ନନ୍ଦିଘୋଷ ବ୍ୟୁରୋ : ସୁଟିଂରେ ଭାରତକୁ ଆଉ ଏକ ପଦକ । ପ୍ଯାରିସ ଅଲିମ୍ପିକ୍ସରେ ବ୍ରୋଜ ଜିତିଛି ଭାରତ। ୧୦ମିଟର ଏୟାର ପିସ୍ତଲ ମିକ୍ସ ଇଭେଣ୍ଟରେ ବ୍ରୋଞ୍ଜ ପଦକ ମିଳିଛି । ସୁଟର ମନୁ ଭାକର ଓ ସରବଜୋତ ସିଂ ଯୋଡ଼ି ଏହି ପଦକ ଜିତିଛନ୍ତି। ଏଯାଏ ସୁଟିଂରେ ଭାରତକୁ ମିଳିଲାଣି ୨ପଦକ। ଅଲିମ୍ପିକ୍ସରେ ସୁଟର ମନୁ ଭାକର ଇତିହାସ ରଚିଛନ୍ତି। ଗୋଟିଏ ଅଲିମ୍ପିକ୍ସରେ ୨ପଦକ ଜିତିବାରେ ପ୍ରଥମ ଭାରତୀୟ ହୋଇଛନ୍ତି ମନୁ ଭାକର। ପୂର୍ବରୁ ପ୍ଯାରିସ୍ ଅଲିମ୍ପିକ୍ସ ମହିଳା ବର୍ଗ ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ବ୍ରୋଂଜ ଜିତିଥିଲେ ମନୁ ଭାକର।
ଯଶଶ୍ରୀ ସିନ୍ଧେ ହତ୍ୟା ଘଟଣା : ହତ୍ୟାକାରୀକୁ ବାନ୍ଧିଲା ମୁମ୍ୱାଇ ପୋଲିସ
ମୁମ୍ୱାଇ : ଯଶଶ୍ରୀ ସିନ୍ଧେ ହତ୍ୟା ଘଟଣାରେ ମୁମ୍ୱାଇ ପୋଲିସକୁ ବଡ଼ ସଫଳତା । ହତ୍ୟାକରୀ ଦାଉଦ ଶେଖକୁ କର୍ଣ୍ଣାଟକର ଗୁଲବର୍ଗାରୁ ଧରିଲା ମୁମ୍ୱାଇ ପୋଲିସ । ସୂଚନା ଅନୁଯାୟୀ, ଯଶଶ୍ରୀ ହତ୍ୟା ଘଟଣାର ଅପରାଧୀକୁ ଧରିବା ପାଇଁ ୪ଟି ଟିମ୍ ପ୍ରସ୍ତୁତ କରିଥିଲା ପୋଲିସ । ଉରଣ ପୋଲିସର ୨ଟି ଟିମ୍ କର୍ଣ୍ଣାଟକରେ ଏବଂ ଆଉ ୨ଟି ଟିମ୍ ମହାରାଷ୍ଟ୍ରରେ ଅପରାଧୀକୁ ଖୋଜିବା ପାଇଁ ଯାଇଥିଲେ । ଏହା ଭିତରେ ଉରଣ ପୋଲିସ ମୋହସିନ ନାମକ ବ୍ୟକ୍ତିକୁ ହେପାଜତରେ ଆଣିଥିଲା । ପୋଲିସ ସୂତ୍ରାନୁଯାୟୀ, ମୋହସିନ ଏବଂ ଯଶଶ୍ରୀ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା, ଯାହାକୁ ନେଇ ଦାଉଦ ଶେଖ୍ ଏବଂ ଯଶଶ୍ରୀ ମଧ୍ୟରେ ସର୍ବଦା କଳହ ଲାଗି ରହୁଥିଲା ।
ସୂଚନା ଅନୁଯାୟୀ, ମୁମ୍ୱାଇର ୨୦ ବର୍ଷୀୟା ଯଶଶ୍ରୀ ସିନ୍ଧେଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିବା ଘଟଣା ସାମ୍ନାକୁ ଆସିଥିଲା । ଗୁରୁବାରରୁ ନିଖୋଜ ଥିବା ଯଶଶ୍ରୀଙ୍କ ମୃତଦେହ ଶୁକ୍ରବାର କର୍ଣ୍ଣାଟକର ଏକ ପେଟ୍ରୋଲ ପମ୍ପ ନିକଟରୁ ଅତ୍ୟନ୍ତ ଖରାପ ଅବସ୍ଥାରେ ଜବତ କରାଯାଇଥିଲା । ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଛୁରୀ ମରାଯାଇଥିବା ଜଣାପଡିଥିଲା । ଯାହା ପରେ ତୁରନ୍ତ ଘଟଣାର ତଦନ୍ତ ଆରମ୍ଭ କରିଦେଇଥିଲା ମୁମ୍ୱାଇ ପୋଲିସ । ସିସିଟିଭିରେ କଏଦ ଭିଡିଓ ଆଧାରରେ ମଙ୍ଗଳବାର ହତ୍ୟାକାରୀ ଦାଉଦ ଶେଖକୁ ଗିରଫ କରିଛି ପୋଲିସ ।
ପୁଣି କେନ୍ଦ୍ରାପଡ଼ାରେ ଜାଲ ସାର୍ଟିଫିକେଟ ଦେଇ ଚାକିରି
କେନ୍ଦ୍ରାପଡ଼ା : ପୁଣି କେନ୍ଦ୍ରାପଡ଼ାରେ ଜାଲ ସାର୍ଟିଫିକେଟ ଦେଇ ଚାକିରି। ନକଲି ଦଶମ ସାର୍ଟିଫିକେଟ ଦେଇ ସିଆରପି ଚାକିରି କରିଥିବା ମହିଳାଙ୍କ ନାଁରେ ବିଡ଼ିଓଙ୍କୁ ଅଭିଯୋଗ। ଡେରାବିଶ ବିଡ଼ିଓଙ୍କ ତଦନ୍ତ ଜାରି। ଜଅଁରା ବାରିମୂଳ ପଞ୍ଚାୟତ ଗରାମ ଗାଁର ଜଣେ ସିଆରପି ଚାକିରି କରୁଥିବା ମହିଳା ରାଜଶ୍ରୀ ପରିଜା ଇଣ୍ଟରଭ୍ୟୁ ଦେବା ବେଳେ ନକଲି ସ୍କୁଲ ସାର୍ଟିଫିକେଟ୍ ଦେଇ ଚାକିରି ପାଇଥିଲେ। ବିଡ଼ିଓ ଅଭିଯୋଗ ଗ୍ରହଣ କରି କେନ୍ଦ୍ରାପଡ଼ା ଜିଲ୍ଲପାଳଙ୍କ ନିର୍ଦ୍ଦେଶରେ ତଦନ୍ତ ଆରମ୍ଭ କରି ନିଶ୍ଚିନ୍ତ କୋଇଲି ବିଇଓଙ୍କୁ ଚିଠି ଲେଖିଛନ୍ତି। ତଦନ୍ତ ରିପୋର୍ଟ ଆସିବା ପରେ ଜାଲିଆତି କରି ଚାକିରି ପାଇଥିବା ରାଜଶ୍ରୀ ପରିଜାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଡେରାବିଶ ବିଡ଼ିଓ କହିଛନ୍ତି।
ଚନ୍ଦକା ଅଭୟାରଣ୍ୟରେ CRPF ଯବାନଙ୍କ କମ୍ବିଂ ଅପରେସନ ଆରମ୍ଭ
ଭୁବନେଶ୍ୱର : ଶିକାରୀ ଓ କାଠ ମାଫିଆମୁକ୍ତ ହେବ ଚନ୍ଦକା-ଡମପଡ଼ା ଅଭୟାରଣ୍ୟ । ଆଜିଠୁ ଅଭୟାରଣ୍ୟ ଭିତରେ ଆରମ୍ଭ ହେବ CRPF ଯବାନଙ୍କ ମିଳିତ କମ୍ବିଂ ଅପରେସନ । କମ୍ୱିଂରେ ସାମିଲ ହେବେ ୪୫୦ CRPF ଯବାନ । ୧୨ ଦିନ ଧରି ଚାଲିବ ଜଙ୍ଗଲ ଭିତରେ ଟ୍ରେନିଂ। ଜଙ୍ଗଲ ବିଭାଗର ଅଧିକାରୀ ବି ସାମିଲ ହେବେ। ସିଆରପିଏଫ ର ଟ୍ରେନିଂ ସହିତ କମ୍ବିଂଗ ବି ଚାଲିବ। ଜଙ୍ଗଲ ଓ ବନ୍ୟାଜନ୍ତୁର ସୁରକ୍ଷା ସାଙ୍ଗକୁ କାଠ ମାଫିଆ ଓ ବନ୍ୟଜନ୍ତୁ ଶିକାରୀଙ୍କ ପାଇଁ ସତର୍କ ବାର୍ତା ଦେବାକୁ ଏଭଳି ପ୍ରୟାସ ଓଡ଼ିଶାରେ ପ୍ରଥମ।
ଦଶମ ଶ୍ରେଣୀ ଛାତ୍ରର କଟୁରୀ ଚୋଟରେ ନବମ ଶ୍ରେଣୀ ଛାତ୍ର ଆହତ
ଅନୁଗୁଳ : ଦଶମ ଶ୍ରେଣୀ ଛାତ୍ରର କଟୁରୀ ଚୋଟରେ ନବମ ଶ୍ରେଣୀ ଛାତ୍ର ଆହତ । ସ୍କୁଲ ଛୁଟି ବେଳେ ସାଇକେଲ ଷ୍ଟାଣ୍ଡରେ ସାଇକେଲ ରଖିବାକୁ ଗଣ୍ଡଗୋଳ । ଅନୁଗୁଳ ସରକାରୀ ଉଚ୍ଚ ବିଦ୍ୟାଳୟରେ ରାଧାରମଣପଡା ଅଞ୍ଚଳର ଜଣେ ନବମ ଶ୍ରେଣୀର ଛାତ୍ର ଓ ହାତିଶାଳପଡା ଅଂଚଳର ଦଶମ ଶ୍ରେଣୀରେ ପଢ଼ୁଥିବା ଜଣେ ଛାତ୍ରଙ୍କ ମଧ୍ୟରେ କିଛିଦିନ ପୂର୍ବରୁ ସାଇକେଲ ଷ୍ଟାଣ୍ଡରେ ସାଇକେଲ ରଖିବାକୁ ନେଇ ଝଗଡା ହୋଇଥିଲା ।
ଆଜି ସ୍କୁଲ ଛୁଟି ହେବା ପରେ ପରେ ସ୍କୁଲ ଫାଟକ ଆଗରେ ନବମ ଶ୍ରେଣୀ ଛାତ୍ର ଜଣଙ୍କ ଘରକୁ ଯାଉଥିବା ବେଳେ ତାଙ୍କୁ ହଠାତ୍ ଏକ ମାଂସ କଟା କଟୁରୀରେ ଦଶମ ଶ୍ରେଣୀ ଛାତ୍ର ଜଣକ ଆକ୍ରମଣ କରିଥିଲା । ମୁଣ୍ଡରେ କଟୁରୀ ଚୋଟ ଯୋଗୁଁ ଆହତ ଛାତ୍ରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ପରିବାର ଲୋକ ଏନେଇ ଅନୁଗୁଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

