spot_img
Home Blog Page 182

ଆସନ୍ତାକାଲିଠାରୁ ସଂସଦର ଶୀତକାଳୀନ ଅଧିବେଶନ ; ଗୃହକୁ ସୁରୁଖୁରୁରେ ଚଳାଇବା ଲାଗି ସର୍ବଦଳୀୟ ବୈଠକରେ ଆଲୋଚନା

ନନ୍ଦିଘୋଷ ବ୍ୟୁରୋ : ଆସନ୍ତାକାଲିଠାରୁ ସଂସଦର ଶୀତକାଳୀନ ଅଧିବେଶନ। ଗୃହକୁ ସୁରୁଖୁରୁରେ ଚଳାଇବା ଲାଗି ସର୍ବଦଳୀୟ ବୈଠକରେ ଆଲୋଚନା ହୋଇଛି। ଏହି ଅଧିବେଶନରେ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବ। ଡିସେମ୍ବର ୧୯ ଯାଏ ଚାଲିବ ସଂସଦ ଅଧିବେଶନ। ଏହି ଅଧିବେଶନ ବିଭିନ୍ନ ଦୃଷ୍ଟିରୁ ଗୁରୁତ୍ବପୂର୍ଣ୍ଣ ହେବ।  ଏହି ଅଧିବେଶନରେ ୧୫ଟି ସିଟିଂ ବସିବ। ଅଧିବେଶନରେ ପ୍ରାଇଭେଟ ମେମ୍ବର୍ସ ବିଲ୍ ଗୁଡିକ ଡିସେମ୍ବର ୫ ଓ ଡିସେମ୍ବର ୧୯ରେ ଆଗତ ହେବ ବୋଲି ଜଣାଯାଇଛି। ସେପଟେ କମ୍ ଦିନ ଲାଗି ହେଉଥିବା ଅଧିବେଶନକୁ ନେଇ ସମାଲୋଚନା କରିଛନ୍ତି ବିରୋଧୀ। ଏହି ଅଧିବେଶନରେ କିଛି ବିଲ୍ ଆଗତ ହେବ ବୋଲି ସୂଚନା ମିଳିଛି। ଏହା ସହ ଗତ ଅଧିବେଶନ କାଳରେ ଗୃହୀତ ହୋଇ ପାରି ନଥିବା କିଛି ବିଲ୍ ବି ଗୃହରେ ଆଗତ ହେବ। ବିରୋଧୀ ଦଳର ବିରୋଧ ଯୋଗୁ କିଛି ବିଲ୍ ସଂସଦର ଉଭୟ ଗୃହରେ ଗୃହୀତ ହୋଇପାରି ନଥିଲା। ଏହି ଅଧିବେଶନ ଲାଗି ସମ୍ମତି ପ୍ରଦାନ କରିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ତେଣେ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବା ଲାଗି ବିରୋଧୀ କରିଛନ୍ତି ରଣନୀତି।..

ଏହି ଅଧିବେଶନରେ ବିଭିନ୍ନ ପ୍ରସଙ୍ଗ ଉଠାଇବ ବିଜେଡି। ଦରବୃଦ୍ଧି, ମୁଦ୍ରାସ୍ଫୀତି, ବେକାରୀ, ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ପ୍ରଦାନ, ଆଇନଶୃଙ୍ଖଳା, ମହିଳା ଓ ଶିଶୁଙ୍କ ବିରୋଧରେ ହେଉଥିବା ହିଂସା ପ୍ରସଙ୍ଗ ଉଠାଇବ ବିଜେଡି। ସେହିପରି ନୂଆପଡ଼ା ଉପନିର୍ବାଚନରେ ହୋଇଥିବା ଅନିୟମିତତା, ପୋଲିସ ଏସଆଇ ପରୀକ୍ଷା ହୋଇଥିବା ଦୁର୍ନୀତି, ପୋଲାଭରମ ଓ ମହାନଦୀ ପ୍ରସଙ୍ଗ, କୋଇଲା ରୟାଲିଟି ଓ ଗ୍ରୀନ ଟାକ୍ସ ଆଦି ପ୍ରସଙ୍ଗରେ ସରକାରଙ୍କୁ ଜବାବ ମାଗିବ ବିଜେଡି। ଏହା ସହ କୃଷକଙ୍କ ଲାଗି ଏମଏସପି, ସମ୍ବଲପୁର, କୋରାପୁଟ, ବାଲେଶ୍ବରରେ ପୂର୍ଣ୍ଣକାଳୀନ ଏମସ୍ ପ୍ରତିଷ୍ଠା, ଆଦିବାସୀ ବିକାଶ, ଜାତୀୟ ରାଜପଥ, ଉପକୂଳ ରାଜପଥ, ରେଳ ସଂଯୋଗ, ମୋବାଇଲ ଟାୱାର ପ୍ରତିଷ୍ଠା ଆଦି ପ୍ରସଙ୍ଗ ବିଜେଡି ଉଠାଇବ।

 

ଇମ୍ରାନଙ୍କ ସମ୍ପର୍କରେ ନୂଆ ଖୁଲାସା ; ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଅଛନ୍ତି ଆଦିଆଲା ଜେଲରେ

ନନ୍ଦିଘୋଷ ବ୍ୟୁରୋ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଆଦିଆଲା ଜେଲରେ ନିରାପଦରେ ଅଛନ୍ତି। ତାଙ୍କୁ ସମ୍ପୂର୍ଣ୍ଣ ଅଲଗା ଭାବେ ରଖାଯାଇଛି। ତେବେ ଦେଶଛାଡ଼ି ଚାଲିଯିବା ଲାଗି ଇମ୍ରାନଙ୍କ ଉପରେ ଚାପ ପକାଯାଉଛି ବୋଲି କହିଛନ୍ତି ପିଟିଆଇ ସିନେଟର ଖୁରାମ ଜିସାନ। ସେ କହିଛନ୍ତି- ଇମ୍ରାନଙ୍କ ଲୋକପ୍ରିୟତା ବଢୁଥିବାରୁ ଶାସକ ଦଳ ଚିନ୍ତାରେ ଅଛନ୍ତି। ଇମ୍ରାନଙ୍କୁ ଭେଟିବା ଲାଗି ତାଙ୍କ ପରିବାରକୁ ଅନୁମତି ଦିଆ ଯାଉନଥିବାରୁ ତାହାକୁ ସମାଲୋଚନା କରିଛନ୍ତି ଜିସାନ।

ସେପେଟ ପାକିସ୍ତାନର ଆଦିଆଲା ଜେଲରେ ବନ୍ଦୀ ଥିବା ପୂର୍ବତନ  ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ନେଇ ଦୂର ହେଉନି ସସପେନ୍ସ l ଜେଲରେ ସେ ସୁସ୍ଥ ଥିବା କୁହାଯାଉଥିଲେ ବି ପରିବାର ଓ ପିଟିଆଇ ସମର୍ଥକ ଏହାକୁ ଗ୍ରହଣ କରିବାକୁ ନାରାଜ l ତେବେ ଗତ ନଭେମ୍ବର ୫ରେ ପାକ୍ ସେନାମୁଖ୍ୟ ଜେନେରାଲ ଅସିମ ମୁନୀରଙ୍କ ବିରୋଧରେ ଇମ୍ରାନଙ୍କ ଟିପ୍ପଣୀ ଭିନ୍ନ କିଛି ବୟାନ କରୁଛି l ଇମ୍ରାନଙ୍କୁ ଭେଟିବା ଲାଗି କୋର୍ଟ ଅନୁମତି ସତ୍ତ୍ବେ ଏହା ପାଳନ ହେଉ ନଥିବାରୁ ସନ୍ଦେହ ଅଧିକ ଘନୀଭୂତ ହୋଇଛି l ତେଣେ ଇମ୍ରାନଙ୍କ ସମର୍ଥକମାନଙ୍କୁ ଗିରଫ କରାଯାଇ ଜେଲରେ ଅକଥନୀୟ ନିର୍ଯାତନା ଦିଆଯାଉଥିବା ଅଭିଯୋଗ କରିଛି ପିଟିଆଇ l ୨୦୧୮-୨୦୧୯ରେ ଇମ୍ରାନ ପ୍ରଧାନମନ୍ତ୍ରୀ ଥିବାବେଳେ ମୁନୀରଙ୍କ ସହ ତାଙ୍କର ମତଭେଦ ହୋଇଥିଲା l ସେତେବେଳେ ଆଇଏସଆଇର ମହାନିର୍ଦ୍ଦେଶକ ଥିଲେ ମୁନୀର l

ତେବେ ଇମ୍ରାନଙ୍କ ପତ୍ନୀ ବୁସରା ବିବିଙ୍କ ବିରୋଧରେ ଦୁର୍ନୀତି ମାମଲା ନେଇ ହସ୍ତକ୍ଷେପ କରିବାରୁ ମାତ୍ର ସାତ ମାସ ଭିତରେ ଆଇଏସଆଇ ମୁଖ୍ୟ ପଦରୁ ମୁନୀରଙ୍କୁ ହଟାଇଦେଇଥିଲେ ଇମ୍ରାନ l ଇମ୍ରାନଙ୍କ ଏହି ନିଷ୍ପତ୍ତି ମୁନୀରଙ୍କ ଲାଗି ସମ୍ମାନ ହାନିର କାରଣ ଥିଲା l ସେପଟେ ପାକିସ୍ତାନ ମିଲିଟାରୀ ଇମ୍ରାନଙ୍କୁ ଜଣେ ସଚ୍ଚୋଟ ଶାସକ ବୋଲ ବିବେଚନା କରିବା ସହ ସେନାର ବିଶ୍ବସନୀୟତା ରକ୍ଷା କରିବାରେ ତାଙ୍କର ଭୂମିକାକୁ ପ୍ରଶଂସା କରୁଥିଲା ସେନା l ତେବେ ୨୦୨୨ରେ ଇମ୍ରାନ ଅନାସ୍ଥା ଭୋଟରେ କ୍ଷମତାରୁ ଅନ୍ତର ହେବା ପରେ ସ୍ଥିତି ବିଗିଡ଼ିଯାଇଥିଲା l ମୁନୀର ହିଁ ଖଳନାୟକ ଏବଂ ପିଟିଆଇକୁ ଧ୍ବଂସ କରିଦେବାକୁ ମୁନୀର ଯୋଜନା କରୁଥିଲେ ବୋଲି ଇମ୍ରାନ ଧରି ନେଇଥିଲେ l ମେ ୨୦୨୩ରେ ଇମ୍ରାନ ଗିରଫ ହେବା ପରେ ସବୁକିଛି ଓଲଟପାଲଟ ହୋଇଯାଇଥିଲା l ଏପରିକି ତତକାଳୀନ ସେନାମୁଖ୍ୟ କମର ଜାଭେଦ ବାଜଓ୍ବାଙ୍କୁ ଜଣେ ପ୍ରତାରକ ବୋଲି କହିଥିଲେ ଇମ୍ରାନ l ନଭେମ୍ବର ୨୦୨୨ରେ ମୁନୀର ଆର୍ମି ଚିଫ ହେବା ପରେ ସେ ସର୍ବଶକ୍ତିମାନ ହୋଇଥିଲେ l

ଦିଲ୍ଲୀ ମହାନଗର ନିଗମର ୧୨ଟି ୱାର୍ଡରେ ଉପନିର୍ବାଚନ ; କଡ଼ା ସୁରକ୍ଷାରେ ଚାଲିଛି ମତଦାନ

ନନ୍ଦିଘୋଷ ବ୍ୟୁରୋ : ଦିଲ୍ଲୀ ମହାନଗର ନିଗମର ୧୨ଟି ୱାର୍ଡରେ ଉପନିର୍ବାଚନ। କଡ଼ା ସୁରକ୍ଷାରେ ଚାଲିଛି ମତଦାନ। ଦିଲ୍ଲୀର ପ୍ରାୟ ୫୮୦ ବୁଥରେ ହେଉଛି ମତଦାନ। ଉପନିର୍ବାଚନରେ କିଏ ମାରିବେ ବାଜି ତାହାକୁ ନେଇ ଜାରି ରହିଛି ସସପେନ୍ସ। ଏହି ଉପନିର୍ବାଚନରେ ବିଜେପି ଓ ଆପ୍ ମଧ୍ୟରେ କଡ଼ା ଟକ୍କର ହେଉଛି। ଦିଲ୍ଲୀକୁ ବିଜେପି ହାତରୁ ପ୍ରାୟ ୨୭ ବର୍ଷ ପରେ ଛଡାଇ ଆଣି ଆପ ଶାସନକୁ ଆସିଥିଲା। ମାତ୍ର ଗତ ନିର୍ବାଚନରେ ଆପ୍ ଗାଦିଚ୍ୟୁତ ହୋଇଥିଲା। ଆପ୍ ନିଜକୁ ପୁଣି ଶକ୍ତିଶାଳୀ କରିବା ଲାଗି ପଦକ୍ଷେପ ନେଇଥିବାବେଳେ ଏହି ଉପନିର୍ବାଚନରେ ଦବଦବା କରିବା ଲାଗି ଆପ୍ ପ୍ରାଣମୂର୍ଚ୍ଛା ସଂଘର୍ଷ କରିଛି। ୧୨ଟି ଆସନ ଲାଗି ମୋଟ ୫୧ଜଣ ପ୍ରାର୍ଥୀ ମଇଦାନରେ ଅଛନ୍ତି। ସେମାନଙ୍କ ମଧ୍ଯରେ ମହିଳା ପ୍ରାର୍ଥୀ ଅଛନ୍ତି ୨୬। ବିଜେପିର ମହିଳା ପ୍ରାର୍ଥୀଙ୍କ ସଂଖ୍ୟା ୮ ହୋଇଥିବାବେଳେ ଆପର ୬ ଓ କଂଗ୍ରେସର ୫ଜଣ ଅଛନ୍ତି। ନିର୍ବାଚନ ପୂର୍ବରୁ ଆପର ୨ ଥରର ବିଧାୟକ ରାଜେଶ ଗୁପ୍ତା ବିଜେପିକୁ ଲମ୍ଫ ମାରିଥିବାରୁ ଆପକୁ ଏହା ଶକ୍ତ ଝଟକା ହୋଇଛି। ଆସନ୍ତା ୩ ତାରିଖରେ ହେବ ଗଣତି। ଏମସିଡିରେ ମୋଟ ୨୫୦ ୱାର୍ଡ ଥିବାବେଳେ ବିଜେପିର ସଂଖ୍ୟା ରହିଛି ୧୧୫। ମ୍ୟାଜିକ ନମ୍ବର ହେଉଛି ୧୨୫। ବର୍ତ୍ତମାନ ଆପର କାଉନସିଲରଙ୍କ ସଂଖ୍ୟା ରହିଛି ୯୯। କଂଗ୍ରେସର ଅଛନ୍ତି ମାତ୍ର ୬ କାଉନସିଲର। ଲୋକସଭା ଓ ବିଧାନସଭା ନିର୍ବାଚନରେ ଆପର ୩ଜଣ ଓ ବିଜେପିର ୯ ଜଣ କାଉନସିଲର ନିର୍ବାଚିତ ହୋଇଥିବାରୁ ଏହି ଉପନିର୍ବାଚନ ହୋଇଛି।

ବାସନ୍ଦ ନାଁରେ ଗାଁରୁ ଉଠୁନି ଶବ ;ଦୀର୍ଘ ୨୦ ଘଣ୍ଟା ଧରି ଘରେ ପଡି ରହିଛି ଶବ

ନନ୍ଦିଘୋଷ ବ୍ୟୁରୋ : ବାସନ୍ଦ ନାଁରେ ଗାଁରୁ ଉଠୁନି ଶବ। ଦୀର୍ଘ ୨୦ ଘଣ୍ଟା ଧରି ଘରେ ପଡି ରହିଛି ଶବ ।ଗଞ୍ଜାମ ଧରାକୋଟ ଥାନା କମାଶାସନ ଗାଁରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା। ଗାଁର ୬୫ ବର୍ଷୀୟ ବୃଦ୍ଧା ଏସ୍.ରତ୍ନlଲୁ ରେଡିଙ୍କ ଦେହାନ୍ତ ହୋଇଛି। ପୂର୍ବରୁ  ସ୍ଵାମୀ  ଓ ଦୁଇ ପୁଅଙ୍କ ଦେହାନ୍ତ ହୋଇଥିବା ବେଳେ ପାଖରେ ଅଛନ୍ତି ଦୁଇ ଝିଅ। ପୁଅଙ୍କ ନାଁରେ ଥିବା ଟଙ୍କା ପ୍ରଦାନ ସହ ସାମାଜିକ ବାସନ୍ଦ ଉଠାଇବାକୁ ଅଡିବସିଛନ୍ତି ପରିବାର। ଶବ ସତ୍କାର ପାଇଁ ଗାଁ ଲୋକେ ରାଜି ହୋଇଥିଲେ ମଧ୍ୟ ସମାଧାନ ନ ହେବା ପର୍ଯ୍ୟନ୍ତ ଶବ ଉଠିବନି ବୋଲି ମୃତକଙ୍କ ଝିଅ ଅଡ଼ି ବସିଛନ୍ତି। ଘଟଣାକୁ ନେଇ ଧରାକୋଟ ଥାନାରେ ପୂର୍ବରୁ ବହୁବାର ଅଭିଯୋଗ ମଧ୍ୟ ହୋଇଛି। ଗାଁରେ ପୋଲିସ ପହଁଚି ବୁଝାସୁଝା  ଜାରି ରଖିଛି। ସେପଟେ ବାସନ୍ଦ କଥାକୁ ଗ୍ରାମବାସୀ ଅସ୍ବୀକାର କରିଛନ୍ତି l ବାସନ୍ଦ ନୁହେଁ ମତାନ୍ତର ବୋଲି ଗ୍ରାମବାସୀ କହିଛନ୍ତି।

ଘରେ କେହି ନଥିବା ବେଳେ କଳା କନା ବୁଲାଇଲେ ଦୁର୍ବୃତ୍ତ

ନନ୍ଦିଘୋଷ ବ୍ୟୁରୋ: ଘରେ କେହି ନଥିବା ବେଳେ କଳା କନା ବୁଲାଇଲେ ଦୁର୍ବୃତ୍ତ। ୨୦ ଲକ୍ଷ ଟଙ୍କା ମୂଲ୍ୟର ସୁନା ଗହଣା ଓ ଟଙ୍କା ଲୁଟ ହେଇଥିବା ଅଭିଯୋଗ ହୋଇଛି। ବାଲେଶ୍ଵର ଜିଲ୍ଲା ଭୋଗରାଇ କମର୍ଦ୍ଦା ଥାନା ଅନ୍ତର୍ଗତ ଗୁଣୁସାର୍ଥା ଗ୍ରାମର ତପନ କୁମାର ପାଣିଗ୍ରାହୀ ତାଙ୍କ ପରିବାର ସହିତ ଭୁବନେଶ୍ବର ଯାଇଥିଲେ। ହେଲେ ସକାଳୁ ଘରକୁ ଫେରିବା ବେଳକୁ ଘରର ମୁଖ୍ୟ ଫାଟକର ତାଲା କାଟି ଲୁଟ୍ ହୋଇଥିବା ଦେଖିବାକୁ ପାଇଥିଲେ। ଆଲମାରି ତାଡି ସୁନା, ରୂପା ଓ ନଗଦ ଟଙ୍କା ଲୁଟି ନେଇଥିବା ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ କମର୍ଦ୍ଦା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଛାନବିନ ଆରମ୍ଭ କରିଛି। ଗୋଟିଏ ମାସରେ କମର୍ଦ୍ଦା ଥାନା ଅଞ୍ଚଳରୁ ତିନିଟି ଲୁଟକୁ ନେଇ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି।.

ଶ୍ରୀଲଙ୍କାରେ ତାଣ୍ଡବ ରଚି ଭାରତ ମୁହାଁ ସାମୁଦ୍ରିକ ଝଡ଼ ଡିଟୱା

ନନ୍ଦିଘୋଷ ବ୍ୟୁରୋ: ଶ୍ରୀଲଙ୍କାରେ ତାଣ୍ଡବ ସୃଷ୍ଟି କରିବା ପରେ ଘୂର୍ଣ୍ଣିଝଡ଼ ଡିଟୱା ଭାରତ ମୁହାଁଇଛି। ତାମିଲନାଡୁ, ପୁଡୁଚେରୀ ଏବଂ ନିକଟବର୍ତ୍ତୀ ଆନ୍ଧ୍ର ପ୍ରଦେଶରେ ଏହାର ପ୍ରଭାବ ଅନୁଭୂତ ହେଉଛି। ଆଜି ସନ୍ଧ୍ୟା ସୁଦ୍ଧା ସାମୁଦ୍ରିକ ଝଡ଼ ତୀବ୍ର ରୂପ ନେବା ସମ୍ଭାବନା ରହିଛି। ଡିଟୱା ପ୍ରଭାବରେ ଚେନ୍ନାଇରେ ବିମାନ ଚଳାଚଳ ବାଧାପ୍ରାପ୍ତ। ଚେନ୍ନାଇ ଏୟାରପୋର୍ଟରୁ ୮୨ଟି ବିମାନର ଉଡାଣ ବାତିଲ କରାଯାଇଛି। ଗତକାଲି ଚେନ୍ନାଇ ବିମାନବନ୍ଦରରୁ 35ଟି ବିମାନ ବାତିଲ କରାଯାଇଥିଲା। ଆଜିପାଇଁ ୪୭ଟି ବିମାନ ସ୍ଥଗିତ ରଖାଯାଇଛି। ତାମିଲନାଡୁରୁ ରେଳ ଚଳାଚଳ ମଧ୍ୟ ପ୍ରଭାବିତ ହୋଇଛି। ଅନେକ ଟ୍ରେନ୍ ମଧ୍ୟ ବାତିଲ କରାଯାଇଛି। କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବାତ୍ୟା ପାଇଁ ରେଳବାଇର ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ରେଳ ବୋର୍ଡ, ଜୋନ୍ ଏବଂ ଡିଭିଜନ ସ୍ତରରେ ମଧ୍ୟ ୱାର ରୁମ୍ ସକ୍ରିୟ କରାଯାଇଛି।

ଚେନ୍ନାଇ ସମେତ ତାମିଲନାଡୁ ଏବଂ ପୁଡୁଚେରୀର ଅନେକ ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି। ଝଡ଼ବର୍ଷା ଏବଂ ବଜ୍ରପାତ ସହିତ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଉତ୍ତର ତାମିଲନାଡୁ ଏବଂ ପୁଡୁଚେରୀରେ ରେଡ୍ ଆଲର୍ଟ ଜାରି କରାଯାଇଛି। ପୁଡୁଚେରୀ ଏବଂ କରାଇକାଲକୁ ବାଦ ଦେଇ ତାମିଲନାଡୁର କୁଡାଲୋର, ନାଗାପାଟ୍ଟିନାମ, ମାୟିଲାଡୁଥୁରାଇ, ଭିଲୁପୁରମ ଏବଂ ଚେଙ୍ଗଲପଟ୍ଟୁ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। କୁଡାଲୋରରେ ରେଡ୍ ଆଲର୍ଟ ଜାରି କରାଯାଇଛି। କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀର ଉପକୂଳବର୍ତ୍ତୀ ଅଞ୍ଚଳରେ ଉଚ୍ଚ ଜୁଆର, ପ୍ରବଳ ପବନ ଏବଂ ବର୍ଷା ହେଉଛି। ଉଦ୍ଧାରକାର୍ଯ୍ୟ ଲାଗି ହାଇ ଆଲର୍ଟରେ ରହିଛନ୍ତି NDRF ଓ SDRF ଟିମ।

ନ୍ୟାସନାଲ ହେରାଲ୍ଡ ମାମଲା : ରାହୁଲ ଗାନ୍ଧି ଏବଂ ସୋନିଆ ଗାନ୍ଧିଙ୍କ ନାଁରେ ଆଉ ଏକ ମାମଲା ରୁଜୁ

ନନ୍ଦିଘୋଷ ବ୍ୟୁରୋ: ନ୍ୟାସନାଲ ହେରାଲ୍ଡ ମାମଲାରେ ପୁଣି ରୁଜୁ ହେଲା ଆଉ ଏକ FIR। ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଓ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧିଙ୍କ ନାଁରେ ମାମଲା ରୁଜୁ ହୋଇଛି। ଦିଲ୍ଲୀ ପୋଲିସର ଅର୍ଥନୈତିକ ଅପରାଧ ଶାଖା ପକ୍ଷରୁ ଏହି ଏତଲା ରୁଜୁ ହୋଇଛି। ଏଫଆଇଆରରେ ୩ କମ୍ପାନୀର ନାମ ମଧ୍ୟ ରହିଛି। ମୋଟ ୩ ଜଣ ବ୍ୟକ୍ତିଙ୍କ ସହ ୩ କମ୍ପାନୀ ନାଁରେ ଏଫଆଇଆର ରୁଜୁ ହୋଇଛି। ଦିଲ୍ଲୀ ପୋଲିସର ଅର୍ଥନୈତିକ ଅପରାଧ ଶାଖା EOW ନ୍ୟାସନାଲ ହେରାଲ୍ଡ ମାମଲାରେ ବରିଷ୍ଠ କଂଗ୍ରେସ ନେତା ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ ବିରୋଧରେ ଏକ ନୂତନ FIR ଦାଖଲ କରିଛି।

FIRରେ ଅନ୍ୟ ଛଅ ଜଣ ବ୍ୟକ୍ତି ଏବଂ ତିନୋଟି କମ୍ପାନୀଙ୍କୁ ମଧ୍ୟ ଅଭିଯୁକ୍ତ ଭାବରେ ନାମିତ କରାଯାଇଛି। ଏହି ମାମଲାରେ କଂଗ୍ରେସ ଦଳ ସହିତ ଜଡିତ ଏକ କମ୍ପାନୀ ଆସୋସିଏଟେଡ୍ ଜର୍ଣ୍ଣାଲ୍ସ ଲିମିଟେଡ୍ AJLକୁ ଠକେଇ ଭାବରେ ଅଧିଗ୍ରହଣ କରିବା ପାଇଁ ଅପରାଧିକ ଷଡ଼ଯନ୍ତ୍ର ଅଭିଯୋଗ କରାଯାଇଛି।ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ EDର ଅଭିଯୋଗ ଆଧାରରେ ଏହି FIR ଅକ୍ଟୋବର 3 ରେ ପଞ୍ଜିକୃତ ହୋଇଥିଲା। ED ତଦନ୍ତ ରିପୋର୍ଟ ଦିଲ୍ଲୀ ପୋଲିସ ସହିତ ସେୟାର କରିଥିଲା। PMLA ର ଧାରା 66(2) ଅନୁଯାୟୀ, ED ଯେକୌଣସି ଏଜେନ୍ସିକୁ ଏକ ନିର୍ଦ୍ଧାରିତ ଅପରାଧ ପଞ୍ଜିକରଣ କରିବାକୁ ନିର୍ଦ୍ଦେଶ ଦେଇପାରିବ। ଦିଲ୍ଲୀ ପୋଲିସ ଏହି ବ୍ୟବସ୍ଥା ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ଏଫଆଇଆରରେ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଏବଂ ଇଣ୍ଡିଆନ ଓଭରସିଜ କଂଗ୍ରେସ ମୁଖ୍ୟ ସାମ ପିଟ୍ରୋଡାଙ୍କ ସହ ଅନ୍ୟ ୩ ଜଣଙ୍କ ନାମ ରହିଛି। ଆସୋସିଏଟେଡ୍ ଜର୍ଣ୍ଣାଲ୍ସ ଲିମିଟେଡ୍ AJL, ଯୁବ ଭାରତୀୟ ଏବଂ ଡୋଟେକ୍ସ ମର୍ଚାଣ୍ଡାଇଜ୍ ପ୍ରାଇଭେଟ୍ ଲିମିଟେଡ୍ କମ୍ପାନୀ ନାଁରେ ଏତଲା ରୁଜୁ କରାଯାଇଛି।

କାଲିଠୁ କମ୍ପିବ ସଂସଦ : ଆଜି ବସିବ ସର୍ବଦଳୀୟ ବୈଠକ

ନନ୍ଦିଘୋଷ ବ୍ୟୁରୋ: ଆସନ୍ତାକାଲିଠାରୁ ସଂସଦର ଶୀତକାଳୀନ ଅଧିବେଶନ। ଗୃହକୁ ସୁରୁଖୁରୁରେ ଚଳାଇବା ଲାଗି ଆଜି ବସିବ ସର୍ବଦଳୀୟ ବୈଠକ। ଏହି ଅଧିବେଶନରେ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବ। ଡିସେମ୍ବର ୧୯ ଯାଏ ଚାଲିବ ସଂସଦ ଅଧିବେଶନ। ଏହି ଅଧିବେଶନ ବିଭିନ୍ନ ଦୃଷ୍ଟିରୁ ଗୁରୁତ୍ବପୂର୍ଣ୍ଣ ହେବ। ଏଥିଲାଗି ସମସ୍ତ ଦଳର ସହଯୋଗ କାମନା କରାଯାଇଛି। ଏହି ଅଧିବେଶନରେ ୧୫ଟି ସିଟିଂ ବସିବ। ଅଧିବେଶନରେ ପ୍ରାଇଭେଟ ମେମ୍ବର୍ସ ବିଲ୍ ଗୁଡିକ ଡିସେମ୍ବର ୫ ଓ ଡିସେମ୍ବର ୧୯ରେ ଆଗତ ହେବ ବୋଲି ଜଣାଯାଇଛି। ସେପଟେ କମ୍ ଦିନ ଲାଗି ହେଉଥିବା ଅଧିବେଶନକୁ ନେଇ ସମାଲୋଚନା କରିଛନ୍ତି ବିରୋଧୀ। ଏହି ଅଧିବେଶନରେ କିଛି ବିଲ୍ ଆଗତ ହେବ ବୋଲି ସୂଚନା ମିଳିଛି। ଏହା ସହ ଗତ ଅଧିବେଶନ କାଳରେ ଗୃହୀତ ହୋଇ ପାରି ନଥିବା କିଛି ବିଲ୍ ବି ଗୃହରେ ଆଗତ ହେବ। ବିରୋଧୀ ଦଳର ବିରୋଧ ଯୋଗୁ କିଛି ବିଲ୍ ସଂସଦର ଉଭୟ ଗୃହରେ ଗୃହୀତ ହୋଇପାରି ନଥିଲା। ଏହି ଅଧିବେଶନ ଲାଗି ସମ୍ମତି ପ୍ରଦାନ କରିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ତେଣେ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବା ଲାଗି ବିରୋଧୀ କରିଛନ୍ତି ରଣନୀତି।

ପୁଣି କର୍ଣ୍ଣାଟକ କଂଗ୍ରେସରେ କେଁ : ଆଜି ବି ଦିଲ୍ଲୀରେ ବସିବ ଉଚ୍ଚସ୍ତରୀୟ ବୈଠକ

ନନ୍ଦିଘୋଷ ବ୍ୟୁରୋ: ପୁଣି କର୍ଣ୍ଣାଟକ କଂଗ୍ରେସରେ କେଁ। ସମାଧାନ ହୋଇପାରିଲା ନାହିଁ ମୁଖ୍ୟମନ୍ତ୍ରୀ ସଙ୍କଟ। ଶନିବାର ଦିଲ୍ଲୀରେ ହାଇକମାଣ୍ଡଙ୍କ ହାଇଲେବଲ ବୈଠକ ପରେ ବି ଦୂର ହୋଇପାରିଲାନି ବିବାଦ। ଆଜି ବି ଦିଲ୍ଲୀରେ ଉଚ୍ଚସ୍ତରୀୟ ବୈଠକ ବସିବ ବୋଲି ସୂଚନା ମିଳିଛି। ଏହି ବୈଠକ ପରେ ବି ଅନ୍ୟ ଏକ ବୈଠକ ବସିବ। ଏଥିରେ ସୋନିଆ ଗାନ୍ଧୀ ସାମିଲ ହେବେ ବୋଲି କୁହାଯାଉଛି। ବୈଠକରେ ଯୋଗ ଦେବାକୁ ଉଭୟ ସିଦ୍ଦରମୈୟା ଓ ଶିବକୁମାରଙ୍କୁ ଦିଲ୍ଲୀ ଯିବା ଲାଗି ସମନ ହୋଇପାରେ ବୋଲି ସୂଚନା ମିଳିଛି। ଶନିବାର ଦିଲ୍ଲୀ ବୈଠକରେ ନେତୃତ୍ବ ପରିବର୍ତ୍ତନ, ପ୍ରଦେଶ କଂଗ୍ରେସ କମିଟିରେ ପରିବର୍ତ୍ତନ ଆଦି ପ୍ରସଙ୍ଗରେ ଆଲୋଚନା ହୋଇଥିଲେ ବି ସମାଧାନର ସୂତ୍ର ବାହାରି ପାରି ନଥିଲା। ଆସନ୍ତା ଦିନେ ଦୁଇ ଦିନ ଭିତରେ ହାଇକମାଣ୍ଡ ଏକ ବଡ଼ ନିଷ୍ପତ୍ତି ନେଇପାରନ୍ତି। ଦିଲ୍ଲୀ ବୈଠକରେ ଉଭୟ ଏଆଇସିସି ଅଧ୍ଯକ୍ଷ ମଲ୍ଲିକାର୍ଜୁନ ଖଡଗେ ଓ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ ବି ଚୂଡ଼ାନ୍ତ ଘୋଷଣା ହୋଇପାରି ନଥିଲା। ଦିଲ୍ଲୀ ନେତୃତ୍ବ ଯାହା କିଛି ନିଷ୍ପତ୍ତି ନେବେ ୨୦୨୮ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ନେବେ ବୋଲି ସୂଚନା ମିଳିଛି।

ଆଜି ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଦିନିକିଆ

0

ନନ୍ଦିଘୋଷ ବ୍ୟୁରୋ: ଟେଷ୍ଟ ସିରିଜରେ ବିପର୍ଯ୍ୟୟ ପରେ ଆଜିଠାରୁ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ଯରେ ଏକଦିବସୀୟ ସିରିଜ ଆରମ୍ଭ ହେବାକୁ ଯାଉଛି । ରାଞ୍ଚିରେ ସିରିଜର ପ୍ରଥମ ମ୍ଯାଚ ଖେଳାଯିବ । ଅପରାହ୍ଣ ଗୋଟାଏ ୩୦ରେ ଖେଳାଯିବ ମ୍ଯାଚ । ନୂଆ ଅଧିନାୟକଙ୍କୁ ନେଇ ପଡଡିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ଆହତ କାରଣରୁ ଅଧିନାୟକ ଶୁବମନ ଗିଲ ଓ ଉପ ଅଧିନାୟକ ଶ୍ରେୟସ ଆୟାରଙ୍କୁ ବିଶ୍ରାମ ଦିଆଯାଇଛି । କେ.ଏଲ. ରାହୁଲଙ୍କ ନେତୃତ୍ବରେ ଦକ୍ଷିଣ ଆଫ୍ରିକାକୁ ଭେଟିବ ଭାରତ । ସିରିଜରେ ୩ଟି ଏକଦୀବସୀୟ ମ୍ଯାଚ ଖେଳାଯିବ । ପ୍ରଥମଟି ରାଞ୍ଚିରେ ଆଜି ଖେଳାଯିବାକୁ ଥିବାବେଳେ ଦ୍ବିତୀୟଟି ୩ ତାରିଖରେ ରାୟପୁର ଓ ତୃତୀୟ ମ୍ଯାଚ ୬ ତାରିଖରେ ବିଶାଖପାଟଣାରେ ଖେଳାଯିବ । ଏହାପରେ ଟି-ଟ୍ବେଣ୍ଟି ସିରିଜର ପ୍ରଥମ ମ୍ଯାଚ ୯ ତାରିଖ ଦିନ କଟକରେ ଖେଳାଯିବ । ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ନେଇ ଦଳର ସ୍ଥତି ମଜଭୁତ ରହିଛି । ତେବେ ଟେଷ୍ଟ ସିରିଜରେ ଭାରତକୁ ୨-୦ରେ ହରାଇବା ପରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାର ମନୋବଳ ଦୃଢ ରହିଛି । ତେଣୁ ଆଜି ମୁକାବିଲା ଜୋରଦାର ହେବ ବୋଲି ଆଶା ରଖିଛନ୍ତି କ୍ରିକେଟପ୍ରେମୀ ।