ବ୍ରିଗେଡ । ସେମାନଙ୍କୁ ସମର୍ଥନ ଜଣାଇ ବିଜେଡିର ବରିଷ୍ଠ ନେତା ବି ଟାଟା ବିରେଧରେ ଶୋଷଣ ଅଭିଯୋଗ କରି ସ୍ମାର୍ଟ ମିଟର ଭାଙ୍ଗି ପ୍ରତିବାଦ କରିଛନ୍ତି । ଟାଟା ପାଓ୍ବାର ମୁଖ୍ୟଙ୍କୁ ଭେଟି ଅତିରିକ୍ତ ସିକ୍ୟୁରିଟି ଡିପୋଜିଟ ଓ ସ୍ମାର୍ଟ ମିଟର ବନ୍ଦ କରିବାକୁ ବିଜେଡି ଦାବି କରିଛି । ଦାବି ପୂରଣ ନହେଲେ, ଟାଟା ବିରୋଧୀ ଆନ୍ଦୋଳନକୁ ଆହୁରି ଶାଣିତ କରିବାକୁ ବିଜେଡି ଚେତାବନୀ ଦେଇଛି ।

ସେପଟେ ନିଜ ଉପରୁ ଦୋଷ ଛଡ଼ାଇଛି ଟାଟା ପାୱାର । ଅତିରିକ୍ତ ସିକ୍ୟୁରିଟି ଡିପୋଜିଟ କିଛି ନୂଆ କଥା ନୁହେଁ । ବିଦ୍ୟୁତ ନିୟାମକ ଆଇନ ୨୦୦୩ ଅନୁସାରେ ପୂର୍ବରୁ ବି ନିଆଯାଉଥିଲା । ଏ ନେଇ ଗଣମାଧ୍ୟମରେ ବିଜ୍ଞାପନ ମଧ୍ୟ ଦିଆଯାଇଥିଲା । ସେହିପରି ସ୍ମାର୍ଟ ମିଟର ବି ଭାରତ ସରକାରଙ୍କ ନିୟମ ଅନୁସାରେ ଲଗାଯାଉଛି । ଅନ୍ୟ ରାଜ୍ୟ ପରି ଓଡ଼ିଶାରେ ବି ଏ ସବୁ ନିୟମ ଲାଗୁ ହୋଇଛି ବୋଲି ଟାଟା ପାଓ୍ବାର ସ୍ପଷ୍ଟୀକରଣ ଦେଇଛି । ଟାଟା ପାଓ୍ବାରର ଏପରି ଉତ୍ତର ପରେ ଓଇଆରସିକୁ ଘେରିଛି ବିଜେଡି । କାହା ଚାପରେ ଓଇଆରସି କାମ କରୁଛି ବୋଲି ବିଜେଡି ପ୍ରଶ୍ନ କରିଛି ।

ବିଦ୍ୟୁତ୍ ଉପଭୋକ୍ତାଙ୍କ ସହ ଟାଟା ପାଓ୍ବାରର ତିକ୍ତତା ବଢିବାରେ ଲାଗିଛି । ୟୁନିଟ୍ ପିଛା ଅଧିକ ୩୬ ପଇସା ଆଦାୟ କରୁଥିବା ନେଇ ବାରମ୍ବାର ଅଭିଯୋଗ କରି ଆସୁଛି ରାଜ୍ୟ ବିଦ୍ୟୁତ ଉପଭୋକ୍ତା ମହାସଂଘ । କାର୍ଯ୍ୟଦକ୍ଷତା ସମୀକ୍ଷା ରିପୋର୍ଟ ଅନୁସାରେ ଗ୍ରୀଡକୋ ଲାଭରେ ଚାଲୁଛି । ହେଲେ ଏହି ଲାଭ ଗ୍ରାହକଙ୍କୁ ଶୋଷଣ କରି ମିଳୁଛି । ଯାହା ନେଇ ବିରୋଧୀ ଟାଟା ପାଓ୍ବାରକୁ ବାରମ୍ବାର ପ୍ରଶ୍ନ କରିଛନ୍ତି ।

ମୋକିମଙ୍କୁ ବହିଷ୍କାର ନେଇ ରାଜ୍ୟ କଂଗ୍ରେସରେ ହଲଚଲ, ସପକ୍ଷରେ ବାହାରୁଛନ୍ତି ଜଣକ ପରେ ଜଣେ ବରିଷ୍ଠ

ମୋକିମଙ୍କୁ ବହିଷ୍କାର ନେଇ ରାଜ୍ୟ କଂଗ୍ରେସରେ ହଲଚଲ, ସପକ୍ଷରେ ବାହାରୁଛନ୍ତି ଜଣକ ପରେ ଜଣେ ବରିଷ୍ଠ

ନନ୍ଦିଘୋଷ ବ୍ୟୁରୋ: ବିବାଦ ପରେ କଂଗ୍ରେସରୁ ବହିଷ୍କୃତ ହୋଇଛନ୍ତି ପୂର୍ବତନ ବିଧାୟକ ମହମ୍ମଦ ମୋକିମ । ଏବେ ବହିଷ୍କାରକୁ ନେଇ ରାଜ୍ୟ କଂଗ୍ରେସରେ ହଲଚଲ ପରେ କେନ୍ଦ୍ରୀୟ ନେତା ମୋକିମଙ୍କ ସହ କରିଛନ୍ତି ଆଲୋଚନା । ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ ଓ ପଓ୍ବନ ଖେରା ଫୋନରେ କଥା ହୋଇଥିବା ନେଇ ଚର୍ଚ୍ଚା ହେଉଛି । ଜଣକ ପରେ ଜଣେ ବରିଷ୍ଠ ନେତା ମୋକିମ ସପକ୍ଷରେ ବାହାରୁଥିବାରୁ, ଦଳରେ ତାଙ୍କ ଭବିଷ୍ୟତ କ’ଣ ହେବ ତାକୁ ନେଇ ଆରମ୍ଭ ହୋଇଛି ନାନା ଚର୍ଚ୍ଚା ।

ବାରବାଟୀ କଟକର ପୂର୍ବତନ ବିଧାୟକ ମହମ୍ମଦ ମୋକିମ କଂଗ୍ରେସରୁ ବହିଷ୍କାର ପରେ ତାଙ୍କ ପ୍ରତି ବଢିବାରେ ଲାଗିଛି ସମର୍ଥନ । ଓଡ଼ିଶାର ବରିଷ୍ଠ ନେତା ମୋକିମଙ୍କ ସପକ୍ଷରେ ବାହାରିବା ପରେ, ବହିଷ୍କାରର ୨ ଦିନ ପରେ ତାଙ୍କ ସହ ଆଲୋଚନା କରିଛନ୍ତି କେନ୍ଦ୍ରୀୟ ନେତା । ଏ ପ୍ରସଙ୍ଗରେ ମୁହଁ ଖୋଲି ମୋକିମ କହିଛନ୍ତି, ଦଳର ଶୀର୍ଷ ନେତୃତ୍ବଙ୍କ ସହ ଆଲୋଚନା ହୋଇଛି । ରାଜ୍ୟର ବିଭିନ୍ନ ଅଞ୍ଚଳ ବୁଲି ପରବର୍ତ୍ତି ନିଷ୍ପତ୍ତି ନେବି । ଅନ୍ୟପଟେ ମୋକିମଙ୍କ ସପକ୍ଷରେ ବାହାରିଛନ୍ତି କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ର । ସେପଟେ ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟ କହିଛନ୍ତି, ମହମ୍ମଦ ମୋକିମ ଦଳକୁ ଫେରିବେ । ତାଙ୍କ କଥା ଶୀର୍ଷ ନେତୃତ୍ବ ବିଚାର କରିବେ ।

ରାଜ୍ୟ କଂଗ୍ରେସରେ ପିସିସି ସଭାପତି ଭକ୍ତ ଦାସ ଓ ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଝଡ ଥମୁ ନାହିଁ । ପ୍ରତିଦିନ ରାଜ୍ୟ ଓ କେନ୍ଦ୍ରୀୟ ନେତା ମୋକିମଙ୍କ ସମର୍ଥନରେ ବାହାରିବା ଦଳୀୟ ରାଜନୀତିକୁ ସରଗରମ କରିଛି ।

ବିଜୟ ମହାପାତ୍ରଙ୍କୁ ଭେଟିଲେ ମୋକିମ

ଏହାରି ଭିତରେ ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କୁ ତାଙ୍କ ଘରେ ଭାଟିଛନ୍ତି ମୋକିମ । ସେ ତାଙ୍କ ଘରକୁ ଯାଇ ବିଜୟଙ୍କୁ ଭେଟିବା ସହ କିଛି ସମୟ କଥା ହୋଇଛନ୍ତି । ତେବେ ଉଭୟ ନେତାଙ୍କ ଭିତରେ କ’ଣ ଆଲୋଚନା ହୋଇଛି ତାହା ସ୍ପଷ୍ଠ ହୋଇନାହିଁ । ବିଜୟଙ୍କୁ ଭେଟିବା ପରେ ସୌଜନ୍ୟମୂଳକ ସାକ୍ଷାତ କରିବାକୁ ଆସିଥିବା କହିଛନ୍ତି ମୋକିମ । ତେବେ ନୂଆ ଦଳ ଗଢ଼ିବା ଓ ରାଜ୍ୟରେ ନୂଆ ସମୀକରଣ ନେଇ ସାମ୍ବାଦିକଙ୍କ ପ୍ରଶ୍ନକୁ ଏଡାଇ ଯାଇଛନ୍ତି ।

ଜନ ଅସନ୍ତୋଷ ତେଜିବା ପରେ ବିଜେପିର ପଶିଲା ଚେତା, ବିଧାୟକଙ୍କ ଦରମା ବୃଦ୍ଧିର ପୁନର୍ବିଚାର ପାଇଁ ଆସିଲା ପ୍ରସ୍ତାବ

ଜନ ଅସନ୍ତୋଷ ତେଜିବା ପରେ ବିଜେପିର ପଶିଲା ଚେତା, ବିଧାୟକଙ୍କ ଦରମା ବୃଦ୍ଧିର ପୁନର୍ବିଚାର ପାଇଁ ଆସିଲା ପ୍ରସ୍ତାବ

ନନ୍ଦିଘୋଷ ବ୍ୟୁରୋ: ବିଧାୟକଙ୍କ ଦରମା ଓ ଭତ୍ତା ବୃଦ୍ଧିର ପୁନର୍ବିଚାର ପାଇଁ ଆସିଲା ପ୍ରସ୍ତାବ । ଦରମା ବୃଦ୍ଧି ନେଇ ସାଧାରଣରେ ଅସନ୍ତୋଷ ଦେଖାଦେବା ପରେ ବିଜେପି ବିଧାୟକ ଦଳ ବୈଠକରେ ହୋଇଥିଲା ନିଷ୍ପତ୍ତି । ମୁଖ୍ୟମନ୍ତ୍ରୀଙ୍କୁ ଏନେଇ ପ୍ରସ୍ତାବ ଦିଆଯାଇଛି ବୋଲି କହିଛନ୍ତି ସଂସଦୀୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ବର୍ଦ୍ଧିତ ଦରମା ନେବେନି ବୋଲି ବିରୋଧ ଦଳ ନେତା ନବୀନ ପଟ୍ଟନାୟକଙ୍କ ଘୋଷଣା କରିଥିଲେ । ଏହା ପରେ ବହୁ ବିଧାୟକ ଓ ପୂର୍ବତନ ବିଧାୟକ ବର୍ଦ୍ଧିତ ଦରମା ନନେବାକୁ ଘୋଷଣା ପରେ ସରକାର ନିଷ୍ପତ୍ତିର ପୁନର୍ବିଚାର କରିବାକୁ ଅଣ୍ଟା ଭିଡିଛନ୍ତି ।

ଜନ ଅସନ୍ତୋଷର ନିଆଁକୁ ରୋକିବାକୁ ବିଜେପି ବିଧାୟକ  ବୈଠକରେ ନିଷ୍ପତ୍ତି । ଡିସେମ୍ବର ୯ରେ ବିଧାନସଭାରେ ପାରିତ ବିଧାୟକଙ୍କ ଦରମା ଓ ଭତ୍ତା ବୃଦ୍ଧି ବିଧେୟକର ପୁନର୍ବିଚାର କରିବାକୁ ନିଷ୍ପତ୍ତି ନେଇଛି ଦଳ । ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ପୁନର୍ବିଚାର ପାଇଁ ଦାବି ପ୍ରସ୍ତାବ ଦେଇଛନ୍ତି । ବିଜେପି ସରକାର ବିଧାୟକଙ୍କ ଦରମା ୩ ଗୁଣ ବୃଦ୍ଧି କରିବା ସହ ଭତ୍ତା, ଫୋନ, ବିଜୁଳି ବିଲ, ଘରଭଡା ଆବଶ୍ୟକଠାରୁ ଅଧିକ ବୃଦ୍ଧି ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଥିଲା । ବିରୋଧୀଙ୍କଠାରୁ ଆରମ୍ଭ କରି ବିଭିନ୍ନ ସଂଗଠନ ଏହାର ପ୍ରତିବାଦ କରି ରାଜ୍ୟପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ବର୍ଦ୍ଧିତ ଦରମା ନେବେନି ବୋଲି ଘୋଷଣା ପରେ ଉଭୟ ଶାସକ ଓ ବିରୋଧୀ ଦଳର ଅନେକ ବିଧାୟକ ଦରମା ନନେବାକୁ କହିଥିଲେ । ତେଣୁ ବାଧ୍ୟ ହୋଇ ସରକାର ନିଷ୍ପତ୍ତିର ପୁନର୍ବିଚାର କରିବାକୁ ଅଣ୍ଟା ଭିଡିଛନ୍ତି ।

ବିଧାୟକଙ୍କ ଦରମା ୩୫ ହଜାରରୁ ୯୦ ହଜାର ଟଙ୍କା ହୋଇଛି । ଭତ୍ତା ଓ ଆନୁଷ୍ଠାନିକ ଖର୍ଚ୍ଚକୁ ମିଶାଇ ଜଣେ ବିଧାୟକ ମାସିକ ୩ ଲକ୍ଷ ୪୫ ହଜାର ପାଇବେ । ଯାହା ପୂରା ଦେଶରେ ସର୍ବାଧିକ । ଯେଉଁଥିରେ ବିଧାୟକଙ୍କୁ ମାସିକ ଟେଲିଫୋନ ଭତ୍ତା ୫ରୁ ୧୫ ହଜାର, ବିଦ୍ୟୁତ ଖର୍ଚ୍ଚ ୫ରୁ ୨୦ ହଜାର, ବହି କିଣା ବାବଦକୁ ମାସିକ ୨ ହଜାର ପରିବର୍ତ୍ତେ ୧୦ ହଜାରକୁ ବୃଦ୍ଧି କରାଯାଇଛି । ପୂର୍ବତନ ବିଧାୟକ ପ୍ରସାଦ ହରିଚନ୍ଦନ ବର୍ଦ୍ଧିତ ପେନସନ୍ ନେବେ ନାହଁ ବୋଲି ଘୋଷଣା ସହ ରାଜ୍ୟପାଳ ବିଧେୟକକୁ ଫେରାଇବାକୁ ଦାବି କରିଛନ୍ତି । ବର୍ତ୍ତମାନ ରାଜ୍ୟରେ ୩ ଶ୍ରେଣୀର ଭତ୍ତାଧାରୀ ପୂର୍ବତନ ସାଂସଦ ଓ ପୂର୍ବତନ ବିଧାୟକ ଅଛନ୍ତି । ସରକାରୀ ଚାକିରିଆ ଅବସର ପରେ ପେନସନ୍ ପାଉଛନ୍ତି । ଏହାସହ ସେମାନେ ସାଂସଦ କିମ୍ବା ବିଧାୟକ ହେଲେ ମଧ୍ୟ ଭତ୍ତା ନେଉଛନ୍ତି । ଅନ୍ୟ ଶ୍ରେଣୀରେ ପୂର୍ବତନ ବିଧାୟକ ଓ ପୂର୍ବତନ ସାଂସଦ ଭାବେ ୨ଟି ଭତ୍ତା ନେଉଛନ୍ତି । ଜଣେ ସଦସ୍ୟ ଏକାଧିକ ଭତ୍ତା ନେଇ ପାରିବେ ନାହିଁ ବୋଲି ନିୟମ ଥିବାରୁ ଏହାକୁ ସରାକାର କାର୍ଯ୍ୟକାରୀ କରିବାକୁ ସେ ଦାବି କରିଛନ୍ତି ।

ଏଣିକି ପ୍ରତି ୫ ବର୍ଷକୁ ଥରେ ବିଧାୟକ ଓ ପୂର୍ବତନ ବିଧାୟକଙ୍କ ଦରମା ଓ ଭତ୍ତା ବୃଦ୍ଧି ହେବା ନେଇ ବିଧେୟକ ପାରିତ ହୋଇଛି । ତେଣୁ ପୁନର୍ବିଚାର ସମୟରେ କ’ଣ ସଂଶୋଧନ ଆସିବ ରହିଛି ନଜର ।

ମଣ୍ଡି ଅବ୍ୟବସ୍ଥା: ଚାଷୀଙ୍କ ବାଇକ୍ ରାଲି, କାଲି ସମ୍ବଲପୁର ବନ୍ଦ

ମଣ୍ଡି ଅବ୍ୟବସ୍ଥା: ଚାଷୀଙ୍କ ବାଇକ୍ ରାଲି, କାଲି ସମ୍ବଲପୁର ବନ୍ଦ

ନନ୍ଦିଘୋଷ ବ୍ୟୁରୋ: ଆସନ୍ତାକାଲି ସମ୍ବଲପୁର ବନ୍ଦ୍ । ଚାଷୀଙ୍କ ବିଭିନ୍ନ ସମସ୍ୟା ନେଇ ସମ୍ବଲପୁର ବନ୍ଦ ପାଇଁ ଚାଷୀ ସଂଗଠନ ଡାକରା ଦେଇଥିବା ବେଳେ ଆଜି କରାଯାଇଛି ଚାଷୀଙ୍କ ବାଇକ ରାଲି l ସହର ସାରା ବାଇକ୍ ରାଲି କରି ଚାଷୀଙ୍କ ବନ୍ଦକୁ ସହରବାସୀ ସମର୍ଥନ କରନ୍ତୁ ବୋଲି ଅନୁରୋଧ କରାଯାଇଛି । ସେପଟେ ବଲାଙ୍ଗୀରରେ ପ୍ୟାକ୍ସ ନଖୋଲିବା ଯୋଗୁଁ ଚାଷୀ ମଧ୍ୟରେ ବଢିଛି ଅସନ୍ତୋଷ । ବଲାଙ୍ଗୀର ବିଧାୟକ କଳିକେଶ ନାରାୟଣ ସିଂଦେଓ ଅବ୍ୟବସ୍ଥା ଓ ଚାଷୀ ମାରଣାନୀତି ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି I ମୁଖ୍ୟମନ୍ତ୍ରୀଙ୍କୁ ଏକ ଚିଠି ଲେଖି ବଲାଙ୍ଗୀର ଜିଲ୍ଲାର ସମସ୍ତ ମଣ୍ଡି ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ଦାବି କରିଛନ୍ତି I

ଚାଷୀଙ୍କ ସମସ୍ୟାର ନାହିଁ ଅନ୍ତ । ବାରମ୍ବାର ପ୍ରତାରଣା ଶିକାର ଚଷା ପୁଅ । ମାଳ ମାଳ ପ୍ରତିଶୃତି ମିଳୁଛି, ହେଲେ ଫଳ ଶୂନ । ମିଳୁନି ଟୋକନ, ମଣ୍ଡିରେ ଉଠିପାରୁନି ଧାନ । ବେଧଡ଼କ ଚାଲିଛି କଟନୀ ଛଟନୀ । ସରକାରଙ୍କୁ ହକ ମାଗି ମାଗି ନୟାନ୍ତ ଅନ୍ନଦାତା । ଯାହାକୁ ନେଇ ତେଜିଛି ଅସନ୍ତୋଷ । ଶୁକ୍ରବାର ସମ୍ବଲପୁର ବନ୍ଦ ଡାକରା ଦେଇଛି  ସମ୍ବଲପୁର କୃଷକ ସୁରକ୍ଷା ସଂଗଠନ । ଏହି ବନ୍ଦ ପାଳନକୁ ସମର୍ଥନ କରିବାକୁ ଗୁରୁବାର ଶହ ଶହ ଚାଷୀ ବାଇକ ରାଲି କରି ସହର ପରିକ୍ରମା କରିଛନ୍ତି । ଶୁକ୍ରବାର ୧୨ ଘଣ୍ଟିଆ ବନ୍ଦ ପାଇଁ ଚାଷୀମାନେ ପୂରା ପ୍ରସ୍ତୁତ । ସକାଳ ୬ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ହେବାକୁ ଥିବା ବନ୍ଦ୍ ପାଳନକୁ ସହରବାସୀ ସମର୍ଥନ କରିବେ ବୋଲି କହିଛନ୍ତି ଚାଷୀ ନେତା ଅଶୋକ ପ୍ରଧାନ । ଦୋକାନ ବଜାର ବନ୍ଦ ସହ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ସ୍କୁଲ କଲେଜ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି କୃଷକ ସୁରକ୍ଷା ସଂଗଠନ ।

ସେପଟେ ଡିସେମ୍ବର ୫ ତାରିଖରେ ବଲାଙ୍ଗୀର ଜିଲ୍ଲା ଲୋଇସିଂହା ପ୍ରାଥମିକ କୃଷି ସମବାୟ ସମିତିରେ ଧାନ କିଣା ପ୍ରକ୍ରିୟାର ଶୁଭାରମ୍ଭ କରିଥିଲେ ବଲାଙ୍ଗୀର ଜିଲ୍ଲାପାଳ I ଗୁରୁବାରଠାରୁ ଧାନ କିଣା ପ୍ରକ୍ରିୟା ଆରମ୍ଭ ହେବ । କିପରି ଚାଷୀ ସ୍ଵଚ୍ଛତା ସହ ଧାନ ସରକାରକୁ ବିକ୍ରି କରିବେ ସେନେଇ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଥିବା କହିଥିଲେ ଜିଲ୍ଲାପାଳ । ହେଲେ ଜିଲ୍ଲାରେ ଗୋଟିଏ ଦୁଇଟି ମଣ୍ଡି ଖୋଲା ଯାଇଥିବା ବେଳେ ଏବେ ବି ଅନେକ ପ୍ୟାକ୍ସରେ ତାଲା ଝୁଲୁଛି I କେବେ ପ୍ୟାକ୍ସ  ଖୋଲିବ ସେନେଇ ସକାଳୁ ସଂଧ୍ୟା ଯାଏଁ ଚାତକ ପରି ଚାହିଁ ବସିଛନ୍ତି ଚାଷୀ I ଗତ କିଛିଦିନ ତଳେ ବଲାଙ୍ଗୀର ଜିଲ୍ଲା ଭାଲେର ପେକ୍ସରେ ଏଭଳି ଅବ୍ୟବସ୍ଥା ନେଇ ଚାଷୀ ଅସନ୍ତୋଷ ରହିଥିବା ବେଳେ କୁଡାସିଂହା ପ୍ୟାକ୍ସରେ ସମାନ ଅବ୍ୟବସ୍ଥା I ଚାଷୀଙ୍କଠାରୁ ଅଭିଯୋଗ ପାଇ କୁଡାସିଂହା ପ୍ୟାକ୍ସକୁ ଅଚାନକ ପରିଦର୍ଶନ କରି ବଲାଙ୍ଗୀର ବିଧାୟକ କଳିକେଶ ନାରାୟଣ ସିଂଦେଓ ଅବ୍ୟବସ୍ଥା ଓ ଚାଷୀ ମାରଣାନୀତି ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି I ମୁଖ୍ୟମନ୍ତ୍ରୀଙ୍କୁ ଏକ ଚିଠି ଲେଖି ବଲାଙ୍ଗୀର ଜିଲ୍ଲାର ସମସ୍ତ ମଣ୍ଡି ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ଦାବି କରିଛନ୍ତି I

ଜିଲ୍ଲାର ୧ ଲକ୍ଷ ୫ ହଜାର ୩୧ ଜଣ ପଞ୍ଜୀକୃତ ଚାଷୀଙ୍କଠାରୁ ୧୮୦ଟି ପ୍ୟାକ୍ସ  ମଧ୍ୟମରେ ୨, ୪୬୦୦୦ ମେଟ୍ରିକ ଟନ୍ ଧାନ ସଂଗ୍ରହ ପାଇଁ ସରକାରଙ୍କ ଟାର୍ଗେଟ ରହିଛି I ମିଲର୍ସ ଟେଗିଂ ସହ ଏଗ୍ରିମେଣ୍ଟ ବିଳମ୍ବ ହେଉଥିବାରୁ ଯୋଗାଣ ବିଭାଗ ଟାର୍ଗେଟ ବାଣ୍ଟିବାରେ ବିଳମ୍ବ ହୋଇଥିବା ମୁଖ୍ୟ ଯୋଗାଣ ଅଧିକାରୀ କହିଛନ୍ତି I

ଡିଲରଙ୍କ ନାଁରେ କୋଟା ପକାଇ କିରୋସିନି ଲୁଟୁଛନ୍ତି ଆରସିଏମଏସ ସମ୍ପାଦକ, ନନ୍ଦିଘୋଷ ଟିଭି ହାତରେ ସାଙ୍ଘାତିକ ପ୍ରମାଣ

ଡିଲରଙ୍କ ନାଁରେ କୋଟା ପକାଇ କିରୋସିନି ଲୁଟୁଛନ୍ତି ଆରସିଏମଏସ ସମ୍ପାଦକ, ନନ୍ଦିଘୋଷ ଟିଭି ହାତରେ ସାଙ୍ଘାତିକ ପ୍ରମାଣ

ନନ୍ଦିଘୋଷ ବ୍ୟୁରୋ: ଫିଟୁଛି କିରୋସିନି କଳାବଜାରୀର ଗୁମର । ଉଦଳା ଆରସିଏମଏସ ସମ୍ପାଦକ ବସନ୍ତ ନାୟକ ଲୁଟୁଥିଲେ କିରୋସିନି । ଡିଲରଙ୍କ ନାଁରେ କୋଟା ପକାଇ ଦୀର୍ଘ ଦିନ ହେବ କିରୋସିନ ଲୁଟୁଥିଲେ ଖୋଦ ସଂପାଦକ । ଯାହାର ସାଙ୍ଘାତିକ ପ୍ରମାଣ ଲାଗିଛି ନନ୍ଦିଘୋଷ ଟିଭି ହାତରେ ।

ଆଳୁ ଖୋଳୁଖୋଳୁ ବାହାରିଲେ ମହାଦେବ । ବାଡ଼ ଖାଉଛି କ୍ଷେତ । ଡିଲରଙ୍କ ନାଁରେ ପକାଇ କିରୋସିନ ଲୁଟୁଛନ୍ତି ଖୋଦ ସମ୍ପାଦକ । ମୟୂରଭଞ୍ଜ ଜିଲ୍ଲା ଉଦଳା ଆରସିଏମଏସର ସମ୍ପାଦକ କିରୋସିନି କଳାବଜାରୀ କରୁଥିବା ଧରାପଡିବା ପରେ ଖୋଲୁଛି ଗୁମର । ଜାଲ ଦସ୍ତାବିଜ ଓ ଡିଲରଙ୍କ ବୟାନ ଖୋଲି ଦେଇଛି ସମ୍ପାଦକଙ୍କ ଅସଲ ମୁଖା । ନିକଟରେ ସମ୍ପାଦକ ବାବୁ ଜଣଙ୍କ କିରୋସିନି କଳାବଜାରୀ କରୁଥିବା ବେଳେ ନନ୍ଦିଘୋଷ ଟିଭି କ୍ୟାମେରାରେ ଧରାପଡିଥିଲେ । ପ୍ରଥମେ ଖବର ଚାପି ଦେବାକୁ କହି ଟଙ୍କା ଯାଚିଥିଲେ । ବଞ୍ଚିବା ପାଇଁ ସେ ପାଞ୍ଚ ଜଣ ଡିଲରଙ୍କୁ କିରୋସିନି ପଠାଉଥିବା କହିଥିଲେ । ଏପରିକି ଅଫିସ ରେକର୍ଡରେ ମଧ୍ୟ ୫ ଜଣ ଡିଲରଙ୍କ ନାଁ ଲେଖି ଜାଲ ଦସ୍ତଖତ କରିଥିଲେ । ଯାହା ଅଫିସ ରେଜିଷ୍ଟରରୁ ହିଁ ସ୍ପଷ୍ଟ ହେଉଛି । ଆଉ ସେହି ୫ ଜଣଙ୍କ ଭିତରେ ଜଣେ ଡିଲର ହେଉଛନ୍ତି ଉଦଳା ବ୍ଲକ ପାଟଶାଣିପୁର ଅଞ୍ଚଳର ପରେଶ ସିଂ । ଯିଏକି ଏକ ବର୍ଷରୁ ଅଧିକ ହେବ କିରୋସିନ ଆଣୁ ନାହାନ୍ତି । ଏପରିକି ତାଙ୍କର ସମସ୍ତ କାଗଜପତ୍ର, ଖାତା ଅଫିସରେ ସମ୍ପାଦକ ରଖିଛନ୍ତି ବୋଲି ସେ କହିଛନ୍ତି । ଆଉ ଜଣେ ଡିଲର ହେଲେ ଖଡ଼ିକାଷୋଳ ଅଞ୍ଚଳର ସଞ୍ଜବତୀ ସ୍ୱୟଂ ସହାୟକ ଗୋଷ୍ଠୀ । ଯାହାର ସଭାପତି ସୂର୍ଯ୍ୟମଣି ସିଂ । ସିଏ ମଧ୍ୟ ୬ରୁ ୭ ମାସ ହେବ କିରୋସିନି ନେଉ ନଥିବା କହିଛନ୍ତି ।

ଘୋଟାଲା ବାବଦରେ ଉପଖଣ୍ଡ ଯୋଗାଣ ଅଧିକାରୀଙ୍କୁ ପଚାରିବାରୁ ସେ ବିତଣ୍ଡା ଉତ୍ତର ରଖିଥିଲେ । କାଗଜପତ୍ରରେ ଲେଖା ଯାଇଛି ମାନେ ସବୁ ଠିକ ଅଛି ବୋଲି କହି ସମ୍ପାଦକଙ୍କ କଳାବଜାରୀକୁ ଘଣ୍ଟ ଘୋଡାଇଛନ୍ତି । ସେପଟେ ଜିଲ୍ଲା ଯୋଗାଣ ଅଧିକାରୀ ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଛନ୍ତି । ଯେତେବେଳେ ଡିଲର କିରୋସିନି ନେଇ ନାହାନ୍ତି ସେତେବେଳେ ବ୍ୟାରେଲ ଭର୍ତ୍ତି ତେଲ କୁଆଡେ ଗଲା ? ତାହା ତଦନ୍ତ ସାପେକ୍ଷ ବୋଲି ଦାବି ଉଠିବାରେ ଲାଗିଛି ।

ମଣ୍ଡି ଖୋଲିଲା ହେଲେ ଉଠିଲାନି ଧାନ, ନବରଙ୍ଗପୁର ଜିଲ୍ଲାରେ ଖରିଫ ଧାନ କିଣା ଆରମ୍ଭରୁ ବିଭ୍ରାଟ

ମଣ୍ଡି ଖୋଲିଲା ହେଲେ ଉଠିଲାନି ଧାନ, ନବରଙ୍ଗପୁର ଜିଲ୍ଲାରେ ଖରିଫ ଧାନ କିଣା ଆରମ୍ଭରୁ ବିଭ୍ରାଟ

ନନ୍ଦିଘୋଷ ବ୍ୟୁରୋ: ନବରଙ୍ଗପୁର ଜିଲ୍ଲାରେ ମନ୍ତ୍ରୀ, ବିଧାୟକ ଓ ଜିଲ୍ଲାପାଳଙ୍କ ଦ୍ଵାରା ବହୁ ଆଡମ୍ବରରେ ହେଲା ମଣ୍ଡି ଉଦଘାଟନ । ହେଲେ ପ୍ରଥମ ଦିନରେ ମଣ୍ଡିରୁ ଉଠିପାରିଲାନି ମୁଠାଏ ଧାନ । ମିଲର୍ସଙ୍କ ସହ ପ୍ରଶାସନ ଏଯାଏଁ ଏଗ୍ରିମେଣ୍ଟ କରି ନଥିବାରୁ ଧାନ ଉଠିପାରିଲାନି ବୋଲି ଚାଷୀ ଅଭିଯୋଗ କରିଛନ୍ତି । ମଣ୍ଡି ପରିଚାଳନ ଗତ ତ୍ରୁଟି କାରଣରୁ ଚାଷୀଙ୍କ ମଧ୍ୟରେ ଦେଖିବାକୁ ମିଳିଛି ତୀବ୍ର ଅସନ୍ତୋଷ ।

ନବରଙ୍ଗପୁର ଜିଲ୍ଲାରେ ଖରିଫ ଧାନ କିଣା ଆରମ୍ଭରୁ ବିଭ୍ରାଟ । ନବରଙ୍ଗପୁର ଜିଲ୍ଲା ନିୟନ୍ତ୍ରିତ ବଜାର କମିଟି ମୁଖ୍ୟ ବଜାର ପ୍ରାଙ୍ଗଣରେ ଧାନ ମଣ୍ଡି ଉଦଘାଟିତ ହୋଇଛି । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମୁଖ୍ୟଅତିଥି ଭାବେ ଯୋଗ ଦେଇ ମଣ୍ଡି ଶୁଭାରମ୍ଭ କରିଛନ୍ତି । କିନ୍ତୁ ପ୍ରଥମ ଦିନରେ ମଣ୍ଡିରୁ ମୁଠାଏ ଧାନ ଉଠିପାରିଲାନାହିଁ । ବର୍ତ୍ତମାନ ସୁଦ୍ଧା ପ୍ରଶାସନ ମିଲର୍ସଙ୍କ ସହ ଏଗ୍ରିମେଣ୍ଟ କରି ନଥିବାରୁ ଧାନ ଉଠିପାରିଲାନି ବୋଲି ଚାଷୀ ଅଭିଯୋଗ କରିଛନ୍ତି । ଖାଲି ସେତିକି ନୁହେଁ ଦେଢ ମାସ ବିଳମ୍ବରେ ମଣ୍ଡି ଖୋଲିଥିଲେ ସୁଦ୍ଧା ଅନେକ ଚାଷୀଙ୍କୁ ଟୋକନ ମଧ୍ୟ ମିଳିନି ।

ଜିଲ୍ଲାରେ ୨୦୨୫-୨୬ ଖରିଫ ବର୍ଷ ପାଇଁ ୫୮ଟି ଧାନ ମଣ୍ଡି ଖୋଲା ଯାଇଛି । ଧାନ କ୍ରୟ ଓ ବିକ୍ରୟ ୧୩ ଗୋଟି ଲ୍ୟାମ୍ପସ ୨ଟି ପାଣି ପଞ୍ଚାୟତ ଓ ୩୭ଟି SHG ଜରିଆରେ କରାଯିବାର ବ୍ୟବସ୍ଥା କରାଯାଇଛି । ମଣ୍ଡିରେ ଧାନ ବିକ୍ରି କରିବାକୁ ୫୦ ହଜାର ୯୧୯ ଜଣ ଚାଷୀ ପଞ୍ଜୀକରଣ କରିଛନ୍ତି । ହେଲେ ପ୍ରଶାସନର ମଣ୍ଡି ପରିଚାଳନା ଗତ ତ୍ରୁଟିରୁ ପ୍ରଥମ ଦିନରେ ଧାନ ଉଠିପାରିଲାନାହିଁ । ଅନ୍ୟପଟେ ବର୍ତ୍ତମାନ ସୁଦ୍ଧା ୪୨ ଜଣ ମିଲର୍ସ ଧାନ କିଣିବା ପାଇଁ ଅଂଶଗ୍ରହଣ କରିଛନ୍ତି । ପ୍ରଥମ ଦିନରେ ଚାଷୀ ମଣ୍ଡିକୁ ଧାନ ଆଣି ନଥିବାରୁ ଧାନ କିଣାଯାଇନାହିଁ ବୋଲି ସଫେଇ ଦେଇଛନ୍ତି ଜିଲ୍ଲା ଯୋଗାଣ ଅଧିକାରୀ ।

ଧାନ କିଣା ଆରମ୍ଭରୁ ଝୁଣ୍ଟିଲାଣି ପ୍ରଶାସନ । ଆଗାମୀ ଦିନରେ ମଣ୍ଡିରୁ କେତେ ଶୀଘ୍ର ଧାନ ଉଠୁଛି ? କିଭଳି ଧାନ କିଣା ହେଉଛି ? ତାହା ଦେଖିବାକୁ ବାକି ରହିଲା ।

ଗଣତନ୍ତ୍ର ଦିବସ ସମାରୋହରେ ମୁଖ୍ୟ ଅତିଥି ହେବେ ୟୁରୋପର ଏହି ଦୁଇ ନେତା, ଫ୍ରି ଟ୍ରେଡ ଏଗ୍ରିମେଣ୍ଟ ଉପରେ ନଜର

ଗଣତନ୍ତ୍ର ଦିବସ ସମାରୋହରେ ମୁଖ୍ୟ ଅତିଥି ହେବେ ୟୁରୋପର ଏହି ଦୁଇ ନେତା, ଫ୍ରି ଟ୍ରେଡ ଏଗ୍ରିମେଣ୍ଟ ଉପରେ ନଜର

ନନ୍ଦିଘୋଷ ବ୍ୟୁରୋ: ୨୦୨୬ ଗଣତନ୍ତ୍ର ଦିବସ ଭାରତ ପାଇଁ ବିଭିନ୍ନ ଦିଗରୁ ଗୁରୁତ୍ବପୂର୍ଣ୍ଣ ହେବାକୁ ଯାଉଛି । କୁଟନୈତିକ ସ୍ତରରେ ହେଉ କି ଆର୍ଥିକ ସ୍ତରରେ ଏହା ଭାରତ ପାଇଁ ଏକ ମାଇଲଖୁଣ୍ଟ ସାବ୍ୟସ୍ଥ ହୋଇପାରେ । କାରଣ ୨୦୨୬ ଗଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବେ ୟୁରୋପୀୟ ସଙ୍ଘର ଦୁଇ ଜଣ ଶୀର୍ଷ ନେତାଙ୍କୁ ଆମନ୍ତ୍ରଣ କରାଯାଇଛି । ୟୁରୋପୀୟ ଆୟୋଗ ଅଧ୍ୟକ୍ଷ ଉର୍ସୁଲା ଭୋନ୍ ଡେର ଲେୟେନ ଏବଂ ୟୁରୋପୀୟ ପରିଷଦ ଅଧ୍ୟକ୍ଷ ଏଣ୍ଟୋନିଓ କୋଷ୍ଟାଙ୍କୁ ଆମନ୍ତ୍ରଣ କରାଯାଇଛି ।

କୁହାଯାଉଛି, ଏହି ୟୁରୋପର ଏହି ଦୁଇ ଶୀର୍ଷ ନେତା ଯେତେବେଳେ ଭାରତ ଆସିବେ ସେତେବେଳେ ଦୁଇ ପକ୍ଷ ମଧ୍ୟରେ ବ୍ୟବସାୟ ବୁଝାମଣା ଓ ଶିଖର ସମ୍ମିଳନୀର ବି ଆୟୋଜନ କରାଯାଇପାରେ । ଯେଉଁଠାରେ ଦୁଇ ପକ୍ଷଙ୍କ ମଧ୍ୟରେ ଫ୍ରି ଟ୍ରେଡ ଏଗ୍ରୀମେଣ୍ଟକୁ ନେଇ ଚର୍ଚ୍ଚା ବି ହୋଇପାରେ ।

ସୂଚନାଯୋଗ୍ୟ ଦୀର୍ଘ ସମୟ ହେଲା ଭାରତ ଓ ୟୁରୋପୀୟ ସଙ୍ଘ ଏଫଟିଏକୁ ନେଇ ଆଲୋଚନା କରୁଛନ୍ତି । ବ୍ୟବସାୟ, ପୁଞ୍ଜିନିବେଶ, ଟେକ୍ନୋଲଜି ଓ ସପ୍ଲାଇ ଚେନ ପରି ବିଷୟକୁ ନେଇ ଏହି ବୁଝାମଣା ଦୁଇ ପକ୍ଷଙ୍କ ପାଇଁ ରଣନୈତିକ ସ୍ତରରେ ବହୁତ ଗୁରୁତ୍ବପୂର୍ଣ୍ଣ । ଏବେ ଗଣତନ୍ତ୍ର ଦିବସରେ ଏହି ଦୁଇ ନେତାଙ୍କ ଉପସ୍ଥିତି ଏହା ଦର୍ଶାଉଛି ଯେ, ଏବେ ୟୁରୋପୀୟ ସଙ୍ଘ ଭାରତ ସହ ସମ୍ପର୍କକୁ କେବଳ କୁଟନୈତିକ ସ୍ତରରେ ନୁହେଁ, ବରଂ ଆର୍ଥିକ ବୁଝାମଣା ସହ ନୂଆ ସ୍ତରକୁ ନେବାକୁ ଚାହୁଁଛି ।